ରାଜ୍ୟ

ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ବଢ଼ୁଛି ସାଇବର କ୍ରାଇମ। ଶନିବାର ରାଜ୍ୟରେ ୫୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ ହୋଇଥିବା ଜଣାପଡ଼ିଛି।

ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ
ପାଲଲହଡ଼ା,୨୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ପ୍ରସ୍ତୁତି: ଜିଲାପାଳଙ୍କ ଶେରଗଡ଼ ବ୍ଲକ ପରିଦର୍ଶନ
ଶେରଗଡ଼୨୩।୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ରେ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଗସ୍ତ କରିବେ। ଏ ନେଇ ଶନିବାର ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ବ୍ଲକ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି
ବ୍ରହ୍ମପୁର ଅଫିସ,୨୩।୨: ଚଳିତ ମ୍ୟାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ଏ ନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ
ପୁରୀ ଅଫିସ,୨୩।୨: କିଛିଦିନର ନୀରବତା ପରେ ସହରରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଦୁଇଜଣ ଲୁଟେରା ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଛକରେ ଜଣେ ବାଇକ ଆରୋହୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିିଛି। ଏ ନେଇ ଥାନାରେ ଲୁଟ୍ର ଶିକାର ଚାରିନଳା ଗ୍ରାମର ସୁକାନ୍ତି ପୃଷ୍ଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ପୁରୀରେ ଆମିକସ୍ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ
ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଶୁକ୍ରବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି। ପୁରୀରେ ପହଞ୍ଚତ୍ବା କ୍ଷଣି ତାଙ୍କ ରହଣି ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ପହଞ୍ଚତ୍ଥିଲେ ଶ୍ରୀମନ୍ଦିରରେ। ଆମିକସ୍ କ୍ୟୁରିଙ୍କ ଅଚାନକ ଗସ୍ତକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଥିଲେ ସମସ୍ତେ।

ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି
ପୁରୀ ଅଫିସ,୨୩।୨: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ ମୁସଲମାନ ସମ୍ପ୍ରଦାୟର ଲୋକେ। ଶୁକ୍ରବାର କୁମ୍ଭାରପଡ଼ାସ୍ଥିତ ଜାମା ମସ୍ଜିଦ ପରିସରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।

ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ; ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ
ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଚିଠି କରିବା ପରେ ଜବରଦଖଲ ଉଚ୍ଛେଦ କଥା ମନେପଡିଛି।

ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ
ଭୁବନେଶ୍ୱର,୨୩।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚତୁର୍ଥ ଥର ଲାଗି ପରିବର୍ତ୍ତନ ହୋଇଛି। ପ୍ରଥମେ ରାହୁଲ ଆସନ୍ତା ୨୮ରେ ଓଡିଶା ଆସିବା ନେଇ ଦଳ ପକ୍ଷରୁ କୁହାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟ ବଦଳି ରାହୁଲଙ୍କ ଅଫିସ୍ ମାର୍ଚ୍ଚ ୨ରେ ଆସିବା ନେଇ ଖବର ଦେଇଥିବା ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ।

ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା
ଭୁବନେଶ୍ୱର,୨୩।୨(ବ୍ୟୁରୋ)- ଓଡ଼ିଶା ଶୀତଳଭଣ୍ଡାର ସଂଘ ପକ୍ଷରୁ ଶୁକ୍ରବାରଠାରୁ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଶୀତଳଭଣ୍ଡାରଗୁଡିକ ଅଚଳ ହେବା ପାଇଁ କେତେକ ପ୍ରସଙ୍ଗକୁ ଦାୟୀ କରାଯାଇଛି। ଏହି ପ୍ରସଙ୍ଗଗୁଡିକ ହେଉଛି- ଅଧିକ ପୁଞ୍ଜିନିବେଶ, ଉଚ୍ଚ ସୁଧ ବୋଝ, ବିଦ୍ୟୁତ୍ ଦେୟ, ଆଳୁ ମିଶନ ଫେଲ୍ ଏବଂ ଲୋଡିଂ ସିଜନରେ ଅଧିକ ଯାତାୟାତ ଖର୍ଚ୍ଚ ଭଳି ପ୍ରମୁଖ ଦିଗ।

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା
ଭୁବନେଶ୍ୱର,୨୩।୨(ବ୍ୟୁରୋ)-ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲେସିୟସ ରେକର୍ଡ କରାଯାଇଛି।

୫ ବର୍ଷ ପରେ ଜିପିଇଓ ହେବେ ଏବିଡିଓ
ଭୁବନେଶ୍ୱର,୨୩।୨(ବ୍ୟୁରୋ)- ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ପଦବୀକୁ ପଦୋନ୍ନତି ପାଇବା ପାଇଁ ଅଭିଜ୍ଞତାକୁ କୋହଳ କରାଯାଇଛି। ଏଣିକି ଜଣେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ଜିପିଇଓ) ଏବଂ ପ୍ରଗତି ସହାୟକମାନଙ୍କର ୫ ବର୍ଷର ଅଭିଜ୍ଞତା ଥିଲେ ଏବିଡିଓ ଭାବେ ପଦୋନ୍ନତି ପାଇପାରିବେ। ପୂର୍ବରୁ ଏହାକୁ ୧୦ ବର୍ଷ ରଖାଯାଇଥିଲା।

ଏସ୍ଏଚ୍ଜିକୁ ବିନା ସୁଧରେ ଋଣ, ସ୍ମାର୍ଟଫୋନ: ଗ୍ରୀଡ୍କୋକୁ ୩ ହଜାର କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଦେଲେ ସରକାର
ଭୁବନେଶ୍ୱର,୨୩।୨(ବ୍ୟୁରୋ)-ମିଶନ ଶକ୍ତି ସ୍କିମ୍ ଜରିଆରେ ରାଜ୍ୟରେ ଥିବା ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ୧ ପ୍ରତିଶତ ସୁଧରେ ଯୋଗାଇ ଦେବାକୁ କହିଥିଲେ। ତେବେ ବିନା ସୁଧରେ ଉକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଛି।

ୱାନ୍ ବାର୍ ୱାନ୍ ଭୋଟ: କାର୍ଯ୍ୟକାରୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ, ୨୩।୨- ଏଣିକି ରାଜ୍ୟରେ ୱାନ୍ ବାର୍ ୱାନ୍ ଭୋଟ। ଓଡ଼ିଶା ଆଇନଜୀବୀ ପରିଷଦକୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ୧୬୫ଟି ଓକିଲ ସଂଘର ନିର୍ବାଚନ ମାର୍ଚ୍ଚରେ ଗୋଟିଏ ବାର୍ ଗୋଟିଏ ଭୋଟ ନୀତିରେ ଅନୁଷ୍ଠିତ ହେବ। ପୂର୍ବରୁ ସୁପ୍ରିମକୋର୍ଟ ବାର୍ ଆସୋସିଏଶନ ସମେତ ଦେଶରେ ଯେତେଗୁଡ଼ିଏ ଓକିଲ ସଂଘ ଥିଲା ଜଣେ ଓକିଲ ଯେଉଁଠାରେ ଚାହେଁ ଏକାଧିକ ସଂଘର ମନଇଚ୍ଛା ସଦସ୍ୟତା ନେଇ ସବୁଠାରେ ଭୋଟ ଦେଇପାରୁଥିଲେ।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ବିବାଦ ଥମୁନି, ସପକ୍ଷରେ ଶହୀଦଙ୍କ ଦାଦା
କଟକ ଅଫିସ, ୨୩।୨-ଶହୀଦ ଯବାନଙ୍କ ସମ୍ପର୍କୀୟ ଦାଦାଙ୍କୁ ଠେଲାପେଲା କରି ବିବାଦକୁ ଆସିଥିବା କଟକ-ବାରବାଟୀ ବିଧାୟକ ତଥା ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ସେ ଘଟଣା ପାଇଁ କ୍ଷମାପ୍ରାର୍ଥନା କରିସାରିଥିବାବେଳେ ଏହି ପ୍ରସଙ୍ଗକୁ ବିରୋଧୀ ଦଳଗୁଡ଼ିକ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ: ଭାଜପାରୁ ମହାଶ୍ୱେତା, କଂଗ୍ରେସରୁ ଯୁବ ଆଶାୟୀ
ପୁରୀ ଅଫିସ,୨୩ା୨: ପୁରୀ ଜିଲା ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏହା ମହେଶ୍ୱର ମହାନ୍ତିଙ୍କ କବ୍ଜାରେ ରହିଆସିଛି। ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି।
ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼
ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି।

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼
ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି।

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା
ପାରାଦୀପ,୨୩ା୨(ସ୍ବ.ପ୍ର.): ସରକାରୀ ନଥିପତ୍ରରେ ଏବେ ବି ପାରାଦୀପର ମହାନଦୀ ମୁହାଣଠାରୁ ଜଗତ୍ସିଂହପୁର ଜିଲାର ହରିଶପୁର-ମରିଚିପୁର ପର୍ଯ୍ୟନ୍ତ ବେଳାଭୂମିକୁ ସଂରକ୍ଷିତ ଜଙ୍ଗଲ କୁହାଯାଉଛି। ଏଥିସହ ୨୦୧୭-୧୮ ବର୍ଷରେ ସେହି ସଂରକ୍ଷିତ ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପୋଖରୀ ଖୋଳାଯାଇଛି।

ପୁଣି ରାଜଧାନୀରେ ବାଘ ଆତଙ୍କ: ବାଘ ନୁହେଁ ବୋଲି ପଗ୍ମାର୍କରୁ ସ୍ପଷ୍ଟ, ଲୋକେ ଭୟ ନ କରିବାକୁ ପରାମର୍ଶ
ଭୁବନେଶ୍ୱର,୨୩।୨(ବ୍ୟୁରୋ)- ରାଜଧାନୀରେ ପୁଣି ବାଘ ଆତଙ୍କ। ରଙ୍ଗମାଟିଆ ତଳସାହି ଅଞ୍ଚଳରେ ବାଘ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ କେଶବ ମନ୍ତ୍ରୀ ନାମକ ବ୍ୟକ୍ତି ଏହି ଅଞ୍ଚଳରେ ବାଘ ବୁଲୁଥିବାର ଦେଖିଥିବା କହିଥିଲେ। ଖବର ପାଇ ଶୁକ୍ରବାର ସକାଳୁ ବନ ବିଭାଗ ଉକ୍ତ ଅଞ୍ଚଳକୁ ଯାଇ ତନାଘନା କରିଥିଲା।

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛି ୧୪ ଜୀବନ : କଣ୍ଟାବାଞ୍ଜି କହି ନେଇଯାଇଥିଲେ ହାଇଦ୍ରାବାଦ
ଅନୁଗୋଳ ଅଫିସ, ୨୩।୨ ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ବନ୍ଧା ପଡ଼ିଛନ୍ତି ଅନୁଗୋଳର ୧୪ ଶ୍ରମିକ। ଏପରି କି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅନୁଗୋଳ ବନ୍ତଳା ଅଞ୍ଚଳର ଏହି ଶ୍ରମିକମାନେ। ତୁରନ୍ତ ଉଦ୍ଧାର କରା ନ ଗଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କୌଶଳକ୍ରମେ ସେଠାରୁ ଖସି ଆସିଥିବା ବନ୍ତଳା ଅଞ୍ଚଳର ଗଗନ ବେହେରା ଜିଲାପାଳ ମନୋଜ କୁମାର ମହନ୍ତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ଦେଖାଯାଇଛି।

ପଞ୍ଚାୟତ ସମିତି ବୈଠକରେ ବର୍ଷିଲେ ଅଧ୍ୟକ୍ଷ : ପ୍ରଶାସନ ସହଯୋଗ ନ କଲେ ଅନଶନ
ଅନୁଗୋଳ ଅଫିସ, ୨୩।୨ ଅନୁଗୋଳ ପଞ୍ଚାୟତ ସମିତିର ୭ମ ବୈଠକ ଶୁକ୍ରବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକରିତା ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା।

ଜିଲାପାଳଙ୍କ ଅଫିସ ଘେରିଲେ ଡଅଁରା ଗ୍ରାମବାସୀ
ଅନୁଗୋଳ ଅଫିସ, ୨୩।୨ଜମି ଅଧିଗ୍ରହଣ ଓ ଥଇଥାନ ଆଇନ ଅନୁଯାୟୀ ସମୁଦାୟ ଜମିର ୭୫ ଭାଗ କୋଇଲା ଖଣି ଦ୍ୱାରା ଦଖଲ କରାଗଲେ ସମ୍ପୂର୍ଣ୍ଣ ଗ୍ରାମକୁ ବିସ୍ଥାପନ କରିବାର ନିୟମ ରହିଛି। କିନ୍ତୁ ତାଳଚେର ବ୍ଲକ ଡଅଁରା ଗ୍ରାମର ୮୮ଭାଗ ଜମି ଅଧିଗ୍ରହଣ କରାଯାଇଥିଲେ ସୁଦ୍ଧା ଗଁାକୁ ବିସ୍ଥାପନ କରାଯାଇ ନ ଥିବା ଡଅଁରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଜିଲାପାଳ ଓ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ମାଟ୍ରିକ ପରୀକ୍ଷା କେନ୍ଦ୍ର ବୁଲିଲେ ଜିଲାପାଳ : ପ୍ରଥମ ଦିନ କପିଶୂନ୍ୟ
ଅନୁଗୋଳ ଅଫିସ, ୨୩।୨ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଅନୁଗୋଳ ଜିଲାରେ ଶୃଙ୍ଖଳାର ସହ ଶେଷ ହୋଇଛି।