ରାଜ୍ୟ

ଜୁଲାଇ ୧୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା: ପହଞ୍ଚିଲା ଅଖ କାଠ

ଜୁଲାଇ ୧୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା: ପହଞ୍ଚିଲା ଅଖ କାଠ

ପୁରୀ ଅଫିସ, ୧୧ା୩: ଆସନ୍ତା ଜୁଲାଇ ୧୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ତିନିରଥ ନିର୍ମାଣ ନିମନ୍ତେ ନୟାଗଡ଼ ବନମଣ୍ଡଳରୁ ଷଷ୍ଠ ପର୍ଯ୍ୟାୟ ରଥକାଠ ଆସି ପୁରୀରେ ପହଞ୍ଚିଛି। ରବିବାର ପୂର୍ବାହ୍ନରେ ଆସିଥିବା ଏହି କାଠ ମଧ୍ୟରେ ୪୦ ଫୁଟିଆ ଅସନ ୯ ଖଣ୍ଡ ଏବଂ ୪୦ ଫୁଟିଆ ଧଉରା ୧୩ ଖଣ୍ଡ ରହିଛି। ଏହି କାଠ ରଥର ଅଖ ପାଇଁ ବ୍ୟବହାର କରାଯିବ ବୋଲି ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି।

ମହାପ୍ରସାଦ ବୁହାରେ ଦୂରହେଲା ଅଚଳାବସ୍ଥା: କାମ ଆରମ୍ଭ କଲେ ବୋଝିଆ, ୯ ବୋଝିଆଙ୍କ ଉପରେ କଟକଣା

ମହାପ୍ରସାଦ ବୁହାରେ ଦୂରହେଲା ଅଚଳାବସ୍ଥା: କାମ ଆରମ୍ଭ କଲେ ବୋଝିଆ, ୯ ବୋଝିଆଙ୍କ ଉପରେ କଟକଣା

ପୁରୀ ଅଫିସ, ୧୧।୩: ବାରମ୍ବାର ଶ୍ରୀମନ୍ଦିର ଭିତରେ ବୋଝିଆ ଦୁର୍ଘଟଣାର ଶିକାର ହେଉଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ପ୍ରକାର ଚିକିତ୍ସା ସୁବିଧା କିମ୍ବା କ୍ଷତିପୂରଣ ଦିଆଯାଉ ନାହିଁ। ଗତ ମାସ ୨୦ ତାରିଖରେ ପାହାଚରେ ପଡି ଆହତ ହୋଇଥିବା ଜଣେ ବୋଝିଆଙ୍କ ୨୩ ତାରିଖରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବିରେ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରସାଦ ବାହକ ସଂଘ ସଦସ୍ୟମାନେ ସେବେଠାରୁ କାମ ବନ୍ଦ କରିଥିଲେ। ୧୫ ଦିନ ପରେ ଅର୍ଥାତ୍‌ ରବିବାର ବୋଝିଆମାନେ ସୁଆର ମହାସୁଆର ନିଯୋଗରେ ସେମାନଙ୍କ ପରିଚୟପତ୍ର ଦାଖଲ କରି କାମ ଆରମ୍ଭ କରିଛନ୍ତି। ତେବେ ୯ଜଣ ବୋଝିଆଙ୍କ ଉପରେ ସାମୟିକ କଟକଣା ଲଗାଯାଇଛି। ନିଯୋଗର ଆଗାମୀ ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

