ଅନଗୁଳ-ଢେଙ୍କାନାଳ

ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉ

ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉ

ବଇଣ୍ଡା,୨୭।୭(ଡି.ଏନ.ଏ)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉ ନ ଥିବା ଯୋଗୁ ଅପରାଧ ଘଟୁଛି। ଏହାସହ ଗ୍ରାମାଞ୍ଚଳରେ ଚୋରା ମଦ ବ୍ୟବସାୟ ବୃଦ୍ଧି ପାଉଛି।

ପୋଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ

ବଇଣ୍ଡା,୨୭।୭(ଡି.ଏନ.ଏ)- ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାର ଠାକୁରଗଡ଼ଠାରେ ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କରାଯାଇଛି। ଉଭୟପାର୍ଶ୍ୱରୁ ଆସୁଥିବା ସମସ୍ତ ବାଇକ ଗୁଡ଼ିକୁ ଅଟକାଇ ହେଲମେଟ ଓ କାଗଜପତ୍ର ଯାଞ୍ଚ କରାଯାଇଥିଲା।

ମହୁ ମାଛି ଆକ୍ରମଣରେ ୩ ଗୁରୁତର

ମହୁ ମାଛି ଆକ୍ରମଣରେ ୩ ଗୁରୁତର

ଛେଣ୍ଡିପଦା,୨୭।୭(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ବସନ୍ତପୁର ଗ୍ରାମରେ ଶୁକ୍ରବାର ମହୁ ମାଛି ଆକ୍ରମଣରେ ୩ ଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନେ ହେଲେ ସେହି ଗ୍ରାମର ସାଆନ୍ତାଣି ସାହୁ (୩୫), ରିମି ସେଣ୍ଢ (୩୪), ଇନ୍ଦୁ ସାହୁ। ସେମାନଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ବାଲିଆମ୍ବରେ  ବାଘ ଆତଙ୍କ

ବାଲିଆମ୍ବରେ ବାଘ ଆତଙ୍କ

ବଇଣ୍ଡା,୨୭।୭(ଡି.ଏନ.ଏ.)- ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ବାଲିଆମ୍ବ ଗ୍ରାମରେ କିଛି ଦିନ ତଳେ ବିଳମ୍ବିତ ରାତିରେ କେତୋଟି ଛେଳିଙ୍କ ମୃତ୍ୟୁ ହୋଇଥିଲା। କଲରାପତରିଆ ବାଘ ଆକ୍ରମଣରେ ଛେଳି ମରିଥିବା ପ୍ରଚାର ହେବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି। ବାଘର ପାଦ ଚିହ୍ନ କିମ୍ବା କୌଣସି ସନ୍ଧାନ ମିଳି ନ ଥିବା ଜଣାଯାଇଛି।

ବିଧାୟକଙ୍କ ଗାଡ଼ି  ଦେଖି ଡକାୟତ ଚମ୍ପଟ

ବିଧାୟକଙ୍କ ଗାଡ଼ି ଦେଖି ଡକାୟତ ଚମ୍ପଟ

ରାସୋଳ, ୨୭।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ରାସୋଳ ଥାନା ଅଧୀନ ପୁରୁଣା କଟକ-ସମ୍ବଲପୁର ରାସ୍ତାର କଦଳୀପାଳ ପୋଲ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ଡକାୟତି ଉଦ୍ୟମ ହୋଇଛି। କେତେଜଣ ଦୁର୍ବୃତ୍ତ ଏକ ୪୦୭ ମିନି ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ କରିଥିଲେ।

ଆବର୍ଜନାରେ ଭର୍ତ୍ତି ମାଧପୁର ବଜାର

ଆବର୍ଜନାରେ ଭର୍ତ୍ତି ମାଧପୁର ବଜାର

ମାଧପୁର, ୨୭ା୭- କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ଆଠମଲ୍ଲିକ ବ୍ଲକର ମାଧପୁର ବଜାର। ୬/୭ ପଞ୍ଚାୟତ ବାସିନ୍ଦା ଏହି ବଜାର ଉପରେ ନିର୍ଭର କରୁଥିବାବେଳେ ବଜାରର ଦୁର୍ଗନ୍ଧମୟ ପରିବେଶ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ସଫାସୁତରା କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଦୈନିକ ବଜାର ଦେଇ ବହୁ ଯାନବାହନ, ଯାତ୍ରୀବାହୀ ବସ୍‌ ଯିବାଆସିବା କରିଥାଏ।

