ଖେଳ

ଆଇପିଏଲ ଫିବର୍‌: ଚୌକାରେ କେଉଁ ଖେଳାଳି ଆଗରେ ଜାଣନ୍ତୁ

ଆଇପିଏଲ ଫିବର୍‌: ଚୌକାରେ କେଉଁ ଖେଳାଳି ଆଗରେ ଜାଣନ୍ତୁ

ଖାଲି ଭାରତରେ ନୁହେଁ ସାରା ଦେଶରେ ଆଇପିଏଲର ଏକ ଭିନ୍ନ ଚାହିଦା ରହିଛି। କେବଳ ଦର୍ଶକଙ୍କ ମଧ୍ୟରେ ନୁହେଁ ଖେଳାଳିଙ୍କ ଭିତରେ ମଧ୍ୟ ଆଇପିଏଲ ନେଇ ଉତ୍ସାହ ରହିଥାଏ। 

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇ, ୨୫।୩- ରିଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ପୂର୍ବତନ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରିଛି। 

ଟି୨୦: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ଟି୨୦: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ଜୋହାନ୍ସବର୍ଗ, ୨୫ା୩ (ଏଏଫ୍‌ପି)-ଦକ୍ଷିଣ ଆଫ୍ରିକା ଡିଏଲ୍‌ଏସ ପଦ୍ଧତିରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ୪୫ରନରେ ଜିତି ନେଇଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। 

ବ୍ରାଜିଲ ବିପକ୍ଷରେ ଡ୍ର’ ରଖିଲା ପାନାମା

ବ୍ରାଜିଲ ବିପକ୍ଷରେ ଡ୍ର’ ରଖିଲା ପାନାମା

ପୋର୍ଟୋ (ପର୍ତ୍ତୁଗାଲ), ୨୫।୩(ଏଏଫ୍‌ପି)- ସ୍ଥାନୀୟ ଡ୍ରାଗାଓ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୭୬ତମ ସ୍ଥାନରେ ପାନାମା ୫ଥର ବିଶ୍ୱ ଚାମ୍ପିୟନ ବ୍ରାଜିଲ ବିପକ୍ଷରେ ମ୍ୟାଚ୍‌ ଡ୍ର’ ରଖିବାରେ ସଫଳ ହୋଇଛି।

ତୁର୍କୀ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଶାରୁ ୪

ତୁର୍କୀ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୨୫।୩(କ୍ରୀଡ଼ା ପ୍ରତିନିଧି)- ତୁର୍କୀର ଆଣ୍ଟାଲିୟାସ୍ଥିତ ଲିମ୍‌କା ଲିମ୍‌ରା ସ୍ପୋଟର୍‌ସ ହଲ୍‌ରେ ଚଳିତ ମାସ ୨୫ରୁ ୩୦ ପର୍ଯ୍ୟନ୍ତ ୫ମ ତର୍କୀ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ (ଇନିସ୍‌ କପ୍‌) ପ୍ରତିଯୋଗିତା ଅନୁଷ୍ଠିତ ହେବ। 

ରାଜ୍ୟ ଜୁନିୟର କରାଟେ ଉଦ୍‌ଯାପିତ:  ଦଳଗତ କାଟାରେ ଅନୁଗୋଳ, ଭୁବନେଶ୍ୱରକୁ ସ୍ବର୍ଣ୍ଣ

ରାଜ୍ୟ ଜୁନିୟର କରାଟେ ଉଦ୍‌ଯାପିତ: ଦଳଗତ କାଟାରେ ଅନୁଗୋଳ, ଭୁବନେଶ୍ୱରକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ଜୁନିୟର, କ୍ୟାଡେଟ ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ବାଳକ ଟିମ୍‌ କାଟାରେ ଅନୁଗୋଳକୁ ସ୍ବର୍ଣ୍ଣ, ଖୋର୍ଦ୍ଧାକୁ ରୌପ୍ୟ ଏବଂ ଗଞ୍ଜାମ ଓ ବାଲେଶ୍ୱରକୁ ବ୍ରୋଞ୍ଜ ପଦକ ମିଳିଛି।

ଜାତୀୟ ସଫ୍ଟ ଟେନିସ୍‌: ଓଡ଼ିଶା ଦଳ ଘୋଷିତ

ଜାତୀୟ ସଫ୍ଟ ଟେନିସ୍‌: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୫।୩(କ୍ରୀଡ଼ା ପ୍ରତିନିଧି)- ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତମାସ ୨୭ରୁ ୩୧ ପର୍ଯ୍ୟନ୍ତ ୧୬ତମ ଜାତୀୟ ସିନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ରବିବାର ଓଡ଼ିଶା ଦଳ ଉତ୍ତର ପ୍ରଦେଶ ଯାତ୍ରା କରିଛି।

