ରାଜ୍ୟ

ଦେଶୀ ରନ୍ଧାମଦ,  ୪କୁଇଣ୍ଟାଲ ମହୁଲ ପୋଚ ଜବତ

ଦେଶୀ ରନ୍ଧାମଦ, ୪କୁଇଣ୍ଟାଲ ମହୁଲ ପୋଚ ଜବତ

ପାଟଣାଗଡ, ୧୧।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ଅବକାରୀ ବିଭାଗ  ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଚଢାଉ କରି ଶୁକ୍ରବାର  ୭୦ ଲିଟର ଦେଶୀ ରନ୍ଧାମଦ ଏବଂ ୪୦୦ କେଜି ମହୁଲ ପୋଚ ଜବତ କରିଛି। 

ପଞ୍ଚାୟତି ବିଭାଗରେ ୯୦୮ ୟୁନିଅର୍‌ ଇଞ୍ଜିନିୟର ପଦବୀ ବୃଦ୍ଧି

ପଞ୍ଚାୟତି ବିଭାଗରେ ୯୦୮ ୟୁନିଅର୍‌ ଇଞ୍ଜିନିୟର ପଦବୀ ବୃଦ୍ଧି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଞ୍ଚାୟତିରାଜ ବିଭାଗରେ ୯୦୮ ଯୁନିଅର ଇଞ୍ଜିନିୟର ତଥା କନିଷ୍ଠ ଯନ୍ତ୍ରୀ ପଦବୀ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିବା ଶୁକ୍ରବାର ସୂଚନା ମିଳିଛି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫  ଜିଲାର ୭ ବ୍ଲକ ଲାଗି ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫ ଜିଲାର ୭ ବ୍ଲକ ଲାଗି ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ ଜିଲାର ୭ ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। 

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ପଦକ୍ଷେପ ନେବାକୁ ସେ ରବିଶଙ୍କରଙ୍କୁ ଅନୁରୋଧ କରିଛନ୍ତି।

ନବୀନଙ୍କ ନୂଆ ଯୋଜନା: ‘ଆମ ଘରେ ଏଲ୍‌ଇଡି ’, ୯୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବଲ୍‌ବ

ନବୀନଙ୍କ ନୂଆ ଯୋଜନା: ‘ଆମ ଘରେ ଏଲ୍‌ଇଡି ’, ୯୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବଲ୍‌ବ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବିଜୁଳି ଖର୍ଚ୍ଚ କମିବା ସହିତ ପିଲାମାନଙ୍କ ପାଠ ପଢ଼ାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସମୟରେ ‘ଆମ ଘରେ ଏଲ୍‌ଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି। 

ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌: ୨ ମୃତ, ଜଣେ ଆହତ

ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌: ୨ ମୃତ, ଜଣେ ଆହତ

ନୂଆଗାଁ,୧୧।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା  ଲୁଣିସରା ୫୭ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ସହ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ବିଜେଡିରେ ଯୋଗଦେବା ପ୍ରସଙ୍ଗ: ନବ ଦାସ କହିଲେ ୨୦୧୯ରେ କଂଗ୍ରେସରୁ ଲଢ଼ିବି

ବିଜେଡିରେ ଯୋଗଦେବା ପ୍ରସଙ୍ଗ: ନବ ଦାସ କହିଲେ ୨୦୧୯ରେ କଂଗ୍ରେସରୁ ଲଢ଼ିବି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଦୀର୍ଘଦିନ ଧରି ଝାରସୁଗୁଡ଼ା ବିଧାୟକ ତଥା କଂଗ୍ରେସ ନେତା ନବ ଦାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଶୁକ୍ରବାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବ। ସେ କହିଛନ୍ତି ଯେ, ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ। ମାତ୍ର ୨୦୧୯ରେ ସେ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି।

ଘୋଡ଼ାହାଡ଼ ଡ୍ୟାମରେ କୁମ୍ଭୀର ଗଣନା ଶେଷ, ଅଛନ୍ତି ୫୮ କୁମ୍ଭୀର

ଘୋଡ଼ାହାଡ଼ ଡ୍ୟାମରେ କୁମ୍ଭୀର ଗଣନା ଶେଷ, ଅଛନ୍ତି ୫୮ କୁମ୍ଭୀର

ଦିଗପହଣ୍ଡି,୧୧।୧(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡ଼ାହାଡ଼ ଡ୍ୟାମରେ ଶୁକ୍ରବାର କୁମ୍ଭୀର ଗଣନା ଶେଷ ହୋଇଛି। ଦିଗପହଣ୍ଡି ବନବିଭାଗ ପକ୍ଷରୁ ବୁଧବାରଠାରୁ ୩ ଦିନବ୍ୟାପୀ ଡ୍ୟାମର ୧୦ଟି ସ୍ଥାନରେ କରାଯାଇଥିଲା।

