ରାଜ୍ୟ

ରାଜଧାନୀରେ କୃଷ୍ଣଙ୍କ ଶକ୍ତି ପ୍ରଦର୍ଶନ: ଖଣି ଲୁଟିଥିବା ପରିବାରକୁ ଶ୍ରୀକାନ୍ତଙ୍କ ଟାର୍ଗେଟ

ରାଜଧାନୀରେ କୃଷ୍ଣଙ୍କ ଶକ୍ତି ପ୍ରଦର୍ଶନ: ଖଣି ଲୁଟିଥିବା ପରିବାରକୁ ଶ୍ରୀକାନ୍ତଙ୍କ ଟାର୍ଗେଟ

ଭୁବନେଶ୍ୱର, ୭।୧୨(ବ୍ୟୁରୋ)- କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେବା ପରେ କୃଷ୍ଣଚନ୍ଦ୍ର ସଗରିଆ ରାଜଧାନୀରେ ଗୁରୁବାର ଶକ୍ତି ପ୍ରଦର୍ଶନ କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ସାମାଜିକ ନ୍ୟାୟ ଅଭିଯାନ ଦ୍ୱାରା ଆୟୋଜିତ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁଜନ ବିରୋଧୀ ନୀତିକୁ ସମାଲୋଚନା କରିଛନ୍ତି।

କଟକରେ ଶୁଭିଲା ଦାମଙ୍କ ଗର୍ଜନ: ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଦୁର୍ନୀତିର ଖଳନାୟକ

କଟକରେ ଶୁଭିଲା ଦାମଙ୍କ ଗର୍ଜନ: ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଦୁର୍ନୀତିର ଖଳନାୟକ

କଟକ ଅଫିସ, ୭।୧୨- ରାଜ୍ୟରେ ଏକ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଆଉ ଖୋଦ୍‌ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦୁର୍ନୀତିର ଖଳନାୟକ। ମୁଁ ଦୁର୍ନୀତିକୁ ବିରୋଧ କରିବାରୁ ମୋତେ ମନ୍ତ୍ରିମଣ୍ଡଳ ଓ ଶେଷରେ ଦଳରୁ ବହିଷ୍କୃତ ହେବାକୁ ପଡ଼ିଲା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ। 

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ, ୭।୧୨- ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ବିରୋଧକରି ଗୁରୁବାର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ଜଣେ ପୂର୍ବତନ ଖବରଦାତା ତଥା ବିଶିଷ୍ଟ ସାମାଜିକ କର୍ମୀ ଭାସ୍କର ବାରିକଙ୍କ ପକ୍ଷରୁ ଏହି ମାମଲା ଦାଏର କରାଯାଇଛି। 

‘କଳା, କ୍ରୀଡା ଜିଲାକୁ ଦେଇଛି ପରିଚୟ’

‘କଳା, କ୍ରୀଡା ଜିଲାକୁ ଦେଇଛି ପରିଚୟ’

ବାରିପଦା ଅଫିସ,୭।୧୨- ଛଉ ନୃତ୍ୟ ସାଙ୍ଗକୁ  ସମ୍ପୃଦ୍ଧ କଳା ଓ କ୍ରୀଡା  ମୟୂରଭଞ୍ଜ ଜିଲାକୁ ବିଶ୍ୱ ଦରବାରରେ ପରିଚିତ କରାଇଛି।    ଏଠାକାର ଆଦିବସୀଙ୍କ  ପାରମ୍ପରିକ ନୃତ୍ୟ  ବେଶ ମନୋରମ। ଏଣୁ  ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବାକୁ ଆୟୋଜିତ ହେଉଛି ମୟୂରଭଞ୍ଜ ମହୋତ୍ସବ। 

