ଖେଳ

ରୋନାଲ୍ଡୋଙ୍କ ହ୍ୟାଟ୍ରିକ;   ଚାମ୍ପିୟନ୍ସ ଲିଗ୍‌ କ୍ୱାଟରରେ ଜୁଭେଣ୍ଟସ

ରୋନାଲ୍ଡୋଙ୍କ ହ୍ୟାଟ୍ରିକ; ଚାମ୍ପିୟନ୍ସ ଲିଗ୍‌ କ୍ୱାଟରରେ ଜୁଭେଣ୍ଟସ

ଟୁରିନ(ଇଟାଲି), ୧୩।୩(ଏଏଫ୍‌ପି)- ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ବଳରେ ଜୁଭେଣ୍ଟସ ଦଳ ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଇଣ୍ଡିଆନ ଓ୍ବେଲ୍ସରେ ବଡ଼ ବିପର୍ଯ୍ୟୟ

ଇଣ୍ଡିଆନ ଓ୍ବେଲ୍ସରେ ବଡ଼ ବିପର୍ଯ୍ୟୟ

ଇଣ୍ଡିଆନ ଓ୍ବେଲ(ୟୁଏସ୍‌ଏ), ୧୩।୩(ଏଏଫ୍‌ପି)- ଏଠାରେ ଚାଲିଥିବା ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବୁଧବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। 

ଜେଭ୍‌ରେଭ୍‌ ପରାସ୍ତ 

ଜେଭ୍‌ରେଭ୍‌ ପରାସ୍ତ 

ଇଣ୍ଡିଆନ୍‌ ଓ୍ବେଲ୍ସ, ୧୩ା୩  (ଏଏଫ୍‌ପି)- ବିଶ୍ୱର ୩ ନମ୍ବର ଖେଳାଳି ଆଲେକ୍‌ଜାଣ୍ଡର ଜେଭରେଭ ଏଟିପି ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ବର୍ଷାଯୋଗୁ ଗୋଟିଏ ଗେମ୍‌ ପରେ ନୋଭାକ୍‌ ଜୋକୋଭିଚ୍‌ ତୃତୀୟ ରାଉଣ୍ଡ ମ୍ୟାଚ ସସ୍‌ପେଣ୍ଡ କରାଯାଇଛି। ବିଶ୍ୱର ୫୫ ନମ୍ବର ର଼୍ୟାଙ୍କିଙ୍ଗ ଜାନ୍‌-ଲେନାର୍ଡ  ଷ୍ଟ୍ରଫ୍‌ ୫ ଥର ଚେଷ୍ଟାରେ ଜେଭରେଭଙ୍କୁ ପରାସ୍ତ କରିଛନ୍ତି। 

ସ୍କ୍ବାଶ କିମ୍ବଦନ୍ତୀଙ୍କୁ ହରାଇଲେ ଜ୍ୟୋତ୍ସ୍ନା

ସ୍କ୍ବାଶ କିମ୍ବଦନ୍ତୀଙ୍କୁ ହରାଇଲେ ଜ୍ୟୋତ୍ସ୍ନା

କାଇରୋ, ୧୩ା୩ (ପି.ଟି.)-ଏଠାରେ ଚାଲିଥିବା ୧,୦୭,୦୦୦ ଡଲାର ପୁରସ୍କାର ବିଶିଷ୍ଟ ମହିଳା ବ୍ଲାକବଲ୍‌ ସ୍କ୍ବାଶ୍‌ ଓପନ୍‌ରେ ଭାରତ ଅଗ୍ରଣୀ ସ୍କ୍ବାଶ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା ପ୍ରଥମ ରାଉଣ୍ଡରେ ୮ଥର ବିଶ୍ୱ ଚାମ୍ପିୟନ ନିକୋଲ ଡେଭିଡ୍‌ଙ୍କୁ ହରାଇ ଦେଇଛନ୍ତି। ସୋମବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ୧୧-୮, ୧୧-୬, ୧୨-୧୦ରେ ମାଲେସିଆନ କିମ୍ବଦନ୍ତୀଙ୍କୁ ହରାଇ ଦେଇଥିଲେ।

