ଅନଗୁଳ-ଢେଙ୍କାନାଳ

ଅଟୋରୁ ଚକ ଲୁଟିନେଲେ ଦୁର୍ବୃତ୍ତ

ଅଟୋରୁ ଚକ ଲୁଟିନେଲେ ଦୁର୍ବୃତ୍ତ

ବଅଁରପାଳ,୬।୧(ଡି.ଏନ.ଏ.)- ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ବିଜୟ ସାହୁଙ୍କ ଅଟୋରୁ ଶୁକ୍ରବାର ରାତିରେ ୩ଟି ଚକ ଚୋରି ହୋଇଥିବା ବେଳେ କାବୁ ସାହୁଙ୍କ ଅଟୋରୁ ଗୋଟିଏ ଚକ ଚୋରି ହୋଇଛି।

ପୁଣି ମାତିଲା ଦନ୍ତା, ଜଣେ ଗୁରୁତର

ପାଲଲହଡ଼ା, ୬।୧(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ପରାଛାଟ ଗ୍ରାମରେ ଶନିବାର ରାତି ୧୦ଟାରେ ଦନ୍ତା ହାତୀ ଆକ୍ରମଣରେ ଟିହିଲୁ ସାହୁ(୫୪) ଗୁରୁତର ହୋଇଛନ୍ତି

 ନାଲ୍‌କୋନଗର ଛାତ୍ରୀଛାତ୍ରଙ୍କ କୃତିତ୍ୱ

ନାଲ୍‌କୋନଗର ଛାତ୍ରୀଛାତ୍ରଙ୍କ କୃତିତ୍ୱ

ବଅଁରପାଳ, ୬।୧(ଡି.ଏନ.ଏ.)- ସରସ୍ବତୀ ଶିଶୁମନ୍ଦିର, ନାଲ୍‌କୋନଗରର ଛାତ୍ରୀଛାତ୍ରମାନେ ବେଙ୍ଗାଲୁରଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ବିଜ୍ଞାନମେଳାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଛନ୍ତି।

ଉଚ୍ଚ ଶିକ୍ଷା ପ୍ରତିନିଧିଙ୍କ ବଇଣ୍ଡା କଲେଜ ପରିଦର୍ଶନ

ଉଚ୍ଚ ଶିକ୍ଷା ପ୍ରତିନିଧିଙ୍କ ବଇଣ୍ଡା କଲେଜ ପରିଦର୍ଶନ

ବଇଣ୍ଡା, ୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟକୁ ଶୁକ୍ରବାର ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଂଯୋଜକ ଚିନ୍ମୟ ବୋଡେ ପରିଦର୍ଶନରେ ଆସିଥିଲେ।

ଅଙ୍ଗପଡାରେ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ

ଅଙ୍ଗପଡାରେ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ

ବଇଣ୍ଡା, ୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଅଙ୍ଗପଡାଠାରେ ଶନିବାର ଏକ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି।

ପୋଖରୀକୁ ପଶିଲା ଟ୍ରକ

ପୋଖରୀକୁ ପଶିଲା ଟ୍ରକ

ପରଜଙ୍ଗ,୬।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଖଣ୍ଡିଆ ବନ୍ଧ ବୁଲାଣି ନିକଟରେ ଶନିବାର ସକାଳେ ଏକ ୧୦ ଚକିଆ ଟ୍ରକ (ଓଆର ୦୯ ଏଲ ୨୯୩୧) ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଡ଼ି ଯାଇଥିଲା। ଟ୍ରକଟିକୁ ଜେସିବି ମେଶିନ୍‌ ସାହାଯ୍ୟରେ ଉପରକୁ ଆଣିବାକୁ ଚେଷ୍ଟା କରାଯାଉଥିବା ସମୟରେ ପୁନର୍ବାର ଟ୍ରକରେ ବସିଥିବା ଚାଳକ ସହ ଟ୍ରକଟି ପାଖରେ ଥିବା ପୋଖରୀରେ ପଶିଯାଇଥିଲା।

ଜିଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଜିଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଷ୍ଟାଡିୟମ୍‌ଠାରେ ଶନିବାର ସକାଳେ ଜିଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହା ଦୁଇଦିନ ଧରି ଚାଲିବ। କାର୍ଯ୍ୟକ୍ରମରେ ଜିଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଳ ଉଦ୍‌ଘାଟନ କରିଛନ୍ତି।