କଂଗ୍ରେସ କନ୍ଦଳ: ପିସିସି ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ବାଦ୍‌

କଂଗ୍ରେସ କନ୍ଦଳ: ପିସିସି ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ବାଦ୍‌

ଭୁବନେଶ୍ୱର,୬।୧୨(ବ୍ୟୁରୋ)- ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନା ବାଦ୍‌ ପଡିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବକୁ ଏଆଇସିସିର ଅନୁମୋଦନ ମିଳିଛି। ତାଙ୍କ ବଦଳରେ ନିରଞ୍ଜନଙ୍କ ନିକଟତର ଗଣେଶ୍ୱର ବେହେରାଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। 

ସିଏମ୍‌ସିର ୩୮ତମ କାଉନ୍‌ସିଲ ବୈଠକ: ସମସ୍ୟାକୁ ନେଇ ଉଠିଲା ମିଳିତ ସ୍ବର

ସିଏମ୍‌ସିର ୩୮ତମ କାଉନ୍‌ସିଲ ବୈଠକ: ସମସ୍ୟାକୁ ନେଇ ଉଠିଲା ମିଳିତ ସ୍ବର

କଟକ ଅଫିସ,୬।୧୨- କଟକ ମହାନଗର ନିଗମ (ସିଏମ୍‌ସି)ର ୩୮ତମ କାଉନ୍‌ସିଲ ବୈଠକ ଗୁୁରବାର ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବଠାରୁ ଏହି ବୈଠକ ସମ୍ପୂର୍ଣ୍ଣ ଭିନ୍ନ ଥିଲା। କାର୍ଯ୍ୟକାଳ ସରି ଆସୁଥିବାବେଳେ ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ନେଇ ବୈଠକ ଆରମ୍ଭରୁ ବେଶ୍‌ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। 

କୋରାପୁଟରେ ଟିଡିପି ପର୍ଯ୍ୟବେକ୍ଷକ: ଓଡ଼ିଶାର ୫୨ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ଟିଡିପି

କୋରାପୁଟ,୬ା୧୨(ସ୍ବ.ପ୍ର.) : ଆଗାମୀ ସାଧାରଣ ନିର୍ବାଚନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଥିବା ତେଲୁଗୁ ଦେଶମ ପାର୍ଟି ଓଡ଼ିଶାର ନିଜ ମଞ୍ଜି ବୁଣିବ। ଗୁରୁବାର କୋରାପୁଟ ଅତିଥି ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଦାୟିତ୍ୱରେ ଥିବା ଟିଡିପି ପର୍ଯ୍ୟବେକ୍ଷକ ରାଜେଶ ପୁତୁରା ଏହା କହିଛନ୍ତି। 

ଜୟୀ ରାଜଗୁରୁ ବଳିଦାନ ଦିବସ ସମାରୋହ: ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଜୟୀ ରାଜଗୁରୁ ବଳିଦାନ ଦିବସ ସମାରୋହ: ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା ଅଫିସ,୬।୧୨: ଖୋର୍ଦ୍ଧା ସହରର ଗୀତା ଭବନ ସମ୍ମୁଖ ପଡ଼ିଆରେ ଜୟୀ ରାଜଗୁରୁଙ୍କର ୨୧୨ତମ ବଳିଦାନ ଦିବସ ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦ ଆନୁକୂଲ୍ୟରେ ଗଡ଼ଖୋର୍ଦ୍ଧା ଛକ ସମେତ ସହରରେ ଥିବା ସମସ୍ତ ସଂଗ୍ରାମୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଛି। ଅପରାହ୍ନରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ରୂପେ ଯୋଗ ଦେଇଛନ୍ତି। 

ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷାଦେଇ ଛାତ୍ର ପାସ୍‌, ଚିନ୍ତାରେ କଲେଜ କର୍ତ୍ତୃପକ୍ଷ

ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷାଦେଇ ଛାତ୍ର ପାସ୍‌, ଚିନ୍ତାରେ କଲେଜ କର୍ତ୍ତୃପକ୍ଷ