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା, ଡିସିପିଙ୍କୁ ଅଣ୍ଡାମାଡ଼ କଲେ ବିକ୍ଷୋଭକାରୀ

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା, ଡିସିପିଙ୍କୁ ଅଣ୍ଡାମାଡ଼ କଲେ ବିକ୍ଷୋଭକାରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଶାସକ ଦଳର ମେୟର ଅନନ୍ତ ନାରାୟଣ ଜେନା ଓ ଛାତ୍ର ବିଜେଡିର ଉପଦେଷ୍ଟା ଚିନ୍ମୟ ସାହୁଙ୍କର ଗିରଫ ହୋଇଥିବା ଗେଲ୍‌ଡେନ୍‌ ବାବାଙ୍କ ସହ ସମ୍ପୃକ୍ତି ଥିବା ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଛି।  ଏହି ପରିପ୍ରେକ୍ଷୀରେ ମେୟର ଅନନ୍ତ ଜେନା ଓ ଚିନ୍ମୟଙ୍କୁ  ଗିରଫ କରିବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି। ଏହି ସମୟରେ ପୋଲିସ ସହ ବିକ୍ଷୋଭକାରୀମାନେ ଧସ୍ତାଧସ୍ତି କରିବା ସହ ଡିସିପିଙ୍କୁ ଅଣ୍ଡାମାଡ଼ କରିଥିବା ସୂଚନା ମିଳିଛି।

ଶିଳ୍ପପତିଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ରାଉରକେଲା ଅଫିସ,୧୧।୧: ଶିଳ୍ପପତି ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଭୁବନେଶ୍ୱର ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। 

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର, ମହିଳା ଗୁରୁତର

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର, ମହିଳା ଗୁରୁତର

ନିରାକାରପୁର,୧।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗି ବନ ବିଭାଗ ଅଧୀନରେ ଥିବା ନୂଆଗଡ଼ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ଆଜିଠୁ ବରଗଡ଼ ଧନୁଯାତ୍ରା

ଆଜିଠୁ ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ,୧୧।୧-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସ୍ଥାନୀୟ ହାଟପଦା ରାଜଦରବାର ମଞ୍ଚରେ ସନ୍ଧ୍ୟା ୭ଟାରେ ଉଦ୍‌ଘାଟିତ ହେବ । 

୨ ଗୋରୁ ବୋଝେଇ କଣ୍ଟେନର ଜବତ, ୫ ଗିରଫ

୨ ଗୋରୁ ବୋଝେଇ କଣ୍ଟେନର ଜବତ, ୫ ଗିରଫ

କଟକ ଅଫିସ, ୧୧|୧- ବେଆଇନ ଭାବେ ଗୋରୁ ଚାଲାଣବେଳେ ଗୁରୁବାର ରାତିରେ ଚୌଦ୍ୱାର ଓ ଜଗତପୁର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ୧୬ ନଂ. ଜାତୀୟ ରାଜପଥର ବିରୂପା ପୋଲ ଉପରୁ ଦୁଇଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି। 

ଓଏସ୍‌ଏସ୍‌ଟିଇଟି ପ୍ରଶ୍ନପତ୍ର, ମୂଲ୍ୟାୟନରେ ବିଭ୍ରାଟ:  ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଓଏସ୍‌ଏସ୍‌ଟିଇଟି ପ୍ରଶ୍ନପତ୍ର, ମୂଲ୍ୟାୟନରେ ବିଭ୍ରାଟ: ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କଟକ ଅଫିସ,୧୧|୧- ପ୍ରଶ୍ନ ସମାନ, ହେଲେ ଉତ୍ତର ଭିନ୍ନ ଭିନ୍ନ। ପୂର୍ବରୁ ହୋଇଥିବା ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଯେଉଁ ଉତ୍ତର ଧାର୍ଯ୍ୟ କରିଥିଲା, ଏବେ ସମାନ ପ୍ରଶ୍ନରେ ସେହି ଉତ୍ତର ଦେଲେ ମଧ୍ୟ ଭୁଲ୍‌ ମାର୍କ ମିଳିଛି। 

ହାଇକୋର୍ଟରେ ଭେଡେନ ଗଣବଳାତ୍କାର, ହତ୍ୟା ମାମଲା: ସବିଶେଷ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନୋଟିସ

କଟକ ଅଫିସ, ୧୧।୧- ବରଗଡ଼ ଜିଲା ଭେଡେନ ଅଞ୍ଚଳରେ ଘଟିଥିବା ୩ଜଣ ମହିଳାଙ୍କୁ ଗଣବଳାତ୍କାର ଓ ୩ ଜଣଙ୍କୁ ହତ୍ୟା ମାମଲାର ଶୁଣାଣି ହାଇକୋର୍ଟରେ ଗୁରୁବାର ହୋଇଥିଲା। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ସି.ଆର୍‌. ଦାସ ଘଟଣା ସମ୍ପର୍କରେ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଆସନ୍ତା ୩ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ହାଇକୋର୍ଟରେ ଦାଖଲ କରିବା ପାଇଁ ସରକାରଙ୍କୁ ନୋଟିସ ଜାରି କରାଯାଇଛି।

ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ମାମଲା:  ୪ ସପ୍ତାହ ମଧ୍ୟରେ ଖାଲି ପଦବୀ ପୂରଣ ନିର୍ଦ୍ଦେଶ

ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ମାମଲା: ୪ ସପ୍ତାହ ମଧ୍ୟରେ ଖାଲି ପଦବୀ ପୂରଣ ନିର୍ଦ୍ଦେଶ

କଟକ ଅଫିସ, ୧୧।୧- ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ ନେଇ ଆଗତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କେତେକ ନିର୍ଦ୍ଦେଶ ଜାରି କରିଛନ୍ତି।

ଏସ୍‌ସିବି ମେଡିକାଲ: ସ୍ବାସ୍ଥ୍ୟସେବାରେ ଘରୋଇକରଣ  ମାଗଣାରୁ ହୋଇପାରେ ମହରଗ

ଏସ୍‌ସିବି ମେଡିକାଲ: ସ୍ବାସ୍ଥ୍ୟସେବାରେ ଘରୋଇକରଣ ମାଗଣାରୁ ହୋଇପାରେ ମହରଗ

କଟକ ଅଫିସ, ୧୧।୧- ରାଜ୍ୟବାସୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ମାଗଣାରେ ଅନେକ ଜଟିଳ ରୋଗର ପରୀକ୍ଷା ନିରୀକ୍ଷା ପାଇଁ ନିକଟରେ ସରକାର ନିଷ୍ପତ୍ତି ନେଇଛନ୍ତି। 

୫୦୦ ଏକର ବିଡ଼ାନାସୀ ଜମି ଦୁର୍ନୀତି ମାମଲା: ମାନିଲେନି ହାଇକୋର୍ଟଙ୍କ ଆଦେଶ, ପୁଣି ଚକ୍ରାନ୍ତ

୫୦୦ ଏକର ବିଡ଼ାନାସୀ ଜମି ଦୁର୍ନୀତି ମାମଲା: ମାନିଲେନି ହାଇକୋର୍ଟଙ୍କ ଆଦେଶ, ପୁଣି ଚକ୍ରାନ୍ତ

କଟକ ଅଫିସ, ୧୧।୧- କଟକ ବିଡ଼ାନାସୀର ୫୦୦ ଏକର ଜମି ଦୁର୍ନୀତିକୁ ନେଇ ସରକାର ଓ ପ୍ରଶାସନ ଉଭୟ ଅତୀତରେ ଅଡୁଆରେ ପଡ଼ିଥିଲେ। କାରଣ ଉକ୍ତ ଜମି ଦୁର୍ନୀତିକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ହୋଇଥିଲା। ପରେ ଏହାର ସିବିଆଇ ତଦନ୍ତ ମଧ୍ୟ କରାଯାଇଥିଲା। 

କମିଶନରେଟ ପୋଲିସର ସେରିମୋନିଆଲ ପରେଡ୍‌:  ୧୯ ଅଫିସର, ୨ ରକ୍ତଦାତା ପୁରସ୍କୃତ

କମିଶନରେଟ ପୋଲିସର ସେରିମୋନିଆଲ ପରେଡ୍‌: ୧୯ ଅଫିସର, ୨ ରକ୍ତଦାତା ପୁରସ୍କୃତ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ)- ଦିନକୁ ଦିନ ଭୁବନେଶ୍ୱରର କଳେବର ବୃଦ୍ଧି ପାଉଛି। ଜନସଂଖ୍ୟାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇଟି ସବୁ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ପୋଲିସ ଜିଲାର ଆବଶ୍ୟକତା ରହିଛି।

ବିଜେବିରେ ପାଇକ ବିଦ୍ରୋହ ସ୍ମୃତିଚିତ୍ର, ଲିଫ୍ଟ ଲୋକାର୍ପିତ

ବିଜେବିରେ ପାଇକ ବିଦ୍ରୋହ ସ୍ମୃତିଚିତ୍ର, ଲିଫ୍ଟ ଲୋକାର୍ପିତ

ଭୁବନେଶ୍ୱର,୧୧।୧(ବ୍ୟୁରୋ)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁବାର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ପାଇକ ବିଦ୍ରୋହ ସ୍ମୃତିଚିତ୍ର ଲୋକାର୍ପିତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ସ୍ମୃତିଚିତ୍ର ସହ ନବନିର୍ମିତ ଲିଫ୍ଟକୁ ଲୋକାର୍ପଣ କରିଥିଲେ।

ବଲ୍ଲଭ ପିଣ୍ଡି ନିକଟରେ ରକ୍ତବୁନ୍ଦା:  ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ବଲ୍ଲଭ ପିଣ୍ଡି ନିକଟରେ ରକ୍ତବୁନ୍ଦା: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିରରେ ଗୁରୁବାର ବଡ଼ ମହାସ୍ନାନ ହୋଇଛି। ବଲ୍ଲଭ ପିଣ୍ଡି ନିକଟରେ ରକ୍ତ ପଡିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଥିବା ଜଣାପଡିଛି। 

ଘରୁ ଡାକି ନେଇ ଯୁବକଙ୍କୁ ବୋମାମାଡ଼

ଘରୁ ଡାକି ନେଇ ଯୁବକଙ୍କୁ ବୋମାମାଡ଼

ପୁରୀ ଅଫିସ,୧୧ା୧: ପୁରୀ ସଦର ଥାନା ଅନ୍ତର୍ଗତ ରେବତୀରମଣ ଗ୍ରାମରେ ବୋମାମାଡ଼ ହୋଇଛି। କେତେଜଣ ଯୁବକ ଗ୍ରାମର ଚନ୍ଦନ ଭୋଇ(୨୫)ଙ୍କୁ ଘରୁ ଡାକି ନେଇ ଗୁରୁବାର ଅପରାହ୍ନ ୫ଟା ବେଳେ ସେହି ଗ୍ରାମର ମହାବୀର ମନ୍ଦିର ନିକଟ ବସ୍ତିରେ ସିରିଜ ବୋମାମାଡ଼ କରିଛନ୍ତି। 

୫ ବର୍ଷ ପରେ ନ୍ୟାୟ ମିଳିଲା:  ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ

୫ ବର୍ଷ ପରେ ନ୍ୟାୟ ମିଳିଲା: ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ

ପୁରୀ ଅଫିସ,୧୧ା୧: ଦୀର୍ଘ ୫ ବର୍ଷ ପରେ ଫାଇଲିନ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିଛି। ବାତ୍ୟା ନିରୋଧକ ଗୃହ ନିର୍ମାଣ ଲାଗି ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏଥିଲାଗି ଗୁରୁବାର ଜିଲା ଭୂ-ଅର୍ଜନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆରମ୍ଭ ହେଲା ଭୂଇଁଆଣୀ ପୀଠରେ ମକରଯାତ୍ରା

ନୟାଗଡ଼ ଅଫିସ,୧୧ା୧- ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ସୋଲପଟା ପଞ୍ଚାୟତ କାନକଟା (ପଥରା) ଗ୍ରାମସ୍ଥିତ ଭୂଇଁଆଣୀ ପୀଠରେ ଗୁରୁବାର ଆରମ୍ଭ ହୋଇଛି ମକର ଯାତ୍ରା।