ଅବାଧରେ ଚାଲିଛି ମୋରମ ଚାଲାଣ

ଅବାଧରେ ଚାଲିଛି ମୋରମ ଚାଲାଣ

ବଇଣ୍ଡା,୨୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ସାନଗୋବିନ୍ଦପୁର ନିକଟରେ ଥିବା ଗୁଜା ପାହାଡ଼ରୁ ପ୍ରତିଦିନ ମୋରମ କାଟି ଚାଲାଣ କରାଯାଉଛି। ଏହାକୁ ସାନଗୋବିନ୍ଦପୁର ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ଠିକାସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏ ନେଇ ସୋମବାର ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତାରେ ଆବଶ୍ୟକ ମୋରମ ଥିବାବେଳେ ଠିକାସଂସ୍ଥା ପକ୍ଷରୁ ୩ ଟି ଜେସିବି ମେଶିନ ସହ ୬ଟି ହାଇଓ୍ବା ଗାଡ଼ିିରେ ପାହାଡ଼ର ପଛପାଖ କଟାଯାଇ ମୋରମ ଚାଲାଣ କରାଯାଉଛି।

ନାଲ୍‌କୋ ଟାଉନଶିପ୍‌ କଲୋନୀ: ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ନାଲ୍‌କୋ ଟାଉନଶିପ୍‌ କଲୋନୀ: ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଅଁରପାଳ, ୨୭।୭ (ଡି.ଏନ.ଏ.)- ଦୀର୍ଘଦିନ ହେଲା ନାଲ୍‌୍‌କୋ ଟାଉନଶିପ୍‌ କଲୋନୀର ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। କଲୋନୀସାରା କୁଢକୁଢ ଅଳିଆ ଆବର୍ଜନା ଗଦା ହେଉଥିଲେ ମଧ୍ୟ ନିୟମିତ ଭାବେ ଏହାକୁ ସଫା କରାଯାଉ ନ ଥିବାରୁ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସେହିପରି ଡ୍ରେନଗୁଡିକରେ ଅନାବନା ଗଛ ଭର୍ତ୍ତି ହୋଇଛି।

ଛେଣ୍ଡିପଦା ତହସିଲରେ କର୍ମଚାରୀ ଅଭାବ : ସାର୍ଟିଫିକେଟ ପାଇଁ ଲୋକେ ହନ୍ତସନ୍ତ

ଛେଣ୍ଡିପଦା,୨୭ା୭(ସ୍ବ.ପ୍ର)- ଛେଣ୍ଡିପଦା ତହସିଲ ଅଫିସରେ କର୍ମଚାରୀ ଅଭାବ ଦେଖାଦେଇଛି। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୭ଟି ରାଜସ୍ବ ସର୍କଲ ଓ ୧୮୯ଟି ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିବା ଏହି ତହସିଲରେ ପୂର୍ବରୁ ଜଣେ ତହସିଲଦାର, ୨ଜଣ ଅତିରିକ୍ତ ତହସିଲଦାର ସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୨ମାସ ପୂର୍ବେ ଅତିରିକ୍ତ ତହସିଲଦାର ହୃଦାନନ୍ଦ ଆଢା ପଦୋନ୍ନତି ପାଇ ଅତାବିରା ତହସିଲକୁ ତହସିଲଦାର ଭାବେ ବଦଳି ହୋଇଛନ୍ତି।

ଗଣେଶ ବଜାର ବସ୍ତିରୁ ଘର ଉଚ୍ଛେଦ

ଗଣେଶ ବଜାର ବସ୍ତିରୁ ଘର ଉଚ୍ଛେଦ

ଢେଙ୍କାନାଳ ଅଫିସ,୨୭।୭: ଢ଼େଙ୍କାନାଳ ପୌରସଂସ୍ଥା ପକ୍ଷରୁ ସହରସ୍ଥିତ ଗଣେଶ ବଜାର ଅଞ୍ଚଳ ବସ୍ତିରେ ଥିବା ଘରଗୁଡିକୁ ଶୁକ୍ରବାର ପୂର୍ବାହ୍ନରେ ଉଚ୍ଛେଦ କରାଯାଇଛି।