ମଦ କମ୍ପାନୀ ହଟାଅ, ଜଙ୍ଗଲ ବଞ୍ଚାଅ ଆହ୍ବାନ

ମଦ କମ୍ପାନୀ ହଟାଅ, ଜଙ୍ଗଲ ବଞ୍ଚାଅ ଆହ୍ବାନ

ଢେଙ୍କାନାଳ ଅଫିସ, ୫।୧-ଅଞ୍ଚଳକୁ ମଦମୁକ୍ତ କରିବା, ଜଙ୍ଗଲ ସମ୍ପଦର ସୁରକ୍ଷା ଦାବିରେ ଏକାଠି ହୋଇଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଧୀନ ୧୩ ଗ୍ରାମର ବାସିନ୍ଦା। ଆଞ୍ଚଳିକ ସୁରକ୍ଷା ବିକାଶ ମଞ୍ଚର ଆହ୍ବାନକ୍ରମେ ଏ ସଂକ୍ରାନ୍ତରେ ଏକ ସମାବେଶ ଶୁକ୍ରବାର ଅପରାହ୍ନରେ ବଳରାମପୁର ଡାଳଖାଇ ଠାକୁରାଣୀ ପୀଠ ନିକଟ ଝିଙ୍କରଗଡ଼ା ଶାଳ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି।

ଜାତୀୟ ଟାଏକୋଣ୍ଡୋରେ ଢେଙ୍କାନାଳର ୭ ପ୍ରତିଯୋଗୀ

ଜାତୀୟ ଟାଏକୋଣ୍ଡୋରେ ଢେଙ୍କାନାଳର ୭ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୫।୧-ଢେଙ୍କାନାଳ ଆମେଚର ଟାଏକୋଣ୍ଡୋ ଆସୋସିଏଶନର ୭ଜଣ ଖେଳାଳି ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କଲିକତାର ଇଡେନ୍‌ ଗାର୍ଡେନରେ ଅନୁଷ୍ଠିତ ହେବାକୁ ଥିବା ୩୭ତମ ଜାତୀୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି।

ନିଖୋଜ ଶିଶୁର ମୃତଦେହ ଡ୍ରେନ୍‌ରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୫।୧-ଢେଙ୍କାନାଳ ପୌରାଞ୍ଚଳର ୧୦ନଂ. ୱାର୍ଡ ଖମାର ବିଲସାହି ଅଞ୍ଚଳରୁ ଶୁକ୍ରବାର ନିଖୋଜ ହୋଇଯାଇଥିବା ୪ବର୍ଷର ଶିଶୁ ରାହୁଲ ବେହେରାଙ୍କ ମୃତଦେହ ସନ୍ଧ୍ୟା ୭ଟାରେ ଡ୍ରେନ୍‌ରୁ ଉଦ୍ଧାର କରାଯାଇଛି। ଶିଶୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଅଘଟଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

‘ବେସାହାରାକୁ ଆଦରିନେବା ପ୍ରକୃତ ମଣିଷପଣିଆ’

‘ବେସାହାରାକୁ ଆଦରିନେବା ପ୍ରକୃତ ମଣିଷପଣିଆ’

କାମାକ୍ଷାନଗର ୫।୧(ଡି.ଏନ୍‌.ଏ.)-ଶହ ଶହ ପିଲା ଖାଦ୍ୟ ମୁଠାଏ ପାଇଁ ଏଠିସେଠି ବୁଲୁଛନ୍ତି। ସେମାନଙ୍କ ଭବିଷ୍ୟତ ଅନ୍ଧକାରଚ୍ଛନ୍ନ ହୋଇରହିଛି। ପ୍ରତିଦିନ ଜୀବନ ଜିଇବା ଲାଗି ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ବେସାହାରାକୁ ଆଦରିନେବା ପ୍ରକୃତ ମଣିଷପଣିଆ, ଯାହା ଆଜିର ସମୟ ପାଇଁ ବଡ଼ ଆହ୍ବାନ। ଏପରି ପିଲାଙ୍କୁ କୋଳେଇନେଇ ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଲେ ଏକ ମହତ୍‌ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା।

ମାତିଲେ ହାତୀ

ମାତିଲେ ହାତୀ

ପରଜଙ୍ଗ, ୫।୧(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ କରିଛନ୍ତି।

ବେଲଟିକିରିରେ ଗୋମଡ଼କ

ବେଲଟିକିରିରେ ଗୋମଡ଼କ

ଢେଙ୍କାନାଳ ଅଫିସ,୫।୧-ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରେ ଗୋମଡ଼କ ଗୋପାଳକଙ୍କ ଚିନ୍ତା ବଢ଼ାଇଛି। ଏହାକୁ ରୋକିବା ଦିଗରେ ସ୍ଥାୟୀ ପଦକ୍ଷେପ ନିଆଯାଉ ନ ଥିବାରୁ ଗାଁକୁ ଗାଁ ବ୍ୟାପିଲାଣି ସଂକ୍ରାମକ ରୋଗ। ଗଁଦିଆ ବ୍ଲକ ଠାକୁରାପାଳ ପରେ ବେଲଟିକିରିରେ ଗୋମଡ଼କ ଆତଙ୍କ ଅଞ୍ଚଳବାସୀଙ୍କ ଆତଙ୍କିତ କରିଛି।

ରେଳ ବିଭାଗ ମହାପ୍ରବନ୍ଧକଙ୍କ କିଶୋରନଗର ଗସ୍ତ: ଷ୍ଟେଶନ ଉନ୍ନତିକରଣ ଦାବି କଲେ ଗ୍ରାମବାସୀ

ରେଳ ବିଭାଗ ମହାପ୍ରବନ୍ଧକଙ୍କ କିଶୋରନଗର ଗସ୍ତ: ଷ୍ଟେଶନ ଉନ୍ନତିକରଣ ଦାବି କଲେ ଗ୍ରାମବାସୀ

ବଇଣ୍ଡା,୫।୧(ଡି.ଏନ୍‌.ଏ.)- ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜର ଉମେଶ ସିଂ ଶୁକ୍ରବାର ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଓ ହଣ୍ଡପା ରେଳ ଷ୍ଟେସନ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଦୁଇ ରେଳ ଷ୍ଟେଶନର ଉନ୍ନତୀକରଣ, ପିଇବା ପାଣି, ସାଜସଜ୍ଜା, ରାସ୍ତାଘାଟ ନିର୍ମାଣ ଯାଞ୍ଚ କରିବା ପରେ କାଗଜପତ୍ରର ସମୀକ୍ଷା କରିଥିଲେ।

୨୦ ହଜାର ଗଞ୍ଜେଇ ଗଛ ନଷ୍ଟ

୨୦ ହଜାର ଗଞ୍ଜେଇ ଗଛ ନଷ୍ଟ

ଛେଣ୍ଡିପଦା,୫।୧(ଡି.ଏନ୍‌.ଏ.)- ଛେଣ୍ଡିପଦା ଥାନା ଅନ୍ତର୍ଗତ କଣଲୋଇ ପଞ୍ଚାୟତର ଅର୍ଜୁନପାଳ ଇଲାକାରେ ସରକାରୀ ଏବଂ ଜଙ୍ଗଲ କିସମ ଜାଗାରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷ ବଗିଚା ଉପରେ ଶୁକ୍ରବାର ଅନୁଗୋଳ ଅବକାରୀ ବିଭାଗ ଏବଂ ଛେଣ୍ଡିପଦା ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ୩ ଏକର ଜାଗାରୁ ୧୨ ହଜାର ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା

ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ଯୁବକଙ୍କୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବଇଣ୍ଡା, ୫।୧(ଡି.ଏନ୍‌.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବାଦିବାହାଳ ଗ୍ରାମରେ ଗୁରୁବାର ରାତିରେ ଯୁଧିଷ୍ଠିର ଟାଙ୍ଗୀ(୪୫)ଙ୍କୁ ତାଙ୍କ କକାଙ୍କ ପୁଅ ବିଜୟ ଟାଙ୍ଗୀ(୨୮) ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏ ନେଇ ଯୁଧିଷ୍ଠିରଙ୍କ ପୁଅ ସୁମନ୍ତ ଟାଙ୍ଗୀ ଶୁକ୍ରବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ନଂ.୩/୧୭ରେ ଏକ ମାମଲା ରୁଜୁ କରି ବିଜୟଙ୍କୁ ଗିରଫ କରିଛି।

ଏଟିଏମ୍‌ କାର୍ଡ଼ ବଦଳାଇ ୨ ଜଣଙ୍କଠାରୁ ଲୁଟ୍‌

ବନ୍ତଳା, ୫।୧(ଡି.ଏନ.ଏ) - ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଏଟିଏମ୍‌ ଲୁଟେରା ମାତିଛନ୍ତି। ଏଟିଏମ୍‌ରୁ ଟଙ୍କା ବାହାର କରିପାରୁ ନ ଥିବା ଲୋକମାନଙ୍କଠାରୁ ଏଟିଏମ୍‌ କାର୍ଡ଼ ବଦଳାଇବା ସହ ସିକ୍ରେଟ୍‌ ପିନ୍‌କୋଡ଼୍‌ ନମ୍ବର ନେଇ ଟଙ୍କା ଉଠାଇ ନେଉଛନ୍ତି। ଅନୁଗୋଳ ବ୍ଲକ ବନ୍ତଳା ପଞ୍ଚାୟତ ସାହାରାଗୋଡ଼ା ଗ୍ରାମର ଅର୍ଜୁନ ବେହେରା ଓ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ହିଂସରିଡ଼ା ଗ୍ରାମର ମୋହନ ଚରଣ ସାହୁ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି।

ଦୁର୍ଗମ ଜଙ୍ଗଲ ଇଲାକା ପରିଦର୍ଶନ କଲେ ଉପଜିଲାପାଳ

ଦୁର୍ଗମ ଜଙ୍ଗଲ ଇଲାକା ପରିଦର୍ଶନ କଲେ ଉପଜିଲାପାଳ

ବଇଣ୍ଡା, ୫।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ପଞ୍ଚାୟତର ଦୀର୍ଘ ୧୭ କିମି ପାହାଡ ମଧ୍ୟରେ ଥିବା ପଥରଗଡ ଓ ନାକିଚି ପଞ୍ଚାୟତର ୧୨ କିମି ଦୂରରେ ଥିବା ଉଡ଼ଲ ଗ୍ରାମକୁ ଶୁକ୍ରବାର ଆଠମଲ୍ଲିକ ଉପଜିଲାପାଳ ସୁବାସଚନ୍ଦ୍ର ରାୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

୪ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଅନୁଗୋଳ ଅଫିସ, ୫।୧- ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇଦେବା ପାଇଁ ନିଯୁକ୍ତ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସେମାନଙ୍କ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ କରିବା ଓ ବାରମ୍ବାର ତାଗିଦ ସତ୍ତ୍ବେ କାର୍ଯ୍ୟରେ ଅବହେଳା କରିଥିବାରୁ ଜିଲାପାଳ ଅନିଲ କୁମାର ସାମଲ ଶୁକ୍ରବାର ୪ଜଣ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଛାତ୍ରୀଛାତ୍ରଙ୍କୁ ମାଡ଼ ଅଭିଯୋଗ, ଯୁବକ ଗିରଫ

ବଇଣ୍ଡା, ୫। ୧(ଡି.ଏନ.ଏ.)- ଠାକୁରଗଡ ଥାନା ତଲେଇପଥର ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ସିପୁନ୍‌ ମିର୍ଦ୍ଧା ଓ ଛାତ୍ରୀ ଲିକି ମିର୍ଦ୍ଧାଙ୍କୁ ସେହି ଗ୍ରାମର ବିପିନ ପ୍ରଧାନ ଶୁକ୍ରବାର ଅପରାହ୍ନରେ ମାଡ଼ ମାରିଥିବା ପ୍ରଧାନଶିକ୍ଷକ ନନ୍ଦକିଶୋର ପାତ୍ର ଠାକୁରଗଡ ଥାନାରେ ଅଭିଯୋଗ କରିଛନ୍ତି।

ନୂତନ ଆଇଆଇସିଙ୍କ ଯୋଗଦାନ

ତାଳଚେର, ୫।୧(ନି.ପ୍ର.)- ତାଳଚେର ମଡେଲ ପୋଲିସ ଷ୍ଟେଶନରେ ପ୍ରଶାନ୍ତ କୁମାର ପାତ୍ର ନୂତନ ଆଇଆଇସି ଭାବେ ଯୋଗଦାନ କରିଛନ୍ତି ା

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବଇଣ୍ଡା,୫।୧(ଡି.ଏନ୍‌.ଏ.)- କିଶୋରନଗର ବ୍ଲକ ହଣ୍ଡପା ମହାନଦୀ ହାଇସ୍କୁଲ ପରିସରରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର କର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ଉଦ୍‌ଘାଟନ କରିଥିଲେ।

ଇଙ୍କରବନ୍ଧ ରାଧାମାଧବ ମନ୍ଦିରରୁ ଚୋରି

ଇଙ୍କରବନ୍ଧ ରାଧାମାଧବ ମନ୍ଦିରରୁ ଚୋରି

ବନ୍ତଳା, ୫।୧(ଡି.ଏନ୍‌.ଏ.): ଅନୁଗୋଳ ଥାନା ଇଙ୍କରବନ୍ଧ ରାଧାମାଧବ ମନ୍ଦିରରୁ ଚୋରି ହୋଇଥିବା ଶୁକ୍ରବାର ସକାଳେ ଥାନାରେ ଅଭିଯୋଗ ହୋଇଛି।

ଚନ୍ଦନ ଗଛ ଚୋରି

ଚନ୍ଦନ ଗଛ ଚୋରି

ବଅଁରପାଳ, ୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ କଲୋନୀ ମହଜିତ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ଏକ ଚନ୍ଦନ ଗଛ ଚୋରି ହୋଇଛି।