Dharitri News

ଅନଗୁଳ-ଢେଙ୍କାନାଳ

ଧାନ ବ୍ୟବସାୟୀ ହତ୍ୟା ମାମଲା:ଅଭିଯୁକ୍ତ ଗିରଫ

ଧାନ ବ୍ୟବସାୟୀ ହତ୍ୟା ମାମଲା:ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ୍‌, ୯।୧-ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଦଶମାଣପାଟଣା ଗ୍ରାମରେ ସୋମବାର ସଙ୍ଗଠିତ ଧାନ ବ୍ୟବସାୟୀ ଶରତ ବେହେରା ହତ୍ୟାକାଣ୍ଡ ମାମଲାରେ ପୋଲିସ ଫେରାର ଅଭିଯୁକ୍ତ ତପନ ନାୟକଙ୍କୁ ଗିରଫ କରିଛି। ଖଣ୍ଡବନ୍ଧ ଗ୍ରାମ ବାଲିସାହିରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଅଭିଯୁକ୍ତ ଧରାପଡ଼ିଛନ୍ତି। ବାଲିସାହିସ୍ଥିତ ଶ୍ୱଶୁର ଘରୁ ପଳାଇ ଆସୁଥିବାବେଳେ ତପନଙ୍କୁ ଗିରଫ କରାଯାଇଥିବା ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ହାତୀ କ୍ଷତିଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ: ପ୍ରତିବାଦରେ ରାସ୍ତାରୋକୋ

ହାତୀ କ୍ଷତିଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ: ପ୍ରତିବାଦରେ ରାସ୍ତାରୋକୋ

ବନ୍ତଳା,୯।୧(ଡି.ଏନ.ଏ.)- ଅନୁଗୋଳ ରେଞ୍ଜ ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତର ଚାଷୀମାନେ ହାତୀ ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲେ ୩ବର୍ଷ ହେଲା ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ନାହିଁ। ଆବଶ୍ୟକ କାଗଜପତ୍ର ସ୍ଥାନୀୟ ଫରେଷ୍ଟରଙ୍କ ନିକଟରେ ଦାଖଲ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ମଙ୍ଗଳବାର କରତପଟା ବିଟ୍‌ ସମ୍ମୁଖ ଅନୁଗୋଳ-ଟିକରପଡ଼ା ପୂର୍ତ୍ତ ବିଭାଗ ରାସ୍ତାକୁ ଚାଷୀମାନେ ଅବରୋଧ କରିଥିଲେ।

ବୈଠକ ପରେ ଅଧ୍ୟକ୍ଷଙ୍କ ନୋଟିସ: ଅନୁଗୋଳ କଲେଜ ବାର୍ଷିକ ଉତ୍ସବ ବନ୍ଦ

ଅନୁଗୋଳ ଅଫିସ,୯।୧- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ହେବାକୁ ଥିବା ଚଳିତବର୍ଷ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି।

ଉଦାହରଣ ସୃଷ୍ଟି କଲେ ଛାତ୍ର: ଟଙ୍କା, ମୋବାଇଲ ପାଇ ଫେରାଇଲେ

ଉଦାହରଣ ସୃଷ୍ଟି କଲେ ଛାତ୍ର: ଟଙ୍କା, ମୋବାଇଲ ପାଇ ଫେରାଇଲେ

ବଇଣ୍ଡା,୯।୧(ଡି.ଏନ.ଏ.)- ବାଟରୁ ମୋବାଇଲ ଓ ୮ ହଜାର ଟଙ୍କା ପାଇଥିଲେ ବି ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ନବମ ଶ୍ରେଣୀର ଛାତ୍ର ତାହାକୁ ଗ୍ରାମ ସଭାପତିଙ୍କୁ ହସ୍ତାନ୍ତର କରିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ କୁଷ୍ଣପୁର ଗ୍ରାମରେ ମଙ୍ଗଳବାର ଚର୍ଚ୍ଚାର ବିଷୟ ହୋଇଛି।

ଅପରାଧ ରୋକିପାରୁନି ପାଲଲହଡ଼ା ପୋଲିସ

ପାଲଲହଡ଼ା,୯। ୧(ଡି.ଏନ.ଏ.)- ପୋଲିସ ବିଭାଗର ଆଧୁନିକୀକରଣ କରାଯାଉଛି। ଦକ୍ଷତା ବୃଦ୍ଧି ପାଇଁ ନାନା ବୈଷୟିକ ଜ୍ଞାନକୌଶଳ ଆପଣାଯାଉଛି। ଏଥିପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଅପରାଧ ରୋକିବା ବା ହ୍ରାସ ଦିଗରେ ପୋଲିସକୁ ସେପରି ବଡ଼ ସଫଳତା ମିଳୁ ନ ଥିବା ଚର୍ଚ୍ଚା ହେଉଛି। ଉଦାହରଣ ଭାବେ ଅନୁଗୋଳ ଜିଲା ପାଲଲହଡ଼ା ଥାନା ଅଞ୍ଚଳକୁ ନିଆଯାଇପାରେ। ଏହି ଥାନା ଅଞ୍ଚଳରେ ଗତ ବର୍ଷକ ମଧ୍ୟରେ ଅପରାଧ ସଂଖ୍ୟା ଅଢ଼େଇଗୁଣ ବୃଦ୍ଧି ପାଇଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଯୁବ ବିଜେଡି କମିଟି ପୁନର୍ଗଠନ

ବଅଁରପାଳ,୯।୧(ଡି.ଏନ.ଏ.)- ଯୁବ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ବଅଁରପାଳ ବ୍ଲକ କମିଟିର ପୁନର୍ଗଠନ କରାଯାଇଛି। ଜିଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଉଭୟ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି। ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ୍‌ ପତ୍ରୀ, କାର୍ଯ୍ୟକାରିଣୀ ସଭାପତି ସଞ୍ଜିତ୍‌ ମହାନ୍ତି, ମହାସଚିବ ଓ ଜୋନାଲ ସଭାପତି ଶିଶିର ପରିଜାଙ୍କ ସହମତିରେ ଏହି ତାଲିକା ଘୋଷଣା କରାଯାଇଛି।

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କରି ପୋତିଦେଲେ ସ୍ବାମୀ

ପାଲଲହଡ଼ା,୯।୧(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ଥାନା ପୁରୁଣାପାଣି ଗ୍ରାମରେ ସୋମବାର ଘଟିଛି ଏକ ହତ୍ୟାକାଣ୍ଡ। ପାରିବାରିକ କଳହରୁ ସ୍ତ୍ରୀ ଶ୍ରୀମତି ପ୍ରଧାନଙ୍କୁ ହତ୍ୟାକରି ନାଳ ନିକଟରେ ପୋତି ଦେଇଥିଲେ ସ୍ବାମୀ ସୁରେନ୍ଦ୍ର ପିଙ୍ଗୁଆ। ଖବରପାଇ ମଙ୍ଗଳବାର ପୋଲିସ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅବକାରୀ ଚଢାଉ: ୨ ଗିରଫ

ବଇଣ୍ଡା,୯।୧(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଠାକୁରଗଡ଼ ଥାନା ବଡ଼ବର ଗ୍ରାମରେ ଚଢାଉ କରାଯାଇ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ବସନ୍ତ ବେହେରା ଓ ଅମୂଲ୍ୟ ବେହେରାଙ୍କୁ ଗିରଫ କରାଯାଇଛି।

ଶିକ୍ଷାର ମୌଳିକ ଲକ୍ଷ୍ୟ ବାସ୍ତବଧର୍ମୀ ହେବା ଉଚିତ

ଶିକ୍ଷାର ମୌଳିକ ଲକ୍ଷ୍ୟ ବାସ୍ତବଧର୍ମୀ ହେବା ଉଚିତ

ତାଳଚେର,୯।୧(ନି.ପ୍ର.)- ତାଳଚେର ବ୍ଲକ ଗୋପାଳପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତମ ବ୍ଲକସ୍ତରୀୟ ମାଧ୍ୟମିକ ଶିକ୍ଷକ, କର୍ମଚାରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ହେମନ୍ତ କୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ଅ

କଳା, ସଂସ୍କୃତି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର

କଳା, ସଂସ୍କୃତି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର

ବଇଣ୍ଡା,୯।୧(ଡି.ଏନ.ଏ.)- କଳାର ଦେଶ ଉତ୍କଳ। କଳା, ସଂସ୍କୃତି ହେଉଛି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ଏଥିପାଇଁ ଦେଶ ବିଦେଶରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ରହିଛି।

ବଅଁରପାଳ ହାଟରେ ବଢୁଛି ଚୋରି

ବଅଁରପାଳ ହାଟରେ ବଢୁଛି ଚୋରି

ବଅଁରପାଳ, ୯।୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ହାଟରୁ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସକାଳେ ହାଟ ପରିସରରୁ ଏକ ସ୍କୁଟି ଚୋରି ହେବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର ସାହୁ ସ୍କୁଟି ଯୋଗେ ଉକ୍ତ ହାଟକୁ ସଉଦା ପାଇଁ ଯାଇଥିଲେ। ମାତ୍ର ସଉଦା କରି ଫେରିବା ପରେ ସ୍କୁଟିଟି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପୂର୍ବରୁ ହାଟରୁ ବହୁ ବାଇକ୍‌ ଓ ମୋବାଇଲ ଫୋନ ଚୋରି ହୋଇଛି।

ବନବିଭାଗ ଗେଟରେ ତାଲା ପକାଇ ଚାଷୀଙ୍କ ବିକ୍ଷୋଭ

ବନବିଭାଗ ଗେଟରେ ତାଲା ପକାଇ ଚାଷୀଙ୍କ ବିକ୍ଷୋଭ

ଅନୁଗୋଳ ଅଫିସ, ୯।୧: ଅନୁଗୋଳ ରେଞ୍ଜ ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏହାର କ୍ଷତିପୂରଣ ପାଇଁ ଚାଷୀମାନେ ବନବିଭାଗ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଏଯାବତ କ୍ଷତିପୂରଣ ମିଳିନାହିଁ। ଏହାର ପ୍ରତିବାଦ କରି ମଙ୍ଗଳବାର ଚାଷୀମାନେ କରତାପଟା ବିଟ୍‌ ଅଧୀନରେ ଥିବା ଅନୁଗୋଳ-ଟିକରପଡା ପୂର୍ତ୍ତବିଭାଗ ରାସ୍ତାରେ ଥିବା ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି।

ବ୍ୟବହାରରେ ଆସୁନି କ୍ରାୟୋଷ୍ଟେଶନ

ବ୍ୟବହାରରେ ଆସୁନି କ୍ରାୟୋଷ୍ଟେଶନ

ବଅଁରପାଳ,୮।୧(ଡି.ଏନ.ଏ.)- ପ୍ରାଣୀଧନଙ୍କ ଅଭିବୃଦ୍ଧି ତଥା ସେମାନଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏ ବାବଦରେ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି। ହେଲେ ଅନେକ ସମୟରେ ଉକ୍ତ ଯୋଜନାର ଶତପ୍ରତିଶତ ସୁଫଳ ଗୋ-ପାଳକ ତଥା ପ୍ରାଣୀଧନ ରଖିଥିବା ଲୋକଙ୍କ ନିକଟରେ ପହଞ୍ଚିପାରୁ ନାହଁି। ସରକାରୀ ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଅନୁଗୋଳ ଜିଲାରେ ଧୀରେ ଧୀରେ ଗୋରୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଓ୍ବାର୍ଡମେମ୍ବର ଉପନିର୍ବାଚନ : ୭ ଓ୍ବାର୍ଡରେ ହେବ ନିର୍ବାଚନ, ୧୦ ନିର୍ଦ୍ୱନ୍ଦ୍ୱ

ଛେଣ୍ଡିପଦା, ୮।୧(ଡି.ଏନ.ଏ.)-ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଖାଲି ପଡିଥିବା ଓ୍ବାର୍ଡମେମ୍ବର ପଦବୀ ପାଇଁ ଉପନିର୍ବାଚନ ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୧୭ଟି ପଦବୀରେ ଏହି ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି।

ପଞ୍ଚାୟତର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ଦାବି

ପଞ୍ଚାୟତର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ଦାବି

ଅନୁଗୋଳ ଅଫିସ,୮।୧-ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ୨୦୧୭ରେ ନୂତନ ଭାବେ ବଡ଼ହିଂସର ଗ୍ରାମ ପଞ୍ଚାୟତ ଗଠନ କରାଯାଇଛି।

୧୩୭ ଅଭିଯୋଗର ଶୁଣାଣି

୧୩୭ ଅଭିଯୋଗର ଶୁଣାଣି

ତାଳଚେର,୮।୧(ନି.ପ୍ର.)- ତାଳଚେର ସଭାଗୃହରେ ସୋମବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩୭ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଗୁରୁଜାଙ୍ଗୁଲି ଗ୍ରାମର ଗଜେନ୍ଦ୍ର ନାଏକଙ୍କୁ ଚିକିତ୍ସା ନିମନ୍ତେ ୩୦ ହଜାର ଟଙ୍କା ରେଡକ୍ରସରୁ ସହାୟତା ପ୍ରଦାନ କରାଯାଇଥିଲା।

ଅସଦାଚରଣ ସହ ଆକ୍ରମଣ: ୪ ଅଭିଯୁକ୍ତ କୋର୍ଟଚାଲାଣ

କାମାକ୍ଷାନଗର, ୮।୧(ଡି.ଏନ.ଏ) - ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସମାଟାଙ୍ଗି ଗ୍ରାମରେ ରବିବାର ସନ୍ଧ୍ୟାରେ ଓ୍ବାର୍ଡମେମ୍ବର ନିର୍ବାଚନକୁ ନେଇ ଗଣ୍ଡଗୋଳ ହୋଇଛି। ଏ

ଗୁଳିମାଡ଼ରେ ଧାନ ବ୍ୟବସାୟୀ ମୃତ

ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଦଶମାଣପାଟଣା ଗ୍ରାମରେ ସୋମବାର ଗୁଳିମାଡରେ ଧାନ ବ୍ୟବସାୟୀ ଶରତ ବେହେରାଙ୍କ ମୃତ୍ୟୁ ଘଟିଛି। ଟଙ୍କା ମାଗିବାକୁ କେନ୍ଦ୍ରକରି ବିବାଦ ହୋଇଥିବାବେଳେ ଦଶମାଣପାଟଣା ଗ୍ରାମର ତପନ ନାୟକ ଶରତଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି। ଖବରପାଇ ମଧ୍ୟ ପୋଲିସ ବିଳମ୍ବରେ ପହଞ୍ଚିବା ଯୋଗୁ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।

ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ

କାମାକ୍ଷାନଗର, ୮।୧(ଡି.ଏନ.ଏ.)- କଙ୍କଡାହାଡ ବ୍ଲକ ବାଟଙ୍ଗା ପଞ୍ଚାୟତ ଚକୁଡିଆ ଗ୍ରାମରେ ଥିବା ମିନି ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀ ସୋମବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଭାଷାଜ୍ଞାନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବଇଣ୍ଡା,୮।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ରାମ ଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରିଧାରା ସାହିତ୍ୟ ସଂସଦ ପକ୍ଷରୁ ଶନିବାର ଭାଷାଜ୍ଞାନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ର

ବ୍ରାହ୍ମଣ ସମାଜର ବୈଠକ

ବଇଣ୍ଡା,୮।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ଶନିବାର ବଇଣ୍ଡା ବ୍ରାହ୍ମଣ ସମାଜର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ପଞ୍ଚଧାରା ମହିଳା କୃଷି ବିକାଶ ସମିତି ଗୃହ ଉଦ୍‌ଘାଟିତ

ବଇଣ୍ଡା,୮।୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଜନ ସଂସ୍ଥା ପକ୍ଷରୁ ମହିଳାଙ୍କ ବିକାଶ ପାଇଁ ପଞ୍ଚଧାରା ମହିଳା କୃଷି ବିକାଶ ସମିତି ଗୃହ ଉଦ୍‌ଘାଟିତ ହୋଇଯାଇଛି। ଠାକୁରଗଡ଼ ସରପଞ୍ଚ ପ୍ରତାପ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହକୁ ଉଦ୍‌ଘାଟନ କରିଥିଲେ।

ଅଟୋ-କାର ଧକ୍କାରେ ୩ ଆହତ

ବଅଁରପାଳ, ୮।୧(ଡି.ଏନ.ଏ.)- ନାଲ୍‌କୋ ମେନଗେଟ ଛକରେ ସୋମବାର ସକାଳେ ଅଟୋ କାର ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ହାତୀ ଛଡ଼ାଇନେଲା ସୁଖ

ହାତୀ ଛଡ଼ାଇନେଲା ସୁଖ

ରାସୋଳ, ୭ା୧- ରୋଗ ବଇରାଗ ହେଲେ ସ୍ତ୍ରୀ ଛାଇ ପରି ଜଗି ରହୁଥିଲା। ଖଟୁଥିଲୁ ଖାଉଥିଲୁ। ପେଟକୁ ନିଅଣ୍ଟ ହେଉ ନ ଥିଲା। ହେଲେ ହାତୀ ସବୁ ସୁଖ ଛଡ଼ାଇନେଲା। ଏବେ ଆହା କରିବାକୁ କେହି ନାହିଁ। ଘରେ ୨ ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଝିଅ। ରୋଗ ଘାଣ୍ଟୁଛି। ଦିନକୁ ଦିନ ଜୀବନ କଷ୍ଟକର ହୋଇପଡ଼ୁଥିବା କହିଛନ୍ତି କୃଷ୍ଣଚନ୍ଦ୍ର ବେହେରା।