ଖେଳ

ବିବାହ କଲେ ମୋର୍ଗାନ

ବିବାହ କଲେ ମୋର୍ଗାନ

ଲଣ୍ଡନ,୪।୧୧- ଇଂଲଣ୍ଡ ଦିନିକିଆ ଦଳର ଅଧିନାୟକ ଇଆନ ମୋର୍ଗାନ ଶନିବାର ଦୀର୍ଘଦିନର ବାନ୍ଧବୀ ତାରା ରିଡ୍‌ଗଓ୍ବେଙ୍କୁ ବିବାହ କରିଛନ୍ତି। ଏହି ନୂଆ ଦମ୍ପତି ସମରସେଟ୍‌ସ୍ଥିତ ଐତିହାସିକ ବାବିଙ୍ଗଟନ ହାଉସଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

୬ ଉଇକେଟରେ ଜିତିଲା ଦ. ଆଫ୍ରିକା

୬ ଉଇକେଟରେ ଜିତିଲା ଦ. ଆଫ୍ରିକା

ପର୍ଥ,୪।୧୧(ଏଏଫ୍‌ପି)- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଦକ୍ଷିଣ ଆଫ୍ରିକା ଦଳ ୬ ଉଇକେଟରେ ଜିତି ନେଇଛି। ପେସର ଡେଲ ଷ୍ଟେଇନ ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସୋମବାରଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି

ସୋମବାରଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି

ଭୁବନେଶ୍ୱର,୪।୧୧- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ ମାସ ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି।

ଟି୨୦ ସିରିଜ୍‌ରୁ ରସେଲ ଆଉଟ୍‌

ଟି୨୦ ସିରିଜ୍‌ରୁ ରସେଲ ଆଉଟ୍‌

କୋଲକାତା,୪।୧୧- ଟେଷ୍ଟ ଓ ଦିନିକିଆ ସିରିଜ୍‌ ପରାଜୟ ପରେ ଟି୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଦଳକୁ ରବିବାର ଶକ୍ତ ଧକ୍କା ଲାଗିଛି।

ଭୁବନେଶ୍ୱରରେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ଭାରତୀୟ ହକି ଦଳ

ଭୁବନେଶ୍ୱରରେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ଭାରତୀୟ ହକି ଦଳ

ଭୁବନେଶ୍ୱର,୪।୧୧- ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ମିଳିତ ଚାମ୍ପିୟନ ଭାରତୀୟ ଦଳ ରବିବାର ଭୁବନେଶ୍ୱରରେ ପହଞ୍ଚିଛି।

ଜୋକୋଭିଚ୍‌ଙ୍କଠାରୁ ହାରିଲେ ଫେଡେରର

ଜୋକୋଭିଚ୍‌ଙ୍କଠାରୁ ହାରିଲେ ଫେଡେରର

ପ୍ୟାରିସ,୪।୧୧- କ୍ୟାରିୟରର ୧୦୦ତମ ଏଟିପି ଟାଇଟଲ ଲକ୍ଷ୍ୟରେ ଥିବା କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡେରର ଏଠାରେ ଚାଲିଥିବା ପ୍ୟାରିୟ ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରୁ ବିଦାୟ ନେଇଛନ୍ତି।

ଭାରତୀୟ ଇଞ୍ଜିନିୟରଙ୍କୁ ୟୁଏସ୍‌ କ୍ରିକେଟ ଦଳର ନେତୃତ୍ୱ

ଭାରତୀୟ ଇଞ୍ଜିନିୟରଙ୍କୁ ୟୁଏସ୍‌ କ୍ରିକେଟ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୪।୧୧- ଭାରତୀୟ ସଫ୍ଟଓ୍ବେର ଇଞ୍ଜିନିୟର ସୌରଭ ନେଟ୍ରାକାଲକରଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି। ପୂର୍ବତନ ମୁମ୍ବାଇ ପେସର କର୍ନେଲ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଅଧ୍ୟୟନ ଲାଗି ସେ ଖେଳି ଛାଡ଼ିଥିଲେ।

ରେଡ୍‌ ବଲ କ୍ରିକେଟରୁ ରାୟୁଡୁଙ୍କ ଅବସର

ରେଡ୍‌ ବଲ କ୍ରିକେଟରୁ ରାୟୁଡୁଙ୍କ ଅବସର

ହାଇଦ୍ରାବାଦ,୪।୧୧- ମଧ୍ୟଭାଗର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ରେଡ୍‌ ବଲ କ୍ରିକେଟରୁ ଅବସର ନେଇଛନ୍ତି। ରେଡ୍‌ ବଲରେ ଖେଳାଯାଉଥିବା ପ୍ରଥମ ଶ୍ରେଣୀ ଓ ରଣଜୀ ଟ୍ରଫିରେ ସେ ଆଉ ଖେଳିବେ ନାହିଁ।

