ଖେଳ

ପୂର୍ବାଞ୍ଚଳରୁ ପ୍ରତିନିଧିତ୍ୱ କରିବେ ଗଗନେନ୍ଦୁ

ପୂର୍ବାଞ୍ଚଳରୁ ପ୍ରତିନିଧିତ୍ୱ କରିବେ ଗଗନେନ୍ଦୁ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି)- ପୁଣେର ବାଲଓ୍ବୋଡିସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତମାସ ୯ରୁ ଆରମ୍ଭ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ। ଏହାର ଉଦ୍‌ଘାଟନୀ ସମାରୋହ ଏବଂ ପ୍ରତିଯୋଗିତା ସମୟରେ ଉପସ୍ଥିତ ରହିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ତଥା ଖେଲୋ ଇଣ୍ଡିଆର ପୂର୍ବାଞ୍ଚଳ ସଂଯୋଜକ ଗଗନେନ୍ଦୁ ଦାସଙ୍କୁ ନିମନ୍ତ୍ରଣ କରାଯାଇଛି। 

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶାର ୪ ଆଥ୍‌ଲେଟ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶାର ୪ ଆଥ୍‌ଲେଟ

କଟକ ଅଫିସ,୮ା୧- ଚଳିତ ମାସ ୯ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁଣେଠାରେ ୨ୟ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଅନୁଷ୍ଠିତ ହେବ । ଯୁବ କ୍ରୀଡ଼ାବିତଙ୍କୁ ନେଇ ଭାରତ ସରକାରଙ୍କ  କ୍ରୀଡ଼ା ମନ୍ତ୍ରାଳୟ ଦ୍ୱାରା ହେଉଥିବା ଏହି ପ୍ରତିଯୋଗିତାର ଆଥ୍‌ଲେଟ ଇଭେଣ୍ଟ ଗୁଡ଼ିକ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ କରାଯିବ । ଓଡ଼ିଶାର ୪ ଆଥ୍‌ଲେଟ ଏହି ପ୍ରତିଯୋଗିତାରେ ଭାଗ ନେବେ ବୋଲି ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି । 

ଜାତୀୟ ବାସ୍କେଟ୍‌ବଲ: ଓଡ଼ିଶା ପୁରୁଷ ଦଳର ବିଜୟ ଧାରା ଜାରି

ଜାତୀୟ ବାସ୍କେଟ୍‌ବଲ: ଓଡ଼ିଶା ପୁରୁଷ ଦଳର ବିଜୟ ଧାରା ଜାରି

ଭୁବନେଶ୍ୱର, ୮।୧(ସ୍ପୋଟର୍‌ସ ବ୍ୟୁରୋ)- ବାସ୍କେଟବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଆନୁକୂଲ୍ୟରେ ଗୁଜରାଟର ଭବନଗରଠାରେ ଚାଲିଥିବା ୬୯ତମ ସିନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳର ବିଜୟ ଧାରା ଜାରି ରହିଛି। ପ୍ରତିଯୋଗିତାରେ ଗ୍ରୁପ୍‌-ଏଫ୍‌’ରେ ସ୍ଥାନ ପାଇଥିବା ଓଡ଼ିଶା ପୁରୁଷ ଦଳ ଲଗାତର ୪ର୍ଥ ବିଜୟ ଲାଭ କରିଛି। ସୋମବାର ସକାଳେ ଓଡ଼ିଶା ୭୫-୫୪ ପଏଣ୍ଟରେ ଝାଡ଼ଖଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ସ୍ବାଦ ଚାଖିଥିଲା। 

ଜାଫରଙ୍କ ନାମରେ ସର୍ବାଧିକ ମ୍ୟାଚ୍‌ ଖେଳିବା ରେକର୍ଡ

ଜାଫରଙ୍କ ନାମରେ ସର୍ବାଧିକ ମ୍ୟାଚ୍‌ ଖେଳିବା ରେକର୍ଡ

ରାଜକୋଟ, ୮।୧- ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ଆଗରେ ହାର୍‌ ମାନିଛି ବୟସ। ଫେବ୍ରୁୟାରୀରେ ୪୧ ବର୍ଷରେ ପଦାର୍ପଣ କରିବାକୁ ଥିବା ଏହି ଓପନର୍‌ ବ୍ୟାଟ୍ସମ୍ୟାନ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। 