ଭୁବନ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭୁବନ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭୁବନ,୨୭।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଶୁକ୍ରବାର ଵୁଧେଶ୍ଵର ଶୈବପୀଠ ଓ ପୋଖରୀ ସଫେଇ କରାଯାଇଛି।

ଭୁବନ ଯୁବ ବାହିନୀ ପକ୍ଷରୁ ବୃକ୍ଷରୋପଣ

ଭୁବନ ଯୁବ ବାହିନୀ ପକ୍ଷରୁ ବୃକ୍ଷରୋପଣ

ଭୁବନ,୨୭।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଅଷ୍ଟଶମ୍ଭୁ ମନ୍ଦିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷା ସର୍ଣ୍ଣମଞ୍ଜରୀ ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ନନ୍ଦକିଶୋର ସାହୁ, ଏନ୍‌ଏସି ଉପାଧ୍ୟକ୍ଷ ମାୟାଧର ସାହୁ, ବିଜୁ ଯୁବ ବାହିନୀ ସଭାପତି ରାଜେନ୍ଦ୍ର ନାୟକ, ବରିଷ୍ଠ କର୍ମକର୍ତ୍ତା ବିଶ୍ୱଜିତ ବାରିକ, ବିଳାସ ସାମଲ, ଶୁଶାନ୍ତ କୁମାର ପୃଷ୍ଟି, ପ୍ରକାଶ ମହାରଣା, ପଙ୍କଜ ବେହେରା, ଟିକୁ ନାୟକ, ବଳରାମ ସାହୁ, ସନ୍ଦିପ କୁମାର ପୃଷ୍ଟିଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରେ ଗୁରୁପୂର୍ଣ୍ଣିମା ପାଳିତ

ବିଭିନ୍ନ ସ୍ଥାନରେ ଗୁରୁପୂର୍ଣ୍ଣିମା ପାଳିତ

ଛେଣ୍ଡିପଦା,୨୭।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ପବିତ୍ର ଗୁରୁ ପୂର୍ଣିମା ଉତ୍ସବ ପାଳିତ ହୋଇଯାଇଛି।

ଓୟୁଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କ ଢେଙ୍କାନାଳ ଗସ୍ତ

ଓୟୁଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ ଅଫିସ, ୨୭।୭: ଓଡ଼ିଶା ନଗର ଉନ୍ନୟନ ବିଭାଗ ଗୃହ ନିର୍ମାଣ ମିଶନ (ଓୟୁଏଚ୍‌ଏମ୍‌) ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା କରିଛନ୍ତି।

ଦିନକର କାହାଣୀ: ପେଟକୁ ଅଭାବ ହୋଇନି: ସୁଜିତ ସାଗର ପଣ୍ଡା

ଦିନକର କାହାଣୀ: ପେଟକୁ ଅଭାବ ହୋଇନି: ସୁଜିତ ସାଗର ପଣ୍ଡା

ବାପାଙ୍କ ସ୍ବଳ୍ପ ରୋଜଗାରରେ ୫ ଭାଇଭଉଣୀଙ୍କୁ ପାଠ ପଢ଼ାଇବା ସହଜ ନ ଥିଲା। ୧୦ଶ୍ରେଣୀ ପରେ ଡୋରି ବନ୍ଧାହେଲା ବହିବସ୍ତାନିରେ। ହେଲେ ବାପାଙ୍କଠାରୁ ଶିଖିଥିବା ପୂଜାପାଠ ବିଦ୍ୟା ଏବେ ବୁଝୁଛି ପେଟପାଟଣା କଥା।

‘ସାପୁଆ’ ଉପରୁ ତୁଟୁଛି ଭରସା

‘ସାପୁଆ’ ଉପରୁ ତୁଟୁଛି ଭରସା

ରାସୋଳ, ୨୭ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକବାସୀଙ୍କ ଜୀବନଧାରା ସାପୁଆ ଡ୍ୟାମରୁ କ୍ରମାଗତ ଭାବେ ହ୍ରାସ ପାଉଛି ଜଳଧାରଣା କ୍ଷମତା। ଏହାର ପ୍ରଭାବ ସିଧାସଳଖ ପଡୁଛି ଚାଷ ଉପରେ।

