ଅନଗୁଳ-ଢେଙ୍କାନାଳ

ବକେୟା ଦରମା ପ୍ରଦାନ ଦାବିରେ ଅନଶନ

ବକେୟା ଦରମା ପ୍ରଦାନ ଦାବିରେ ଅନଶନ

ତାଳଚେର,୨୪।୭(ନି.ପ୍ର.): ୪ ମାସର ବକେୟା ଦରମା ପ୍ରଦାନ କରାଯାଉ ନ ଥିବା ପ୍ରତିବାଦରେ ଅନୁଗୋଳ ଜିଲା ତାଳଚେର ବ୍ଲକର ପ୍ରାଥମିକ ସହକାରୀ ପଞ୍ଚମବର୍ଗ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ଅନଶନ କରାଯାଇଛି। ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି।

ଟ୍ରକ୍‌ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର

ଟ୍ରକ୍‌ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର

ପରଜଙ୍ଗ,୨୪।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥର ଦଦରାଘାଟି ଡ୍ୟାମ ନିକଟରେ ମଙ୍ଗଳବାର ଭୋର ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଧମକ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଧମକ

ଅନୁଗୋଳ ଅଫିସ, ୨୪ା୭ ଅନୁଗୋଳ ଥାନା ଅଞ୍ଚଳରେ ସୋମବାର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ନାରାୟଣ ସାହୁ(୧୯) ସ୍କୁଲ ଶୌଚାଳୟ ମଧ୍ୟରେ ବଳାତ୍କାର କରିବା ପରେ ହତ୍ୟା ଧମକ ଦେଇଥିବା ନାବାଳିକାଙ୍କ ବାପା ଦେଇଥିବା ଏତଲାରେ ଦର୍ଶାଇଛନ୍ତି।

ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗ:ଅନ୍ତଃସତ୍ତ୍ବା ଯୁବତୀ ଏସ୍‌ପିଙ୍କ ଦ୍ୱାରସ୍ଥ

ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗ:ଅନ୍ତଃସତ୍ତ୍ବା ଯୁବତୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଓଡାପଡା,୨୪।୭(ଡି.ଏନ.ଏ) ବିବାହ ପ୍ରଲୋଭନରେ ବଳାତ୍କାରର ଶିକାର ହୋଇ ଅନ୍ତସତ୍ତ୍ୱା ହୋଇଥିବା ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅଞ୍ଚଳର ଜଣେ ଯୁବତୀ ସୋମବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆନ୍ଧ୍ର ବ୍ୟାଙ୍କ ଲୁଟ୍‌ର ହେବ ଖୋଳତାଡ଼

ଆନ୍ଧ୍ର ବ୍ୟାଙ୍କ ଲୁଟ୍‌ର ହେବ ଖୋଳତାଡ଼

ଅନୁଗୋଳ ଅଫିସ, ୨୪ା୭ଅନୁଗୋଳସ୍ଥିତ ଆନ୍ଧ୍ର ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ଲୁଟିଥିବା ଡକାୟତଙ୍କ ମଧ୍ୟରୁ ବିହାରର ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ।

 ସାମଗ୍ରୀ ଲୁଟିଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ

ସାମଗ୍ରୀ ଲୁଟିଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ

କାମାକ୍ଷାନଗର,୨୪।୭(ଡି.ଏନ.ଏ.)ଗତ ଜୁନ ୨୧ରେ ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରେ ହ୍ବିର୍ଲପୁଲ କମ୍ପାନୀର ସାମଗ୍ରୀ ଭର୍ତ୍ତି ଏକ ଟ୍ରକ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।

ନୂତନ ଚିକିତ୍ସାଳୟରୁ ଫ୍ୟାନ ଖସିପଡ଼ିଲା

ନୂତନ ଚିକିତ୍ସାଳୟରୁ ଫ୍ୟାନ ଖସିପଡ଼ିଲା

ଢେଙ୍କାନାଳ ଅଫିସ, ୨୪।୭ ଢେଙ୍କାନାଳ ନୂତନ ମୁଖ୍ୟ ଚିକିତ୍ସାଳୟର ୪ର୍ଥ ମହଲା ମହିଳା ଭେଷଜ ବିଭାଗର ୧୪୨ ନଂ. ବେଡ ଉପରେ ଥିବା ଫ୍ୟାନଟି ସୋମବାର ରାତି ୧୦ଟାରେ ଖସିପଡ଼ି ବନିତା ଜେନାଙ୍କ ପାଖରେ ପଡ଼ିଥିଲା।

