ଅନଗୁଳ-ଢେଙ୍କାନାଳ

ସମାଜ ଗଠନରେ ଦିବ୍ୟାଙ୍ଗଙ୍କ ଭୂମିକା ଅତୁଳନୀୟ

ସମାଜ ଗଠନରେ ଦିବ୍ୟାଙ୍ଗଙ୍କ ଭୂମିକା ଅତୁଳନୀୟ

ଢେଙ୍କାନାଳ ଅଫିସ, ୩୦।୯- ଢେଙ୍କାନାଳରେ ଶନିବାର ଅନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ବିଭାଗ, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଜିଲା ବଧିର ସଂଘର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା ମିନି ଷ୍ଟାଡିୟମରୁ ବାହାରି ଗୁଡ଼ିଆନାଳୀ କଲ୍ୟାଣ ମଣ୍ଡପ ଯାଏ ଯାଇଥିଲା।

ଏସ୍‌ପିଙ୍କ ନିକଟରେ ଅଭିଯୋଗ : ଜରିମାନାର ରସିଦ୍‌ ଦେଉନି ପୋଲିସ

ଏସ୍‌ପିଙ୍କ ନିକଟରେ ଅଭିଯୋଗ : ଜରିମାନାର ରସିଦ୍‌ ଦେଉନି ପୋଲିସ

ବଇଣ୍ଡା, ୩୦।୯(ଡି.ଏନ.ଏ.)- ଦୁର୍ଘଟଣା ରୋକିବା ତଥା ଲୁଟେରାଙ୍କୁ  କାବୁ କରି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କିଛି ମାସ ହେବ ହାଇଓ୍ବେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ହେଲେ ବଇଣ୍ଡାରୁ ଆଠମଲ୍ଲିକ ପର୍ଯ୍ୟନ୍ତ  କରାଯାଉଥିବା ପାଟ୍ରୋଲିଂ ଅବ୍ୟବସ୍ଥା ହେବା ସହ ଗାଡିମୋଟର ଯାଞ୍ଚବେଳେ ଜରିମାନା ଆଦାୟରେ ଅନିୟମିତତା କରାଯାଉଥିବା ଗୁଣ୍ଡୁରୀ ଗ୍ରାମବାସୀ ଶନିବାର ଜିଲା ଏସ୍‌ପିଙ୍କଠାରେ ଅଭିଯୋଗ କରିଛନ୍ତି। 

ଶ୍ୱଶୁରଙ୍କୁ ବୋହୂର ମାଡ଼ ଅଭିଯୋଗ, ୨ ମାମଲା

ଶ୍ୱଶୁରଙ୍କୁ ବୋହୂର ମାଡ଼ ଅଭିଯୋଗ, ୨ ମାମଲା

ଅନୁଗୋଳ ଅଫିସ, ୩୦ା୯- ଅନୁଗୋଳ ହେମସୁରପଡ଼ାର ଶ୍ରୀକାନ୍ତ ମାହାଳିକଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଶନିବାର ଥାନାରେ ଅଭିଯୋଗ ହୋଇଛି।

 ବିଭାଗର ବିଚିତ୍ର ନୀତି: ବିଜୁଳି ସଂଯୋଗ ନାହିଁ, ପହଞ୍ଚତ୍ଲା ବିଲ୍‌

ବିଭାଗର ବିଚିତ୍ର ନୀତି: ବିଜୁଳି ସଂଯୋଗ ନାହିଁ, ପହଞ୍ଚତ୍ଲା ବିଲ୍‌

ଅନୁଗୋଳ ଅଫିସ, ୩୦ା୯- ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇନି। ହେଲେ ବିଭାଗୀୟ କର୍ମଚାରୀ ଆସି ଧରାଇ ଦେଇଛନ୍ତି ୧୦୭୨ ଟଙ୍କାର ବିଲ୍‌। ଏହା ଦେଖି ତାଜୁବ ହୋଇ ଯାଇଥିଲେ ଅନୁଗୋଳ ଜିଲା ବାରମଞ୍ଚା ଗ୍ରାମର କୁନା ମୁଖି। ଏ ନେଇ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ଆପଣଙ୍କୁ ବିଲ୍‌ ଭରିବାକୁ ପଡିବ ବୋଲି କହି କର୍ମଚାରୀ ଜଣକ ପଳାଇଥିବା କୁନା ଅଭିଯୋଗ କରିଛନ୍ତି। ଏହି ଘଟଣା ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି।

 ମିଳିତ ମଞ୍ଚର ବୈଠକ : ନିର୍ବାଚନରେ ଅସହଯୋଗ ଚେତାବନୀ

ମିଳିତ ମଞ୍ଚର ବୈଠକ : ନିର୍ବାଚନରେ ଅସହଯୋଗ ଚେତାବନୀ

ଢେଙ୍କାନାଳ ଅଫିସ, ୩୦ା୯- ଢେଙ୍କାନାଳ ଓଷ୍ଟା ସଂଘ କାର୍ଯ୍ୟାଳୟରେ ଜିଲା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ୬୬୨ ବର୍ଗ କଲେଜ ସଂଘର ଜିଲା ସଭାପତି ବିଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମିଳିତ ମଞ୍ଚର ଆବାହକ ଗୋଲୋକ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

୨ ଗୋଷ୍ଠୀ ବିବାଦ, କଲେଜ ଗେଟରେ ତାଲା

୨ ଗୋଷ୍ଠୀ ବିବାଦ, କଲେଜ ଗେଟରେ ତାଲା

ବନ୍ତଳା, ୩୦।୯ (ଡ଼ି.ଏନ.ଏ)- ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଶନିବାର ବନ୍ତଳା ଉଚ୍ଚ ଶିକ୍ଷା ଡିଗ୍ରୀ ମହାବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କଲେଜର ଜଣେ ଛାତ୍ରଙ୍କ ପାଖକୁ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ମୋବାଇଲରେ ଧମକ ଆସିବା ନେଇ କଲେଜ ପରିସର ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। 

 ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା: ମୃତଦେହ ରଖି  ରାସ୍ତାରୋକୋ

ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା: ମୃତଦେହ ରଖି ରାସ୍ତାରୋକୋ

ବଇଣ୍ଡା,୩୦।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମର ମନୁ ବେହେରା(୪୫)ଙ୍କ ଶନିବାର ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହ ଗ୍ରାମକୁ ଆଣିଥିବା ଏକ ଆମ୍ବୁଲାନ୍ସ(ନଂ. ଓଆର୦୫ଏଏସ୭୪୧୩)କୁ ଅଟକାଇବା ସହ କ୍ଷତିପୂରଣ ଯୋଗାଇଦେବା ଦାବିରେ ପାଇକସାହି-ମୁଣ୍ଡାସାହି ରାସ୍ତାରେ ମୃତଦେହ ରଖି ଅବରୋଧ କରିଥିଲେ। 

ସମଲ ଥାନା  ଅଞ୍ଚଳରେ ୨୧ ହାତୀ

ସମଲ ଥାନା ଅଞ୍ଚଳରେ ୨୧ ହାତୀ

କଣିହାଁ,୩୦।୯(ଡି.ଏନ.ଏ.)- କଣିହାଁ ବ୍ଲକ ତାଳଚେର ବନାଞ୍ଚଳ ଅଧୀନ ସମଲ ଥାନା ଅଞ୍ଚଳରେ ଶନିବାର ରାତିରେ ୨୧ଟି ହାତୀ ପ୍ରବେଶ କରିଛନ୍ତି। ତୁମୁଗୁଳା ଗ୍ରାମ ନିକଟ ପାର୍ଶ୍ୱବର୍ତ୍ତୀ  ଅଞ୍ଚଳକୁ ହାତୀଦଳ  ଆସି ଗ୍ରାମାଭିମୁଖୀ ହେବା ପରେ ଜନ ବସତି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣିହାଁ,୩୦।୯(ଡି.ଏନ.ଏ.)- କଣିହାଁ ବ୍ଲକ ଏନ୍‌ଟିପିସି ପ୍ରକଳ୍ପ ସିଆଇଏସ୍‌ଏଫ କଲୋନୀର ଏକ କ୍ୱାର୍ଟର୍ସରୁ ଶୁକ୍ରବାର ସାରେ ପୋଲିସ, ତହସିଲଦାରଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ରେନସୀ ଗୌତମ। ଶନିବାର ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହୋଇ ନ ଥିବାବେଳେ ରେନସୀଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। 

