ରାଜ୍ୟ

ଶୁକ୍ରବାର ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଶୁକ୍ରବାର ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ ଅଫିସ, ୧୧।୧୦- ମାଡ଼ ଘଟଣାକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ୪୩ ଦିନରେ ପହଞ୍ଚତ୍ଛି। ଏହି ଆନ୍ଦୋଳନ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତଦିନ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। 

ବର୍ଜ୍ୟବସ୍ତୁ ପରିଚାଳନା: ଏସ୍‌ସିବିକୁ ମିଳିଲା ଅନୁମତି

ବର୍ଜ୍ୟବସ୍ତୁ ପରିଚାଳନା: ଏସ୍‌ସିବିକୁ ମିଳିଲା ଅନୁମତି

କଟକ ଅଫିସ, ୧୧।୧୦- ଏସ୍‌ସିବି ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୭ ମାସ ପରେ ମିଳିଛି ଅନୁମତି। ୨୦୧୬ ଫେବୃୟାରୀ ୬ରେ ଏସ୍‌ସିବି ମେଡିକାଲକୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ଦେଇଥିଲା।  

ଦିନ ତମାମ ତିତ୍‌ଲି ଭୟ :କଟକରେ ହଠାତ୍‌ ବଢ଼ିଗଲା ଦର

ଦିନ ତମାମ ତିତ୍‌ଲି ଭୟ :କଟକରେ ହଠାତ୍‌ ବଢ଼ିଗଲା ଦର

କଟକ ଅଫିସ,୧୧।୧୦- ସମ୍ଭାବ୍ୟ ବାତ୍ୟା ‘ତିତ୍‌ଲି’କୁ ନେଇ କଟକ ସହରରେ ଗୁରୁବାର ଦିନସାରା ଲାଗିରହିଥିଲା ଭୟ ଓ ଚର୍ଚ୍ଚା। ଏହାର ପ୍ରଭାବ ସହରର ଦୋକାନ ବଜାର ଉପରେ ପଡ଼ିଥିଲା। ସକାଳୁ କୋହଲା ପାଗକୁ ଝିପିଝିପି ବର୍ଷା ଜାରି ରହିଥିବାବେଳେ କାଁଭାଁ ଗ୍ରାହକଙ୍କୁ ଦେଖି ଦୋକାନୀମାନେ ବ୍ୟବସାୟକୁ ନେଇ ଦ୍ୱନ୍ଦ୍ୱରେ ରହିଥିଲେ। 

୩୦୦ ଟଙ୍କା ଲାଞ୍ଚ ପାଇଁ ପୂର୍ବତନ ଆର୍‌ଆଇଙ୍କୁ ୩ ବର୍ଷ ଜେଲ୍‌

୩୦୦ ଟଙ୍କା ଲାଞ୍ଚ ପାଇଁ ପୂର୍ବତନ ଆର୍‌ଆଇଙ୍କୁ ୩ ବର୍ଷ ଜେଲ୍‌

କଟକ ଅଫିସ, ୧୧।୧୦- ୩୦୦ ଟଙ୍କା ଲାଞ୍ଚ ପାଇଁ ୩ ବର୍ଷ ସଶ୍ରମ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ପୂର୍ବତନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ରଘୁପତି ନନ୍ଦ। ଜରିମାନା ଅନାଆଦାୟ ହେଲେ ତାଙ୍କୁ ଅଧିକ ୪ ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଶ୍ୟାମସୁନ୍ଦର ଦାସ ଆଗତ ଏକ ଲାଞ୍ଚ ମାମଲାର ଶୁଣାଣି କରି ଏହି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। 

ବାତ୍ୟା ସ୍ଥିତି ସମୀକ୍ଷା କଲେ କଟକ ଜିଲାପାଳ

ବାତ୍ୟା ସ୍ଥିତି ସମୀକ୍ଷା କଲେ କଟକ ଜିଲାପାଳ

କଟକ ଅଫିସ, ୧୧।୧୦- ବାତ୍ୟା ‘ତିତ୍‌ଲି’ ଓ ଏହା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ହୋଇଛି। ବୁଧବାର ଏନେଇ ଜିଲାପାଳଙ୍କ କର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। 

