ଖେଳ

ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସାଇନା

ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୧୭।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ଏଠାରେ ଚାଲିଥିବା ବର୍ଷର ପ୍ରଥମ ସୁପର୍‌ ୫୦୦ ଟୁର୍ନାମେଣ୍ଟ ମାଲେସିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଋଷଭ ପନ୍ଥଙ୍କ ଜୀବନରେ ଆସିଲେ ଲେଡି ଲକ୍‌...

ଋଷଭ ପନ୍ଥଙ୍କ ଜୀବନରେ ଆସିଲେ ଲେଡି ଲକ୍‌...

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିବା ଓ୍ବିକେଟ କିପର ତଥା ବ୍ୟାଟସ୍‌ ମ୍ୟାନ୍‌ ଋଷଭ ପନ୍ଥଙ୍କ ଜୀବନରେ ଆସିଛନ୍ତି ଲେଡି ଲକ୍‌। ଏନେଇ ଋଷଭ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି ଲେଡି ଲକ୍‌ଙ୍କ ସହିତ ନିଜର ଫଟୋ।

୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟର୍ସ:   ଭାରତୀୟ ଫୁଟବଲ ଦଳରେ ଓଡ଼ିଶାର ପ୍ୟାରୀ, ଜବାମଣୀ

୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟର୍ସ: ଭାରତୀୟ ଫୁଟବଲ ଦଳରେ ଓଡ଼ିଶାର ପ୍ୟାରୀ, ଜବାମଣୀ

ନୂଆଦିଲ୍ଲୀ, ୧୭।୧(ପି.ଟି.)- ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତୀୟ ମହିଳା ଫୁଟବଲ ଦଳ ହଂକଂ ଓ ଇଣ୍ଡୋନେସିଆ ବିପକ୍ଷରେ ଦୁଇଟି ଲେଖାଏ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ଖେଳିବ।   ଏହି ମ୍ୟାଚ୍‌ଗୁଡିକ ପାଇଁ ଏକ ୨୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। 

ବିଶ୍ୱର ସର୍ବକନିଷ୍ଠ ପର୍ବତାରୋହୀ ଭାବେ ସତ୍ୟରୂପ ଚଢିଲେ ୭ ଶୃଙ୍ଗ, ଆଗ୍ନେୟଗିରି

ବିଶ୍ୱର ସର୍ବକନିଷ୍ଠ ପର୍ବତାରୋହୀ ଭାବେ ସତ୍ୟରୂପ ଚଢିଲେ ୭ ଶୃଙ୍ଗ, ଆଗ୍ନେୟଗିରି

କୋଲକାତା, ୧୭।୧ (ପି.ଟି.)- ଭାରତୀୟ ପର୍ବତାରୋହୀ ସତ୍ୟରୂପ ସିଦ୍ଧାନ୍ତ ବୁଧବାର ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ବିଶ୍ୱର ସର୍ବକନିଷ୍ଠ ପର୍ବାରୋହୀ ଭାବେ ସେ ୭ଟି ଉଚ୍ଚତମ ପର୍ବତ ଶୃଙ୍ଗ ଓ ଆଗ୍ନେୟଗିରି ଶିଖର ସଫଳତାର ସହ ଆରୋହଣ କରିଛନ୍ତି।

ଭାରତ ବିଶ୍ୱକପ୍‌ ଫେଭରାଇଟ: ଗିଲେସ୍ପି

ଭାରତ ବିଶ୍ୱକପ୍‌ ଫେଭରାଇଟ: ଗିଲେସ୍ପି

ଆଡିଲେଡ୍‌, ୧୭।୧(ପି.ଟି.)-  ଇଂଲଣ୍ଡରେ ଖେଳାଯିବାକୁ ଥିବା ୨୦୧୯ ବିଶ୍ୱକପ୍‌ରେ ଭାରତ ଏଥର ଫେଭରାଇଟ ଦଳ ଭାବେ ଉଭା ହୋଇଛି। ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାସନ ଗିଲେସ୍ପି ଭାରତକୁ ଏହି ମେଗା ଇଭେଣ୍ଟର ଫେଭରାଇଟ ବୋଲି ବିବେଚନା କରିଛନ୍ତି। 

ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ: ଗାଭାସ୍କର

ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ: ଗାଭାସ୍କର

ନୂଆଦିଲ୍ଲୀ, ୧୭।୧(ପି.ଟି.)-  ଭାରତୀୟ ଦଳରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ମୂଲ୍ୟ ଆକଳନ କରିବା ସହଜ ନୁହଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି। ତେଣୁ ତାଙ୍କୁ ଦୟାକରି ଏକା ଛାଡିଦେବା ଉଚିତ୍‌। ଯଦିଓ ତାଙ୍କ ପ୍ରଦର୍ଶନରେ ସ୍ଥିରତା ନାହିଁ ତାଙ୍କୁ ଅଣଦେଖା କରିହେବ ନାହିଁ। 

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ:  ସୁବ୍ରତଙ୍କ ଶତକ, ରେଭେନ୍‌ଶା ବିଜୟୀ

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ: ସୁବ୍ରତଙ୍କ ଶତକ, ରେଭେନ୍‌ଶା ବିଜୟୀ

ଭୁବନେଶ୍ୱର, ୧୭।୧(ସ୍ପୋଟର୍‌ସ ବ୍ୟୁରୋ)- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ରେଭେନ୍‌ଶା ଓ ଉତ୍କଳ ବିଶ୍ୱବିଦ୍ୟଳୟ ବିଜୟ ଲାଭ କରିଛନ୍ତି।

କାଲାରିଆଙ୍କ ହ୍ୟାଟ୍ରିକ, ଗୁଜରାଟକୁ ୧୯୫ ରନ ଟାର୍ଗେଟ୍‌

କାଲାରିଆଙ୍କ ହ୍ୟାଟ୍ରିକ, ଗୁଜରାଟକୁ ୧୯୫ ରନ ଟାର୍ଗେଟ୍‌

ଓ୍ବେନାଡା (କେରଳ), ୧୭।୧ (ପି.ଟି.)- ଘରୋଇ କେରଳ ବିପକ୍ଷରେ ଏଠାରେ ଚାଲିଥିବା ରଣଜୀ ଟ୍ରଫି ୪ର୍ଥ କ୍ୱାର୍ଟର ଫାଇନାଲର ଏକ ମ୍ୟାଚ୍‌ରେ ଗୁଜରାଟର ବାମହାତୀ ଦ୍ରୁତ ବୋଲର ରଶ୍‌ କାଲାରିଆ ହ୍ୟାଟ୍ରିକ ସଫଳତା ପାଇଛନ୍ତି।

ଗୋପିନାଥ ଚ୍ୟାଲେଞ୍ଜ: ଇଲେଭେନ ଷ୍ଟାର ସେମିରେ

ଗୋପିନାଥ ଚ୍ୟାଲେଞ୍ଜ: ଇଲେଭେନ ଷ୍ଟାର ସେମିରେ

ଭଣ୍ଡାରିପୋଖରୀ,୧୭ା୧(ଡି.ଏନ.ଏ.) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ରଘୁନାଥପୁର ଖେଳପଡିଆରେ ଚାଲିଥିବା ଦ୍ୱାଦଶତମ ଆନ୍ତଃଜିଲା ଅଦ୍ୱୈତ ନାୟକ ମେମୋରିଆଲ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫିର ୩ୟ କ୍ବାର୍ଟର ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ:  କେନ୍ଦ୍ରାପଡ଼ା, ଅନୁଗୋଳ, ପୁରୀ, ସମ୍ବଲପୁର ଦଳର ବିଜୟ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ: କେନ୍ଦ୍ରାପଡ଼ା, ଅନୁଗୋଳ, ପୁରୀ, ସମ୍ବଲପୁର ଦଳର ବିଜୟ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ (ଓଟିପିଏଲ)ର ଦ୍ୱିତୀୟ ସଂସ୍କରଣ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ନୀଳାଚଳ ଟେନିସ ଫାଉଣ୍ଡେଶନ ଆନୁକୂଲ୍ୟରେ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଅନୁମୋଦନକ୍ରମେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ଦେଶର ୩୨ ଜଣ ଟପ୍‌ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଏଆଇଟିଏ ଖେଳାଳି ଅଂଶଗ୍ରହଣ କରିଛନ୍ତି।

ଅଂଶିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଅଂଶିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଉଦୀୟମାନ ଶଟ୍‌ପୁଟ ପ୍ରତିଭା ଅଂଶିକା ରାଉତରାୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ”ଏହା ମୋତେ ଖୁବ୍‌ ଉତ୍ସାହିତ କରିଛି, ଆଗାମୀ ଦିନରେ ଟ୍ରେନିଂକୁ ଜୋରଦାର କରି ମୁଁ ରାଜ୍ୟ ପାଇଁ ଗୌରବ ଆଣିବାକୁ ନିଶ୍ଚିତ ଚେଷ୍ଟା କରିବି“ ବୋଲି କହିଛନ୍ତି ଅଂଶିକା। 

ବୋରାସମ୍ବର କପ୍‌ କ୍ରିକେଟ: ଖୋର୍ଦ୍ଧା ରେଲଓ୍ବେ, ରାମେଶ୍ୱର ସ୍ପୋର୍ଟିଂ ବିଜୟୀ

ବୋରାସମ୍ବର କପ୍‌ କ୍ରିକେଟ: ଖୋର୍ଦ୍ଧା ରେଲଓ୍ବେ, ରାମେଶ୍ୱର ସ୍ପୋର୍ଟିଂ ବିଜୟୀ

ପଦ୍ମପୁର, ୧୭।୧ (ଡି.ଏନ.ଏ): ବୋରାସମ୍ବର ସ୍ପୋର୍ଟିଂ ପଦ୍ମପୁର ଦ୍ୱାରା ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ମ୍ୟାଚ୍‌ରେ ଖୋର୍ଦ୍ଧା ରେଲଓ୍ବେ ଏବଂ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି ।

ଅଷ୍ଟ୍ରେଲିଆନ୍‌ ଓପନ୍‌:  ନାଡାଲ, ଫେଡେରର ୩ୟ ରାଉଣ୍ଡରେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଡାଲ, ଫେଡେରର ୩ୟ ରାଉଣ୍ଡରେ

ମେଲବୋର୍ନ, ୧୬।୧(ଏଏଫ୍‌ପି)- ଦୁଇ ଷ୍ଟାର୍‌ ଖେଳାଳି ରାଫାଲ ନାଡାଲ ଓ ରୋଜର ଫେଡେରର ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଦକ୍ଷିଣ ଆଫ୍ରିକାର ୫ମ ସିଡ୍‌ କେଭିନ୍‌ ଆଣ୍ଡରସନ ପରାଜୟ ୩ୟ ଦିବସର ସବୁଠାରୁ ବଡ଼ ବିପର୍ଯ୍ୟୟ ଥିଲା। ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ କାରୋଲିନ ଓ୍ବଜନିଆକି, ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଆଞ୍ଜେଲିକ କେର୍ବର, ପେଟ୍ରା କ୍ୱିଟୋଭା, ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ ଓ ବେଲିଣ୍ଡା ବେନିକ ପ୍ରମୁଖ ୩ୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି।

ମାଲେସିଆ ମାଷ୍ଟର୍ସ: ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ମାଲେସିଆ ମାଷ୍ଟର୍ସ: ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

