ଅନଗୁଳ-ଢେଙ୍କାନାଳ

ନିହାର ରଞ୍ଜନ ସାହୁଙ୍କ ମୃତ୍ୟୁ ଘଟଣାକୁ ମାସେ ପୂରିଲା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ

ନିହାର ରଞ୍ଜନ ସାହୁଙ୍କ ମୃତ୍ୟୁ ଘଟଣାକୁ ମାସେ ପୂରିଲା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ

ଅନୁଗୋଳ ଅଫିସ, ୯ା୮: ଅନୁଗୋଳ କୁମଣ୍ଡ ଭଣ୍ଡବର ଅଞ୍ଚଳରେ ନିହାର ରଞ୍ଜନ ସାହୁଙ୍କ ମୃତ୍ୟୁ ଘଟଣାକୁ ମାସେ ପୂରିଥିଲେ ମଧ୍ୟ ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏ ନେଇ ବୁଧବାର ସନ୍ଧ୍ୟାରେ ନିହାରଙ୍କ ଗଁା ଜରାସିଙ୍ଗା ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ସେମାନେ ଅନୁଗୋଳ-ଛେଣ୍ଡିପଦା ରାସ୍ତାକୁ ଅବରୋଧ କରିଥିଲେ।

ହାଟପଦାରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ: ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ହାଟପଦାରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ: ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଛେଣ୍ଡିପଦା, ୯ା୮(ଡି.ଏନ.ଏ.): ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ତୁକୁଡା ହାଟପଦାଠାରେ ବୁଧବାର ରାତିରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତୁକୁଡ଼ା ଗ୍ରାମର ରବୀନ୍ଦ୍ର ସାହୁ(୩୮)। ଘଟଣାରୁ ପ୍ରକାଶ, ରାତି ପ୍ରାୟ ସାଢେ ୯ଟାରେ ଏକ ଟ୍ରକ୍‌ ଅନୁଗୋଳ ଆଡୁ ସମ୍ବଲପୁର ଅଭିମୁଖେ ଯାଉଥିଲା।

ଫୁଲ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଫୁଲ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୋଳ ଅଫିସ, ୯ା୮: ଅନୁଗୋଳ ଥାନା ଅମଲାପଡ଼ା ଜୟଦୁର୍ଗା ବଜାରର ଫୁଲ ବ୍ୟବସାୟୀ ଦୀପକ ମିଶ୍ରଙ୍କ ଉପରେ ବୁଧବାର ମରଣାନ୍ତକ ଆକ୍ରମଣ ହୋଇଛି। ଦୋକାନରେ ସେ ପୂଜା କରୁଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଭାଇ ସନ୍ତୋଷ କୁମାର ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଟ୍ରକ୍‌ରେ ତାର ଲାଗି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଟ୍ରକ୍‌ରେ ତାର ଲାଗି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଛେଣ୍ଡିପଦା,୮ା୮(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା-କୋରଡା ପୂର୍ତ୍ତ ବିଭାଗ ରାସ୍ତାର ଝିଣ୍ଟିପାଳ ଗ୍ରାମରେ ବୁଧବାର ଅପରାହ୍ନ ପ୍ରାୟ ୩ଟାରେ ଏକ ଟ୍ରକ୍‌ରେ ବିଦ୍ୟୁତ୍‌ ଲାଗି ୨ଟି ଖୁଣ୍ଟ ଭାଙ୍ଗି ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

ଶିଶୁର ମାନସିକ ଅଭିବୃଦ୍ଧି କରାଏ ସ୍ତନ୍ୟପାନ

ଶିଶୁର ମାନସିକ ଅଭିବୃଦ୍ଧି କରାଏ ସ୍ତନ୍ୟପାନ

ତାଳଚେର, ୮ା୮(ନି.ପ୍ର.)- ସ୍ବେଚ୍ଛାସେବୀ ସଙ୍ଗଠନ ସୋସିଆଲ ଡେଭେଲପ୍‌ମେଣ୍ଟ ଫାଉଣ୍ଡେଶନ୍‌, ସମନ୍ବିତ ଶିଶୁ ସେବା ପ୍ରକଳ୍ପ ଏବଂ ବ୍ଲକ ପ୍ରଶାସନର ସହଯୋଗରେ କଣିହାଁ ସ୍ଥିତ ପବିତ୍ର ମୋହନ ସଭାଗୃହଠାରେ ମଙ୍ଗଳବାର ବିଶ୍ୱ ସ୍ତନ୍ୟପାନ ସେବା ସପ୍ତାହ-୨୦୧୮ ପାଳନ କରାଯାଇଛି।