୨୩ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳ ଘୋଷିତ

୨୩ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳ ଘୋଷିତ

କଟକ ଅଫିସ,୧୩ା୩- ଆସନ୍ତା ୧୭ରୁ ଗୁଜରାଟର ସୁରଟଠାରେ ଆରମ୍ଭ ହେବ ୨୩ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ । ପ୍ରଥମ ଦିବସରରେ ଓଡ଼ିଶା ଘରୋଇ ଗୁଜରାଟ ଦଳକୁ ଭେଟିବ । ୧୮ ତାରିଖରେ କେରଳ ଓ ୨୧ ତାରିଖରେ ରେଲୱେ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଓଡ଼ିଶା ଏଲିଟ ଗ୍ରୁପ-ଏ ଓ ବିରେ ସ୍ଥାନ ପାଇଛି । 

ଫୁଲବାଣୀ ଏକାଦଶ ସେମିଫାଇନାଲରେ

ଫୁଲବାଣୀ ଏକାଦଶ ସେମିଫାଇନାଲରେ

ଭୁବନେଶ୍ୱର, ୧୩।୩(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଟାଟା ଉତ୍କଳିକା କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ମ୍ୟାଚରେ ଓଡ଼ିଶା ପୋଲିସକୁ ୧-୦ ଗୋଲରେ ହରାଇ ଫୁଲବାଣୀ ଏକାଦଶ ସେମିଫାଇନାଲରେ ପ୍ରବେଶ କରିଛି। 

ଭାଗ୍ୟଧର ଟ୍ରଫି ଫୁଟବଲ:  କିଶୋର କ୍ଲବ ୩-୦ରେ ବିଜୟୀ

ଭାଗ୍ୟଧର ଟ୍ରଫି ଫୁଟବଲ: କିଶୋର କ୍ଲବ ୩-୦ରେ ବିଜୟୀ

ଭୁବନେଶ୍ୱର, ୧୩।୩(କ୍ରୀଡ଼ା ପ୍ରତିନିଧି)- ନୟାପଲ୍ଲୀ ଇନ୍ଦିରା ମଇଦାନରେ ଚାଲିଥିବା ୪ର୍ଥ ଭାଗ୍ୟଧର ଟ୍ରଫି ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱରର କିଶୋର କ୍ଲବ ୩-୦ ଗୋଲରେ ନାଲ୍‌କୋ ଅନୁଗୋଳକୁ ପରାସ୍ତ କରିଛି। ବିଜୟୀ ଦଳର ସନ୍ତୋଷ ବେହେରା ୫, ରାଇସେନ ଟୁଡୁ ୩୮ ଓ ଶଶିକାନ୍ତ ସାଣ୍ଡେଲ ୮୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। 

ଗୋଲ୍ଡ କପ୍‌ ହକି ଚାମ୍ପିୟନଶିପ୍‌: ଇଣ୍ଡିଆନ ଅଏଲ- ପିଏସ୍‌ବି ଫାଇନାଲ

ଗୋଲ୍ଡ କପ୍‌ ହକି ଚାମ୍ପିୟନଶିପ୍‌: ଇଣ୍ଡିଆନ ଅଏଲ- ପିଏସ୍‌ବି ଫାଇନାଲ

ମୁମ୍ବାଇ,୧୩।୩(ପି.ଟି.)- ସ୍ଥାନୀୟ ଏମ୍‌ଏଚ୍‌ଏଏଲ୍‌- ମହିନ୍ଦ୍ରା ଷ୍ଟାଡିୟମରେ  ଚାଲିଥିବା ୫୩ତମ ବମ୍ବେ ଗୋଲ୍ଡ କପ୍‌ ହକି ଚାମ୍ପିୟନଶିପ୍‌ର ଫାଇନାଲ ମୁକିବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ବେଙ୍ଗାଲୁରୁର ଇଣ୍ଡିଆନ ଅଏଲ ଓ ଜଳନ୍ଧରର ପଞ୍ଜାବ ଆଣ୍ଡ ସିନ୍ଧ୍‌ ବ୍ୟାଙ୍କ (ପିଏସ୍‌ବି) ବୁଧବାର ମୁହଁମୁହିଁ ହେବେ। ଇଣ୍ଡିଆନ ଅଏଲ ୭-୨ ଗୋଲରେ ମୁମ୍ବାଇର ଭାରତ ପେଟ୍ରୋଲିୟମ କର୍ପୋରେଶନକୁ ପ୍ରଥମ ସେମିଫାଇନାଲରେ ହରାଇ ଫାଇନାଲକୁ ଉଠିଛି।