କିଙ୍ଗ୍ସ ଏକାଦଶଠାରୁ ଅଲଗା ହେଲେ ବୀରୁ

କିଙ୍ଗ୍ସ ଏକାଦଶଠାରୁ ଅଲଗା ହେଲେ ବୀରୁ

ଚଣ୍ଡିଗଡ,୪।୧୧- ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ (ବୀରୁ) ଆଇପିଏଲ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ଏ ନେଇ କିଙ୍ଗ୍ସ ଏକାଦଶ ଦଳ ପକ୍ଷରୁ ଘୋଷଣା ହୋଇଯାଇଛି।

ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

ମାଥିଲି, ୪।୧୧ (ଡି.ଏନ.ଏ)- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଥାନା ସମ୍ମୁଖ ତଳସାହି ଭଲିବଲ ଖେଳପଡିଆଠାରେ ରବିବାର ଦିନିକିଆ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି।

ଆଜି ଓଡିଶା ଏକାଦଶ ବନାମ ସାଉଥ ୱେଲ୍ଥ ପ୍ରଦର୍ଶନୀ ମ୍ୟାଚ

ଆଜି ଓଡିଶା ଏକାଦଶ ବନାମ ସାଉଥ ୱେଲ୍ଥ ପ୍ରଦର୍ଶନୀ ମ୍ୟାଚ

ରାଉରକେଲା ଅଫିସ,୪।୧୧ ରବିବାର ଅପରାହ୍ନରେ ଓଡିଶା ଏକାଦଶ ଓ ସାଉଥ ୱେଲ୍ଥ ହକି ଦଳ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ରାଉରକେଲାରେ ହକି ଖେଳ, ଖେଳାଳିଙ୍କୁ ଦେଖିବାକୁ ହକିପ୍ରେମୀଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି। ତପସ୍ବିନୀ ଏକ୍ସପ୍ରେସ ଯୋଗେ ଶନିବାର ସକାଳ ସାଢେ ୭ଟାରେ ରାଉରକେଲା ରେଳ ଷ୍ଟେଶନରେ ପହଞ୍ଚିବା ପରେ ଓଡିଶା ଏକାଦଶ ଓ ସାଉଥ ୱେଲ୍ଥ ହକି ଦଳର ଖେଳାଳିଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଥିରେ ଆରଏମସ

ଫିଟ୍‌ନେସ୍‌ ସବୁକିଛି ନୁହଁ: କୈଫ୍‌

ଫିଟ୍‌ନେସ୍‌ ସବୁକିଛି ନୁହଁ: କୈଫ୍‌

ଭୁବନେଶ୍ୱର୪।୧୧(ସ୍ପୋଟର୍‌ସ ବ୍ୟୁରୋ)- କ୍ରିକେଟରେ ଫିଟ୍‌ନେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଏହା ସବୁକିଛି ନୁହଁ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ତଥା ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ରୂପେ ପରିଗଣିତ ହେଉଥିବା ମହମ୍ମଦ କୈଫ୍‌ କହିଛନ୍ତି।

ଓଡ଼ିଶା ଦର୍ଶକ ଭାରତରେ ବିରଳ: ନୀରଜ

ଓଡ଼ିଶା ଦର୍ଶକ ଭାରତରେ ବିରଳ: ନୀରଜ

ଭୁବନେଶ୍ୱର, ୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ଟୋକିଓରେ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସରେ ପଦକ ଦାବିଦାର ଭାରତୀୟ ଆଥ୍‌ଲେଟଙ୍କ ତାଲିକାରେ ମୋତେ ଗଣାଯାଉଥିବାରୁ ଖୁସି ଲାଗୁଛି।

‘ଟେଷ୍ଟ କ୍ରିକେଟ୍‌କୁ ଗୁରୁତ୍ୱ ଦିଆଯାଉ’

‘ଟେଷ୍ଟ କ୍ରିକେଟ୍‌କୁ ଗୁରୁତ୍ୱ ଦିଆଯାଉ’

ଭୁବନେଶ୍ୱର, ୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ବର୍ତ୍ତମାନର ବ୍ୟସ୍ତବହୁଳ ସମୟରେ କ୍ରିକେଟର ସବୁଠୁ ପୁରୁଣା ଫର୍ମାଟ୍‌ ଟେଷ୍ଟ ପ୍ରତି କ୍ର୍ରୀଡ଼ାପ୍ରେମୀଙ୍କ ଆଗ୍ରହ ଆସ୍ତେ ଆସ୍ତେ କମିଆସିଲାଣି।