କଶ୍ମୀର ଛାତ୍ର ନିଖୋଜ ଘଟଣା: ଦିଲ୍ଲୀ ଯାଇଥିବା ପୋଲିସ ଦ୍ୱନ୍ଦ୍ୱରେ, ସ୍ପଷ୍ଟ ତଥ୍ୟ ମିଳୁନି

କଶ୍ମୀର ଛାତ୍ର ନିଖୋଜ ଘଟଣା: ଦିଲ୍ଲୀ ଯାଇଥିବା ପୋଲିସ ଦ୍ୱନ୍ଦ୍ୱରେ, ସ୍ପଷ୍ଟ ତଥ୍ୟ ମିଳୁନି

ଭୁବନେଶ୍ୱର, ୧୧।୩(ବ୍ୟୁରୋ)- ଭୁବନେଶ୍ୱର ଏମ୍‌ସରେ ପଡୁଥିବା ଜମ୍ମୁ-କଶ୍ମୀର ଛାତ୍ର ସେହେଲ ଇସାକ ନିଖୋଜ ଘଟଣା ପୋଲିସ ପାଇଁ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସେହେଲଙ୍କୁ ଖୋଜିବାକୁ ଦିଲ୍ଲୀ ଯାଇଥିବା ଖଣ୍ଡଗିରି ପୋଲିସ ଟିମ୍‌କୁ ଏଯାଏ କୌଣସି ତଥ୍ୟ ମିଳିନାହିଁ। ସେହେଲଙ୍କୁ ଦେଖିଥିବା ନେଇ ଦିଲ୍ଲୀର ରାହୁଲ ନାମକ ଯେଉଁ ଯୁବକ ତାଙ୍କ ବାପା ମହମ୍ମଦ ଆଜାଦଙ୍କୁ ଫୋନ କରିଥିଲେ, ପୋଲିସ ତାଙ୍କୁ ପଚରାଉଚରା କରିଛି। କିନ୍ତୁ ତାଙ୍କଠାରୁ ଯେଉଁ ସୂଚନା ପାଇଛି ତାହାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି

ବରଗଡ଼ ଅଫିସ,୧୧।୩: ବରଗଡ଼ ଜିଲା ବରପାଲି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ରବିବାର ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ବରପାଲି ଗସ୍ତରେ ଯାଇ ବରପାଲି ହାଇସ୍କୁଲ ପଡ଼ିଆରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଜୁଡିସିଆଲ ଏକାଡ଼େମୀର ରାଜ୍ୟସ୍ତରୀୟ ସମ୍ମିଳନୀ

ଜୁଡିସିଆଲ ଏକାଡ଼େମୀର ରାଜ୍ୟସ୍ତରୀୟ ସମ୍ମିଳନୀ

କଟକ ଅଫିସ,୧୧।୩: ନିଶା ସେବନ ବାଳ ଅପରାଧର ମୁଖ୍ୟ କାରଣ ହୋଇଛି। ବାଳ ଅପରାଧର ସମାଧାନ କରିହେବ ଏବଂ ଏ ନେଇ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ରବିବାର ପ୍ରକାଶ କରିଛନ୍ତି। ଜୁଡିସିିଆଲ ଏକାଡେମୀର ରାଜ୍ୟସ୍ତରୀୟ ସମ୍ମିଳନୀରେ ‘ଜୁଭେନାଇଲ ଜଷ୍ଟିସ: ଇସ୍ୟୁ ଆଣ୍ଡ ଚ୍ୟାଲେଞ୍ଜ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହା କହିଛନ୍ତି।

କଟକରେ ପୁଣି ଏନ୍‌କାଉଣ୍ଟର: ମୋଷ୍ଟଓ୍ବାଣ୍ଟେଡ ମଙ୍ଗୁ, ଲିପୁଙ୍କୁ ଗୁଳି

କଟକରେ ପୁଣି ଏନ୍‌କାଉଣ୍ଟର: ମୋଷ୍ଟଓ୍ବାଣ୍ଟେଡ ମଙ୍ଗୁ, ଲିପୁଙ୍କୁ ଗୁଳି

କଟକ ଅଫିସ,୧୧।୩: କଟକ ସଦର ଥାନା ଅନ୍ତର୍ଗତ ଓ୍ବାଲିନ ପଛପାର୍ଶ୍ୱ କୁଆଖାଇ ନଦୀବନ୍ଧ ରାସ୍ତାରେ ରବିବାର ଭୋର ସମୟରେ ପୋଲିସ ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି ମୋଷ୍ଟଓ୍ବାଣ୍ଟେଡ ମଙ୍ଗୁ ଓରଫ ମନୋଜ କୁମାର ମହାରଣା ଓ ଲିପୁ ଓରଫ ସୁଧାକର ପାତ୍ର। ଉକ୍ତ ନଦୀବନ୍ଧ ରାସ୍ତାରେ ଅପରାଧ ଘଟାଇବାକୁ ଉଭୟ ଟାର୍ଗେଟ କରିଥିଲେ।

ପଥର ବ୍ୟବସାୟୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୪ ଅଟକ

ଖୋର୍ଦ୍ଧା ଅଫିସ,୧୧।୩: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡିର ଦୁଇ ମାଙ୍କଡା ପଥର ବ୍ୟବସାୟୀଙ୍କ ମଧ୍ୟରେ ରବିବାର ପୂର୍ବାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି। ଖବରପାଇ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ତାମିଲନାଡ଼ୁରେ ୩ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ତାମିଲନାଡ଼ୁରେ ୩ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ରସୁଲପୁର,୧୦।୩(ଡି.ଏନ୍‌.ଏ.): ତାମିଲନାଡୁରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ଜୀବନ ବିପଦରେ। ମଦୁରାଇ ଜିଲାସ୍ଥିତ ବାନାଡ଼ିବାନ ନାମକ ଏକ ସୂତାକଳରେ କାର୍ଯ୍ୟ କରୁଥିବା ୩ଜଣ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଯାଜପୁର ଓ କେନ୍ଦୁଝର ଜିଲାର ଉକ୍ତ ୩ ଶ୍ରମିକଙ୍କ ମୃତଦେହକୁ ସେଠାକାର ପୋଲିସ ଏକ ପରିତ୍ୟକ୍ତ ବାମ୍ଫିରୁ ଉଦ୍ଧାର କରିଥିବା ଜଣାପଡ଼ିବାପରେ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ପରିବାରବର୍ଗ ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣା ପରେ ସେଠାରେ କାର୍ଯ୍ୟରତ ଅନ୍ୟ ଓଡିଆ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

ଅଲିଭ୍‌ ରିଡ୍‌ଲେ ସୁରକ୍ଷା ପାଇଁ ସାଇକେଲ ଯାତ୍ରା

ଅଲିଭ୍‌ ରିଡ୍‌ଲେ ସୁରକ୍ଷା ପାଇଁ ସାଇକେଲ ଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୦।୩-ଭାରତରେ କେବଳ ଓଡ଼ିଶା ଉପକୂଳରେ ହିଁ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଥାନ୍ତି। ଋଷିକୁଲ୍ୟା ମୁହାଣ, ଗହୀରମଥା ଏବଂ ଦେବୀ ନଦୀ ତଟରେ ପ୍ରତ୍ୟେକ ବର୍ଷ ପ୍ରାୟ ୧୦ଲକ୍ଷ ମାଈ ଅଲିଭ୍‌ରିଡ୍‌ଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି। ଏଣୁ ଆଉ ୧୦ଲକ୍ଷ ଅଣ୍ଡିରା କଇଁଛ ସମୁଦ୍ର ଭିତରେ ରହୁଥିବା ଅନୁମାନ କରାଯାଉଛି। ଓଡ଼ିଶା ଉପକୂଳକୁ ଏହି କଇଁଛ ପସନ୍ଦ କରୁଥିବାରୁ ସେମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣର ଗୁରୁତ୍ୱ ବଢ଼ିଯାଉଛି। କେବଳ ବନ ବିଭାଗ ନୁହେଁ, ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ଏ ଦିଗରେ କାର୍ଯ୍ୟ କରାଯାଉଛି। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସମ୍ପର୍କରେ ବାର୍ତ୍ତା ଦେବାକୁ ଦୁଇଜଣ ଛାତ୍ର ଅଲିଭ ରିଡ୍‌ଲେ ମାସ୍କଟ୍‌ ପିନ୍ଧି ସାଇକେଲ୍‌ ଭ୍ରମଣରେ ବାହାରିଛନ୍ତି।

