ଖେଳ

ଏସିଆନ୍‌ କପ୍‌ ଫୁଟବଲ: କାତାର- ଜାପାନ ଫାଇନାଲ

ଏସିଆନ୍‌ କପ୍‌ ଫୁଟବଲ: କାତାର- ଜାପାନ ଫାଇନାଲ

ଆବୁଧାବି,୩୦।୧(ଏଏଫପି)- ଏଠାରେ ଚାଲିଥିବା ଏସିଆନ୍‌ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। 

ଦୁର୍ନୀତି ମୁକ୍ତ ହେବାକୁ ଶ୍ରୀଲଙ୍କାକୁ ଆଇସିସିର ତାଗିଦ୍‌

ଦୁର୍ନୀତି ମୁକ୍ତ ହେବାକୁ ଶ୍ରୀଲଙ୍କାକୁ ଆଇସିସିର ତାଗିଦ୍‌

କଲମ୍ବୋ,୩୦।୧(ଏଏଫ୍‌ପି)- ଭ୍ରଷ୍ଟାଚାର କବଳିତ ଶ୍ରୀଲଙ୍କା କ୍ରୀଡ଼ା ସମୁଦାୟକୁ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ତାଗିଦ୍‌ କରିଛି। ନିର୍ଦ୍ଧାରିତ ସମୟ  ତଥା ସର୍ବକ୍ଷମାର ସମୟ ସୀମା ସମାପ୍ତ ହେବା ପୂର୍ବରୁ ଦୁର୍ନୀତିରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ  ଶ୍ରୀଲଙ୍କାକୁ ଆଇସିସି ସତର୍କ କରାଇ ଦେଇଛି।

ଗୋଆ ଜାତୀୟ କ୍ରୀଡ଼ା ପୁଣି ଘୁଞ୍ଚିବ: ଭେନ୍ୟୁ ବଦଳାଇ ପାରେ ଆଇଓଏ

ଗୋଆ ଜାତୀୟ କ୍ରୀଡ଼ା ପୁଣି ଘୁଞ୍ଚିବ: ଭେନ୍ୟୁ ବଦଳାଇ ପାରେ ଆଇଓଏ

ନୂଅଦିଲ୍ଲୀ,୩୦।୧(ପି.ଟି.)- ଗୋଆରେ ଆୟୋଜନ ହେବାକୁ ଥିବା ୩୬ତମ ଜାତୀୟ  କ୍ରୀଡ଼ା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ଆସନ୍ତା ମାର୍ଚ୍ଚ- ଏପ୍ରିଲରେ ଏହି କ୍ରୀଡ଼ା ଆୟୋଜନ କରିବାକୁ ଗୋଆ ଅକ୍ଷମତା ପ୍ରକାଶ କରିଛି।

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ

ସୋନପୁର,୩୦।୧(ନି.ପ୍ର.)- ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ସର୍ବଭାରତୀୟ ଲାଲମନି କ୍ରିକେଟ ଟୁର୍ନାମେଣ୍ଟରେ ଇଷ୍ଟକୋଷ୍ଟ ରେଲୱେ(ଖୋର୍ଦ୍ଧା) ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।

ଭାରତ-ଏ’ର ଅପରାଜେୟ ଧାରା ଜାରି

ଭାରତ-ଏ’ର ଅପରାଜେୟ ଧାରା ଜାରି

ଥିରୁଅନନ୍ତପୁରମ, ୨୯।୧- ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚାଲିଥିବା ଅନ୍‌ଅଫିସିଆଲ ଦିନିକିଆ ସିରିଜରେ ଭାରତ-ଏ ଦଳର ବିଜୟ ଧାରା ଜାରି ରହିଛି। ମଙ୍ଗଳବାର ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ୪ର୍ଥ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୬ ଉଇକେଟ୍‌ ଜିତିନେଇଛି। 