ବାରଣ୍ଡାରେ ପାଠ ପଢ଼ିଲେ ପିଲା

ବାରଣ୍ଡାରେ ପାଠ ପଢ଼ିଲେ ପିଲା

ଛେଣ୍ଡିପଦା, ୨୪ା୭ (ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦୁବନାଳୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍କୁଲ ଚାବିକାଠି ନେଇ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ନ ଆସିବାରୁ ସେମାନେ ବାରଣ୍ଡାରେ ବସି ପାଠ ପଢିଥିବା ଅଭିଯୋଗ ହୋଇଛି। କାହାକୁ କିଛି ନ ଜଣାଇ ଶିକ୍ଷୟିତ୍ରୀ ଛୁଟିରେ ରହିଯିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି।

ବିଟ୍‌ ପୋଲିସ ନିଷ୍କ୍ରିୟ, ବଢ଼ୁଛି ଅପରାଧ

ବିଟ୍‌ ପୋଲିସ ନିଷ୍କ୍ରିୟ, ବଢ଼ୁଛି ଅପରାଧ

ବଅଁରପାଳ,୨୪।୭ (ଡି.ଏନ.ଏ.)ଜନ ସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଶହ ଅପରାଧ ହ୍ରାସ ଉଦ୍ଦେଶ୍ୟରେ ୨୦୧୩ ଠାରୁ ଆମ ପୋଲିସ ସମିତି ଗଠନ କରାଯାଇଥିଲା।

ଭୟରେ ଘର ଛାଡ଼ୁଛନ୍ତି ଟିକରପଡ଼ାବାସୀ

ଭୟରେ ଘର ଛାଡ଼ୁଛନ୍ତି ଟିକରପଡ଼ାବାସୀ

ବନ୍ତଳା, ୨୪।୭ (ଡି.ଏନ.ଏ.) ଲଘୁଚାପ ଜନିତ ଲଗାଣ ବର୍ଷା ପରେ ମହାନଦୀରେ ବର୍ଷର ପ୍ରଥମ ବନ୍ୟା ପାଣି ପ୍ରବାହିତ ହେଉଛି। ଏଯାଏ ହୀରାକୁଦର କୌଣସି ଗେଟ୍‌ ଖୋଲାଯାଇ ନ ଥିଲେ ବି ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀ ହଠାତ୍‌ ଫୁଲି ଉଠିଛି।

ଆମ୍ବଶରମୁଣ୍ଡା- ପୁଡ଼ାପଦର ରାସ୍ତା ମରାମତି ଦାବି

ବଇଣ୍ଡା,୨୩।୭(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡ ପଞ୍ଚାୟତ ଆମ୍ବଶରମୁଣ୍ଡା-ପୁଡ଼ାପଦର ୩ କିମି ରାସ୍ତା ଶୋଚନୀୟ ହୋଇପଡ଼ିଛି। ମରାମତି କରାଯାଉ ନ ଥିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଦୁଇଦିନ ବିଦ୍ୟୁତ୍‌ ସରବରାହ ବନ୍ଦ

ବଇଣ୍ଡା,୨୩।୭(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ତାବଡ଼ା ଗ୍ରାମରେ ଶନିବାର ଓ ରବିବାର ଦୁଇଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଛି। ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

୪ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ

୪ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ

ପାଲଲହଡ଼ା, ୨୩ା୭(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ପବିତ୍ରମୋହନ ହାଇସ୍କୁଲର ୪ ଛାତ୍ରୀ ଘରକୁ ଫେରୁଥିବାବେଳେ ଏକ ଅଟୋ ସେମାନଙ୍କୁ ଧକ୍କା ଦେଇଛି। ଏଥିରେ ସେମାନେ ଗୁରୁତର ଆହତ ହୋଇଛନ୍ତି।