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା; ଢେଙ୍କାନାଳକୁ ୬ ସ୍ବର୍ଣ୍ଣ ସହ ୧୪ ପଦକ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା; ଢେଙ୍କାନାଳକୁ ୬ ସ୍ବର୍ଣ୍ଣ ସହ ୧୪ ପଦକ

ଢେଙ୍କାନାଳ ଅଫିସ, ୮।୮-କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୩୩ତମ ରାଜ୍ୟସ୍ତରୀୟ କ୍ୟୁରୋଭି ଟାଏକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲା ଟାଏକୋଣ୍ଡୋ ଆସୋସିଏଶନର ପ୍ରତିଯୋଗୀ କୃତିତ୍ୱ ଅର୍ଜନ କରିଛନ୍ତି। ପ୍ରତିଯୋଗିତାରେ ୨୫ ପ୍ରତିଯୋଗୀ ଭାଗ ନେଇଥିଲେ। ଜିଲାକୁ ୬ ସ୍ବର୍ଣ୍ଣ, ୩ ରୌପ୍ୟ, ୫ ବ୍ରୋଞ୍ଜ୍‌ ସହ ମୋଟ ୧୪ ପଦକ ମିଳିଛି।

ଅସାମାଜିକଙ୍କ ଦୌରାତ୍ମ୍ୟ ; ଗ୍ରାମବାସୀ ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ

ଅସାମାଜିକଙ୍କ ଦୌରାତ୍ମ୍ୟ ; ଗ୍ରାମବାସୀ ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ୍‌, ୮ା୮- ଢେଙ୍କାନାଳ ଜିଲା ସଦର ଥାନା ବଳବନ୍ତପୁର-ଶାସନ ଗ୍ରାମରେ ସପ୍ତାହେ ହେଲା ଥାନା, ଫାଣ୍ଡିରେ ମାମଲା ଓ ଓ୍ବାରେଣ୍ଟି ଥିବା ଅଭିଯୁକ୍ତଙ୍କ ଦୌରାତ୍ମ୍ୟରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି।

କାନ୍ଥ ଭୁଶୁଡ଼ି ୫ ବର୍ଷର ଶିଶୁ ମୃତ

କାନ୍ଥ ଭୁଶୁଡ଼ି ୫ ବର୍ଷର ଶିଶୁ ମୃତ

ଢେଙ୍କାନାଳ ଅଫିସ୍‌, ୮ା୮- ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଗୁଣ୍ଡୁରାପଶି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି।

ଫୁଲ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ଫୁଲ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୋଳ ଅଫିସ୍‌, ୮ା୮- ଅନୁଗୋଳର ଜଣେ ଫୁଲ ବ୍ୟବସାୟୀ ଦୀପକ ମିଶ୍ରଙ୍କ ଉପରେ ବୁଧବାର ମରଣାନ୍ତକ ଆକ୍ରମଣ ହୋଇଛି।

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ ଘଟଣା: ରାସ୍ତା ପାର୍ଶ୍ୱରୁ ମିଳିଲା ଲୁଟ୍‌ ଜିନିଷ

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ ଘଟଣା: ରାସ୍ତା ପାର୍ଶ୍ୱରୁ ମିଳିଲା ଲୁଟ୍‌ ଜିନିଷ

ଛେଣ୍ଡିପଦା,୮।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ -ବାଗେଡ଼ିଆ ରାସ୍ତାର ପୁରୁଣାଗଡ଼ ହାଇସ୍କୁଲ ଛକ ରାସ୍ତା ପାଶର୍‌ବରେ ଏକ ଏୟାର ବ୍ୟାଗ ପଡ଼ିଥିବା ବୁଧବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ବିଜ୍ଞାନ, କଳା ପ୍ରଦର୍ଶନୀ ଉଦ୍‌ଘାଟିତ: ୧୨୦ ପ୍ରକଳ୍ପ ପ୍ରଦର୍ଶିତ