ବିନା ପଞ୍ଜୀକରଣରେ ଚାଲୁଛି ଘରୋଇ କଲେଜ: ଫର୍ମ ପୂରଣ ଟଙ୍କା ଚଳୁ

ବିନା ପଞ୍ଜୀକରଣରେ ଚାଲୁଛି ଘରୋଇ କଲେଜ: ଫର୍ମ ପୂରଣ ଟଙ୍କା ଚଳୁ

ଭୁବନେଶ୍ୱର, ୧୦।୩(ବ୍ୟୁରୋ)- ରାଜ୍ୟରେ ମାଳ ମାଳ ଯୁକ୍ତ୨ ଘରୋଇ କଲେଜ ଖୋଲାଯାଉଛି। ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଅର୍ଥ ନେଇ ଆଡ୍‌ମିଶନ କରାଯାଉଛି। କିନ୍ତୁ ପରୀକ୍ଷା ସମୟରେ ଅଧିକାଂଶ କଲେଜ କର୍ତ୍ତୃପକ୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଫର୍ମ ପୂରଣ କରୁନାହାନ୍ତି। ସବୁ ଟଙ୍କା ଆତ୍ମାସାତ୍‌ କରୁଛନ୍ତି। ପରୀକ୍ଷା ବେଳକୁ ଛାତ୍ରୀଛାତ୍ର ଆଡ୍‌ମିଟ୍‌ କାର୍ଡ ନ ପାଇ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ମୂଲ୍ୟବାନ ଗୋଟିଏ ବର୍ଷ ନଷ୍ଟ ହେବା ସହ ତାହାର କୁପ୍ରଭାବ କ୍ୟାରିୟର ଉପରେ ପଡ଼ୁଛି।

ବିଧାୟକ ଦେବାଶିଷଙ୍କ ନାମରେ ଅଭିଯୋଗ ଆଣିଲେ ଭାଇବୋହୂ

ବିଧାୟକ ଦେବାଶିଷଙ୍କ ନାମରେ ଅଭିଯୋଗ ଆଣିଲେ ଭାଇବୋହୂ

ଭୁବନେଶ୍ୱର, ୧୦।୩(ବ୍ୟୁରୋ)- କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ ଭାଇବୋହୂ ଶିଖା ସାମନ୍ତରାୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ବିଧାୟକ ସାମନ୍ତରାୟ ଚକ୍ରାନ୍ତ କରି ପୈତୃକ ସମ୍ପତ୍ତି ହଡ଼ପ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଶିଖା ଶନିବାର ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଅଶାନ୍ତ ହେଉଛି ଖଣି ଉପତ୍ୟକା: ଚୋରାବେପାରୀଙ୍କ ହାତରେ ଖଣି କାର୍ଯ୍ୟ

ଅଶାନ୍ତ ହେଉଛି ଖଣି ଉପତ୍ୟକା: ଚୋରାବେପାରୀଙ୍କ ହାତରେ ଖଣି କାର୍ଯ୍ୟ

ଯୋଡା, ୧୦।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଖଣିରେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ନିଯୁକ୍ତି, ପରିବହନ, ଲୋଡିଂ କାର୍ଯ୍ୟ କରିବା ଦାବି ନେଇ ଧାରଣା ଆନ୍ଦୋଳନ ଜାରି ରହିଛି। ବେଆଇନ ଖଣି କାରବାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜରିମାନା ପୈଠ କରି ନ ଥିବା ଖଣିକୁ ବନ୍ଦ କରାଯାଇଥିଲା। ଏଥିଲାଗି ଅନେକ ଶ୍ରମିକ କାମଧନ୍ଦା ହରାଇଥିଲେ। ଜରିମାନା ପୈଠ ପରେ ହାତଗଣତି କେତୋଟି ଖଣି ଏବେ ଖୋଲିଛି। ଏହି ପରିପ୍ରେକ୍ଷୀରେ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଖଣି କାର୍ଯ୍ୟକ୍ଷମ ହେବା ପରେ ଉକ୍ତ କମ୍ପାନୀ ନାରାୟଣୀ ସନ୍ସ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାକୁ ଖଣି ଖନନ ସହିତ ପରିବହନ କାର୍ଯ୍ୟ ଠିକାରେ ଦେଇଛି। ଏହି ସଂସ୍ଥା ଠିକାରେ କାମ ପାଇ ଅନ୍ୟ ଏକ ସଂସ୍ଥାକୁ ପରିବହନ ଦାୟିତ୍ୱ ଦେଇଛି। ଏଣୁ ଖଣିରେ ନିଯୁକ୍ତି, ପରିବହନ, ଲୋଡିଂ କାମ ହାତେଇବା ନେଇ ବିବାଦ ସୃଷ୍ଟି ହୋଇଛି।

ପୌର ସଂସ୍ଥାଙ୍କୁ ସରକାରଙ୍କ ତାଗିଦ: ନିଜ ସମ୍ବଳ ବୃଦ୍ଧି ନ କଲେ ଅନୁଦାନ ବନ୍ଦ

ପୌର ସଂସ୍ଥାଙ୍କୁ ସରକାରଙ୍କ ତାଗିଦ: ନିଜ ସମ୍ବଳ ବୃଦ୍ଧି ନ କଲେ ଅନୁଦାନ ବନ୍ଦ

ଭୁବନେଶ୍ୱର, ୧୦।୩(ବ୍ୟୁରୋ)- ପୌର ସଂସ୍ଥାଗୁଡିକ ନିଜସ୍ବ ସମ୍ବଳ ବୃଦ୍ଧି କରୁ ନାହାନ୍ତି। ସରକାରଙ୍କ ଅନୁଦାନକୁ ନିର୍ଭର କରିଆସୁଛନ୍ତି। ବେଳକୁ ବେଳ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି। ପୌର ସଂସ୍ଥା ସଂଖ୍ୟା ବଢି ଚାଲିଥିବା ବେଳେ ଖର୍ଚ୍ଚ ପରିମାଣ ମଧ୍ୟ ବୃଦ୍ଧି ପାଉଛି। ଏଗୁଡିକ ଏବେ ସରକାରଙ୍କ ପାଇଁ ବୋଝ ପାଲଟିଲାଣି। କର୍ମଚାରୀଙ୍କ ଦରମା ସାଙ୍ଗକୁ ସହରାଞ୍ଚଳରେ ନାଗରିକମାନଙ୍କୁ ପୌର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ପ୍ରବଳ ଅର୍ଥର ଆବଶ୍ୟକତା ରହିଛି। ତେଣୁ ଏଣିକି ପୌର ସଂସ୍ଥାଗୁଡିକ ନିଜସ୍ବ ସମ୍ବଳ ବୃଦ୍ଧି ନ କଲେ ଖର୍ଚ୍ଚ ତୁଲାଇବା କାଠିକର ପାଠ ହେବ। ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୦% ଆୟ ବୃଦ୍ଧି କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପୌର ସଂସ୍ଥାଗୁଡିକୁ କଡା ତାଗିଦ୍‌ କରିଛି।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୩୯ ଡିଗ୍ରୀ ଟପିଲା ମାଲକାନଗିରି

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୩୯ ଡିଗ୍ରୀ ଟପିଲା ମାଲକାନଗିରି

ଭୁବନେଶ୍ୱର, ୧୦।୩(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ସପ୍ତାହକ ମଧ୍ୟରେ ପାରଦ ୪୨ ଡିଗ୍ରୀ ସେଲ୍‌ସିୟସ ଟପିଯିବ। ଆସନ୍ତା ୧୩ ତାରିଖରୁ ତାତି ଭୟଙ୍କର ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରିରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ କିଛି ଦିନ ହେବ ପାରଦ ୩୬ ଡିଗ୍ରୀ ତଳେ ରହୁଥିବା ବେଳେ ଶନିବାର ହଠାତ ୩୯ ଡିଗ୍ରୀ ଉପରକୁ ଚାଲିଯାଇଛି।

