ରାଜ୍ୟ

ବିଦ୍ୟାଳୟ ଅଫିସ ତାଲାଭାଙ୍ଗି ଚୋରି

ବିଦ୍ୟାଳୟ ଅଫିସ ତାଲାଭାଙ୍ଗି ଚୋରି

କଣ୍ଟାପଡା, ୧୩।୧୨(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମପଞ୍ଚାୟତର ଉରୁଜଙ୍ଗ ଭଗବତୀ ବିଦ୍ୟାମନ୍ଦିର ଅଫିସ ଘର ତାଲାଭାଙ୍ଗି ବୁଧବାର ରାତିରେ କେହି ଦୁର୍ବୃତ୍ତ ଅଲମିରାରେ ଥିବା ୫ ହଜାର ଟଙ୍କା ଚୋରି କରିନେଇଥିବା ଗୁରୁବାର ସକାଳେ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି।

ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଜିଲା ରାମ ନବମୀ ବେତଡା ପଞ୍ଚାୟତ ଅଧିନସ୍ଥ ଗୋହିରାଣୀ ଗାଁରେ ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତିl

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଜୟପୁର,୧୩।୧୨(ଡି.ଏନ୍‌.ଏ.): ଚାଷୀଙ୍କ ଧାନକୁ ଉଚିତ ଦରରେ କିଣିବା ନେଇ ଗୁରୁବାର କୋରାପୁଟ ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟପୁର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। କଂଗ୍ରେସ ପକ୍ଷରୁ ଚାଷୀଙ୍କ ଅମଳ ଖରିଫ ଧାନ ମଣ୍ଡି କ୍ରୟ ନେଇ ସମସ୍ତ ବ୍ୟବସ୍ଥା କରିବା, କ୍ରୟ ଧାନରୁ କୁଇଣ୍ଟାଲ ପିଛା ୫ କିଗ୍ରାରୁ ଅଧିକ କାଟକୁ ବିରୋଧ କରି ଏହି ଅବରୋଧ କରାଯାଇଛି।

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁ, ୧୩।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡିଜିଟାଲ ସ୍ବାସ୍ଥ୍ୟ ସେବା କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି।

ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ବୌଦ୍ଧ, ୧୩।୧୨ (ଡି.ଏନ.ଏ)- ବୌଦ୍ଧ ଜିଲାର ପୁରୁଣା କଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର କରଡାକୋଠାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବେସରକାରୀ ଯାତ୍ରୀବାହି ବସ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି।

ରୋଗୀ ମୃତ୍ୟୁକୁ ନେଇ ଇଏସଆଇ ହସ୍ପିଟାଲରେ ଉତ୍ତେଜନା

ରୋଗୀ ମୃତ୍ୟୁକୁ ନେଇ ଇଏସଆଇ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ରୋଗୀ ମୃତ୍ୟୁକୁ ନେଇ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଇଏସଆଇ ହସ୍ପିଟାଲାରେ ଗୁରୁବାର ସକାଳେ ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ରୋଗୀଙ୍କ ସମ୍ପର୍କୀୟମାନେ ମୃତଦେହ ରଖି ମେଫେୟାର ହୋଟେଲ ଯିବା ରାସ୍ତାରେ ଧାରଣାରେ ବସିଥିଲେ।

ଲାଞ୍ଚ ମାମଲା: କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଲାଞ୍ଚ ମାମଲା: କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

କଟକ ଅଫିସ,୧୩ା୧୨- ଏକ ଲାଞ୍ଚ ମାମଲାର ଶୁଣାଣି କରି ବୁଧବାର ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଣେ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର। ସମ୍ପ୍ରତି କନିଷ୍ଠ ଯନ୍ତ୍ରୀ ପାତ୍ର କାମାକ୍ଷାନଗର ବ୍ଲକରେ କାର୍ଯ୍ୟରତ। ଓଡ଼ାପଡ଼ାରେ ଥିବା ସମୟରେ ସେ ଢେଙ୍କାନାଳ ସଦର ଥାନା ଅଧୀନ କାଣ୍ଡବିନ୍ଧା ଗ୍ରାମର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୨ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। 

ଲାଞ୍ଚ: ସେବା ସମବାୟ ସମିତି ସମ୍ପାଦକ ଗିରଫ

ଲାଞ୍ଚ: ସେବା ସମବାୟ ସମିତି ସମ୍ପାଦକ ଗିରଫ

କଟକ ଅଫିସ/ବଳଙ୍ଗା, ୧୩ା୧୨ (ଡି.ଏନ୍‌.ଏ.) - ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ଦନ୍ଦିପୁର ସେବା ସମବାୟ ସମିତିର ସମ୍ପାଦକ ସୁଦର୍ଶନ ସାହୁ। ବୁଧବାର ସମ୍ପାଦକ ସାହୁ ଏହି ଲାଞ୍ଚ ଦନ୍ଦିପୁର ଗ୍ରାମର ଦେବାଶିଷ ମୁଦୁଲିଙ୍କଠାରୁ ପୂର୍ବ ଦାବି ମୁତାବକ ଗ୍ରହଣ କରୁଥିଲେ। ଦେବାଶିଷ ଉକ୍ତ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରନ୍ତି। 

ମହାନଦୀ ପାଣି କମ୍ପାନୀକୁ ଦେବା ମାମଲା: ସରକାରଙ୍କ ସତ୍ୟପାଠରୁ ବାହାରିଲା ସତ

ମହାନଦୀ ପାଣି କମ୍ପାନୀକୁ ଦେବା ମାମଲା: ସରକାରଙ୍କ ସତ୍ୟପାଠରୁ ବାହାରିଲା ସତ

କଟକ ଅଫିସ, ୧୩ା୧୨- ମହାନଦୀ ପାଣିକୁ କମ୍ପାନୀଗୁଡ଼ିକ ହାତକୁ ଟେକି ଦିଆଯାଇଛି। ପାନୀୟ ଜଳ କିମ୍ବା କୃଷି କାର୍ଯ୍ୟରେ ଏହାକୁ ବିନିଯୋଗ କରା ନ ଯାଇ ଶିଳ୍ପାନୁଷ୍ଠାନକୁ ଦିଆଯିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା।

ଟେଣ୍ଡର ଫିକ୍ସିଂ, ଦାଦାବଟି ମାମଲା: ଏସ୍‌ଡିଜେଏମ୍‌ କୋର୍ଟରେ ସାକ୍ଷ୍ୟଗ୍ରହଣ ଆରମ୍ଭ

ଟେଣ୍ଡର ଫିକ୍ସିଂ, ଦାଦାବଟି ମାମଲା: ଏସ୍‌ଡିଜେଏମ୍‌ କୋର୍ଟରେ ସାକ୍ଷ୍ୟଗ୍ରହଣ ଆରମ୍ଭ

କଟକ ଅଫିସ, ୧୩ା୧୨- ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀଙ୍କ ଦ୍ୱାରା ଟେଣ୍ଡର ଫିକ୍ସିଂ ଓ ଦାଦାବଟି ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟରେ ବୁଧବାରଠାରୁ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି। ଚାଉଳିଆଗଞ୍ଜ ଥାନାରେ ୨୦୧୬ ଏପ୍ରିଲ ୫ରେ ଏ ନେଇ ମାମଲା ରୁଜୁ ହୋଇଥିଲା। 

ଜୟପୁର ବିଧାନସଭା ନିର୍ବାଚନୀ ମାମଲା: ଇଭିଏମ୍‌ ଉପରୁ ପ୍ରତିବନ୍ଧକ ହଟିଲା

ଜୟପୁର ବିଧାନସଭା ନିର୍ବାଚନୀ ମାମଲା: ଇଭିଏମ୍‌ ଉପରୁ ପ୍ରତିବନ୍ଧକ ହଟିଲା

କଟକ ଅଫିସ,୧୩ା୧୨- ୨୦୧୪ ନିର୍ବାଚନରେ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ୟବହୃତ ଇଭିଏମ୍‌ ମେଶିନ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ହାଇକୋର୍ଟ। କାରଣ ଏହି ନିର୍ବାଚନମଣ୍ଡଳୀର ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ନିୟମ ଅନୁଯାୟୀ କୌଣସି ନିର୍ବାଚନୀ ମାମଲା ବିଚାରାଧୀନ ଥିବାବେଳେ ଉକ୍ତ ନିର୍ବାଚନମଣ୍ଡଳୀରେ ବ୍ୟବହୃତ ଇଭିଏମ୍‌ଗୁଡ଼ିକ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ସଂରକ୍ଷିତ କରି ରଖାଯାଇଥାଏ।

