ଖେଳ

ଚାଇନିଜ୍‌ ବ୍ରାଣ୍ଡ ସହ ଶ୍ରୀକାନ୍ତଙ୍କ ୩୫କୋଟି ଟଙ୍କାର ଚୁକ୍ତି

ଚାଇନିଜ୍‌ ବ୍ରାଣ୍ଡ ସହ ଶ୍ରୀକାନ୍ତଙ୍କ ୩୫କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ, ୧୫ା୧ (ପି.ଟି.)-ଭାରତର  ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବି ଶ୍ରୀକାନ୍ତ ସୋମବାର ଚାଇନିଜ ବ୍ରାଣ୍ଡ ଲି-ନିଙ୍ଗ୍‌ଙ୍କ ସହିତ ୩୫ କୋଟି ଟଙ୍କାର ଏକ ସ୍ପୋଟର୍‌ସ ସ୍ପନସରଶିପ୍‌ ଚୁକ୍ତି କରିଛନ୍ତି। 

୨ କ୍ରିକେଟର ପାଣ୍ଡ୍ୟା, ରାହୁଲଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା

୨ କ୍ରିକେଟର ପାଣ୍ଡ୍ୟା, ରାହୁଲଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ, ୧୫ା୧ (ପି.ଟି.)-ଏକ ଟିଭି ଚ୍ୟାଟ୍‌ ଶୋ’ ବେଳେ  ସ୍ତ୍ରୀ ଜାତି ବିରୋଧରେ  ଟିପ୍ପଣୀ ପାଇଁ ସସ୍‌ପେଣ୍ଡ ହୋଇଥିବା ଦୁଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା  ଓ କେ.ଏଲ. ରାହୁଲ ସୋମବାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। 

ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟବଲ : ଭାରତର ନକ୍‌ଆଉଟ୍‌ ଆଶା ଧୂଳିସାତ୍‌

ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟବଲ : ଭାରତର ନକ୍‌ଆଉଟ୍‌ ଆଶା ଧୂଳିସାତ୍‌

ଶାରଜା,୧୫।୧(ପି.ଟି.)- ଏଠାରେ ଚାଲିଥିବା ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟବଲ ଟୁର୍ନାମେଣ୍ଟରୁ ଭାରତ ବିଦାୟ ନେଇଛି। ସୋମବାର ଅନୁଷ୍ଠିତ ଭାରତ ତା’ର ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ବାହାରିନଠାରୁ ୧-୦ ଗୋଲରେ ପରାସ୍ତ ହୋଇଛି। ଫଳରେ ଭାରତର ନକ୍‌ଆଉଟ ଆଶା ଧୂଳିସାତ୍‌ ହୋଇଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଜବରଦସ୍ତ ଲଢେଇ କରିଥିଲେ ମଧ୍ୟ ଭାରତ ଅନ୍ତିମ ମୁହୂର୍ତ୍ତରେ ଗୋଲ ବରଣ କରିଥିଲା। ଇଞ୍ଜୁରି ଟାଇମ୍‌ରେ ତଥା ୯୧ ତମ ମିନିଟରେ ବାହାରିନ୍‌ର ଜମାଲ ରସିଦ ପେନାଲ୍ଟିକୁ ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଭାରତ ଗୋଲ ପରିଶୋଧ କରିବାରେ ବିଫଳ ହେବାରୁ ଶେଷରେ ପରାଜୟ ବରଣ କରିଥିଲା। 

