ଖେଳ

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ

ଲଣ୍ଡନ, ୭।୯(ପି.ଟି.)- ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଜୋ ରୁଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୁଣି କୋଚ୍‌ ହେବେ ମାରାଡୋନା

ପୁଣି କୋଚ୍‌ ହେବେ ମାରାଡୋନା

କୁଲିଆକାନ(ମେକ୍ସିକୋ), ୭।୯(ଏଏଫପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ପୁଣି ଥରେ କୋଚ୍‌ ହେବାକୁ ଯାଉଛନ୍ତି। ମେକ୍ସିକୋର ସେକେଣ୍ଡ ଡିଭିଜନ ଫୁଟବଲ କ୍ଲବ ଡୋରାଡୋସର କୋଚ୍‌ ରୂପେ ତାଙ୍କୁ ନିଯୁକ୍ତି ମିଳିଛି। ଗୁରୁବାର ଏ ନେଇ କ୍ଲବ ତରଫରୁ ଘୋଷଣା କରାଯାଉଛି। 

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌: ମହିଳା ଦଳ, ହଜାରିକାଙ୍କୁ ସ୍ବର୍ଣ୍ଣ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌: ମହିଳା ଦଳ, ହଜାରିକାଙ୍କୁ ସ୍ବର୍ଣ୍ଣ

ଚାଙ୍ଗଓ୍ବନ(ଦକ୍ଷିଣ କୋରିଆ), ୭।୯ (ପି.ଟି.)- ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ଜୁନିୟର ଶୁଟରମାନଙ୍କର ସ୍ବର୍ଣ୍ଣିମ ଯାତ୍ରା ଅବ୍ୟାହତ ରହିଛି। ଶୁକ୍ରବାର ଭାରତୀୟ ଜୁନିୟର ଶୁଟରମାନେ ଆଉ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତର ହ୍ରିଦୟ ହଜାରିକା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଭାରତୀୟ ମହିଳା ଦଳ ମିଳିତ ଭାବେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।  

ୟୁଏସ୍‌ ଓପନ୍‌ ଟେନିସ୍‌: ସେରେନା- ଓସାକା ଫାଇନାଲ

ୟୁଏସ୍‌ ଓପନ୍‌ ଟେନିସ୍‌: ସେରେନା- ଓସାକା ଫାଇନାଲ

ନ୍ୟୁୟର୍କ, ୭।୯ (ଏଏଫପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ୬ଥର ଚାମ୍ପିୟନ ହୋଇଥିବା ଅଭିଜ୍ଞ ସେରେନା ଓ୍ବିଲିୟମ୍ସ ଓ ୨୦ ବର୍ଷୀୟା ଜାପାନର ନାଓମି ଓସାକା ମୁହଁ।ମୁହିଁ ହେବ।