ଯୁବମୋର୍ଚ୍ଚା ତରଫରୁ ଉପଜିଲାପାଳଙ୍କୁ ଦାବିପତ୍ର

ଯୁବମୋର୍ଚ୍ଚା ତରଫରୁ ଉପଜିଲାପାଳଙ୍କୁ ଦାବିପତ୍ର

ତାଳଚେର,୨୩।୭(ନି.ପ୍ର.)- ଭାରତୀୟ ଜନତା ଯୁବମୋର୍ଚ୍ଚା ତାଳଚେର ପୌରମଣ୍ଡଳ ତରଫରୁ ସୋମବାର ୪ ଦଫାର ଏକ ଦାବିପତ୍ର ସ୍ଥାନୀୟ ଉପଜିଲାପାଳ ପରେଶଚନ୍ଦ୍ର ନାୟକଙ୍କୁ ପ୍ରଦାନ କରାଯାଇଛି।

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ତାଳଚେର, ୨୩।୭(ନି.ପ୍ର.)- ତାଳଚେର ବ୍ଲକ ଟେଣ୍ଟୁଲେଇ ଗ୍ରାମର ଏକ କୂଅରୁ ବିକ୍ରମପୁର ପୋଲିସ ଶାନ୍ତନୁ ବେହେରା (୨୨)ଙ୍କ ମୃତଦେହ ଉଦ୍ଧାର କରିଛି। ଗତ ୨୧ ତାରିଖ ଠାରୁ ଶାନ୍ତନୁ ନିଖୋଜ ଥିଲେ।

ଶ୍ରମିକ ଶୋଷଣ ବିରୋଧରେ ଲଢ଼େଇ ଜାରି ରହିବ

ତାଳଚେର,୨୩ା୭(ନି.ପ୍ର.)- ତାଳଚେରସ୍ଥିତ ପ୍ରେସ୍‌ କ୍ଲବ ପରିସରରେ ଓଡ଼ିଶା କୋଲ ଫିଲଡସ୍‌ ୱାର୍କର୍ସ ୟୁନିୟନ (ସି.ଆଇ.ଟି.ୟୁ.)ର ବାର୍ଷିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଇଲା ଫେଡେରେଶନ୍‌ର ସର୍ବଭାରତୀୟ ସମ୍ପାଦକ ଓ ୟୁନିୟନର ସାଧାରଣ ସମ୍ପାଦକ ଆନନ୍ଦ ଆଚାର୍ଯ୍ୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ତାଳଚେର ବିକାଶ ପ୍ରସଙ୍ଗ ନେଇ ୨୫ରୁ ପଦଯାତ୍ରା

ତାଳଚେର,୨୩ା୭(ନି.ପ୍ର.)- ତାଳଚେରର ବିକାଶ ପ୍ରସଙ୍ଗ ନେଇ ଆସନ୍ତା ୨୫ ତାରିଖରୁ ଏକ ପଦଯାତ୍ରା ଆରମ୍ଭ ହେବ।

ଜିଲା ବେସାମରିକ ଓ ପରିଚାଳନା କାର୍ଯ୍ୟାଳୟ ଉଦ୍‌ଘାଟିତ

ଜିଲା ବେସାମରିକ ଓ ପରିଚାଳନା କାର୍ଯ୍ୟାଳୟ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୨୩।୭- ଢେଙ୍କାନାଳ ମହିଷାପାଟଠାରେ ସୋମବାର ନୂତନ ଜିଲା ବେସାମରିକ ଓ ପରିଚାଳନା କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି।

ସମୂହ ଜନଶୁଣାଣି କାର୍ଯ୍ୟକ୍ରମ

ସମୂହ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୨୩।୭- ଅନୁଗୋଳ ଜିଲାପାଳଙ୍କ କୋର୍ଟ ପରିସରରେ ସୋମବାର ସମୂହ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଶିଶୁ ବିଦ୍ୟାମନ୍ଦିରରେ ବନମହୋତ୍ସବ

