ରାଜ୍ୟ

ମାଓବାଦୀ ମୁକାବିଲା ପାଇଁ ଆନ୍ଧ୍ର, ଓଡ଼ିଶା ଡିଜିପିଙ୍କ ବୈଠକ, କୋମ୍ବିଂ ଅପରେଶନ ବୃଦ୍ଧି କରାଯିବ

ମାଓବାଦୀ ମୁକାବିଲା ପାଇଁ ଆନ୍ଧ୍ର, ଓଡ଼ିଶା ଡିଜିପିଙ୍କ ବୈଠକ, କୋମ୍ବିଂ ଅପରେଶନ ବୃଦ୍ଧି କରାଯିବ

ଭୁବନେଶ୍ୱର, ୬।୧୦(ବ୍ୟୁରୋ)- ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ଉଭୟ ରାଜ୍ୟର ପୋଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ବୃଦ୍ଧି କରାଯିବାକୁ ଗୁରୁତ୍ୱ ଦିଆଯାଇଛି। 

ଛାତ୍ର ସଂସଦ ନିର୍ବାଚନକୁ ନେଇ ଶ୍ରମଶକ୍ତି କଲେଜ କ୍ୟାମ୍ପସ ଅଶାନ୍ତ: ଭଙ୍ଗାରୁଜା

ଛାତ୍ର ସଂସଦ ନିର୍ବାଚନକୁ ନେଇ ଶ୍ରମଶକ୍ତି କଲେଜ କ୍ୟାମ୍ପସ ଅଶାନ୍ତ: ଭଙ୍ଗାରୁଜା

କୁଆଁରମୁଣ୍ଡା,୫।୧୦(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରସ୍ଥିତ ଶ୍ରମଶକ୍ତି କଲେଜରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନରେ ନାମାଙ୍କନ ଦାଖଲ କରିଥିବା ସମସ୍ତ +୩ ଛାତ୍ରୀଛାତ୍ରଙ୍କ ପ୍ରାର୍ଥିତ୍ୱ ନାକଚ ହୋଇଯାଇଥିବାରୁ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କଲେଜ ସୂଚନା ଫଳକରୁ ପ୍ରାର୍ଥିତ୍ୱ ନାକଚ ହୋଇଯାଇଥିବା ଜାଣିବା ପରେ ଆଶାୟୀ ପ୍ରାର୍ଥୀମାନେ କଲେଜ ପରିସରରେ ଭଙ୍ଗାରୁଜା କରିଥିଲେ। କଲେଜ ସମ୍ମୁଖ ରାସ୍ତାରେ ଟାୟାର ଜାଳିଥିଲେ। କିଛି 

ଧାନ ଫସଲରେ ପୋକ: ଚାଷୀ ମୁଣ୍ଡରେ ଚଡ଼କ

ଧାନ ଫସଲରେ ପୋକ: ଚାଷୀ ମୁଣ୍ଡରେ ଚଡ଼କ

ଭାପୁର,୫।୧୦(ଡି.ଏନ.ଏ.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅଞ୍ଚଳରେ ଧାନ ଫସଲରେ ପୋକ ଲାଗିବା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଧାନ ଫସଲ ଅମଳ ହେବା ବେଳକୁ ଏହି ରୋଗପୋକ ଚାଷୀଙ୍କୁ ହତାଶ କରିଛି।

ଡେରାବିଶ୍‌ରେ ଅଜଣା ଜନ୍ତୁ ଆତଙ୍କ:୧୨ମେଣ୍ଢା ମୃତ

ଡେରାବିଶ୍‌ରେ ଅଜଣା ଜନ୍ତୁ ଆତଙ୍କ:୧୨ମେଣ୍ଢା ମୃତ

ଡେରାବିଶ,୫।୧୦(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମରେ ଅଜଣା ଜନ୍ତୁଙ୍କ ଆତଙ୍କ ଦେଖାଦେଇଛି। ଗୁରୁବାର ରାତିରେ ଗ୍ରାମର ଭ୍ରମରବର ସ୍ବାଇଁଙ୍କ ଗୁହାଳରେ ଥିବା ମେଣ୍ଢାଙ୍କ ମଧ୍ୟରୁ ୧୨ ମେଣ୍ଢାଙ୍କ ମୃତ୍ୟୁ ହୋଇଛି।   

ରଣପୁର ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ରଣପୁର ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ରଣପୁର,୫।୧୦(ସ୍ବ.ପ୍ର.)-ନୟାଗଡ ଜିଲା ରାଜସୁନାଖଳା କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯିବା ସହ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। 

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ତ୍ରିମୁଖୀ ଲଢ଼େଇ

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ତ୍ରିମୁଖୀ ଲଢ଼େଇ

ନିରାକାରପୁର, ୫।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ବିଜ୍ଞାନ ମହାବିଦ୍ୟାଳୟରେ ଗତ ବୁଧବାର ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରାଯାଇଥିବାବେଳେ ଗୁରୁବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ବିଭିନ୍ନ ପଦବୀ ଲାଗି ୩୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। 

ପ୍ଲାଟଫର୍ମକୁ ଢଳିଗଲା ମାଲବୋଝେଇ ଟ୍ରେନ,ଭାଙ୍ଗିଗଲା ଯାତ୍ରୀଙ୍କ ରେଷ୍ଟ ଶେଡ୍‌

ପ୍ଲାଟଫର୍ମକୁ ଢଳିଗଲା ମାଲବୋଝେଇ ଟ୍ରେନ,ଭାଙ୍ଗିଗଲା ଯାତ୍ରୀଙ୍କ ରେଷ୍ଟ ଶେଡ୍‌

ଯାଜପୁରରୋଡ,୫।୧୧(ନି.ପ୍ର.)-ପୂର୍ବତଟ ରେଳବାଇ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରେଳ ଷ୍ଟେଶନରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଏକ ମାଲବୋଝେଇ ଟ୍ରେନ ଧାମରାରୁ ପାରାଦୀପ ଯାଉଥିବାବେଳେ ୩ ନମ୍ବର ପ୍ଲାଟଫର୍ମ ଯାତ୍ରୀଙ୍କ ରେଷ୍ଟ ଶେଡ୍‌ ଆଡକୁ ଢଳିଯାଇ ଖୁବ୍‌ ଯୋରରେ ବାଡୋଇ ହୋଇଯାଇଥିଲା।

୨୦୧୯ ନିର୍ବାଚନ ଜିତିବ ବିଜେଡି

୨୦୧୯ ନିର୍ବାଚନ ଜିତିବ ବିଜେଡି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସର୍ଭେ ଚାଲୁ ରହିବ। କେଉଁ ସର୍ଭେରେ କେଉଁ ଦଳ ଆଗରେ ରହିବ, କେଉଁ ଦଳ ପଛରେ ରହିବ ସେ ବିଷୟରେ କୌଣସି ସ୍ଥିରତା ନ ଥାଏ। ଅତିତରେ ଅନେକ ସର୍ଭେ ଭୁଲ ପ୍ରମାଣିତ ହୋଇଛି। 

୧୨ ଘଣ୍ଟିଆ ଭୁବନ ବନ୍ଦ: ଜୀବନଯାତ୍ରା ଠପ୍‌

୧୨ ଘଣ୍ଟିଆ ଭୁବନ ବନ୍ଦ: ଜୀବନଯାତ୍ରା ଠପ୍‌

ଭୁବନ, ୫।୧୦(ଡି.ଏନ୍‌.ଏ.)-ଅଞ୍ଚଳର ୮ ପ୍ରମୁଖ ସମସ୍ୟା ସମାଧାନ ଦାବିରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଦଳଗତ ନିର୍ବିଶେଷରେ ବନ୍ଦ ପାଳନକୁ ମିଳିଛି ସବୁଆଡ଼ୁ ବିପୁଳ ସମର୍ଥନ। ଏହାଯୋଗୁ ଅଞ୍ଚଳର ଜୀବନଯାତ୍ରା ଠପ୍‌ ହୋଇଯାଇଛି।

ପୁରୀରୁ ମୋଦି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ପୁରୀରୁ ମୋଦି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି। ଶୁକ୍ରବାର ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା।

ବିଧାନସଭା ଉତ୍ତରରୁ ସ୍ପଷ୍ଟ: ସଚିବାଳୟ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନିୟମର ଖୋଲା ଉଲ୍ଲଂଘନ

ବିଧାନସଭା ଉତ୍ତରରୁ ସ୍ପଷ୍ଟ: ସଚିବାଳୟ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନିୟମର ଖୋଲା ଉଲ୍ଲଂଘନ

ଭୁବନେଶ୍ୱର,୫।୧୦(ବ୍ୟୁରୋ)-ସଚିବାଳୟ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ  ପ୍ରଶାସନରେ ସ୍ବଚ୍ଛତା ଆଣିବା ନେଇ ଗୃହ ବିଭାଗ ଦ୍ୱାରା  ୨୦୧୭ ଫେବୃୟାରୀରେ ପ୍ରଣୟନ ହୋଇଥିବା ନୂତନ ବଦଳି ନୀତି ଲକ୍ଷ୍ୟ ଓ ଆଭିମୁଖ୍ୟଠାରୁ ବହୁ ଦୂରେଇଯାଇଛି। ଏମିତି କି ନିଜେ ପ୍ରସ୍ତୁତ କରିଥିବା ନୀତିକୁ ଗୃହବିଭାଗ କଦର୍ଥ କରିବାକୁ  ପଛଘୁଞ୍ଚା ଦେଉନାହିଁ।

ମାଉସୀ ପୁତୁରାଙ୍କ ଆତ୍ମହତ୍ୟା, ନିର୍ମାଣାଧିନ କୋଠା ପରିସରରୁ ମୃତଦେହ ଉଦ୍ଧାର

ମାଉସୀ ପୁତୁରାଙ୍କ ଆତ୍ମହତ୍ୟା, ନିର୍ମାଣାଧିନ କୋଠା ପରିସରରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଲୁମ୍ବିନି ବିହାର ଅଞ୍ଚଳରେ ଥିବା ଏକ ନିର୍ମାଣାଧିନ କୋଠା ପରିସରରୁ ଶୁକ୍ରବାର ଯୁବତୀଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ଆସନ୍ତା ୯ରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ, ବକୂଳବନରେ ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲାପାଳ

ଆସନ୍ତା ୯ରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ, ବକୂଳବନରେ ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲାପାଳ

ସାକ୍ଷୀଗୋପାଳ, ୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ହେବ ଓଡିଆ ବିଶ୍ବ ବିଦ୍ୟାଳୟ। ଉତ୍କଳମଣି ଗୋପବନ୍ଧୁ ଦାଶ ଓ ପଞ୍ଚସଖାଙ୍କ କର୍ମଭୂମୀ ବନବିଦ୍ୟାଳୟ ପୁଣି ଚଳଚଞ୍ଚଳ ହୋଇ ଉଠିବ। ଓଡିଆ ଭାଷା, ସାହିତ୍ୟ ସଂସ୍କୃତିର ଉଚ୍ଚତର ଗବେଷଣା କ୍ଷେତ୍ରରେ ଏହା କାମ କରିବ । ଆଗାମୀ ୯ ତାରିଖ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବେ।

ଶ୍ରୀମନ୍ଦିର କାନ୍ଥରେ ଲାଗିଲା ପୋଷ୍ଟର

ଶ୍ରୀମନ୍ଦିର କାନ୍ଥରେ ଲାଗିଲା ପୋଷ୍ଟର

ପୁରୀ ଅଫିସ,୫।୧୦ : ପୁଣି କିଛିଦିନ ବ୍ୟବଧାନରେ ଶ୍ରୀମନ୍ଦିର କାନ୍ଥରେ ଲାଗିଛି ପୋଷ୍ଟର । ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଏହି ପୋଷ୍ଟର ଲଗାଯାଇଛି । 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୪୬ ପଞ୍ଚାୟତ ପାଇଁ ୫୭.୧୦ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୪୬ ପଞ୍ଚାୟତ ପାଇଁ ୫୭.୧୦ କୋଟି ମଞ୍ଜୁର

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୦ ଜିଲାର ୧୧ଟି ବ୍ଲକ  ପାଇଁ ୫୭.୧୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ବିଷାକ୍ତ ଖାଦ୍ୟ ଖାଇ ୯ ଶ୍ରମିକ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୯ ଶ୍ରମିକ ଅସୁସ୍ଥ

ବିରଜାକ୍ଷେତ୍ର,୫।୧୦(ଡି.ଏନ୍‌.ଏ.): ଯାଜପୁର ସହର ବୈତରଣୀ ନଦୀ ଆରପଟ ବରାହ ମନ୍ଦିର ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ସକାଶେ ପଛପଟେ ହେଉଥିବା କାର୍ଯ୍ୟ ସମୟରେ ଶୁକ୍ରବାର ୯ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। 

ପାଣିରେ ବୁଡ଼ିଯାଇ ଦମ୍ପତି ମୃତ

ପାଣିରେ ବୁଡ଼ିଯାଇ ଦମ୍ପତି ମୃତ

ଦେବଗଡ଼, ୫।୧୦ (ସ୍ବ.ପ୍ର.)-ଦେବଗଡ଼ ଜିଲା କୁଣ୍ଢେଇଗୋଲା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଧୀରମୁଣ୍ଡା (ଅହଲ୍ୟାଛକ)ରେ ରହୁଥିବା  ବୃଦ୍ଧ ଦମ୍ପତି ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ରେଙ୍ଗାଲି ଜଳଭଣ୍ଡାର ତଳକୁ ମାଛ ମାରିବାକୁ ଯାଇଥିବାବେଳେ ପାଣିରେ  ବୁଡ଼ି ନିଖୋଜ ହୋଇଯାଇଥିଲେ। ଗ୍ରାମବାସୀ ସେମାନଙ୍କ ମୃତଦେହ ପାଣିରେ ଭାସୁଥିବା ଖବର ପାଇ ପୋଲିସକୁ ଜଣାଇଥିଲେ। ଶୁକ୍ରବାର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ହେଲେ ଦ୍ୱାରି ନାଏକ (୬୦) ତାଙ୍କ ପତ୍ନୀ ଚାନ୍ଦିନୀ।

ବିଷାକ୍ତ ସାପ କାମୁଡାରେ ନଣନ୍ଦ ଭାଉଜଙ୍କ ମୃତ୍ୟୁ

ବିଷାକ୍ତ ସାପ କାମୁଡାରେ ନଣନ୍ଦ ଭାଉଜଙ୍କ ମୃତ୍ୟୁ

ବୁର୍ଲା, ୫।୧୦ (ଡି.ଏନ.ଏ)
ବିଷାକ୍ତ ସାପ କାମୁଡାରେ ନଣନ୍ଦ ଓ ଭାଉଜ ୨ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ, ସେମାନଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ମମତା ସାହୁ (୨୬), ଅନୀତା ସାହୁ (୨୧) । ମେଡିକାଲ ଫାଣ୍ଡି ପୋଲିସ ଖବର ପାଇ ଉଭୟ ନଣନ୍ଦ ଓ ଭାଉଜଙ୍କ ମୃତଦେହକୁ ଜବତ କରିଛି।  ଏ ନେଇ ପୃଥକ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦେବଗଡ଼ରେ ଛାତ୍ରଙ୍କ ଆମରଣ ଅନଶନ ୨ୟ ଦିନରେ: ପ୍ରଶାନ୍ତ ବେହେରା ହସ୍‌ପିଟାଲରେ ଭର୍ତ୍ତି

ଦେବଗଡ଼ରେ ଛାତ୍ରଙ୍କ ଆମରଣ ଅନଶନ ୨ୟ ଦିନରେ: ପ୍ରଶାନ୍ତ ବେହେରା ହସ୍‌ପିଟାଲରେ ଭର୍ତ୍ତି

ଦେବଗଡ଼,୫।୧୦(ସ୍ବ.ପ୍ର.)- ଦେବଗଡ଼ କଲେଜର ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ କର୍ତ୍ତୃପକ୍ଷ ବିନା କୌଣସି ଯୁକ୍ତିଯୁକ୍ତ କାରଣ ଦର୍ଶାଇ ସାଇନ-ଏ-ଡାଇ ଘୋଷଣା କରିଥିବା ଅଭିଯୋଗ କରି ଛାତ୍ରମାନେ ଗୁରୁବାରଠାରୁ ଆମରଣ ଅନଶନରେ ବସିଛନ୍ତି। ଶୁକ୍ରବାର ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଥିବାବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ ପ୍ରଶାନ୍ତ ବେହେରା। ଛାତ୍ରମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆସି ନ ଥିଲା। ପରେ ଦମକଳ ଗାଡ଼ି ସାହାର୍ଯ୍ୟରେ ଡାକ୍ତରଖାନା 

କଂଗ୍ରେସ ଯୁବନେତାଙ୍କ ବିରୋଧରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

କଂଗ୍ରେସ ଯୁବନେତାଙ୍କ ବିରୋଧରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଝାରସୁଗୁଡ଼ା ଅଫିସ,୫।୧୦- ଝାରସୁଗୁଡ଼ା ଜିଲା ବ୍ରଜରାଜନଗରଠାରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଗିଯୋଗ ହୋଇଛି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବମୋର୍ଚ୍ଚା ସଭାପତି ଅମନ ଘୋଷ ଯୁବତୀଙ୍କୁ ଅସଦାଚାରଣ କରିଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ. ୨୨୦/୧୮) ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିଶ୍ୱାମିତ୍ର ହରିପାଲ କହିଛନ୍ତି। ଅଭିଯୋଗ ମୁତାବକ, ବ୍ରଜରାଜନଗର 

ମୃତ୍ୟୁଦଣ୍ଡ ଧମକ ପୋଷ୍ଟର, ଲୋକେ ଆତଙ୍କିତ

ମୃତ୍ୟୁଦଣ୍ଡ ଧମକ ପୋଷ୍ଟର, ଲୋକେ ଆତଙ୍କିତ

ମାଥିଲି, ୫।୧୦ (ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରଠାରୁ ୧ କିମି ଦୂର ମୁଣ୍ତାଗୁଡା ଛକଠାରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟରକୁ ମାଓବାଦୀମାନେ ନା ଅନ୍ୟ କେହି ଲଗାଇଛନ୍ତି ସେ ନେଇ ମାଥିଲି ପୋଲିସ ତଦନ୍ତ କରୁଛି। 

ଏୟାର ଓଡ଼ିଶା ହାତରେ ବନ୍ଧାପଡ଼ିଛି ‘ଉଡାନ୍‌’: ବିମାନ ଉଡୁଛି କମ୍‌, ବନ୍ଦ ହେଉଛି ବେଶି

ଏୟାର ଓଡ଼ିଶା ହାତରେ ବନ୍ଧାପଡ଼ିଛି ‘ଉଡାନ୍‌’: ବିମାନ ଉଡୁଛି କମ୍‌, ବନ୍ଦ ହେଉଛି ବେଶି

ଝାରସୁଗୁଡ଼ା ଅଫିସ,୫।୧୦- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦରରୁ ଉଡାନ୍‌ ଯୋଜନାରେ ବିମାନ ସେବା ପ୍ରଦାନ କରିବାକୁ ସୁଯୋଗ ପାଇଥିବା ଏୟାର ଓଡ଼ିଶା ଚାଲୁଛି କମ୍‌ ବନ୍ଦ ହେଉଛି ଅଧିକ। ଦୁଇ ଚାରିଦିନ ଚାଲିବା ପରେ ମଙ୍ଗଳବାରଠାରୁ ପୁଣି ଉଡ଼ାଣ ବନ୍ଦ କରିଛି ଏୟାର ଓଡ଼ିଶା। ପ୍ରଥମେ ଦୁଇଦିନ ବନ୍ଦ ରହିବ ବୋଲି କୁହାଯାଇଥିଲା। କିନ୍ତୁ ବିମାନ ସେବା ଗୁରୁବାର ମଧ୍ୟ ବନ୍ଦ ରହିଛି। ତେବେ କେଉଁ କାରଣରୁ ଏୟାର ଓଡ଼ିଶା ଉଡ଼ାଣ ବନ୍ଦ କରିଛି ସେ ସମ୍ପର୍କରେ କାହାରି ପାଖରେ 

ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ମାଠିଆର ଜବାବ ରଖିଲେ ଧର୍ମେନ୍ଦ୍ର: ବିଜେଡି ଭଙ୍ଗା ମାଠିଆ

ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ମାଠିଆର ଜବାବ ରଖିଲେ ଧର୍ମେନ୍ଦ୍ର: ବିଜେଡି ଭଙ୍ଗା ମାଠିଆ

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ରରେ ସରକାର ଗଢ଼ିବା ପୂର୍ବରୁ ଭାଜପା ଓଡିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏ ପର୍ଯ୍ୟନ୍ତ ପୂରଣ କରିନାହିଁ। 

ଉଜ୍ଜ୍ୱଳା ଦୁର୍ନୀତି, ରନ୍ଧନ ଗ୍ୟାସ୍‌ ମୂଲ୍ୟବୃଦ୍ଧି ପ୍ରସଙ୍ଗ:  ଆଇଓସିଏଲ୍‌ ଅଫିସ୍‌ ଆଗରେ ମହିଳା ବିଜେଡିର ବିକ୍ଷୋଭ

ଉଜ୍ଜ୍ୱଳା ଦୁର୍ନୀତି, ରନ୍ଧନ ଗ୍ୟାସ୍‌ ମୂଲ୍ୟବୃଦ୍ଧି ପ୍ରସଙ୍ଗ: ଆଇଓସିଏଲ୍‌ ଅଫିସ୍‌ ଆଗରେ ମହିଳା ବିଜେଡିର ବିକ୍ଷୋଭ

ଭୁବନେଶ୍ୱର,୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବହୁପ୍ରଚାରିତ ଉଜ୍ଜ୍ୱଳା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିଟି ଗରିବ ଏବଂ ମଧ୍ୟବିତ୍ତ ପରିବାର ଚୁଲିକୁ ମାଡ଼ ସଦୃଶ ବୋଲି ଅଭିଯୋଗ ଆଣିଛି ବିଜୁ ମହିଳା ଜନତା ଦଳ।