କୁଆଲାଲମ୍ପୁର,୧୬।୧(ପି.ଟି.)- ଅଲିମ୍ପିକ୍‌ ପଦକଧାରୀ ସାଇନା ନେହ୍ବାଲ, କିଡାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ୭ମ ସିଡ୍‌ ସାଇନା ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ୧୪-୨୧, ୨୧-୧୮, ୨୧-୧୮ ଗେମ୍‌ରେ ହଂକଂର ଜୟ ଜୁଆନ ଡେଙ୍ଗଙ୍କୁ ହରାଇ ଦେଇଛନ୍ତି।

ଭାରତୀୟ ଫୁଟ୍‌ବଲର ଆନସ ଇଦାଥୋଡିକାଙ୍କ ଅବସର

ଭାରତୀୟ ଫୁଟ୍‌ବଲର ଆନସ ଇଦାଥୋଡିକାଙ୍କ ଅବସର

ମୁମ୍ବାଇ,୧୬।୧- ଭାରତୀୟ ଫୁଟ୍‌ବଲ ଦଳର ସଦସ୍ୟ ଆନସ ଇଦାଥୋଡିକା ବୁଧବାର ଅନ୍ତର୍ଜାତୀୟସ୍ତରରୁ ଅବସର ନେଇଛନ୍ତି। ଏ ନେଇ ୩୧ ବର୍ଷୀୟ ଡିଫେଣ୍ଡର ସୋସିଆଲ ମିଡିଆରେ ଘୋଷଣା ଦେଇଛନ୍ତି। 

 ପୁରୁଷ ଡବଲ୍ସରେ ଭାରତର ଅଭିଯାନ ଶେଷ

ପୁରୁଷ ଡବଲ୍ସରେ ଭାରତର ଅଭିଯାନ ଶେଷ

ମେଲବୋର୍ନ,୧୬।୧(ପି.ଟି.)- ଭାରତର ପୁରୁଷ ଡବଲ୍ସ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନଙ୍କ ଯୋଡ଼ି ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। 

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

ଭାରତୀୟ କ୍ରିକେଟରମାନେ ପଡିଆ ଭିତରେ ଯେତିକି ପପୁଲାର୍‌ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ରୋଚକ। ବିବାହ ପୂର୍ବରୁ ପପୁଲାର କ୍ରିକେଟରମାନଙ୍କ ପତ୍ନୀ କ’ଣ କରୁଥିଲେ ତାହାକୁ ନେଇ ଉପସ୍ଥାପନା...

ଘରୁ ବାହାରୁ ନାହାନ୍ତି ହାର୍ଦ୍ଦିକ

ଘରୁ ବାହାରୁ ନାହାନ୍ତି ହାର୍ଦ୍ଦିକ

ମୁମ୍ବାଇ,୧୬।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟାଙ୍କ ବେଳା ଏବେ ଖରାପ ଚାଲିଛି, ଯାହା ସଭିଙ୍କୁ ଜଣା। ଲୋକପ୍ରିୟ ଟକ୍‌ ଶୋ ‘କଫି ଓ୍ବିଥ କରନ’ର ଏକ ଅଧ୍ୟାୟରେ ସେ ସାଥି ଖେଳାଳି ଲୋକେଶ ରାହୁଲଙ୍କ ସହ ମିଶି ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। 

ଧୋନୀଙ୍କ ତ୍ରୁଟିପୂର୍ଣ୍ଣ ରନ୍‌ ଅଣଦେଖା

ଧୋନୀଙ୍କ ତ୍ରୁଟିପୂର୍ଣ୍ଣ ରନ୍‌ ଅଣଦେଖା

ନୂଆଦିଲ୍ଲୀ,୧୬।୧- ମହେନ୍ଦ୍ର ସିଂ ଧୋନୀଙ୍କ ଦମଦାର ଇନିଂସ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜ୍‌କୁ ଭାରତ ଆଡିଲେଡ୍‌ଠାରେ ବରାବର କରିଛି। ମ୍ୟାଚ୍‌ ଓ୍ବିନିଂ ଇନିଂସ ପରେ ମଧ୍ୟ ପୂର୍ବତନ ଅଧିନାୟକ ଆଉ ଏକ କାରଣ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। 