ବିଜ୍ଞାନ, କଳା ପ୍ରଦର୍ଶନୀ ଉଦ୍‌ଘାଟିତ: ୧୨୦ ପ୍ରକଳ୍ପ ପ୍ରଦର୍ଶିତ

ବଅଁରପାଳ,୮।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସରସ୍ବତୀ ବିଦ୍ୟା ମନ୍ଦିର ପରିସରରେ ବୁଧବାର ବିଜ୍ଞାନ ଓ କଳା ପ୍ରଦର୍ଶନୀ ଆରମ୍ଭ ହୋଇଛି। ନାଲ୍‌କୋ ଇଡି ରାଜକିଶୋର ମିଶ୍ର ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୧୨୦ ବିଜ୍ଞାନ ପ୍ରକଳ୍ପ ଓ ୧୦୦ ଚିତ୍ର କଳା ପ୍ରଦର୍ଶନ ହୋଇଥିଲା।

ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, ତଲାସି ଜାରି

ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, ତଲାସି ଜାରି

ପରଜଙ୍ଗ,୮।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ ଅଧୀନ ସରାଙ୍ଗ ଅନନ୍ତ ଶୟନ ପୀଠ ନିକଟରେ ବୁଧବାର ସକାଳେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରୁ ଜଣେ ଯୁବକ ଭାସି ଆସୁଥିବା କିଛି ମହିଳା ଦେଖିବାକୁ ପାଇଥିଲେ। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ପରଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ପହଞ୍ଚି ବୋଟ୍‌ ସାହାଯ୍ୟରେ ତଲାସି ଅଭିଯାନ ଚଳାଇଛନ୍ତି।

ପିଟିସିରୁ ବିଦା ହେଲେ ଦୁଇ କନଷ୍ଟେବଳ

ଅନୁଗୋଳ ଅଫିସ, ୮ା୮ ଅନୁଗୋଳ ପିଟିସି କଲେଜରୁ ଫେରାର ରହିଥିବା ଯାଜପୁର ଜିଲାର ଜଣେ ମହିଳା ଓ ବ୍ରହ୍ମପୁରର ଜଣେ ପୁରୁଷ କନଷ୍ଟେବଳଙ୍କୁ ଟ୍ରେନିଂ କଲେଜରୁ ମଙ୍ଗଳବାର ବିଦା କରି ଦିଆଯାଇଛି। ଏଥିସହ ବର୍ତ୍ତମାନ ଚାଲୁଥିବା ଟ୍ରେନିଂରେ ଉଭୟ ଅନ୍‌ଫିଟ୍‌ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଉଭୟଙ୍କ ବୟାନ ରେଡର୍କ କରାଯିବା ସହ ଏ ନେଇ ଯାଜପୁର ଓ ବ୍ରହ୍ମପୁର ପୋଲିସକୁ ମଧ୍ୟ ପିଟିସି ପକ୍ଷରୁ ଅବଗତ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି।

 ବ୍ଲକ କାର୍ଯ୍ୟାଳୟକୁ ବିଦ୍ୟୁତ୍‌ ଛାଟ: ହୋଇନି ବକେୟା ପୈଠ, ମଧ୍ୟାହ୍ନରୁ ହେଲା ବିଚ୍ଛିନ୍ନ

ବ୍ଲକ କାର୍ଯ୍ୟାଳୟକୁ ବିଦ୍ୟୁତ୍‌ ଛାଟ: ହୋଇନି ବକେୟା ପୈଠ, ମଧ୍ୟାହ୍ନରୁ ହେଲା ବିଚ୍ଛିନ୍ନ

ଅନୁଗୋଳ ଅଫିସ, ୮ା୮- ଅନୁଗୋଳ ବ୍ଲକ କାର୍ଯ୍ୟାଳୟକୁ ବାଜିଛି ବିଦ୍ୟୁତ୍‌ ଛାଟ। ବକେୟା ଅର୍ଥ ପୈଠ କରାଯାଇ ନ ଥିବାରୁ ସେସୁ କର୍ତ୍ତୃପକ୍ଷ କାଟିଦେଇଛନ୍ତି ବିଜୁଳି। ମଙ୍ଗଳବାର ମଧ୍ୟାହ୍ନରୁ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲେ ହେଁ ହଠାତ୍‌ କେହି କିଛି ଜାଣିପାରି ନ ଥିଲେ। ତେବେ ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ ଲାଇନ ନ ଆସିବାରୁ କର୍ତ୍ତୃପକ୍ଷ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରିଥିଲେ।