ଏମ୍‌ସ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧ: ଜଗାବଳିଆ ସୁସ୍ଥ ହେବା ଯାଏ ଚିକିତ୍ସା କରାଯାଉ

ଏମ୍‌ସ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧ: ଜଗାବଳିଆ ସୁସ୍ଥ ହେବା ଯାଏ ଚିକିତ୍ସା କରାଯାଉ

ଭୁବନେଶ୍ୱର, ୧୦।୩(ବ୍ୟୁରୋ)- ଜଗା ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଦିଲ୍ଲୀ ଏମ୍‌ସରେ ରଖି ଚିକିତ୍ସା କରିବାକୁ ରାଜ୍ୟ ସରକାର ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଚିକିତ୍ସା ପାଇଁ ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମାତ୍ର ଏମ୍‌ସ କର୍ତ୍ତୃପକ୍ଷ ଏହାର କୌଣସି ଉତ୍ତର ଦେଇନାହାନ୍ତି।

ଜଗା- କାଳିଆଙ୍କୁ ଓଡ଼ିଶା ଆଣିବାକୁ ଅମଙ୍ଗ ବାପା

ଜଗା- କାଳିଆଙ୍କୁ ଓଡ଼ିଶା ଆଣିବାକୁ ଅମଙ୍ଗ ବାପା

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ଜଗା-କାଳିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଚାହୁଁନାହାନ୍ତି ତାଙ୍କ ବାପା ଭୂୟାଁ କହଁର। ଦିଲ୍ଲୀ ଏମ୍ସରେ ଏବେ ଚିକିତ୍ସିତ ହେଉଥିବା ଜଗା କାଳିଆଙ୍କ ମଧ୍ୟରୁ କାଳିଆ ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ପାଇପ ଯୋଗେ ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଆଉ ୨ ମାସ ଏମ୍ସରେ ରହିବାକୁ ଚାହୁଁଛନ୍ତି। ଯଦି ସେ ଓଡ଼ିଶା ଫେରନ୍ତି ଭୁବନେଶ୍ୱର ଏମ୍ସରେ ରହିବାକୁ ଚାହଁୁଥିବା କହିଛନ୍ତି ଭୂୟାଁ।

ପିସିସି ପଦରୁ ହଟିବେନି ପ୍ରସାଦ

ପିସିସି ପଦରୁ ହଟିବେନି ପ୍ରସାଦ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜକୁ ଦାୟୀ କରିଥିଲେ। ଏ ନେଇ କିଛି ଦିନ ତଳେ ପିସିସି ସଭାପତି ପଦରୁ ସେ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିଲେ। ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ଏହି ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସଦର ଗୁଳିକାଣ୍ଡ ଘଟଣା: ମୋଷ୍ଟ ଓ୍ବାଣ୍ଟେଡ ପୁପୁନ ଗିରଫ

ସଦର ଗୁଳିକାଣ୍ଡ ଘଟଣା: ମୋଷ୍ଟ ଓ୍ବାଣ୍ଟେଡ ପୁପୁନ ଗିରଫ

କଟକ ଅଫିସ, ୧୦।୩: ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ପୁପୁନ ଓରଫ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଶୁକ୍ରବାର ରାତିରେ ପୋଲିସ ଗିରଫ କରିଛି। ତାଙ୍କ ଘର ସଦର ଥାନା ଅଧୀନ ଧାନଘରପଡ଼ା ଅଞ୍ଚଳରେ।

ଅରବିନ୍ଦଙ୍କ ସ୍ମୃତିରେ ସମୂହ ଦୀପଦାନ

ଅରବିନ୍ଦଙ୍କ ସ୍ମୃତିରେ ସମୂହ ଦୀପଦାନ

ପୁରୀ ଅଫିସ, ୧୦।୩: ରୁଚିକର ଭଜନ ମାଧ୍ୟମରେ ଧର୍ମ, ସଂସ୍କୃତିକୁ ମହିମାମୟ କରିଥିବା ଓଡ଼ିଶାର ଅଦ୍ୱିତୀୟ ଭଜନଶିଳ୍ପୀ ତଥା ସଂଗୀତ ସଂଯୋଜକ ଅରବିନ୍ଦ ମୁଦୁଲିଙ୍କ ଏକାଦଶାହ ଅବସରରେ ତାଙ୍କୁ ମନେ ପକାଇଛନ୍ତି ବହୁ ବୁଦ୍ଧିଜୀବୀ। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନରେ ପୁରୀ ଭଜନ କଳାକାରଙ୍କ ପକ୍ଷରୁ ସ୍ଥାନୀୟ ଦୋଳବେଦୀ କୋଣଠାରେ ସମୂହ ଦୀପଦାନ କରାଯାଇଛି।

ଅଲିଭରିଡ୍‌ଲେ ସଚେତନତା ପାଇଁ କୋଷ୍ଟାଲ ଟ୍ରାକିଂ

ଅଲିଭରିଡ୍‌ଲେ ସଚେତନତା ପାଇଁ କୋଷ୍ଟାଲ ଟ୍ରାକିଂ

ପୁରୀ ଅଫିସ, ୧୦।୩: ଅଲିଭରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର କୋଷ୍ଟାଲ ଟ୍ରାକିଂ ଆରମ୍ଭ ହୋଇଛି । ଭୁବନେଶ୍ୱର ସାଇକେଲ ଆଡ୍‌ଭେଞ୍ଚର କ୍ଲବ (ବିସିଏସି) ଏବଂ ପୁରୀର ଫେୟାର ଫୁଟ୍‌ କ୍ଲବ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଟ୍ରାକିଂ ୩୨ କି.ମି. ପର୍ଯ୍ୟନ୍ତ ଯାତ୍ରା କରିବ। ପୁରୀ ପାନ୍ଥନିବାସ ନିକଟ ବେଳାଭୂମିରୁ ଆରମ୍ଭ ଏହି ଟ୍ରାକିଂ ଚିଲିକା ମୁହାଣ (ଧଳା ବାଲି)ରେ ପହଞ୍ଚିବ।

ଜ୍ୱାଇଁ ଏସିଡ୍‌ ମାଡ଼ରେ ଶାଶୁ ଗୁରୁତର

ଜ୍ୱାଇଁ ଏସିଡ୍‌ ମାଡ଼ରେ ଶାଶୁ ଗୁରୁତର

ରାହାମା,୯। ୩ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡ଼ା ପଞ୍ଚାୟତର ଭାଲିଆପାଟଣା ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦରୁ ପ୍ରତିଶୋଧପରାୟଣ ହୋଇ ଜ୍ୱାଇଁ ଏସିଡ୍‌ ମାଡ଼ କରିବାରୁ ଶାଶୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ୬୫ ପ୍ରତିଶତ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି।

ନାମାଙ୍କନ ଦାଖଲ କଲେ ବିଜେଡିର ୩ ପ୍ରାର୍ଥୀ

ନାମାଙ୍କନ ଦାଖଲ କଲେ ବିଜେଡିର ୩ ପ୍ରାର୍ଥୀ

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟ ସଭା ପାଇଁ ଶୁକ୍ରବାର ବିଜେଡିର ୩ ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ନିକଟରେ ଦଳରେ ସାମିଲ ହୋଇଥିବା ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନ ୧୨ଟା ସମୟରେ ବିଧାନସଭାରେ ୩ପ୍ରାର୍ଥୀଙ୍କ ସମେତ କେତେଜଣ ବିଧାୟକ ଏବଂ ମନ୍ତ୍ରୀ ପହଞ୍ଚିଥିଲେ। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚିଥିଲେ। ବିଧାନସଭାର ରୁମ୍‌ ନମ୍ବର ୫୪ରେ ରିଟର୍ନିଂ ଅଫିସର୍‌ ରାଜେଶ ପ୍ରଭାକର ପାଟିଲଙ୍କ ନିକଟରେ ପ୍ରଥମେ ପ୍ରଶାନ୍ତ, ଦ୍ୱିତୀୟରେ ସୌମ୍ୟ ଏବଂ ଶେଷରେ ଅଚ୍ୟୁତ ୨ ସେଟ୍‌ ଲେଖାଏ ନାମାଙ୍କନପତ୍ର ଦାଖଲ କରିଥିଲେ। ୩ ପ୍ରାର୍ଥୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ନିଜେ ପ୍ରସ୍ତାବକ ରହିଥିଲେ। ୩ ପ୍ରାର୍ଥୀ ନିଜ ନଁାରେ ଥିବା ମାମଲା ସମେତ ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଦର୍ଶାଇଛନ୍ତି। ସେମାନଙ୍କ ମଧ୍ୟରୁ ସୌମ୍ୟଙ୍କ ନଁାରେ ବେଶି ମାମଲା ଓ ସମ୍ପତ୍ତି ରହିଥିବା ଜଣାପଡ଼ିଛି।

ଜମିରେ ନିଆଁ ଲଗାଇଲେ ଚାଷୀ

ଜମିରେ ନିଆଁ ଲଗାଇଲେ ଚାଷୀ

ଭୋଗରାଇ, ୯।୩(ଡି.ଏନ.ଏ.): ଉଠାସେଚ ପଏଣ୍ଟ ଅଚଳ ଯୋଗୁ ଡାଳୁଅ ଧାନ ଫସଲ ନଷ୍ଟ ହେବାରୁ ଚାଷୀମାନେ ଉତ୍‌କ୍ଷିପ୍ତ ହୋଇ ଚାଷଜମିରେ ନିଆଁ ଲଗାଇଦେଇଛନ୍ତି। ଘଟଣାସ୍ଥଳକୁ ଯାଇଥିବା ଜଣେ ଅଧିକାରୀଙ୍କୁ ଅଟକ ରଖି ସେମାନେ ମାଡ ମାରିବାକୁ ପଛାଇନାହାନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଟେଙ୍ଗରାମାରୀ ଗ୍ରାମରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି।

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ ଅଫିସ,୯।୩: ଜଣେ ଅସୁସ୍ଥ ବିଚାରାଧୀନ କଏଦୀଙ୍କୁ ହ୍ୟାଣ୍ଡକପ୍‌ ପକାଇ ମୁଖ୍ୟରାସ୍ତାରେ ଚଲାଇ ଚଲାଇ ଡାକ୍ତରଖାନା ନେବା ଘଟଣା ନେଇ ଭଦ୍ରକ ଉପକାରାଗାର ଚର୍ଚ୍ଚାକୁ ଆସିଥିଲା। ଘଟଣାର ୩ ସପ୍ତାହ ପରେ ଏହି କଏଦୀଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ମୃତ୍ୟୁ ଘଟିଥିବା ଜେଲ୍‌ କର୍ତ୍ତୃପକ୍ଷ କହୁଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଭିନ୍ନ କଥା କହୁଛନ୍ତି। ଉଭୟ ଅଧିକାରୀଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଘଟଣା ସନ୍ଦେହ ଘେରକୁ ଆସିଛି। ଭଦ୍ରକ ମାନବାଧିକାର ସୁରକ୍ଷା କମିଟି ଏ ନେଇ ଉଦ୍‌ବେଗ ପ୍ରକାଶ କରି ଏହାର ତଦନ୍ତ ଦାବି କରିଛି। ଏସ୍‌ଡିଜେଏମ୍‌ ଜନ୍ମେଜୟ ଦାସ ଜିଲା ଚିକିତ୍ସାଳୟରେ ପହଞ୍ଚି ଦାୟିତ୍ୱରେ ଥିବା ଡାକ୍ତର, ସହାୟକ ଜେଲର, ଜେଲ୍‌ ଫାର୍ମାସିଷ୍ଟ, ଜେଲ୍‌ ଡାକ୍ତରଙ୍କ ବୟାନ ରେକର୍ଡ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସହାୟକ ଜିଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି।