ରାଜ୍ୟ

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ: ମାସକରେ ତୃତୀୟ ଘଟଣା

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ: ମାସକରେ ତୃତୀୟ ଘଟଣା

ପୁରୀ ଅଫିସ,୯ା୧୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। କେତେବେଳେ ଭକ୍ତ ସେଲ୍‌ଫି ଉଠାଇ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ପୋଲିସ କର୍ମଚାରୀ। ଗୁରୁବାର ପୁଣି ଏକ ଭାଇରାଲ ପଦାକୁ ଆସିଛି

ଗିରି ଗୋବର୍ଦ୍ଧନ ପୂଜା କଲେ ବ୍ରତଧାରୀ

ଗିରି ଗୋବର୍ଦ୍ଧନ ପୂଜା କଲେ ବ୍ରତଧାରୀ

ପୁରୀ ଅଫିସ,୯ା୧୧: ଚାଲିଛି କାର୍ତ୍ତିକ ମାସ। ପୁରୀରେ ରହି ବ୍ରତ ପାଳୁଛନ୍ତି ହଜାର ହଜାର ହବିଷିଆଳି। ବିଭିନ୍ନ ମଠ, ମନ୍ଦିର, ଧର୍ମଶାଳା ସହ ସରକାରଙ୍କ ପକ୍ଷରୁ ବି ଖୋଲିଛି ୪ଟି ଆଶ୍ରୟସ୍ଥଳ। 

କଂଗ୍ରେସର ସଂକଳ୍ପ ସମାବେଶ: ୧୨ବର୍ଷ ପରେ ଶୋଭାଯାତ୍ରା ଓ ସଭା

କଂଗ୍ରେସର ସଂକଳ୍ପ ସମାବେଶ: ୧୨ବର୍ଷ ପରେ ଶୋଭାଯାତ୍ରା ଓ ସଭା

ରଣପୁର, ୯ା୧୧ (ସ୍ବ.ପ୍ର.)- ନୟାଗଡ଼ ଜିଲାର ରଣପୁର ନିର୍ବାଚନମଣ୍ଡଳୀଟି ବହୁବର୍ଷ ଧରି କଂଗ୍ରେସ ହାତରେ ରହିଥିଲା। କିନ୍ତୁ ଏବେ ଦୀର୍ଘ ୧୫ବର୍ଷ ଧରି ଏହି ଆସନଟି କଂଗ୍ରେସ ହାତରୁ ଖସିଯାଇ ଭାଜପା ଓ ବିଜେଡି ହାତରେ ରହିଆସିଛି। 

ଗିରିଗୋବର୍ଦ୍ଧନ ପୂଜା

ଗିରିଗୋବର୍ଦ୍ଧନ ପୂଜା

ଧର୍ମଶାଳା, ୯|୧୧(ଡି.ଏନ୍‌.ଏ)-  ଧର୍ମଶାଳା ଯାଦବ ମହାସଭା ପକ୍ଷରୁ ପାଟପୁର ପଞ୍ଚାୟତ ଲାଙ୍ଗୁଡି ପାହାଡଠାରେ ପ୍ରଥମଥର ପାଇଁ ଗିରିଗୋବର୍ଦ୍ଧନ ପୂଜା ଗୁରୁବାର ପାଳିତ ହୋଇଯାଇଛି।

ଅନାଥ ଭଉଣୀଭାଇଙ୍କୁ ପ୍ରଶାସନ ପକ୍ଷରୁ ସହାୟତା: ପାଠ ପଢାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି

ଅନାଥ ଭଉଣୀଭାଇଙ୍କୁ ପ୍ରଶାସନ ପକ୍ଷରୁ ସହାୟତା: ପାଠ ପଢାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି

ଡୁବୁରୀ, ୯|୧୧(ଡି.ଏନ୍‌.ଏ.)- କଳିଙ୍ଗନଗରସ୍ଥିତ ଚାନ୍ଦିଆ ପଞ୍ଚାୟତ ଅଙ୍କୁରାପାଳ ଗ୍ରାମରେ ରହୁଥିବା ଅନାଥ ଭଉଣୀଭାଇଙ୍କୁ ପ୍ରଶାସନ ସହଯୋଗର ହାତ ବଢାଇଛି।  ଗୁରୁବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଶିଶୁ ସୁରକ୍ଷା କମିଟି ସଭ୍ୟ ସୁବାଶ ଚନ୍ଦ୍ର ଦେବତା ସମ୍ପୃକ୍ତ ଭଉଣୀଭାଇଙ୍କ ନିକଟରେ ପହଞ୍ଚତ୍ ସେମାନଙ୍କ ପାଠପଢାର ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ବିଶୋଧନାଗାର ଆଗରେ ବିଜେଡିର ବିକ୍ଷୋଭ

ବିଶୋଧନାଗାର ଆଗରେ ବିଜେଡିର ବିକ୍ଷୋଭ

ପାରାଦୀପ, ୯ା୧୧ (ସ୍ବ.ପ୍ର.): ବେକାରୀ ସମସ୍ୟା ଦୂରୀକରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ଗତ ୫ ତାରିଖରେ ଭାଜପା ରାଜ୍ୟର ସମସ୍ତ ନିୟୋଜନ କାର୍ଯ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ କରିଥିଲା। 

ନାମକୁ ମାତ୍ର ଉପଖଣ୍ଡ ମେଡିକାଲର ମାନ୍ୟତା: ବର୍ଷେ ବିତିଲାଣି ମିଳୁନି କୌଣସି ସୁବିଧା

ନାମକୁ ମାତ୍ର ଉପଖଣ୍ଡ ମେଡିକାଲର ମାନ୍ୟତା: ବର୍ଷେ ବିତିଲାଣି ମିଳୁନି କୌଣସି ସୁବିଧା

ଚିତ୍ରକୋଣ୍ଡା,୯ା୧୧- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୫ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି।  ୨୦୧୧ରେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ମିଳିଥିଲା।

ବଲାଙ୍ଗୀର ବାଇପାସ୍‌ ରାସ୍ତା ନିର୍ମାଣକୁ କେନ୍ଦ୍ର ମଞ୍ଜୁରୀ ମିଳିବା ପ୍ରସଙ୍ଗ: ଆରମ୍ଭ ହେଲା ଶ୍ରେୟ ଲଢ଼େଇ

ବଲାଙ୍ଗୀର ବାଇପାସ୍‌ ରାସ୍ତା ନିର୍ମାଣକୁ କେନ୍ଦ୍ର ମଞ୍ଜୁରୀ ମିଳିବା ପ୍ରସଙ୍ଗ: ଆରମ୍ଭ ହେଲା ଶ୍ରେୟ ଲଢ଼େଇ

ବଲାଙ୍ଗୀର ଅଫିସ, ୯ା୧୧- ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜ ଉଦ୍‌ଘାଟନ ପରେ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ଏହାର ଶ୍ରେୟ ନେବାକୁ ତୀବ୍ର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। 

୧୦ରେ ଗଞ୍ଜାମ ଜିଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୯ା୧୧(ଡି.ଏନ.ଏ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖରେ ଗଞ୍ଜାମ ଜିଲା ଗସ୍ତରେ ଆସିବେ।ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବା  କାର୍ଯ୍ୟକ୍ରମ ରହିଛି। 

ପୋଲିସ ଓ ଦୁଇ ରାଜନେତାଙ୍କୁ ଟାର୍ଗେଟ୍‌ କଲେ ମନ୍ତ୍ରୀ ବଦ୍ରି ପାତ୍ର

ପୋଲିସ ଓ ଦୁଇ ରାଜନେତାଙ୍କୁ ଟାର୍ଗେଟ୍‌ କଲେ ମନ୍ତ୍ରୀ ବଦ୍ରି ପାତ୍ର

ଆନନ୍ଦପୁର, ୯।୧୧(ସ୍ବ.ପ୍ର): କେନ୍ଦୁଝର ଜିଲାରେ ଆଇନଶୃଙ୍ଖଳା ସ୍ଥିତି ଓ ପୋଲିସ କାର୍ଯ୍ୟକଳାପ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁହଁ ଖୋଲିଛନ୍ତି। ଗତ ସେପ୍ଟେମ୍ବର ୧୬ ତାରିଖରେ ଘସିପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ବେଲବାହାଳି ବଜାର ନିକଟରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣା ନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଛନ୍ତି। 

ଜମୁଛି ଭଦ୍ରକ କାଳୀପୂଜା

ଜମୁଛି ଭଦ୍ରକ କାଳୀପୂଜା

ଭଦ୍ରକ ଅଫିସ,୯।୧୧-ଓଡ଼ିଶାର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ବେଶ୍‌ ଜମୁଛି। ଗୁରୁବାର ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼ ବଢୁଥିବା ପରିଲକ୍ଷିତ ହୋଇଛି।

ଖଇରା ଓ ବୁଢ଼ାଗଡ଼ିଆ ମା’ କାଳୀଙ୍କୁ ଆରାଧନା

ଖଇରା ଓ ବୁଢ଼ାଗଡ଼ିଆ ମା’ କାଳୀଙ୍କୁ ଆରାଧନା

ଖଇରା,୯।୧୧(ଡି.ଏନ.ଏ.)-ଖଇରା ବ୍ଲକର ଖଇରା, ବୁଢ଼ାଗଡ଼ିଆ, ଗଣ୍ଡିବେଡ଼, ତୁଡ଼ିଗଡ଼ିଆ, କୁରୁଣ୍ଟା, କୁପାରୀ, ସୁଣ୍ଢିରା ସମେତ ୧୪ଟି ସ୍ଥାନରେ ମା’ କାଳୀଙ୍କ ପୂଜାର୍ଚ୍ଚନା ବୁଧବାର ଠାରୁ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଛି।

୨୯ ମଣ୍ଡପରେ ବିଜେ ମା’ କାଳୀ: ଜମୁଛି ଗହଳି

୨୯ ମଣ୍ଡପରେ ବିଜେ ମା’ କାଳୀ: ଜମୁଛି ଗହଳି

ବାହାନଗା,୯ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଅଞ୍ଚଳରେ ୨୯ଟି ମଣ୍ଡପରେ ମା’ଜଗତଜନନୀ କାଳୀଙ୍କ ପୂଜା ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେଉଛି। ଭକ୍ତଙ୍କ ଗହଳି ଯୋଗୁ ବିଭିନ୍ନ ପୂଜା ମଣ୍ଡପଗୁଡିକ ଚଳଚଞ୍ଚଳ ହୋଇଉଠିଛି। 

ମୋଦୀଙ୍କ ଗସ୍ତ ପୂର୍ବରୁ ଛତିଶଗଡରେ ମାଓବାଦୀ ହିଂସା,   ଜଣେ ଯବାନ ସମେତ ୫ ମୃତ

ମୋଦୀଙ୍କ ଗସ୍ତ ପୂର୍ବରୁ ଛତିଶଗଡରେ ମାଓବାଦୀ ହିଂସା, ଜଣେ ଯବାନ ସମେତ ୫ ମୃତ

ମାଲକାନଗିରି,୮ା୧୧ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା  ସୀମାନ୍ତ ଛତିଶଗଡ ସୁକୁମା ଏବଂ ଦାନ୍ତେବାଡା ଜିଲାରେ ମାଓବାଦୀ ମାନେ ଭିଆଇଛନ୍ତି ତାଣ୍ଡବଲୀଳା । ଛତିଶଗଡ ବିଧାନସଭା ନିର୍ବାଚନ ଆଉ ୪ ଦିନ ବାକି ଥିଲା ବେଳେ ମାଓବାଦୀମାନେ ସୁରକ୍ଷା କର୍ମୀ ଏବଂ ପ୍ରାର୍ଥୀମାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ ଏବଂ ହତ୍ୟା ଭଳି ହିଂସା ଘଟାଇଛନ୍ତି।  ଗତ ୨୫ ତାରିଖ ଦିନ ପୋଲିସ ଗୁଳିରେ ଜଣେ ଦୂରଦର୍ଶନ ସାମ୍ବାଦିକ ଅଚୁତାନନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ଦୁଇଜଣ ଜବାନଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । 

କଥକ ନୃତ୍ୟଶିଳ୍ପୀ ସ୍ବପ୍ନା ରାଜ୍ୟସ୍ତରକୁ ମନୋନୀତ

କଥକ ନୃତ୍ୟଶିଳ୍ପୀ ସ୍ବପ୍ନା ରାଜ୍ୟସ୍ତରକୁ ମନୋନୀତ

ବନ୍ତ,୮।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଗରପଡ଼ା ବିଟିପୁର ଗ୍ରାମର ସୁଇଟ ସ୍ବପ୍ନା କଥକ ନୃତ୍ୟଶିଳ୍ପୀ ଭାବେ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। ଉକ୍ତ ଗ୍ରାମର ବିଦ୍ୟୁତଲତା ଦାସ ଓ ଗଗନ ଦାସଙ୍କ ଝିଅ ସୁଇଟ ସ୍ବପ୍ନା ଭଦ୍ରକ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ। ଭଦ୍ରକ ସଂସ୍କୃତି ଭବନ ପରିସରରେ ଆୟୋଜିତ ଦୁଇଦିନିଆ ଯୁବ ମହୋତ୍ସବ କାର୍ଯ୍ୟକ୍ରମରେ ସେ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ଏହି କୃତିତ୍ୱ ହାସଲ କରିଛନ୍ତି। 

ରାଜ୍ୟ ବକ୍ସିଂ ପ୍ରତିଯୋଗିତାରେ ମୟୂରଭଞ୍ଜର ଅର୍ଚ୍ଚନା

ରାଜ୍ୟ ବକ୍ସିଂ ପ୍ରତିଯୋଗିତାରେ ମୟୂରଭଞ୍ଜର ଅର୍ଚ୍ଚନା

ବାରିପଦା ଅଫିସ,୮।୧୧- ରାଜ୍ୟସ୍ତରିୟ ବକ୍ସିଂ (ମୁଷ୍ଟି ଯୁଦ୍ଧ) ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ -୩ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ।

ଟିଟିଲାଗଡ଼ ଜିଲା ଦାବି: ଗଣଧାରଣାରେ ସାମିଲ ହେଲା ବ୍ରାହ୍ମଣ ସମାଜ

ଟିଟିଲାଗଡ଼ ଜିଲା ଦାବି: ଗଣଧାରଣାରେ ସାମିଲ ହେଲା ବ୍ରାହ୍ମଣ ସମାଜ

ଟିଟିଲାଗଡ଼, ୮।୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଉପଖଣ୍ଡକୁ ଜିଲା ଗଠନ ଦାବିରେ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜାରି ରହିଥିବା ଗଣଧାରଣା ଗୁରୁବାର ଅଷ୍ଟମ ଦିବସରେ ପହଞ୍ଚତ୍ଛି। ଏହି ଦିବସରେ ଆନ୍ଦେଳନରେ ସାମିଲ ହୋଇଛି ଟିଟିଲାଗଡ ବ୍ରାହ୍ମଣ ସମାଜ। 

ରାଜଧାନୀର ବିଭିନ୍ନ ପିଏସ୍‌ୟୁ ସମ୍ମୁଖରେ ବିଜେଡିର ବିକ୍ଷୋଭ

ରାଜଧାନୀର ବିଭିନ୍ନ ପିଏସ୍‌ୟୁ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର,୮।୧୧(ବ୍ୟୁରୋ) -ଓଡ଼ିଶାରୁ ବିପୁଳ ଖଣିଜ ସମ୍ପଦ ଉତ୍ତୋଳନ କରି ମଧ୍ୟ କେନ୍ଦ୍ର ଅନୁରୂପ ନିଯୁକ୍ତି ସୁଯୋଗ ଯୁବକଯୁବତୀଙ୍କୁ ଯୋଗାଇ ନାହିଁ । କେନ୍ଦ୍ରରେ ନେତୃତ୍ୱାଧୀନ  ଭାଜପା ବର୍ଷକୁ ୨ କୋଟି ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ସେହି ନ୍ୟାୟରେ ୪ ବର୍ଷ ୬ ମାସ ପରେ ୯ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କଥା। 

ତାଜୁଙ୍ଗିଆ ପଞ୍ଚାୟତବାସୀଙ୍କ ୧୧ ଘଣ୍ଟା ରାସ୍ତାରୋକ

ତାଜୁଙ୍ଗିଆ ପଞ୍ଚାୟତବାସୀଙ୍କ ୧୧ ଘଣ୍ଟା ରାସ୍ତାରୋକ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୮।୧୧(ଡି.ଏନ.ଏ)- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ତାଜୁଙ୍ଗିଆ ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ  ପୂର୍ତ୍ତ ବିଭାଗ ରାସ୍ତାର ମହାଗୁଡ଼ିଠାରେ ରାସ୍ତାରୋକ କରିଥିଲେ। ପଞ୍ଚାୟତବାସୀ ଦାରିଙ୍ଗବାଡ଼ି ଭାୟା ବ୍ରାହ୍ମଣୀଗାଁ ଦେଇ ବ୍ରହ୍ମପୁରକୁ ଲମ୍ବିଥିବା ରାସ୍ତାକୁ  ସକାଳ ୫ରୁ ଅପରାହ୍ନ ସାଢ଼େ ୩ ପର୍ଯ୍ୟନ୍ତ ଅବରୋଧ କରିଥିଲେ।

ଭାରତୀୟ ହକି ବିଶ୍ୱକପ୍‌ ଦଳ ଘୋଷିତ;  ଲାକ୍ରା, ରୋହିଦାସଙ୍କୁ ସ୍ଥାନ

ଭାରତୀୟ ହକି ବିଶ୍ୱକପ୍‌ ଦଳ ଘୋଷିତ; ଲାକ୍ରା, ରୋହିଦାସଙ୍କୁ ସ୍ଥାନ

ଭୁବନେଶ୍ୱର,୮।୧୧(ପି.ଟି.)- ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ହକି ପୁରୁଷ ବିଶ୍ୱକପ୍‌ ଲାଗି ଗୁରୁବାର ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ମାଓବାଦୀ କ୍ୟାମ୍ପରେ ଚଢାଉ: ବିପୁଳ ସାମଗ୍ରୀ ଜବତ

ମାଓବାଦୀ କ୍ୟାମ୍ପରେ ଚଢାଉ: ବିପୁଳ ସାମଗ୍ରୀ ଜବତ

କଣ୍ଟାବାଞ୍ଜି,୮।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ପୋଲିସର କୋମ୍ବିଂ ଅପରେଶନ ବେଳେ  ବୁଧବାର ରାତିରେ ତୁରେକେଲା ଥାନା ଅଧୀନ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲରୁ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛି। ପୋଲିସ କ୍ୟାମ୍ପରୁ ମାଓବାଦମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ମାଓବାଦୀମାନ ଘଟଣାସ୍ଥଳରୁ ଫେରାର ହୋଇଥିବା ଗୁରୁବାର ତୁରେକେଲା ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ଏସ୍‌ପି କେ.ଶିବା ସୁବ୍ରମଣୀ, ସିଆର୍‌ପିଏଫ କମାଣ୍ଡାଣ୍ଟ ଯୋଗେନ୍ଦ୍ର ସିଂ ମୋରିଆ ଏହି ସୂଚନା ଦେଇଛନ୍ତି। 

ମାଲେସିଆ ଜେଲରେ ଆଳିର ଯୁବକ

ମାଲେସିଆ ଜେଲରେ ଆଳିର ଯୁବକ

ଆଳି, ୮।୧୧ (ଡି.ଏନ୍‌.ଏ.)-ଆଳି ଥାନା ବଡଆଙ୍କୋ ଗ୍ରାମର ଜନୈକ ଯୁବକ ପାଣି ପାଇପ୍‌ କାର୍ଯ୍ୟ କରିବାକୁ ମାଲେସିଆ ଯାଇଥିବା ବେଳେ ଭିସା ସରିଯାଇଥିବାରୁ ଅଢ଼େଇ ମାସ ହେବ  ସେଠାରେ ବନ୍ଦୀ ଜୀବନ କଟାଉଛନ୍ତି। ତେବେ ପୁଅକୁ ମାଲେସିଆରୁ ଫେରାଇ ଆଣିବାକୁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ପରିାବର ଲୋକେ। 

ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟର ଚତୁର୍ଥ ପରିଚାଳନା ବୈଠକ:  ଭିନ୍ନକ୍ଷମଙ୍କୁ ମାଗଣା ପରିଦର୍ଶନ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟର ଚତୁର୍ଥ ପରିଚାଳନା ବୈଠକ: ଭିନ୍ନକ୍ଷମଙ୍କୁ ମାଗଣା ପରିଦର୍ଶନ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକର ଚତୁର୍ଥ ପରିଚାଳନା ପରିଷଦର ବୈଠକ ଗୁରୁବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଗ୍ରହାଳୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଗୋଶାଳାରେ ଗିରି ଗୋବର୍ଦ୍ଧନ ପୂଜା

ଗୋଶାଳାରେ ଗିରି ଗୋବର୍ଦ୍ଧନ ପୂଜା

ବାଲିଅନ୍ତା,୮।୧୧(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଟଳା ଗ୍ରାମ ନିକଟରେ ଥିବା  ଇସ୍କନ ଗୋଶାଳାରେ ଗୁରୁବାର ଗିରି ଗୋବର୍ଦ୍ଧନ ପୂଜା ଓ ଅନୁକୂଳ ମହୋତ୍ସବ ପାଳିତ ହୋଇଯାଇଛି।