ରାଜ୍ୟ

ଅପରିବର୍ତ୍ତିତ ରହିବ ବିଜୁଳି ଦର

ଅପରିବର୍ତ୍ତିତ ରହିବ ବିଜୁଳି ଦର

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟର ସାଧାରଣ ଖାଉଟିମାନଙ୍କ ଲାଗି ଖୁସି ଖବର। ଚଳିତ ବର୍ଷ ରାଜ୍ୟରେ ବିଜୁଳି ଦର ବୃଦ୍ଧି କରାଯିବ ନାହିଁ। ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ବିଜୁଳି ଦର ଅପରିବର୍ତ୍ତିତ ରହିବ। ଏ ସମ୍ପର୍କରେ ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ପକ୍ଷରୁ ଘୋଷଣା କରାଯାଇଛି। ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ଚଳିତ ବର୍ଷ ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ର ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିବ ବୋଲି କହିଛନ୍ତି। ଯେଉଁମାନେ ଡିଜିଟାଲ୍‌ ପେମେଣ୍ଟ ଦ୍ୱାରା ବିଲ୍‌ ପ୍ରଦାନ କରିବେ ସେମାନଙ୍କୁ ୧ପ୍ରତିଶତ ରିହାତି ମିଳିବ। ଏପରି କି ରିହାତି ଦିଆଯିବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ବିଲ୍‌ ପ୍ରଦାନ କଲେ ସେମାନଙ୍କୁ ଦ୍ୱିତୀୟ ବାର ରିହାତି ମିଳିପାରିବ। ୧୧ମାସ ରିହାତି ଅବଧିରେ ବିଲ୍‌ ପ୍ରଦାନ କରିଥିବା ଗ୍ରାହକଙ୍କୁ ଶେଷ ମାସରେ ଦ୍ୱିତୀୟ ଥର ପାଇଁ ଛାଡ ମିଳିବ ବୋଲି ସେ କହିଛନ୍ତି।

ବଢିଛି ମୁଣ୍ଡ ପିଛା ଆୟ

ବଢିଛି ମୁଣ୍ଡ ପିଛା ଆୟ

ଭୁବନେଶ୍ୱର, ୨୨। ୩ (ବ୍ୟୁରୋ): ଗତ ବର୍ଷ ତୁଳନାରେ ରାଜ୍ୟର ସାମଗ୍ରିକ ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୦.୪ ପ୍ରତିଶତ ଥିବାବେଳେ ୨୦୧୭-୧୮ରେ ଏହା ୭.୧୪ ପ୍ରତିଶତକୁ ଖସିଆସିଛି। ତେବେ ଏହି ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଥିବାବେଳେ ରାଜ୍ୟର ୭.୧୪ ପ୍ରତିଶତ ରହିଛି। ଯଦିଓ ଏହି ହାର ଗତବର୍ଷ ତୁଳନାରେ ହ୍ରାସ ପାଇଛି ଏବେ ଜାତୀୟ ହାରଠାରୁ ଅଧିକ ଥିବାରୁ ରାଜ୍ୟର ଅଭିବୃଦ୍ଧି ହାର ଭଲ ଅଛି ବୋଲି ରାଜ୍ୟ ସରକାର ଗୁରୁବାର ବିଧାନସଭାରେ ଉପସ୍ଥାପିତ ୨୦୧୭-୧୮ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ବର୍ଷ ତୁଳନାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି। ୨୦୧୭-୧୮ରେ ମୁଣ୍ଡ ପିଛା ଆୟ ୬.୦୬ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଆଜି ରାଜ୍ୟ ବଜେଟ

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର, ୨୨।୩(ବ୍ୟୁରୋ) : ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଶୁକ୍ରବାର ବଜେଟ ଆଗତ କରିବେ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ନିର୍ବାଚନୀ ବର୍ଷ ହୋଇଥିବା କାରଣରୁ ଲୋକପ୍ରିୟ ବଜେଟ ଆସିପାରେ ବୋଲି ଆଶା କରାଯାଉଛି ।

‘କଳା ଭୂମି’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ହସ୍ତଶିଳ୍ପ, ହସ୍ତତନ୍ତ କାରିଗର ରାଜ୍ୟର ଗୌରବ