ଧୋନୀ, ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ

ଧୋନୀ, ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ

ବମ୍ବେ, ୮ା୧ (ପି.ଟି.)- ଶନିବାରଠାରୁ  ଆରମ୍ଭ ହେବାକୁଥିବା ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଏମ୍‌. ଏସ୍‌. ଧୋନୀ ଓ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଦଳର ଅନ୍ୟ କେତେଜଣ ସଦସ୍ୟ ସୋମବାର ଅଷ୍ଟ୍ରେଲିଆ ପ୍ରସ୍ଥାନ କରିଛନ୍ତି।  

ପୂଜାରା, ବୁମ୍‌ରାଙ୍କ ପ୍ରଭାବୀ ପ୍ରଦର୍ଶନ

ପୂଜାରା, ବୁମ୍‌ରାଙ୍କ ପ୍ରଭାବୀ ପ୍ରଦର୍ଶନ

ସିଡ୍‌ନୀ, ୮।୧ (ପି.ଟି.)- ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଲାଗି ଭାରତକୁ ଟେଷ୍ଟ ସିରିଜ ଜିତାଇବାରେ ଦୁଇ ପ୍ରମୁଖ ଭାରତୀୟ ଖେଳାଳି ଚେତେଶ୍ୱର ପୂଜାରା ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ ରହିଥିଲା। 

୮ କାଟେଗୋରିରେ ଉତ୍କଳ ଓପନ ଟେନିସ

୮ କାଟେଗୋରିରେ ଉତ୍କଳ ଓପନ ଟେନିସ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଏସ୍‌ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟର ୬ଷ୍ଠ ସଂସ୍କରଣ ଚଳିତ ମାସ ୧୧ରୁ ୧୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ରଣଜୀ ଟ୍ରଫି : ସନ୍ଦୀପ ରଖିଲେ ସମ୍ମାନ

ରଣଜୀ ଟ୍ରଫି : ସନ୍ଦୀପ ରଖିଲେ ସମ୍ମାନ

ଭୁବନେଶ୍ୱର, ୭।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ ସୋମବାରଠାରୁ ଘରୋଇ ଓଡ଼ିଶା ଓ ଗୋଆ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡ଼ିଶା ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୯୦ ଓଭରରେ ୭ ଉଇକେଟ୍‌ ହରାଇ ୨୨୯ ରନ ସଂଗ୍ରହ କରିଛି। ଓପନର୍‌ ସନ୍ଦୀପ ପଟ୍ଟନାୟକଙ୍କ ଶତକ ପ୍ରଥମ ଦିନର ଉଲ୍ଲେଖନୀୟ ଘଟଣା ରହିଥିଲା। 

ଗେଲ୍‌ଙ୍କୁ ମିଳି ନାହିଁ ଏନ୍‌ଓସି

ଗେଲ୍‌ଙ୍କୁ ମିଳି ନାହିଁ ଏନ୍‌ଓସି

ଢାକା,୭।୧- ରଙ୍ଗପୁର ରାଇଡର୍ସ ଓପନର କ୍ରିସ ଗେଲ୍‌ ଖୁଲନା ଟାଇଟନ୍ସ ବିପକ୍ଷ ବିପିଏଲ (ବାଂଲାଦେଶ ପ୍ରମିୟର ଲିଗ୍‌) ମ୍ୟାଚ୍‌ରେ ଖେଳି ପାରି ନାହାନ୍ତି। ତାଙ୍କୁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଏପର୍ଯ୍ୟନ୍ତ ଏନ୍‌ଓସି ମିଳିନାହିଁ ବୋଲି ବିପିଏଲ କର୍ମକର୍ତ୍ତା କହିଛନ୍ତି। 