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ

ସୋନପୁର,୨୯।୧(ନି.ପ୍ର.): ଇଷ୍ଟକୋଷ୍ଟ ରେଲୱେ(ଖୋର୍ଦ୍ଧା) ସର୍ବଭାରତୀୟ ଲାଲମନି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ସୋନପୁର ଗାନ୍ଧୀ ପଡିଆରେ ମଙ୍ଗଳବାର ଏହି ଦଳ ବ୍ଲୁ ଡାଇମଣ୍ଡ ବରଗଡକୁ ୪୨ରନରେ ହରାଇ ଦେଇଛି। 

ଟୁ-ଡ଼େ ଫୁଟବଲ ଟୁର୍ନାମେଣ୍ଟ, ବଲରାଜ କ୍ଲବ ଚାମ୍ପିୟନ

ଟୁ-ଡ଼େ ଫୁଟବଲ ଟୁର୍ନାମେଣ୍ଟ, ବଲରାଜ କ୍ଲବ ଚାମ୍ପିୟନ

ଭଦ୍ରକ ଅଫିସ,୨୯ା୧- ଭଦ୍ରକ ବ୍ଲକ ଆରଏନ ବେତରା ରାମନବମୀ ପଡ଼ିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ଚାଲିଥିବା ୩୫ତମ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଭଞ୍ଜନଗରର ବଲରାଜ କ୍ଲବ ଆଦମପୁର ସ୍ପୋଟର୍‌ସ ଏକାଡ଼େମୀକୁ ଟାଇବ୍ରେକରରେ ପରାସ୍ତ କରି ଚାମ୍ପିୟନ ହୋଇଛି। 

ଆନ୍ତଃଜିଲା ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ,ନିମପୁର ସ୍ପୋର୍ଟିଂକୁ  ହରାଇ ସୂର୍ଯ୍ୟଶିଖା ସେମିରେ

ଆନ୍ତଃଜିଲା ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ,ନିମପୁର ସ୍ପୋର୍ଟିଂକୁ ହରାଇ ସୂର୍ଯ୍ୟଶିଖା ସେମିରେ

ଭଣ୍ଡାରିପୋଖରୀ, ୨୯ା୧(ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରିରୋଡ ଡାକ୍ତରଖାନା ଖେଳପଡିଆ ଠାରେ ଚାଲିଥିବା ଆନ୍ତଃଜିଲା ବିମ୍ବାଧର ସାହୁ ମେମୋରିଆଲ ଟୁର୍ନାମେଣ୍ଟର ଚତୁର୍ଥ କ୍ବାଟର ଫାଇନାଲ ମ୍ୟାଚରେ କଟକର ନିମପୁର ସ୍ପୋର୍ଟିଂକୁ ହରାଇ ଭଦ୍ରକକର ସୂର୍ଯ୍ୟଶିଖା କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। ସୂର୍ଯ୍ୟଶିଖା କ୍ଲବ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୨୫ ଓଭରରେ ୧୬୪ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲା।

ସଚିନ ହାସଲ କରି ନ ଥିବା ୩ ସଫଳତା କୋହଲିଙ୍କ ନାମରେ

ସଚିନ ହାସଲ କରି ନ ଥିବା ୩ ସଫଳତା କୋହଲିଙ୍କ ନାମରେ

ନୂଆଦିଲ୍ଲୀ, ୨୯।୧- କ୍ରିକେଟର ଭଗବାନ ରୂପେ ପରିଚିତ ସଚିନ ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କ୍ୟାରିୟରରେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ସର୍ବାଧିକ ରନ୍‌, ସର୍ବାଧିକ ଶତକ, ସର୍ବାଧିକ ଅର୍ଦ୍ଧଶତକ, ସବୁଠାରୁ ଅଧିକଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କରିବା ପରି କ୍ରିକେଟର ଅନେକ ବଡ଼ ରେକର୍ଡ ସଚିନଙ୍କ ନାମରେ ଲିପିବଦ୍ଧ ରହିଛି।

ଆଇସିସି ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ଆଇସିସି ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ଦୁବାଇ, ୨୯।୧(ପି.ଟି.)- ପୁରୁଷ ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଆସନ୍ତାବର୍ଷ ଅକ୍ଟୋବର ୨୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ। ଏଥିଲାଗି ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। 

