ଖେଳ

ଜର୍ମାନ ଷ୍ଟାର୍‌ ଓଜିଲଙ୍କୁ ଭେଟିଲେ ଶାହରୁଖ

ଜର୍ମାନ ଷ୍ଟାର୍‌ ଓଜିଲଙ୍କୁ ଭେଟିଲେ ଶାହରୁଖ

ଲଣ୍ଡନ, ୨।୪- ସାଧରଣତଃ ଜଣେ କ୍ରୀଡ଼ାପ୍ରେମୀ ଭାବେ ପରିଚିତ ବଲିଉଡ୍‌ର ବାଦ୍‌ଶାହା ଶାହରୁଖ ଖାଁ ଜର୍ମାନ ତଥା ଆର୍ସେନାଲର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି ମେସଟ୍‌ ଓଜିଲଙ୍କୁ ଭେଟିଛନ୍ତି। ଲଣ୍ଡନର ଏମିରେଟ୍ସ ଷ୍ଟାଡିୟମରେ ଆର୍ସେନାଲ ଓ ନ୍ୟୁକାଷ୍ଟେଲ ମଧ୍ୟରେ ଅନୁଷ୍ଠିତ ପ୍ରିମିୟର ଲିଗ୍‌ ପ୍ରତିଯୋଗିତାର ଏକ ମ୍ୟାଚ୍‌ ଅବସରେ ଉଭୟ ଶାହରୁଖ ଓ ଓଜିଲ ପରସ୍ପରକୁ ଭେଟିଥିଲେ।

ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ, ବୁମ୍‌ରା

ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ, ବୁମ୍‌ରା

ଦୁବାଇ, ୨।୪- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ କୋହଲି ୮୯୦ ପଏଣ୍ଟ ସହ ପୂର୍ବବତ୍‌ ବ୍ୟାଟିଂ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି। 

ଉମର ଅକମଲଙ୍କୁ ଜରିମାନା

ଉମର ଅକମଲଙ୍କୁ ଜରିମାନା

କରାଚୀ, ୨ା୪ (ପି.ଟି.)-ବିଳମ୍ବିତ ରାତିରେ  ଟିମ୍‌ ହୋଟେଲର ବାହାରକୁ ଯିବା ଅଭିଯୋଗରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଉମର ଅକମଲଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ଜରିମାନା କରିଛି।

ଆଇପିଏଲ ବିଶେଷ: ସୁପର୍‌ ଓଭରରେ ମ୍ୟାଚ୍‌ ଟାଇ ହୋଇଗଲେ କ’ଣ କରାଯିବ

ଆଇପିଏଲ ବିଶେଷ: ସୁପର୍‌ ଓଭରରେ ମ୍ୟାଚ୍‌ ଟାଇ ହୋଇଗଲେ କ’ଣ କରାଯିବ

ନୂଆଦିଲ୍ଲୀ, ୨।୪:  ୨୦୦୮ରେ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ଇତିମଧ୍ୟରେ ୧୨ ବର୍ଷ ପୂରିଛି।

୨୮ ବର୍ଷପରେ ବିଶ୍ୱକପ୍‌ ଜିତିଥିଲା ଭାରତ

୨୮ ବର୍ଷପରେ ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ, ୨।୪- ଆଜିକୁ ଆଠବର୍ଷ ତଳେ ଅର୍ଥାତ ୨ ଏପ୍ରିଲ ୨୦୧୧ରେ ଭାରତୀୟ କ୍ରିକେଟ ଦଳ ୨ୟଥର ପାଇଁ ଆଇସିସି ଦିନିକିଆ ବିଶ୍ୱକପ୍‌ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଥିଲା।

ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ହାରିଲେ ସମୀର

ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ହାରିଲେ ସମୀର

କୁଆଲାଲୁମ୍ପୁର, ୨।୪(ପି.ଟି.)- ଭାରତୀୟ ଶଟ୍‌ଲର ସମୀର ବର୍ମା ଏଠାରେ ଆରମ୍ଭ ହୋଇଥିବା ୭ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ମାଲେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

କ୍ଷମା ମାଗିଲେ କରୁଣାରତ୍ନେ

କ୍ଷମା ମାଗିଲେ କରୁଣାରତ୍ନେ

କଲମ୍ବୋ, ୨।୪- ମଦ୍ୟପାନ କରି ଗାଡ଼ିଚାଳନା ସହ ଓ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇ ଡ୍ରାଇଭରଙ୍କୁ ଆହତ କରିବା ଅଭିଯୋଗରେ ଗିରଫ ହୋଇ ପରେ ଜାମିନ ପାଇଥିବା ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଏହି ଘଟଣା ପାଇଁ କ୍ଷମା ପାର୍ଥନା କରିଛନ୍ତି।

ଏହି ୫ ବିଦେଶୀ ଖେଳାଳିଙ୍କ ବ୍ୟାଟିଂରେ ଥରୁଛନ୍ତି ବିପକ୍ଷ: ଏଥର ହୋଇପାରେ ଶେଷ ଆଇପିଏଲ

ଏହି ୫ ବିଦେଶୀ ଖେଳାଳିଙ୍କ ବ୍ୟାଟିଂରେ ଥରୁଛନ୍ତି ବିପକ୍ଷ: ଏଥର ହୋଇପାରେ ଶେଷ ଆଇପିଏଲ

ନୂଆଦିଲ୍ଲୀ, ୨।୪: ଚଳିତ ଆଇପିଏଲ ଦିନକୁ ଦିନ ବେଶ ରୋମାଞ୍ଚକର ହେବାରେ ଲାଗିଛି। ବିଶ୍ୱର ବଛା ବଛା କ୍ରିକେଟର ଏବେ ଗୋଟିଏ ପ୍ଲାଟଫର୍ମରେ ନିଜର ଜଲୱା ଦେଖାଇବାରେ ସୁଯୋଗ ପାଇଛନ୍ତି। 

କମ୍‌ ବୟସରେ ଆଇପିଏଲରେ ସାମ୍‌ ହାସଲ କଲେ ଏହି ବିରାଟ ରେକର୍ଡ

କମ୍‌ ବୟସରେ ଆଇପିଏଲରେ ସାମ୍‌ ହାସଲ କଲେ ଏହି ବିରାଟ ରେକର୍ଡ

ମୋହାଲି, ୨।୪: ଆଇପିଏଲରେ ୧୨ତମ ସିଜିନ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ଦେଖିବାକୁ ମିଳିଛି। ସୋମବାର କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲସ୍ପ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଯୁବ ବୋଲର ସାମ୍‌ କୁରାନଙ୍କ ହ୍ୟାଟ୍ରିକ୍‌ ବଳରେ ଦିଲ୍ଲୀକୁ ୧୪ ରନରେ ପରାସ୍ତ କରିଛି ପଞ୍ଜାବ। 

ଚର୍ଚ୍ଚିଲ ବ୍ରଦର୍ସ ଓହରିଲା

ଚର୍ଚ୍ଚିଲ ବ୍ରଦର୍ସ ଓହରିଲା

ଭୁବନେଶ୍ୱର, ୧।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରୁ ଆଇ-ଲିଗ ଦଳ ଗୁଡ଼ିକର ଓହରିଯିବା ପ୍ରକ୍ରିୟା ଜାରି ରହିଛି। ସର୍ବଭାରତୀୟ ଫୁଟବଲ ଫେଡେରେଶନର ଅବହେଳା ପ୍ରତିବାଦରେ ସୋମବାର ଚର୍ଚ୍ଚିଲ ବ୍ରଦର୍ସ ଓହରି ଯାଇଛି। ଫଳରେ ଜାମସେଦପୁର ଏଫସି ଓ୍ବାକଓଭର ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ନେରୋକା ଓହରି ଯାଇଥିବାରୁ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟ କ୍ୱାର୍ଟରରେ ପହଞ୍ଚତ୍ଛି। ଏଥିସହିତ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି।

ପ୍ରଥମ ଭାରତୀୟ ଭାବେ ଟପ୍‌-୧୦ରେ ଘୋଷାଲ

ପ୍ରଥମ ଭାରତୀୟ ଭାବେ ଟପ୍‌-୧୦ରେ ଘୋଷାଲ

ନୂଆଦିଲ୍ଲୀ, ୧।୪(ପି.ଟି.)- ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ସୌରଭ ଘୋଷାଲ ବିଶ୍ୱ ସ୍କ୍ବାଶ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ପିଏସ୍‌ଏ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ସୌରଭ ୨ଟି ପାହାଚ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି। ୨୦୧୮-୧୯ରେ ଚିକାଗୋରେ ଅନୁଷ୍ଠିତ ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। 

ପାଣ୍ଡ୍ୟା, ରାହୁଲଙ୍କୁ ନୋଟିସ୍‌

ପାଣ୍ଡ୍ୟା, ରାହୁଲଙ୍କୁ ନୋଟିସ୍‌

ନୂଆଦିଲ୍ଲୀ, ା୪ (ପି.ଟି.)-ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ଅମ୍ବୁଡସ୍‌ମ୍ୟାନ ଅବସରପ୍ରାପ୍ତ ବିଚାରପତି ଡି.କେ. ଜୈନ  ସୋମବାର କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି। ଏକ ଟିଭି ଚ୍ୟାଟ୍‌ ଶୋ’ରେ ଉଭୟେ ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। 

ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ଗ୍ରହଣ କଲେ ସାହନେ

ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ଗ୍ରହଣ କଲେ ସାହନେ

ଦୁବାଇ, ୨ା୪ (ପି.ଟି.)-ମିଡିଆ ପ୍ରଫେଶନାଲ ମନୁ ସାହନେ ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କିନ୍ତୁ ସେ ବର୍ତ୍ତମାନ ଡେଭ୍‌ ରିଚାର୍ଡସନଙ୍କ ସହିତ ମିଳିତ ଭାବେ କାର୍ଯ୍ୟକରିବେ।

ସୁପର କପ୍‌ ଫୁଟବଲ : କ୍ୱାର୍ଟର ଫାଇନାଲରେ ଏଟିକେ

ସୁପର କପ୍‌ ଫୁଟବଲ : କ୍ୱାର୍ଟର ଫାଇନାଲରେ ଏଟିକେ

ଭୁବନେଶ୍ୱର,୨।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ରିୟଲ କଶ୍ମୀରକୁ ୩-୧ ଗୋଲରେ ହରାଇ ଆଟଲେଟିକୋ ଡି କୋଲକାତା(ଏଟିକେ) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଟିକେ ଏପ୍ରିଲ ୫ରେ ହେବାକୁଥିବା କ୍ୱାର୍ଟର ଫାଇନାଲରେ ଦିଲ୍ଲୀ ଡାଇନାମସକୁ ଭେଟିବ। ଡାଇନାମସ ଯୋଗ୍ୟତା ପର୍ଯ୍ୟାୟରେ ଗୋକୁଳମ କେରଳଠାରୁ ଏବଂ ପ୍ରି-କ୍ୱାର୍ଟରରେ ଇଷ୍ଟବେଙ୍ଗଲଠାରୁ ଓ୍ବାକଓଭର ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

କୁରାନଙ୍କ ହ୍ୟାଟ୍ରିକ: ପଞ୍ଜାବର ତୃତୀୟ ବିଜୟ

କୁରାନଙ୍କ ହ୍ୟାଟ୍ରିକ: ପଞ୍ଜାବର ତୃତୀୟ ବିଜୟ

ମୋହାଲି, ୨।୪-ସାମ୍‌ କୁରାନଙ୍କ ହ୍ୟାଟ୍ରିକ ବଳରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ୧୪ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୬୭ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୯.୨ ଓଭରରେ ୧୫୨ ରନ କରି ଅଲଆଉଟ ହୋଇ ଯାଇଥିଲା।  ଚଳିତ ଆଇପିଏଲରେ ପଞ୍ଜାବର ୪ ମ୍ୟାଚରୁ ଏହାଥିଲା ୩ୟ ବିଜୟ। 

ବିଶ୍ୱ ସ୍କ୍ବାଶ ର଼୍ୟାଙ୍କିଙ୍ଗ୍‌: ପ୍ରଥମ ଭାରତୀୟ ଭାବେ ଟପ୍‌-୧୦ରେ ଘୋଷାଲ

ବିଶ୍ୱ ସ୍କ୍ବାଶ ର଼୍ୟାଙ୍କିଙ୍ଗ୍‌: ପ୍ରଥମ ଭାରତୀୟ ଭାବେ ଟପ୍‌-୧୦ରେ ଘୋଷାଲ

ନୂଆଦିଲ୍ଲୀ, ୧।୪(ପି.ଟି.)- ପ୍ରଥମ ଭାରତୀୟ ପୁରୁଷ ଖେଳାଳିଭାବେ ସୌରଭ ଘୋଷାଲ ବିଶ୍ୱ ସ୍କ୍ବାଶ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ପିଏସ୍‌ଏ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ସୌରଭ ୨ଟି ପାହାଚ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି।

‘ଅଷ୍ଟ୍ରେଲିଆର ଆତ୍ମବିଶ୍ୱାସ ଏବେ ବହୁ୍‌ ଉଚ୍ଚରେ’

‘ଅଷ୍ଟ୍ରେଲିଆର ଆତ୍ମବିଶ୍ୱାସ ଏବେ ବହୁ୍‌ ଉଚ୍ଚରେ’

ଦୁବାଇ,୧।୪(ଏଏଫ୍‌ପି)- ଆଗାମୀ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳ ଡିଫେଣ୍ଡିଂ ଚାମ୍ପିୟନ ଭଳି ଖେଳିବ ବୋଲି ଅଧିନାୟକ ଆରୋନ ଫିଞ୍ଚ ଅନ୍ୟ ଦଳମାନଙ୍କୁ ଚେତାଇ ଦେଇଛନ୍ତି। 

ଫିଫା କାର୍ଯ୍ୟକାରୀ ପରିଷଦ ସଦସ୍ୟ ହେବେ ପ୍ରଫୁଲ

ଫିଫା କାର୍ଯ୍ୟକାରୀ ପରିଷଦ ସଦସ୍ୟ ହେବେ ପ୍ରଫୁଲ

ନୂଆଦିଲ୍ଲୀ,୧।୪(ପିଟି)- ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)ସଭାପତି ପ୍ରଫୁଲ ପ୍ରଥମ ଭାରତୀୟ ଭାବେ ଫିଫା କାର୍ଯ୍ୟକାରୀ ପରିଷଦର ସଦସ୍ୟ ପଦରେ ନିର୍ବାଚିତ ହେବାକୁ ଯାଉଛନ୍ତି।

ଭାରତୀୟ ଦଳକୁ କ୍ରମାଗତ ୩ୟ ଟେଷ୍ଟ ଚାମ୍ପିୟନଶିପ ଗଦା

ଭାରତୀୟ ଦଳକୁ କ୍ରମାଗତ ୩ୟ ଟେଷ୍ଟ ଚାମ୍ପିୟନଶିପ ଗଦା

ଦୁବାଇ,୧।୪(ପିଟି)- ଭାରତୀୟ ଦଳ ଚଳିତ ସିଜନର ଆଇସିସି ଟେଷ୍ଟ ଚାମ୍ପିୟନଶିପ ଗଦା ହାସଲ କରଛି। 

ଫେଡରରଙ୍କ ୧୦୧ତମ ଟାଇଟଲ

ଫେଡରରଙ୍କ ୧୦୧ତମ ଟାଇଟଲ

ମିୟାମି,୧।୪- ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ୍‌ ଖେଳାଳି ରୋଜର ଫେଡରର କ୍ୟାରିୟରର ୧୦୧ତମ ଟାଇଟଲ ହାସଲ କରିଛନ୍ତି। 

ଧୋନୀଙ୍କ ପ୍ରଶଂସାରେ ଶତମୁଖ ତାହିର

ଧୋନୀଙ୍କ ପ୍ରଶଂସାରେ ଶତମୁଖ ତାହିର

ଚେନ୍ନାଇ,୧।୪(ପିଟି)- ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ ସିଏସ୍‌କେ ଦଳ ୮ ରନ୍‌ରେ ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଲେଗ୍‌ ସ୍ପିନର ଇମ୍ରାନ ତାହିର ଶତମୁଖ ହୋଇଛନ୍ତି। 

ଆଇପିଏଲ ଇତିହାସର ଧିମା ସେଞ୍ଚୁରି

ଆଇପିଏଲ ଇତିହାସର ଧିମା ସେଞ୍ଚୁରି

୨୦୦୮ରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଏପର୍ଯ୍ୟନ୍ତ ୫୫ ଜଣ ବ୍ୟାଟ୍ସମ୍ୟାନ ଶତକ ଲଗାଇ ସାରିଛନ୍ତି। ସେଥିମଧ୍ୟରୁ ଧିମା ଶତକ ରେକର୍ଡ ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ନାମରେ ରହିଛି। 

ପିଚ୍‌ରେ ସେଲ୍‌ଫି ନେଲେ ପ୍ରଶଂସକ

ପିଚ୍‌ରେ ସେଲ୍‌ଫି ନେଲେ ପ୍ରଶଂସକ

ପ୍ୟାରିସ୍‌,୧।୪(ଏଏଫ୍‌ପି)- ଫୁଟ୍‌ବଲ ଗ୍ରାଉଣ୍ଡରେ ପ୍ରଶଂସକମାନେ ପ୍ରବେଶ କରିବା କିଛି ନୂଆ ଘଟଣା ନୁହେଁ। ଏଠାରେ ରବିବାର ପ୍ୟାରିସ୍‌ ସେଣ୍ଟ ଜର୍ମେନ (ପିଏସ୍‌ଜି) ଓ ଟୁଲୁଜ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ସମାନ ଘଟଣା ଦେଖିବାକୁ ମିଳିଥିଲା

ରାହାନେ ଦଣ୍ଡିତ

ରାହାନେ ଦଣ୍ଡିତ

ଚେନ୍ନାଇ,୧।୪(ପିଟି)- ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାନେଙ୍କୁ ଦଣ୍ଡିତ କରାଯାଇଛି।