ଶିଶୁ ବିଦ୍ୟାମନ୍ଦିରରେ ବନମହୋତ୍ସବ

ଅନୁଗୋଳ ଅଫିସ, ୨୩ା୭- ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଅନୁଗୋଳ ବନଖଣ୍ଡ ସହଅଧିକାରୀ ବାସୁଦେବ ନାୟକ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ବନ ମହୋତ୍ସବର ଆବଶ୍ୟକତା ତଥା ବୃକ୍ଷର ମହତ୍‌ ଗୁଣ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇଥିଲେ

ଗଛକଟାରେ ଲାଗୁନି ରୋକ

ଗଛକଟାରେ ଲାଗୁନି ରୋକ

ବଇଣ୍ଡା,୨୩ା୭(ଡି.ଏନ.ଏ)- ଶିଳ୍ପ ବହୁଳ ଅନୁଗୋଳ ଜିଲାରେ ଏବେ ଜଙ୍ଗଲ ଅସୁରକ୍ଷିତ। କଳକାରଖାନା ପାଇଁ ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇପଡ଼ିଥିବାବେଳେ ବଳକା ଜଙ୍ଗଲ ଧୀରେ ଧୀରେ ପଦା ହେବାରେ ଲାଗିଛି, ଯାହା ଧଣ୍ଡାତୋପା ରେଞ୍ଜ ଆମ୍ବଶର ମୁଣ୍ଡା ପଞ୍ଚାୟତ ଶିଆରିମଳିହା ଗ୍ରାମ୍ୟ ଜଙ୍ଗଲରେ ଦେଖିବାକୁ ମିଳିଛି। ଏହି ଜଙ୍ଗଲରୁ ପ୍ରତିଦିନ ବେଆଇନ ଗଛ କଟାଯାଉଥିବାବେଳେ ବନବିଭାଗ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆ ଯାଉ ନ ଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଜଙ୍ଗଲକୁ ସୁରକ୍ଷା ଯୋଗାଇଦେବାକୁ ଗୁରୁବାର ଶିଆରି ମଳିହା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କଠାରେ ଦାବି କରିଛନ୍ତି।

କୁମୁରୁସିଙ୍ଗ ପ୍ରାଥମିକ ବିଦ୍ୟାଳୟ: ୧୦୪ ପିଲାଙ୍କୁ ୨ ଶିକ୍ଷକ

କୁମୁରୁସିଙ୍ଗ ପ୍ରାଥମିକ ବିଦ୍ୟାଳୟ: ୧୦୪ ପିଲାଙ୍କୁ ୨ ଶିକ୍ଷକ

ଛେଣ୍ଡିପଦା,୨୩।୭(ଡି.ଏନ.ଏ.)- ଶିକ୍ଷକ ଅଭାବ ଯୋଗୁ ଛେଣ୍ଡିପଦା ବ୍ଲକ ଜରପଡା ପଞ୍ଚାୟତ କୁମୁରୁସିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୧୦୪ ଛାତ୍ରୀଛାତ୍ର ଥିଲେ ହେଁ ସେମାନଙ୍କ ପାଇଁ ନିଯୁକ୍ତ ହୋଇଛନ୍ତି ମାତ୍ର ୨ ଜଣ ଶିକ୍ଷକ। ଏ ନେଇ ଶନିବାର ବିଦ୍ୟାଳୟ ପରିଚାଳନା କମିଟି ଆହ୍ବାନକ୍ରମେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ।

ହାତୀ ଆତଙ୍କ: ସତର୍କ ରହିବାକୁ ପରାମର୍ଶ

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ବନଖଣ୍ଡ ଛେଣ୍ତିପଦା ବନାଞ୍ଚଳ ଅନ୍ତର୍ଗତ କଙ୍କୁରପାଳ ସଂରକ୍ଷିତ ଜଙ୍ଗଲରେ ସୋମବାର ସକାଳେ ୨ଟି ହାତୀ ଚଳପ୍ରଚଳ କରୁଥିବା ଦେଖାଯାଇଛି। ତେଣୁ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ନ ଯିବା ଲାଗି ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳରେ ସୋମବାର କଣଲୋଇ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ କନୁ ମାଝୀ(୫୦)। କୌଣସି କାରଣରୁ ସେ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।