ତୃତୀୟ ଟେଷ୍ଟରେ ପାକିସ୍ତାନ ପରାସ୍ତ: ଦକ୍ଷିଣ ଆଫ୍ରିକାର ସିରିଜ ସୁଇପ୍‌

ତୃତୀୟ ଟେଷ୍ଟରେ ପାକିସ୍ତାନ ପରାସ୍ତ: ଦକ୍ଷିଣ ଆଫ୍ରିକାର ସିରିଜ ସୁଇପ୍‌

ଜୋହାନ୍ସବର୍ଗ, ୧୪।୧- ପାକିସ୍ତାନ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟେଷ୍ଟ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ୧୦୭ ରନ୍‌ରେ ଜିତିନେଇଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୩୮୧ ରନ୍‌ର ଚ୍ୟାଲେଞ୍ଜିଂପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ମ୍ୟାଚ୍‌ର ୪ର୍ଥ ଦିବସ ସୋମବାର ୨ୟ ଇନିଂସରେ ୨୭୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ତୃତୀୟ ଦିବସ ସୁଦ୍ଧା ପାକିସ୍ତାନ ୨ୟ ଇନିଂସରେ ୩ ଉଇକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ତେବେ ୪ର୍ଥ ଦିବସରେ ପାକିସ୍ତାନ ଅସମାପ୍ତ ୨ୟ ଇନିଂସ ସ୍କୋରରେ ଆଉ ୧୨୦ ରନ୍‌ ଯୋଗକରି ବଳକା ୭ଟି ଉଇକେଟ୍‌ ହରାଇଥିଲା।

କର ବା ମର ସ୍ଥିତିରେ ଭାରତ:  ଧୋନୀଙ୍କୁ ନେଇ ଚିନ୍ତା

କର ବା ମର ସ୍ଥିତିରେ ଭାରତ: ଧୋନୀଙ୍କୁ ନେଇ ଚିନ୍ତା

ଆଡିଲେଡ,୧୪।୧(ପି.ଟି.)- ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିର ପ୍ରଥମ ମୁକାବିଲାରେ ପରାସ୍ତ ହେବା ପରେ ଭାରତ ଏବେ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି। ସିରିଜରେ ୧-୦ରେ ପଛରେ ପଡିଥିବା ଭାରତ ମଙ୍ଗଳବାର ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଜିତିବା ଅପରହାର୍ଯ୍ୟ ହୋଇ ପଡିଛି।  ହାର୍ଦ୍ଦିକ ପାଣ୍ଡ୍ୟା ବାସନ୍ଦ ହେବା ଫଳରେ ଭାରତୀୟ ବ୍ୟାଟିଂ ପ୍ରଭାବିତ ହୋଇଛି। ଫଳରେ ଉପ- ଅଧିନାୟକ ରୋହିତ ଶର୍ମାଙ୍କ ୨୨ତମ ଦିନିକିଆ ଶତକ ସତ୍ତ୍ୱେ ଭାରତ ବିଜୟୀ ହୋଇପାରି ନାହିଁ। 
    ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଖରାପ ଫର୍ମ, ଷ୍ଟ୍ରାଇକ ରେଟ୍‌  ଓ ଷ୍ଟ୍ରାଇକ୍‌ ରୋଟେଟ କରିବାର ବିଫଳତାକୁ ନେଇ ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଚିନ୍ତିତ ଅଛନ୍ତି। ଧୋନୀଙ୍କ ବ୍ୟାଟିଂ ଅର୍ଡର (୪ ନମ୍ବରରେ ଆସିବା)କୁ ନେଇ ଭିନ୍ନ ମତ ପ୍ରକାଶ ପାଇଥିଲେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ଏଥିରେ ପରିବର୍ତ୍ତନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଅମ୍ବାତି ରାୟୁଡୁ ଗତ ଏସିଆ କପ୍‌, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଭଲ ଖେଳିଥିଲେ ମଧ୍ୟ ବିଫଳ ହୋଇଛନ୍ତି।

୧୨୧ ବର୍ଷ ତଳେ ଜୋଏ ମାରିଥିଲେ ପ୍ରଥମ ଟେଷ୍ଟ ଛକା

୧୨୧ ବର୍ଷ ତଳେ ଜୋଏ ମାରିଥିଲେ ପ୍ରଥମ ଟେଷ୍ଟ ଛକା

ଦୁବାଇ, ୧୪।୧- କ୍ରିକେଟର ସବୁଠୁ ଲମ୍ବା ଫର୍ମାଟ୍‌ ଟେଷ୍ଟ ୧୮୭୭ ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ତେବେ ଏହାର ୨୧ ବର୍ଷ ପରେ ତଥା ଆଜିକୁ ଦୀର୍ଘ ୧୨୧ ବର୍ଷ ତଳେ ଟେଷ୍ଟ କ୍ରିକେଟର ପ୍ରଥମ ଛକା ଦେଖିବାକୁ ମିଳିଥିଲା।

ମାର୍ଶ ଫିଟ୍‌ ଘୋଷିତ

ମାର୍ଶ ଫିଟ୍‌ ଘୋଷିତ

ଆଡିଲେଡ୍‌, ୧୪।୧- ଭ୍ରମଣକାରୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ୨ୟ ମ୍ୟାଚ୍‌ ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ମଙ୍ଗଳବାର ଖେଳାଯିବ। ଅସୁସ୍ଥ ଥିବା ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ଏହି ମ୍ୟାଚ୍‌ ଲାଗି ଫିଟ୍‌ ଘୋଷିତ ହୋଇଛନ୍ତି। 

ଅମ୍ପାୟରଙ୍କ ତ୍ରୁଟି: ଓଭରର ୭ମ ବଲ୍‌ରେ ବ୍ୟାଟ୍ସମ୍ୟାନ ଆଉଟ୍‌

ଅମ୍ପାୟରଙ୍କ ତ୍ରୁଟି: ଓଭରର ୭ମ ବଲ୍‌ରେ ବ୍ୟାଟ୍ସମ୍ୟାନ ଆଉଟ୍‌

ପର୍ଥ, ୧୪।୧(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଅମ୍ପାୟରଙ୍କ ତ୍ରୁଟି ଯୋଗୁ ମାଇକେଲ କ୍ଲିଙ୍ଗରଙ୍କୁ ଉଇକେଟ୍‌ ହରାଇବାକୁ ପଡ଼ିଛି। ରବିବାର ରାତିରେ ଏଠାରେ ଘରୋଇ ପର୍ଥ ସ୍କଚର୍ସ ଓ ସିଡ୍‌ନୀ ସିକ୍ସର୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। 

ମାଲେସିଆ ମାଷ୍ଟର୍ସରୁ ସାଇନା, ଶ୍ରୀକାନ୍ତଙ୍କ ସିଜନ ଆରମ୍ଭ

ମାଲେସିଆ ମାଷ୍ଟର୍ସରୁ ସାଇନା, ଶ୍ରୀକାନ୍ତଙ୍କ ସିଜନ ଆରମ୍ଭ

କୁଆଲାଲମ୍ପୁର, ୧୪।୧(ପି.ଟି.)- ଦୁଇ ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ମଙ୍ଗଳବାରଠାରୁ ଅନୁଷ୍ଠିତ ହେବାକୁ ଥିବା ମାଲେସିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌ ସୁପର୍‌ ୫୦୦ ଟୁର୍ନାମେଣ୍ଟରୁ ସେମାନଙ୍କ ସିଜନ ଆରମ୍ଭ କରିବେ। 

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରଜନେଶଙ୍କ ବିଦାୟ

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରଜନେଶଙ୍କ ବିଦାୟ

ମେଲବୋର୍ନ, ୧୪।୧(ପି.ଟି.)- ଭାରତର ପ୍ରଜନେଶ ଗୁଣେଶ୍ୱରମ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମରେ ଆରମ୍ଭରୁ ଝୂଣ୍ଟିଛନ୍ତି। ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସର 

ଲା ଲିଗାରେ ମେସିଙ୍କ ୪୦୦ ଗୋଲ୍‌

ଲା ଲିଗାରେ ମେସିଙ୍କ ୪୦୦ ଗୋଲ୍‌

ବାର୍ସିଲୋନା, ୧୪।୧(ଏଏଫ୍‌ପି)- ଆର୍ଜେଣ୍ଟିନା ଷ୍ଟାର୍‌ ଫୁଟ୍‌ବଲର ଲିଓନେଲ ମେସି ସ୍ପାନିଶ୍‌ ଫୁଟ୍‌ବଲ ଲିଗ୍‌ ଲା ଲିଗା’ରେ ୪୦୦ତମ ଗୋଲସ୍କୋର କରିଛନ୍ତି। ରବିବାର ରାତିରେ ବାର୍ସିଲୋନା ଓ ଇବାର ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅବସରରେ ମେସି ଏହି କୃତିତ୍ୱ ହାସଲ କରିଛନ୍ତି।

ପାଣ୍ଡ୍ୟାଙ୍କ ବଦଳରେ ଦିନିକିଆ ଦଳରେ ଶଙ୍କର ସାମିଲ:  ନ୍ୟୁଜିଲାଣ୍ଡ ଗସ୍ତରେ ଶୁବମନ ପଦାର୍ପଣ କରିବେ

ପାଣ୍ଡ୍ୟାଙ୍କ ବଦଳରେ ଦିନିକିଆ ଦଳରେ ଶଙ୍କର ସାମିଲ: ନ୍ୟୁଜିଲାଣ୍ଡ ଗସ୍ତରେ ଶୁବମନ ପଦାର୍ପଣ କରିବେ

ନୂଆଦିଲ୍ଲୀ,୧୪।୧(ପି.ଟି.)- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାସନ୍ଦ ହୋଇଥିବା ବେଳେ ତାଙ୍କ ସ୍ଥାନରେ ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। 

ଏସିଆନ୍‌ କପ୍‌ ଫୁଟବଲ:  ନକ୍‌ ଆଉଟ ଲକ୍ଷ୍ୟରେ ଭାରତ

ଏସିଆନ୍‌ କପ୍‌ ଫୁଟବଲ: ନକ୍‌ ଆଉଟ ଲକ୍ଷ୍ୟରେ ଭାରତ

ଶାରଝା,୧୪।୧(ପି.ଟି.)- ଏସିଆନ୍‌ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ଗୁରୁତ୍ୱପୂର୍ଣ୍ଣ ଅନ୍ତିମ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ରେ ବାହାରିନଙ୍କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଭାରତ ଥାଇଲାଣ୍ଡକୁ ୪-୧ ଗୋଲ ବୃହତ୍‌ ବ୍ୟବଧାନରେ ହରାଇଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ଠାରୁ ୦-୨  ଗୋଲରେ ପରାସ୍ତ ହୋଇଥିଲା। 

ମାନସ ମେମୋରିଆଲ କ୍ରିକେଟ:  କେନ୍ଦ୍ରାପଡ଼ା ବାଲାବାବା ଚାମ୍ପିୟନ

ମାନସ ମେମୋରିଆଲ କ୍ରିକେଟ: କେନ୍ଦ୍ରାପଡ଼ା ବାଲାବାବା ଚାମ୍ପିୟନ

ମାର୍ଶାଘାଇ,୧୪।୦୧(ଡ଼ିଏନ୍‌ଏ)- ମାର୍ଶାଘାଇ ବ୍ଲକ ରଙ୍କାଳ ସନ୍‌ସାଇନ୍‌ ଖେଳପଡ଼ିଆରେ ଶାରଳା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩୨ ତମ ମାନସ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ବାଲାବାବା ଚାମ୍ପିୟନ ହୋଇଛି।

ଅଲିମ୍ପିଆନ ଫୁଟ୍‌ବଲରଙ୍କ ପରଲୋକ

ଅଲିମ୍ପିଆନ ଫୁଟ୍‌ବଲରଙ୍କ ପରଲୋକ

ହାଇଦ୍ରାବାଦ, ୧୪ା୧ (ପି.ଟି.)-ମେଲବୋର୍ନରେ ୧୯୫୬ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଭାରତୀୟ ଫୁଟବଲ ଦଳର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଭାରତୀୟ ଫୁଟ୍‌ବଲର ମହମ୍ମଦ ଜୁଲଫିକାରୁଦ୍ଦିନଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ତାଙ୍କର ୩ ପୁଅ ଓ ୨ ଝିଅ ଅଛନ୍ତି। 

ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌: ବେଙ୍ଗାଲୁରୁ ରାପ୍ଟର୍ସ ଚାମ୍ପିୟନ

ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌: ବେଙ୍ଗାଲୁରୁ ରାପ୍ଟର୍ସ ଚାମ୍ପିୟନ

ବେଙ୍ଗାଲୁରୁ, ୧୪ା୧ (ପି.ଟି.)-ବେଙ୍ଗାଲୁରୁ ରାପ୍ଟର୍ସ ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ (ପିବିଏଲ) ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ମୁମ୍ବାଇ ରକେଟ୍ସକୁ ୪-୩ରେ ହରାଇ ଦେଇଛି। 

ଅଷ୍ଟ୍ରେଲିଆନ ଓପନ୍‌ ଆଜିଠାରୁ

ଅଷ୍ଟ୍ରେଲିଆନ ଓପନ୍‌ ଆଜିଠାରୁ

ମେଲବୋର୍ନ, ୧୪ା୧ (ଏଏଫ୍‌ପି)-ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ ଓପନ ସୋମବାରଠାରୁ ଆରମ୍ଭ ହେବ। ଏଥିରେ ରୋଜର ଫେଡେରର ଓ ନୋଭାକ ଜୋକୋଭିଚ୍‌ ରେକର୍ଡ ୭ମ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ଅଛନ୍ତି।

ଭୁବନେଶ୍ୱର ଓପନ ଚେସ୍‌: ବିଭୂତି ଚାମ୍ପିୟନ

ଭୁବନେଶ୍ୱର ଓପନ ଚେସ୍‌: ବିଭୂତି ଚାମ୍ପିୟନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସେକ୍ରେଟାରିଏଟ ରିକ୍ରିଏଶନ କ୍ଲବ ପରିସରରେ ଅନୁଷ୍ଠିତ ଓପନ ଚେସ୍‌ ଟୁର୍ନାମେଣ୍ଟରେ ପୁରୀର ବିଭୂତି ଭୂଷଣ ଦାସ ଚାମ୍ପିୟନ ହୋଇଛନ୍ତି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ:  ଓୟୁଏଟି, କିଟ୍‌ ବିଜୟୀ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ: ଓୟୁଏଟି, କିଟ୍‌ ବିଜୟୀ

କଟକ ଅଫିସ,୧୪ା୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଭୁବନେଶ୍ୱରର ଓୟୁଏଟି ବିଶ୍ୱବିଦ୍ୟାଳୟ ୩ ଉଇକେଟରେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । 

ତୃତୀୟ ଟେଷ୍ଟ: ପାକିସ୍ତାନର ବିଜୟ ଲକ୍ଷ୍ୟ ୩୮୧

ତୃତୀୟ ଟେଷ୍ଟ: ପାକିସ୍ତାନର ବିଜୟ ଲକ୍ଷ୍ୟ ୩୮୧

ଜୋହାନ୍ସବର୍ଗ,୧୪।୧(ଏଏଫପି)- ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୬୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୧୮୫ ରନ କରି ଅଲଆଉଟ ହୋଇଥିଲା। 

ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ: ଗୋବିନ୍ଦ, ସ୍ବାତୀ ଚାମ୍ପିୟନ

ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ: ଗୋବିନ୍ଦ, ସ୍ବାତୀ ଚାମ୍ପିୟନ

ଭୁବନେଶ୍ୱର, ୧୩।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନର ଅନୁଷ୍ଠିତ ହୋଇଛି। ମାରାଥନର ଏହି ଚତୁର୍ଥ ସଂସ୍କରଣରେ ଦେଶର ବିଭିନ୍ନ ପ୍ରାନ୍ତରୁ ୫,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୨୧.୧ କିଲୋମିଟର ବିଶିଷ୍ଟ ଏହି ମାରାଥନ ରାଜ୍ୟର ଏକମାତ୍ର ପେସାଦାର ହାଫ୍‌ ମାରାଥନର ମାନ୍ୟତା ପାଇଛି। ଟାଟା ଷ୍ଟିଲ୍‌ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ  ମିଳିତ ଆନୁକୂଲ୍ୟରେ ଏହା ସଫଳତାର ସହ ଅନୁଷ୍ଠିତ ହୋଇଛି। ସକାଳ ୬ଟାରେ ରାଜ୍ୟପାଳ ଗଣେଶୀଲାଲ ପତାକା ଦେଖାଇ ଏହାର ଉଦ୍‌ଘାଟନ କରିଥିଲେ।  ପୁରୁଷ ହାଫ୍‌ ମାରାଥନରେ ଗୋବିନ୍ଦ ସିଂ ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ ସ୍ବାତୀ ଗାଦଭେ ବିଜୟିନୀ ସାବ୍ୟସ୍ତ ହୋଇଥିଲେ।

ଉତ୍କଳ ଓପନ ଟେନିସ ଉଦ୍‌ଯାପିତ:  ଅଂଶୁଙ୍କୁ ଦ୍ୱିମୁକୁଟ, ଋତୁପର୍ଣ୍ଣାଙ୍କୁ ଟାଇଟଲ

ଉତ୍କଳ ଓପନ ଟେନିସ ଉଦ୍‌ଯାପିତ: ଅଂଶୁଙ୍କୁ ଦ୍ୱିମୁକୁଟ, ଋତୁପର୍ଣ୍ଣାଙ୍କୁ ଟାଇଟଲ

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)-
ଏସ୍‌ ଟେନିସ କ୍ଲବ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶୁକୁମାର ଭୂୟାଁ ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ଜିତି ଦ୍ୱିମୁକୁଟ ହାସଲ କରିଥିବାବେଳେ ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି ଋତୁପର୍ଣ୍ଣା ଚୌଧୁରୀ। ମହିଳା ସିଙ୍ଗଲ୍ସ ଫାଇନାଲରେ ଋତୁପର୍ଣ୍ଣା ୬-୩, ୬-୩ ସେଟ୍‌ରେ ଅମିକ କିରଣ ବାଥ୍‌ଙ୍କୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସରେ ଅଂଶୁ ୬-୦, ୬-୪ ସେଟ୍‌ରେ ଆଦିତ୍ୟ ଶତପଥୀଙ୍କୁ ହରାଇଥିବାବେଳେ ଅଂଶୁ ଓ ଆଦିତ୍ୟ ଶତପଥୀ ଯୋଡ଼ି ଡବଲ୍ସ ଫାଇନାଲରେ ଆଶୁତୋଷ ଦାସ ଓ ସତୀର୍ଥ ପଟ୍ଟନାୟକ ଯୋଡ଼ିଙ୍କୁ ୭-୫, ୪-୬(୧୦/୭) ସେଟ୍‌ରେ ହରାଇ ଟାଇଟଲ ହାସଲ କରିଥିଲେ।

ପାଟଣା କପ : ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଚାମ୍ପିୟନ

ପାଟଣା କପ : ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଚାମ୍ପିୟନ

ପାଟଣାଗଡ, ୧୩ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ରମାଇ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଚାଲିଥିବା ୧୮ତମ ସର୍ବଭାରତୀୟ ପାଟଣା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଟାଇଟଲ ହାସଲ କରିଛି ୨୦୧୯ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଦଳ  ପାଟଣାଗଡକୁ ହରାଇ ବିଜୟ ହାସଲ କରିଛି। 

ରାଜସ୍ଥାନ ରୟାଲ୍ସ ମୁଖ୍ୟ କୋଚ ପାଡ୍ଡି ଅପଟନ

ରାଜସ୍ଥାନ ରୟାଲ୍ସ ମୁଖ୍ୟ କୋଚ ପାଡ୍ଡି ଅପଟନ

ମୁମ୍ବାଇ,୧୩।୧- ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କରିଛି। ଦଳର ମୁଖ୍ୟ କୋଚ୍‌ ଭାବେ ପାଡ୍ଡି ଅପଟନଙ୍କୁ ନିଯୁକ୍ତି କରାଯାଇଛି। ୫୦ ବର୍ଷୀୟ ପାଡ୍ଡିଙ୍କ ନେତୃତ୍ୱରେ ରୟାଲ୍ସ ଦଳ ତିନି ଥର ଖେଳି ସାରିଛି।