ରାମେଶ୍ୱର ସ୍ପୋର୍ଟିଂ ସେମିଫାଇନାଲରେ

ରାମେଶ୍ୱର ସ୍ପୋର୍ଟିଂ ସେମିଫାଇନାଲରେ

ଭୁବନେଶ୍ୱର, ୧୩।୩(କ୍ରୀଡ଼ା ପ୍ରତିନିଧି)- ବି.ଏମ. ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଆୟୋଜକ ରାମେଶ୍ୱର ସ୍ପୋର୍ଟିଂ ୧୨୨ ରନରେ ସହିଦ ସ୍ପୋର୍ଟିଂକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ-ଗୋଆ ଫାଇନାଲ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ-ଗୋଆ ଫାଇନାଲ

ମାର୍ଗାଓ, ୧୩।୩- ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ବେଙ୍ଗାଲୁରୁ ଏଫସି ଓ ଗୋଆ ଏଫସି ମଧ୍ୟରେ ଫାଇନାଲ ମୁକାବିଲା ହେବ। ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲର ଦ୍ୱିତୀୟ ଚରଣରେ ରାଫାଲ ବାଷ୍ଟୋସଙ୍କ ଗୋଲ ବଳରେ ମୁମ୍ବାଇ ସିଟି ଏଫସି ୧-୦ ଗୋଲରେ ଗୋଆ ଏଫସିକୁ ପରାସ୍ତ କରିଛି। 

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂ:  ଉତ୍କଳକୁ ଏକ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂ: ଉତ୍କଳକୁ ଏକ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୩।୩(ସ୍ପୋଟର୍‌ସ ବ୍ୟୁରୋ)-ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଶାଖାପାଟଣାଠାରେ ମାର୍ଚ୍ଚ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୋଟ୍‌ ୩ଟି ପଦକ ମିଳିଛି। 

ଆଶଙ୍କାରେ ସୁପର କପ୍‌ ଫୁଟ୍‌ବଲ:  ଆଇ- ଲିଗ୍‌ର ୭ କ୍ଲବ୍‌ ଓହରିବା ସମ୍ପର୍କରେ ମିନର୍ଭାର ସୂଚନା 

ଆଶଙ୍କାରେ ସୁପର କପ୍‌ ଫୁଟ୍‌ବଲ: ଆଇ- ଲିଗ୍‌ର ୭ କ୍ଲବ୍‌ ଓହରିବା ସମ୍ପର୍କରେ ମିନର୍ଭାର ସୂଚନା 

ଚଣ୍ଡିଗଡ଼, ୧୩।୩(ପି.ଟି.)- ଭୁବନେଶ୍ୱରରେ ଚଳିତ ମାସ ୧୫ରୁ ଆରମ୍ଭ ହେବାକୁଥିବା ସୁପର ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌:   ପଞ୍ଚମ ସ୍ଥାନକୁ ଖସିଲେ କୁଲଦୀପ୍‌

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ପଞ୍ଚମ ସ୍ଥାନକୁ ଖସିଲେ କୁଲଦୀପ୍‌

ଦୁବାଇ, ୧୨।୩- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କ ଅବନତି ଘଟିଛି। ବୋଲିଂ ତାଲିକାରେ କୁଲଦୀପ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନ ଲାଭ କରିଛନ୍ତି। ନିକଟରେ କୁଲଦୀପ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଫଳରେ ଏହା ତାଙ୍କ ର଼୍ୟାଙ୍କିଙ୍ଗ୍‌ ଉପରେ ପ୍ରଭାବ ପକାଇଥିଲା। ଅପରପକ୍ଷରେ ଇଂଲଣ୍ଡ ଲେଗ୍‌-ସ୍ପିନର ଆଡିଲ ରଶିଦ ୨ଟି ପାହାଚ ଉପରକୁ ଉଠି ୩ୟ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରଶିଦ ମୋଟ୍‌ ୫ଟି ଉଇକେଟ୍‌ ଅକ୍ତିଆର କରିଥିଲେ। 