ଜେଲ୍‌ ଗଲେ ଭଣ୍ଡାରିପୋଖରୀ ଥାନାଧିକାରୀ-୨ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ

ଜେଲ୍‌ ଗଲେ ଭଣ୍ଡାରିପୋଖରୀ ଥାନାଧିକାରୀ-୨ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ

କଟକ ଅଫିସ,୧୩ା୧୨- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧିକାରୀ ଅମିତ କୁମାର ବିଶ୍ୱାଳଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ବାଲେଶ୍ୱର ଭିଜିଲାନ୍ସ ଥାନାରେ ୫୦/୨୦୧୮ରେ ଏକ ଫୌଜଦାରି ମାମଲା ରୁଜୁ ପରେ ବିଶ୍ୱାଳଙ୍କୁ କୋର୍ଟଚାଲାଣ କରାଯାଇଥିଲା।  ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

୧୦ ସହରରେ ଆରମ୍ଭ ହେବ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟିୟର ଯୋଜନା

୧୦ ସହରରେ ଆରମ୍ଭ ହେବ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟିୟର ଯୋଜନା

କଟକ ଅଫିସ,୧୩ା୧୨- ଭୁବନେଶ୍ୱର ଓ କଟକରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟିୟର ବ୍ୟବସ୍ଥାର ସଫଳତା ପରେ ଖୁବ୍‌ଶୀଘ୍ର ରାଜ୍ୟର ଅନ୍ୟ ୧୦ଟି ସହରରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି। 

ଗଣିଆ ଗଲା ୩ ରଥଚକ

ଗଣିଆ ଗଲା ୩ ରଥଚକ

ପୁରୀ ଅଫିସ, ୧୩ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନିରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥଚକକୁ ସାଥିରେ ନେଇ ଯାଇଛନ୍ତି। 

କୁରାଳ ପଞ୍ଚମୀ ଆରମ୍ଭ: ପୂଜାମଣ୍ଡପରେ ରୁଦ୍ରପାଳ, ରତ୍ନେଶ୍ୱରୀ

କୁରାଳ ପଞ୍ଚମୀ ଆରମ୍ଭ: ପୂଜାମଣ୍ଡପରେ ରୁଦ୍ରପାଳ, ରତ୍ନେଶ୍ୱରୀ

ପୁରୀ ଅଫିସ,୧୩ା୧୨: ମାର୍ଗଶିର ଶୁକ୍ଳପକ୍ଷ ପଞ୍ଚମୀ ତିଥିରୁ କୁମ୍ଭକାରମାନଙ୍କ ପ୍ରସିଦ୍ଧ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି। ବୁଧବାର ଆରମ୍ଭ ହୋଇଥିବା ଏହି ପର୍ବକୁ ଓଢଣ ଷଷ୍ଠୀ ପର୍ବ ମଧ୍ୟ କୁହାଯାଏ। ପୁରୀ ସହରର କୁମ୍ଭାରପଡ଼ା, ନୂଆସାହି, ଜେନାପୁର ଓ ଟିକରପଡ଼ା ଅଞ୍ଚଳରେ ରହୁଥିବା କୁମ୍ଭକାରମାନେ ସେମାନଙ୍କ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ଆରାଧନା କରିଛନ୍ତି। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି ପ୍ରସଙ୍ଗ: ସ୍ବର ପରିବର୍ତ୍ତନ ନେଇ ଚର୍ଚ୍ଚା

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି ପ୍ରସଙ୍ଗ: ସ୍ବର ପରିବର୍ତ୍ତନ ନେଇ ଚର୍ଚ୍ଚା

ପୁରୀ ଅଫିସ,୧୩ା୧୨: ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଲଢେଇ ଆରମ୍ଭ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଲେଖିଥିଲେ।

ବେଆଇନ ଟ୍ରଲର ଚଳାଚଳ: ମରୁଛନ୍ତି ଅଲିଭ ରିଡ୍‌ଲେ

ବେଆଇନ ଟ୍ରଲର ଚଳାଚଳ: ମରୁଛନ୍ତି ଅଲିଭ ରିଡ୍‌ଲେ

ପୁରୀ ଅଫିସ,୧୩ା୧୨: ପୁରୀ ଉପକୂଳ ଅଲିଭ ରିଡ୍‌ଲେଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି। ସମୁଦ୍ରରେ ବେଆଇନ ଏବଂ ଅବାଧ ଟ୍ରଲର ଚଳାଚଳ ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟୁଛି। ସମୁଦ୍ରରେ ପାଟ୍ରୋଲିଂ ପର୍ଯ୍ୟାପ୍ତ ହେଉ ନ ଥିବାରୁ ଟ୍ରଲର ଚଳାଚଳ ବୃଦ୍ଧି ପାଉଛି।

ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିର ତତ୍ପରତା: ବସିଲା ଶୃଙ୍ଖଳା କମିଟି ବୈଠକ

ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିର ତତ୍ପରତା: ବସିଲା ଶୃଙ୍ଖଳା କମିଟି ବୈଠକ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସଦ୍ୟ ଘୋଷିତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଖୁସି ଖବର ଆଣିଛି। ୩ ପ୍ରମୁଖ ରାଜ୍ୟରେ ସବୁ ବର୍ଗର ନେତାଙ୍କ ସମନ୍ବୟ ଦଳ ପାଇଁ ବିଜୟ ଆଣିଛି। 

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

କୃଷ୍ଣପ୍ରସାଦ,୧୨ା୧୨(ଡି.ଏନ.ଏ.)-କୃଷ୍ଣପ୍ରସାଦ ବ୍ଲକ୍‌ରେ ବର୍ତ୍ତମାନ ଶହ ଶହ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଏକ ସପ୍ତାହ ଧରି ଏଠାରେ କୁକୁଡାଗୁଡ଼ିକ ମରି ପଡ଼ୁଥିବା ଯୋଗୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। 

ଆରମ୍ଭରୁ ଧାନର ଅଭାବୀ ବିକ୍ରି: ଖଇରା ବ୍ଲକରେ ଖୋଲୁନି ମଣ୍ଡି,ଚାଷୀ ହତାଶ

ଆରମ୍ଭରୁ ଧାନର ଅଭାବୀ ବିକ୍ରି: ଖଇରା ବ୍ଲକରେ ଖୋଲୁନି ମଣ୍ଡି,ଚାଷୀ ହତାଶ

ଖଇରା,୧୨।୧୨(ଉତ୍କଳବନ୍ଧୁ ପଣ୍ଡା)-ଏଥର ସଅଳ ଖରିଫ ଧାନ କିଣିବାକୁ ପ୍ରଶାସନ ପ୍ରଶାସନ ଆରମ୍ଭ କରିଥବବା ପ୍ରସ୍ତୁତି ଫେଲ୍‌ ମାରିଛି। ବାଲେଶ୍ୱର ଜିଲାରେ ଗତ ୫ ତାରିଖ ସୁଦ୍ଧା ମଣ୍ଡି ଧାନ କିଣିବାକୁ ଜିଲାସ୍ତରୀୟ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି  ନିଆଯାଇଥିଲା ା

ଏଏପି ନେତା,କର୍ମୀ ବିଜେଡିରେ ସାମିଲ

ଏଏପି ନେତା,କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ଆମ୍‌ ଆଦମୀ ପାର୍ଟି(ଏଏପି) ରାଜ୍ୟ ସାଧାରଣ ସମ୍ପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ଯୁବ ସଭାପତି ସୁବ୍ରତ ଛାଟୋଇ, ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି ଏବଂ ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଉପରୋକ୍ତ ବ୍ୟକ୍ତି ବିଶେଷମାନେ ବିଜେଡିରେ ସାମିଲ ହୋଇଛନ୍ତି। 

ପୁଣି କମିଲା ବସ ଭଡ଼ା

ପୁଣି କମିଲା ବସ ଭଡ଼ା

ଭୁବନେଶ୍ୱର, ୧୨।୧୨: ପୁଣି କମିଲା ବସ ଭଡ଼ା। ଡିଜେଲ ଦର କମିବାରୁ ରାଜ୍ୟରେ ବସ ଭଡ଼ା କମିଛି। ସାଧାରଣ ବସ ଭଡ଼ା କିଲୋମିଟର୍‌ ପିଛା ମାତ୍ର ୨ ପଇସା କମିଛି। 

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରୁ କେହି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ। ଆସନ୍ତା ୧୫ରୁ ଏହି ଯୋଜନାରେ ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ମାସିକ ୧୨ ଶହ ଟଙ୍କା ସହାୟତା ପ୍ରଦାନ କରାଯିବ।