‘କଳା ଭୂମି’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ହସ୍ତଶିଳ୍ପ, ହସ୍ତତନ୍ତ କାରିଗର ରାଜ୍ୟର ଗୌରବ

ଭୁବନେଶ୍ୱର, ୨୨।୩(ବ୍ୟୁରୋ)- ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ ଓଡ଼ିଶାର ପ୍ରସିଦ୍ଧି ରହିଛି। କଳା ଓ ସଂସ୍କୃତି ଗୋଟିଏ ଜାତିର ଆତ୍ମା ଏବଂ ସବୁଠାରୁ ବଡ଼ ପରିଚୟ। ତେଣୁ ଏହାର ପ୍ରସାର, ସଂରକ୍ଷଣ ଏବଂ ମୂଲ୍ୟାୟନ ଆମ ସମସ୍ତଙ୍କ ଦାୟିତ୍ୱ। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏ ଦିଗରେ ଭଲ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ପୋଖରୀପୁଟଠାରେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳା ଭୂମି’ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିବା ସହ ହସ୍ତଶିଳ୍ପ ଏବଂ ହସ୍ତତନ୍ତ କାରିଗରମାନେ ରାଜ୍ୟର ଗୌରବ ବୋଲି ଅଭିହିତ ଥିଲେ। ଏହି ସଂଗ୍ରହାଳୟ ସମଗ୍ର ଭାରତରେ ରାଜ୍ୟର ମାନକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୩୧ରୁ କୁଇଜ ମହାକୁମ୍ଭ:‘ମେଟଲ୍‌ ମିଟ୍‌ ୨୦୧୮’

୩୧ରୁ କୁଇଜ ମହାକୁମ୍ଭ:‘ମେଟଲ୍‌ ମିଟ୍‌ ୨୦୧୮’

ଭୁବନେଶ୍ୱର, ୨୨।୩(ବ୍ୟୁରୋ)- ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌-୨୦୧୮’ ଦୀର୍ଘ ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରିଛି। ଆସନ୍ତା ୩୧ ତାରିଖ ଏବଂ ଏପ୍ରିଲ ୧ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଚଳିତବର୍ଷ ଆହୁରି ଆକର୍ଷଣୀୟ ଏବଂ ବୃହତ୍‌ ଆକାରରେ ହେବାକୁ ଯାଉଛି। ଓଡିଶାର ଛାତ୍ରୀଛାତ୍ରମାନଙ୍କୁ କୁଇଜ୍‌ ପ୍ରତି ଆକର୍ଷିତ କରିବା ଏବଂ ଓଡ଼ିଶାରେ ଏକ କୁଇଜ୍‌ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତାର ୩ୟ ବର୍ଷ ପାଇଁ ଏହା ଆୟୋଜିତ ହେବ। ଚଳିତବର୍ଷ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାର ବିଭିନ୍ନ ସ୍କୁଲ୍‌ ଏବଂ କଲେଜ୍‌ରୁ ମୋଟ ୭୨ଟି ଟିମ୍‌ ଅଂଶଗ୍ରହଣ କରିବାକୁ ଥିବାବେଳେ ଜୁନିୟର୍‌ ଏବଂ ସିନିୟର୍‌ ବିଭାଗରେ ଏହି ‘ବ୍ୟାଟଲ୍‌ ଅଫ୍‌ ବ୍ରେନ୍ସ’ ଅନୁଷ୍ଠିତ ହେବ।

କୁଆଖାଇ ନଦୀପଠାରୁ ଅଧାପୋଡା ମୃତଦେହ ଉଦ୍ଧାର ଘଟଣା: ତ୍ରିକୋଣୀୟ ପ୍ରେମ ସମ୍ପର୍କ ସନ୍ଦେହ

କୁଆଖାଇ ନଦୀପଠାରୁ ଅଧାପୋଡା ମୃତଦେହ ଉଦ୍ଧାର ଘଟଣା: ତ୍ରିକୋଣୀୟ ପ୍ରେମ ସମ୍ପର୍କ ସନ୍ଦେହ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା କୁଆଖାଇ ନଦୀପଠାରୁ ବୁଧବାର ତନ୍ମୟ ପାଢୀଙ୍କ ଅଧାପୋଡା ମୃତଦେହ ମିଳିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବଡଗଡ ବିଜେବି ନଗରର ତନ୍ମୟଙ୍କୁ ହତ୍ୟା କରିବା ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି।

ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ୍‌ ଅଧିକାରୀ ଆଶୁତୋଷ ସାମଲଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

ବଢୁଛି ତାତି

ବଢୁଛି ତାତି

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ସାରା ରାଜ୍ୟରେ ବଢି ଚାଲିଛି ତାତି। ଇତି ମଧ୍ୟରେ ଲୋକେ ଅସହ୍ୟ ହୋଇ ପଡ଼ିଲେଣି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଟିଟିଲାଗଡ ରାଜ୍ୟର ସବୁଠାରୁ ତତଲା ସହରରେ ପରିଣତ ହୋଇଛି।

ଡାଟା ଏଣ୍ଟ୍ରି  ଅପରେଟର ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ପୁରୀ ଅଫିସ, ୨୨।୩: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତିରେ ଅନିୟମିତତା ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି।

ଶ୍ୱଶୁରଘରେ ବିଷ ପିଇ ଜୀବନ ହାରିଲେ ଜ୍ୱାଇଁ

ଶ୍ୱଶୁରଘରେ ବିଷ ପିଇ ଜୀବନ ହାରିଲେ ଜ୍ୱାଇଁ

ଭବାନୀପାଟଣା, ୨୨।୩(ଡି.ଏନ.ଏ.): ଶ୍ୱଶୁରଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୁମୁଡାସିଲ ଗ୍ରାମରେ। ମୃତକ ହେଲେ ଜିଲାର ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କମଳାଗୁଡା ଗ୍ରାମର ସୀତାରାମ ମାଝି ।

ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା:  କ୍ରାଇମବ୍ରାଞ୍ଚ ତଦନ୍ତରେ ସହାୟତା କରୁଛି: ଏସ୍‌ପି

ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତରେ ସହାୟତା କରୁଛି: ଏସ୍‌ପି

କଟକ ଅଫିସ, ୨୨।୩: ପାର୍ଶଲ ବୋମା ବିସ୍ଫୋରଣ ମାମଲାରେ ସ୍ଥାନୀୟ ପୋଲିସ ସହିତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସହାୟତା କରୁଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଫୋନ୍‌ କଲ୍‌ ଯାଞ୍ଚ କରାଯାଉଛି ବୋଲି ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧ

ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧ

ପୁରୀ ଅଫିସ, ୨୨।୩: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଅଟେଇ ଜଙ୍ଗଲରେ ନିଆଁ

ଅଟେଇ ଜଙ୍ଗଲରେ ନିଆଁ

କେନ୍ଦୁଝର, ୨୨।୩(ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ଜଙ୍ଗଲ ପୋଡିଯାଇଥିବା ଜଣାପଡିଛି। ଗତ କିଛିଦିନ ଧରି ନିଆଁ ଲାଗିଥିଲେ ହେଁ ବନ ବିଭାଗ ନିଆଁ ଲିଭାଇବାରେ ବିଫଳ ହୋଇଛି।

ଅବୈଧ ପ୍ରେମ ସମ୍ପର୍କରେ ନାଟକୀୟ ମୋଡ଼: ସ୍ବାମୀ ପରିତ୍ୟକ୍ତାଙ୍କ ହାତ ଧରିଲେ ଯୁବକ

ଅବୈଧ ପ୍ରେମ ସମ୍ପର୍କରେ ନାଟକୀୟ ମୋଡ଼: ସ୍ବାମୀ ପରିତ୍ୟକ୍ତାଙ୍କ ହାତ ଧରିଲେ ଯୁବକ

ଅମରପାଲି, ୨୨।୩ (ଡି.ଏନ.ଏ): ପ୍ରେମ ଶାସ୍ବତ ଓ ଚିରନ୍ତର । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଘିଚାପାଲି ଗ୍ରାମରେ। ଅବୈଧ ପ୍ରେମ ସମ୍ପର୍କରେ ନାଟକୀୟ ମୋଡ କ୍ରମରେ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ହାତ ଧରିଛନ୍ତି ଜଣେ ଅବିବାହିତ ଯୁବକ ।

ମହାପ୍ରଭୁଙ୍କ ବନକଲାଗି

ମହାପ୍ରଭୁଙ୍କ ବନକଲାଗି

ପୁରୀ ଅଫିସ, ୨୨।୩: ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୭ଟା ଅର୍ଥାତ୍‌ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ଇଣ୍ଡିଗୋ ବିମାନରେ ଯାତ୍ରୀ ଅସୁସ୍ଥ

ଇଣ୍ଡିଗୋ ବିମାନରେ ଯାତ୍ରୀ ଅସୁସ୍ଥ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଇଣ୍ଡିଗୋ ବିମାନ ୬ଇ-୩୭୫ କଲିକତା-ଭୁବନେଶ୍ୱର-ବମ୍ବେ ଯାଉଥିବା ବିମାନଟି ଗୁରୁବାର ସକାଳ ୮ଟା ୨୩ରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି।

ଏସ୍‌ସିବିରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ

ଏସ୍‌ସିବିରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ

କଟକ ଅଫିସ, ୨୧।୩- ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଏସ୍‌ସିବିରେ ମଙ୍ଗଳବାର ରାତିରେ ଘଟିଛି। ମୃତକ ହେଲେ କଲ୍ୟାଣୀ ମହାଳିକ (୫୫)। ତାଙ୍କ ଘର ବାଲେଶ୍ୱର ଜିଲା ସୋର ଅଞ୍ଚଳରେ। କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ କଲ୍ୟାଣୀ ମାର୍ଚ୍ଚ ୧୪ ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା କରିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ପାର୍ଶଲ ବୋମା ବିସ୍ଫୋରଣ ଘଟଣା: ସ୍ବାମୀଙ୍କ ନାଁରେ ଅନାଥାଶ୍ରମ ଖୋଲିବେ ରୀମା

ପାର୍ଶଲ ବୋମା ବିସ୍ଫୋରଣ ଘଟଣା: ସ୍ବାମୀଙ୍କ ନାଁରେ ଅନାଥାଶ୍ରମ ଖୋଲିବେ ରୀମା

କଟକ ଅଫିସ, ୨୧।୩-ଯିଏ ମୋ ଚାରିଦିନର ସଂସାରକୁ ଉଜାଡ଼ିଦେଇଛି ତାକୁ କଠୋର ଶାସ୍ତି ମିଳୁ। ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏହି ଅନୁରୋଧ କରୁଛି। ଏ କଥା କହିଛନ୍ତି ନବବିବାହିତା ରୀମା ସାହୁ, ଯିଏ କି ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ଏବେ କଟକ ବଡ଼ମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି।

ଓଟିଭି ବିତର୍କରେ ସାମିଲ ହେବନି ବିଜେଡି

ଓଟିଭି ବିତର୍କରେ ସାମିଲ ହେବନି ବିଜେଡି

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ରାଜ୍ୟର ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ଏବଂ ବିଜେଡି ଦଳର ନେତାଙ୍କ ଭିତରେ ଏବେ ଲଢେଇ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଶପଥ ନେଲେ ନୂଆ ରାଜ୍ୟପାଳ ସତ୍ୟପାଲ୍‌ ମଲିକ

ଶପଥ ନେଲେ ନୂଆ ରାଜ୍ୟପାଳ ସତ୍ୟପାଲ୍‌ ମଲିକ

ଭୁବନେଶ୍ୱର, ୨୧।୩(ବ୍ୟୁରୋ):୨୦୧୩ ମାର୍ଚ୍ଚ ମାସରେ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଏସ୍‌.ସି. ଜମିର୍‌ଙ୍କ କାର୍ଯ୍ୟକାଳ ଗତ ୨୦ତାରିଖରେ ଶେଷ ହୋଇଯାଇଛି। ଜମିର୍‌ଙ୍କ ସ୍ଥାନରେ ବିହାର ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କୁ ଓଡିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବୁଧବାର ନବନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲିକ ଓଡିଶାରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି।

ବଜେଟ ଅଧିବେଶନ: ବିରୋଧୀ ଦୁଇଫାଳ

ବଜେଟ ଅଧିବେଶନ: ବିରୋଧୀ ଦୁଇଫାଳ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିବସରେ ବି କୌଣସି କାର୍ଯ୍ୟ ହୋଇପାରିନାହିଁ। ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ଦ୍ୱିତୀୟାର୍ଦ୍ଧ ବରବାଦ ହେଲା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲେ ବି ତାହା ହୋଇପାରିନାହିଁ। ବିରୋଧୀ ଦଳ କଂଗ୍ରେସ ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ଆଲୋଚନା କରିବା ପାଇଁ ଚାହିଁଥିଲେ। ମାତ୍ର ଭାଜପା ସଭ୍ୟମାନଙ୍କ ଅସହଯୋଗ ତାହା କରାଇ ଦେଇ ନ ଥିଲା। ବିରୋଧୀ ଦୁଇଫାଳ ହୋଇଯିବା ଘଟଣା ଶାସକ ଦଳକୁ ସୁହାଇଛି।