ଭାରତ- ଅଷ୍ଟ୍ରେଲିଆ  ନିର୍ଣ୍ଣାୟକ ସିରିଜ  ମୁକାବିଲା

ଭାରତ- ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ସିରିଜ ମୁକାବିଲା

ନୂଆଦିଲ୍ଲୀ,୧୨।୩(ପି.ଟି.)- ସାଂଘାତିକ ବୋଲିଂ ବିଫଳତା, ଆଭରେଜ ଫିଲ୍ଡିଂ ଓ କେତୋଟି ବୈଷୟିକ ତ୍ରୁଟିକୁ ପଛରେ ପକାଇ ଭାରତ ବୁଧବାର ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଭେଟିବ। ସିରିଜ ଏବେ ୨-୨ ସମାନ ସ୍ତରରେ ଥିବାରୁ ଏହି ମ୍ୟାଚର ଗୁରୁତ୍ୱ ବଢ଼ିଯାଇଛି। ସ୍ଥାନୀୟ ଫରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ୍‌କୁ ଜିତି ଉଭୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି। 

ଇଣ୍ଡିଆନ ଓ୍ବେଲ୍ସରୁ ପ୍ରଜନେଶଙ୍କ ବିଦାୟ

ଇଣ୍ଡିଆନ ଓ୍ବେଲ୍ସରୁ ପ୍ରଜନେଶଙ୍କ ବିଦାୟ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୨।୩(ପି.ଟି.)- ଚଳିତ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସରୁ ଭାରତୀୟ ଉଦୀୟମାନ ଟେନିସ ତାରକା ପ୍ରଜନେଶ ଗୁଣେଶ୍ୱରନଙ୍କ ଦମ୍‌ଦାର ଅଭିଯାନ ଶେଷ ହୋଇଛି।

କାହିଁକି ଏହିସବୁ ଭାରତୀୟ କ୍ରିକେଟର ଗ୍ରହଣ କରିଛନ୍ତି ଦ୍ୱିତୀୟ ପତ୍ନୀ

କାହିଁକି ଏହିସବୁ ଭାରତୀୟ କ୍ରିକେଟର ଗ୍ରହଣ କରିଛନ୍ତି ଦ୍ୱିତୀୟ ପତ୍ନୀ

କ୍ରିକେଟ ସହ ବଲିଉଡ୍‌ର ସମ୍ପର୍କ ବହୁ ପୁରୁଣା। ସେଥିପାଇଁ କେହି କେହି କୁହନ୍ତି କ୍ରିକେଟରମାନେ ଟିକେ ଅଧିକ ରୋମାଣ୍ଟିକ। ଏମିତି କେତେଜଣ ଭାରତୀୟ କ୍ରିକେଟର ଅଛନ୍ତି ଯେଉଁମାନେ ଦ୍ୱିତୀୟ ଥର ବିବାହ କରି ଆସିଛନ୍ତି ଚର୍ଚ୍ଚାକୁ। 

୨୩ ବର୍ଷରୁ କମ୍‌ ଫୁଟ୍‌ବଲ: କାତାରଠାରୁ ହାରିଲା ଭାରତ

୨୩ ବର୍ଷରୁ କମ୍‌ ଫୁଟ୍‌ବଲ: କାତାରଠାରୁ ହାରିଲା ଭାରତ

ଦୋହା, ୧୨।୩(ପି.ଟି.)- ଉଜବେକିସ୍ତାନରେ ଚାଲିଥିବା ଏଏଫ୍‌ସି ଚାମ୍ପିୟନଶିପ୍‌ ଯୋଗ୍ୟତା ପର୍ଯ୍ୟାୟ (୨୩ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଭାରତୀୟ ଦଳ ୧-୦ ଗୋଲରେ କାତାର ନିକଟରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳି ଗୋଲ କରିବାର କେତେକ ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ଏହାର ସଦୂପଯୋଗ କରିପାରି ନ ଥିଲେ। 