କଣ୍ଟାପଡ଼ା,୬।୧୨(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜନୈକ ଛାତ୍ର ନିଜ ନାମ ବଦଳାଇ ୨ଥର ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମୃକ୍ତ ଛାତ୍ର ୨ଟି ନାମରେ ଗୋବିନ୍ଦପୁର ମହାବିଦ୍ୟାଳୟର +୨ଛାତ୍ରଭାବେ ନାମ ଲେଖାଇଥିଲେ। କଲେଜ କର୍ତ୍ତୃପକ୍ଷ ଏହା ଜାଣିବାପରେ ଚିନ୍ତାରେ ପଡ଼ିଯାଇଛନ୍ତି।  

ବିରିବାଟି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

ବିରିବାଟି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

କଟକ ସଦର,୬।୧୨(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର ବିରିବାଟୀ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ କଟକ ଜିଆର୍‌ପି ପୋଲିସ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ଲାଗି କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

କମେଣ୍ଟ ମରାକୁ କେନ୍ଦ୍ରକରି ଗୋପ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ଧାରଣା

କମେଣ୍ଟ ମରାକୁ କେନ୍ଦ୍ରକରି ଗୋପ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ଧାରଣା

ଗୋପ,୬।୧୨(ଡି.ଏନ୍‌.ଏ.): ଗୋପ ମହାବିଦ୍ୟାଳୟରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଗୁରୁବାର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଘଟଣାକୁ ବିରୋଧ କରି ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ମାତ୍ର ଏଥିରେ କଲେଜ ଅଧ୍ୟକ୍ଷ ନୀରବ ରହିଥିବା ବେଳେ ପାଠପଢା ବନ୍ଦ ରହିଛି ।

ଜରପଡ଼ା ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ, ମୁଦି ଲୁଟ

ଜରପଡ଼ା ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ, ମୁଦି ଲୁଟ

ଛେଣ୍ଡିପଦା,୬।୧୨(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନାଠାରୁ୧ କିମି ଦୂର ଭାଗିରଥିପୁର ପଠାଣିବାଙ୍କ ସାହି ମଧ୍ୟରେ ଥିବା ଏକ ଆମ୍ବ ବଗିଚା ପାଖରେ ଗୁରୁବାର ସକାଳେ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ ହୋଇଛି। ୨ଜଣ ରାଜପଥ ଲୁଟେରା ଏକ ବାଇକ ଯୋଗେ ତାଙ୍କୁ ପିଛା କରି ଭୁଜାଲି ଏବଂ ଛୁରୀ ଦେଖାଇ ଭୟଭୀତ କରି ସୁନାଚେନ ଏବଂ ଦୁଇଟି ହାତ ମୁଦି ଲୁଟି ନେଇଥିବା ଜଣାପଡ଼ିଛି।

ଚନ୍ଦ୍ରବାହାଳ ଅଞ୍ଚଳରୁ ୫ ଶିଶୁପୁତ୍ର ଉଦ୍ଧାର

ଚନ୍ଦ୍ରବାହାଳ ଅଞ୍ଚଳରୁ ୫ ଶିଶୁପୁତ୍ର ଉଦ୍ଧାର

ଅନୁଗୋଳ ଅଫିସ,୬।୧୨: ଅନୁଗୋଳ ଉପକଣ୍ଠରେ ଥିବା ଚନ୍ଦ୍ରବାହଳ ନିକଟରୁ ଗୁରୁବାର ୫ଜଣ ଶିଶିପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଅନୁଗୋଳ ସିଡବ୍ଲୁସି ପକ୍ଷରୁ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ଘରେ ଚଢ଼ାଉ କରାଯାଇ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଦାରିଙ୍ଗବାଡିରେ ମାଓବାଦୀ ପୋଷ୍ଟର