ମଣିପୁର ଦଳର କୋଚ୍‌ ହେଲେ ଶିବସୁନ୍ଦର

ମଣିପୁର ଦଳର କୋଚ୍‌ ହେଲେ ଶିବସୁନ୍ଦର

କଟକ ଅଫିସ, ୭ା୯-ପ୍ରଥମ ଥର ନିମନ୍ତେ ବିସିସିଆଇର ଘରୋଇ ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ମଣିପୁର ଦଳର କୋଚ୍‌ ଭାର ସମ୍ଭାଳିଛନ୍ତି ଶିବସୁନ୍ଦର ଦାସ। ରାଜ୍ୟର ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ସିନିୟର ଦଳର ପୂର୍ବତନ କୋଚ୍‌ ଶିବସୁନ୍ଦର ଆସନ୍ତା ୯ତାରିଖରେ ମଣିପୁର ଦଳର ପ୍ରସ୍ତୁତି ଶିବିରରେ ଯୋଗଦେବେ। ମଣିପୁରରେ ବର୍ଷା ଲାଗି ରହିଥିବାରୁ ଆସାମଠାରେ ଦଳର ପ୍ରସ୍ତୁତି ଶିବିର ହେବ। ୨୦୧୮-୧୯ କ୍ରିକେଟ ସିଜନରେ ମଣିପୁର ପ୍ରଥମଥର ପାଇଁ ମୁକାବିଲାକୁ ଓହ୍ଲାଉଥିବାରୁ ଏହି ଦଳର କୋଚ୍‌ ଭାର ଗ୍ରହଣ କରିବା ଚ୍ୟାଲେଞ୍ଜିଂ ବୋଲି ଶିବସୁନ୍ଦର କହିଛନ୍ତି। ଅନ୍ୟପକ୍ଷରେ ଦଳର ସାମର୍ଥ୍ୟକୁ ପରଖା ଯାଇ ଖେଳାଳିମାନଙ୍କୁ ଆଗାମୀ ଟୁର୍ନାମେଣ୍ଟ ନିମନ୍ତେ ପ୍ରସ୍ତୁତ କରାଯିବ। ଉଭୟ ମୋ ପାଇଁ ଓ ମଣିପୁର ଦଳ ଲାଗି ଆଗାମୀ କ୍ରିକେଟ ସିଜନ ଏକ ନୂତନ ଚ୍ୟାଲେଞ୍ଜ ହେବ ବୋଲି ଶିବସୁନ୍ଦର କହିଥିଲେ। ସୂଚନାଥାଉ କି, ଗତ ୨୦୧୭-୧୮ ସିଜିନରେ ଶିବସୁନ୍ଦର ଓଡ଼ିଶା ସିନିୟର ଦଳର କୋଚ୍‌ ରହିଥିଲେ ।

କୁକ୍‌ଙ୍କ ବିଦାୟୀ ଟେଷ୍ଟ ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ

କୁକ୍‌ଙ୍କ ବିଦାୟୀ ଟେଷ୍ଟ ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ

ଲଣ୍ଡନ, ୭ା୯(ପି.ଟି.)- ସିରିଜ ହାତଛଡ଼ା କରିସାରିଥିବା ଭାରତ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଇଂଲଣ୍ଡକୁ ଭେଟିବାକୁ ଯାଉଛି। ବିଭିନ୍ନ ଦୃଷ୍ଟିକୋଣରୁ  ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ର ଗୁରୁତ୍ୱ ବଢିଯାଇଛି। ଇଂଲଣ୍ଡର ଅଭିଜ୍ଞ ଓପନର ଆଲିଷ୍ଟର କୁକ୍‌ ଅବସର ଘୋଷଣା କରିସାରିଥିବାରୁ ତାଙ୍କ ପାଇଁ ଏହା ଫେୟାରଓ୍ବେଲ ଟେଷ୍ଟ ବା ବିଦାୟୀ ମ୍ୟାଚ ସାବ୍ୟସ୍ତ ହୋଇଛି। ଅନ୍ୟ ପଟେ ୩-୧ରେ ପଛରେ ରହି ସିରିଜ ହାରିସାରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏହି ମ୍ୟାଚ୍‌ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ୧-୪ ବ୍ୟବଧାନରେ ହାରିବା ଅପେକ୍ଷା ୨-୩ ବ୍ୟବଧାନରେ ସିରିଜ ହାରିବା ନିଶ୍ଚିତ ଭାବେ ଆଖିକୁ ଭଲ ଦେଖାଯିବ।

ବହିଠାରୁ ଦୂରେଇ ରହିବାକୁ ଚାହାନ୍ତି ବ୍ରୋଞ୍ଜ ପଦକଧାରୀ ହର୍ଶିତା

ବହିଠାରୁ ଦୂରେଇ ରହିବାକୁ ଚାହାନ୍ତି ବ୍ରୋଞ୍ଜ ପଦକଧାରୀ ହର୍ଶିତା

ନୂଆଦିଲ୍ଲୀ,୭ା୯(ପି.ଟି.)- ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକ ଜିତିଥିବା ହର୍ଶିତା ତୋମାର ଏବେ ବହିଠାରୁ ଦୂରେଇ ରହିବାକୁ ଚାହାନ୍ତି। ସେ ସ୍କୁଲ ଯିବା ବଦଳରେ ସେଲିଂରେ ମନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିବା ଲାଗି ଏହି ୧୬ ବର୍ଷୀୟା ଆଥ୍‌ଲେଟଙ୍କୁ ଦଶମ ପରୀକ୍ଷାରୁ ବଞ୍ଚତ୍ତ ହେବାକୁ ପଡ଼ିଥିଲା। ସେଲିଂ ଲିଜର ୪.୭ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି। ”ମୁଁ ଏବେ ପଢ଼ିବାକୁ ଚାହୁନାହିଁ। କାରଣ ଶିକ୍ଷା ହିଁ ଶିକ୍ଷିତ ହେବା ଲାଗି ଏହା ଏକମାତ୍ର ମାର୍ଗ ନୁହେଁ। କିନ୍ତୁ ମୁଁ ଜାଣିଛି ମୋତେ ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ। 

ହକି ଖେଳାଳି ସୁରେନ୍ଦର କୁମାରଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ,୭ା୯(ପି.ଟି.)- ଏସିଆନ୍‌ ଗେମ୍ସ ହକି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ସୁରେନ୍ଦର କୁମାରଙ୍କୁ କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି। ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ)ରେ କାର୍ଯ୍ୟରତ ସୁରେନ୍ଦରଙ୍କୁ ମ୍ୟାନେଜର ପଦୋନ୍ନତି ଦେବା ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ସୁରେନ୍ଦର ଏବେ ଆସିଷ୍ଟାଣ୍ଟ ଗ୍ରେଡ୍‌-୨ ପଦରେ କାର୍ଯ୍ୟରତ। ତାଙ୍କୁ ଏକାଥରକେ ଦୁଇ ପାହ୍ୟା ଉପରକୁ ପଦୋନ୍ନତି ମିଳିଛି। ଏହି ହକି ଖେଳାଳିଙ୍କ ବ୍ୟତୀତ ଅବସରପ୍ରାପ୍ତ ଆଥ୍‌ଲେଟ୍‌ ଶିନି ଆବ୍ରାହମ ଓ ଭାରୋତ୍ତୋଳନକାରୀ କର୍ନାମ ମାଲେଶ୍ୱରୀ ସ୍ପୋଟର୍‌ସ କୋଟାରେ ଏଫ୍‌ସିଆଇରେ କାର୍ଯ୍ୟ କରୁଛନ୍ତି।

କୋହଲିଙ୍କୁ ଟୁଇଟରରେ ଅନ୍‌ଫଲୋ କଲେ ରୋହିତ

କୋହଲିଙ୍କୁ ଟୁଇଟରରେ ଅନ୍‌ଫଲୋ କଲେ ରୋହିତ

ନୂଆଦିଲ୍ଲୀ,୭ା୯- ସୋସିଆଲ ମିଡିଆ ଯୁଗରେ କିଛି ବି ଅଛପା ହୋଇ ରହେନାହିଁ। ଏବେ ଏହା ଦ୍ୱାରା ଦେଶର ଦୁଇ ନିର୍ଭରଯୋଗ୍ୟ କ୍ରିକେଟରଙ୍କ ସମ୍ପର୍କ ବିଷୟରେ ଏକ କୌତୂହଳ ତଥ୍ୟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଟୁଇଟର ଓ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରିଛନ୍ତି ଉପଅଧିନାୟକ ରୋହିତ ଶର୍ମା। ସମ୍ଭବତଃ ଏହା ଦୁଇ କ୍ରିକେଟରଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ଦର୍ଶାଉଛି। କୋହଲି ଓ ରୋହିତ ଭାରତୀୟ ଦଳର ମେରୁଦଣ୍ଡ ସଦୃଶ। ଉଭୟ ଖେଳାଳିଙ୍କ ଯୋଗୁ ଭାରତୀୟ ଦଳ ସମସ୍ତ ଫର୍ମାଟରେ ଶୀର୍ଷକୁ ଉଠିଛି।

ଦୁଲୀପ ଟ୍ରଫି ଫାଇନାଲ ଇନିଂସ ପରାଜୟ ଦ୍ୱାରରେ ଇଣ୍ଡିଆ ରେଡ୍‌

ଦୁଲୀପ ଟ୍ରଫି ଫାଇନାଲ ଇନିଂସ ପରାଜୟ ଦ୍ୱାରରେ ଇଣ୍ଡିଆ ରେଡ୍‌

ଡିଣ୍ଡିଗୁଲ(ତାମିଲନାଡୁ), ୬।୯ (ପି.ଟି.)- ସ୍ଥାନୀୟ ଏନପିଆର କଲେଜ ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ବ୍ଲ୍ୟୁ ବିପକ୍ଷ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚରେ ଇଣ୍ଡିଆ ରେଡ୍‌ ଇନିଂସ ପରାଜୟର ଦ୍ୱାରଦେଶରେ ଉପନୀତ ହୋଇଛି। ଟସ୍‌ ଜିତି ବ୍ଲ୍ୟୁ ପ୍ରଥମ ଇନିଂସରେ ନିଖିଲ ଗଙ୍ଗଟାଙ୍କ ୧୩୦ ରନର ଶତକୀୟ ପାଳି ବଳରେ ୫୪୧ ରନର ବିଶାଳ ସ୍କୋର ଛଡ଼ା କରିଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ରେଡ୍‌ ୬୯.୧ ଓଭରରେ ୧୮୨ ରନ କରି ଅଲଆଉଟ ହୋଇ  ୩୫୯ ରନ ପଛରେ ପଡ଼ି ଫଲୋଅନ ହୋଇଥିଲା। ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ରେଡ ମଧ୍ୟ ଅନୁରୂପ ଢଙ୍ଗରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଗୁରୁବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨୮ ଓଭରରେ ୫ ଉଇକେଟ ହରାଇ ୧୨୮ ରନ ସଂଗ୍ରହ କରିଛି। 

ଲକ୍ଷ୍ମଣନଙ୍କୁ ପୁରସ୍କୃତ କଲେ ରାଠୋର

ଲକ୍ଷ୍ମଣନଙ୍କୁ ପୁରସ୍କୃତ କଲେ ରାଠୋର

ନୂଆଦିଲ୍ଲୀ, ୬ା୯ (ପି.ଟି.)- କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଗୁରୁବାର ଭାରତୀୟ ଆଥ୍‌ଲେଟ ଗୋବିନ୍ଦନ ଲକ୍ଷ୍ମଣନଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କୃତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ସେ ୧୦,୦୦୦ ମିଟର ରେସ୍‌ରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ନାଟକୀୟ ଭାବେ ଅଯୋଗ୍ୟ ଘୋଷିତ ହୋଇଥିଲେ। 

ବାଲାଜିଙ୍କ ସପକ୍ଷରେ ଭୂପତି

ବାଲାଜିଙ୍କ ସପକ୍ଷରେ ଭୂପତି

ନୂଆଦିଲ୍ଲୀ,୬।୯(ପି.ଟି.)- ସର୍ବିଆ ବିପକ୍ଷରେ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ଲାଗି ଘୋଷିତ ଦଳରେ ଏନ୍‌. ଶ୍ରୀରାମ ବାଲାଜି ସ୍ଥାନ ପାଇଛନ୍ତି। ଦଳରେ ତାଙ୍କ ଚୟନକୁ ଭାରତୀୟ ଅଧିନାୟକ ମହେଶ ଭୂପତି ସମର୍ଥନ କରିଛନ୍ତି। 