ପୂଜା ପୂର୍ବରୁ ପୋଲିସର ସ୍ବତନ୍ତ୍ର ଅପରେଶନ:୩୨୭ ଗିରଫ, ବିପୁଳ ଟଙ୍କା ସହ ୬ ବନ୍ଧୁକ ଜବତ

ପୂଜା ପୂର୍ବରୁ ପୋଲିସର ସ୍ବତନ୍ତ୍ର ଅପରେଶନ:୩୨୭ ଗିରଫ, ବିପୁଳ ଟଙ୍କା ସହ ୬ ବନ୍ଧୁକ ଜବତ

କଟକ ଅଫିସ,୧୧।୧୦- ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଦିନରେ ରାଜ୍ୟରେ ମୋଟ ୩୨୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ଟଙ୍କା ଓ ୬ଟି ବନ୍ଧୁକ ଜବତ କରାଯାଇଛି।

ଉପହାରରେ ୨ ଜଳହସ୍ତୀ ଦେଲା ନନ୍ଦନକାନନ

ଉପହାରରେ ୨ ଜଳହସ୍ତୀ ଦେଲା ନନ୍ଦନକାନନ

ବାରଙ୍ଗ,୧୧।୧୦(ଡି.ଏନ୍‌.ଏ.)-
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅନ୍ୟ ଚିଡ଼ିଆଖାନାଠାରୁ ଉପହାରରେ ପଶୁପକ୍ଷୀ ଗ୍ରହଣ କରୁଥିବା ବେଳେ ବୁଧବାର ରାୟପୁରର ନନ୍ଦନବନ ଚିଡ଼ିଆଖାନାକୁ ଉପହାରରେ ଦୁଇଟି ଜଳହସ୍ତୀ ଦେଇଛି। ଜଳହସ୍ତୀଦ୍ୱୟକୁ ଉପହାରରେ ଗ୍ରହଣ କରିବା ପାଇଁ ସେଠାକାର ଚିଡ଼ିଆଖାନାର ଏକ ୫ଜଣିଆ ପ୍ରତିନିଧି ଦଳ ଗତ ୪ତାରିଖରେ ନନ୍ଦନକାନନରେ ଆସି ପହଞ୍ଚିଥିଲେ। 

୩ ଦିନ ପାଇଁ ନନ୍ଦନକାନନ ସଫାରି ବନ୍ଦ

୩ ଦିନ ପାଇଁ ନନ୍ଦନକାନନ ସଫାରି ବନ୍ଦ

ବାରଙ୍ଗ,୧୧।୧୦(ଡି.ଏନ୍‌.ଏ.)-
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସତର୍କତା ଅବଲମ୍ବନ କରାଯାଇଛି। 

‘ତିତ୍‌ଲି’ ଭୟ

‘ତିତ୍‌ଲି’ ଭୟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ)-
ବେଳକୁ ବେଳ ଭୟଙ୍କର ରୂପନେଇ ତିତ୍‌ଲି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଗୁରୁବାର ସକାଳେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗଞ୍ଜାମ, ଗଜପତି, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲା ଉପରେ ବାତ୍ୟା ବିଶେଷ ଭାବେ ପ୍ରଭାବ ପକାଇବ। 

୭ଦିନ ପରେ ଦେବଗଡ଼ କଲେଜ ଛାତ୍ରଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

୭ଦିନ ପରେ ଦେବଗଡ଼ କଲେଜ ଛାତ୍ରଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

ଦେବଗଡ଼,୧୧।୧୦(ସ୍ବ.ପ୍ର)- ଦେବଗଡ କଲେଜରେ ସାଇନ-ଏ-ଡାଇ ଘୋଷଣାକୁ ନେଇ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ, କଲେଜ ପରିଚାଳନା ସଭାପତି ସୁଧୀର କପରଦାର ଏବଂ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅମୂଲ୍ୟ ନାୟକଙ୍କ ବହିଷ୍କାର ଦାବିରେ ଛାତ୍ରମାନେ ଗତ ୪ ତାରିଖଠାରୁ ଆମରଣ ଅନଶନରେ ବସିଥିଲେ।

ମାଡିଆସୁଛି ତିତ୍‌ଲି: ଘଣ୍ଟାପ୍ରତି ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା

ମାଡିଆସୁଛି ତିତ୍‌ଲି: ଘଣ୍ଟାପ୍ରତି ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା ‘ତିତ୍‌ଲି’ ଭୟଙ୍କର ରୂପ ନେଉଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ୨୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୫ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି।