ଦାରିଙ୍ଗବାଡିରେ ମାଓବାଦୀ ପୋଷ୍ଟର

ଦାରିଙ୍ଗବାଡ଼ି,୬।୧୨(ଡି.ଏନ.ଏ)-କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା  ଅଞ୍ଚଳ କିରିକୁଟିର ଶୁଦ୍ଧାନନ୍ଦ ଆଶ୍ରମ ଏବଂ ପାଟାଙ୍ଗି ନିକଟରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଲାଗିଛି।

ରାଜଗାଙ୍ଗପୁର ଥାନାରେ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା, ଶୀତବସ୍ତ୍ର ସୂତାରେ ରଶି ଲଗାଇଥିବା କହିଲା ପୋଲିସ

ରାଜଗାଙ୍ଗପୁର ଥାନାରେ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା, ଶୀତବସ୍ତ୍ର ସୂତାରେ ରଶି ଲଗାଇଥିବା କହିଲା ପୋଲିସ

ସୁନ୍ଦରଗଡ଼,୬।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନାରେ ବୁଧବାର ରାତି ପ୍ରାୟ ୧୦ଟାରେ ଏକ ଠକେଇ ଘଟଣାରେ ତଦନ୍ତ ପାଇଁ ଅଣାଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କୁତ୍ରା ଥାନା ରାଏକାକଚ୍ଛାର ଗ୍ରାମର ଜୟ କୁମାର ଲାକ୍ରା(୩୦)।

ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ମୋଦି, ଶେଷ ସପ୍ତାହରେ ଆସିବେ ରାହୁଲ ଗାନ୍ଧୀ

ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ମୋଦି, ଶେଷ ସପ୍ତାହରେ ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର, ୬।୧୨(ବ୍ୟୁରୋ): ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଡିସେମ୍ବର ୨୪ରେ ତାଙ୍କର ଖୋର୍ଦ୍ଧା ଆସିବା କାର୍ଯ୍ୟକ୍ରମ ରହିଛି। ଏନେଇ ନିଶ୍ଚିନ୍ତକୋଇଲି ଜନସମ୍ପର୍କ ପଦଯାତ୍ରାରେ ରାଜ୍ୟ ଭାଜପା ପ୍ରଭାରି ଅରୁଣ ସିଂ ଗୁରୁବାର ସୂଚନା ଦେଇଛନ୍ତି।

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: କାରଣ ଅସ୍ପଷ୍ଟ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: କାରଣ ଅସ୍ପଷ୍ଟ

କଣ୍ଟାପଡା, ୬।୧୨(ଡି.ଏନ୍‌.ଏ.): ଅଡଶପୁରସ୍ଥିତ କଟକସଦର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ବୁଧବାର ରାତି ୧୨ଟାବେଳେ ଅଡଶପୁରର ଜଣେ ଯୁବକଙ୍କୁ ସଂଘବଦ୍ଧଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। 

ପିପିଏଲ୍‌କୁ ଶ୍ରେଷ୍ଠ ଡିଏପି ପ୍ଲାଣ୍ଟ ସମ୍ମାନ

ପିପିଏଲ୍‌କୁ ଶ୍ରେଷ୍ଠ ଡିଏପି ପ୍ଲାଣ୍ଟ ସମ୍ମାନ

ପାରାଦୀପ,୬।୧୨(ସ୍ବ.ପ୍ର.): ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍‌(ପିପିଏଲ୍‌) କାରଖାନାକୁ ବୁଧବାର ସନ୍ଧ୍ୟାରେ ଶ୍ରେଷ୍ଠ ଡିଏପି ପ୍ଲାଣ୍ଟ ଭାବେ ମାନ୍ୟତା ମିଳିବା ସହ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ଭାରତୀୟ ଫଟିଲାଇଜର ସଂଘର ବାର୍ଷିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। 

ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ବରଗଡ଼ ଅଫିସ୍‌/ବିଜେପୁର,୬।୧୨: ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ସ୍ବାମୀଙ୍କ ସମ୍ମୁଖରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି।

ବାଲିଗୁଡ଼ାରେ ଘନ ଘନ ବିଦ୍ୟୁତ୍‌ ବିଭ୍ରାଟ: ହକି ପ୍ରେମୀ ନିରାଶ

ବାଲିଗୁଡ଼ାରେ ଘନ ଘନ ବିଦ୍ୟୁତ୍‌ ବିଭ୍ରାଟ: ହକି ପ୍ରେମୀ ନିରାଶ

ବାଲିଗୁଡ଼ା, ୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଓଡ଼ିଶାର ସର୍ବବୃହତ୍ତ ଉପଖଣ୍ଡ ରୂପେ ପରିଗଣିତ, ହେଲେ ଏହି ଉପଖଣ୍ଡର ପ୍ରତ୍ୟେକ ଅଞ୍ଚଳରେ ଦିନ ତମାମ୍‌ ବିଦ୍ୟୁତ୍‌ର ଲୁଚକାଳି ସାଙ୍ଗକୁ ପ୍ରତିଦିନ ସନ୍ଧ୍ୟା ୭ଟାରୁ ୮ଟା ଏକ ଘଣ୍ଟା ଧରି ବିଦ୍ୟୁତ କାଟ କରାଯାଉଛି। ଯାହା ଫଳରେ ସନ୍ଧ୍ୟା ସମୟରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ଓ ବର୍ତ୍ତମାନ ଚାଲିଥିବା ବିଶ୍ୱକପ୍‌ ହକି ଖେଳ ଦେଖିବାରୁ ମଧ୍ୟ ନିରାଶ ହେଉଥିବା ସାଙ୍ଗକୁ ସନ୍ଧ୍ୟାରେ ବଜାର ଗହଳି ହେଉଛି। 

୫୬ତମ ପ୍ରତିଷ୍ଠା ଉତ୍ସବ, ଗୃହରକ୍ଷୀଙ୍କ ନିଃସ୍ବାର୍ଥପର ସେବା ପ୍ରଶଂସନୀୟ

୫୬ତମ ପ୍ରତିଷ୍ଠା ଉତ୍ସବ, ଗୃହରକ୍ଷୀଙ୍କ ନିଃସ୍ବାର୍ଥପର ସେବା ପ୍ରଶଂସନୀୟ

ପୁରୀ ଅଫିସ,୬।୧୨: ୫୬ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ଗୁରୁବାର ପୋଲିସ ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। 

ତିଲୋରୀରେ ଗ୍ରାମସଭା, ପାରିତ ହେଲା ଶତାଧିକ ପ୍ରକଳ୍ପ

ତିଲୋରୀରେ ଗ୍ରାମସଭା, ପାରିତ ହେଲା ଶତାଧିକ ପ୍ରକଳ୍ପ

ଦାରିଙ୍ଗବାଡ଼ି,୬।୧୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ତିଲୋରୀ ପଞ୍ଚାୟତରେ ବୁଧବାର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛିା 

ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗ:ସହଯୋଗ ଲୋଡ଼ିବ ବିଜେଡି

ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗ:ସହଯୋଗ ଲୋଡ଼ିବ ବିଜେଡି

ଭୁବନେଶ୍ୱର,୬ା୧୨(ବ୍ୟୁରୋ):ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନ ସଂସ୍ଥା ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଉ। ଏହି ମର୍ମରେ ସରକାର ବିଧାନସଭାରେ ସର୍ବସମ୍ମତ କ୍ରମେ ସଂକଳ୍ପ ପ୍ରସ୍ତାବ ଗୃହୀତ କରିଛନ୍ତି। 

ବିଜାତଳା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ବିଜାତଳା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ବାରିପଦା ଅଫିସ, ୬।୧୨- ମୟୁରଭଞ୍ଜ ଜିଲା ବିଜାତଳା ବ୍ଲକ ଅଧୀନ ୩୨ନଂ ଜିଲାପରିଷଦ ଜୋନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମୋଟ ୮୨ଟି ବୁଥରେ ମତଦାନ ହେଉଛି।