ସିରିଜ ଆଗୁଆ କବ୍‌ଜା କଲା ନ୍ୟୁଜିଲାଣ୍ଡ

ସିରିଜ ଆଗୁଆ କବ୍‌ଜା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୨।୩(ଏଏଫ୍‌ପି)- ଓ୍ବେଲିଂଟନ ଟେଷ୍ଟରେ ଭ୍ରମଣକାରୀ ବାଲାଦେଶକୁ ଏକ ଇନିଂସ ଓ ୧୨ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି।

‘ଓଡ଼ିଶାରେ ଖେଳିବାକୁ ବ୍ୟଗ୍ର’

‘ଓଡ଼ିଶାରେ ଖେଳିବାକୁ ବ୍ୟଗ୍ର’

ପ୍ର: ସୁପର କପ୍‌ ପାଇଁ ଅଭ୍ୟାସ କିପରି ଚାଲିଛି। ଦିଲ୍ଲୀ ଡାଇନାମସ ଦଳର ଲକ୍ଷ୍ୟ କ’ଣ ରହିଛି ?

- ସୁପର କପ୍‌ ଏକ ସମ୍ମାନଜନକ ଫୁଟବଲ ଟୁର୍ନାମେଣ୍ଟ। ଇଣ୍ଡିଆନ ସୁପର ଲିଗ୍‌ରେ ଆମେ ଭଲ କରିପାରି ନ ଥିବାରୁ ଏବେ ସୁପର କପ୍‌ ଉପରେ ଧ୍ୟାନ ଦେଉଛୁ। ମାର୍ଚ୍ଚ ୧୬ ତାରିଖରେ ଯୋଗ୍ୟତା ପର୍ଯ୍ୟାୟ ଜିତି ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିବା ଆମର ପ୍ରଥମ ଲକ୍ଷ୍ୟ। ପରେ ଉନ୍ନତ ପ୍ରଦର୍ଶନ ବଜାୟ ରଖି ଟୁର୍ନାମେଣ୍ଟ ଜିତିବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଅଭ୍ୟାସକୁ ଜୋରଦାର କରାଯାଇଛି।  

ରିକର୍ଭ ରାଉଣ୍ଡ ଶେଷ: ହରିୟାଣାକୁ ୨ ସ୍ବର୍ଣ୍ଣ

ରିକର୍ଭ ରାଉଣ୍ଡ ଶେଷ: ହରିୟାଣାକୁ ୨ ସ୍ବର୍ଣ୍ଣ

କଟକ ଅଫିସ,୧୨ା୩- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୩୯ତମ ସିନିୟର ଜାତୀୟ ତୀରନ୍ଦାଜୀ ଚାମ୍ପିୟନଶିପ୍‌ରେ ସୋମବାର ରିକର୍ଭ ରାଉଣ୍ଡ ପ୍ରତିଯୋଗିତା ଶେଷ ହୋଇଛି। ସନ୍ଧ୍ୟାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପଦକ ପ୍ରଦାନ କରାଯାଇଛି। ୭ଟି ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ହରିୟାଣା ସର୍ବାଧିକ ୨ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ମଙ୍ଗଳବାର କମ୍ପାଉଣ୍ଡ ରାଉଣ୍ଡରେ ଭାଗନେବାକୁ ଥିବା ତୀରନ୍ଦାଜମାନେ ପହଞ୍ଚିବା ସହ ଅଭ୍ୟାସ କରିବେ। ବୁଧବାର କମ୍ପାଉଣ୍ଡ ରାଉଣ୍ଡର ପ୍ରତିଯୋଗିତା ଆରମ୍ଭ ହେବ । 