କୁଶ, ଲିପିକା କିଲିମାଁଜୋରୋ ଚଢ଼ିଲେ

କୁଶ, ଲିପିକା କିଲିମାଁଜୋରୋ ଚଢ଼ିଲେ

ଭୁବନେଶ୍ୱର, ୨୯।୧(ସ୍ପୋଟର୍‌ସ ବ୍ୟୁରୋ)- କୋରାପୁଟ ଜିଲାର କୁଶ ଆର୍ଲବ ଓଡ଼ିଶାର ପ୍ରଥମ ଆଦିବସାୀ ଯୁବକଭାବେ ଏବଂ ବରଗଡ଼ର ଲିପିକା ସେଠ୍‌ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ୍‌ କିଲିମାଁଜୋରୋ (୫,୮୯୫ ମିଟର/୧୯,୩୪୦ ଫୁଟ)କୁ ସଫଳତାର ସହ ଆରୋହୋଣ କରିଛନ୍ତି। 

ମହାନଦୀ କ୍ରିକେଟ ଲିଗ୍‌ ଜିତିଲା ହାପି ଏକାଦଶ

ମହାନଦୀ କ୍ରିକେଟ ଲିଗ୍‌ ଜିତିଲା ହାପି ଏକାଦଶ

କଟକ ଅଫିସ, ୨୯।୧: ନିମପୁର ସ୍ପୋଟର୍‌ସ କମ୍ପ୍ଲେକ୍ସ  ପରିସରରେ  ଜିଲାସ୍ତରୀୟ ମହାନଦୀ କ୍ରିକେଟ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ  ଯୋବ୍ରାର ହାପି ଏକାଦଶ ୭ ରନ୍‌ରେ ଏଲ୍‌ଏନ୍‌ସିସି ବାଲିସାହିକୁ ହରାଇ ଚାମ୍ପିୟନ ହୋଇଛି।

ଭାରତକୁ ସିରିଜ ଜିତାଇଲେ ମନ୍ଧାନା

ଭାରତକୁ ସିରିଜ ଜିତାଇଲେ ମନ୍ଧାନା

ମାଉଣ୍ଟ ମାଉଁଗାନୁଇ, ୨୯।୧(ପି.ଟି.)- ଓପନର୍‌ ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ମଙ୍ଗଳବାର ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। 

ଜାତୀୟ ଉପକନିଷ୍ଠ ଉଷୁରେ ଓଡ଼ିଶାକୁ ୭ ପଦକ

ଜାତୀୟ ଉପକନିଷ୍ଠ ଉଷୁରେ ଓଡ଼ିଶାକୁ ୭ ପଦକ

ଭୁବନେଶ୍ୱର, ୨୯।୧(ସ୍ପୋଟର୍‌ସ ବ୍ୟୁରୋ)- ପଞ୍ଜାବର ଜଳନ୍ଧରସ୍ଥିତ ଲଭ୍‌ଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟ ପରିସରରେ ଜାନୁୟାରୀ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଅଷ୍ଟାଦଶ ଜାତୀୟ ଉପକନିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ୭ଟି ପଦକ ମିଳିଛି। ଯେଉଁଥିରେ ଗୋଟିଏ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ରହିଛି। ଖୋର୍ଦ୍ଧାର ଆଶୁତୋଷ ମହାରଣା ଗୁନ୍‌ସୁ ବର୍ଗରେ ରୌପ୍ୟ ଏବଂ ଦାଓସୁ ବର୍ଗରେ ବ୍ରୋଞ୍ଜ ସହ ମୋଟ୍‌ ୨ ପଦକ ଜିତିଛନ୍ତି। 