ଜଣେ ରେସଲର ଭାବେ ପରିଚିତ ହେବାକୁ ଚାହେଁ: ଭିନେଶ

ଜଣେ ରେସଲର ଭାବେ ପରିଚିତ ହେବାକୁ ଚାହେଁ: ଭିନେଶ

ଭୁବନେଶ୍ୱର, ୪।୧୧ (ସ୍ପୋଟର୍‌ସ ବ୍ୟୁରୋ)- ମୁଁ ଜଣେ ମହିଳା ରେସଲର ଭାବେ ପରିଚିତ ହେବାକୁ ଚାହେଁ। ଏକଥା କହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ସ୍ବର୍ଣ୍ଣ ପଦକ ଜିତିଥିବା ଭିନେଶ ଫୋଗତ। ଏଠାରେ ଅନୁଷ୍ଠିତ ଏକାମ୍ର ସ୍ପୋଟର୍‌ସ ଲିଟେରାରି ଫେଷ୍ଟିଭାଲରେ ଅଂଶଗ୍ରହଣ କରି ଭିନେଶ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ବଲିଉଡ୍‌ ଲୋକପ୍ରିୟ ସିନେମା ‘ଦଙ୍ଗଲ’ର ଦୁଇ ମହିଳା ରେସଲରଙ୍କ ସମ୍ପର୍କୀୟ ଭଉଣୀ ହିସାବରେ ମୁଁ ପରିଚୟ ଚାହେଁନି।

ଜିଦ୍‌ରୁ ସିଦ୍ଧି

ଜିଦ୍‌ରୁ ସିଦ୍ଧି

ଭୁବନେଶ୍ୱର,୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ବାହାରକୁ ନିରୀହ ଜଣାପଡୁଥିଲେ ମଧ୍ୟ ଜିମ୍ନାଷ୍ଟିକ୍‌ ସେନସେଶନ ଦୀପା କର୍ମକାର ବେଶ୍‌ ଜିଦଖୋର୍‌ ଓ ବଦ୍‌ରାଗି। ଏହା ସେ ଓ ତାଙ୍କ କୋଚ୍‌ ବିଶ୍ୱେଶ୍ୱର ନନ୍ଦୀ ସ୍ବୀକାର କରିଛନ୍ତି। ତେବେ ଏହି ଜିଦ୍‌ ଓ ବଦ୍‌ରାଗୀପଣ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି।

କ୍ରୀଡ଼ାରେ ରାଜନୀତି ରହିଛି: ଜନ୍‌ସନ୍‌

କ୍ରୀଡ଼ାରେ ରାଜନୀତି ରହିଛି: ଜନ୍‌ସନ୍‌

ଭୁବନେଶ୍ୱର, ୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ଏକଦା ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଧାବକ ବିବେଚିତ ହେଉଥିବା ବେନ୍‌ ଜନ୍‌ସନ୍‌ ତାଙ୍କ ପୂର୍ବ ବକ୍ତବ୍ୟକୁ ଦୋହରାଇଛନ୍ତି। କ୍ରୀଡ଼ାରେ ରାଜନୀତି ରହିଛି। କ୍ରୀଡ଼ାବିତ୍‌ମାନେ ଏହାର ଶିକାର ମଧ୍ୟ ହେଉଛନ୍ତି।

ବାଧ୍ୟରେ ଅବସର ପାଇଁ ନେଲି: ସର୍ଦ୍ଦାର

ବାଧ୍ୟରେ ଅବସର ପାଇଁ ନେଲି: ସର୍ଦ୍ଦାର

ଭୁବନେଶ୍ୱର, ୪।୧୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ହକିର ଅନ୍ୟତମ ଚର୍ଚ୍ଚିତ ନାମ ସର୍ଦ୍ଦାର ସିଂ। ଭାରତକୁ ଅନେକ ମ୍ୟାଚ ବିଜୟର ସ୍ବାଦ ଚଖାଇଥିବା ଏହି ତାରକା ମିଡ୍‌ଫିଲ୍ଡର ଏବେ ଦଳରେ ନାହାନ୍ତି।

ଶେଷହେଲା ଖେଳ-ସାହିତ୍ୟର ମହାପର୍ବ

ଶେଷହେଲା ଖେଳ-ସାହିତ୍ୟର ମହାପର୍ବ

ଭୁବନେଶ୍ୱର, ୪।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ୍‌ କ୍ରମେ ପାଖେଇ ଆସୁଥିବାବେଳେ ଏସିଆର ସର୍ବପ୍ରଥମ ଏକାମ୍ର ସ୍ପୋଟର୍‌ସ ଲିଟେରାରି ଫେଷ୍ଟିଭାଲ ଭୁବନେଶ୍ୱରରେ ସଫଳତାର ସହ ସମ୍ପନ୍ନ ହୋଇଛି। ଇମର୍ଜିଂ ସ୍ପୋଟର୍‌ସ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ୨ ଦିନିଆ ମେଗା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଦେଶ ବିଦେଶର ଅନେକ କିମ୍ବଦନ୍ତୀ ଖେଳାଳି, ପୁସ୍ତକ ରଚୟିତା ଓ କ୍ରୀଡ଼ା ସାମ୍ବାଦିକ।

  ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି: ବିସିସିଆଇ ପକ୍ଷରୁ ଦଳ ଘୋଷଣା

୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି: ବିସିସିଆଇ ପକ୍ଷରୁ ଦଳ ଘୋଷଣା

ନୂଆଦିଲ୍ଲୀ, ୩ା୧୧ (ପି.ଟି.)-୧୯ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଶନିବାର ଦଳ ଘୋଷଣା କରାଯାଇଛି। ଜୁନିୟର ସିଲେକ୍ସନ କମିଟି କଲିକତାଠାରେ ୪ଟି ଦଳ ମନୋନୟନ କରିଛି। ସେଗୁଡ଼ିକ ହେଲା ଭାରତ ବ୍ଲୁ, ଭାରତ ରେଡ୍‌, ଭାରତ ଗ୍ରୀନ ଓ ଭାରତ ୟେଲୋ। ଏହି ଟୁର୍ନାମେଣ୍ଟ ଲକ୍ଷ୍ନୌଠାରେ ନଭେମ୍ବର ୧୦ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ।

 ହରିୟାଣା ପ୍ରଥମ ଇନିଂସ ଅଗ୍ରଣୀ

ହରିୟାଣା ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର,୩ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ କିଟ୍‌ ଷ୍ଟାଡିୟମଠାରେ ଚାଲିଥିବା ରଣ୍‌ଜୀ ଟ୍ରଫି ମ୍ୟାଚରେ ହରିୟାଣା ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ୧୧୮ରନରେ ପଛୁଆ ଥାଇ ଘରୋଇ ଦଳ ଶନିବାର ତୃତୀୟ ଦିବସ ଖେଳ ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ ୧ ଉଇକେଟ ବିନିମୟରେ ୫୦ ରନ କରିଛି। ସନ୍ଦୀପ ପଟ୍ଟନାୟକ (୬ରନ) ଜୟନ୍ତ ଯାଦବଙ୍କ ବଲ୍‌ରେ ଉଇକେଟକିପର ନୀତିନ ସଇନିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଛନ୍ତି। ଓପନର ଅନୁରାଗ ଷଡ଼ଙ୍ଗୀ ଏବଂ ଗୋବିନ୍ଦ ପୋଦାର ଯଥାକ୍ରମେ ୧୭ ଓ ୨୨ ରନ କରି ଅପରାଜିତ ରହିଛନ୍ତି।

ଟି୨୦ ରେକର୍ଡ ଭାଙ୍ଗିପାରନ୍ତି ରୋହିତ

ଟି୨୦ ରେକର୍ଡ ଭାଙ୍ଗିପାରନ୍ତି ରୋହିତ

ମୁମ୍ବାଇ,୩।୧୧- ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ। ଏହି ସିରିଜ୍‌ରେ ରୋହିତଙ୍କ ନିକଟରେ ବିଶ୍ୱ ରେକର୍ଡ ଅଧିକାରୀ ହେବାର ସୁଯୋଗ ରହିଛି।

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟ୍‌ବଲ: ଭାରତକୁ ବ୍ରୋଞ୍ଜ

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟ୍‌ବଲ: ଭାରତକୁ ବ୍ରୋଞ୍ଜ

କାଠମାଣ୍ଡୁ,୩।୧୧(ପି.ଟି.)- ଭାରତୀୟ ଫୁଟ୍‌ବଲ ଦଳ ଏଠାରେ ଚାଲିଥିବା ୧୫ ବର୍ଷରୁ କମ୍‌ ସାଫ୍‌ ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ଶନିବାର ୩ୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଆୟୋଜକ ନେପାଳକୁ ହରାଇ ଦେଇଛି।

ଇନିଂସ୍‌ରେ ୧୦ ଉଇକେଟ ନେଲେ ସିଦାକ ସିଂ

ଇନିଂସ୍‌ରେ ୧୦ ଉଇକେଟ ନେଲେ ସିଦାକ ସିଂ

ମୁମ୍ବାଇ,୩।୧୧- ଚଳିତ ଘରୋଇ ସିଜନରେ ପ୍ରଥମ ଥର ଅଂଶଗ୍ରହଣ କରିଥିବା ପୁଡୁଚେରୀ ଦଳ ସ୍ପିନର ସିଦାକ ସିଂ ଶନିବାର ଘରୋଇ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି।