ଖେଳ

୫ମ ଦିନିକିଆ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

୫ମ ଦିନିକିଆ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ୱେଲିଙ୍ଗଟନ୍‌,୩ା୨: ୱେଲିଙ୍ଗଟନ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ମ ତଥା ଶେଷ ଦିନିକିଆ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି।

ପୂର୍ବାଞ୍ଚଳ ଖୋଖୋ ଚାମ୍ପିୟନଶିପ୍‌: ସେମିଫାଇନାଲରେ ଓଡ଼ିଶା ମହିଳା, ପୁରୁଷ ଟିମ୍‌

ପୂର୍ବାଞ୍ଚଳ ଖୋଖୋ ଚାମ୍ପିୟନଶିପ୍‌: ସେମିଫାଇନାଲରେ ଓଡ଼ିଶା ମହିଳା, ପୁରୁଷ ଟିମ୍‌

ଛତ୍ରପୁର,୩ା୨ (ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଷ୍ଟାଡିୟମରେ ଚାଲିଥିବା ୨୨ତମ ସିନିୟର ପୂର୍ବାଞ୍ଚଳ ଜୋନ୍‌ ଖୋଖୋ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଟିମ୍‌ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ମହିଳା ବର୍ଗରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଓଡିଶା ଓ ଝାଡ଼ଖଣ୍ଡ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଆସାମ ଓ ପଶ୍ଚିମବଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ପୁରୁଷ ବର୍ଗରେ ପ୍ରଥମ ସେମିଫାଇନାଲ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଏବଂ ଦ୍ୱିତୀୟ ସେମିଫାଇନାଲ ମଣିପୁର ଓ ଓଡିଶା ଟିମ୍‌ ମଧ୍ୟରେ ଅନୁଷ୍ଠିତ ହେବ।  

ଲାଲମନି କ୍ରିକେଟ୍‌ : ଫାଇନାଲରେ ସେର୍‌ସା

ଲାଲମନି କ୍ରିକେଟ୍‌ : ଫାଇନାଲରେ ସେର୍‌ସା

 ସୋନପୁର,୩।୨(ନି.ପ୍ର.)ସୋନପୁର ଗାନ୍ଧୀ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଟୁର୍ନାମେଣ୍ଟରେ ରାଞ୍ଚତ୍ର ସେରସା ଦଳ ଫାଇନାଲରେ ପ୍ରବେଶ କରିଛ ।  ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦଳ ନାଗପୁରର କରିମ ସ୍ପୋଟର୍‌ସ ଦଳକୁ ହରାଇ ଦେଇଛି।

ଜାତୀୟ କାୟାକିଂ, କାନୋଇଂରେ ଓଡ଼ିଶା ଚାମ୍ପିୟନ

ଜାତୀୟ କାୟାକିଂ, କାନୋଇଂରେ ଓଡ଼ିଶା ଚାମ୍ପିୟନ

କଟକ ଅଫିସ,୩ା୨-ଭୋପାଳରେ ଚାଲିଥିବା ଜାତୀୟ ଜୁନିୟର ଓ ସବ୍‌ଜୁନିୟର କାୟାକିଂ, କାନୋଇଂ ଚାମ୍ପିୟନଶିପ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ସବ୍‌ଜୁନିୟର ବାଳକ ଦଳ ଚାମ୍ପିୟନ ହୋଇଥିବା ବେଳେ ଜୁନିୟର ବାଳିକା ଦଳ ରନର୍ସଅପ୍‌ ହୋଇଛି। ସବ୍‌ଜୁନିୟର ବାଳକ ଦଳ ମୋଟ ୧୧ଟି ପଦକ ଜିତିଛି। ଏଥିରେ ୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।