ଫିଲ୍ଡରେ କ୍ରିକେଟରଙ୍କ ମୃତ୍ୟୁ

ଫିଲ୍ଡରେ କ୍ରିକେଟରଙ୍କ ମୃତ୍ୟୁ

କୋଲକାତା,୧୬।୧- ଉଦୀୟମାନ ଅଲରାଉଣ୍ଡର ଅଙ୍କିତ ଶର୍ମା ମଙ୍ଗଳବାର କ୍ରିକେଟ ଫିଲ୍ଡରେ ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ ଯୋଗୁ ସେ ପ୍ରାଣ ହରାଇଥିବା  ମେଡିକାଲ କର୍ମକର୍ତ୍ତା କହିଛନ୍ତି। 

ଅଷ୍ଟ୍ରେଲିଆନ ଓପନ: କେଭିନ ଆଣ୍ଡରସନ ଆଉଟ୍‌

ଅଷ୍ଟ୍ରେଲିଆନ ଓପନ: କେଭିନ ଆଣ୍ଡରସନ ଆଉଟ୍‌

ମେଲବୋର୍ନ,୧୬।୧- ଚଳିତ ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରୁ କେଭିନ ଆଣ୍ଡରସନ ବିଦାୟ ନେଇଛନ୍ତି। ଫ୍ରାନ୍ସେସ ଟିଆଫୋ ୪-୬, ୬-୪, ୬-୪, ୭-୫ ସେଟ୍‌ରେ ୫ମ ସିଡ୍‌ ଆଣ୍ଡରସନଙ୍କୁ ହରାଇ ଦେଇଛନ୍ତି।

ଭାରତ ଫୁଟ୍‌ବଲ କୋଚ୍‌ କନ୍‌ଷ୍ଟାଣ୍ଟିନଙ୍କ ଇସ୍ତଫା

ଭାରତ ଫୁଟ୍‌ବଲ କୋଚ୍‌ କନ୍‌ଷ୍ଟାଣ୍ଟିନଙ୍କ ଇସ୍ତଫା

ଶାରଜା, ୧୬।୧(ପି.ଟି.)- ଭାରତୀୟ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ଏସିଆନ୍‌ କପ୍‌ରେ ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବାର ଗୋଟିଏ ଦିନ ପରେ ମଙ୍ଗଳବାର କନ୍‌ଷ୍ଟାଣ୍ଟିନ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। 

କଟକରେ ହେବ ଏସିଆ କପ୍‌ ସିନିୟର ରୋଇଂ

କଟକରେ ହେବ ଏସିଆ କପ୍‌ ସିନିୟର ରୋଇଂ

କଟକ ଅଫିସ,୧୬ା୧- କଟକ ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ହେବ ଏସିଆ କପ୍‌ ସିନିୟର ଏବଂ ଏସିଆନ ଜୁନିୟର ରୋଇଂ ଚାମ୍ପିୟନଶିପ । 

ହକି ଇଣ୍ଡିଆ ସିଲେକ୍ସନ କମିଟିରେ ସର୍ଦ୍ଦାର ସିଂ

ହକି ଇଣ୍ଡିଆ ସିଲେକ୍ସନ କମିଟିରେ ସର୍ଦ୍ଦାର ସିଂ

ନୂଆଦିଲ୍ଲୀ, ୧୬ା୧ (ପି.ଟି.)-ହକି ଇଣ୍ଡିଆ ମଙ୍ଗଳବାର ୧୩ ଜଣିଆ  ସିଲେକ୍ସନ କମିଟି ଗଠନ କରିଛି।