ଟ୍ରକ୍‌ ଧର୍ମଘଟ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ଓଡ଼ାପଡ଼ା, ୨୭।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅଞ୍ଚଳରେ ଟ୍ରକ୍‌ ଧର୍ମଘଟକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

ସମାଧାନ ପାଇଁ ପ୍ରଶାସନ ନେଇନି ପଦକ୍ଷେପ: ପ୍ରଜାସୁରକ୍ଷା ସମିତିର ଆନ୍ଦୋଳନ ଚେତାବନୀ

ଅନୁଗୋଳ ଅଫିସ,୨୭ା୭: ସାତକୋଶିଆବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା କରା ନ ଯାଇ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡ଼ାଯାଇଥିବାରୁ ଏହାକୁ ତୀବ୍ର ବିରୋଧ କରିଆସିଛି କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି।

ରାସ୍ତାରେ ରୋଇଲେ ଧାନ ତଳି

ରାସ୍ତାରେ ରୋଇଲେ ଧାନ ତଳି

ପାଲଲହଡା, ୨୭ା୭(ଡି.ଏନ.ଏ.): ରାସ୍ତା ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ସତ୍ତ୍ୱେ କେହି କର୍ଣ୍ଣପାତ ନ କରିବାରୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ପାଲଲହଡ଼ା ଉପଖଣ୍ଡ ଶିଗଡ଼ ପଞ୍ଚାୟତର କମ୍ପରକିଳା ଗ୍ରାମବାସୀ।

କାମ କରାଇ ଦେଉନାହାନ୍ତି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ: ମେଡିକାଲ କଲେଜ ନିର୍ମାଣ ମାସେ ହେବ ବନ୍ଦ

ତାଳଚେର, ୨୭ା୭(ନି.ପ୍ର.): ତାଳଚେରଠାରେ ନିର୍ମାଣାଧୀନ ମହାନଦୀ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ କାମକୁ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଗତ ଏକ ମାସ ହେଲା ବନ୍ଦ କରି ରଖିଛନ୍ତି।

ମାସେ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଗଲା

ମାସେ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଗଲା

ପାଲଲହଡ଼ା, ୨୭ା୭(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଚଷାଗୁରୁଜାଙ୍ଗ ଗ୍ରାମ ଆର୍‌ଡି ରାସ୍ତାଠାରୁ ଉଦୟପୁର ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାକୁ ମାସେ ନ ପୂରୁଣୁ ଏହା ଶୋଚନୀୟ ହୋଇପଡିଛି।

ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ମଦ୍ୟପାନ ଚର୍ଚ୍ଚା

ଛେଣ୍ଡିପଦା,୨୭।୭ (ସ୍ବ.ପ୍ର.): କର୍ତ୍ତବ୍ୟରେ ଥାଇ ମଦ୍ୟପାନ କରିଥିବା ଛେଣ୍ଡିପଦା ଥାନା ଏସ୍‌ଆଇ ପ୍ରକାଶ ଭୋଇଙ୍କୁ ଗତ ୧୨ ତାରିଖରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ନିଲମ୍ବନ କରିଥିଲେ।

୭ ଦିନରେ ମିଳିବ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର

ଅନୁଗୋଳ ଅଫିସ,୨୭।୭: ଅନୁଗୋଳ ପୌରପାଳିକାର ୫୯ତମ କାଉନସିଲ ପରିଷଦ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଡକାୟତଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ

ଅନୁଗୋଳ ଅଫିସ, ୨୭ା୭- ଅନୁଗୋଳ ଓ ରାଉରକେଲାରେ ବ୍ୟାଙ୍କ ଡକାୟତି କରିଥିବା ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ପୋଲିସ ଆଣିଥିବା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଅବଧି ଗୁରୁବାର ଶେଷ ହୋଇଛି। ଶୁକ୍ରବାର ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଇ ଦିଆଯିବ।