 ବର୍ଷାରେ ଅନୁଗୋଳ ବେହାଲ: ରାସ୍ତାରେ ପାଣିର ସୁଅ, ତଳିଆ ଅଞ୍ଚଳ ଜଳାର୍ଣ୍ଣବ

ବର୍ଷାରେ ଅନୁଗୋଳ ବେହାଲ: ରାସ୍ତାରେ ପାଣିର ସୁଅ, ତଳିଆ ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ ଅଫିସ, ୮ା୮: ବର୍ଷାରେ ବେହାଲ ହୋଇଯାଇଛି ଅନୁଗୋଳ। ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି କି ସହରର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ଦେଖିବାକୁ ମିଳିଛି। ସୋମବାର ରାତି ତମାମ ବର୍ଷା ପରେ ମଙ୍ଗଳବାର ୭୫.୦ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

ଢେଙ୍କାନାଳ ଅଫିସ, ୮।୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇଛି। ସାଧାରଣତଃ ଅଗଷ୍ଟରେ ଜିଲାରେ ହାରାହାରି ୩୪୪.୮ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥାଏ। ହେଲେ ଅଗଷ୍ଟ ପ୍ରଥମ ସପ୍ତାହରେ ୫୬୭.୨ମିମି ବର୍ଷାହୋଇଛି, ଯାହା ୭୦.୯୦% ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଧର୍ମଘଟ ପ୍ରଭାବ: ଅନୁଗୋଳରେ ପରିବହନ ସେବା ଠପ୍‌

ଧର୍ମଘଟ ପ୍ରଭାବ: ଅନୁଗୋଳରେ ପରିବହନ ସେବା ଠପ୍‌

ଅନୁଗୋଳ ଅଫିସ, ୮ା୮: ମୋଟର ଭେଇକିଲ ଆକ୍ଟରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌କୁ ବିରୋଧ କରି ପରିବହନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ୨୪ ଘଣ୍ଟିଆ ଧର୍ମଘଟ ଡାକରାର ପ୍ରଭାବ ମଙ୍ଗଳବାର ଅନୁଗୋଳରେ ଦେଖିବାକୁ ମିଳିଥିଲା। ଏହି ଧର୍ମଘଟରେ ବସ୍‌, ଟ୍ରକ୍‌, ଟ୍ୟାକ୍ସି ଓ ଅଟୋ ମାଲିକ ସଂଘ ସାମିଲ ହୋଇଥିବାରୁ ଦିନ ତମାମ ସହରରେ ଏସବୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

 ଦୁର୍ଦ୍ଦଶା ବଢ଼ାଉଛି ରାଜପଥର ବାଙ୍କଧରା ଛକରୁ ବସ୍‌ଷ୍ଟାଣ୍ଡ ରାସ୍ତା: ଖରାରେ ଧୂଳିଧୂଆଁ, ବର୍ଷା ହେଲେ କୋଇଲା କାଦୁଅ

ଦୁର୍ଦ୍ଦଶା ବଢ଼ାଉଛି ରାଜପଥର ବାଙ୍କଧରା ଛକରୁ ବସ୍‌ଷ୍ଟାଣ୍ଡ ରାସ୍ତା: ଖରାରେ ଧୂଳିଧୂଆଁ, ବର୍ଷା ହେଲେ କୋଇଲା କାଦୁଅ

ତାଳଚେର, ୮ା୮(ନି.ପ୍ର.): କୋଲ୍‌ କରିଡର ହେବା ପରେ ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର କଲେଜ ଦେଇ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ମରଣଯନ୍ତା ପାଲଟିଛି। ଖରା ହେଲେ ଧୂଳିଧୂଆଁଳିଆ ପରିବେଶ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ବର୍ଷା ପରେ ଅବସ୍ଥା ସଙ୍ଗିନ ହୋଇପଡ଼ୁଛି।

ଜନସେବା କେନ୍ଦ୍ରରୁ ଚୋରି

ଜନସେବା କେନ୍ଦ୍ରରୁ ଚୋରି

ବଇଣ୍ଡା,୭।୮(ଡି.ଏନ.ଏ.)- ଠାକୁରଗଡ଼ ଥାନା ମଇମୁରା ପଞ୍ଚାୟତ କୁତୁଲିସିଙ୍ଗା ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ସୋମବାର ରାତିରେ ଚୋରି ହୋଇଛି। ଏ ନେଇ ମଙ୍ଗଳବାର ଜନସେବା କେନ୍ଦ୍ରର ସ୍ବତାଧିକାରୀ ଗୋପାଳ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି।

ରାଣିଭୋଇରେ ଦନ୍ତା ଉପଦ୍ରବ:  ଘର ଭାଙ୍ଗିଲା, ଧାନ ଫସଲ ନଷ୍ଟ କଲା

ରାଣିଭୋଇରେ ଦନ୍ତା ଉପଦ୍ରବ: ଘର ଭାଙ୍ଗିଲା, ଧାନ ଫସଲ ନଷ୍ଟ କଲା

ବଇଣ୍ଡା,୭।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ରାଣିଭୋଇ ଗ୍ରାମରେ ଗତ ୨ଦିନ ହେବ ଦନ୍ତାହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଦନ୍ତାହାତୀ ଗ୍ରାମାଭିମୁଖୀ ହୋଇ ଗ୍ରାମର ବଶୀଂଧର ମାଝି, ନୃସିଂହ ମାଝି, ପ୍ରତାପ ମାଝିଙ୍କ ୬ ବଖରା ଚାଳ ଘର ଭାଙ୍ଗି ନଷ୍ଟ କର ଦେଇଛି। ଏଥିସହିତ ଘରେ ଥିବା ସମସ୍ତ ଆସବାବ ପତ୍ର ଗୁଡ଼ିକ ଭାଙ୍ଗି ଦେଇଥିବାବେଳେ ଘରେ ଥିବା ଧାନ ବସ୍ତା ଆଣି ଖାଇ ଦେଇଛନ୍ତି।

ଅନୁଗୋଳରେ ପରିବହନ ଧର୍ମଘଟ

ଅନୁଗୋଳରେ ପରିବହନ ଧର୍ମଘଟ

ଅନୁଗୋଳ ଅଫିସ,୭।୮- କେନ୍ଦ୍ର ସରକାରଙ୍କ ପରିବହନ ନୀତିକୁ ବିରୋଧ କରି ମଙ୍ଗଳବାର ଦେଶବ୍ୟାପୀ ଧର୍ମଘଟ ହୋଇଛି।

ଆଞ୍ଚଳିକ ଖବରକାଗଜର ଗୁରୁତ୍ୱ ବଢୁଛି

ଆଞ୍ଚଳିକ ଖବରକାଗଜର ଗୁରୁତ୍ୱ ବଢୁଛି

ଢେଙ୍କାନାଳ ଅଫିସ, ୭।୮- ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପରିସରରେ ସୋମବାର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଭାରତୀୟ ଭାଷା ସାମ୍ବାଦିକତାର ୨୦୦ବର୍ଷ ପୂର୍ତ୍ତି ଅବସରରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ‘

ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ତରଫରୁ ବୃତ୍ତି ଘୋଷଣା

ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ତରଫରୁ ବୃତ୍ତି ଘୋଷଣା

ଅନୁଗୋଳ ଅଫିସ, ୭ା୮- ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ବିଭାଗ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଅନୁଗୋଳ, ବଡ଼ବିଲ ଏବଂ ଟେନସା ସମେତ ସାରା ଦେଶରେ ଥିବା ଏହାର ବାଣିଜ୍ୟକ ପ୍ରତିଷ୍ଠାନର ପାରିପାର୍ଶ୍ୱରେ ରହିଥିବା ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ରୀଛାତ୍ରମାନଙ୍କ ପାଇଁ ୨ଟି ବୃତ୍ତି ଘୋଷଣା କରାଯାଇଛି।

ଭିନ୍ନକ୍ଷମ ହିତାଧିକାରୀଙ୍କୁ ମିଳୁନି ଗୃହ ନିର୍ମାଣ ବାବଦ ବିଲ୍‌

ଭିନ୍ନକ୍ଷମ ହିତାଧିକାରୀଙ୍କୁ ମିଳୁନି ଗୃହ ନିର୍ମାଣ ବାବଦ ବିଲ୍‌

ଛେଣ୍ଡିପଦା,୭।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟାଙ୍ଗିରୀ ପଞ୍ଚାୟତ ଅଧୀନ ପୁରୁଣାଗଡ଼ ଗ୍ରାମର ଜଣେ ଭିନ୍ନକ୍ଷମ ହିତାଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ଅଦ୍ୟାବଧି ଗୃହ ନିର୍ମାଣ ବାବଦ ବୋନସ ଅର୍ଥ ଏବଂ ଜବ୍‌କାର୍ଡ ବିଲ ମିଳୁ ନ ଥିବା ଯୋଗୁ ସେ ନାନା ସମସ୍ୟା ଦେଇ କାଳାତିପାତ କରୁଛନ୍ତି।