ବିରାଟଙ୍କ ସ୍ବତନ୍ତ୍ର ମେସେଜ

ବିରାଟଙ୍କ ସ୍ବତନ୍ତ୍ର ମେସେଜ

ସିଡ୍‌ନୀ,୭।୧- ପ୍ରଥମ ଭାରତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଜିତିବା ପରେ ବିରାଟ କୋହଲି ଦଳୀୟ ସଦସ୍ୟଙ୍କୁ ଏକ ମେସେଜ ଦେଇଛନ୍ତି।

ଥାଇଲାଣ୍ଡ ଫୁଟ୍‌ବଲ ଦଳର କୋଚ୍‌ ବିଦା

ଥାଇଲାଣ୍ଡ ଫୁଟ୍‌ବଲ ଦଳର କୋଚ୍‌ ବିଦା

ଆବୁଧାବି,୭।୧- ଏଠାରେ ଚାଲିଥିବା ଏଏଫ୍‌ସି (ଏସିଆନ୍‌ ଫୁଟ୍‌ବଲ କନ୍‌ଫେଡେରେଶନ) କପ୍‌ର ଗ୍ରୁପ୍‌ ଏ’ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ୪-୧ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଏହି ପରାଜୟ ପରେ ଥାଇଲାଣ୍ଡ ଦଳର କୋଚ୍‌ ମିଲୋଭାନ ରାଜେଭାକଙ୍କୁ ବହିଷ୍କୃତ କରାଯାଇଛି।

ଶତକ ମାରିପାରିଲେନି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ

ଶତକ ମାରିପାରିଲେନି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ

ସିଡ୍‌ନୀ,୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍‌କୁ ଭାରତ ୨-୧ ବ୍ୟବଧାନରେ ଜିତି ନେଇଛି। ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି।

ଜୋହାନ୍ସବର୍ଗ ଟେଷ୍ଟରୁ ଡୁପ୍ଲେସି ବାସନ୍ଦ

ଜୋହାନ୍ସବର୍ଗ ଟେଷ୍ଟରୁ ଡୁପ୍ଲେସି ବାସନ୍ଦ

ଜୋହାନ୍ସବର୍ଗ,୭।୧- ଏଠାରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟରୁ ଦକ୍ଷିଣ ଆଫ୍ରିକା ଦଳର ନିୟମିତ ଅଧିନାୟକ ଫାଫ ଡୁ’ପ୍ଲେସି ବାସନ୍ଦ ହୋଇଛନ୍ତି। ଏହାବାଦ୍‌ ତାଙ୍କ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ କାଟ୍‌ କରାଯିବା ସହ ଏକ ଡିମେରିଟ୍‌ ପଏଣ୍ଟ ପ୍ରଦାନ କରାଯାଇଛି।

ବାକି ରହିଲା ଦକ୍ଷିଣ ଆଫ୍ରିକା

ବାକି ରହିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ, ୭।୧(ପି.ଟି.)-ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ ଜିତିଛି ପ୍ରଥମ ଥର ଟେଷ୍ଟ ସିରିଜ୍‌। ତେବେ ବିଦେଶ ମାଟିରେ ଭାରତର ସିରିଜ୍‌ ବିଜୟ ରେକର୍ଡ ସେତେ ଉତ୍ସାହ ଜନକ ହୋଇ ନ ଥିଲେ ମଧ୍ୟ କେବେଳ ଦକ୍ଷିଣ ଆପ୍ରିକାକୁ ଛାଡ଼ିଦେଲେ, ଆଉ ସମସ୍ତ ଟେଷ୍ଟ ଖେଳୁଥିବା ଦେଶରେ ଭାରତ ସିରିଜ୍‌ ହାତେଇ ସାରିଛି। 

‘ଏହା ମୋର ସର୍ବଶ୍ରେଷ୍ଠ ସଫଳତା’

‘ଏହା ମୋର ସର୍ବଶ୍ରେଷ୍ଠ ସଫଳତା’