ତିତ୍‌ଲିକୁ ନେଇ ପୂର୍ବତଟ ରେଳପଥର ସତର୍କତାମୂଳକ ପଦକ୍ଷେପ:  ଟ୍ରେନ ସମୟ ସୀମାରେ ପରିବର୍ତ୍ତନ

ତିତ୍‌ଲିକୁ ନେଇ ପୂର୍ବତଟ ରେଳପଥର ସତର୍କତାମୂଳକ ପଦକ୍ଷେପ: ଟ୍ରେନ ସମୟ ସୀମାରେ ପରିବର୍ତ୍ତନ

ଭୁବନେଶ୍ୱର,୧୦-୧୦: ବାତ୍ୟା ତିତ୍‌ଲିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକର ସମୟସୀମା ପରିବର୍ତ୍ତନ, ଆଉ କିଛିକୁ ସାମୟିକ ସମୟ ଲାଗି ସ୍ଥଗିତ ରଖାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। 

ଫେରିଗଲା ତିତ୍‌ଲି

ଫେରିଗଲା ତିତ୍‌ଲି

କଟକ ଅଫିସ,୧୦।୧୦- ସମ୍ଭାବ୍ୟ ବାତ୍ୟା ‘ତିତ୍‌ଲି’ ପାଇଁ ସଜାଗ ରହିବାକୁ ସରକାର ସବୁ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ଥିବା କହିଛି।

ତିତ୍‌ଲି ଭୟ: ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

ତିତ୍‌ଲି ଭୟ: ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ସାମୁଦ୍ରିକ ଝଡ ‘ତିତଲି’ ପାଇଁ ଭୟଭୀତ ହୋଇପଡିଛନ୍ତି ଓଡିଶାବାସୀ। ‘ତିତଲି’ ବର୍ତ୍ତମାନ ୧୫ କିମି ବେଗରେ ସମୁଦ୍ର ଉପରେ ଗତି କରୁଛି। ଏବେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ଠାରୁ ୨୫୦ କିମି ଦୂରରେ ଅଛି। 

୪୨ଟି ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ

୪୨ଟି ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ)- ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ୯୨ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ୨୦୧୭ରେ ଘୋଷଣା କରିଥିଲେ। ପୂର୍ବରୁ ୫୦ଟି ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିବାବେଳେ ବୁଧବାର ଆଉ ୪୨ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି।

ତିତ୍‌ଲି ପାଇଁ ହୋମଯଜ୍ଞ

ତିତ୍‌ଲି ପାଇଁ ହୋମଯଜ୍ଞ

କଟକ ଅଫିସ୍‌, ୧୦।୧୦: କଟକରେ ସାମୁଦ୍ରିକ ଝଡ ତିତ୍‌ଲି ପାଇଁ ହୋମଯଜ୍ଞ। ବୁଧବାର କଟକ ସହର ତେଲେଙ୍ଗାବଜାର ଅଞ୍ଚଳରେ ଲୋକେ ହୋମଯଜ୍ଞ କରୁଥିବା ଦେଖିବାକୁ ମିଳିଛି। 

ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଜଳସମ୍ପଦ ବିଭାଗ

ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଜଳସମ୍ପଦ ବିଭାଗ

ଭୁବନେଶ୍ୱର, ୧୦।୧୦: ସମ୍ଭାବ୍ୟ ବାତ୍ୟା ତିତଲି ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡିଛନ୍ତି। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତିତଲି ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଛି।

ରାତି ୧୦ରୁ ଟ୍ରେନ୍‌ ଚଳାଚଳ ବନ୍ଦ

ରାତି ୧୦ରୁ ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିଛି ସାମୁଦ୍ରିକ ଝଡ ‘ତିତଲି’। ଏଥିପାଇଁ ସତର୍କ ହୋଇପଡିଛି ପୂର୍ବତଟ ରେଳ ବିଭାଗ। 

ତିତ୍‌ଲି ପାଇଁ ଜରୁରୀ କାଳୀନ ପ୍ରକୋଷ୍ଠ ଖୋଲିଲା କଂଗ୍ରେସ

ତିତ୍‌ଲି ପାଇଁ ଜରୁରୀ କାଳୀନ ପ୍ରକୋଷ୍ଠ ଖୋଲିଲା କଂଗ୍ରେସ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାତ୍ୟା ତିତ୍‌ଲିକୁ ଦୃଷ୍ଟିରେ ରଖି ବୁଧବାର ସନ୍ଧ୍ୟା ୭ଟାରୁ ୭ ଦିନ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ପ୍ରକୋଷ୍ଠ ଖୋଲାଯାଇଛି। 

