ରାଜ୍ୟ

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ବାଇକ୍‌ ଜଙ୍ଗଲରୁ ଉଦ୍ଧାର

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ବାଇକ୍‌ ଜଙ୍ଗଲରୁ ଉଦ୍ଧାର

ଭଞ୍ଜନଗର,୧୮।୯(ଡି.ଏନ.ଏ.)-ତାରସିଂ ଥାନା ଭଗାରୀ ଗ୍ରାମର ଏମ୍‌ବିଏ ଛାତ୍ର ଜିତୁ ପ୍ରଧାନ ଗତ ୨୭ ତାରିଖରୁ ନିଖୋଜ ଅଛନ୍ତି। ସୋମବାର ଅପରାହ୍ନରେ ତିନିଛକିଆ ନିକଟସ୍ଥ କିରିଆମ୍ବା ଜଙ୍ଗଲରୁ ତାଙ୍କ ବାଇକ୍‌କୁ ପୋଲିସ ଉଦ୍ଧାର କରିଛି। 

୨୪ରେ ପରୀକ୍ଷା: ଏଯାଏ ପିଲାଙ୍କୁ ମିଳିନି ପୁସ୍ତକ

୨୪ରେ ପରୀକ୍ଷା: ଏଯାଏ ପିଲାଙ୍କୁ ମିଳିନି ପୁସ୍ତକ

କୁନ୍ଦୁରା,୧୮।୯(ଡି.ଏନ୍‌.ଏ.)-ଆଦିବାସୀ, ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବାଠାରୁ ଆରମ୍ଭ କରି ଡ୍ରେସ୍‌ , ପୁସ୍ତକ ମାଗଣାରେ ଦିଆଯାଉଥିବା କୁହାଯାଇଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। କୋରାପୁଟ ଜିଲାରେ କୁନ୍ଦୁରା ବ୍ଳକ ଆଦିବାସୀ ଅଧ୍ୟୁଷିିତ ତଥା ଦୁର୍ଗମ ଅଞ୍ଚଳ। 

୧୭ ବର୍ଷ ବନ୍ଦୀ ଜୀବନ କାଟୁଛନ୍ତି ସୁମିତ୍ରା

୧୭ ବର୍ଷ ବନ୍ଦୀ ଜୀବନ କାଟୁଛନ୍ତି ସୁମିତ୍ରା

ବିଷମକଟକ,୧୮।୯(ଡି.ଏନ୍‌.ଏ): ବିଷମକଟକ ବ୍ଳକ୍‌ର ଦୁର୍ଗୀ ଗଁ। । ଏଠାରେ ପୂଜକ କେ. ବିଶ୍ୱନାଥ ବାସ କରନ୍ତି। ତାଙ୍କର ସାନ ଝିଅ ସୁମିତ୍ରା। ପିଲା ଦିନେ ସୁମିତ୍ରାଙ୍କୁ ଜ୍ୱର ହୋଇଥିଲା। କିନ୍ତୁ ଏହା ଭଲ ହୋଇ ନ ଥିଲା। ସେବେଠୁ ସେ ମାନସିକ ବିକଳାଙ୍ଗ ହୋଇଯାଇଛନ୍ତି। 

ନିମ୍ନମାନର କାମ ଅଭିଯୋଗ: ନିର୍ମାଣର  ସପ୍ତାହକ ମଧ୍ୟରେ କଙ୍କ୍ରିଟରେ ଫାଟ

ନିମ୍ନମାନର କାମ ଅଭିଯୋଗ: ନିର୍ମାଣର ସପ୍ତାହକ ମଧ୍ୟରେ କଙ୍କ୍ରିଟରେ ଫାଟ

ଲୋଇସିଂହା,୧୮।୯(ଡି.ଏନ.ଏ.)
 ପନେସର-କେଉଁଟିପାଲି ରାସ୍ତାର କଙ୍କ୍ରିଟ କରଣର ଗୋଟିଏ ସପ୍ତାହ  ମଧ୍ୟରେ କଙ୍କ୍ରିଟରେ  ଫାଟ ଦେଖା ଦେଇଛି ା କାମ ନିମ୍ନମାନର ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ପନେସରା ଗ୍ରାମାବସୀ ଅଭିଯୋଗ କରିଛନ୍ତି ା

ବଢୁଛି ସାର କଳାବଜାର

ବଢୁଛି ସାର କଳାବଜାର

ଢେଙ୍କାନାଳ ଅଫିସ, ୧୮ା୯
ସାର ସଙ୍କଟ ଓ ବାହାରେ ଚଢା ଦରରେ ସାର କଳାବଜାରକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଆଗେଇଥିବାବେଳେ ଏବେ ସାର ସମସ୍ୟା ଯୋଗୁ ଭଲ ଫସଲ ଅମଳରେ ବାଧା ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। 

ନିର୍ଦ୍ଦୟ ବାପା ମାଡ଼ରେ ଝିଅ ସଙ୍କଟାପନ୍ନ ଘଟଣା: ସହାୟତା ଦେଇ କଟକ ପଠାଇଲା ପ୍ରଶାସନ

ନିର୍ଦ୍ଦୟ ବାପା ମାଡ଼ରେ ଝିଅ ସଙ୍କଟାପନ୍ନ ଘଟଣା: ସହାୟତା ଦେଇ କଟକ ପଠାଇଲା ପ୍ରଶାସନ

ଅନୁଗୋଳ ଅଫିସ, ୧୮ା୯
 ନିର୍ଦ୍ଦୟ ବାପାର ମାଡ଼ରେ ସଙ୍କଟାପନ୍ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ତାଳଚେର ସିରିଗିଡା ଅଞ୍ଚଳର ସୋନାଲି ସାମଲ (୭)ଙ୍କୁ ସହାୟ ହୋଇଛି ପ୍ରଶାସନ। ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୋନାଲିଙ୍କ ଅଧିକ ଚିକିତ୍ସା ପାଇଁ ତାଙ୍କ ମା’ ସୁଜାତାଙ୍କୁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବା ସହ ଆମ୍ବୁଲାନ୍ସରେ କଟକ ପଠାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। 

ଗାଁରେ ନାହିଁ ପକ୍କା ରାସ୍ତା: ଅନଶନରେ ବସିବାକୁ ଚେତାବନୀ

ଗାଁରେ ନାହିଁ ପକ୍କା ରାସ୍ତା: ଅନଶନରେ ବସିବାକୁ ଚେତାବନୀ

ପୁରୀ ଅଫିସ, ୧୭ା୯: ପୁରୀ ଭଳିି ଅଗ୍ରଣୀ ଜିଲାରେ ଅଦ୍ୟାବଧି ଏଭଳି ଏକ ଗାଁ ରହିଛି ଯେଉଁଠାରେ  ଏ ଯାଏ ପକ୍କା ରାସ୍ତା ନାହିଁ। ଏଭଳି ଅଭିଯୋଗ ଆଣି କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୫୦ରୁ ଅଧିକ ମହିଳା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। 

ମୁରବିଶୂନ୍ୟ ବିଜେବି ନୋଡାଲ ହାଇସ୍କୁଲ: ୩ବର୍ଷ ହେଲା ପ୍ରଧାନ ଶିକ୍ଷକ ନାହାନ୍ତି

ମୁରବିଶୂନ୍ୟ ବିଜେବି ନୋଡାଲ ହାଇସ୍କୁଲ: ୩ବର୍ଷ ହେଲା ପ୍ରଧାନ ଶିକ୍ଷକ ନାହାନ୍ତି

ପୁରୀ ଅଫିସ, ୧୭ା୯: ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗଡ଼ରୋଡ଼ଙ୍ଗସ୍ଥିତ ବକ୍ସି ଜଗବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି।  ୩ବର୍ଷ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବିଦ୍ୟାଳୟ ମୁରବିଶୂନ୍ୟ ହୋଇପଡିଛି। ବିଦ୍ୟାଳୟର କିରାଣିଙ୍କୁ ୩ବର୍ଷ ହେଲା ଡେପୁଟେଶନରେ ନିଆଯାଇଛି। 

