ଅନଗୁଳ-ଢେଙ୍କାନାଳ

ରାତିରେ ହେଉଛି ବେଆଇନ ଗୋରୁ ଚାଲାଣ

ରାତିରେ ହେଉଛି ବେଆଇନ ଗୋରୁ ଚାଲାଣ

ବନ୍ତଳା,୧୫।୭ (ଡି.ଏନ୍‌.ଏ.) ଅନୁଗୋଳ ଜିଲାର ବନ୍ତଳା, ପୁରୁଣାକୋଟ ଓ ଠାକୁରଗଡ଼ ଥାନା ଅଞ୍ଚଳରେ ରାତି ସମୟରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ଧରି ଏଭଳି ପ୍ରକ୍ରିୟା ଚାଲୁରହିଥିଲେ ବି ପୋଲିସ ତରଫରୁ ସେଭଳି କିଛି ପଦକ୍ଷେପ ନିଆଯାଉନାହିଁ।

ବସ୍‌-ବାଇକ ଧକ୍କା, ୩ ଗୁରୁତର

ବଇଣ୍ଡା,୧୪।୭(ଡି.ଏନ.ଏ)- କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର କିଶୋରନଗର ଥାନା ବାମୁର ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ ସହିତ ବଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହଣ୍ଡପା ଥାନା ଇଚ୍ଛାପୁର ଗ୍ରାମର ବିକାଶ ମାଝି, ନିରଞ୍ଜନ ବେହେରା, ଯୁଗଳ ବାଘ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବଇଣ୍ଡା,୧୪।୭(ଡି.ଏନ.ଏ)- ଆଠମଲ୍ଲିକ ବ୍ଲକ ପାଇକ ସାହି ରାଧାମାଧବ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଟାପଢୋଲ ଗ୍ରାମର ଦିଗାମ୍ବର ସାହୁ(୬୩)ଙ୍କ ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି। ରାତିରେ ଦିଗାମ୍ବର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ବିଭିନ୍ନ ସ୍ଥାନରେ ରଥଯାତ୍ରା: ବର୍ଷା ସତ୍ତ୍ୱ ଉତ୍ସାହ

ବିଭିନ୍ନ ସ୍ଥାନରେ ରଥଯାତ୍ରା: ବର୍ଷା ସତ୍ତ୍ୱ ଉତ୍ସାହ

ବଇଣ୍ଡା,୧୪।୭(ଡି.ଏନ.ଏ)- କିଶୋରନଗର ବ୍ଲକର ବିଲେଇନାଳୀ, ତାଳପଦର ବଇଶିଣା, ବଡ଼ ଗୋବିନ୍ଦପୁର, ସରଗିପାଲି, ବାମୁର, ଘୋଷର, ଉରୁକୁଳା, ବାଟିମୁଣ୍ଡା ସମେତ ଆଖପାଖ ଅଞ୍ଚଳରେ ଶନିବାର ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ସକାଳେ ତିନି ଠାକୁରଙ୍କୁ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ପରେ ସୂର୍ଯ୍ୟପୂଜା କରାଯାଇଥିଲା। ପରେ ହୋମଯଜ୍ଞ କରାଯାଇ ତିନି ଠାକୁରଙ୍କୁ ପହଣ୍ଡିରେ ରଥାରୁଢ କରାଯାଇଥିଲା।

ପରଜଙ୍ଗରେ ଘୋଷଯାତ୍ରା

ପରଜଙ୍ଗରେ ଘୋଷଯାତ୍ରା

ପରଜଙ୍ଗ,୧୪ା୭(ଡି.ଏନ୍‌.ଏ.)- ପରଜଙ୍ଗରେ ଶନିବାର ଅପରାହ୍ନ୪ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଭିଡ଼ ଲାଗିରହିଛି। ଗ୍ରାମର ଅଶୋକ ଦଳବେହେରା ଛେରା ପହଁରା କରିଥିଲେ। ଘଣ୍ଟ ବାଦ୍ୟ ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି।

‘ରୋଗ ଲକ୍ଷଣ ସମ୍ପର୍କରେ ସଚେତନ କରାଅ’

‘ରୋଗ ଲକ୍ଷଣ ସମ୍ପର୍କରେ ସଚେତନ କରାଅ’

ଢେଙ୍କାନାଳ ଅଫିସ, ୧୪ା୭- ଡେଙ୍ଗୁ ରୋକିବାକୁ ଅଣ୍ଟା ଭିଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ବୈଠକରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାରା ଜିଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା, ଲୋକଙ୍କୁ ଲକ୍ଷଣ ବିଷୟରେ ସଚେତନ କରାଇବାକୁ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲୁଆ ଜାଗାରେ ପାଣି ଜମିବାକୁ ନ ଦେବା, ସ୍କୁଲ ଚାରିପଟକୁ ସଫାସୁତରା ରଖିବା ସହ ଜୀରୋ ଡେଙ୍ଗୁ ମୃତ୍ୟୁ ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି।

୧୨ ଫୁଟିଆ ଅଜଗର ଉଦ୍ଧାର

୧୨ ଫୁଟିଆ ଅଜଗର ଉଦ୍ଧାର

ବନ୍ତଳା, ୧୪।୭(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ବରଗୌଣିଆ ଖେଳ ପଡ଼ିଆରୁ ଶନିବାର ଏକ ୧୨ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି।

ନାଲ୍‌କୋ ଜଗନ୍ନାଥ ମନ୍ଦିରର ସ୍ମରଣିକା ଉନ୍ମୋଚିତ

ନାଲ୍‌କୋ ଜଗନ୍ନାଥ ମନ୍ଦିରର ସ୍ମରଣିକା ଉନ୍ମୋଚିତ

ବଅଁରପାଳ, ୧୪।୭(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋ ଜଗନ୍ନାଥ ମନ୍ଦିରର ରୌପ୍ୟଜୟନ୍ତୀ ଅବସରରେ ଶନିବାର ରଥ ଉପରେ ସ୍ମରଣିକା ‘ଅର୍ପଣ’ ଉନ୍ମୋଚିତ ହୋଇଛି।

ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌, ୭ରୁ ଊର୍ଦ୍ଧ ଆହତ

ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌, ୭ରୁ ଊର୍ଦ୍ଧ ଆହତ

ପବିତ୍ରନଗର, ୧୪।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ୧୪୯ ନଂ. ଜାତୀୟ ରାଜପଥର ବରପାଳ ଠାରେ ଶନିବାର ଭୋର ୪ଟାରେ ପାରାଦୀପରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଗଙ୍ଗା କୋଚ(ନଂ. ଓଡି ୦୫ ଭି ୬୨୩୫) ରାସ୍ତା ତଳକୁ ଓଲଟି ପଡିଛି।

‘ଗାନ୍ଧୀ ଜୟନ୍ତୀ ପୂର୍ବରୁ ଜିଲା ହେବ ବାହ୍ୟ ମଳମୁକ୍ତ’

‘ଗାନ୍ଧୀ ଜୟନ୍ତୀ ପୂର୍ବରୁ ଜିଲା ହେବ ବାହ୍ୟ ମଳମୁକ୍ତ’

ଢେଙ୍କାନାଳ ଅଫିସ,୧୪ା୭ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ବିଧାୟକ ସରୋଜ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା (ଜିଜିଓ୍ବାଇ)ରେ ସଡ଼କ, ବିଜୁଳି, ପାଣି ସୁବିଧା କରାଯିବ।

ନିଲମ୍ବିତ ହେଲେ ଏସ୍‌ଆଇ

ଛେଣ୍ଡିପଦା,୧୪।୭ (ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଏସ୍‌ଆଇ ପ୍ରକାଶ ଚନ୍ଦ୍ର ଭୋଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଶୁକ୍ରବାର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ତାଙ୍କୁ ନିଲମ୍ବନ କରିଛନ୍ତି।

ଦେଢ଼ କୁଇଣ୍ଟାଲ ଖାଦ୍ୟ ନଷ୍ଟ କଲା ଜନସ୍ବାସ୍ଥ୍ୟ ବିଭାଗ

ଅନୁଗୋଳ ଅଫିସ,୧୪।୭ ଅନୁଗୋଳ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଖାଦ୍ୟାର ମାନ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଦେଢ଼ କୁଇଣ୍ଟାଲ ବାସି ଖାଦ୍ୟ ପିଙ୍ଗି ଦିଆଯାଇଥିଲା ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।

ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ୫୦ ହଜାର ଲୁଟ୍‌

କଣିହାଁ,୧୪।୭(ଡି.ଏନ.ଏ.)କଣିହାଁ ବ୍ଲକ ଏନ୍‌ଟିପିସି ବାଇପାସ ଛକରୁ ଶୁକ୍ରବାର ଅପରାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଏକ ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।

କୋର୍ଟରେ ହାଜର ପରେ ଜେଲ ଗଲେ ଡକାୟତ

କୋର୍ଟରେ ହାଜର ପରେ ଜେଲ ଗଲେ ଡକାୟତ

ଅନୁଗୋଳ ଅଫିସ,୧୪।୭ ବିହାରର ଗୟା ଜିଲାରୁ ଗିରଫ ହୋଇଥିବା ୨ ବ୍ୟାଙ୍କ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ଧରି ପୋଲିସର ୩ଟି ସ୍ବତନ୍ତ୍ର ଟିମ୍‌ ଗୁରୁବାର ଅନୁଗୋଳରେ ପହଞ୍ଚିଥିଲେ।

ବିଳମ୍ବିତ ରାତିରେ ଧକ୍କା ଦେଲା ଟ୍ରକ୍‌: ଭାଙ୍ଗିଲା ରଥ ଚାରମାଳ, ଅଖ

ବିଳମ୍ବିତ ରାତିରେ ଧକ୍କା ଦେଲା ଟ୍ରକ୍‌: ଭାଙ୍ଗିଲା ରଥ ଚାରମାଳ, ଅଖ

ପାଲଲହଡା, ୧୩।୭ (ଡି.ଏନ୍‌.ଏ.)- ପାଲଲହଡ଼ାରେ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବଡ଼ଦାଣ୍ଡରେ ଛିଡା ହୋଇଥିବା ରଥକୁ ଏକ ଟ୍ରକ୍‌ ଧକ୍କା ଦେବାରୁ ରଥରେ ଲାଗିଥିବା ଚାରମାଳ, ଡାହାଣ ପାର୍ଶ୍ୱ ଚକ ଏବଂ ଅଖ ଭାଙ୍ଗି ଯାଇଛି।

ପ୍ରାର୍ଥନା ସମୟରେ ଛାତ୍ର ଗୁରୁତର: ସାପ କାମୁଡିଥିବା ସନ୍ଦେହ

ଛେଣ୍ଡିପଦା,୧୩ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ପଞ୍ଚାୟତ ଲକ୍ଷ୍ମୀଧରପୁର ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାର୍ଥନା ଚାଲିଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ର ଲକ୍ଷ୍ମଣ ପ୍ରଧାନଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ଶିକ୍ଷକମାନେ ତାଙ୍କ ପାଦରୁ ରକ୍ତ ବାହରୁଥିବା ଦେଖିବାକୁ ପାଇଥିଲେ। ସାପ କାମୁଡିଥିବା ସନ୍ଦେହ କରିବା ସହିତ ସେମାନେ ତୁରନ୍ତ ଲକ୍ଷ୍ମଣଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ରାଜପଥରେ ଓଲଟିଲା ଟ୍ରକ୍‌

ରାଜପଥରେ ଓଲଟିଲା ଟ୍ରକ୍‌

ଛେଣ୍ଡିପଦା,୧୩ା୭(ସ୍ବ.ପ୍ର.)- କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଜରପଡା ଥାନା କତଡାଠାରେ ଗୁରୁବାର ବିଳମ୍ବିତ ରାତିରେ ପାରାଦୀପ ପୋର୍ଟରୁ ରାୟପୁର ଯାଉଥିବା ଏକ ୧୨ ଚକିଆ ଟ୍ରକ୍‌ (ନଂ. ଓଡି୨୧ଏଫ-୫୫୩୨) ଦୁର୍ଘଟଣାଗ୍ରସ୍ତ ହୋଇଛି।

୧୭ନଂ. ଜୋନ କଂଗ୍ରେସର ବୈଠକ

ଛେଣ୍ଡିପଦା,୧୩ା୭(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ଜରପଡାସ୍ଥିତ ୧୭ନଂ. ଜୋନ କଂଗ୍ରେସର ଏକ ସାଧାରଣ ବୈଠକ ଜେରେଙ୍ଗ ଦେହୁରୀସାହି ସ୍ବପ୍ନେଶ୍ୱର ଶିବ ମନ୍ଦିର ପ୍ରଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଅଜିତ କୁମାର ପ୍ରଧାନ ଏହାର ନେତୃତ୍ୱ ନେଇଥିଲେ। ଜିଲା କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ମୁଖପାତ୍ର ନରୋତ୍ତମ ନାଏକ ପ୍ରମୁଖ ଯୋଗଦେଇ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ଆହ୍ବନ ଦେଇଥିଲେ।

ମେଣ୍ଢାପଦା ଗ୍ରାମରେ ମାତିଛି ହନୁ: କାମୁଡ଼ାରେ ୩୦ ଆହତ, ଠେଙ୍ଗା ଧରି ପହରା ଦେଉଛନ୍ତି ଲୋକେ

ମେଣ୍ଢାପଦା ଗ୍ରାମରେ ମାତିଛି ହନୁ: କାମୁଡ଼ାରେ ୩୦ ଆହତ, ଠେଙ୍ଗା ଧରି ପହରା ଦେଉଛନ୍ତି ଲୋକେ

ପରଜଙ୍ଗ,୧୩।୭(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦାବିଟି ଅଧୀନ ଲୋଧଣି ପଞ୍ଚୟତ ମେଣ୍ଢାପଦା ଗ୍ରାମରେ ମାଙ୍କଡ଼ ଉପଦ୍ରବ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ଏକ ଉନ୍ମତ ମାଙ୍କଡ଼ର ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂରଣ ହେବ ୨୧ କନଷ୍ଟେବଳ, ୬୨ ଆର୍ମସ ପୋଲିସ ପଦବୀ

ଢେଙ୍କାନାଳ ଅଫିସ,୧୩।୭- ଢେଙ୍କାନାଳ ଜିଲା ସିଭିଲ ପୋଲିସ ବିଭାଗରେ ୯୩ ପଦବୀ ପୂରଣ ହେବ। ସେଥି ମଧ୍ୟରେ ୨୧ଟି କନଷ୍ଟେବଳ ଏବଂ ପ୍ରଥମ ବାଟାଲିୟନ ପାଇଁ ୬୨ ଆର୍ମସ ପୋଲିସ ପଦବୀ ରହିଛି। ସିଭିଲ ପୋଲିସ କନଷ୍ଟେବଳ ପଦବୀ ପାଇଁ ଯୁକ୍ତ ୨ ଓ ଆର୍ମସ୍‌ ପୋଲିସ କନଷ୍ଟେବଳ ପାଇଁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ପାସ୍‌ ରଖାଯାଇଛି। ଆବେଦନର ଅନ୍ତିମ ତାରିଖ ଜୁଲାଇ ୨୬ ରହିଛି।

ଅନୁଗୋଳରେ ପହଞ୍ଚତ୍ଲେ ଗିରଫ ୨ ଡକାୟତ:  ଆଜି କରାଯିବ କୋର୍ଟରେ ହାଜର

ଅନୁଗୋଳରେ ପହଞ୍ଚତ୍ଲେ ଗିରଫ ୨ ଡକାୟତ: ଆଜି କରାଯିବ କୋର୍ଟରେ ହାଜର

ଅନୁଗୋଳ ଅଫିସ,୧୩।୭- ଗୟାରୁ ଗିରଫ ହୋଇଥିବା ଦୁଇ ବ୍ୟାଙ୍କ ଡକାୟତଙ୍କୁ ଧରି ଅନୁଗୋଳ ପୋଲିସ ଗୁରୁବାର ଅପରାହ୍ନରେ ଏଠାରେ ପହଞ୍ଚତ୍ଛି। ତେବେ ଉଭୟଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରାଉଚରା କରାଯାଉଥିବା ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଡକାୟତି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସକୁ ସୁରାକ ମଧ୍ୟ ମିଳିସାରିଛି। ଶୁକ୍ରବାର ଦୁଇ ଡକାୟତଙ୍କୁ କୋର୍ଟରେ ହଜାର କରାଯିବ ବୋଲି ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

ଅଙ୍ଗନୱାଡ଼ି କେନ୍ଦ୍ରରେ ଗଣ୍ଡଗୋଳ, ପୋଲିସ ମୁତୟନ

ଅଙ୍ଗନୱାଡ଼ି କେନ୍ଦ୍ରରେ ଗଣ୍ଡଗୋଳ, ପୋଲିସ ମୁତୟନ

ବଅଁରପାଳ ୧୩।୭, (ଡି.ଏନ୍‌.ଏ.)- ନାଲ୍‌କୋ ଥାନା ବଳରାମ ପ୍ରସାଦଠାରେ ଥିବା ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଓ ଛତୁଆ ବଣ୍ଟନକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ପରେ ଅଧିକ ଗଣ୍ଡଗୋଳ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ପ୍ରକାଶ ଯେ, ବିକାଶଚନ୍ଦ୍ର ସାହୁ ସକାଳେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ଛତୁଆ ଓ ଅଣ୍ଡା ମାଗିଥିଲେ।

୫୫ ଲିଟର ଦେଶୀ ମହୁଲୀ ମଦ ସହ ବାଇକ୍‌ ଜବତ, ଦୁଇ ଗିରଫ

୫୫ ଲିଟର ଦେଶୀ ମହୁଲୀ ମଦ ସହ ବାଇକ୍‌ ଜବତ, ଦୁଇ ଗିରଫ

ପରଜଙ୍ଗ,୧୩।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ମୋବାଇଲ ସ୍କୁଡ଼,ସଦର ଅବକାରୀ ଅଧିକାରୀ ଓ ପରଜଙ୍ଗ ଅବକାରୀ ଅଧିକାରୀ ମିଳିତ ଭାବେ ଶୁକ୍ରବାର ପରଜଙ୍ଗ ବ୍ଲକର କନ୍ତୁର ଓ ପାଟରପଦା ଅଞ୍ଚଳରେ ଚଢ଼ାଉ କରି ୫୫ଲିଟର ଦେଶୀ ମହୁଲି ମଦ ଜବତ କରଛନ୍ତି। ଏଥିସହ ଚାରି ଶହ କେଜି ମହୁଲି ପୋଚ୍‌ ଏବଂ ମଦ ରନ୍ଧା ସାମଗ୍ରୀ ସହ ଏକ ବାଇକ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଯାଇଛି।

ଜିଲା ଖଣିଜ ପାଣ୍ଠି ବୈଠକ: ନୂତନ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା

ଜିଲା ଖଣିଜ ପାଣ୍ଠି ବୈଠକ: ନୂତନ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା

ଅନୁଗୋଳ ଅଫିସ,୧୩।୭: ଅନୁଗୋଳ ଜିଲା ଗ୍ରାମ୍ୟ ଉନ୍ନୟନ ସମିଳନୀ କକ୍ଷରେ ଶୁକ୍ରବାର ଜିଲା ଖଣିଜ ପାଣ୍ଠି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା ଖଣିଜ ପାଣ୍ଠିର ଖର୍ଚ୍ଚ ହୋଇଥିବା ଆୟ ବ୍ୟୟ ହିସାବ ସହ ନୂତନ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା ହୋଇଥିଲା।