ରାଜଧାନୀରେ ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା ଆରମ୍ଭ

ରାଜଧାନୀରେ ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ)- ପ୍ରଥମ ଥର ଲାଗି ଭୁବନେଶ୍ୱରରେ ଆରମ୍ଭ ହେଲା ଆଡାପ୍‌ଟିଭ ଟ୍ରାଫିକ ସିଗ୍‌ନାଲ କଣ୍ଟ୍ରୋଲ(ଏଟିଏସସି) ଅଥବା ସ୍ବୟଂକ୍ରିୟ ଟ୍ରାଫିକ ବ୍ୟବସ୍ଥା। ରାଜ୍ୟର ପ୍ରଥମ ସହର ଭାବେ ଭୁବନେଶ୍ୱରର ୫୦ଟି ସ୍ଥାନରେ ଏହି ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ସୂଚନା ଦିଆଯାଇଛି।

ଏମିତି କେୟାରିଂ କମିଶନରେଟ ପୋଲିସ: ଦୁର୍ଘଟଣା ଘଟାଇ ଫେରାର ହୋଇଗଲା ଭ୍ୟାନ୍‌, ୩ ଗୁରୁତର

ଏମିତି କେୟାରିଂ କମିଶନରେଟ ପୋଲିସ: ଦୁର୍ଘଟଣା ଘଟାଇ ଫେରାର ହୋଇଗଲା ଭ୍ୟାନ୍‌, ୩ ଗୁରୁତର

ଭୁବନେଶ୍ୱର, ୨୧।୩(ବ୍ୟୁରୋ)- ‘ଓ୍ବି କେୟାର, ଓ୍ବି ଡେୟାର’। କମିଶନରେଟ ପୋଲିସର ଏହି ସ୍ଳୋଗାନରେ କେତେ ସତ୍ୟତା ରହିଛି ତାହା ବୁଧବାରର ଏକ ଦୁର୍ଘଟଣାରୁ ସ୍ପଷ୍ଟ ହୋଇଛି। ରାଜଧାନୀରେ ଏକ ପୋଲିସ ଭ୍ୟାନ ସିରିଜ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବା ଘଟଣା କମିଶନରେଟ ପୋଲିସର ଅସଲ ଚେହେରାକୁ ପଦାରେ ପକାଇଛି। ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକୋ କରି ପୋଲିସ ବିରୋଧରେ ନାରାବାଜି ଦେଇଛନ୍ତି।

ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲାଯିବ ଭରତପୁର ସଂରକ୍ଷିତ ଜଙ୍ଗଲ

ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲାଯିବ ଭରତପୁର ସଂରକ୍ଷିତ ଜଙ୍ଗଲ

ଭୁବନେଶ୍ୱର, ୨୧।୩(ବ୍ୟୁରୋ)- ଭରତପୁର ସଂରକ୍ଷିତ ଜଙ୍ଗଲ। ରାଜଧାନୀରେ ଅବସ୍ଥିତ ଏହି ଜଙ୍ଗଲ ଚନ୍ଦକା ଜଙ୍ଗଲର ଅଂଶବିଶେଷ। ପ୍ରାୟ ୨୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସଂରକ୍ଷିତ ଜଙ୍ଗଲରେ ହାତୀ, ବାରହା, ହରିଣ, ସମ୍ବର, ମୟୂର, ବିଲୁଆ, ଠେକୁଆ ଭଳି ଅନେକ ଜୀବଜନ୍ତୁ ରହିଥାନ୍ତି। ଯେହେତୁ ଏହା ସଂରକ୍ଷିତ ଜଙ୍ଗଲ ତେଣୁ ଏଠାକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ। କିନ୍ତୁ ଖୁବ୍‌ଶୀଘ୍ର ଜନସାଧାରଣ ନିମନ୍ତେ ଏହା ଖୋଲାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।