ରାଜ୍ୟ

୩ ଆନ୍ତଃରାଜ୍ୟ ଚୋରା କଇଁଛ ବେପାରୀ ଗିରଫ, ସାକ୍ଷୀଗୋପାଳରୁ କିଣି କଲିକତାରେ ବିକୁଥିଲେ

୩ ଆନ୍ତଃରାଜ୍ୟ ଚୋରା କଇଁଛ ବେପାରୀ ଗିରଫ, ସାକ୍ଷୀଗୋପାଳରୁ କିଣି କଲିକତାରେ ବିକୁଥିଲେ

ବାଲେଶ୍ୱର ଅଫିସ, ୧୭।୩-ବାଲେଶ୍ୱର ରେଳବାଇ ପୋଲିସ ଶନିବାର ରାତି ୨ଟା ବେଳେ ପୁରୀ-ସାନ୍ତରାଗାଚ୍ଛି ପାସେଞ୍ଜର ଟ୍ରେନ୍‌ରୁ ରୂପ୍‌ସା ନିକଟରେ ୪୫ଟି କଇଁଛ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି। ରବିବାର ପୂର୍ବାହ୍ନରେ ସେମାନଙ୍କୁ ବନବିଭାଗ ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା।

ସ୍ବାମୀଙ୍କ ଲାଠିମାଡ଼ରେ ସ୍ତ୍ରୀ ମୃତ

ସ୍ବାମୀଙ୍କ ଲାଠିମାଡ଼ରେ ସ୍ତ୍ରୀ ମୃତ

ସୁନ୍ଦରଗଡ଼,୧୭।୩(ଡି.ଏନ୍‌.ଏ): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବାରଗାଡ଼ ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଲାଠିରେ ପିଟିପିଟି ହତ୍ୟା କରିଛନ୍ତି। ମୃତା ମହିଳା ଜଣକ ହେଲେ ମାରତାଲିନ ସାମାଦ। 

ରାଜ୍ୟ ସରକାରଙ୍କୁ ବଳଭଦ୍ରଙ୍କ ଟାର୍ଗେଟ, ଜବାବରେ ରମେଶ କହିଲେ ଦଳରୁ ଯାଇ ଭାଜପା ଭାଷା କହୁଛନ୍ତି

ରାଜ୍ୟ ସରକାରଙ୍କୁ ବଳଭଦ୍ରଙ୍କ ଟାର୍ଗେଟ, ଜବାବରେ ରମେଶ କହିଲେ ଦଳରୁ ଯାଇ ଭାଜପା ଭାଷା କହୁଛନ୍ତି

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭାଜପାରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ। ଗତ ୫ ବର୍ଷରେ ନବରଙ୍ଗପୁରରେ ହୋଇଥିବା ଉନ୍ନତି ପଛରେ କେନ୍ଦ୍ର ସରକାରଙ୍କ ଯୋଜନା ଥିବା ସେ ପ୍ରକାଶ କରିଛନ୍ତି।

କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ କାଜଲ ନାୟକ

କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ କାଜଲ ନାୟକ

ଯାଜପୁର ଅଫିସ, ୧୭।୩: ଆସନ୍ତା ନିର୍ବାଚନରେ ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳୀରୁ କିନ୍ନର କାଜଲ ନାୟକ ନିର୍ବାଚନ ଲଢ଼ିବେ। ବହୁଜନ ସମାଜବାଦୀ ପାର୍ଟିରୁ କାଜଲ ଲଢ଼ିବେ ବୋଲି ଜଣାପଡ଼ିଛି। 

ନିଲୁଙ୍କ ସାଙ୍ଗରେ ଯିବା ମହଙ୍ଗା ପଡ଼ିଲା: ବଦଳିଲେ ସତ୍ୟବାଦୀ, କଣାସ ବିଜେଡି ସଭାପତି

ନିଲୁଙ୍କ ସାଙ୍ଗରେ ଯିବା ମହଙ୍ଗା ପଡ଼ିଲା: ବଦଳିଲେ ସତ୍ୟବାଦୀ, କଣାସ ବିଜେଡି ସଭାପତି

ସାକ୍ଷୀଗୋପାଳ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବିରୋଧ କରି ନିଲୁ ଷଡ଼ଙ୍ଗୀଙ୍କ ସାଙ୍ଗରେ ଯାଇଥିବା ସତ୍ୟବାଦୀ ଓ କଣାସ ବ୍ଲକ ବିଜେଡି ସଭାପତି ରତିକାନ୍ତ ମିଶ୍ର ଓ ସୁଶୀଲ ରାଉତଙ୍କୁ ମହଙ୍ଗା ପଡ଼ିଛି। 

ଜିଲାପାଳଙ୍କୁ ଗୁହାରି ଜଣାଇବାକୁ  ୫ କି.ମି. ଚାଲିଲେ ଛାତ୍ରୀ

ଜିଲାପାଳଙ୍କୁ ଗୁହାରି ଜଣାଇବାକୁ ୫ କି.ମି. ଚାଲିଲେ ଛାତ୍ରୀ

ବାରିପଦା ଅଫିସ,୧୭।୩: ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ମୁକୁନ୍ଦ ହାଇସ୍କୁଲର ଆଦିବାସୀ ହଷ୍ଟେଲ ଛାତ୍ରୀ ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ରବିବାର ୫ କିଲୋମିଟର ଚାଲିଛନ୍ତି। 

ମୁହଁ ଖୋଲିଲେ ବିଜୟ: କହିଲେ ୨୦୧୯ ନିର୍ବାଚନ କଠିନ ହେବ; ନବୀନ ନିବାସ ଯିବା ଦିଲୀପଙ୍କର ବ୍ୟକ୍ତିଗତ ନିଷ୍ପତ୍ତି

ମୁହଁ ଖୋଲିଲେ ବିଜୟ: କହିଲେ ୨୦୧୯ ନିର୍ବାଚନ କଠିନ ହେବ; ନବୀନ ନିବାସ ଯିବା ଦିଲୀପଙ୍କର ବ୍ୟକ୍ତିଗତ ନିଷ୍ପତ୍ତି

ଭୁବନେଶ୍ୱର,୧୭।୩(ବ୍ୟୁରୋ): ୨୦୧୯ ନିର୍ବାଚନ କଠିନ ହେବ। ଏପରି ନିର୍ବାଚନ ଓଡ଼ିଶାବାସୀ ଦେଖି ନ ଥିବେ। ଦୀର୍ଘ ଦିନର ନିରବତା ପରେ ରବିବାର ମୁହଁ ଖୋଲି ଏଭଳି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ବିଜେଡିରେ ମୀରା ପରିଡ଼ା, ନବୀନଙ୍କ ଉପସ୍ଥିତିରେ ସାମିଲ ହେଲେ

ବିଜେଡିରେ ମୀରା ପରିଡ଼ା, ନବୀନଙ୍କ ଉପସ୍ଥିତିରେ ସାମିଲ ହେଲେ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ନିର୍ବାଚନୀ ତାରିଖ ଯେତିକି ପାଖକୁ ଆସୁଛି, ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। 

ନବୀନ ନିବାସରେ ଗୀତା ମେହେଟ୍ଟା

ନବୀନ ନିବାସରେ ଗୀତା ମେହେଟ୍ଟା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ରବିବାର ମଧ୍ୟାହ୍ନରେ ଗୀତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। 

ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ବିଜେପୁର, ବରଗଡ଼, ରେଢ଼ାଖୋଲ, ଝାରସୁଗୁଡ଼ା ଏବଂ ରାଉରକେଲା ଭଳି ଯେକୌଣସି ପ୍ରମୁଖ ଆସନରୁ ବିଧାନସଭା ଲଢ଼ନ୍ତୁ।

ଭାଜପାରେ ଯୋଗଦେଲେ ପ୍ରକାଶ

ଭାଜପାରେ ଯୋଗଦେଲେ ପ୍ରକାଶ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କଟକ ଜିଲାର ଏକମାତ୍ର କଂଗ୍ରେସ ବିଧାୟକ ତଥା ସାଲେପୁରର ବିଧାୟକ ପ୍ରକାଶ ବେହେରା  ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ସେ  ଭାଜପାରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ରବିବାର ପ୍ରକାଶ ଭାଜପାରେ ଯୋଗ ଦେଇଛନ୍ତି।

ଦାରିଙ୍ଗବାଡ଼ିରେ ମାଓ ପୋଷ୍ଟର: ଭୋଟ ବର୍ଜନ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ିରେ ମାଓ ପୋଷ୍ଟର: ଭୋଟ ବର୍ଜନ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ିି,୧୭।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କନ୍ଦିବାନ୍ଦା ଅଞ୍ଚଳରେ ରବିବାର ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ୫୯ନଂ ଜାତୀୟ ରାଜପଥ କନ୍ଦିବାନ୍ଦାରେ ପୂର୍ବରୁ ମଧ୍ୟ ମାଓବାଦୀଙ୍କ ପକ୍ଷରୁ ଗଛ ପକାଇ ରାସ୍ତା ଅବରୋଧ କରିଥିବା ନଜିର ରହିଛି ।

ପ୍ରାଚୀ ଉପତ୍ୟକାରେ ଦୋଳ ଉତ୍ସବ ଆରମ୍ଭ

ପ୍ରାଚୀ ଉପତ୍ୟକାରେ ଦୋଳ ଉତ୍ସବ ଆରମ୍ଭ

କାକଟପୁର,୧୭।୩(ଡି.ଏନ୍‌.ଏ): ପ୍ରାଚୀ ଉପତ୍ୟକାରେ ଶନିବାର ବିଳମ୍ବିତ ରାତିରୁ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି। ପ୍ରାଚୀ ଉପତ୍ୟକାରେ ପୂଜା ପାଉଥିବା କପିଳେଶ୍ୱର, ଶୋଭନେଶ୍ୱର, ରାମେଶ୍ୱର, ଅଙ୍ଗେଶ୍ୱର, ଅମରେଶ୍ୱର, ବନ୍ଧେଶ୍ୱର, ସମେଶ୍ୱର, ନାଟେଶ୍ୱର, ସିଦ୍ଧେଶ୍ୱର, ମୁକ୍ତେଶ୍ୱର, ମାଧବାନନ୍ଦ, ରାଧାକାନ୍ତଙ୍କୁ ଲିଆ, ଉଖୁଡ଼ା, ଶାକର, ଚୁଡ଼ା, ଆମ୍ବକଷି ଭୋଗଲାଗି ସହିତ ଠାକୁରଙ୍କ ମସ୍ତକରେ ଫଗୁ ବୋଳି ଦୋଳ ଉତ୍ସବର ଶୁଭାରମ୍ଭ କରାଯାଇଛି।

ଟ୍ରାକ୍ଟର ପଛରେ ପିଟି ହେଲା ଟେମ୍ପୋ  ୨ ଗୁରୁତର

ଟ୍ରାକ୍ଟର ପଛରେ ପିଟି ହେଲା ଟେମ୍ପୋ ୨ ଗୁରୁତର

ଜମନକିରା,୧୭।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ନିକଟସ୍ଥ ୫୩ ନଂ ରାଜପଥ ଅର୍ଜୁନପାଲି ଛକରେ ଏକ ଇଟାବୋଝେଇ ଟ୍ରାକ୍ଟର ପଛରେ ଟେମ୍ପୋ ପିଟି ହେବାରୁ ଏଥିରେ ଚାଳକଙ୍କ ସମେତ ୭ ଆହତ ହୋଇଛନ୍ତି। 

ପ୍ରଶାସନ ଶୁଣିଲାନି: ଗ୍ରାମବାସୀ ନିଜେ ନିର୍ମାଣ କଲେ ରାସ୍ତା

ପ୍ରଶାସନ ଶୁଣିଲାନି: ଗ୍ରାମବାସୀ ନିଜେ ନିର୍ମାଣ କଲେ ରାସ୍ତା

ପାଟଣା,୧୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ   ଗୁଳୁଦୀପଶି ଗ୍ରାମ ଝାଟିପଡ଼ାା ହାମଲେଟକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାକୁ ରବିବାର ସକାଳେ ଗ୍ରାମବାସୀ  ମିଳିମିଶି  ମରାମତି କରିଛନ୍ତି।  

ନିଦରୁ ଉଠି ଜୀବିତ ରୋଗୀଙ୍କୁ ମୃତ ଲେଖିଲେ ଡାକ୍ତର

ନିଦରୁ ଉଠି ଜୀବିତ ରୋଗୀଙ୍କୁ ମୃତ ଲେଖିଲେ ଡାକ୍ତର

ଭଦ୍ରକ ଅଫିସ,୧୭।୩: ଭଦ୍ରକ ଜିଲା ଚିକିତ୍ସାଳୟରେ ରବିବାର ଭୋରୁ ଏକ ଅଭାବନୀୟ  ଘଟଣା ଘଟିଛି l  ଜଣେ ଜୀବିତ ରୋଗୀଙ୍କୁ  ଡାକ୍ତର ମୃତ ଘୋଷଣା କରିବା କାରଣରୁ ସମ୍ପର୍କୀୟମାନେ ମେଡିକାଲରେ ହୋହଲ୍ଲା କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l 

ନବୀନଙ୍କୁ ଭେଟିଲେ ଦିଲୀପ

ନବୀନଙ୍କୁ ଭେଟିଲେ ଦିଲୀପ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଅତୀତର ସବୁ ତିକ୍ତତାକୁ ଭୁଲି ବରିଷ୍ଠ ନେତା ଦିଲୀପ ରାୟ ଶନିବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଦିଲୀପ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।  

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରକାଶ

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରକାଶ

କଟକ ଅଫିସ, ୧୭।୩: ଦେଢବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କଟକ ଜିଲାର ଏକମାତ୍ର କଂଗ୍ରେସ ବିଧାୟକ ତଥା ସାଲେପୁରର ବିଧାୟକ ପ୍ରକାଶ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି।

ବିଜେଡି ଛାଡ଼ିଲେ ପ୍ରୀତିନନ୍ଦା

ବିଜେଡି ଛାଡ଼ିଲେ ପ୍ରୀତିନନ୍ଦା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ କର୍ପୋରେଟର ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ କନ୍ୟା ପ୍ରୀତିନନ୍ଦା ରାଉତରାୟ ବିଜେଡିରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। 

ଭାଜପା ରାଜ୍ୟ ସଭାପତିଙ୍କ ପୁତୁରା ବିଜେଡିରେ ସାମିଲ

ଭାଜପା ରାଜ୍ୟ ସଭାପତିଙ୍କ ପୁତୁରା ବିଜେଡିରେ ସାମିଲ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭାଜପା ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ଶତାଧିକ ସମର୍ଥକଙ୍କ ସହ ହରିଶ୍ଚନ୍ଦ୍ର ବିଜେଡିରେ ସାମିଲ ହୋଇଛନ୍ତି। 

ବିକଳ୍ପ ଖୋଜୁଛି ଭୋଟର

ବିକଳ୍ପ ଖୋଜୁଛି ଭୋଟର

ହର୍ଷବର୍ଦ୍ଧନ ବେହେରା/ରାମକୃଷ୍ଣ ଦାସ

ଯାଜପୁର ଅଫିସ, ୧୭ା୩: ଯାଜପୁର ଜିଲାର ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୬୭ ମସିହାରୁ ଏଯାବତ ସଂରକ୍ଷିତ ଆସନ ହୋଇରହିଛି। ଅଞ୍ଚଳବାସୀ ଏନେଇ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ କମିଶନରଙ୍କୁ ବାରମ୍ବାର ଦୃଷ୍ଟିଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ନିର୍ବାଚନକୁ ନେଇ ସବୁ ମହଲରେ ଉକତ୍ଣ୍ଠା ପ୍ରକାଶ ପାଇଛି।

ଚର୍ଚ୍ଚାରେ ନୂଆ ମୁହଁ

ଚର୍ଚ୍ଚାରେ ନୂଆ ମୁହଁ

ନ୍ତୋଷ ରାଉତ/ଶୁଭକାନ୍ତ ନାୟକ 

ଆନନ୍ଦପୁର/ ହାଟଡିହୀ, ୧୭। ୩: ରାଜ୍ୟ ରାଜନୀତିରେ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ସ୍ଥାନ ସ୍ବତନ୍ତ୍ର ରହିଛି। ହାଟଡିହୀ ବ୍ଲକର ୩୧, ଆନନ୍ଦପୁର ବ୍ଲକର ୧୮ ପଞ୍ଚାୟତ ଏବଂ ଆନନ୍ଦପୁର ପୌରପରିଷଦର ୧୬ଟି ଓାର୍ଡକୁ ନେଇ ଏହା ଗଠିତ। ପୂର୍ବରୁ  କଂଗ୍ରେସ ଦଖଲରେ ଥିବା ଏହି ଆସନକୁ  ୨୦୦୯ ଏବଂ ୨୦୧୪ ନିର୍ବାଚନରେ ବିଜେଡି ଦଖଲ କରିିଥିଲା।

୩ ଅଭିଜ୍ଞଙ୍କ ମଧ୍ୟରେ ହୋଇପାରେ ଟକ୍କର

୩ ଅଭିଜ୍ଞଙ୍କ ମଧ୍ୟରେ ହୋଇପାରେ ଟକ୍କର

ପ୍ରଦୀପ୍ତ ଦାଶ

ପଦ୍ମପୁର,୧୭।୩: ବରଗଡ଼ ଜିଲାର ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ପଦ୍ମପୁରର ରାଜନୈତିକ ସ୍ଥିତି ଭିନ୍ନ। କାରଣ ଜିଲାର ଏହି ଏକମାତ୍ର ନିର୍ବାଚନମଣ୍ଡଳୀ ଭାଜପା ଦଖଲରେ ରହିଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୧୯୯୦ ମସିହାରୁ ବିଜେଡି ଟିକେଟରେ ବିଜୟ ରଞ୍ଜନ ସିଂ ବରିହା ଲଗାତାର ୩ ଥର ବିଜୟୀ ହୋଇଥିଲେ। 

ଆଳିପିଙ୍ଗଳ ପୋଲ ପାର୍ଶ୍ୱରେ ଲୁହାଗେଟ୍‌କୁ ବିରୋଧ

ଆଳିପିଙ୍ଗଳ ପୋଲ ପାର୍ଶ୍ୱରେ ଲୁହାଗେଟ୍‌କୁ ବିରୋଧ

ଜଗତ୍‌ସିଂହପୁର ଅଫିସ,୧୭ା୩: ସ୍ଥାନୀୟ ଆଳିପିଙ୍ଗଳ ପୋଲର ଉଭୟ ପାର୍ଶ୍ୱରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ପକ୍ଷରୁ ୨ଟି ଲୁହା ଗେଟ୍‌ କରାଯାଇଛି।