ଆଲିଆନ୍ସ ପ୍ରିମିୟର ଲିଗ୍‌: ଉଦ୍‌ଘାଟନୀ ଜିତିଲା ବୁଲ୍ସ ଅଫ୍‌ ବିକାଶ

ଆଲିଆନ୍ସ ପ୍ରିମିୟର ଲିଗ୍‌: ଉଦ୍‌ଘାଟନୀ ଜିତିଲା ବୁଲ୍ସ ଅଫ୍‌ ବିକାଶ

ଭୁବନେଶ୍ୱର, ୩।୨(ସ୍ପୋଟର୍‌ସ ବ୍ୟୁରୋ)- ରସୁଲଗଡ଼ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଶନିବାରଠାରୁ ୪ର୍ଥ ଆଲିଆନ୍ସ ପ୍ରିମିୟର ଲିଗ୍‌ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ବୁଲ୍ସ ଅଫ୍‌ ବିକାଶ ୮ ଉଇକେଟ୍‌ରେ ଦି ଚାର୍ଜ ଲାୟନ୍ସକୁ ପରାସ୍ତ କରିଛି। 

ଲିଟିଲ୍‌ ଷ୍ଟାର୍‌ କ୍ରିକେଟ୍‌ : ସେମିରେ ଶହୀଦ ସ୍ପୋର୍ଟିଂ

ଲିଟିଲ୍‌ ଷ୍ଟାର୍‌ କ୍ରିକେଟ୍‌ : ସେମିରେ ଶହୀଦ ସ୍ପୋର୍ଟିଂ

ଭୁବନେଶ୍ୱର, ୩।୨(ସ୍ପୋଟର୍‌ସ ବ୍ୟୁରୋ)- ପ୍ରଗତି ସ୍ପୋର୍ଟିଂ ଗ୍ରାଉଣ୍ଡରେ ଚାଲିଥିବା ଭୁବନେଶ୍ୱର ଲିଟିଲ୍‌ ଷ୍ଟାର୍‌ କ୍ରିକେଟ୍‌ ଲିଗ୍‌ରେ ପ୍ରଥମ ଟିମ୍‌ ଭାବେ ଶହୀଦ ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛି। 

ଦ୍ୱିତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ଦ୍ୱିତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

କାନବେରା, ୩।୨- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଜୋ ବନର୍‌ସ, ଟ୍ରାଭିସ୍‌ ହେଡ୍‌ଙ୍କ ବୃହତ ଶତକ ପରେ କୁର୍ଟିସ୍‌ ପ୍ୟାଟରସନଙ୍କ ଅପରାଜିଜ ୧୧୪ ରନର ଶତକ ସହାୟତାରେ ପ୍ରଥମ ଇନିଂସରେ ୧୩୨ ଓଭରରେ ୫ ଉଇକେଟ ହରାଇ ୫୩୪ ରନ କରି ପାଳି ଘୋଷଣା କରିଥିଲା। 

ତ୍ରିକୋଣୀୟ କ୍ରିକେଟ ଲିଗ୍‌: ଜୁଭେନାଇଲ୍‌ ବିଜୟୀ

ତ୍ରିକୋଣୀୟ କ୍ରିକେଟ ଲିଗ୍‌: ଜୁଭେନାଇଲ୍‌ ବିଜୟୀ

ଭୁବନେଶ୍ୱର,୩।୨(ସ୍ପୋଟ୍ସ ବ୍ୟୁରୋ)- ପାରାମାଉଣ୍ଟ ସ୍ପୋଟର୍‌ସିଂ ଆନୁକୂଲ୍ୟରେ ଚାଲିଥିବା ତ୍ରିକୋଣୀୟ କ୍ରିକେଟ ଲିଗ୍‌ରେ ଶନିବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ କଟକର ଜୁଭେନାଇଲ କ୍ରିକେଟ ଏକାଡେମୀ ୧୪ ରନରେ ରାଇଜିଂ ଷ୍ଟୁଡେଣ୍ଟକୁ ପରାସ୍ତ କରିଛି। ଟସ୍‌ ଜିତି ଜୁଭେନାଇଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ନିର୍ଦ୍ଧାରିତ ୪୦ ଓଭରରେ ୨୦୭ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଅନିଲ ପରିଡା ୯୧ ଓ ସିଦ୍ଧାର୍ଥ ନାୟକ ୩୪ ରନ ସଂଗ୍ରହ କରିଥିଲେ। ରାଇଜିଂ ତରଫରୁ ସୋମନ ଚାନ୍ଦ ଓ ସାଇ ପ୍ରସାଦ ଆଚାର୍ଯ୍ୟ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ। 

ଡେଭିସ୍‌ କପ୍‌: ଭାରତକୁ ୩-୧ରେ ହରାଇ ଇଟାଲୀ ଓ୍ବାଲର୍‌ଡ ଫାଇନାଲରେ

ଡେଭିସ୍‌ କପ୍‌: ଭାରତକୁ ୩-୧ରେ ହରାଇ ଇଟାଲୀ ଓ୍ବାଲର୍‌ଡ ଫାଇନାଲରେ

କୋଲକାତା,୨।୨(ପି.ଟି.)- ସ୍ଥାନୀୟ କୋଲକାତା ସାଉଥ୍‌ କ୍ଲବ୍‌ ଗ୍ରାସ୍‌ କୋର୍ଟର ଅନୁଷ୍ଠିତ ଡେଭିସ୍‌ କପ୍‌ କ୍ୱାଲିଫାୟର୍ସରେ ଘରୋଇ ଭାରତକୁ ୩-୧ରେ ପରାସ୍ତ କରି ଇଟାଲୀ ଓ୍ବାଲର୍‌ଡ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ପ୍ରଥମ ଦିନରେ ଭାରତ ଦୁଇଟି ଯାକ ସିଙ୍ଗଲ୍ସ ରବରରେ ପରାସ୍ତ ହୋଇ ୨-୦ରେ ପଛୁଆ ଥିଲା। ତେବେ ରବିବାର ଭାରତୀୟ ଡବଲ୍ସ ଯୋଡି ରୋହନ ବୋପାନ୍ନା ଓ ଦିଭିଜ ଶରଣ ୪-୬, ୬-୩, ୬-୪ ସେଟରେ ଇଟାଲୀ ଯୋଡି ସାଇମନ ବୋଲେଲି ଓ ମଟେଓ ବେରେଟିନଙ୍କୁ  ହରାଇ ଭାରତର ଆଶା ଉଜ୍ଜୀବିତ ରଖିଥିଲେ। ବିଜୟୀ ହେବା ପାଇଁ ଭାରତୀୟ ଯୋଡିଙ୍କୁ ଏକ ଘଣ୍ଟା ୪୩ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଏହାପରେ ବିଶ୍ୱର ୩୭ ନମ୍ବର ଖେଳାଳି ଆଣ୍ଡ୍ରଆସ ସିପ୍ପି ରିଭର୍ସ ସିଙ୍ଗଲ୍ସ ମ୍ୟାଚ୍‌ରେ ଭାରତର ପ୍ରଜନେଶ ଗୁଣଶ୍ୱେରନଙ୍କୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରି ଇଟାଲୀକୁ ବିଜୟୀ କରାଇବା ସହ ଓ୍ବାଲର୍‌ଡ ଗ୍ରୁପ୍‌ରେ ପହଞ୍ଚାଇଥିଲେ। ଫଳରେ ଭାରତର ବିଶ୍ୱଗ୍ରୁପ୍‌ରେ ସ୍ଥାନ ହାସଲ ଆଶା ଧୂଳିସାତ୍‌ ହୋଇଥିଲା।

