ଅନଗୁଳ-ଢେଙ୍କାନାଳ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ: ଚାଷୀଙ୍କୁ ସମସ୍ତ ଯୋଜନା ଯୋଗାଇ ଦେବା ଉପରେ ଗୁରୁତ୍ୱ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ: ଚାଷୀଙ୍କୁ ସମସ୍ତ ଯୋଜନା ଯୋଗାଇ ଦେବା ଉପରେ ଗୁରୁତ୍ୱ

ବଇଣ୍ଡା,୨୯।୭(ଡି.ଏନ.ଏ.)- ଚାଷ କ୍ଷେତ୍ରରେ ଓଡ଼ିଶା ଭଲ ଉତ୍ପାଦନ କରୁଥିବା ଯୋଗୁ ଦେଶରେ କୃଷିକ୍ଷେତ୍ରରେ ପୁରସ୍କୃତ ହୋଇଛି। ଏହା ଓଡ଼ିଶାର ସମସ୍ତ ଚାଷୀଙ୍କ ପାଇଁ ଗର୍ବର ବିଷୟ। ସରକାର କୃଷକଙ୍କ ପାଇଁ ଅନେକ ଯୋଜନା ପ୍ରଚଳନ କରିଛନ୍ତି। ହେଲେ ଏସବୁ ଯୋଜନା ଠିକ୍‌ ଭାବେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଚାଷୀଙ୍କୁ ସମସ୍ତ ଯୋଜନା ଯୋଗାଇ ଦେବା ଉପରେ ସମସ୍ତ ଅଧିକାରୀମାନେ ଯତ୍ନବାନ ହୁଅନ୍ତୁ ବୋଲି ରବିବାର କିଶୋରନଗର ବ୍ଲକ ବାମୁର ସମବାୟ ସମିତିଠାରେ ଅନୁଷ୍ଠିତ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ଏହା କହିଛନ୍ତି। ସମବାୟ ସମିତିର ସଭାପତି ସଞ୍ଜୀବ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବଇଣ୍ଡା ଅନୁଗୋଳ ସଂଯୁକ୍ତ ବ୍ୟାଙ୍କର ନିର୍ଦ୍ଦେଶକ ବୈକୁଣ୍ଠ ବେହେରା ଯୋଗ ଦେଇଥିଲେ।

କାଉଡ଼ିଆଙ୍କ ବାଲେଶ୍ୱର ଯାତ୍ରା

କାଉଡ଼ିଆଙ୍କ ବାଲେଶ୍ୱର ଯାତ୍ରା

ବଅଁରପାଳ,୨୯।୭(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗିରଙ୍ଗ ସିଦ୍ଧେଶ୍ୱର ବୋଲବମ କମିଟିର ସଦସ୍ୟମାନେ ରବିବାର ବାଲେଶ୍ୱର ଯାତ୍ରା କରିଛନ୍ତି।

୩୦ରେ ପରଜଙ୍ଗ ଜନଶୁଣାଣି

ଢେଙ୍କାନାଳ ଅଫିସ, ୨୯।୭- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ୩୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।

ହୃଦ୍‌ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ

ହୃଦ୍‌ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ

ଅନୁଗୋଳ ଅଫିସ, ୨୯ା୭- ଚିକିତ୍ସାରେ ଅବହେଳାକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଜନୈକ ହୃଦ୍‌ରୋଗୀଙ୍କୁ ୧୦ଦିନ ପକାଇ ରଖିବା ପରେ କଟକ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ।

