ରାଜ୍ୟ

ଫୁଟ୍‌ପାଥ ଉପରୁ ଦୋକାନ ଉଚ୍ଛେଦ:୬୫ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ

ଫୁଟ୍‌ପାଥ ଉପରୁ ଦୋକାନ ଉଚ୍ଛେଦ:୬୫ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ

ବାରଙ୍ଗ,୧୨।୧(ଡି.ଏନ୍‌.ଏ.)- ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମମୁଣ୍ଡ ବୁଢ଼ନାଳ ସେତୁ ନିକଟ ଫୁଟ୍‌ପାଥ ଉପରୁ ଏକ ଉଠା ଦୋକାନକୁ ଶୁକ୍ରବାର ଉଚ୍ଛେଦ କରାଯିବା ବେଳେ ୬୫ ବେଆଇନ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି।

ଚେତି ଶୁଇଛେ ପରଶାସନ : ବେଧଡ଼କ ଚାଲିଛେ ଅସାଧୁ ବେପାରିକର ରାଜୁତି

ଚେତି ଶୁଇଛେ ପରଶାସନ : ବେଧଡ଼କ ଚାଲିଛେ ଅସାଧୁ ବେପାରିକର ରାଜୁତି

ସମ୍ବଲପୁର,୧୨ା୧(ବ୍ୟୁରୋ): ସମ୍ବଲପୁର ଜିଲାରେ ବିଲମ୍‌ରେ ଧାନ ଘିନା ଆରମ୍‌ ହେଇଥିଲା। ହେଲେ ଏହେଦେ ବଡ଼ଭାଗି ଚାଷୀକର ଧାନବିକା ସରିଯାଇଛେ। ଜିଲା କୃଷକ ସଂଗଠନ ତରଫୁ ଆଗ୍‌ରୁ ଜିଲା ପରଶାସନକେ ଚଲତି ବଛର ଶେଷ ଆଡ଼କେ ଧାନ ଚୁରା ଚାଲାନ ହେବା ବଲି ସଚେତନ କରିଥିଲା। 

ଟ୍ରାନ୍ସଫର୍ମର ତଲେ ରାସ୍‌ତା: ବିପଦକେ ଡକରା

ଟ୍ରାନ୍ସଫର୍ମର ତଲେ ରାସ୍‌ତା: ବିପଦକେ ଡକରା

ବାମରା, ୧୨।୧ (ସ୍ବ.ପ୍ର.): ସମ୍ବଲପୁର ଜିଲା ବାମରା ବ୍ଲକ କୁଟାରୀମାଲ ଗଁାର ରାସ୍‌ତାରେ ଗୁଟେ ଟ୍ରାନ୍ସଫର୍ମର ମେଲା ହେଇ ପଡ଼ିଛେ। ଲୋକ୍‌ମାନେ ବିପଦମୁଢ଼େଇ ଟ୍ରାନ୍ସଫର୍ମର ତଲେ ଗଲି କରି ଯିବାର ଆଏବାର କରୁଛନ୍‌। 

ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ଭୂମି ପୂଜନ,  ପୋଷ୍ଟର ଉନ୍ମୋଚନ ସରିଲା

ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ଭୂମି ପୂଜନ, ପୋଷ୍ଟର ଉନ୍ମୋଚନ ସରିଲା

ବଲାଙ୍ଗୀର ଅଫିସ, ୧୨ା୧

 ଆସନ୍ତା ୧୫ ତାରିଖ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବିରାଟ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ା ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ପାଇଁ ଭାଜପା ଚଳଚଞ୍ଚଳ ହୋଇପଡିଛି ା 

ଧିମା ଗତିରେ ଚାଲିଛି ଧାନ ସଂଗ୍ରହ

ଧିମା ଗତିରେ ଚାଲିଛି ଧାନ ସଂଗ୍ରହ

 ବୀରମହାରାଜପୁର, ୧୨ା୧(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ମିଲର୍ସମାନଙ୍କ ପକ୍ଷରୁ ଆଶାଜନକ ସହଯୋଗ ମିଳୁ ନ ଥିବା ଫଳରେ ବହୁ ମଣ୍ଡିରେ ହଜାରହଜାର ବସ୍ତା ଧାନ ପଡି ରହିଛି। 