ଆସୁଛି ‘ତିତ୍‌ଲି’: ଜାଣି ରଖନ୍ତୁ କ’ଣ କରିବେ/ନ କରିବେ

ଆସୁଛି ‘ତିତ୍‌ଲି’: ଜାଣି ରଖନ୍ତୁ କ’ଣ କରିବେ/ନ କରିବେ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସମୁଦ୍ର ମଧ୍ୟରେ ଶକ୍ତିଶାଳି ହେଉଛି ‘ତିତ୍‌ଲି’। ଏହା ଗୁରୁବାର ସକାଳ ୫ଟାରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୬୫ କିମି ରହିବା ଆଶଙ୍କା କରାଯାଉଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଥିବା ବେଳେ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ବାତ୍ୟା ପୂର୍ବରୁ ଏବଂ ପରେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ଜାଣି ରଖନ୍ତୁ।

‘ବାଲେଶ୍ୱର ଜନଜାଗରଣ ଯାତ୍ରାର ପ୍ରଭାବ ସାରା ରାଜ୍ୟକୁ ବ୍ୟାପିବ’

‘ବାଲେଶ୍ୱର ଜନଜାଗରଣ ଯାତ୍ରାର ପ୍ରଭାବ ସାରା ରାଜ୍ୟକୁ ବ୍ୟାପିବ’

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ବାଲେଶ୍ୱର ଜିଲାରେ କଂଗ୍ରେସ ପକ୍ଷରୁ ହୋଇଥିବା ଜନଜାଗରଣ  ଯାତ୍ରାର ପ୍ରଭାବ ସାରା ରାଜ୍ୟକୁ ବ୍ୟାପିବ। ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ଜି. ରୁଦ୍ରରାଜୁ ଏନେଇ ମଙ୍ଗଳବାର ଦୃଢୋକ୍ତି ପ୍ରକାଶ କରିଛନ୍ତି। 

ଭିଜିଲାନ୍ସ ଜାଲରେ ବଡ଼ ଜାମ ବାଣୀ ଫାଣ୍ଡି ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ ବଡ଼ ଜାମ ବାଣୀ ଫାଣ୍ଡି ଏଏସ୍‌ଆଇ

ବାରିପଦା ଅଫିସ/ମୋରଡା,୧୦।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା  ଅଧୀନ ବଡ଼ ଜାମ ବାଣୀ  ଫାଣ୍ଡି ଏଏସ୍‌ଆଇ ସନ୍ତୋଷ ବାରିକ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମୋରଡ଼ା ବ୍ଲକର ଡାକୋର ଅମୋରନାମ ଗ୍ରାମରେ ଏକ ପୋଖରୀକୁ ଲିଜ୍‌ରେ ଦେବାକୁ ୫ହଜାର ଲାଞ୍ଚ ନେବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ତିତ୍‌ଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:  ଗୁରୁବାର ସକାଳ ୫ଟାରୁ ୮ଟା ମଧ୍ୟରେ ଅତିକ୍ରମ କରିବ

ତିତ୍‌ଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଗୁରୁବାର ସକାଳ ୫ଟାରୁ ୮ଟା ମଧ୍ୟରେ ଅତିକ୍ରମ କରିବ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ):  ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତିତ୍‌ଲି ଅତି ଭୟଙ୍କର ହେବାରେ ଲାଗିଛି। ଘଣ୍ଟାକୁ ୧୪ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡିଆସୁଛି। ଗୁରୁବାର ସକାଳ ୫ଟାରୁ ୮ଟା ମଧ୍ୟରେ ଏହା ଗୋପାଳପୁର ଓ କଳିଙ୍ଗପଟନମ୍‌ ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବ। 

ତିତ୍‌ଲି ଡର: ୨ ଦିନ ସ୍କୁଲ, କଲେଜ ବନ୍ଦ

ତିତ୍‌ଲି ଡର: ୨ ଦିନ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ଦକ୍ଷିଣ ପଣ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତିତ୍‌ଲି ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ସକାଳେ ଏହା ଗୋପାଳପୁରଦେଇ ଓଡ଼ିଶା ଅତିକ୍ରମ କରିବ। ଏହି ସମୟରେ ଝଡ଼ର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୫ କିମି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।