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ:  ଅନିଲଙ୍କ ଶତକ; ଜୁଭେନାଇଲ ଚାମ୍ପିୟନ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ: ଅନିଲଙ୍କ ଶତକ; ଜୁଭେନାଇଲ ଚାମ୍ପିୟନ

ଭୁବନେଶ୍ୱର, ୨୫।୩(କ୍ରୀଡ଼ା ପ୍ରତିନିଧି)- ଅନିଲ ପରିଡ଼ାଙ୍କ ଅପରାଜିତ ଶତକ ସହାୟତାରେ କଟକର ଜୁଭେନାଇଲ କ୍ଲବ ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଜୁଭେନାଇଲ ୨ ଉଇକେଟରେ ଆୟୋଜକ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରିଛି। 

ତାମିଲନାଡୁକୁ ହରାଇଲା ଓଡ଼ିଶା

ତାମିଲନାଡୁକୁ ହରାଇଲା ଓଡ଼ିଶା

କଟକ ଅଫିସ,୨୫ା୩- ସୁରଟର ସି.କେ. ପିଠୱାଲା ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ୨୩ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଲିଗ୍‌ର ଏକ ମ୍ୟାଚ୍‌ରେ ଓଡ଼ିଶା ୭୪ରନରେ ତାମିଲନାଡୁକୁ ପରାସ୍ତ କରିଛି। 

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: କାନାରା ବ୍ୟାଙ୍କ ଚାମ୍ପିୟନ

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: କାନାରା ବ୍ୟାଙ୍କ ଚାମ୍ପିୟନ

ବନ୍ତ,୨୫ା୩(ଡି.ଏନ୍‌.ଏ./ସ୍ବ.ପ୍ର.) - ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗୁରବାରଠାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ୨୬ତମ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଫାଇନାଲରେ ସେରସା ଆଦ୍ରାକୁ ହରାଇ କାନାରା ବ୍ୟାଙ୍କ, ବାଙ୍ଗାଲୋର ଚାମ୍ପିୟନ ହୋଇଛି।

ସ୍କୁଲ ଓପନ ଚେସ୍‌: ମିରାକ୍‌ଲ ଚାମ୍ପିୟନ

ସ୍କୁଲ ଓପନ ଚେସ୍‌: ମିରାକ୍‌ଲ ଚାମ୍ପିୟନ

ଭୁବନେଶ୍ୱର, ୨୫।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଏବଂ ପିପି ଏକାଡେମୀ ଅଫ୍‌ ସାଇନ୍ସ ଆଣ୍ଡ େକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ରବିବାର ଆୟୋଜିତ ସ୍କୁଲ ଓପନ ଚେସ୍‌ରେ ମିରାକ୍‌ଲ ପଣ୍ଡା ଟାଇଟଲ ହାସଲ କରିଛନ୍ତି।

ଇଣ୍ଡିଆ ଓପନ୍‌:  ଓହରିଲେ ଟପ୍‌ ସିଡ୍‌ ଚେନ୍‌ ୟୁଫେଇ, ଶି ୟୁକ୍ୱି

ଇଣ୍ଡିଆ ଓପନ୍‌: ଓହରିଲେ ଟପ୍‌ ସିଡ୍‌ ଚେନ୍‌ ୟୁଫେଇ, ଶି ୟୁକ୍ୱି

ନୂଆଦିଲ୍ଲୀ, ୨୫ା୩ (ପି.ଟି.)-ସ୍ବାସ୍ଥଗତ କାରଣ ଦର୍ଶାଇ ଚାଇନିଜ୍‌ ଟପ୍‌ ସିଡ୍‌ ଚେନ୍‌ ୟୁଫେଇ ଓ ଶି ୟୁକ୍ୱି ରବିବାର ଇଣ୍ଡିଆ ଓପନ୍‌ରୁ ଓହରିଯାଇଛନ୍ତି। ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ଓ୍ବାଲର୍‌ଡ ଟୁର୍‌ ସୁପର ୫୦୦ ଟୁର୍ନାମେଣ୍ଟ ମଙ୍ଗଳବାରଠାରୁ ଆରମ୍ଭ ହେବ।

ଏଏଫ୍‌ସି ୨୩ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌:  ପରାଜୟ ସହ ଭାରତର ଅଭିଯାନ ଶେଷ

ଏଏଫ୍‌ସି ୨୩ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌: ପରାଜୟ ସହ ଭାରତର ଅଭିଯାନ ଶେଷ

ତାଶକେଣ୍ଟ, ୨୫ା୩ (ପି.ଟି.)-ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି)୨୩ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ ହାରିଯାଇଛି।  ଏଥିରେ ତାଜିକିସ୍ତାନ ୨-୦ ଗୋଲରେ ବିଜୟ ହାସଲ କରିଛି। 

ଫ୍ଲଡ ଲାଇଟ୍‌ ସମସ୍ୟା: ୧୨ ମିନିଟ ଖେଳ ବନ୍ଦ

ଫ୍ଲଡ ଲାଇଟ୍‌ ସମସ୍ୟା: ୧୨ ମିନିଟ ଖେଳ ବନ୍ଦ

କୋଲକାତା,୨୫।୩(ପି.ଟି.)- କୋଲକାତା ନାଇଟ ରାଇଡର୍ସ- ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ଅବସରରେ ଇଡେନ ଗାର୍ଡେନର ଫ୍ଲଡ ଲାଇଟ୍‌ ଶଟ୍‌ ସର୍କିଟ ଯୋଗୁ ୧୨ ମିନିଟ ବନ୍ଦ ରହିଥିଲା। ଫଳରେ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। 

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇ, ୨୪।୩-
ରିଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ପୂର୍ବତନ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୧୪ ରନ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ୧୯.୨ ଓଭରରେ ୧୭୬ ରନ କରି ଅଲଆଉଟ ହୋଇ ଯାଇଥିଲା।  ରିଷଭ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

ଆଇପିଏଲ- ୧୨:  ରସେଲ, ରାଣା କୋଲ୍‌କାତାକୁ ଜିତାଇଲେ

ଆଇପିଏଲ- ୧୨: ରସେଲ, ରାଣା କୋଲ୍‌କାତାକୁ ଜିତାଇଲେ

କୋଲ୍‌କାତା,୨୪।୩(ପି.ଟି.)- ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲ୍‌କାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏକ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଓପ୍‌ନର ନୀତୀଶ ରାଣା ଓ ଆଣ୍ଡ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ କେକେଆର ରବିବାର ସ୍ଥାନୀୟ ଇଡେନ୍‌ ଗାର୍ଡେନ ଗ୍ରାଉଣ୍ଡରେ ଅନୁଷ୍ଠିତ ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ୨ଟି ବଲ୍‌ ବାକି ରଖି ୬ ଉଇକେଟରେ ଡେଭିଡ ଓ୍ବାର୍ନରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି।

ଓମାନ ଓପନ ଟେବୁଲ୍‌ ଟେନିସ୍‌:  ସାଥିୟାଁଙ୍କୁ ବ୍ରୋଞ୍ଜ୍‌, ଅର୍ଚ୍ଚନାଙ୍କୁ ରୌପ୍ୟ

ଓମାନ ଓପନ ଟେବୁଲ୍‌ ଟେନିସ୍‌: ସାଥିୟାଁଙ୍କୁ ବ୍ରୋଞ୍ଜ୍‌, ଅର୍ଚ୍ଚନାଙ୍କୁ ରୌପ୍ୟ

ମସ୍କଟ, ୨୪ା୩ (ପି.ଟି.)-ଆଇଟିଟିଏଫ୍‌ ଚ୍ୟାଲେଞ୍ଜ ପ୍ଲସ ଓମାନ ଓପନ୍‌ ପ୍ରତିଯୋଗିତାରେ ଭାରତୀୟ ଟେବୁଲ ଟେନିସ୍‌ ଖେଳାଳି ଜି. ସାଥିୟାଁ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ହାରିଯାଇଛନ୍ତି। ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ୨୧ ବର୍ଷରୁ କମ୍‌ ବୟସ ବର୍ଗରେ ମହିଳା ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇ ଅର୍ଚ୍ଚନା କାମାଥ୍‌ ରୌପ୍ୟ ପଦକ ଲାଭ କରିଛନ୍ତି। 

ଆଜଲାନ ଶାହ କପ୍‌ ହକି:  ଭାରତ- କୋରିଆ ମ୍ୟାଚ୍‌ ଡ୍ର

ଆଜଲାନ ଶାହ କପ୍‌ ହକି: ଭାରତ- କୋରିଆ ମ୍ୟାଚ୍‌ ଡ୍ର

ଇପୋ(ମାଲେସିଆ),୨୪।୩ (ପି.ଟି.)- ଭାରତୀୟ ହକି ଦଳର ପୁରଣା ତଥା ଚିରାଚରିତ ସମସ୍ୟାର ପୁନରାବୃତ୍ତି ହୋଇଛି। ଶେଷ ମିନିଟରେ ଗୋଲ ବରଣ କରି ଭାରତ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟ ହାସଲରୁ ବଞ୍ଚିତ ହୋଇଛି। ଏଠାରେ ଚାଲିଥିବା ଆଜଲାନ ଶାହା କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ରବିବାର ଖେଳାଯାଇଥିବା କୋରିଆ ବିପକ୍ଷ ମ୍ୟାଚ୍‌ରେ ଶେଷ ମିନିଟରେ ଗୋଲ ବରଣ କରି ବିଜୟ ହାତଛଡ଼ା କରିଛି। ଏହି ମ୍ୟାଚ୍‌ ଶେଷରେ ୧-୧ ଗୋଲରେ ଅମିମାଂସିତ ଭାବେ ଶେଷ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଶନିବାର ୨-୦ ଗୋଲରେ ଜାପାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା।

ସ୍ବତନ୍ତ୍ର କ୍ଲବରେ ସିଏସ୍‌କେ

ସ୍ବତନ୍ତ୍ର କ୍ଲବରେ ସିଏସ୍‌କେ

ଚେନ୍ନାଇ,୨୪।୩(ପିଟି)- ବିଶ୍ୱର ସମସ୍ତ ଟି୨୦ ଦଳ ଚୂଡ଼ାନ୍ତ ଏକାଦଶରେ ଅଧିକରୁ ଅଧିକ ବିଦେଶୀ ଖେଳାଳିଙ୍କୁ ନେଇ ଖେଳୁଥିବାବେଳେ ଡିଫେଣ୍ଡିଂ ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମାତ୍ର ୩ ବିଦେଶୀ ଖେଳାଳିଙ୍କୁ ନେଇ ଖେଳିଛି। 

ବିସ୍ଫୋରକ ଅର୍ଦ୍ଧଶତକ ସହ ଫେରିଲେ ଓ୍ବାର୍ନର

ବିସ୍ଫୋରକ ଅର୍ଦ୍ଧଶତକ ସହ ଫେରିଲେ ଓ୍ବାର୍ନର

କୋଲକାତା,୨୪।୩(ପିଟି)- ସନରାଇଜର୍ସ ହାଇଦ୍ରାବାଦ ଦଳର ଓପନର ଡେଭିଡ ଓ୍ବାର୍ନର ବିସ୍ଫୋରକ ଅର୍ଦ୍ଧଶତକ ସହ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଓହରିଲେ ସେରେନା, ହାରିଲେ ଓସାକା

ଓହରିଲେ ସେରେନା, ହାରିଲେ ଓସାକା

ମିଆମି,୨୪।୩- ଆଣ୍ଠୁଜନିତ ସମସ୍ୟା ଯୋଗୁ ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ମିଆମି ଓପନ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। 

ଓ୍ବାର୍ନରଙ୍କ ନାମରେ ସର୍ବାଧିକ ଆଇପିଏଲ ହାଫ ସେଞ୍ଚୁରି

ଓ୍ବାର୍ନରଙ୍କ ନାମରେ ସର୍ବାଧିକ ଆଇପିଏଲ ହାଫ ସେଞ୍ଚୁରି

କୋଲକାତା,୨୪।୩(ପିଟି)- ଏକ ବର୍ଷ ବାସନ୍ଦ ପରେ ଫେରିଥିବା ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର ଏଠାରେ ଖେଳାଯାଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚ୍‌ରେ ୮୫ ରନ୍‌ର ଇନିଂସ ଖେଳିଛନ୍ତି। 

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଲେ ଭୁବନେଶ୍ୱର

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଲେ ଭୁବନେଶ୍ୱର

 ସନରାଇଜର୍ସ ହାଇଦ୍ରାବାଦ ଦଳର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ଏହି ମ୍ୟାଚ୍‌ରେ କୌଣସି କାରଣରୁ ଖେଳି ପାରି ନାହାନ୍ତି। 

ଧୋନୀ, କୋହଲି ଅସନ୍ତୁଷ୍ଟ

ଧୋନୀ, କୋହଲି ଅସନ୍ତୁଷ୍ଟ

ଚେନ୍ନାଇ,୨୪।୩- ଚଳିତ ଆଇପିଏଲ ପ୍ରଥମ ମ୍ୟାଚ୍‌ ଲୋ ସ୍କୋରିଂ ହେବା ପରେ ଘରୋଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ଚେପକ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।