ଅସମ୍ଭାଳ ଜାଡ଼କୁ ସହରରେ ନାହିଁ ଆଶ୍ରୟସ୍ଥଳ

ଅସମ୍ଭାଳ ଜାଡ଼କୁ ସହରରେ ନାହିଁ ଆଶ୍ରୟସ୍ଥଳ

ଜୟପୁର,୧୨ା୧(ନି.ପ୍ର.)- ଶୀତର ପ୍ରକୋପରେ କୋରାପୁଟ ଜିଲା ସମେତ ଜୟପୁର ସହର ଥରୁଛି। ଜାଡ଼ ଏତେ ଯେ ସନ୍ଧ୍ୟା ହେବା ମାତ୍ରେ ସହର ଗଳି ଜନଶୂନ୍ୟ ହେବା ଆରମ୍ଭ କରୁଛି। ତେବେ ଏ ଅସମ୍ଭାଳ ଜାଡ଼ରେ ବେଶୀ କଷ୍ଟ ଭୋଗୁଛନ୍ତି ବାସହୀନ ଗରିବ। ରାତ୍ରି ଆଶ୍ରୟସ୍ଥଳ ନଥିବାରୁ ସେମାନେ ଖୋଲା ଆକାଶ ତଳେ ନିଦ ଯାଉଛନ୍ତି। ଶୀତତାପ ନିୟନ୍ତ୍ରିତ ଘରେ କମ୍ବଳ ଭିତରେ ରହୁଥିବା ପ୍ରଶାସନିକ ଅଧିକାରୀ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରିପାରୁ ନାହାନ୍ତି।

କଳସ ଯାତ୍ରାରେ ସାମିଲ ହେଲେ ୩୦୦୮ ମହିଳା

କଳସ ଯାତ୍ରାରେ ସାମିଲ ହେଲେ ୩୦୦୮ ମହିଳା

ଓଡ଼ାପଡ଼ା, ୧୨ା୧(ଡି.ଏନ.ଏ.)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନାଧରା ରାମଚଣ୍ଡୀ ପୀଠରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୨୩ତମ ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ। ଏହି କାର୍ଯ୍ୟକ୍ରମ ୧୪ ତାରିଖ ଯାଏ ଚାଲିବ। ଗୁରୁବାର ବିଧି ଅନୁଯାୟୀ ଅଙ୍କୁରାରୋପଣ କରାଯାଇଥିଲା। ଶୁକ୍ରବାର ମା’ଙ୍କ ନିକଟରୁ ଆସିଥିବା ଆଜ୍ଞାମାଳ ସ୍ବପ୍ନେଶ୍ୱର ମନ୍ଦିରରେ ପହଞ୍ଚତ୍ବା ପରେ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ୩୦୦୮ ମହିଳା ଶ୍ରଦ୍ଧାଳୁ। 

୪ରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

୪ରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଢେଙ୍କାନାଳ ଅଫିସ,୧୨।୧ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ  ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ପାଇଁ ଶୁକ୍ରବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ କରିବା ନେଇ ଗୁରୁତ୍ୱାରୋପ କରିଥିଲେ।

ଷ୍ଟେଶନରେ ଲାଗିବ ଏକ୍ସାଲେଟର

ଷ୍ଟେଶନରେ ଲାଗିବ ଏକ୍ସାଲେଟର

ଢେଙ୍କାନାଳ ଅଫିସ,୧୨।୧ଢେଙ୍କାନାଳ ରେଳ ଷ୍ଟେଶନରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ଓ୍ବାଇଫାଇ ସେବା। ଯାତ୍ରୀଙ୍କ ସୁବିଧା ପାଇଁ ଫୁଟ୍‌ ଓଭରବ୍ରିଜ୍‌ରେ ଲାଗିବ ଏକ୍ସାଲେଟର। ନିର୍ଦ୍ଧାରିତ ସମୟରେ ଟ୍ରେନ ପହଞ୍ଚତ୍ବା ନେଇ ଅଧିକ ସତର୍କ ହେବ ବିଭାଗ। ଯାତ୍ରୀ ସୁରକ୍ଷା, ପାନୀୟ ଜଳ ଯୋଗାଣ ସମେତ ଷ୍ଟେଶନର ଆନୁଷଙ୍ଗିକ ଉନ୍ନତିକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୂର୍ବତଟ ରେଲଓ୍ବେ ଜିଏମ୍‌ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର। ଶୁକ୍ରବାର ଢେଙ୍କାନାଳ ଷ୍ଟେଶନ ପରିଦର୍ଶନ କରି ସେ ଏହି ସୂଚନା ଦେଇଛନ୍ତି।

ଥାନା ମାଲ୍‌ଖାନାରେ ଷ୍ଟିମ୍‌ ଇଞ୍ଜିନ ଚକ ଚର୍ଚ୍ଚା

ଥାନା ମାଲ୍‌ଖାନାରେ ଷ୍ଟିମ୍‌ ଇଞ୍ଜିନ ଚକ ଚର୍ଚ୍ଚା

ଅନୁଗୋଳ ଅଫିସ, ୧୨।୧ଅନୁଗୋଳ ଜିଲା ତାଳଚେର ଥାନାର ମାଲଖାନା ସଫେଇ ବେଳେ ଶୁକ୍ରବାର ଏକ ବହୁ ପୁରାତନ ଷ୍ଟିମ୍‌ ଇଞ୍ଜିନ ରେଳ ଚକ ମିଳିଥିବା ଚର୍ଚ୍ଚା ହେଉଛି। ଏହା କେବେଠାରୁ ମାଲ୍‌ ଖାନାରେ ଥିଲା ତାହା ଜାଣିବାକୁ ପୋଲିସ କର୍ମଚାରୀଙ୍କ ସହ ସାଧାରଣରେ ମଧ୍ୟ ଉକତ୍ଣ୍ଠା ପ୍ରକାଶ ପାଇଛି। 

୧୪ରୁ ୩ ଦିନିଆ ଜିଲା ମହୋତ୍ସବ

୧୪ରୁ ୩ ଦିନିଆ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୨।୧ଜିଲା ସଂସ୍କୃତି ପରିଷଦର ସପ୍ତମ ଜିଲା ମହୋତ୍ସବ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ଅନୁଷ୍ଠିତ ହେବ। ଏହି ସମୟରେ ଷ୍ଟାଡିୟମ ପଡ଼ିଆରେ ପଲ୍ଲିଶ୍ରୀମେଳା ଓ ଜିଲା ଉନ୍ନୟନ ପ୍ରଦର୍ଶନୀ ୫ ଦିନ ବ୍ୟାପୀ ଚାଲିବ। ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଓଲିଉଡ୍‌ ନାଇଟ କାର୍ଯ୍ୟକ୍ରମ ରହିଛି ବୋଲି ଜିଲାପାଳ ଅନିଲ କୁମାର ସାମଲ ଶୁକ୍ରବାର ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ଜଙ୍ଗଲ ପଦା କଲେଣି ମାଫିଆ

ଜଙ୍ଗଲ ପଦା କଲେଣି ମାଫିଆ

ପାଲଲହଡ଼ା, ୧୨ା୧(ଡି.ଏନ.ଏ.)ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳରେ ମାତିଛନ୍ତି କାଠ ମାଫିଆ। ପ୍ରତିଦିନ ସେମାନେ ଜଙ୍ଗଲରୁ ଟ୍ରିପ୍‌ ଟ୍ରିପ୍‌ ମୂଲ୍ୟବାନ କାଠ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ ମଧ୍ୟ ବନ ବିଭାଗ ଚେଇଁ ଶୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଫଳରେ ଦିନକୁ ଦିନ ଜଙ୍ଗଲ ପଦା ହେବାକୁ ଲାଗିଥିବା ବେଳେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ପରିବେଶବିତ୍‌। 

ସୁରକ୍ଷା ମଞ୍ଚର ଅର୍ଥନୈତିକ ଅବରୋଧ ଆନ୍ଦୋଳନ:ଖଣି ଅଞ୍ଚଳରେ ଅଖ, ଚକ ଠପ

ସୁରକ୍ଷା ମଞ୍ଚର ଅର୍ଥନୈତିକ ଅବରୋଧ ଆନ୍ଦୋଳନ:ଖଣି ଅଞ୍ଚଳରେ ଅଖ, ଚକ ଠପ

ତାଳଚେର,୧୨ା୧(ନି.ପ୍ର.)୧୬ ଦଫା ଦାବି ନେଇ ଶୁକ୍ରବାରଠାରୁ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏହାଦ୍ୱାରା ସମଗ୍ର କୋଲ୍‌ ଫିଲଡ୍‌ସରେ ଅଚଳାବସ୍ଥା ସୃଷ୍ଟି ହୋଇଛି। 

ଭିଏସ୍‌ଏସ୍‌ୟୁଟିରେ ପ୍ରତିଷ୍ଠା ହେବ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେଶନ ସେଣ୍ଟର: ଇସ୍ରୋ ଦେବ ୫୦ ଲକ୍ଷ

ଭିଏସ୍‌ଏସ୍‌ୟୁଟିରେ ପ୍ରତିଷ୍ଠା ହେବ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେଶନ ସେଣ୍ଟର: ଇସ୍ରୋ ଦେବ ୫୦ ଲକ୍ଷ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିଏସ୍‌ଏସ୍‌ୟୁଟି)ଠାରେ ମହାକାଶ ପ୍ରଯୁକ୍ତି ଇନ୍‌କ୍ୟୁବେଶନ ସେଣ୍ଟର ପ୍ରତିଷ୍ଠା କରାଯିବ। ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରୀଛାତ୍ରଙ୍କ ଦ୍ବାରା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ଉଚ୍ଚମାନର ଭିଏସ୍‌ଏଲ୍‌ଭି ରକେଟ୍‌ ନିର୍ମାଣ କରାଯାଇପାରିଛି। 

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନାମ ବଦଳିବ

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନାମ ବଦଳିବ

ଭୁବନେଶ୍ୱର, ୧୧।୧(ବ୍ୟୁରୋ)- କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର(ଏଏଚ୍‌ଆର୍‌ସିସି)ର ନାମ ବଦଳି ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୟାନ୍‌ସର ହେବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। 

ଦେଶୀ ରନ୍ଧାମଦ,  ୪କୁଇଣ୍ଟାଲ ମହୁଲ ପୋଚ ଜବତ

ଦେଶୀ ରନ୍ଧାମଦ, ୪କୁଇଣ୍ଟାଲ ମହୁଲ ପୋଚ ଜବତ

ପାଟଣାଗଡ, ୧୧।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ଅବକାରୀ ବିଭାଗ  ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଚଢାଉ କରି ଶୁକ୍ରବାର  ୭୦ ଲିଟର ଦେଶୀ ରନ୍ଧାମଦ ଏବଂ ୪୦୦ କେଜି ମହୁଲ ପୋଚ ଜବତ କରିଛି। 

ପଞ୍ଚାୟତି ବିଭାଗରେ ୯୦୮ ୟୁନିଅର୍‌ ଇଞ୍ଜିନିୟର ପଦବୀ ବୃଦ୍ଧି

ପଞ୍ଚାୟତି ବିଭାଗରେ ୯୦୮ ୟୁନିଅର୍‌ ଇଞ୍ଜିନିୟର ପଦବୀ ବୃଦ୍ଧି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଞ୍ଚାୟତିରାଜ ବିଭାଗରେ ୯୦୮ ଯୁନିଅର ଇଞ୍ଜିନିୟର ତଥା କନିଷ୍ଠ ଯନ୍ତ୍ରୀ ପଦବୀ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିବା ଶୁକ୍ରବାର ସୂଚନା ମିଳିଛି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫  ଜିଲାର ୭ ବ୍ଲକ ଲାଗି ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫ ଜିଲାର ୭ ବ୍ଲକ ଲାଗି ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ ଜିଲାର ୭ ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। 

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ପଦକ୍ଷେପ ନେବାକୁ ସେ ରବିଶଙ୍କରଙ୍କୁ ଅନୁରୋଧ କରିଛନ୍ତି।

ନବୀନଙ୍କ ନୂଆ ଯୋଜନା: ‘ଆମ ଘରେ ଏଲ୍‌ଇଡି ’, ୯୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବଲ୍‌ବ

ନବୀନଙ୍କ ନୂଆ ଯୋଜନା: ‘ଆମ ଘରେ ଏଲ୍‌ଇଡି ’, ୯୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବଲ୍‌ବ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବିଜୁଳି ଖର୍ଚ୍ଚ କମିବା ସହିତ ପିଲାମାନଙ୍କ ପାଠ ପଢ଼ାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସମୟରେ ‘ଆମ ଘରେ ଏଲ୍‌ଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି। 

ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌: ୨ ମୃତ, ଜଣେ ଆହତ

ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌: ୨ ମୃତ, ଜଣେ ଆହତ

ନୂଆଗାଁ,୧୧।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା  ଲୁଣିସରା ୫୭ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ସହ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ବିଜେଡିରେ ଯୋଗଦେବା ପ୍ରସଙ୍ଗ: ନବ ଦାସ କହିଲେ ୨୦୧୯ରେ କଂଗ୍ରେସରୁ ଲଢ଼ିବି

ବିଜେଡିରେ ଯୋଗଦେବା ପ୍ରସଙ୍ଗ: ନବ ଦାସ କହିଲେ ୨୦୧୯ରେ କଂଗ୍ରେସରୁ ଲଢ଼ିବି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଦୀର୍ଘଦିନ ଧରି ଝାରସୁଗୁଡ଼ା ବିଧାୟକ ତଥା କଂଗ୍ରେସ ନେତା ନବ ଦାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଶୁକ୍ରବାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବ। ସେ କହିଛନ୍ତି ଯେ, ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ। ମାତ୍ର ୨୦୧୯ରେ ସେ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି।

ଘୋଡ଼ାହାଡ଼ ଡ୍ୟାମରେ କୁମ୍ଭୀର ଗଣନା ଶେଷ, ଅଛନ୍ତି ୫୮ କୁମ୍ଭୀର

ଘୋଡ଼ାହାଡ଼ ଡ୍ୟାମରେ କୁମ୍ଭୀର ଗଣନା ଶେଷ, ଅଛନ୍ତି ୫୮ କୁମ୍ଭୀର

ଦିଗପହଣ୍ଡି,୧୧।୧(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡ଼ାହାଡ଼ ଡ୍ୟାମରେ ଶୁକ୍ରବାର କୁମ୍ଭୀର ଗଣନା ଶେଷ ହୋଇଛି। ଦିଗପହଣ୍ଡି ବନବିଭାଗ ପକ୍ଷରୁ ବୁଧବାରଠାରୁ ୩ ଦିନବ୍ୟାପୀ ଡ୍ୟାମର ୧୦ଟି ସ୍ଥାନରେ କରାଯାଇଥିଲା।

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା, ଡିସିପିଙ୍କୁ ଅଣ୍ଡାମାଡ଼ କଲେ ବିକ୍ଷୋଭକାରୀ

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା, ଡିସିପିଙ୍କୁ ଅଣ୍ଡାମାଡ଼ କଲେ ବିକ୍ଷୋଭକାରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଶାସକ ଦଳର ମେୟର ଅନନ୍ତ ନାରାୟଣ ଜେନା ଓ ଛାତ୍ର ବିଜେଡିର ଉପଦେଷ୍ଟା ଚିନ୍ମୟ ସାହୁଙ୍କର ଗିରଫ ହୋଇଥିବା ଗେଲ୍‌ଡେନ୍‌ ବାବାଙ୍କ ସହ ସମ୍ପୃକ୍ତି ଥିବା ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଛି।  ଏହି ପରିପ୍ରେକ୍ଷୀରେ ମେୟର ଅନନ୍ତ ଜେନା ଓ ଚିନ୍ମୟଙ୍କୁ  ଗିରଫ କରିବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି। ଏହି ସମୟରେ ପୋଲିସ ସହ ବିକ୍ଷୋଭକାରୀମାନେ ଧସ୍ତାଧସ୍ତି କରିବା ସହ ଡିସିପିଙ୍କୁ ଅଣ୍ଡାମାଡ଼ କରିଥିବା ସୂଚନା ମିଳିଛି।