ଏସିଆ କପ୍‌: ହଂକଂ ବିପକ୍ଷରୁ ଭାରତର ଅଭିଯାନ

ଏସିଆ କପ୍‌: ହଂକଂ ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୬।୯- ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ହଂକଂ ବିପକ୍ଷରେ ଖେଳି ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବ। ଗୁରୁବାର ହଂକଂ ଦଳ ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ୟୁଏଇକୁ ୨ ଉଇକେଟ୍‌ରେ ପରାସ୍ତ କରି ଚାମ୍ପିୟନ ହେବା ସହ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିଛି। 

ଏମ୍‌ବାପ୍ପେ ୩ଟି ମ୍ୟାଚ୍‌ରୁ ବାସନ୍ଦ

ଏମ୍‌ବାପ୍ପେ ୩ଟି ମ୍ୟାଚ୍‌ରୁ ବାସନ୍ଦ

ପ୍ୟାରିସ, ୬।୯- ଫ୍ରାନ୍ସ ଯୁବ ଫୁଟ୍‌ବଲ ତାରକା କେଲିଆନ ଏମ୍‌ବାପ୍ପେ ଲିଗ୍‌ ୧’ ପ୍ରତିଯୋଗିତାର ଆଗାମୀ ୩ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ଷ୍ଟାର ଷ୍ଟ୍ରାଇକର ୧୯ ବର୍ଷୀୟ ଏମ୍‌ବାପ୍ପେ ଗତ ସପ୍ତାହରେ ନିମେସ ବିପକ୍ଷ ଏକ ମ୍ୟାଚ୍‌ରେ ରେର୍ଡ କାର୍ଡ ପାଇଥିଲେ। 

ବିରାଟ, ରୁଟ୍‌ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ଲାରା

ବିରାଟ, ରୁଟ୍‌ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ଲାରା

ନ୍ୟୁୟର୍କ, ୬।୯- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଇଂଲଣ୍ଡର ଜୋ ରୁଟ୍‌ଙ୍କୁ ବର୍ତ୍ତମାନ ସମୟର ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଭାବେ ଚୟନ କରିଛନ୍ତି।

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ହରଭଜନ

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ହରଭଜନ

ନୂଆଦିଲ୍ଲୀ, ୬।୯- ଆଗାମୀ ଏସିଆ କପ୍‌ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଚୟନକୁ ନେଇ ଭେଟେରାନ ସ୍ପିନର ହରଭଜନ ସିଂ (ଭଜି) ଗୁରୁବାର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଏସିଆ କପ୍‌ ଲାଗି ନିକଟରେ ଭାରତୀୟ ଦଳ ଘୋଷିତ ହୋଇଥିଲା। 

୨୨ ବର୍ଷ ପରେ ଓସାକା ପ୍ରଥମ ଜାପାନ ମହିଳା ଖେଳାଳି

୨୨ ବର୍ଷ ପରେ ଓସାକା ପ୍ରଥମ ଜାପାନ ମହିଳା ଖେଳାଳି

ନ୍ୟୁୟର୍କ, ୬।୯(ଏଏଫ୍‌ପି)- ଜାପାନର ନାଓମି ଓସାକା ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟର ଫାଇନାଲର ଏକ ମୁକାବିଲାରେ ୨୦ ବର୍ଷୀୟା ଓସାକା ୬-୧, ୬-୧ ସିଧାସଳଖ ସେଟ୍‌ରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ହରାଇ କ୍ୟାରିୟରର ପ୍ରଥମଥର ଲାଗି କୌଣସି ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ବିଶ୍ୱରେକର୍ଡ ସହ ସୌରଭଙ୍କୁ ସ୍ବର୍ଣ୍ଣ

ବିଶ୍ୱରେକର୍ଡ ସହ ସୌରଭଙ୍କୁ ସ୍ବର୍ଣ୍ଣ

ଚାଙ୍ଗ୍‌ଓ୍ବନ (ଦକ୍ଷିଣ କୋରିଆ), ୬।୯ (ପି.ଟି.)- ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ଯୁବ ଭାରତୀୟ ଶୁଟର ସୌରଭ ଚୌଧାରୀ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ନିଜର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜୁନିୟର ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସୌରଭ ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି। 

ୟୁଏସ୍‌ ଓପନ୍‌: ସେମିରେ ଜୋକୋଭିଚ୍‌, ନିଶିକୋରୀ

ୟୁଏସ୍‌ ଓପନ୍‌: ସେମିରେ ଜୋକୋଭିଚ୍‌, ନିଶିକୋରୀ

ନ୍ୟୁୟର୍କ, ୬।୯- ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ଓ ଜାପାନର କେଇ ନିଶିକୋରୀ ଏଠାରେ ଚାଲିଥିବା ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। 

ରାଜ୍ୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ

ରାଜ୍ୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ

କଟକ ଅଫିସ,୬ା୯- ଓଡ଼ିଶା କୁସ୍ତି ସଂଘ ଓ କଟକ ଜିଲା କୁସ୍ତି ସଂଘର ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲରେ ୨୩ବର୍ଷରୁ କମ୍‌ ରାଜ୍ୟ କୁସ୍ତି ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ଭାରତର ବିଜୟ ଅଭିଯାନ

ଭାରତର ବିଜୟ ଅଭିଯାନ

ଢାକା, ୬।୯(ପି.ଟି.)- ବାଂଲାଦେଶରେ ଚାଲିଥିବା ସାଉଥ୍‌ ଏସିଆନ ଫୁଟ୍‌ବଲ ଫେଡେରେଶନ (ସାଫ୍‌) ଚାମ୍ପିୟନଶିପ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ସୁବାଶିଷ ବୋଷଙ୍କ ନେତୃତ୍ୱାଧୀନ ଭାରତୀୟ 

ଆଜାମଙ୍କୁ ସମ୍ବର୍ଦ୍ଧନା

ଆଜାମଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୬।୯(ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗରେ ଅନୁଷ୍ଠିତ ଏସିଆନ ଗେମ୍ସର ସଫ୍ଟ ଟେନିସ ଇଭେଣ୍ଟରେ ଟେକ୍ନିକାଲ ଅଫିସିଆଲ ଦାୟିତ୍ୱ ତୁଲାଇଥିବା ମହମ୍ମଦ ଆଜାମଙ୍କୁ ବୁଧବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି।

ଜାପାନ କରାଟେ ସୋତୋକାଇ ଟ୍ରେନିଂ ସେମିନାର

ଜାପାନ କରାଟେ ସୋତୋକାଇ ଟ୍ରେନିଂ ସେମିନାର

ଭୁବନେଶ୍ୱର, ୬।୯(କ୍ରୀଡ଼ା ପ୍ରତିନିଧି)- ଜାପାନ କରାଟେ ସୋତୋକାଇର ଟ୍ରେନିଂ ସେମିନାର ମଳିପଡ଼ାସ୍ଥିତ ଶ୍ରୀକୃଷ୍ଣ ଇଣ୍ଟରନ୍ୟାଶନାଲ ସ୍କୁଲରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏଥିରେ ମୋଟ ୨୧ କରାଟେକା ଭାଗ ନେଇଥିଲେ। ତୋଫାନ ବିଷୋଇ, ଜ୍ଞାନ ରଞ୍ଜନ ନନ୍ଦ ସେମିନାର ପରିଚାଳନା କରିଥିଲେ। 

ସର୍ବଭାରତୀୟ ଜୁନିୟର ରଗ୍‌ବୀ ଆରମ୍ଭ

ସର୍ବଭାରତୀୟ ଜୁନିୟର ରଗ୍‌ବୀ ଆରମ୍ଭ

ଭୁବନେଶ୍ୱର, ୬।୯(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ଜୁନିୟର(୧୯ ବର୍ଷରୁ କମ୍‌ ବାଳିକା, ବାଳକ) ରଗ୍‌ବୀ ଚାମ୍ପିୟନଶିପ୍‌ ବୁଧବାର ବାରିପଦାରେ ଆରମ୍ଭ ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବାଳିକା ବିଭାଗରେ