ଅନଗୁଳ-ଢେଙ୍କାନାଳ

ମଣିଷ ପରେ ‘ବଳଦ’ ଶିକାର କଲା ସୁନ୍ଦରୀ

ମଣିଷ ପରେ ‘ବଳଦ’ ଶିକାର କଲା ସୁନ୍ଦରୀ

ଅନୁଗୋଳ ଅଫିସ୍‌, ୨୨।୧୦: ମଣିଷ ଶିକାର କରିବାର ଦୁଇଦିନ ନ ପୂରୁଣୁ  ସୋମବାର ଏକ ବଳଦ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ପୁଣି ମଣିଷ ମାରିଲା ସୁନ୍ଦରୀ

ପୁଣି ମଣିଷ ମାରିଲା ସୁନ୍ଦରୀ

ସାତକୋଶିଆରେ ପୁଣି ମଣିଷ ମାରିଛି ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ। ରବିବାର ସକାଳେ ଚାଷ ପାଇଁ ଯାଇଥିବା ଅନୁଗୋଳ ଜିଲା ପମ୍ପାସର ରେଞ୍ଜ ଟାଇଁସି ଗ୍ରାମର ତ୍ରିନାଥ ସାହୁ (୬୦)ଙ୍କ ଜୀବନ ନେଇଛି ସୁନ୍ଦରୀ। ଅନ୍ୟ ଦୁଇଜଣଙ୍କୁ ଆହତ ମଧ୍ୟ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। 

ପୂର୍ବ ଭୁଲର ହେଲା ପୁନରାବୃତ୍ତି

ପୂର୍ବ ଭୁଲର ହେଲା ପୁନରାବୃତ୍ତି

ବନ୍ତଳା/ଅନୁଗୋଳ ଅଫିସ,୨୨ା୧୦(ଡି.ଏନ.ଏ.)
ଦୁଇ ଦୁଇ ଜଣଙ୍କ ଜୀବନ ନେଇଥିବା ବାଘୁଣୀ ସୁନ୍ଦରୀକୁ ଜଗିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଅକ୍ଷମ। ରବିବାର ଟାଇଁସି ଗ୍ରାମର ଚାଷୀ ତ୍ରିନାଥ ସାହୁଙ୍କ ମୃତ୍ୟୁ ଘଟଣା ପରେ ବନ ବିଭାଗର ଏହି ଅପାରଗତା ଓ ବିଫଳତା ପଦାକୁ ଆସିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ କେବଳ ଅଭୟାରଣ୍ୟବାସୀ ନୁହନ୍ତି ବରଂ ଜିଲାର କୋଣ ଅନୁକୋଣରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ଲୋକଙ୍କ ସୁରକ୍ଷା ନେଇ ଯେଉଁ ବଡ଼ ବଡ଼ କଥା କହୁଛି ତାହା ଯେ ଧୂଅଁାବାଣ ସେ ନେଇ ଆଲୋଚନା ଜୋର୍‌ ଧରିଛି। 

ଭୁବନ ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ:  ଘରପୋଡ଼ି, ବ୍ଲେଡ୍‌ରେ ଅକ୍ରମଣ ଅଭିଯୋଗ, ପଥର ମାଡ଼ରେ ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଭୁବନ ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଘରପୋଡ଼ି, ବ୍ଲେଡ୍‌ରେ ଅକ୍ରମଣ ଅଭିଯୋଗ, ପଥର ମାଡ଼ରେ ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଭୁବନ,୨୧ା୧୦(ଡି.ଏନ.ଏ.)-ଐତିହାସିକ ବଳଦଯାତ୍ରା ଭସାଣି ଉତ୍ସବରେ ଗୋଷ୍ଠୀ ସଂଘର୍ଷକୁ ନେଇ ଅଶାନ୍ତି ହୋଇଉଠିଛି ଭୁବନ। ଦୁଇ ବଳଦିଆ କମିଟି ମଧ୍ୟରେ ବଚସାକୁ ନେଇ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ପଥରମାଡ଼ରେ ଜଣେ ଏସ୍‌ଆଇଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି। ସେହିପରି ପୋଲିସର ଲାଠି ମାଡ଼ରେ ଜଣେ ସାଧାରଣ ନାଗରିକ ଜଖମ ହୋଇଛନ୍ତି। ଏହାକୁ ନେଇ ଦିନତମାମ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା।

 ଭୁବନର ଐତିହାସିକ ବଳଦଯାତ୍ରାରେ ମହାବିଭ୍ରାଟ

ଭୁବନର ଐତିହାସିକ ବଳଦଯାତ୍ରାରେ ମହାବିଭ୍ରାଟ

ଭୁବନ,୨୧ା୧୦(ଡି.ଏନ.ଏ.)-ମହାବିଭ୍ରାଟ ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ବଳଦିଆ ଏବଂ ଶାନ୍ତି କମିଟିର ଅସହଯୋଗ କାରଣରୁ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ମାରପିଟ୍‌ ଭଳି ଘଟଣା ଯାତ୍ରାପ୍ରେମୀଙ୍କ ଆଘାତ ଦେଇଛି। କେବଳ ଏତିକି ନୁହେଁ, ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀ ବଦଳରେ ପୂଜା ପ୍ରତିଷ୍ଠାନଗୁଡ଼ିକ ନିଜ ଇଚ୍ଛା ମୁତାବକ ବିଭିନ୍ନ ଜଳାଶୟରେ ମେଢ଼ ବିସର୍ଜନ କରିଥିଲେ।

ଧଳପଡାରେ  ଜନସମ୍ପର୍କ ପଦଯାତ୍ରା

ଧଳପଡାରେ ଜନସମ୍ପର୍କ ପଦଯାତ୍ରା

ଭୁବନ,୨୧ା୧୦(ଡି.ଏନ.ଏ.)- ଭୁବନ ବ୍ଲକ ଧଳପଡା ପଞ୍ଚାୟତରେ ରବିବାର ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଖଣି, ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର  ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏଥିସହ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। 

ହାତୀ ଉପଦ୍ରବ, ଫସଲ ନଷ୍ଟ

ହାତୀ ଉପଦ୍ରବ, ଫସଲ ନଷ୍ଟ

ବଇଣ୍ଡା,୨୧।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜର ବଡ଼ହୁଲା, ଧୁଣ୍ଡି, ଗାଁ ବଇଣ୍ଡା, ପାର୍ବତୀପୁର ଆଦି ଗ୍ରାମରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ:  ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ: ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବନ୍ତଳା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଟାଇଁସି ଗ୍ରାମର ତ୍ରିନାଥ ସାହୁ(୬୦) ରବିବାର ସକାଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ପ୍ରାଣ ହରାଇଛନ୍ତି। 

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ  ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଛେଣ୍ଡିପଦା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଜରପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମର ରଙ୍ଗିଆ ନାଳୀ ଚକ ଇଲାକାରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ କରିଛନ୍ତି।  ପ୍ରାୟ ୧୫ ରୁ ୧୬ ହାତୀ ଦଳବଦ୍ଧ ହୋଇ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି।

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା: କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା: କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

 ତାଳଚେର,୨୧।୧୦(ନି.ପ୍ର)- ତାଳଚେର ବ୍ଲକ ଲିଙ୍ଗିରକଟା ଗ୍ରାମରେ ଶନିବାର ରାତିରେ ହାତୀ ଆକ୍ରମଣରେ ବିକ୍ରମ ରାଉତ (୬୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲା ସୁନ୍ଦରୀ ବାଘୁଣୀ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲା ସୁନ୍ଦରୀ ବାଘୁଣୀ

ଅନୁଗୋଳ ଅଫିସ, ୨୧।୧୦: ବାଘୁଣୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଏକ ଗଣମାଧ୍ୟମ ପ୍ରତିନିଧି ରଘୁନାଥ ସାହୁଙ୍କୁ  ବାଘୁଣୀ ସୁନ୍ଦରୀ ଆକ୍ରମଣ କରିଛି।

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ଢେଙ୍କାନାଳ ଅଫିସ, ୨୧ା୧୦ ଢେଙ୍କାନାଳର ଗଣପର୍ବ ଗଜ ଲକ୍ଷ୍ମୀପୂଜା ଲାଗି ଆରମ୍ଭ ହୋଇଛି କାଉନ୍‌ଡାଉନ। ପୂଜାକୁ ମଝିରେ ମାତ୍ର ୩ ଦିନ ବାକି ଥିବାବେଳେ ଏବେଠାରୁ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ମହକ। ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ସାରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜା କାମ ଆଗେଇ ଚାଲିଛି।

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଅନୁଗୋଳ ଅଫିସ,୨୧ା୧୦ ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହଳ ଗ୍ରାମ ଯାତ୍ରା ପଡ଼ିଆରେ ଭୂମିପୂଜନ ହେବାକୁ ଥିବା ଏକ ଗୋଷ୍ଠୀକେନ୍ଦ୍ର ଫଳକକୁ ଶୁକ୍ରବାର ରାତିରେ କେହି ଭାଙ୍ଗି ଦେଇଥିବା ଜଣାପଡିଛି।

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

ବଇଣ୍ଡା,୨୧।୧୦(ଡି.ଏନ.ଏ.)ପୋଲଟିଏ ପାଇଁ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ହତାଶିମିଳି ଗ୍ରାମବାସୀ।

ଯବାନ ସାଜିଥିଲେ ହତ୍ୟାକାରୀ

ଯବାନ ସାଜିଥିଲେ ହତ୍ୟାକାରୀ

ଢେଙ୍କାନାଳ ଅଫିସ, ୨୧ା୧୦ବହୁଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର (୪୫) ହତ୍ୟାକାଣ୍ଡ ମାମଲାର ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଛି। 

ମାଛ ପାଇଁ ନାଳରେ ପଡୁଛି ବିଷ

ମାଛ ପାଇଁ ନାଳରେ ପଡୁଛି ବିଷ


ବଅଁରପାଳ,୨୦।୧୦(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳର ବିଭିନ୍ନ ନାଳରେ କୀଟନାଶକ ଔଷଧ ପକାଇ ମାଛ ମରାଯାଉଛି। ଏଥିପାଇଁ ନାଳ ପାଣି ଦୂଷିତ ହେଉଛି।

ଚୋରା କାଠ ଜବତ, ଜଣେ ଗିରଫ

ଚୋରା କାଠ ଜବତ, ଜଣେ ଗିରଫ


ପାଲଲହଡା,୨୦।୧୦(ଡି.ଏନ.ଏ.)- ପାଲଲହଡ଼ା ବନବିଭାଗ ଶୁକ୍ରବାର ରାତିରେ ଚଢାଉ କରି ପାଲଲହଡା ପାଟବେଡା ଗ୍ରାମର ଲଛମନ କାଡାଙ୍କଠାରୁ ୩୬ ପିସ କାଠ ଜବତ କରିଛି। 

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ପରଜଙ୍ଗ, ୨୦।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। 

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ


ଛେଣ୍ଡିପଦା,୨୦।୧୦(ଡି.ଏନ.ଏ.)-ଜରପଡା ରେଞ୍ଜ ଅନ୍ତର୍ଗତ ହାଣ୍ଡିଗୋଡା ଜାମୁନାଳୀ ଅଞ୍ଚଳରେ ୨ ଦିନ  ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗତ ଗୁରୁବାର ଏବଂ ଶୁକ୍ରବାର ରାତିରେ ୭ ଟି ହାତୀ ରଙ୍ଗିଆନାଳ ଅଞ୍ଚଳରେ ପଶି ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି।

ନାଳରେ ବୁଡ଼ି ଛାତ୍ର ମୃତ

ନାଳରେ ବୁଡ଼ି ଛାତ୍ର ମୃତ

ପାଲଲହଡ଼ା,୨୦।୧୦(ଡି.ଏନ.ଏ.)- ପାଲଲହାଡ଼ା ଉପଖଣ୍ଡ ସଦର ଟାଉନ ନିକଟ ମାଙ୍କଡ଼ା ନାଳରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଚନ୍ଦନ ବେହେରା।

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ


ଛେଣ୍ଡିପଦା,୧୯।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତରେ ଶୁକ୍ରବାର ଏକ ଘରୋଇ କମ୍ପାନୀ ଦ୍ୱାରା ବିଭିନ୍ନ ସର୍ଭେ କାର୍ଯ୍ୟ ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏପରିକି ଲୋକମାନେ ଉତ୍ତେଜିତ ହୋଇ ସମ୍ପୃକ୍ତ କମ୍ପାନୀ କର୍ମଚାରୀଙ୍କୁ ସର୍ଭେ ବିଷୟରେ ପଚାରିଥିଲେ। 

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ


ବଇଣ୍ଡା,୧୯।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲଠାରେ ଚାଲିଥିବା ଦୁର୍ଗାପୂଜା ଅବସରରେ ଗୁରୁବାର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରଙ୍କୁ ପୁରସ୍କୃତ କରାଯାଇଛି।