ସାଇ ଢେଙ୍କାନାଳ ଚାମ୍ପିୟନ

ସାଇ ଢେଙ୍କାନାଳ ଚାମ୍ପିୟନ

ରସୁଲପୁର,୨୯।୧(ଡିଏନଏ)- ରସୁଲପୁର ବ୍ଲକ ନିକଟସ୍ଥ ଖେଳ ପଡିଆରେ ଅନୁଷ୍ଠିତ ୬ଷ୍ଠ ବାର୍ଷିକୀ ରାଜ୍ୟସ୍ତରୀୟ ନେହେରୁ କପ୍‌ କବାଡ଼ି ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଛି। ଚଳିତବର୍ଷ ଢେଙ୍କାନାଳ ସାଇ ଭୁବନେଶ୍ୱରର କିଶୋର କ୍ଲବକୁ ୩୩-୧୮ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ସାଇ ଦଳ ଯାଜପୁରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ କିଶୋର କ୍ଲବ ଓଡ଼ିଶା ପୋଲିସକୁ ହରାଇଥିଲା। 

ଫେଡେରର ୬ଷ୍ଠ ସ୍ଥାନକୁ ଖସିଲେ

ଫେଡେରର ୬ଷ୍ଠ ସ୍ଥାନକୁ ଖସିଲେ

ପ୍ୟାରିସ, ୨୯ା୧ (ଏଏଫ୍‌ପି)- ଏଟିପି ଟେନିସ୍‌ ର଼୍ୟାଙ୍କିଙ୍ଗ ତାଲିକା ସୋମବାର ପ୍ରକାଶ ପାଇଛି।  ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ରାଫାଲ ନାଡାଲଙ୍କୁ ପରାସ୍ତ କରିବା ପରେ ନୋଭାକ ଜୋକୋଭିଚ୍‌ ନମ୍ବର ଓ୍ବାନ ସ୍ଥାନରେ ତାଙ୍କ ସ୍ଥିତିକୁ ସୁଦୃଢ କରିଦେଇଛନ୍ତି। 

ଓଡ଼ିଶା ହକି ଦଳ ଘୋଷିତ

ଓଡ଼ିଶା ହକି ଦଳ ଘୋଷିତ

କଟକ ଅଫିସ,୨୯ା୧- ଆସନ୍ତା ୩୧ରୁ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ) ଅନୁଷ୍ଠିତ ହେବ। ଏ ନେଇ ସୋମବାର ହକି ଓଡ଼ିଶା ପକ୍ଷରୁ ରାଜ୍ୟ ଦଳ ଘୋଷଣା କରାଯାଇଛି। ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ଦଳ ଚୟନ ଶିବିର ଗତ ୧୫ ତାରିଖରୁ ଜାରି ରହିଥିଲା । 

ଶତକ ହାସଲରେ ପାରସ ପ୍ରଥମ ନେପାଳ ବ୍ୟାଟ୍ସମ୍ୟାନ

ଶତକ ହାସଲରେ ପାରସ ପ୍ରଥମ ନେପାଳ ବ୍ୟାଟ୍ସମ୍ୟାନ

ଦୁବାଇ, ୨୯।୧- ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଶତକ ହାସଲ କରିବାରେ  ପାରସ ଖାଡକା ପ୍ରଥମ ନେପାଳ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସୋମବାର ସ୍ଥାନୀୟ ଆଇସିସି କ୍ରିକେଟ ଏକାଡେମୀଠାରେ ଘରୋଇ ୟୁଏଇ ବିପକ୍ଷରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ ଅବସରରେ ୩୧ ବର୍ଷୀୟ ପାରସ ୧୧୫ ରନର ଶତକୀୟ ଇନିଂସ ଖେଳି ଦଳକୁ ୪ ଉଇକେଟ୍‌ରେ ବିଜୟୀ କରାଇଥିଲେ। 

ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ

ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ

ଆନନ୍ଦପୁର,୨୯।୧(ସ୍ବ.ପ୍ର.)- ଘସିପୁରା ବ୍ଲକ ଅଳତୀ ମିନି ଷ୍ଟାଡିୟମ୍‌ରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ କ୍ରିକେଟ ମ୍ୟାଚ୍‌ର ଫାଇନାଲ୍‌ ରବିବାର ଇଷ୍ଟକୋଷ୍ଟ ରେଲଓ୍ବେ ଖୋର୍ଦ୍ଧା ଏବଂ ରାଇଜିଂ ଷ୍ଟୁଡେଣ୍ଟ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାଇଜିଂ ଷ୍ଟୁଡେଣ୍ଟ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ନେପାଳର ଐତିହାସିକ ସିରିଜ ବିଜୟ

ନେପାଳର ଐତିହାସିକ ସିରିଜ ବିଜୟ

ଦୁବାଇ, ୨୯।୧- ନେପାଳ ଏହାର କ୍ରିକେଟ ଇତିହାସରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବିଜୟୀ ହୋଇଛି। ସୋମବାର ସ୍ଥାନୀୟ ଆଇସିସି କ୍ରିକେଟ ଏକାଡେମୀଠାରେ ଘରୋଇ ୟୁଏଇ ବିପକ୍ଷରେ ଖେଳାଯାଇଥିବା ୩ୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌କୁ ଜିତି ନେପାଳ ଏହି ଐତିହାସିକ ସଫଳତା ହାସଲ କରିଛି। 

ପ୍ରଜନେଶ, ଅଙ୍କିତାଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ପ୍ରଜନେଶ, ଅଙ୍କିତାଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ, ୨୮।୧(ପି.ଟି.)- ଅଷ୍ଟ୍ରେଲିଆନ ଓପନ୍‌ ସହ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଖେଳିଥିବା ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଓ ସିଙ୍ଗାପୁର ଆଇଟିଏଫ୍‌ ଟାଇଟଲ ଜିତିଥିବା ଅଙ୍କିତା ରାଇନା କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ଲାଭ କରିଛନ୍ତି। 

ନିଶାମ, ଆଷ୍ଟଲେ ସାମିଲ

ନିଶାମ, ଆଷ୍ଟଲେ ସାମିଲ

ମାଉଣ୍ଟ ମାଉଁଗାନୁଇ, ୨୮।୧(ପି.ଟି.)- ଭାରତ ବିପକ୍ଷ ଅନ୍ତିମ ଦୁଇ ଦିନିକିଆ ମ୍ୟାଚ୍‌ ପାଇଁ ଅଲ୍‌ରାଉଣ୍ଡର ଜିମ୍ମି ନିଶାମ ଓ ଲେଗ୍‌-ସ୍ପିନର ଟଡ୍ଡ ଆଷ୍ଟଲେଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳରେ ସାମିଲ କରାଯାଇଛି।

ରିଚାଡର୍‌ସଙ୍କ ଠାରୁ ସଫଳ ଅଧିନାୟକ କୋହଲି

ରିଚାଡର୍‌ସଙ୍କ ଠାରୁ ସଫଳ ଅଧିନାୟକ କୋହଲି

ମାଉଣ୍ଟ ମାଙ୍ଗନୁଇ,୨୮।୧- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏବେ ଜବରଦସ୍ତ ଫର୍ମରେ ରହିଛି। ପ୍ରତ୍ୟେକ ଗସ୍ତରେ ଟିମ ଇଣ୍ଡିଆ କିଛି ନା କିଛି ରେକର୍ଡ ଭଙ୍ଗ କରିଛି। 

ପୂଜାରାଙ୍କ ଦମ୍‌ରେ ଫାଇନାଲରେ ସୌରାଷ୍ଟ୍ର

ପୂଜାରାଙ୍କ ଦମ୍‌ରେ ଫାଇନାଲରେ ସୌରାଷ୍ଟ୍ର

ବେଙ୍ଗାଲୁରୁ,୨୮।୧- ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିବା ଚେତେଶ୍ୱର ପୂଜାରାଙ୍କ ଦମଦାର ପ୍ରଦର୍ଶନ ବଳରେ ସୌରାଷ୍ଟ୍ର ଦଳ ରଣଜୀ ଫାଇନାଲରେ ପ୍ରବେଶ କରିଛି।