ଖେଳ

ଜିଡାନ୍‌ ପୁଣି ରିୟଲ ମାଡ୍ରିଡ୍‌ କୋଚ୍‌ ହେବେ

ଜିଡାନ୍‌ ପୁଣି ରିୟଲ ମାଡ୍ରିଡ୍‌ କୋଚ୍‌ ହେବେ

ମାଡ୍ରିଡ୍‌, ୧୨ା୩ (ଏଏଫ୍‌ପି)- ଜିନେଡିନ୍‌ ଜିଡାନ୍‌ ପୁନର୍ବାର ରିୟଲ ମାଡ୍ରିଡ୍‌ କୋଚ୍‌ ପଦବୀକୁ ପ୍ରତ୍ୟାବର୍ତ୍ତନ କରିବେ। ଏକ ସ୍ପାନିଶ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି।  ରିୟଲ ମାଡ୍ରିଡ କୋଚ୍‌ ସାଣ୍ଟିଆଗୋ ସୋଲାରିଙ୍କୁ ସୋମବାର ବହିଷ୍କୃତ କରିଛି। କ୍ଲବ ସଭାପତି ଫ୍ଲୋରେଣ୍ଟିନୋ ପେରେଜ ବୋର୍ଡର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ। 

ଟେଲରଙ୍କ ଦ୍ୱିଶତକ: ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

ଟେଲରଙ୍କ ଦ୍ୱିଶତକ: ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

ଓ୍ବେଲିଂଟନ, ୧୧।୩(ଏଏଫ୍‌ପି)- ଭ୍ରମଣକାରୀ ବାଂଲାଦେଶ ବିପକ୍ଷରେ ସ୍ଥାନୀୟ ବସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ରହିଛି। ୨୨୧ ରନ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ବାଂଲାଦେଶ ସୋମବାର ମ୍ୟାଚ୍‌ର ୪ର୍ଥ ଦିବସ ଶେଷ ସୁଦ୍ଧା ୩ ଉଇକେଟ୍‌ ହରାଇ ୮୦ ରନ୍‌ ସଂଗ୍ରହ କରିଛି। 

୧୯ ବର୍ଷରୁ କମ୍‌ ଚତୁଃଷ୍କୋଣୀୟ କ୍ରିକେଟ୍‌: ଭାରତ ‘ବି’ ଚାମ୍ପିୟନ

୧୯ ବର୍ଷରୁ କମ୍‌ ଚତୁଃଷ୍କୋଣୀୟ କ୍ରିକେଟ୍‌: ଭାରତ ‘ବି’ ଚାମ୍ପିୟନ

ଥିରୁଭାନନ୍ତପୁରମ, ୧୧।୩ (ପି.ଟି.)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଚତୁଃଷ୍କୋଣୀୟ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଭାରତ ‘ବି’ ଚାମ୍ପିୟନ ହୋଇଛି। ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ‘ବି’ ୭୨ ରନରେ ଭାରତ ‘ଏ’କୁ ପରାସ୍ତ କରି ଟାଇଟଲ ହାସଲ କରିଛି। 

ଫେରିଲେ ଡୁମିନି, ଅମଲା

ଫେରିଲେ ଡୁମିନି, ଅମଲା

ଡର୍ବାନ,୧୧।୩(ଏଏଫ୍‌ପି)- ଚଳିତ ଶ୍ରୀଲଙ୍କା ବିପକ୍ଷ ୫ଟିକିଆ ଦିନିକିଆ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। 

ମେଡିକାଲରେ ଭର୍ତ୍ତି ହେଲେ ଓ୍ବିଲିୟମସନ

ମେଡିକାଲରେ ଭର୍ତ୍ତି ହେଲେ ଓ୍ବିଲିୟମସନ

ଓ୍ବେଲିଂଟନ,୧୧।୩(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ ଓ୍ବିଲିୟମସନଙ୍କ କାନ୍ଧରେ ଆଘାତ ଲାଗିଛି।

ଇଣ୍ଡିଆନ୍‌ ଓ୍ବେଲ୍ସରୁ ଓହରିଲେ ଅସୁସ୍ଥ ସେରେନା

ଇଣ୍ଡିଆନ୍‌ ଓ୍ବେଲ୍ସରୁ ଓହରିଲେ ଅସୁସ୍ଥ ସେରେନା

ଇଣ୍ଡିଆନ୍‌ ଓ୍ବେଲ୍ସ,୧୧।୩(ଏଏଫ୍‌ପି)- ସେରେନା ଓ୍ବିଲିୟମ୍ସଙ୍କ ଏଠାରେ ଚାଲିଥିବା ଇଣ୍ଡିଆନ୍‌ ଓ୍ବେଲ୍ସରେ ଅଭିଯାନ ରବିବାର ଅସୁସ୍ଥତା କାରଣରୁ ଶେଷ ହୋଇଛି।

ଟି୨୦ ସିରିଜ୍‌ରେ ଇଂଲଣ୍ଡର କ୍ଲିନ ସୁଇପ୍‌

ଟି୨୦ ସିରିଜ୍‌ରେ ଇଂଲଣ୍ଡର କ୍ଲିନ ସୁଇପ୍‌

ସେଣ୍ଟ କିଟ୍‌ସ,୧୧।୩- ଡେଭିଡ୍‌ ବିଲିଙ୍କ ଘାତକ ବୋଲିଂ ଯୋଗୁ ଅନ୍ତିମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳ ମାତ୍ର ୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। 

ଧୋନୀଙ୍କୁ ଝୁରିଲେ ମୋହାଲି ଦର୍ଶକ

ଧୋନୀଙ୍କୁ ଝୁରିଲେ ମୋହାଲି ଦର୍ଶକ

ମୋହାଲି,୧୧।୩(ପିଟି)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଭେଟେରାନ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଖେଳୁ ନ ଥିଲେ।

ପାକିସ୍ତାନରେ ହେବ ଆଗାମୀ ଆଇପିଏଲ- ଆକମଲ

ପାକିସ୍ତାନରେ ହେବ ଆଗାମୀ ଆଇପିଏଲ- ଆକମଲ

କରାଚୀ,୧୧।୩- ପାକିସ୍ତାନରେ ଏବେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ଖେଳାଯାଉଛି। ଏହାର ପ୍ରେମୋଶନ ଦାୟିତ୍ୱରେ ଘରୋଇ ଖେଳାଳି ରହିଛନ୍ତି। 

ଖେଳାଳିଙ୍କୁ ପଞ୍ଚ ମାରିଲେ ଦର୍ଶକ

ଖେଳାଳିଙ୍କୁ ପଞ୍ଚ ମାରିଲେ ଦର୍ଶକ

ଲଣ୍ଡନ,୧୧।୩(ଏଏଫ୍‌ପି)- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ରବିବାର ଅନୁଷ୍ଠିତ ଚାମ୍ପିୟନଶିପ ମ୍ୟାଚ୍‌ରେ ଜଣେ ଖେଳାଳିଙ୍କୁ ଫିଲ୍ଡ ମଧ୍ୟକୁ ପ୍ରବେଶ କରିଥିବା ଦର୍ଶକ ପଞ୍ଚ ମାରିଛନ୍ତି। 

ସଚିନ-ସେହ୍ବାଗଙ୍କୁ ଟପିଲେ ଧାଓ୍ବନ-ରୋହିତ

ସଚିନ-ସେହ୍ବାଗଙ୍କୁ ଟପିଲେ ଧାଓ୍ବନ-ରୋହିତ

ନୂଆଦିଲ୍ଲୀ,୧୧ା୩(ପିଟି)- ଭାରତୀୟ ଓପ୍‌ନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ପୂର୍ବତନ ଓପ୍‌ନିଂ ଯୋଡ଼ି ବୀରେନ୍ଦ୍ର ସେହ୍ବାଗ ଓ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିଛନ୍ତି।  ଏଥିସହ ଦିନିକିଆ କ୍ରିକେଟରେ ରୋହିତ ଓ ଧାଓ୍ବନ ଦ୍ୱିତୀୟ ସଫଳତମ ଭାରତୀୟ ଯୋଡ଼ି ହୋଇପାରିଛନ୍ତି। 

ସିରିଜ ବରାବର କଲା ଆୟର୍ଲାଣ୍ଡ

ସିରିଜ ବରାବର କଲା ଆୟର୍ଲାଣ୍ଡ

ଡେରାଡୁନ,୧୧ା୩(ପିଟି)- ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ୪ର୍ଥ ମ୍ୟାଚ୍‌କୁ ପଲ ଷ୍ଟିର୍ଲିଙ୍ଗ ଓ ଆଣ୍ଡି ବଲବିର୍ନିଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଆୟର୍ଲାଣ୍ଡ ୫ ଉଇକେଟରେ ଜିତିନେଇଛି।

ଅଣ୍ଟାଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୁମ୍‌ରା

ଅଣ୍ଟାଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୁମ୍‌ରା

ନୂଆଦିଲ୍ଲୀ,୧୧ା୩(ପିଟି)- ଦିନିକିଆ ଫର୍ମାଟ୍‌ର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରା ନିଜର ପାରମ୍ପରିକ ବୋଲିଂ ଷ୍ଟାଇଲ ଯୋଗୁ ଅଣ୍ଟାଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ଅନୁଭବ କରୁଛନ୍ତି ଶରୀର ରଚନା ବିଶେଷଜ୍ଞ ଡାକ୍ତର ସିମୋନ ଫେରସ। 

‘ତ୍ରୁଟିପୂର୍ଣ୍ଣ ଡିଆର୍‌ଏସ୍‌ ପ୍ରତ୍ୟେକ ମ୍ୟାଚ୍‌ରେ ଚର୍ଚ୍ଚାର ବିଷୟ’

‘ତ୍ରୁଟିପୂର୍ଣ୍ଣ ଡିଆର୍‌ଏସ୍‌ ପ୍ରତ୍ୟେକ ମ୍ୟାଚ୍‌ରେ ଚର୍ଚ୍ଚାର ବିଷୟ’

ମୋହାଲି,୧୧ା୩(ପିଟି)- ଏଠାରେ ଖେଳାଯାଇଥିବା ୪ର୍ଥ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଡିଆରଏସ୍‌ ପ୍ରକ୍ରିୟାକୁ ଦୋଷାରୋପ କରିଛନ୍ତି। 

ସୁପର କପ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ସୁପର କପ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧୧ା୩(କ୍ରୀଡ଼ା ପ୍ରତିନିଧି)- ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ଏଠାରେ ମାର୍ଚ୍ଚ ୧୫ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫୁଟବଲର ଏହି ମହାପର୍ବ। 

ଏକଦିବସୀୟ କ୍ରିକେଟରେ ସର୍ବାଧିକ ରନଚେଜ୍‌

ଏକଦିବସୀୟ କ୍ରିକେଟରେ ସର୍ବାଧିକ ରନଚେଜ୍‌

୪୩୮/୯( ୪୯.୫ ଓଭର): ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ, ଜୋହାନ୍ସବର୍ଗ, ମାର୍ଚ୍ଚ ୧୨, ୨୦୦୬।

ସିନିୟର ଜାତୀୟ ତୀରନ୍ଦାଜୀ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ସିନିୟର ଜାତୀୟ ତୀରନ୍ଦାଜୀ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

କଟକ ଅଫିସ,୧୧ା୩- ବାରବାଟୀ ଷ୍ଟାଡିୟମ୍‌ରେ ରବିବାରଠାରୁ ଆରମ୍ଭ ହୋଇଛି ୩୯ତମ ସିନିୟର ଜାତୀୟ ତୀରନ୍ଦାଜୀ ଚାମ୍ପିୟନଶିପ୍‌। ପ୍ରଥମ ଦିବସରେ ଉଭୟ ପୁରୁଷ, ମହିଳା ବର୍ଗର ସିଙ୍ଗଲ୍ସ ଓ ଦଳଗତ ରିକର୍ଭ ରାଉଣ୍ଡ ପ୍ରତିଯୋଗିତା ହୋଇଛି।

କଟକରେ ତୀରନ୍ଦାଜୀ କୁଇନ ଦୀପିକା:  ସଙ୍ଗୀତରୁ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ପାଏ

କଟକରେ ତୀରନ୍ଦାଜୀ କୁଇନ ଦୀପିକା: ସଙ୍ଗୀତରୁ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ପାଏ

ଭାରତୀୟ ତୀରନ୍ଦାଜୀ କ୍ରୀଡ଼ାରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଦୀପିକା କୁମାରୀ।  ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦୀପିକା ଭାରତୀୟ ମହିଳା ତୀରନ୍ଦାଜୀ କ୍ରୀଡ଼ାର ମଙ୍ଗ ଧରିବା ସହ ଦେଶ ପାଇଁ ଅନେକ ପଦକ ବିଜୟୀ ହୋଇ ସାରିଲେଣି ।

 ଅଷ୍ଟ୍ରେଲିଆର ଚମକପ୍ରଦ ବିଜୟ

ଅଷ୍ଟ୍ରେଲିଆର ଚମକପ୍ରଦ ବିଜୟ

ମୋହାଲି, ୧୦।୩-

ମୋହାଲିର ବ୍ୟାଟିଂ ଟ୍ରାକ୍‌ରେ ୩୫୮ ରନ୍‌ ପର୍ଯ୍ୟାପ୍ତ ହେଲାନି। ଭାରତର ଶିଖର ଧାଓ୍ବନଙ୍କ ଶ୍ରେଷ୍ଠ ଇନିଂସ୍‌ ପରେ ଅଷ୍ଟ୍ରେଲିଆର ପିଟର ହ୍ୟାଣ୍ଡ୍ସକମ୍ବ ହାସଲ କଲେ କ୍ୟାରିୟରର ପ୍ରଥମ ଶତକ। ଶେଷଭାଗରେ ଆଷ୍ଟନ ଟର୍ନରଙ୍କ ଇନିଂସ ହେଲା ଟର୍ନିଂ ପଏଣ୍ଟ। 