ଧୋନୀ ଫେରିଲେ: ବ୍ୟାଟିଂ ସୁଧାର ଆଣିବା ଲକ୍ଷ୍ୟରେ ଭାରତ

ଧୋନୀ ଫେରିଲେ: ବ୍ୟାଟିଂ ସୁଧାର ଆଣିବା ଲକ୍ଷ୍ୟରେ ଭାରତ

ଓ୍ବେଲିଂଟନ,୨।୨(ପି.ଟି.)-  ସ୍ଥାନୀୟ ଓ୍ବେଷ୍ଟପ୍ୟାକ ଷ୍ଟାଡିୟମରେ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଦିନିକିଆ ଖେଳାଯିବ। ପ୍ରଥମ ୩ଟି ମ୍ୟାଚ୍‌ ଜିତି ଆଗୁଆ ସିରିଜ ହାତେଇ ନେଇଥିଲେ ମଧ୍ୟ ଭାରତ ଚତୁର୍ଥ ମ୍ୟାଚ୍‌ ନିହାତି ମାମୁଲି ବ୍ୟାଟିଂ ପ୍ରଦର୍ଶନ କରି ୯୨ ରନରେ ଅଲଆଉଟ ହେବା ସହ ପରାଜୟ ବରଣ କରିଥିଲା। ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଓ ମହେନ୍ଦ୍ର ସିଂ ଧୋନୀ ଆହତ ଥିବାରୁ ଏହି ମ୍ୟାଚ୍‌ ଖେଳିପାରି ନ ଥିଲେ। ଫଳରେ ଭାରତର ପ୍ରଦର୍ଶନ ପ୍ରଭାବିତ ହୋଇଥିଲା। ତେବେ ଧୋନୀ ଇତିମଧ୍ୟରେ ଫିଟ୍‌ ହୋଇ ଦଳକୁ ଫେରିଛନ୍ତି। ଧୋନୀଙ୍କ ଅଭିଜ୍ଞତାକୁ ପାଥେୟ କରି ଭାରତ ବ୍ୟାଟିଂରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି। ୪-୧ରେ ସିରିଜ ଜିତିପାରିଲେ ଭାରତ ପାଇଁ ଏକ ବଡ଼ ଉପଲବ୍ଧୀ ସାବ୍ୟସ୍ତ ହେବ।

ଜାତୀୟ ବଧିର କ୍ରୀଡ଼ାରେ ସୋମନାଥ, ଚନ୍ଦନଙ୍କ ସଫଳତା

ଜାତୀୟ ବଧିର କ୍ରୀଡ଼ାରେ ସୋମନାଥ, ଚନ୍ଦନଙ୍କ ସଫଳତା

ବାଲେଶ୍ୱର ଅଫିସ,୨।୨-ତାମିଲନାଡୁଠାରେ ୨୩ତମ ଜାତୀୟ ବଧିର ସିନିୟର, ସବ୍‌ଜୁନିୟର ଓ ଜୁନିୟର ବିଭାଗର ଜାତୀୟସ୍ତରୀୟ କ୍ରୀଡ଼ା ଗତ ଜାନୁୟାରୀ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଆନ୍ତଃ ଜିଲା ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ:ପ୍ରଦର୍ଶନୀ ମ୍ୟାଚ୍‌ରେ ମଞ୍ଜୁରିରୋଡ ଭେଟରାନ ବିଜୟୀ

ଆନ୍ତଃ ଜିଲା ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ:ପ୍ରଦର୍ଶନୀ ମ୍ୟାଚ୍‌ରେ ମଞ୍ଜୁରିରୋଡ ଭେଟରାନ ବିଜୟୀ

ଭଣ୍ଡାରିପୋଖରୀ, ୨।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରିରୋଡସ୍ଥିତ ଡାକ୍ତରଖାନା ଖେଳପଡ଼ିଆରେ ଚାଲିଥିବା ଆନ୍ତଃ ଜିଲା ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଥିଲା ପ୍ରଦର୍ଶନୀ ମ୍ୟାଚ୍‌। 

ଲାଲମନି କ୍ରିକେଟ୍‌ : ଫାଇନାଲରେ ସେରସା(ରାଞ୍ଚତ୍)

ଲାଲମନି କ୍ରିକେଟ୍‌ : ଫାଇନାଲରେ ସେରସା(ରାଞ୍ଚତ୍)

ସୋନପୁର,୨।୨(ନି.ପ୍ର.)ସୋନପୁର ଗାନ୍ଧୀ ପଡିଆରେ ଚାଲିଥିବା ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ସେରସା(ରାଞ୍ଚତ୍) ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛି। 

ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍‌ ଭେନ୍ୟୁରେ ପରିବର୍ତ୍ତନ

ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍‌ ଭେନ୍ୟୁରେ ପରିବର୍ତ୍ତନ

ମୁମ୍ବାଇ,୨।୨- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଭେନ୍ୟୁରେ ପରିବର୍ତ୍ତନ ହୋଇଛି।

ମନ୍ଧାନା ନଂ ୧ ବ୍ୟାଟ୍ସଓମେନ

ମନ୍ଧାନା ନଂ ୧ ବ୍ୟାଟ୍ସଓମେନ

ଦୁବାଇ,୨।୨- ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଶନିବାର କ୍ୟାରିୟରରେ ବଡ଼ ସଫଳତା ପାଇଛନ୍ତି। 

ଅନ୍ତିମ ଦିନିକିଆରୁ ବାଦ୍‌ ପଡ଼ିପାରନ୍ତି ଗୁପ୍‌ଟିଲ

ଅନ୍ତିମ ଦିନିକିଆରୁ ବାଦ୍‌ ପଡ଼ିପାରନ୍ତି ଗୁପ୍‌ଟିଲ

ଓ୍ବେଲିଂଟନ,୨।୨- ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପ୍‌ଟିଲ ଭାରତୀୟ ଦଳ ବିପକ୍ଷ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଖେଳି ନ ପାରନ୍ତି। ଶନିବାର ଅଭ୍ୟାସ କରୁଥିବାବେଳେ ତାଙ୍କ ପିଠିରେ ଆଘାତ ଲାଗିଛି। 

ମହିଳା ହକି: ଆୟର୍ଲାଣ୍ଡ- ଭାରତ ମ୍ୟାଚ୍‌ ଡ୍ର

ମହିଳା ହକି: ଆୟର୍ଲାଣ୍ଡ- ଭାରତ ମ୍ୟାଚ୍‌ ଡ୍ର

ମର୍ସିଆ,୨।୨(ପିଟି)- ଡ୍ରାଗଫ୍ଲିକର ଗୁରଜିତ କୌରଙ୍କ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ଏଠାରେ ଖେଳାଯାଇଥିବା ଆୟର୍ଲାଣ୍ଡ  ବିପକ୍ଷ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂଶିତ ଭାବେ ଶେଷ କରିଛି। 

କରୁଣାରତ୍ନେଙ୍କ ମୁଣ୍ଡରେ ବାଜିଲା ବଲ

କରୁଣାରତ୍ନେଙ୍କ ମୁଣ୍ଡରେ ବାଜିଲା ବଲ

କାନାବେରା,୨।୨- ସ୍ଥାନୀୟ ମାନୁକା ଓଭାଲଠାରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଅଘଟଣ ଘଟିଛି। ଭ୍ରମଣକାରୀ ଦଳର ଓପନର ଦିମୁଥ କରୁଣାରତ୍ନେଙ୍କ ପଛ ମୁଣ୍ଡରେ ବଲ ବାଜିଛି। 

ମିଲର ପ୍ରଥମ ଫିଲ୍ଡର

ମିଲର ପ୍ରଥମ ଫିଲ୍ଡର

କେପ୍‌ ଟାଉନ,୨।୨- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଟି୨୦ ଫର୍ମାଟରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। କ୍ରିକେଟ ଛୋଟିଆ ଫର୍ମାଟରେ ମିଲର ପ୍ରଥମ ଫିଲ୍ଡର ଭାବେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

ପାକିସ୍ତାନକୁ ରୋକିଲେ ମିଲର, ଡୁପ୍ଲେସି

ପାକିସ୍ତାନକୁ ରୋକିଲେ ମିଲର, ଡୁପ୍ଲେସି

କେପ୍‌ ଟାଉନ,୨।୨- ଟି୨୦ ଫର୍ମାଟରେ ପାକିସ୍ତାନ ଦଳର ଲାଗି ରହିଥିବା ଅପରାଜେୟ ଧାରାକୁ ଦକ୍ଷିଣ ଆଫ୍ରିକା ଦଳ ରୋକିବାରେ ସଫଳ ହୋଇଛି। ଅଧିନାୟକ ଫାପ ଡୁ’ପ୍ଲେସି ଓ ରିଜା ହେଣ୍ଡ୍ରିକ୍ସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଡେଭିଡ ମିଲରଙ୍କ ଚମତ୍କାର ଫିଲ୍ଡିଂ ଯୋଗୁ ଏହା ସମ୍ଭବ ହୋଇ ପାରିଛି।

ଖେଳିବେ ଧୋନୀ

ଖେଳିବେ ଧୋନୀ

ନୂଆଦିଲ୍ଲୀ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ସମ୍ପୂର୍ଣ୍ଣ ଫିଟ୍‌। 

ଦୂତୀ ଚାନ୍ଦଙ୍କୁ ଚାଣକ୍ୟ ସମ୍ମାନ

ଦୂତୀ ଚାନ୍ଦଙ୍କୁ ଚାଣକ୍ୟ ସମ୍ମାନ

ଭୁବନେଶ୍ୱର,୨।୨(ବ୍ୟୁରୋ):  ସୂଚନା ଭବନଠାରେ ଚାଣକ୍ୟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରୀଡ଼ାବିତ୍‌ ଦୂତୀ ଚାନ୍ଦଙ୍କୁ ତୃତୀୟ ଚାଣକ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।

ରାମେଶ୍ୱର କ୍ରିକେଟ୍‌ ପ୍ରତିଯୋଗିତା: ତେଲେଙ୍ଗାପଡ଼ା ଚାମ୍ପିୟନ୍‌

ରାମେଶ୍ୱର କ୍ରିକେଟ୍‌ ପ୍ରତିଯୋଗିତା: ତେଲେଙ୍ଗାପଡ଼ା ଚାମ୍ପିୟନ୍‌

ନିରାକାରପୁର,୨ା୨(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥ ଖେଳପଡ଼ିଆଠାରେ ରାମେଶ୍ୱର କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଶୁକ୍ରବାର ଏକ ଦିବସୀୟ ଫାଇନାଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ା ଉଲ୍ଲେଖଯୋଗ୍ୟ, ଏହି ଦିନ ହିଁ ଫାଇନାଲ୍‌ ବିଜେତା ଦଳର ନାମ ଘୋଷଣା କରାଯାଇଥିଲା।

ଲାଲମନି କ୍ରିକେଟ୍‌: ସେମିରେ ସେର୍‌ସା

ଲାଲମନି କ୍ରିକେଟ୍‌: ସେମିରେ ସେର୍‌ସା

ସୋନପୁର,୨।୨(ନି.ପ୍ର.)-ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂକୁ ହରାଇ ସେର୍‌ସା(ରାଞ୍ଚତ୍) ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ସୋନପୁର ଗାନ୍ଧୀ ପଡିଆରେ ଶୁକ୍ରବାର ଅନୁଷ୍ଠିତ ଟି୨୦ ମ୍ୟାଚ୍‌ରେ ରାଞ୍ଚତ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିଥିଲା। ଜିତେନ୍ଦ୍ର କୁମାର ୪୬ ବଲରୁ ୫୭ ରନ କରିଥିବାବେଳେ ଉଜ୍ଜ୍ୱଳ ପାଲଙ୍କ ଅପରାଜିତ ୨୬, ୱାଲଟର ଟପ୍ପୋ ୨୪ ରନ, କୁଲଦୀପ ଶର୍ମା ଅପରାଜିତ ୧୯ ରନ  ଏବଂ ବିଜୟ ସିଂ ୧୩ ରନ  କରିଥିଲେ।