ହକି ବିଶ୍ୱକପ୍‌ ପ୍ରସ୍ତୁତି: ଟ୍ରିପ୍‌ଆଡ୍‌ଭାଇଜର ସହ ଓଡ଼ିଶା ପର୍ଯ୍ୟଟନର ଚୁକ୍ତିନାମା

ହକି ବିଶ୍ୱକପ୍‌ ପ୍ରସ୍ତୁତି: ଟ୍ରିପ୍‌ଆଡ୍‌ଭାଇଜର ସହ ଓଡ଼ିଶା ପର୍ଯ୍ୟଟନର ଚୁକ୍ତିନାମା

ଭୁବନେଶ୍ୱର,୧୭।୯(ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ ଦେଶର ସର୍ବବୃହତ୍‌ ବଜେଟ୍‌ ହୋଟେଲ ନେଟ୍‌ଓ୍ବାର୍କ ‘ଓୟୋ ରୁମ୍ସ’ ସହ ଏମ୍‌ଓୟୁ ସ୍ବାକ୍ଷର କରିବା ପରେ ଓଡ଼ିଶା ପର୍ଯ୍ୟଟନ ଏବେ ଆଉ ଏକ ସହବନ୍ଧିତା କରିବାକୁ ଯାଉଛି। 

ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦ: ବ୍ଲକ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦ: ବ୍ଲକ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ବାଲେଶ୍ୱର ଅଫିସ, ୧୭।୯-ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହୋଇ ନ ଥିବା ଅଭିଯୋଗରେ ରସଲପୁର ସରପଞ୍ଚ ଏବଂ ତାଙ୍କ ସହଯୋଗୀମାନେ ଗତ ୧୧ତାରିଖରେ ବାଲେଶ୍ୱର ସଦର ବ୍ଲକରେ ପହଞ୍ଚି ଏବିଡିଓ ରବି ନାରାୟଣ ବେହେରା ଏବଂ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ଅମ୍ବିକା ମଣି ପୃଷ୍ଟିଙ୍କୁ ଗାଳିଗୁଲଜ କରିଥିଲେ।

ମୂର୍ତ୍ତି ବିସର୍ଜନବେଳେ ଛାତ୍ର ମୃତ ଘଟଣା: କ୍ଷତିପୂରଣ ଦାବିରେ ସ୍କୁଲ ଫାଟକରେ ତାଲା

ମୂର୍ତ୍ତି ବିସର୍ଜନବେଳେ ଛାତ୍ର ମୃତ ଘଟଣା: କ୍ଷତିପୂରଣ ଦାବିରେ ସ୍କୁଲ ଫାଟକରେ ତାଲା

ଛେଣ୍ଡିପଦା, ୧୭ା୯(ଡି.ଏନ.ଏ.)- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନିଶା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଚନ୍ଦନ ପରିଡାଙ୍କ ପୋଖରୀରେ ବୁଡ଼ି ରବିବାର ମୃତ୍ୟୁ ଘଟଣାକୁ ନେଇ ସୋମବାର ଗ୍ରାମରେ ଉତ୍ତେଜନା ଦେଖାଦେଇଛି। 

ସଞ୍ଜୀବ କିଶୋର ଏନ୍‌ଟିପିସି ନିର୍ବାହୀ ନିର୍ଦ୍ଦେଶକ

ସଞ୍ଜୀବ କିଶୋର ଏନ୍‌ଟିପିସି ନିର୍ବାହୀ ନିର୍ଦ୍ଦେଶକ

ତାଳଚେର,୧୭।୯(ନି.ପ୍ର)- କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ନୂତନ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ ସଞ୍ଜୀବ କିଶୋର ସୋମବାର  ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଶ୍ରେଣୀଗୃହ ନାହିଁ: ୩ ମାସ ହେଲା ପାଠପଢା ବ୍ୟାହତ

ଶ୍ରେଣୀଗୃହ ନାହିଁ: ୩ ମାସ ହେଲା ପାଠପଢା ବ୍ୟାହତ

ଉଲୁଣ୍ଡା, ୧୭ା୯ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା  ପଞ୍ଚାୟତ ଅନ୍ତର୍ଗତ ବଡମାଲ ଗଁାର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି। 

ଭୟଙ୍କର ବିସ୍ଫୋରଣ : ୨୦ ଘରର ଛାତ ଭାଙ୍ଗିଲା, ଜଣେ ମୃତ

ଭୟଙ୍କର ବିସ୍ଫୋରଣ : ୨୦ ଘରର ଛାତ ଭାଙ୍ଗିଲା, ଜଣେ ମୃତ

ରାଉରକେଲା ଅଫିସ,୧୭।୯
ସବୁଦିନ ଭଳି ସୋମବାର ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ରାଉରକେଲା ଇସ୍ପାତ୍‌ ସହର। ମାହୋଲ ବି ଠିକ୍‌ଠାକ୍‌ ଥିଲା। ଅପରାହ୍ନ ୧୨ଟା ୪୫ରେ ଏକ ଭୟଙ୍କର ବିସ୍ଫୋରଣରେ ସହର ଦୋହଲି ଉଠିଥିଲା। ମଧୁସୂଦନପାଲ୍ଲୀ ତେଲୁଗୁପଡ଼ା ଅଞ୍ଚଳକୁ ପୋଲିସ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀଙ୍କ ସୁଅ ଛୁଟିଲା। ଏକାଧିକ ଅଗ୍ନିଶମ ଗାଡ଼ିର ସାଇରନ ଶବ୍ଦ ଅଶୁଭ ସଙ୍କେତ ଦେଇଥିଲା। ସତକୁ ସତ ବଡ଼ ବିପତ୍ତି ଘଟିଗଲା। ବିସ୍ଫୋରଣର ତୀବ୍ରତାରେ ୨୦ରୁ ଊର୍ଦ୍ଧ ଘରର ଛାତ ଭାଙ୍ଗିଥିବା ସହରବାସୀଙ୍କୁ ସ୍ତବ୍ଧ କରିଥିଲା। ଏଥିରେ ଗୋଟିଏ ପରିବାରର ଜଣେ ମହିଳା ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଆଇଜିଏଚ୍‌ରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ୭ରୁ ଊର୍ଦ୍ଧ ଆହତ ମଧ୍ୟ ହୋଇଛନ୍ତି।

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ଯାଏ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ଯାଏ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ ଅଫିସ, ୧୭।୯: ପୋଲିସ-ଆଇନଜୀବୀ ବିବାଦ ଘଟଣାକୁ ନେଇ ସୋମବାର ହାଇକୋର୍ଟ ବାର ଆସୋସିଏଶନ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାଣ ଫୁଟାଇବାବେଳେ ବିସ୍ପୋରଣ: ୯ ଗୁରୁତର

ବାଣ ଫୁଟାଇବାବେଳେ ବିସ୍ପୋରଣ: ୯ ଗୁରୁତର

ଭୁବନ,୧୭।୯(ଡି.ଏନ.ଏ.)-ଗଣେଶ ପୂଜା ଭସାଣିବେଳେ ଭୁବନ ଥାନା ଭୂଷଳ ପଞ୍ଚାୟତ ର୍କୀତ୍ତନପୁର ଗ୍ରାମରେ ବାଣ ଫୁଟାଇ ରବିବାର ରାତିରେ ୯ ଜଣ ଗୁରୁତର ହୋଇଛନ୍ତି। 

ଅଲିଭିଆ ଗେମ୍‌ ଖେଳି ଯୁବକ ଗୁରୁତର

ଅଲିଭିଆ ଗେମ୍‌ ଖେଳି ଯୁବକ ଗୁରୁତର

କଟକ ସଦର,୧୭।୯ (ଡି.ଏନ୍‌.ଏ.): କଟକ ସଦର  ଅଞ୍ଚଳ ବୟାଳିଶମୌଜା ଝାରକଟା ଗ୍ରାମର ଜଣେ ଯୁବକ ଅଲିଭିଆ ଗେମ୍‌ ଖେଳି ସୋମବାର ଗୁରୁତର ଆହତ ହୋଇଛନ୍ତି।

ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼ ଘଟଣା ପ୍ରତିବାଦରେ ରାଜପଥ ଅବରୋଧ

ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼ ଘଟଣା ପ୍ରତିବାଦରେ ରାଜପଥ ଅବରୋଧ

ଆନନ୍ଦପୁର,୧୭।୯(ସ୍ବ.ପ୍ର.): ରାଜ୍ୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ରବିବାର ସନ୍ଧ୍ୟାରେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ଜିଲା ଆନନ୍ଦପୁରରୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଗାଡି ଉପରକୁ ଢେଲାମାଡ଼ କରିଥିଲେ। 

କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ଫେରାର୍‌

କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ଫେରାର୍‌

ନୂଆପଡ଼ା ଅଫିସ,୧୭।୯
୬ ମାସ ତଳେ ନୂଆପଡ଼ା ପୋଲିସ ହାତରେ ଧରାପଡ଼ି ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀ କୋର୍ଟ ପରିସରରୁ ଚମ୍ପଟ ମାରିଛନ୍ତି। ସୋମବାର ଅପରାହ୍ନ ୨ଟା ବେଳେ ତାଙ୍କୁ ଏସଡିଜିଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ନାମରେ ବିଚାରାଧୀନ ଥିବା ଆପରାଧିକ ମାମଲାର ଶୁଣାଣି ହୋଇଥିଲା

ଡାକ୍ତରଙ୍କୁ ମାଡମରା ଘଟଣାରେ ୬ ଗିରଫ

ଡାକ୍ତରଙ୍କୁ ମାଡମରା ଘଟଣାରେ ୬ ଗିରଫ

ଖୋର୍ଦ୍ଧା ଅଫିସ,୧୭।୯: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଡାକ୍ତରଙ୍କୁ ମାଡମରା ଘଟଣାରେ ସୋମବାର ବାଣପୁର ଥାନା ପୋଲିସ ଅଟକ ରଖିଥିବା ୬ ଜଣକୁ ଗିରଫ କରିଛି ।

ସତ୍ୟବାଦୀ ବକୁଳ ବନରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ସତ୍ୟବାଦୀ ବକୁଳ ବନରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୭।୯(ବ୍ୟୁରୋ): ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ  ବିଶ୍ୱବିଦ୍ୟାଳୟ। ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

ରେଳ ଓଭରବ୍ରିଜ୍‌ ଉପରେ ଆଲୋକୀକରଣ ପାଇଁ ଉନ୍ନୟନ ପରିଷଦର ଦାବି

ରେଳ ଓଭରବ୍ରିଜ୍‌ ଉପରେ ଆଲୋକୀକରଣ ପାଇଁ ଉନ୍ନୟନ ପରିଷଦର ଦାବି

ଭୁବନେଶ୍ୱର, ୧୭।୯(ବ୍ୟୁରୋ): ପୋଷ୍ଟାଲ କଲୋନୀ ପାଖରେ ଥିବା ରେଲଓ୍ବେ ଫ୍ଲାଇ ଓଭର  ବ୍ରିଜ୍‌ ବହୁ ଦିନରୁ ନିର୍ମାଣ ଶେଷ ହୋଇ ଉଦ୍‌ଘାଟନ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଉପରେ ଆଲୋକ ବ୍ୟବସ୍ଥା ନାହିଁ। ଫଳରେ ବହୁ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଡାକ୍ତରଖାନାରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। 

ଜିଲାସ୍ତରୀୟ ଖୋ ଖୋ, କବାଡି ପ୍ରତିଯୋଗିତା

ଜିଲାସ୍ତରୀୟ ଖୋ ଖୋ, କବାଡି ପ୍ରତିଯୋଗିତା

ଖୋର୍ଦ୍ଧା ଅଫିସ,୧୭।୯: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡ଼ା ପଞ୍ଚାୟତ କୁମାରବସ୍ତ ଶ୍ରୀ ଲୋକନାଥ ଦେବ ନୋଡାଲ ବିଦ୍ୟାପୀଠରେ ଖୋର୍ଦ୍ଧା ଜିଲା ସ୍ତରୀୟ ଖୋ ଖୋ ଓ କବାଡି ପ୍ରତିଯୋଗିତା ସୋମବାର ଉଦ୍‌ଘାଟିତ ହୋଇଛି ।

ଡେଙ୍ଗୁ ପରୀକ୍ଷଣ କେନ୍ଦ୍ରରେ ତାଲା: ଉତ୍ତେଜନା

ଡେଙ୍ଗୁ ପରୀକ୍ଷଣ କେନ୍ଦ୍ରରେ ତାଲା: ଉତ୍ତେଜନା

ଖୋର୍ଦ୍ଧା ଅଫିସ,୧୭।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା  ମୁଖ୍ୟ ଚିକିତ୍ସାଳୟର ଡେଙ୍ଗୁ ପରୀକ୍ଷଣ କେନ୍ଦ୍ରରେ ୫ ଦିନ ହେଲା  ତାଲା ଝୁଲୁଥିବା ବେଳେ ରୋଗୀଙ୍କ ଡେଙ୍ଗୁ ପରୀକ୍ଷା ହୋଇ ପାରୁ ନ ଥିବାରୁ ସୋମବାର ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।