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସମୀକ୍ଷା:ସାରା ରାଜ୍ୟରେ ଲାଗିବ ୩୫ଲକ୍ଷ ଚାରା

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସମୀକ୍ଷା:ସାରା ରାଜ୍ୟରେ ଲାଗିବ ୩୫ଲକ୍ଷ ଚାରା

ଢେଙ୍କାନାଳ ଅଫିସ, ୩୦ା୯:ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ମୋହନ ପଟ୍ଟନାୟକ ଶନିବାର ଢେଙ୍କାନାଳ ଗସ୍ତରେ ଆସି ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରିବାରେ ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ଆକାଉଣ୍ଟରୁ ୮୦ ହଜାର ଲୁଟ୍‌

ଆକାଉଣ୍ଟରୁ ୮୦ ହଜାର ଲୁଟ୍‌

ବଇଣ୍ଡା, ୨୯।୯(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପାଇକସାହି ଗ୍ରାମର ସନ୍ତୋଷ କୁମାର ସ୍ବାଇଁଙ୍କ ବ୍ୟାଙ୍କ ଆକାଉଣ୍ଟରୁ କେହି ୮୦ ହଜାର ଟଙ୍କା ଲୁଟ୍‌ କରିନେଇଛି। ଏ ନେଇ ସେ ଶନିବାର ଠାକୁରଗଡ ଥାନାରେ ଅଭିଯୋଗ କରିଛନ୍ତି।

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ଭୁବନ ୨୯।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଜେଏମ୍‌ଏଫ୍‌ସି ପକ୍ଷରୁ ଶୁକ୍ରବାର ନୀଳକଣ୍ଠପୁର ନୋଡ଼ାଲ ସ୍କୁଲ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। 

ଭାଲୁ ଆକ୍ରମଣରେ ଗୁରୁତରଙ୍କୁ  ବନ ବିଭାଗର ଅଣଦେଖା ଅଭିଯୋଗ

ଭାଲୁ ଆକ୍ରମଣରେ ଗୁରୁତରଙ୍କୁ ବନ ବିଭାଗର ଅଣଦେଖା ଅଭିଯୋଗ

ପରଜଙ୍ଗ, ୨୯।୯(ଡି.ଏନ୍‌.ଏ.)-କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅଧୀନ ବାଘମୁଣ୍ଡା ଗ୍ରାମର ସୁଶାନ୍ତ ସିଂ ଶନିବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଭୋର୍‌ ସମୟରେ ଘର ନିକଟ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବାବେଳେ ସେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଚିତ୍କାର ଶୁଣି ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ଆଣିଥିଲେ। 

ମଦ ଜବତ ଜଣେ ଗିରଫ

ମଦ ଜବତ ଜଣେ ଗିରଫ

ଭୁବନ, ୨୯।୯(ଡି.ଏନ୍‌.ଏ.)-ଢେଙ୍କାନାଳ ମୋବାଇଲ୍‌ ସ୍କ୍ବାଡ୍‌ ଏବଂ ପରଜଙ୍ଗ ଅବକାରୀ ବିଭାଗ ପକ୍ଷରୁ କନ୍ଦରସିଂହା ଗ୍ରାମରେ ଶନିବାର ମିଳିତ ଚଢ଼ାଉ କରାଯାଇ ୬ଲିଟର ମହୁଲି ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ବୁଟୁ ନାଏକ ଗିରଫ ହୋଇଛନ୍ତି। 

ପରଜଙ୍ଗରେ ମହିଳା ବିଜେଡିର ମହାସମାବେଶ : କନ୍ୟା ସନ୍ତାନକୁ ପ୍ରାଥମିକତା ଦେବାକୁ ଆହ୍ବାନ

ପରଜଙ୍ଗରେ ମହିଳା ବିଜେଡିର ମହାସମାବେଶ : କନ୍ୟା ସନ୍ତାନକୁ ପ୍ରାଥମିକତା ଦେବାକୁ ଆହ୍ବାନ


ପରଜଙ୍ଗ, ୨୯।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ପୁରୁଷ ଏବଂ ମହିଳା ଅନୁପାତ ଅତି ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଏବେ ଜିଲାରେ ୧୦୦୦ ପୁଅରେ ଝିଅ ସଂଖ୍ୟା ୮୬୦।

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ


ବଇଣ୍ଡା,୨୯।୯(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ କୁରୁମଟାବ ପଞ୍ଚାୟତ ସଭାଗୃହ ପରିସରରେ ଶନିବାର ଠାକୁରଗଡ଼ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ  ଅନୁଷ୍ଠିତ ହୋଇଯାଇଛି। 

ନାଲ୍‌କୋ ଲେଡିଜ କ୍ଲବ ପକ୍ଷରୁ  ରକ୍ତଦାନ ଶିବିର

ନାଲ୍‌କୋ ଲେଡିଜ କ୍ଲବ ପକ୍ଷରୁ ରକ୍ତଦାନ ଶିବିର


ବଅଁରପାଳ, ୨୯।୯(ଡି.ଏନ.ଏ.)-  ନାଲ୍‌କୋ ଲେଡିଜ କ୍ଲବ ପକ୍ଷରୁ  ଶନିବାର ଏକ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା। ନାଲ୍‌କୋ ଇଡି ରାଜ କିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଜିଲା ମୁଖ୍ୟ ଚିକିତ୍ସାଳୟରେ  ଅଗ୍ନିକାଣ୍ଡ

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ


ଢେଙ୍କାନାଳ ଅଫିସ, ୨୯।୯- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ  ଶନିବାର ଅଗ୍ନିକାଣ୍ଡ ଘଟିଛି। ୫ ମହଲାର ସର୍ଜରୀ ଓ୍ବାର୍ଡ଼ ନିକଟରେ ଥିବା ଏକ ପ୍ରକୋଷ୍ଠରେ ବେଆଇନ ଭାବେ ଚାଲିଥିବା ଏକ କ୍ୟାଣ୍ଟିନରେ ଗ୍ୟାସ ଫାଟି ଯିବାରୁ ଅଗ୍ନିକାଣ୍ଡ ଘଟିଥିଲା।

ସହଯୋଗ ଲୋଡ଼ିଲେ, ସଚେତନ କଲେ

ସହଯୋଗ ଲୋଡ଼ିଲେ, ସଚେତନ କଲେ

ବନ୍ତଳା,୨୯।୯(ଡି.ଏନ.ଏ.)- ବାଘୁଣୀ ଥିବା ଖବରପାଇ ତରଣ୍ଡା ଗ୍ରାମରେ ପହଞ୍ଚିଥିବା ଡବ୍ଲ୍ୟୁଆଇଆଇ, କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପ ଓ ସାତକୋଶିଆ ଟିମ୍‌ର ବିଶେଷଜ୍ଞମାନେ ଗ୍ରାମବାସୀଙ୍କୁ ବାଘ ସମ୍ପର୍କରେ ସଚେତନ କରୁଥିବା ଦେଖାଯାଇଥିଲା। ବିଶେଷଜ୍ଞମାନେ କହିଥିଲେ ଯେ, ବାଘ ବଞ୍ଚତ୍ଲେ ଗଁାର ବିକାଶ ହେବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। 

ଯୋଡ଼ିହେବ ଜନ୍ତାରିବୋଲ-ଡୁବୁରି

ଯୋଡ଼ିହେବ ଜନ୍ତାରିବୋଲ-ଡୁବୁରି

କାମାକ୍ଷାନଗର, ୨୯।୯(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ ରାସ୍ତାର ଜନ୍ତାରିବୋଲଠାରୁ ଡୁବୁରି ଯାଏ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିବ।

 କଲେଜରେ ପ୍ରଥମ ସେମିଷ୍ଟର ଫଳ ବାହାରି ନ ଥିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ଅନୁଗୋଳ ବାସିନ୍ଦା

କଲେଜରେ ପ୍ରଥମ ସେମିଷ୍ଟର ଫଳ ବାହାରି ନ ଥିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ଅନୁଗୋଳ ବାସିନ୍ଦା

ଅନୁଗୋଳ ଅଫିସ, ୨୯ା୯- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ୫ମ ସେମିଷ୍ଟାର ପରୀକ୍ଷା ଚାଲିଥିଲେ ବି ଏଯାଏ ପ୍ରଥମ ସେମିଷ୍ଟର ଫଳ ପ୍ରକାଶ ପାଇନାହିଁ। 

ଉତ୍ତେଜନା, ଡିଏଫ୍‌ଓଙ୍କୁ ଘେରାଉ

ଉତ୍ତେଜନା, ଡିଏଫ୍‌ଓଙ୍କୁ ଘେରାଉ

ବଇଣ୍ଡା,୨୯।୯(ଡି.ଏନ.ଏ.)- ସାତକୋଶିଆ ଛାଡ଼ି ଧଣ୍ଡାତୋପା ଓ ଆଠମଲ୍ଲିକ ରେଞ୍ଜରେ ସୁନ୍ଦରୀ କିଛିଦିନ ହେଲା ଆତଙ୍କ ସୃଷ୍ଟି କରିଛି। ଜଙ୍ଗଲ ନିକଟ ବିଭିନ୍ନ ଗ୍ରାମକୁ ପଶି ଗୋରୁଙ୍କୁ ଆକ୍ରମଣ କରୁଛି। ଶୁକ୍ରବାର ତରଣ୍ଡା ଗ୍ରାମରେ ସୁନ୍ଦରୀ ଥିବା ଜଣାପଡ଼ିବା ପରେ ବି ତାହାକୁ କାବୁ କରିବାରେ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ବିଫଳ ହୋଇଥିଲା। 

ଡକାୟତି ଉଦ୍ୟମ ପଣ୍ଡ, ୫ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୫ଗିରଫ


ଓଡ଼ାପଡ଼ା, ୨୯।୯(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଗଣ୍ଠିଗାଡ଼ିଆ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଡକାୟତି ଉଦ୍ୟମ କରୁଥିବା ବେଳେ ୫ଜଣଙ୍କୁ ପୋଲିସ ଗିରଫ କରିଛି। 

 ଜିଲା ମୁଖ୍ୟ ଚିକିତ୍ସାଳୟ: ଆଶୁ ଚିକିତ୍ସା ବିଭାଗରେ ପଡ଼ିବ ଶହେ ଚୌକି

ଜିଲା ମୁଖ୍ୟ ଚିକିତ୍ସାଳୟ: ଆଶୁ ଚିକିତ୍ସା ବିଭାଗରେ ପଡ଼ିବ ଶହେ ଚୌକି

ଅନୁଗୋଳ ଅଫିସ, ୨୯ା୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲା ଓ ଜିଲା ବାହାରୁ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ଯୋଗୁ ସେମାନଙ୍କୁ ସୁବିଧାରେ ଟିକେଟ ପ୍ରଦାନ ଓ ଧାଡ଼ିରେ ଦୀର୍ଘ ସମୟ ଧରି ଛିଡା ହେବା ବଦଳରେ ଚୌକିର ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍‌ଓ ଶିବ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏଥିଯୋଗୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପକୃତ ହେବେ ବୋଲି ପାଢୀ ପ୍ରକାଶ କରିଛନ୍ତି।