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୧୦।୩(ସ୍ପୋଟର୍‌ସ ବ୍ୟୁରୋ)- ରାମେଶ୍ୱର କ୍ଲବ ପକ୍ଷରୁ ରବିବାର ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଶହୀଦ ସ୍ପୋର୍ଟିଂ ବିଜୟୀ ହୋଇଛି। 

ସେମିରେ ୟୁନିଅନ ସ୍ପୋର୍ଟିଂ

ସେମିରେ ୟୁନିଅନ ସ୍ପୋର୍ଟିଂ

ଭୁବନେଶ୍ୱର,୧୦।୩(ସ୍ପୋଟର୍‌ସ ବ୍ୟୁରୋ)- ପାରାମାଉଣ୍ଟ ସ୍ପୋଟର୍‌ସ ଆନୁକୂଲ୍ୟରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ୟୁନିଅନ ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛି।

ବୃହତ୍‌ ଶତକ ସହ ଫର୍ମକୁ ଫେରିଲେ ଧାଓ୍ବନ:  ଅଷ୍ଟ୍ରେଲିଆର ଟାର୍ଗେଟ୍‌ ୩୫୯

ବୃହତ୍‌ ଶତକ ସହ ଫର୍ମକୁ ଫେରିଲେ ଧାଓ୍ବନ: ଅଷ୍ଟ୍ରେଲିଆର ଟାର୍ଗେଟ୍‌ ୩୫୯

ମୋହାଲି, ୧୦।୩ (ପି.ଟି.)- ଖରାପ୍‌ ଫର୍ମ ଦେଇ ଗତିକରୁଥିବା ଅଭିଜ୍ଞ ଭାରତୀୟ ଓପନର ଶିଖର ଧାଓ୍ବନ ଶେଷରେ ଫର୍ମକୁ ଫେରିଛନ୍ତି। ସ୍ଥାନୀୟ ମୋହଲି ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ସେ ୧୪୩ ରନର ଦ୍ରୁତ ଶତକୀୟ ଇନିଂସ ଖେଳି ସମାଲୋଚକଙ୍କୁ ଚୁପ୍‌ କରାଇଛନ୍ତି। ୧୧୫ଟି ବଲର ସମ୍ମୁଖୀନ ହୋଇ ୧୮ଟି ଚୌକା ଓ ୩ ଛକା ସହ ସେ ଏହି ଦମ୍‌ଦାର ପାଳି ଖେଳି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୩୫୮ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୫୯ ରନର ଟାର୍ଗେଟ ଧାର୍ଯ୍ୟ ହୋଇଛି। 

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌:   କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ମନ୍ଧାନା

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ମନ୍ଧାନା

ଦୁବାଇ, ୧୦।୩(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଓପନର ସ୍ମୃତି ମନ୍ଧାନା କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନକୁ ଉଠିଛନ୍ତି। ହରମନପ୍ରୀତ କୌରଙ୍କ ଅନୁପସ୍ଥିତିରେ ମନ୍ଧାନା ଟି୨୦ରେ ଭାରତର ନେତୃତ୍ୱ ନେଇଥିଲେ। ଗତ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ସେ ୭୨ ରନ ସଂଗ୍ରହ କରିଥିଲେ। 

ସ୍ପାନିଶ ଲା ଲିଗା:   ମେସି, ସୁଆରେଜ ବାର୍ସିଲୋନାକୁ ଜିତାଇଲେ

ସ୍ପାନିଶ ଲା ଲିଗା: ମେସି, ସୁଆରେଜ ବାର୍ସିଲୋନାକୁ ଜିତାଇଲେ

ମାଡ୍ରିଡ,୧୦।୩(ଏଏଫପି)- ସ୍ପାନିଶ୍‌ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସୁପରଷ୍ଟାର ଲିଓନେଲ ମେସି ଓ ଲୁଇସ୍‌ ସୁଆରେଜଙ୍କ ଗୋଲ ବଳରେ ବାର୍ସିଲୋନା ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାର୍ସିଲୋନା ୩-୧ ଗୋଲରେ ରାୟୋ ଭାଲେକାନୋକୁ ପରାସ୍ତ କରିଛି।  ୧-୦ ଗୋଲରେ ପଛରେ ଥାଇ  ବାର୍ସିଲୋନା ପ୍ରତ୍ୟାବର୍ତ୍ତନ କରି ଏହି ବିଜୟ ହାସଲ କରିଥିଲା।