ଏଆର୍‌ଆର୍‌ସିରେ ରାଜୀବ, ସେନ୍ଥିଲଙ୍କ ଚମତ୍କାର ପ୍ରଦର୍ଶନ

ଏଆର୍‌ଆର୍‌ସିରେ ରାଜୀବ, ସେନ୍ଥିଲଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର, ୧୨।୩(ସ୍ପୋଟର୍‌ସ ବ୍ୟୁରୋ)- ମାଲେସିଆର ସେପଙ୍ଗ ଇଣ୍ଟରନ୍ୟାଶନାଲ ସର୍କିଟ୍‌ରେ ଆରମ୍ଭ ହୋଇଥିବା ଏଫ୍‌ଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିୟନ୍‌ଶିପ୍‌ (ଏଆର୍‌ଆର୍‌ସି)ରେ ଇଡେମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆର ଦୁଇ ଚାଳକ ରାଜୀବ ସେଥୁ ଓ ସେନ୍ଥିଲ କୁମାର ଇତିହାସ ଚମତ୍କାର ପ୍ରଦର୍ଶନ କରିଛନ୍ତି। 

ନାଡାଲ, ଫେଡରର  ବିଜୟୀ

ନାଡାଲ, ଫେଡରର ବିଜୟୀ

ଇଣ୍ଡିଆନ୍‌ ଓ୍ବେଲ୍ସ (ଯୁକ୍ତରାଷ୍ଟ୍ର ଆମେରିକା), ୧୨ା୩ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ରାଫାଲ ନାଡାଲ ଏଟିପି ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ରୋଜର ଫେଡରର ତାଙ୍କ ମ୍ୟାଚରେ ବିଜୟ ହାସଲ କରି ଏଠାରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବା ଲକ୍ଷ୍ୟରେ ଅଗ୍ରସର ହୋଇଛନ୍ତି। ତିନି ଥର ଇଣ୍ଡିଆନ ଓ୍ବେଲ୍ସ ବିଜେତା ନାଡାଲ ୬-୧, ୬-୧ ସେଟ୍‌ରେ ଜାରେଡ୍‌ ଡୋନାଲ୍‌ଡସନ୍‌ଙ୍କ ବିପକ୍ଷରେ ସହଜସାଧ୍ୟ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଫେଡରର ଜର୍ମାନୀର ପିଟର ଗୋଜୋଓ୍ବିକ୍‌ଙ୍କୁ ୬-୧, ୭-୫ ସେଟ୍‌ରେ ହରାଇ ଦେଇଛନ୍ତି।

ଭାରତୀୟ ନେତୃତ୍ୱ ନେବେ ସାଇନା, ସମୀର

ଭାରତୀୟ ନେତୃତ୍ୱ ନେବେ ସାଇନା, ସମୀର

ବାସେଲ (ସୁଇଜରଲାଣ୍ଡ), ୧୨ା୩ (ପି.ଟି.)- ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଜନିତ ଗ୍ଲାନିକୁ ପଛରେ ପକାଇ  ଦୁଇଥର ଚାମ୍ପିୟନ ସାଇନା ନେହ୍ବାଲ ଓ ଗତଥର ଟାଇଟଲ ବିଜେତା ସମୀର ବର୍ମା ସୁଇସ୍‌ ଓପନରେ ଭାରତୀୟ ଅଭିଯାନର ନେତୃତ୍ୱ ନେବେ। ମଙ୍ଗଳବାର କ୍ୱାଲିଫାୟର୍ସ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଗତବର୍ଷ ଅନ୍ତର୍ଜାତୀୟ ସ୍ତରରେ ସମୀରଙ୍କ ପ୍ରଦର୍ଶନ ଭଲ ରହିଥିଲା।

କୋହଲିଙ୍କୁ ସମ୍ବର୍ଦ୍ଧନା ଉତ୍ସବକୁ ବାତିଲ କଲା ଡିଡିସିଏ

କୋହଲିଙ୍କୁ ସମ୍ବର୍ଦ୍ଧନା ଉତ୍ସବକୁ ବାତିଲ କଲା ଡିଡିସିଏ

ନୂଆଦିଲ୍ଲୀ, ୧୨ା୩ (ପି.ଟି.)-ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀରଙ୍କ ସହିତ ଭାରତ ଅଧିନାୟକ ବିରାଟ କୋହଲିଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଦିଲ୍ଲୀ  ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ତରଫରୁ ଯେଉଁ ଯୋଜନା ଥିଲା ତାହାକୁ ବାଦ୍‌ ଦିଆଯାଇଛି। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ୪୦ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି।