ଖେଳ

କେରଳର ଆର୍ଜେଣ୍ଟିନା ପ୍ରଶଂସକ ନିଖୋଜ
କୋଟ୍ଟାୟାମ,୨୨।୬- ଆର୍ଜେଣ୍ଟିନା ଦଳର ଜଣେ ପ୍ରଶଂସକ ଚଳିତ ଫିଫା ବିଶ୍ୱକପ୍ର ଅନ୍ୟତମ ଫେଭରାଇଟ ଦଳ ଗୁରୁବାର ବୃହତ ପରାଜୟ ବରଣ କରିବା ପରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘରୁ ସୁଇସାଇଡ ନୋଟ୍ ମିଳିଛି।

‘ଓ୍ବାର୍ନର, ସ୍ମିଥ ସିଧାସଳଖ ବିଶ୍ୱକପ୍ ଖେଳିବେ’
ମେଲବର୍ନ,୨୨।୬- ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିବା ଡେଭିଡ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ ସିଧାସଳଖ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଦଳର ପ୍ରତିନିଧିତ୍ୱ କରିପାରିବେ, ଯଦି ସେମାନଙ୍କ ବାସନ୍ଦାଦେଶ ସନ୍ତୋଷଜନକ ରହେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଇକେଲ ହସି।
ବିନୋଦ ରାୟ ସତ କହୁ ନାହାନ୍ତି- ଅମିତାଭ ଚୌଧାରୀ
ବମ୍ବେ,୨୨।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଅମିତାଭ ଚୌଧାରୀ ଓ ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଓଏ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଜାରି ରହିଛି। ଗୋଟିଏ ପକ୍ଷରେ ବିସିସିଆଇ ସମ୍ପାଦକ ଚୌଧାରୀ ଖେଳାଳିଙ୍କ ଦରମା, ଆଣ୍ଟି କରପଶନ ୟୁନିଟ (ଏସିୟୁ) ମୁଖ୍ୟଙ୍କ ନିଯୁକ୍ତି ଓ ଦିବାରାତ୍ର ଟେଷ୍ଟ ଆଦି ସମ୍ପର୍କରେ ଆଲୋଚନା ପାଇଁ ସହଯୋଗ କରୁ ନ ଥିବା ସିଓଏ ମୁଖ୍ୟ ବିନୋଦ ରାଇ ଅଭିଯୋଗ କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର
ବମ୍ବେ,୨୨।୬- ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଭଲ ଫୁଟ୍ବଲ ଖେଳାଳି। ପ୍ରାୟତଃ ସେ ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ମ୍ୟାଚ୍ ପୂର୍ବରୁ ଫୁଟ୍ବଲ ଖେଳନ୍ତି। ଫୁଟ୍ବଲ ପ୍ରତି ଥିବା ଭଲ ପାଇବ ପାଇଁ ତାଙ୍କୁ ସ୍ବତନ୍ତ୍ର ଉପହାର ମିଳିଛି। ତାଙ୍କ ଫେଭରାଇଟ ଫୁଟ୍ବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ହସ୍ତାକ୍ଷର ଥିବା ଜର୍ସି ଭେଟି ସ୍ବରୂପ ପ୍ରଦାନ କରାଯାଇଛି।

କ୍ୟାରିୟର ୭୯୯ତମ ମ୍ୟାଚ୍ ଜିତିଲେ ଜୋକୋଭିଚ୍
ଲଣ୍ଡନ, ୨୨।୬(ଏଏଫ୍ପି)- ସର୍ବିୟା ତାରକା ନୋଭାକ ଜୋକୋଭିଚ୍ ଏଠାରେ ଚାଲିଥିବା କୁଇନ୍ସ କ୍ଲବ ଚାମ୍ପିୟନଶିପ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚ୍ରେ ଜୋକୋଭିଚ୍ ୬-୪, ୬-୧ ସିଧାସଳଖ ସେଟ୍ରେ ଗ୍ରିଗୋର ଡିମିତ୍ରୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ଜିତିବାକୁ ଜୋକୋଭିଚ୍ଙ୍କୁ ୬୫ ମିନିଟ୍ ସମୟ ଲାଗିଥିଲା। ଏଥିସହ ବିଜୟ ସହ ୩୧ ବର୍ଷୀୟ ଜୋକୋଭିଚ୍ କ୍ୟାରିୟରର ୭୯୯ତମ ମ୍ୟାଚ୍ ଜିତିଛନ୍ତି। ଆଡ୍ରିଆନ ମାନାରିଓନ ଓ ଜୁଲିଏନ ବେନେଟ୍ଏୟୁଙ୍କ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲର ବିଜୋତ ଅନ୍ତିମ-୮ ମୁକାବିଲାରେ ଜୋକୋଭିଚ୍ଙ୍କୁ ଭେଟିବ। ଯଦି କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍ ବିଜୟ ହାସଲ କରନ୍ତି ତେବେ ଓପନ୍ ଏରା ଇତିହାସରେ ୧୦ମ ଖେଳାଳି ଭାବେ ୮୦୦ ମ୍ୟାଚ୍ ଜିତିବାର ସୌଭାଗ୍ୟ ଲାଭ କରିବେ।

ପ୍ରି- କ୍ୱାର୍ଟରରେ ଫ୍ରାନ୍ସ, ପେରୁ ବିଦା
ଏକାଟେରିନବର୍ଗ, ୨୨।୬(ଏଏଫପି) - ୧୯୯୮ ଚାମ୍ପିୟନ ଫ୍ରାନ୍ସ ଏଥର ରୁଷିଆରେ ଚାଲିଥିବା ଫିଫା ବିଶ୍ୱକପ୍ର ୨୧ତମ ସଂସ୍କରଣରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟରେ କ୍ରମାଗତ ଦୁଇଟି ବିଜୟ ହାସଲ କରି ବିଶ୍ୱକପର ଅନ୍ୟତମ ଫେଭରାଇଟ ଫ୍ରାନ୍ସ ଏହି ସଫଳତା ହାସଲ କରିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ଓ ଗୁରୁବାର ଦ୍ୱିତୀୟ ମ୍ୟାଚରେ ପେରୁକୁ ୧-୦ ଗୋଲରେ ପରାସ୍ତ କରି ଫ୍ରାନ୍ସ ନକ୍ ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ସ୍ଥାନୀୟ ଏକାଟେରିନବର୍ଗ ଏରିନାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଗ୍ରୁପ୍ ସି’ ମୁକାବିଲାରେ ବିଜୟୀ ହେବା ପାଇଁ ଫ୍ରାନ୍ସକୁ ବେଶ୍ କଷ୍ଟ କରିବାକୁ ପଡିଥିଲା।

ଅଷ୍ଟ୍ରେଲିଆ- ଡେନମାର୍କ ମ୍ୟାଚ୍ ଡ୍ର
ସମରା, ୨୨।୬(ଏଏଫ୍ପି)- ସ୍କାଣ୍ଡିନୋଭିଆନ ଦେଶ୍ ଡେନମାର୍କ ଗ୍ରୁପ୍ ସି’ରେ ଦମ୍ଦାର ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆମେରିକାର ପେରୁକୁ ୧-୦ ଗୋଲରେ ହରାଇବା ପରେ ଡେନ୍ମାର୍କ ଗୁରୁବାର ଅନୁଷ୍ଠିତ ଗ୍ରୁପ୍ ପର୍ଯ୍ୟାୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ତେବେ ଏହି ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ମୋଟ ୪ ପଏଣ୍ଟ ହାସଲ କରି ଡେନମାର୍କ ଫ୍ରାନ୍ସକୁ ହଟାଇ ଗ୍ରୁପ୍ ସି’ର ଶୀର୍ଷକୁ ଉଠିଛି। ମଙ୍ଗଳବାର ଖେଳାଯିବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟର ତୃତୀୟ ମ୍ୟାଚ୍ରେ ଡେନ୍ମାର୍କ ଓ ପ୍ରାନ୍ସ ମୁହଁାମୁହିଁ ହେବେ।

ଆର୍ଜେଣ୍ଟିନାକୁ ଚକ୍ମା ଦେଖାଇଲା କ୍ରୋଏସିଆ
ନିଝନି ନୋଭୋଗୋରୋଡ, ୨୨।୬(ଏଏଫପି)- ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ପୁଣି ଥରେ ସାଂଘାତିକ ବିଫଳତାର ସମ୍ମୁଖୀନ ହୋଇଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍-ଡି ମ୍ୟାଚରେ କ୍ରୋଏସିଆ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ହରାଇ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ରମାଗତ ଦୁଇଟି ବିଜୟ ହାସଲ କରି କ୍ରୋଏସିଆ ଏହି ସଫଳତା ଅର୍ଜନ କରିଛି। ଅନ୍ୟପଟେ ପ୍ରଥମ ମ୍ୟାଚ ଡ୍ର ରଖିଥିବା ଆର୍ଜେଣ୍ଟିନା ପାଇଁ ଏହି ପରାଜୟ ମହଙ୍ଗା ସାବ୍ୟସ୍ତ ହୋଇଛି। କ୍ରୋଏସିଆ ତରଫରୁ ୫୩ତମ ମିନିଟରେ ଆଣ୍ଟେ ରେବିକ୍, ୮୦ତମ ମିନିଟ ଲୁକା ମୋଡ୍ରିକ ଓ ଶେଷରେ ଇଞ୍ଜୁରୀ ଟାଇମ୍ରେ ଇଭାନ ରାକଟିକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ପରାଜୟ ସହ ଆର୍ଜେଣ୍ଟିନା ପାଇଁ ନକଆଉଟ୍କୁ ଉଠିବାର କ୍ଷୀଣ ଆଶା ରହିଛି।

ମଙ୍ଗୋଲିଆ ବକ୍ସିଂରେ ୪ ପଦକ ନିଶ୍ଚିତ କଲେ ଭାରତୀୟ ବକ୍ସର
ନୂଆଦିଲ୍ଲୀ, ୨୧।୬(ପି.ଟି.)- ମଙ୍ଗୋଲିଆରେ ଚାଲିଥିବା ଉଲାନବାତର କପ୍ ବକ୍ସିଂ ପ୍ରତିଯୋଗିତାରେ ଭାରତୀୟ ଦଳ ୪ଟି ପଦକ ନିଶ୍ଚିତ କରିଛି। ବିଶ୍ୱ ଓ ଏସିଆନ ଗେମ୍ସ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥରଙ୍କ (୫୭ କିଗ୍ରା) ସମେତ ଲଭଲିନା ବୋରଗୋହିନ (୬୯ କିଗ୍ରା), ହିମାଂଶୁ ଶର୍ମା (୪୯ କିଗ୍ରା) ଓ ଆଶିଷ (୬୪ କିଗ୍ରା) ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

ଶ୍ରୀକାନ୍ତ, ପ୍ରଣୟଙ୍କ ର଼୍ୟାଙ୍କିଙ୍ଗରେ ଅବନତି
ନୂଆଦିଲ୍ଲୀ, ୨୧।୬(ପି.ଟି.)- ଓ୍ବାଲର୍ଡ ବ୍ୟାଡ୍ମିଣ୍ଟନ ଫେଡେରେଶନ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ର଼୍ୟାଙ୍କିଙ୍ଗ ତାଲିକାରେ ଦୁଇ ଭାରତୀୟ ସଟ୍ଲର କିଡାମ୍ବୀ ଶ୍ରୀକାନ୍ତ ଓ ଏଚ୍.ଏସ୍. ପ୍ରଣୟଙ୍କ ମାନ୍ୟତାରେ ଅବନତି ଘଟିଛି। ଶ୍ରୀକାନ୍ତ ୩ଟି ଓ ପ୍ରଣୟ ୫ଟି ସ୍ଥାନ ହରାଇ ଯଥାକ୍ରମେ ସପ୍ତମ ଓ ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଶ୍ରୀକାନ୍ତ ଶେଷଥର ପାଇଁ ଏପ୍ରିଲରେ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିଥିଲେ।

ଜିମ୍ବାଓ୍ବେ ଦଳରୁ ଟେଲର, କ୍ରିମର ବାଦ୍
ହରାରେ,୨୧।୬- ଆସନ୍ତା ୧ ତାରିଖରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ନେଇ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍ ପାଇଁ ୨୨ ଜଣିଆ ଜିମ୍ବାଓ୍ବେ ଦଳ ଘୋଷଣା କରାଯାଇଛି। ଏହି ଦଳରୁ ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ଓ ଗ୍ରେମ କ୍ରିମରଙ୍କୁ ବାଦ୍ ଦିଆଯାଇଛି।

ବନ୍ଧୁକ ଲାଇସେନ୍ସ ପାଇଁ ସାକ୍ଷୀଙ୍କ ଆବେଦନ
ରାଞ୍ଚତ୍,୨୧।୬- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ରାଞ୍ଚତ୍ ଜିଲା ପ୍ରଶାସନଠାରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସାକ୍ଷୀ ପ୍ରାୟ ସମୟ ରାଞ୍ଚତ୍ରେ ଏକା ରହୁଛନ୍ତି। ଏଣୁ ନିଜ ସୁରକ୍ଷା ପାଇଁ ସେ ପିସ୍ତଲ ବା ରିଭଲ୍ଭର ଲାଇସେନ୍ସ ପାଇଁ ଆବେନ କରିଛନ୍ତି।

ନେମାରଙ୍କ ଖେଳିବା ନିଶ୍ଚିତ
ସୋଚି(ରୁଷିଆ),୨୧।୬(ପି.ଟି.)- ବ୍ରାଜିଲ ଷ୍ଟାର ଖେଳାଳି ନେମାର ଏବେ ସମ୍ପୂର୍ଣ୍ଣ ରୂପେ ଫିଟ୍। ସେ ଆସନ୍ତା ମ୍ୟାଚ୍ରେ ଖେଳିବେ ବୋଲି ବ୍ରାଜିଲ ଫୁଟ୍ବଲ କନଫେଡେରେଶନ ପକ୍ଷରୁ କୁହାଯାଇଛି। ସେ ମଙ୍ଗଳବାର ଅଭ୍ୟାସ ସେସନରେ ଆହତ ହୋଇଥିଲେ। ପରେ ସେ ଆଉ ଅଭ୍ୟାସ ସେସନରେ ଯୋଗଦେଇ ନ ଥିଲେ।

ଜର୍ମାନୀ ବକ୍ସିଂ: ଅମିତ, ଗୌରବଙ୍କ ପଦକ ନିଶ୍ଚିତ
ନୂଆଦିଲ୍ଲୀ,୨୧।୬(ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକଧାରୀ ଭାରତୀୟ ବକ୍ସର ଅମିତ ପାଙ୍ଘଲ (୪୯ କିଗ୍ରା) ଓ ଗୌରବ ସୋଲାଙ୍କି ଜର୍ମାନୀର ହାଲେଠାରେ ଚାଲିଥିବା କେମିଷ୍ଟ୍ରି ବକ୍ସିଂ ଟୁର୍ନାମେଣ୍ଟରେ ପଦକ ନିଶ୍ଚିତ କରିଛନ୍ତି।

କୋଷ୍ଟାଙ୍କ ଗୋଲରେ ସ୍ପେନ୍ ବିଜୟୀ
କାଜାନ, ୨୧।୬(ପି.ଟି.)- ଚଳିତ ଫିଫା ବିଶ୍ୱକପ୍ର ସପ୍ତମ ଦିନର ତୃତୀୟ ତଥା ଅନ୍ତିମ ମ୍ୟାଚରେ ସ୍ପେନ୍ ୧-୦ ଗୋଲରେ ଏସୀୟ ଦେଶ ଇରାନ୍କୁ ପରାସ୍ତ କରିଛି। ବୁଧବାର ସ୍ଥାନୀୟ କାଜାନ ଏରିନାରେ ଅନୁଷ୍ଠିତ ଏହି ଗ୍ରୁପ୍ ବି’ ଦ୍ୱିତୀୟ ରାଉଣ୍ଡ ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା।

ସାଉଥ୍ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍
କଟକ ଅଫିସ, ୨୧ା୬- ନେପାଳର କାଠମାଣ୍ଡୁ ଠାରେ ଜୁନ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ୟ ସାଉଥ୍ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ । ଉକ୍ତ ଚାମ୍ପିୟନଶିପ୍ ନିମନ୍ତେ ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି ।

ଜାତୀୟ ଆକ୍ବାଟିକ ଚାମ୍ପିୟନଶିପ୍ରେ କଟକର ୪
କଟକ ଅଫିସ, ୨୧ା୬- ପୁଣେଠାରେ ଜୁନ୍ ୨୪ରୁ ୨୯ ପର୍ଯ୍ୟନ୍ତ ୩୫ତମ ଗ୍ଲେନମାର୍କ ସବଜୁନିୟର ଜାତୀୟ ଆକ୍ବାଟିକ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତାରେ କଟକ ଜିଲାର ୪ଜଣ ଖେଳାଳି ଅଂଶ ଗ୍ରହଣ କରିବେ । ଏମାନେ ହେଲେ ଅରୋଜିତ ଚମ୍ପତ୍ତିରାୟ, ଅର୍ପିତା ସାମଲ, ମେହରିନ ଆରିଫ୍ ଓ ପ୍ରିୟାଶା ରାୟ ।
ରୁଷିଆ-୩, ଇଜିପ୍ଟ-୧
ମଙ୍ଗଳବାର ରୁଷିଆ ଓ ଇଜିପ୍ଟ ମ୍ୟାଚ ଆରମ୍ଭରୁ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବାପାଇଁ କେତେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭିନ୍ନଖେଳ ଦେଖିବାକୁ ମିଳିଥିଲା। ୪୭ତମ ମିନିଟରେ ଇଜିପ୍ଟ ପାଇଁ ଖରାପ ସମୟ ଆସିଥିଲା।

ପ୍ରି-କ୍ୱାର୍ଟରରେ ରୁଷିଆ, ଉରୁଗୁଏ
ରୋସ୍ତୋଭ, ୨୧।୬- ଗ୍ରୁପ ‘ଏ’ରୁ ଆୟୋଜକ ରୁଷିଆ ଓ ପୂର୍ବତନ ଚାମ୍ପିୟନ ଉରୁଗୁଏ ଚଳିତ ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ ଖେଳିଥିବାବେଳେ ଡବଲ ବିଜୟ ସହ ନକ୍ଆଉଟରେ ପହଞ୍ଚତ୍ଛନ୍ତି।

ନିର୍ଣ୍ଣାୟକ ଭୂମିକାରେ ଭିଏଆର, ଫ୍ରି କିକ୍
ୟେକାଟେରିନାବର୍ଗ, ୨୧।୬(ଏ.ଏଫ୍.ପି.)- ଚଳିତ ବିଶ୍ୱକପ୍ରେ ପ୍ରାୟ ସବୁ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି। ଏପର୍ଯ୍ୟନ୍ତ ଭିଡିଓ ଆସିଷ୍ଟାଣ୍ଟ ରେଫରି (ଭିଏଆର) ଓ ଫ୍ରି କିକ୍ ବା କର୍ନର (ସେଟ ପିସେସ୍) ବିଭିନ୍ନ ମ୍ୟାଚ୍ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି।

୧୯ ବର୍ଷରୁ କମ୍ କ୍ରିକେଟ , ଭୁବନେଶ୍ୱର ଦଳପାଇଁ ଚୟନ ଟ୍ରାଏଲ
କଟକ ଅଫିସ, ୨୦ା୬- ନେପାଳର କାଠମାଣ୍ଡୁ ଠାରେ ଜୁନ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ୟ ସାଉଥ୍ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ । ଉକ୍ତ ଚାମ୍ପିୟନଶିପ୍ ନିମନ୍ତେ ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏମାନେ ହେଲେ ମଧୁସ୍ମିତା ବେହେରା, ଇତିଶ୍ରୀ ସାମଲ ଓ ବୈଶାଖୀ ସାହୁ ।

ଇରାନ୍ର ୟୁ- ଟର୍ନ: ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ୍ ଦେଖିଲେ ମହିଳା
ତେହେରାନ, ୨୧।୬(ଏ.ଏଫ.ପି.)- ଇରାନ୍ ରାଜଧାନୀ ତେହେରାନର ସବୁଠାରୁ ବଡ଼ ଷ୍ଟାଡିୟମରେ ପୁରୁଷମାନଙ୍କ ସହ ମହିଳାମାନେ ବଡ଼ ପରଦାରେ ବିଶ୍ୱକପ୍ ମ୍ୟାଚ୍ର ସିଧା ପ୍ରସାରଣ ଦେଖିଛନ୍ତି। ଫଳରେ ମହିଳା ଦର୍ଶକମାନଙ୍କୁ ନେଇ ଇରାନର ଆଭିମୁଖ୍ୟ ବଦଳିଛି ବା ଏ ନେଇ ଇରାନ ୟୁ- ଟର୍ନ ନେଇଛି।

ପର୍ତ୍ତୁଗାଲ ନକ୍ଆଉଟର ନିକଟତର
ମସ୍କୋ, ୨୦।୬(ଏଏଫପି)- କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ବଳରେ ପର୍ତ୍ତୁଗାଲ ବୁଧବାର ଅନୁଷ୍ଠିତ ଫିଫା ବିଶ୍ୱକପ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ଦଳ ନକ୍ଆଉଟର ନିକଟତର ହୋଇଛି।

ଷ୍ଟାଡିୟମ ସଫା କରି ପ୍ରେରଣା ସାଜିଲେ ଜାପାନ ପ୍ରଶଂସକ
ସାରାନସ୍କ, ୨୧।୬- ଫିଫା ବିଶ୍ୱକପ୍ର ଏକ ମ୍ୟାଚ୍ରେ ମଙ୍ଗଳବାର ଜାପାନ ୨-୧ ଗୋଲରେ ଶକ୍ତିଶାଳୀ ଜାପାନକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ପ୍ରଥମଥର ଲାଗି ଜାପାନ କୌଣସି ଦକ୍ଷିଣ ଆମେରିକୀୟ ଦଳ ବିପକ୍ଷରେ ବିଜୟ ସ୍ବାଦ ଚାଖି ଇତିହାସ ରଚିଛି। ଜାପାନ ଖେଳାଳି ଏହି ମ୍ୟାଚ୍ ଜିତି ଦେଶବାସୀଙ୍କ ମନ ଜିଣିଥିବାରେ ସଫଳ ହୋଇଥିବାବେଳେ ଏହାର ପ୍ରଶଂସକ ମଧ୍ୟ ପଛରେ ପଡ଼ିନାହାନ୍ତି।