ସିଡ୍‌ନୀ,୭।୧(ପି.ଟି.)-  ଏହା ମୋର ସର୍ବଶ୍ରେଷ୍ଠ ସଫଳତା। ଏଠାରେ ବର୍ଡର-ଗାଭାସ୍କର ଟ୍ରଫି ହାତେବା ପରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏଭଳି ମନ୍ତବ୍ୟ ଦେଇଛନ୍ତି। 

୭୧ ବର୍ଷରେ ପ୍ରଥମ ଥର

୭୧ ବର୍ଷରେ ପ୍ରଥମ ଥର

ସିଡ୍‌ନୀ,୭।୧- ଇତିହାସ ରଚିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଅଷ୍ଟ୍ରେଲିଆକୁ ତା’ମାଟିରେ ହରାଇ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍‌ରେ ବିଜୟ ଲାଭ କରିଛି। ୭୧ ବର୍ଷର କ୍ରିକେଟ ଇତିହାସରେ ଏହା ଅଷ୍ଟ୍ରେଲିଆରେ ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ। 

ଘୁମୁସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ୱରର ମୁରଲି ଯୋଡ଼ି ଚାମ୍ପିୟନ

ଘୁମୁସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ୱରର ମୁରଲି ଯୋଡ଼ି ଚାମ୍ପିୟନ

ଭଞ୍ଜନଗର, ୭।୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଭଞ୍ଜନଗର ଅଫିସର କ୍ଲବ ପରିସରରେ ଚାଲିଥିବା ୪ର୍ଥ ରାଜ୍ୟସ୍ତରୀୟ ଘୁମୁସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଭୁବନେଶ୍ୱରର ମୁରଲି ଯୋଡ଼ି ସହ ଭୁବନେଶ୍ୱରର ଚିତ୍ର ଓ ଋଷି ମଧ୍ୟରେ ହୋଇଥିଲା। 

ମୋହନ ବାଗାନକୁ ହରାଇଲା ରିୟଲ କଶ୍ମୀର

ମୋହନ ବାଗାନକୁ ହରାଇଲା ରିୟଲ କଶ୍ମୀର

କୋଲକାତା, ୭।୧(ପି.ଟି.)- ଚଳିତ ଆଇ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରବିବାର ବୃହତ୍‌ ବିପର୍ଯ୍ୟୟ ଘଟିଛି। ଲିଗ୍‌ରେ ପଦାର୍ପଣ କରିଥିବା ରିୟଲ କଶ୍ମୀର କ୍ଲବ ୨-୧ ଗୋଲରେ ଦେଶର ଅନ୍ୟତମ ସଫଳ ଫୁଟ୍‌ବଲ କ୍ଲବ ମୋହନ ବାଗାନକୁ ହରାଇ ଦେଇଛି।

ରଣ୍‌ଜୀ ଟ୍ରଫି ଅନ୍ତିମ ରାଉଣ୍ଡ: ଆଜିଠାରୁ  ବିକାଶ ଗ୍ରାଉଣ୍ଡରେ ଗୋଆକୁ ଭେଟିବ ଓଡ଼ିଶା

ରଣ୍‌ଜୀ ଟ୍ରଫି ଅନ୍ତିମ ରାଉଣ୍ଡ: ଆଜିଠାରୁ ବିକାଶ ଗ୍ରାଉଣ୍ଡରେ ଗୋଆକୁ ଭେଟିବ ଓଡ଼ିଶା

କଟକ ଅଫିସ,୭।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫି ୨୦୧୮-୧୯ ସିଜନର ଅନ୍ତିମ ରାଉଣ୍ଡ୍‌ ପର୍ଯ୍ୟାୟ ସୋମବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। 

ମଙ୍ଗଳା କପ୍‌ : ରାମେଶ୍ୱର ସ୍ପୋର୍ଟିଂ ଚାମ୍ପିୟନ୍‌

ମଙ୍ଗଳା କପ୍‌ : ରାମେଶ୍ୱର ସ୍ପୋର୍ଟିଂ ଚାମ୍ପିୟନ୍‌

କାକଟପୁର, ୭।୧(ଡି.ଏନ୍‌.ଏ.)- ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଡିସେମ୍ବର ୨୫ରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି।

ଏସିଆନ କପ୍‌ ଫୁଟ୍‌ବଲ:  ୧୯୬୪ ପରେ ଭାରତର ପ୍ରଥମ ବିଜୟ

ଏସିଆନ କପ୍‌ ଫୁଟ୍‌ବଲ: ୧୯୬୪ ପରେ ଭାରତର ପ୍ରଥମ ବିଜୟ

ଆବୁଧାବି,୭ା୧ (ପି.ଟି.)- ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ସହାୟତାରେ ଭାରତ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନଫେଡେରେଶନ) ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଥାଇଲାଣ୍ଡକୁ ୪-୧ ଗୋଲରେ ହରାଇ ଦେଇଛି। 

ନିଶିକୋରୀଙ୍କୁ ବ୍ରିସ୍‌ବେନ ଟାଇଟଲ

ନିଶିକୋରୀଙ୍କୁ ବ୍ରିସ୍‌ବେନ ଟାଇଟଲ

ବ୍ରିସ୍‌ବେନ୍‌, ୭ା୧ (ଏଏଫ୍‌ପି)- ଜାପାନିଜ  ଷ୍ଟାର କେଇ ନିଶିକୋରୀ ବ୍ରିସ୍‌ବେନ ଇଣ୍ଟରନ୍ୟାଶନାଲ ଟେନିସ୍‌ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛନ୍ତି।  ରବିବାର ସେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ରୁଷିଆର ଡାନିଲ ମେଦ୍‌ଭେଦେଭଙ୍କୁ ୬-୪, ୩-୬, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି।

ଜାତୀୟ ଟିଟି ଟିମ୍‌ ଇଭେଣ୍ଟ : ପିଏସ୍‌ପିବି, ପଶ୍ଚିମବଙ୍ଗ ଚାମ୍ପିୟନ

ଜାତୀୟ ଟିଟି ଟିମ୍‌ ଇଭେଣ୍ଟ : ପିଏସ୍‌ପିବି, ପଶ୍ଚିମବଙ୍ଗ ଚାମ୍ପିୟନ

କଟକ ଅଫିସ,୭ା୧: ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୮୦ତମ ସିନିୟର ଆନ୍ତଃ ରାଜ୍ୟ ତଥା ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତାର ଟିମ୍‌ ଇଭେଣ୍ଟ ରବିବାର ଶେଷ ହୋଇଛି। ପୁରୁଷ ବିଭାଗରେ ପେଟ୍ରୋଲିୟମ ସ୍ପୋର୍ଟସ ପ୍ରମୋଶନ ବୋର୍ଡ(ପିଏସ୍‌ପିବି) ଓ ମହିଳା ବିଭାଗରେ ପଶ୍ଚିମବଙ୍ଗ ଚାମ୍ପିୟନ ହୋଇଛି।

ବିଶ୍ୱକପ୍‌ ଖେଳିବା ଆଶା ରଖିଛନ୍ତି ଯୁବରାଜ

ବିଶ୍ୱକପ୍‌ ଖେଳିବା ଆଶା ରଖିଛନ୍ତି ଯୁବରାଜ

କୋଲକାତା, ୬ା୧ (ପି.ଟି.)- ଯୁବରାଜ ସିଂଙ୍କ ନିକଟରେ ହୁଏତ ତାଙ୍କ ପୂର୍ବ ଖେଳ ନାହିଁ, କିନ୍ତୁ ଏହି ଭେଟେରାନ ଅଲରାଉଣ୍ଡର ଆସନ୍ତା ବିଶ୍ୱକପ୍‌ ଖେଳିବା ଲାଗି ଆଶା ବାନ୍ଧିଛନ୍ତି।  କ୍ରିକେଟ ମୋତେ ସବୁକିଛି ଦେଇଛି।