ଅନଗୁଳ-ଢେଙ୍କାନାଳ

ଭୁବନରେ ବିଜୁ ଯୁବବାହିନୀର କର୍ମଶାଳା

ଭୁବନରେ ବିଜୁ ଯୁବବାହିନୀର କର୍ମଶାଳା

ଭୁବନ,୨୦।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବିଜୁ ଯୁବ ବାହିନୀ ପକ୍ଷରୁ ରବିବାର ବାଜିରାଉତ ଶହୀଦ ପୀଠରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ କମଳ ଲୋଚନ ମହାରଣା ପରିଚାଳନା କରିଥିବାବେଳେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ସାହାଯ୍ୟ ମାଗି ଲୁଟିଲେ ଯୁବତୀ

ତାଳଚେର,୨୦ା୫ (ନି.ପ୍ର.)- ଏଫ୍‌ସିଆଇ-କେନ୍ଦୁପଲ୍ଲୀ ରାସ୍ତା ବିଶ୍ୱାଳସାହି ପୋଖରୀ ନିକଟରେ ବଅଁରପାଳ ବଳରାମପ୍ରସାଦର ବିଭୂତି ଭୂଷଣ ଅମାନ୍ତ ଗତ ୧୭ ତାରିଖ ରାତିରେ ଲୁଟ୍‌ର ଶିକାର ହୋଇଛନ୍ତି। ଏ ନେଇ ସେ ଶନିବାର କଲିୟରୀ ଥାନାରେ ଅଭିଯୋଗ କରିଛନ୍ତି। ୨ ଜଣ ଯୁବତୀ ସାହାଯ୍ୟ ମାଗିବା ଆଳରେ ତାଙ୍କଠାରୁ ଟଙ୍କା, ସୁନାଗହଣା ଲୁଟ୍‌ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ନାଲ୍‌କୋ ଅଫିସର୍ସ କ୍ଲବ୍‌ ନିର୍ବାଚନ: ମତଦାନ ଜାରି

ନାଲ୍‌କୋ ଅଫିସର୍ସ କ୍ଲବ୍‌ ନିର୍ବାଚନ: ମତଦାନ ଜାରି

ବଅଁରପାଳ,୨୦।୫(ଡି.ଏନ୍‌.ଏ.): ନାଲ୍‌କୋ ଅଫିସର୍ସ କ୍ଲବ୍‌ ନିର୍ବାଚନ ରବିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସମ୍ପାଦକ, କ୍ରୀଡ଼ା ସମ୍ପାଦକ, ଖାଦ୍ୟ ପାନୀୟ ସମ୍ପାଦକ ପଦବୀ ପାଇଁ ଏହି ନିର୍ବାଚନ ହେଉଛି।

ଆମିଷ ବିକିବାକୁ ବଜାର ନାହିଁ

କାମାକ୍ଷାନଗର,୨୦ା୫ (ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିରେ ଆମିଷ ବିକ୍ରି କରିବାକୁ ପର୍ଯ୍ୟାପ୍ତ ସୁବିଧା ନାହିଁ। ମାଛ ବିକ୍ରି କରିବାକୁ ଥିବା ବଜାରରେ ହାତ ଗଣତି ବ୍ୟବସାୟୀ ବିକ୍ରିବଟା କରିବାର ବ୍ୟବସ୍ଥା ରହିଛି। ଏଣୁ ଜାତୀୟ ରାଜପଥ ପାର୍ଶ୍ୱ ସମେତ ସହରର ଗଳିକନ୍ଦିରେ ବେପାରୀମାନେ ଉଠାଦୋକାନ ଖୋଲୁଛନ୍ତି। ଏହାକୁ ନେଇ ଟ୍ରାଫିକ୍‌ ସମସ୍ୟା ଜଟିଳ ହେଉଥିବାବେଳେ ଦୁର୍ଗନ୍ଧରେ ନାକ ଫାଟୁଛି।

ଝସକେତନଙ୍କ ଟେର୍‌ ପାଉନି ପୋଲିସ

ଝସକେତନଙ୍କ ଟେର୍‌ ପାଉନି ପୋଲିସ

ଅନୁଗୋଳ ଅଫିସ,୨୦ା୫ ଅନୁଗୋଳ କୋର୍ଟ ପରିସରରେ ଥିବା ହାଜତ ଶୌଚାଳୟ ଆଜବେଷ୍ଟସ ଭାଙ୍ଗି ଶୁକ୍ରବାର ପୂର୍ବାହ୍ନରେ ଫେରାର ହୋଇଯାଇଥିବା ୪ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଧରିବାରେ ଅନୁଗୋଳ ପୋଲିସ ଏଯାଏ ସଫଳ ହୋଇପାରି ନାହିଁ।

୨୮ରେ ନାଲ୍‌କୋ କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି

ବଅଁରପାଳ,୨୦ା୫(ଡି.ଏନ.ଏ.) ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମରେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ନାଲ୍‌କୋ ଦ୍ୱାରା ଏହି ଗଁା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଜଳ ଯୋଗାଣରେ ପ୍ରକଳ୍ପ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଦିଲ୍ଲୀ ଗଲେ ଟାଏକୋଣ୍ଡୋ ପ୍ରତିଯୋଗୀ

ଦିଲ୍ଲୀ ଗଲେ ଟାଏକୋଣ୍ଡୋ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ,୨୦ା୫ ଢେଙ୍କାନାଳ ଟାଏକୋଣ୍ଡୋ ଆସୋସିଏଶନର ୨୦ ଜଣ ପ୍ରତିଯୋଗୀ ଶନିବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମ୍‌ରେ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କୁକିଅନ୍‌ କପ୍‌ ଚାମ୍ପିୟନଶିପ୍‌ରେ ସେମାନେ ଭାଗନେବେ। ସାହିର୍‌ ମହମ୍ମଦ ପ୍ରଶିକ୍ଷକ, ଅସୀମ ଦାସ ମ୍ୟାନେଜର ଭାବେ ସେମାନଙ୍କ ସହ ଯାଇଛନ୍ତି।

ସକାଳେ ବିତରକ, ସନ୍ଧ୍ୟାରେ ଟେଲରିଂ

ସକାଳେ ବିତରକ, ସନ୍ଧ୍ୟାରେ ଟେଲରିଂ

ଜିର ମହଙ୍ଗା ସମୟରେ ଗୋଟିଏ କାମରେ ପରିବାର ଚଳାଇବା କଷ୍ଟକର। ସେଥିପାଇଁ ସକାଳେ ଖବରକାଗଜ ବିତରଣ ପରେ ସନ୍ଧ୍ୟାରେ ଟେଲରିଂ କରେ। ଏଥିରୁ ଯାହା କିଛି ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିବାରେ ବେଶୀ କଷ୍ଟ ହୁଏ ନାହିଁ ବୋଲି କୁହନ୍ତି ବନ୍ତଳା ବଜାରବାସିନ୍ଦା ହେମନ୍ତ ସାହୁ (୩୯)।

ମହିଳାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ

ମହିଳାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ

ଅନୁଗୋଳ ଅଫିସ୍‌,୨୦ା୫-ଅନୁଗୋଳ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ କୁଶାସିଂହା ଗ୍ରାମର ରୋହିତ ଖିଲାର (୩୫)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଦୋଷ ସ୍ବୀକାର କରିଥିବା ତଦନ୍ତକାରୀ ଅଧିକାରୀ ସାବିତ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ସମ୍ପୃକ୍ତା ମହିଳା ଥାନାରେ ଏହି ଅଭିଯୋଗ କରିଥିଲେ।

କଡ଼ାକଡ଼ି ପାଳନ ହେଉନି ଶ୍ରମ ଆଇନ

କଡ଼ାକଡ଼ି ପାଳନ ହେଉନି ଶ୍ରମ ଆଇନ

ବଅଁରପାଳ,୨୦ା୫(ଡି.ଏନ୍‌.ଏ.) ଅନୁଗୋଳ ଜିଲାର ବିଭିନ୍ନ ଶିଳ୍ପରେ କାମ କରୁଥିବା ଶ୍ରମିକମାନଙ୍କ ଚିକିତ୍ସା ନିମନ୍ତେ ଇଏସ୍‌ଆଇ ହସ୍‌ପିଟାଲର ସୁବିଧା ନ ଥିଲା। ଏହାକୁ ଆଖିଆଗରେ ରଖି ସରକାରଙ୍କ ପକ୍ଷରୁ ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ୧୦୦ ଶଯ୍ୟା ବିଶିଷ୍ଠ ଇଏସ୍‌ଆଇ ହସ୍‌ପିଟାଲ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା।

ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ

ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ

ବଅଁରପାଳ,୨୦ା୫(ଡି.ଏନ୍‌.ଏ.) ନାଲ୍‌କୋ ହସ୍ପିଟାଲରେ ନର୍ସ ଚାକିରି କରାଇଦେବାକୁ କହି ବନ୍ତଳା ଅଞ୍ଚଳର ଜନୈକ ଯୁବକ ଭୁବନେଶ୍ୱରର ଦୁଇଜଣ ଯୁବତୀ ଓ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ମାର୍ଚ୍ଚ ୧୫ରେ ନାଲ୍‌କୋ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଢେଙ୍କାନାଳ ଅଫିସ,୨୦ା୫ ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସିମିନଇ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଡକାୟତି ଯୋଜନା ପଣ୍ଡ କରିଛି। କେତେଜଣ ଯୁବକ ମାରଣାସ୍ତ୍ର ଓ ମୁଖା ପିନ୍ଧି ଡକାୟତି ଯୋଜନା କରୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୪ଜଣଙ୍କୁ କାବୁ କରାଯାଇଛି। ସେମାନେ ହେଲେ ଗଦାଶିଳା

ଜଳ ସଂରକ୍ଷଣ ସଚେତନତା

ଜଳ ସଂରକ୍ଷଣ ସଚେତନତା

ସାତମାଇଲ,୨୦ା୫ ହିନ୍ଦୋଳ ମହାବିଦ୍ୟାଳୟ ୧୨ ବାଟାଲିୟନ ଏନ୍‌ସିସି ପକ୍ଷରୁ ଶୁକ୍ରବାର କଲେଜ ଛକରେ ଜଳଛତ୍ର ଓ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅସିତ୍‌ କୁମାର ଜେନାମଣି ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାଡେଟ୍‌ମାନେ ପଥଚାରୀ, ଯାତ୍ରୀଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ।

ଜିଲାପାଳଙ୍କ ଆଗରେ ଚେତାଶୂନ୍ୟ ହୋଇ ପଡ଼ିଲେ

ଜିଲାପାଳଙ୍କ ଆଗରେ ଚେତାଶୂନ୍ୟ ହୋଇ ପଡ଼ିଲେ

ଢେଙ୍କାନାଳ ଅଫିସ,୨୦ା୫ ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ। ସମୟ ଶନିବାର ଅପରାହ୍ନ ସାଢ଼େ ଗୋଟାଏ। କାନ୍ଦି କାନ୍ଦି ତଳେ ଗଡ଼ିଯାଉଥାନ୍ତି ଜଣେ ମହିଳା। ସାଙ୍ଗରେ ଥାଆନ୍ତି ୬ବର୍ଷର ପୁଅ। ନ୍ୟାୟ ପାଇଁ ଅଧିକାରୀଙ୍କୁ ହାତ ଯୋଡ଼ି ନେହୁରା ହୋଇଥିଲେ ସୁଦ୍ଧା କେହି ତାଙ୍କୁ ଆଡ଼ ନଜରରେ ଦେଖି ନ ଥିଲେ।

‘ଗଣମାଧ୍ୟମକୁ ଠିକ୍‌ ତଥ୍ୟ ଦିଅ’

‘ଗଣମାଧ୍ୟମକୁ ଠିକ୍‌ ତଥ୍ୟ ଦିଅ’

ଢେଙ୍କାନାଳ ଅଫିସ,୨୦ା୫ ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ଶନିବାର ‘ପେଟ୍ରୋଲିୟମ୍‌ ପାଇପ୍‌ ଲାଇନ ଶିଳ୍ପରେ ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନାର ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ ଦକ୍ଷିଣ ପୂର୍ବାଞ୍ଚଳ ପାଇପ୍‌ ଲାଇନ ଏବଂ ଆଇଆଇଏମ୍‌ସିର ମିଳିତ ସହଯୋଗରେ ଆୟୋଜିତ

ଯୁକ୍ତ ୨ ବିଜ୍ଞାନ ଫଳାଫଳ କଣିହାଁରେ ୩୮୭ରୁ ୧୯୫ କୃତକାର୍ଯ୍ୟ

କଣିହାଁ, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକରେ ବିଜ୍ଞାନ ବିଭାଗ ଥିବା ୪ଟି ଯୁକ୍ତ ୨ ମହାବିଦ୍ୟାଳୟରେ ବିଜ୍ଞାନ ଫଳାଫଳ ନୈରାଶ୍ୟଜନକ ରହିଛି। ରେଗୁଲାର ଓ ଏକ୍ସରେଗୁଲାରରେ ୩୮୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୯୫ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସାହାଯ୍ୟ ମାଗି ଲୁଟିଲେ ଯୁବତୀ

ତାଳଚେର,୧୯ା୫ (ନି.ପ୍ର.)- ଏଫ୍‌ସିଆଇ-କେନ୍ଦୁପଲ୍ଲୀ ରାସ୍ତା ବିଶ୍ୱାଳସାହି ପୋଖରୀ ନିକଟରେ ବଅଁରପାଳ ବଳରାମପ୍ରସାଦର ବିଭୂତି ଭୂଷଣ ଅମାନ୍ତ ଗତ ୧୭ ତାରିଖ ରାତିରେ ଲୁଟ୍‌ ଶିକାର ହୋଇଛନ୍ତି। ଏ ନେଇ ସେ ଶନିବାର କଲିୟରୀ ଥାନାରେ ଅଭିଯୋଗ କରିଛନ୍ତି।

ଜଳଛତ୍ର ଓ ଜଳ ସଂରକ୍ଷଣ ସଚେତନତା

ଜଳଛତ୍ର ଓ ଜଳ ସଂରକ୍ଷଣ ସଚେତନତା

ସାତମାଇଲ,୧୯।୫(ଡି.ଏନ.ଏ.)- ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟା ୧୨ ବାଟାଲିୟନ ଅଧିନସ୍ଥ ଏନ୍‌ସିସି ପକ୍ଷରୁ ଶୁକ୍ରବାର କଲେଜ ଛକଠାରେ ଜଳଛତ୍ର ଓ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅସିତ୍‌ କୁମାର ଜେନାମଣି ଏହାକୁ ଉଦ୍‌ଘାଟନ କରିଥିଲେ।

କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ଭାପୁର,୧୯।୫(ଡି.ଏନ.ଏ.)- ସଦର ବ୍ଲକ ଭାପୁର ପଞ୍ଚାୟତ ନିକଟରେ ଥିବା ସାପୁଆ ନଦୀ କୂଳରେ ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଶନିବାର ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

 ମହାନଦୀ ପାଇଁ ଏକାଠି ହୁଅ

ମହାନଦୀ ପାଇଁ ଏକାଠି ହୁଅ

ହିନ୍ଦୋଳ,୧୯।୫(ଡି.ଏନ.ଏ.)-ମହାନଦୀ ଓଡ଼ିଶାର ଜୀବନରେଖା। କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଭାଜପା ଶାସିତ ଛତିଶଗଡ଼ ସରକାର ଜଳସେଚନ ପ୍ରକଳ୍ପ ନାମରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇ ଦେବାକୁ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ ନିର୍ମାଣ କରି ଚାଲିଛି।

୩ୟ ଦିନରେ ଠିକାଦାରଙ୍କ ଆନ୍ଦୋଳନ

ଛେଣ୍ଡିପଦା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଜରପଡା ଥାନା ଲକ୍ଷ୍ମୀଧରପୁରଠାରେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଦାୟିତ୍ୱ ନେଇଥିବା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ ବକେୟା ପ୍ରାପ୍ୟ ପ୍ରଦାନ କରିବା ଦାବିରେ ଚାଲିଥିବା ସବଲେଟ୍‌ ଠିକାଦାରଙ୍କ ଆନ୍ଦୋଳନ ଶନିବାର ୩ୟ ଦିନରେ ପହଞ୍ଚିଛି।

କାଠ ଜବତ, ଜଣେ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ହାତୀଧରା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତିରେ ବନ ବିଭାଗ ଚଢ଼ାଉ କରି ୨୦ ହଜାର ଟଙ୍କାର ଶାଗୁଆନ ଗଣ୍ଡିକୁ ଜବତ କରିଛି।

ଉତ୍ତେଜନାରେ ଉଚ୍ଛେଦ ଜାରି ଭୂଅର୍ଜନ ଅଧିକାରୀଙ୍କଠାରେ ଅଭିଯୋଗ

ଉତ୍ତେଜନାରେ ଉଚ୍ଛେଦ ଜାରି ଭୂଅର୍ଜନ ଅଧିକାରୀଙ୍କଠାରେ ଅଭିଯୋଗ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ବଇଣ୍ଡା ଛକଠାରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶନିବାର ୩ ଦିନରେ ପହଞ୍ଚିଛି। ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେବା ସହ ଠିକାସଂସ୍ଥାର ଅଧିକାରୀଙ୍କୁ ଘେରାଉ ଓ ତାଙ୍କୁ ମାଡ଼ ମରାଯିବା ଘଟଣା ପରେ ଶନିବାର ଏନ୍‌ଏଚ୍‌ଏଆଇ ଅନୁଗୋଳର ଭୂଅର୍ଜନ ଅଧିକାରୀ ବସନ୍ତ ଦାସ ବଇଣ୍ଡା ଗସ୍ତରେ ଆସି କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି।

ସୃତି ମହାବିଦ୍ୟାଳୟରେ ଶ୍ରୀତମ ପ୍ରଥମ

ଭୁବନ,୧୯।୫(ଡି.ଏନ.ଏ.)- ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଭୁବନ ବାଜିରାଉତ ସୃତି ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୭୫ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ପ୍ରଥମ ସ୍ଥାନରେ ୪ଜଣ, ଦ୍ୱିତୀୟ ସ୍ଥାନରେ ୧୬ ଓ ତୃତୀୟ ସ୍ଥାନରେ ୪୩ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।