ପରିବେଶ ସନ୍ତୁଳନ ପାଇଁ ବାଘ ସଂରକ୍ଷଣ ଜରୁରୀ

ପରିବେଶ ସନ୍ତୁଳନ ପାଇଁ ବାଘ ସଂରକ୍ଷଣ ଜରୁରୀ

ବନ୍ତଳା,୨୯।୭(ଡି.ଏନ.ଏ.)- ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ପରୁଣାକୋଟ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନ୍ତର୍ଜାତୀୟ ବାଘ ଦିବସ ପାଳିତ ହୋଇଯାଇଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ନିୟୁଜ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚେତନତା ର଼୍ୟାଲି, ସଭା ଓ ବାଘ ସମ୍ବନ୍ଧୀୟ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍କୁଲ ଛାତ୍ରୀଛାତ୍ର୍ର, ଶିକ୍ଷୟିତ୍ରୀ ଶିକ୍ଷକ, ବେସରକାରୀ ଅନୁଷ୍ଠାନର ପ୍ରତିନିଧି, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଗୋଷ୍ଠୀଙ୍କ ସମେତ ୪ ଶହରୁ ଅଧିକ ବନକର୍ମଚାରୀ ଯୋଗ ଦେଇଥିଲେ।

ମାଛ ଜାଲରୁ ଅଜଗର ଉଦ୍ଧାର

ମାଛ ଜାଲରୁ ଅଜଗର ଉଦ୍ଧାର

ଅନୁଗୋଳ ଅଫିସ, ୨୯ା୭- ଅନୁଗୋଳ ଜିଲାର ଡେରଜାଙ୍ଗ ଡ୍ୟାମ୍‌ରୁ ଶନିବାର ମାଛଧରା ଜାଲରୁ ଏକ ୭ ଫୁଟର ଅଜଗର ଉଦ୍ଧାର କରାଯାଇଛି।

ଜିନ୍ଦଲ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ଚେତାବନୀ

କଣିହାଁ,୨୯।୭(ଡି.ଏନ.ଏ.)- କଣିହାଁ ବ୍ଲକ ଡେରେଙ୍ଗ ପଞ୍ଚାୟତ ସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ(ଜେଆଇଟିପିଏଲ) ପ୍ରକଳ୍ପର କ୍ଷତିଗ୍ରସ୍ତମାନେ ସେମାନଙ୍କ ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

 କୋଇଲା ସଙ୍କଟ ଜାରି: ଲୋ ଆମ୍ପିୟରରେ ଚାଲିଛି ପଟ୍‌ଲାଇନ

କୋଇଲା ସଙ୍କଟ ଜାରି: ଲୋ ଆମ୍ପିୟରରେ ଚାଲିଛି ପଟ୍‌ଲାଇନ

ବଅଁରପାଳ, ୨୯ା୭ (ଡି.ଏନ.ଏ.)- ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ସିପିପି ପ୍ଲାଣ୍ଟରେ ଏବେ କୋଇଲା ସଙ୍କଟ ଲାଗି ରହିଛି। ନାଲ୍‌କୋ ପାଖରେ କୋଇଲା ଖଣି ରହିଥିଲେ ମଧ୍ୟ ଏମ୍‌ସିଏଲ ପକ୍ଷରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହେଉ ନ ଥିବାରୁ ସିପିପିକୁ କୋଇଲା ପହଞ୍ଚି ପାରୁନାହିଁ। ଏଥିଯୋଗୁ ପ୍ଲାଣ୍ଟରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଫଳରେ କର୍ତ୍ତୃପକ୍ଷ ବାହାରୁ ଚଢାଦରରେ ବିଦ୍ୟୁତ୍‌ କିଣୁଥିବା ଜଣାପଡିଛି। ନାଲକୋ ସିପିପିରୁ ବିଦ୍ୟୁତ୍‌ ଶକ୍ତି ସ୍ମେଲଟର ପ୍ଲାଣ୍ଟକୁ ଯାଇଥାଏ। ହେଲେ ସିପିପିରେ ବିଦ୍ୟୁତ ଶକ୍ତି ହ୍ରାସ ପାଇବା ଯୋଗୁ ଏହାର କୁପ୍ରଭାବ ସ୍ମେଲଟର ପଟ୍‌ଲାଇନ ଉପରେ ପଡୁଛି।

ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଶହୀଦପୀଠରୁ ନିଆଗଲା ପୂଜା ମାଟି

ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଶହୀଦପୀଠରୁ ନିଆଗଲା ପୂଜା ମାଟି

ଭୁବନ,୨୯।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବା ଲାଗି ରବିବାର ପୂରୁଣା ଥାନା ନିକଟରୁ ମାଟି ପୂଜା କରାଯାଇ ନିଆଯାଇଛି।

ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ

ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ

ପରଜଙ୍ଗ,୨୯।୭(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପସି ଫରେଷ୍ଟ ସେକ୍ସନ ଅଧୀନ ପଥରଖମ୍ବ ନଣ୍ଡାବିରି ଜଙ୍ଗଲରେ କ୍ଷତାକ୍ତ ହୋଇ ବୁଲୁଥିବା ଏକ ଦନ୍ତା ହାତୀର ଚିକିତ୍ସା ରବିବାର ଆରମ୍ଭ ହୋଇଛି।

ସ୍ବାଧୀନତା ସଂଗ୍ରାମୀ ଭବନ ପଠାଗଲା ଶହୀଦପୀଠର ମାଟି

ସ୍ବାଧୀନତା ସଂଗ୍ରାମୀ ଭବନ ପଠାଗଲା ଶହୀଦପୀଠର ମାଟି

ତାଳଚେର,୨୯।୭(ନି.ପ୍ର.): ଶହୀଦ ସ୍ମୃତିସ୍ତମ୍ଭ ଲାଗି ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶହୀଦପୀଠର ପବିତ୍ର ମାଟିକୁ ରବିବାର ଭୁବନେଶ୍ୱରଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ଭବନକୁ ପଠାଯାଇଛି।

ଆମ ପୋଲିସ ସମିତିର ବୈଠକ: ଅପରାଧ ହ୍ରାସ ନେଇ ଆଲୋଚନା

ଆମ ପୋଲିସ ସମିତିର ବୈଠକ: ଅପରାଧ ହ୍ରାସ ନେଇ ଆଲୋଚନା

ବଅଁରପାଳ,୨୯।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ କୋଲୋନୀ ପରିସରରେ ରବିବାର ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନାଲ୍‌କୋ ଥାନାଧିକାରୀ ଗୀତାଞ୍ଜଳି ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ରାଷ୍ଟ୍ରୀୟ ଲୋକ ଅଦାଲତ: ଫଇସଲା ହେଲା ୨୧୩ ମାମଲା

ରାଷ୍ଟ୍ରୀୟ ଲୋକ ଅଦାଲତ: ଫଇସଲା ହେଲା ୨୧୩ ମାମଲା

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ଜିଲାର ବିଭିନ୍ନ କୋର୍ଟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆପୋସ ବୁଝାମଣା ମାଧ୍ୟମରେ ମୋଟ ୨୧୩ ମାମଲାର ଫଇସଲା କରାଯାଇଥିଲା।

୨ କିମି ଖଟିଆରେ ବୁହାହେଲେ ଗର୍ଭବତୀ

୨ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଢେଙ୍କାନାଳ ଅଫିସ, ୨୯।୭: ଶିଳ୍ପାୟନକୁ ନେଇ ଗର୍ବ କରୁଥିବା ଢେଙ୍କାନାଳରେ ବଦଳୁନି ସ୍ବାସ୍ଥ୍ୟସେବାର ଚିତ୍ର। ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନି ଜରୁରିକାଳୀନ ସେବା। କେତେବେଳେ ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ତ ଆଉ କେବେ ଚିକିତ୍ସା ଅବହେଳାରୁ ଯାଉଛି ପ୍ରସୂତିଙ୍କ ଜୀବନ।

ଜିଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଆହ୍ବାନ: ‘ସ୍ବଚ୍ଛତା ପ୍ରହରି ସାଜନ୍ତୁ ସ୍ବଚ୍ଛତାଗ୍ରାହୀ’

ଜିଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଆହ୍ବାନ: ‘ସ୍ବଚ୍ଛତା ପ୍ରହରି ସାଜନ୍ତୁ ସ୍ବଚ୍ଛତାଗ୍ରାହୀ’

ଢେଙ୍କାନାଳ ଅଫିସ, ୨୯।୭: ସହର ହେଉ ଅବା ଗ୍ରାମାଞ୍ଚଳ ଏବେ ସ୍ବଚ୍ଛତା ପାଲଟିଛି ପ୍ରମୁଖ ପ୍ରସଙ୍ଗ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଛନ୍ତି ଗୁରୁତ୍ୱ। ବିଶେଷ କରି ମଳମୁକ୍ତ ପରିବେଶ ଏବେକାର ସମୟ ପାଇଁ ବଡ଼ ଆହ୍ବାନ ପାଲଟିଛି।

ଲଜ୍ଜା ସହି ନ ପାରି ଛାତ୍ର ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ବାପା

ଲଜ୍ଜା ସହି ନ ପାରି ଛାତ୍ର ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ବାପା

ଭୁବନ, ୨୯।୭(ଡି.ଏନ୍‌.ଏ.): ଭିନ୍ନ ମୋଡ଼ ନେଇଛି ସୁରପ୍ରତାପପୁର ଛାତ୍ର ଆତ୍ମହତ୍ୟା ଘଟଣା। ମୃତଛାତ୍ର ମନୋଜ ପୁହାଣ (୧୪)ଙ୍କ ବାପା ଭରତ ପୁହାଣ ପୁଅକୁ ହତ୍ୟା କରାଯାଇଥିବା ଶନିବାର ଥାନାରେ ଅଭିଯୋଗ କରିଛନ୍ତି।

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବଅଁରପାଳ,୨୮।୭(ଡି.ଏନ.ଏ.)- ବଅଁରପାଳ ପିବିକେ ହାଇସ୍କୁଲ ପରିସରରେ ଶନିବାର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁରାତନ ଛାତ୍ରସଂଘ ସଭାପତି ସତ୍ୟବାନ ବରାହଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏନ୍‌ଟିପିସି କ୍ଷତିଗ୍ରସ୍ତଙ୍କ ରେଳରୋକୋ

ଏନ୍‌ଟିପିସି କ୍ଷତିଗ୍ରସ୍ତଙ୍କ ରେଳରୋକୋ

ତାଳଚେର,୨୮।୭ (ନି.ପ୍ର.)- ଏନ୍‌ଟିପିସି ଦ୍ୱାରା କ୍ଷତିଗ୍ରସ୍ତ ତଥା ଜମିହରା ପ୍ରଜା ଶନିବାର ୫ଦଫା ଦାବି ନେଇ ନୂଆବଲଣ୍ଡାଠାରେ ରେଳରୋକୋ ଆନ୍ଦୋଳନ କରିଥିଲେ। ଏଥିଯୋଗୁ ଏନ୍‌ଟିପିସିକୁ କୋଇଲା ପରବିହନ ବାଧାପ୍ରାପ୍ତ ହୋଇଥିଲା।

ଶୃଙ୍ଖଳିତ ହେବାକୁ ନବାଗତଙ୍କୁ ପରାମର୍ଶ

ଶୃଙ୍ଖଳିତ ହେବାକୁ ନବାଗତଙ୍କୁ ପରାମର୍ଶ

ତାଳଚେର,୨୮।୭ (ନି.ପ୍ର.)- ଗଡତଳ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ଶନିବାର କଲେଜ ପରିସରରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜକୁ ଶୃଙ୍ଖଳିତ ଓ ପରିମାର୍ଜିତ କରିବା ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ତାଲିମ ନେଲେ ୩୧ ଓ୍ବାର୍ଡମେମ୍ବର

ତାଲିମ ନେଲେ ୩୧ ଓ୍ବାର୍ଡମେମ୍ବର

ବଇଣ୍ଡା,୨୮।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ବଣିନାଳୀ ବିଶ୍ୱ ଯୁବକେନ୍ଦ୍ର ପରିସରରେ ଗତ ତିନିଦିନ ଧରି ଚାଲିଥିବା ଓ୍ବାର୍ଡମେମ୍ବର ତାଲିମ ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଶ୍ୱ ଯୁବକେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଯୋଗଦେଇ ତାଲିମ ଶିବିର ସମ୍ପର୍କରେ ପରାମର୍ଶ ଦେଇଥିଲେ।

 ପାଲଲହଡ଼ାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପାଲଲହଡ଼ାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପାଲଲହଡ଼ା, ୨୮।୭(ଡି.ଏନ.ଏ.)- ପାଲଲହାଡ଼ା ଷ୍ଟାଡିୟମଠାରେ ଶନିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରିମାଣ୍ଡ ଶେଷ, ଜେଲ୍‌ ଗଲେ ଡକାୟତ

ଅନୁଗୋଳ ଅଫିସ, ୨୮ା୭- ଅନୁଗୋଳ ଓ ରାଉରକେଲାରେ ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ହୋଇଥିବା ୨ ଡକାୟତଙ୍କୁ ଅନୁଗୋଳ ପୋଲିସ ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ଶୁକ୍ରବାର ରିମାଣ୍ଡ ଅବଧି ଶେଷ ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି।

ସାମୂହିକ ପ୍ରଚେଷ୍ଟାରେ କମିବ ଆପରାଧିକ କାର୍ଯ୍ୟ

ପରଜଙ୍ଗ, ୨୮ା୭(ଡି.ଏନ୍‌.ଏ.)- ୧୮ବର୍ଷରୁ କମ୍‌ ବୟସରେ ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ବାଳ ଅପରାଧୀ ଭାବେ ବିଚାର କରାଯାଏ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବିଚାର ପ୍ରକ୍ରିୟା ରହିଛି। ବିଭିନ୍ନ କାରଣରୁ ଚପଳମତି ବୟସରେ ସେମାନେ ଅପରାଧ ଦୁନିଆରେ ଛନ୍ଦି ହୋଇପଡ଼ିଥାନ୍ତି। ସେମାନଙ୍କୁ ଏଥିରୁ ମୁକ୍ତ କରି ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଏକ ପ୍ରକାର ଆହ୍ବାନ। ପ୍ରତି ନାଗରିକଙ୍କ ଏହା ନୈତିକ କର୍ତ୍ତବ୍ୟ। ସାମୂହିକ ପ୍ରଚେଷ୍ଟାରେ ହିଁ ଅପରାଧ କମିପାରିବ ବୋଲି କହିଛନ୍ତି ପରଜଙ୍ଗ ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍‌ଏଫ୍‌ସି ଲୋକନାଥ ମିଶ୍ର। ପରଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶୁକ୍ରବାର ଅନୁଷ୍ଠିତ ବାଳ ଅପରାଧ ଆଇନ ଏବଂ ବାଧ୍ୟତାମୂଳକ ମାଗଣା ଶିକ୍ଷା ସମ୍ପର୍କିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏପରି ଆହ୍ବାନ କରିଛନ୍ତି।

ଡିକି ଭାଙ୍ଗି ୧.୩୫ ଲକ୍ଷ ଲୁଟ୍‌

ଡିକି ଭାଙ୍ଗି ୧.୩୫ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୨୮।୭- ଢେଙ୍କାନାଳ ଜିଲା ଗଁଦିଆ ଥାନା ଷଡ଼ଙ୍ଗୀ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ନିକଟ ଏକ ଜେରକ୍ସ ଦୋକାନ ସମ୍ମୁଖରୁ ଶୁକ୍ରବାର ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ଲକ୍ଷ ୩୫ହଜାର ଟଙ୍କା ଲୁଟି ନେଇଛନ୍ତି। ମନ୍ଦାର ପଞ୍ଚାୟତ ଦଲାର ଗ୍ରାମର ପ୍ରଣବ ଦାସ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ।