ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ : ସ୍ନେହାଙ୍କୁ ସ୍ବର୍ଣ୍ଣ, ଜଗଦୀଶ, ପ୍ରଜ୍ଞାଙ୍କୁ ରୌପ୍ୟ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ : ସ୍ନେହାଙ୍କୁ ସ୍ବର୍ଣ୍ଣ, ଜଗଦୀଶ, ପ୍ରଜ୍ଞାଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି)-ପୁଣେରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ବାଳିକା ଭାରୋତ୍ତୋଳନରେ ଓଡ଼ିଶାର ସ୍ନେହା ସୋରେନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ପୂର୍ବାଞ୍ଚଳ ଏଜି ହକି: ପଶ୍ଚିମବଙ୍ଗ ଚାମ୍ପିୟନ, ଓଡ଼ିଶା ରନର୍ସଅପ୍‌

ପୂର୍ବାଞ୍ଚଳ ଏଜି ହକି: ପଶ୍ଚିମବଙ୍ଗ ଚାମ୍ପିୟନ, ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)-

ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅଡିଟ୍‌ ଓ ଆକାଉଣ୍ଟ୍ସ(ଏଜି) ହକି ଟୁର୍ନାମେଣ୍ଟ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏଥିରେ ପଶ୍ଚିମବଙ୍ଗ ଚାମ୍ପିୟନ ଏବଂ ଓଡ଼ିଶା ରନର୍ସଅପ୍‌ ହୋଇଛି। ଫାଇନାଲରେ ପଶ୍ଚିମବଙ୍ଗ ୩-୧ ଗୋଲରେ ଓଡ଼ିଶାକୁ ପରାସ୍ତ କରିଛି।

ସି.କେ ନାଇଡୁ ଟ୍ରଫି: ଓଡ଼ିଶାର ଲଜ୍ଜାଜନକ ବିଦାୟ

ସି.କେ ନାଇଡୁ ଟ୍ରଫି: ଓଡ଼ିଶାର ଲଜ୍ଜାଜନକ ବିଦାୟ

କଟକ ଅଫିସ,୧୨ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ୨୩ବର୍ଷରୁ କମ୍‌ ସି.କେ ନାଇଡୁ ଟ୍ରଫିରେ ଓଡ଼ିଶାର ଅଭିଯାନ ଲଜ୍ଜାଜନକ ଭାବେ ଶେଷ ହୋଇଛି । 

ହରି ପ୍ରସାଦ ଜାତୀୟ କରାଟେ ସଂଘର ବୈଷୟିକ ନିର୍ଦ୍ଦେଶକ

ହରି ପ୍ରସାଦ ଜାତୀୟ କରାଟେ ସଂଘର ବୈଷୟିକ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି)-

କରାଟେ ଆସୋସିଏଶନ ଅଫ ଇଣ୍ଡିଆ(କେଏଆଇ)ର ନିର୍ବାଚନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଛି। ୪ ବର୍ଷ ପାଇଁ ହୋଇଥିବା ଏହି ନିର୍ବାଚନରେ ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଉପସଭାପତି ପଦ ବଜାୟ ରଖିବା ସହ ଜାତୀୟ ସଂଘର ନୂଆ ବୈଷୟିକ ନିର୍ଦ୍ଦେଶକ ମନୋନୀତ ହୋଇଛନ୍ତି। 

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଗଠିତ

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଗଠିତ

କଟକ ଅଫିସ,୧୨ା୧- ପ୍ରଥମ ଥର ନିମନ୍ତେ ଓଡ଼ିଶା ପୋଲିସ ଗଠନ କରିଛି ମହିଳା କବାଡ଼ି ଦଳ। ପାରଳାଖେମୁଣ୍ଡିଠାରେ ହେବାକୁ ଥିବା ସିନିୟର କବାଡ଼ି ଆନ୍ତଃ ଜିଲା କବାଡ଼ି ଟୁର୍ନାମେଣ୍ଟରେ ଏହି ଦଳ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିନିଧିତ୍ୱ କରିବ। ସବ୍‌ଇନ୍ସପେକ୍ଟର ତଥା ଅନ୍ତର୍ଜାତୀୟ ସ୍ତରର କବାଡ଼ି ଖେଳାଳି ରଶ୍ମିତା ବେହେରା ଦଳର ଅଧିନାୟିକା ରହିଛନ୍ତି। 

ଦିବ୍ରୁଗଡ଼ଠାରୁ ହାରି ସମ୍ବଲପୁର ବିଦା

ଦିବ୍ରୁଗଡ଼ଠାରୁ ହାରି ସମ୍ବଲପୁର ବିଦା

କଟକ ଅଫିସ,୧୨ା୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଖେଳାଯାଇଥିଲା। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ-୧ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ ୧୯ ରନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ହରାଇ ଦେଇଛି। ଲଗାତର ୨ଟି ବିଜୟ ପରେ ଦିବ୍ରୁଗଡ଼କୁ ଭେଟିଥିବା ସମ୍ବଲପୁର ଦଳ ଏହି ପରାଜୟ ସହ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିବ୍ରୁଗଡ଼ ୧୧୬ ରନ କରିଥିଲା। ଦଳ ପକ୍ଷରୁ ରିଜାଉଦ୍ଦିନ ଅଲ୍ଲୀ ସର୍ବାଧିକ ୩୫ ରନ କରିଥିଲେ। ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ମଧ୍ୟ ସମ୍ବଲପୁର ୯୭ ରନରେ ଅଲଆଉଟ ହୋଇଯାଇଥିଲା।  ଦଳ ପକ୍ଷରୁ ରାହୁଲ ଚୌଧୁରୀ ସର୍ବାଧିକ ୨୫ରନ କରିଥିଲେ। 

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୨୬୨ରେ ଅଲଆଉଟ

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୨୬୨ରେ ଅଲଆଉଟ

ଜୋହାନ୍ସବର୍ଗ,୧୨।୧(ଏଏଫପି)- ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମ ଇନିଂସରେ ୭୭.୪ ଓଭରରେ ୨୬୨ ରନ କରି ଅଲଆଉଟ ହୋଇଛି। 

 ପାଣ୍ଡ୍ୟା, ରାହୁଲ ସସ୍‌ପେଣ୍ଡ: ସ୍ବଦେଶ ଫେରିବେ

ପାଣ୍ଡ୍ୟା, ରାହୁଲ ସସ୍‌ପେଣ୍ଡ: ସ୍ବଦେଶ ଫେରିବେ


ନୂଆଦିଲ୍ଲୀ/ସିଡ୍‌ନୀ, ୧୧ା୧ (ପି.ଟି.)- ଏକ  ଟିଭି ଶୋ’ରେ ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ ଭାରତର କ୍ରିକେଟ ପ୍ରଶାସକ (ସିଓଏ) ଦ୍ୱାରା ଶୁକ୍ରବାର ସସ୍‌ପେଣ୍ଡ ହୋଇଛନ୍ତି। ଅଧିନାୟକ ବିରାଟ କୋହଲି ଖେଳାଳିଦ୍ୱୟଙ୍କ ମନ୍ତବ୍ୟକୁ ସମାଲୋଚନା କରିବାର କିଛି ଘଣ୍ଟା ପରେ ଏହି ଦଣ୍ଡବିଧାନ କରାଯାଇଛି। ଫଳରେ ସିଡ୍‌ନୀଠାରେ ଶନିବାର ଆରମ୍ଭ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରୁ ଏହି ଖେଳାଳିଦ୍ୱୟଙ୍କୁ ବାଦ୍‌ ଦିଆଯାଇଛି। ସେମାନଙ୍କୁ ତୁରନ୍ତ ଭାରତ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଦିନିକିଆ ସିରିଜ: ଭାରତର ଲକ୍ଷ୍ୟ ବିଶ୍ୱକପ୍‌ ପ୍ରସ୍ତୁତି

ଦିନିକିଆ ସିରିଜ: ଭାରତର ଲକ୍ଷ୍ୟ ବିଶ୍ୱକପ୍‌ ପ୍ରସ୍ତୁତି

ସିଡ୍‌ନୀ,୧୧।୧(ପି.ଟି.)- ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ। ଟେଷ୍ଟ ସିରିଜରେ ଐତିହାସିକ ବିଜୟ ହାସଲ କରିବା ପରେ ଭ୍ରମଣକାରୀ ଭାରତ ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ରୋନାଲ୍ଡୋ ଦେବେ ଡିଏନ୍‌ଏ ନମୁନା

ରୋନାଲ୍ଡୋ ଦେବେ ଡିଏନ୍‌ଏ ନମୁନା

ଲସ୍‌ ଏଞ୍ଜେଲ୍ସ,୧୧।୧(ଏଏଫ୍‌ପି)- ଷ୍ଟାର ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାମରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଲାସ ଭେଗାସ ପୋଲିସ ଜାରି ରଖିଛି। 

ଏକମାତ୍ର ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଏକମାତ୍ର ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୧୧।୧- ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ଏକମାତ୍ର ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ୩୫ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। 

ଡୋପ୍‌ ଟେଷ୍ଟରେ ଦୁଇ ଭାରତୀୟ ଆଥ୍‌ଲେଟ୍‌ ବିଫଳ

ଡୋପ୍‌ ଟେଷ୍ଟରେ ଦୁଇ ଭାରତୀୟ ଆଥ୍‌ଲେଟ୍‌ ବିଫଳ

ବେଙ୍ଗାଲୁରୁ,୧୧।୧- ଗତବର୍ଷ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଭାରତୀୟ ଆଥ୍‌ଲେଟ୍‌ଙ୍କ ତାଲିକା ବୃଦ୍ଧି ପାଇବାରେ ଲାଗିଛି। 

ଅଷ୍ଟ୍ରେଲିଆନ ଓପନ: ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ଅଷ୍ଟ୍ରେଲିଆନ ଓପନ: ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମେଲବୋର୍ନ,୧୧।୧(ପି.ଟି.)- ଅନ୍ୟତମ ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ଥର ଲାଗି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। 

ବିପିଏଲ: ସ୍ମିଥଙ୍କ ଅଭିଯାନ ଶେଷ

ବିପିଏଲ: ସ୍ମିଥଙ୍କ ଅଭିଯାନ ଶେଷ

ଢାକା,୧୧।୧- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ରେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଅଭିଯାନ ଶେଷ ହୋଇଯାଇଛି। 

ସିଡ୍‌ନୀ ଦିନିକିଆରେ ଖେଳିବେ ସିଡ୍‌ଲ

ସିଡ୍‌ନୀ ଦିନିକିଆରେ ଖେଳିବେ ସିଡ୍‌ଲ

ସିଡ୍‌ନୀ,୧୧।୧- ଆସନ୍ତା ଶନିବାର ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ଠାରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ ହୋଇଯାଇଛି। 

ମୁରେଙ୍କ ଅବସର ଘୋଷଣା

ମୁରେଙ୍କ ଅବସର ଘୋଷଣା

ମେଲବୋର୍ନ,୧୧।୧- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ଆଣ୍ଡି ମୁରେ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନର ଓ୍ବିମ୍ବେଲଡନ ଓପନ ତାଙ୍କର ଅନ୍ତିମ ଇଭେଣ୍ଟ ହେବ ବୋଲି ମୁରେ ହୋଇ ଶୁକ୍ରବାର କହିଛନ୍ତି। 

ପିଲାଦିନ ସାଥୀ ବିଜେତା ପାଲଟିଥିଲେ ରାହୁଲଙ୍କ ଜୀବନ ସାଥୀ

ପିଲାଦିନ ସାଥୀ ବିଜେତା ପାଲଟିଥିଲେ ରାହୁଲଙ୍କ ଜୀବନ ସାଥୀ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ଜାନୁୟାରୀ ୧୧ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।

କ୍ୟାଚ୍‌ ଛାଡ଼ିବାରୁ ମୁହଁ ଫାଟିଲା

କ୍ୟାଚ୍‌ ଛାଡ଼ିବାରୁ ମୁହଁ ଫାଟିଲା

ବ୍ରିସ୍‌ବେନ,୧୧।୧- କ୍ରିକେଟରେ କ୍ୟାଚ୍‌ ଛାଡ଼ିବା କିଛି ନୂଆ କଥା ନୁହେଁ। ମାତ୍ର କ୍ୟାଚ୍‌ ଛାଡ଼ିବାରୁ ଅନ୍ତର୍ଜାତୀୟ ଷ୍ଟାର ଖେଳାଳିଙ୍କ ମୁହଁ ଫାଟିଛି। ଏଠାରେ ଖେଳାଯାଇଥିବା ମେଲବୋର୍ନ ରେନେଗାଡ୍ସେ ବିପକ୍ଷ ଚଳିତ ବିଗ୍‌ ବାଶ ଲିଗ୍‌ (ବିବିଏଲ) ମ୍ୟାଚ୍‌ରେ ବ୍ରିସବେନ ହିଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଲରାଉଣ୍ଡର ବେନ୍‌ କଟିଂଙ୍କୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଛି।

ଦିଲ୍ଲୀକୁ ହରାଇ ସେମିରେ ହକି ଓଡ଼ିଶା

ଦିଲ୍ଲୀକୁ ହରାଇ ସେମିରେ ହକି ଓଡ଼ିଶା

କଟକ ଅଫିସ,୧୧ା୧-ବମ୍ବେ ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ହକି ଇଭେଣ୍ଟରେ ହକି ଓଡ଼ିଶା ପୁରୁଷ ଦଳ ୩-୧ ଗୋଲରେ ଦିଲ୍ଲୀକୁ ପରାସ୍ତ କରି ପୁଲ-ଏର ଶୀର୍ଷରେ ରହିବା ସହ ସେମିଫାଇନାଲରେ ପ୍ରବେଶ କରିଛି।

ପନ୍ତଙ୍କ ଉଇକେଟ କିପିଙ୍ଗ୍‌ରେ ତ୍ରୁଟି ରହିଛି

ପନ୍ତଙ୍କ ଉଇକେଟ କିପିଙ୍ଗ୍‌ରେ ତ୍ରୁଟି ରହିଛି

ମୁମ୍ବାଇ,୧୧।୧(ପି.ଟି.)- ନୂଆ ଉଇକେଟ କିପିଙ୍ଗ୍‌ ତଥା ବ୍ୟାଟିଂ ସେନସେଶନ ରିଷଭ ପନ୍ତ ଭାରତୀୟ କ୍ରିକେଟର ରାଇଜିଂ ଷ୍ଟାର ଭାବେ ଉଭା ହୋଇଛନ୍ତି। ତାଙ୍କୁ ଅବଶ୍ୟ ସବୁ ମହଲରୁ ପ୍ରଶଂସା କରାଯାଉଛି। 

ଫିକ୍ସିଂ ଅଭିଯୋଗରେ ୨୩ ଟେନିସ୍‌ ଖେଳାଳି ଗିରଫ

ଫିକ୍ସିଂ ଅଭିଯୋଗରେ ୨୩ ଟେନିସ୍‌ ଖେଳାଳି ଗିରଫ

ମାଡ୍ରିଡ,୧୧।୧- ଟେନିସ୍‌ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ସ୍ପାନିସ୍‌ ସିଭିଲ ଗାର୍ଡ ଏକ ବଡ଼ ଧରଣର ପଦକ୍ଷେପ ନେଇଛି। ସ୍ପେନ୍‌ରେ ମ୍ୟାଚ୍‌ ଫିକ୍ସିଂ ତଦନ୍ତରେ ୨୮ଜଣ ପେସାଦାର ଟେନିସ ଖେଳାଳିଙ୍କ ସମେତ ମୋଟ ୮୩ ଜଣଙ୍କୁ ଗିରଫ କରାଯାଇଛି। 

ଜାତୀୟ ଫୁଟ୍‌ଭଲି ପ୍ରତିଯୋଗିତା:  ଓଡ଼ିଶା ମହିଳା ଦଳ ଚାମ୍ପିୟନ

ଜାତୀୟ ଫୁଟ୍‌ଭଲି ପ୍ରତିଯୋଗିତା: ଓଡ଼ିଶା ମହିଳା ଦଳ ଚାମ୍ପିୟନ

ଭୁବନେଶ୍ୱର, ୧୧ା୧ (ସ୍ପୋଟର୍‌ସ ବ୍ୟୁରୋ)- ନୂଆଦିଲ୍ଲୀସ୍ଥିତ ବାଲଭବନ ଇଣ୍ଟରନ୍ୟାଶନାଲ ସ୍କୁଲଠାରେ ୭ମ ଜାତୀୟ ସିନିୟର ଫୁଟ୍‌ଭଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମହିଳା ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିବାବେଳେ ପୁରୁଷ ଦଳ ତୃତୀୟ ସ୍ଥାନ ଅଧିକାର କରିଛି। 

ପିବିଏଲ: ସେମିଫାଇନାଲ ଲାଇନ ଚୂଡ଼ାନ୍ତ

ପିବିଏଲ: ସେମିଫାଇନାଲ ଲାଇନ ଚୂଡ଼ାନ୍ତ

ବେଙ୍ଗାଲୁରୁ,୧୧।୧(ପି.ଟି.)- ସାଇ ପ୍ରଣୀଥଙ୍କ ଦମଦାର ପ୍ରଦର୍ଶନ ବଳରେ ବାଙ୍ଗାଲୋର ରାପ୍ଟର୍ସ ଦଳ ଚେନ୍ନାଇ ସ୍ମାଶର୍ସକୁ ହରାଇ ଚଳିତ ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ (ପିବିଏଲ)ରେ ଅନ୍ତିମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।

ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟବଲ:  ୟୁଏଇଠାରୁ ହାରିଲା ଭାରତ

ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟବଲ: ୟୁଏଇଠାରୁ ହାରିଲା ଭାରତ

ଆବୁଧାବି,୧୧।୧ (ପି.ଟି.)- ଏଠାରେ ଚାଳିଥିବା ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫସି) ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି।