ମେଟ୍ରୋ

ଚଳଚ୍ଚିତ୍ର ଜଗତର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ: ଅର୍ଚ୍ଚିତା ଶ୍ରେଷ୍ଠ ନାୟିକା, ବାବୁସାନ ଶ୍ରେଷ୍ଠ ନାୟକ, ଭୂମିକା ନବାଗତା ନାୟିକା, ସ୍ବରାଜ ନବାଗତ ନାୟକ

ଚଳଚ୍ଚିତ୍ର ଜଗତର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ: ଅର୍ଚ୍ଚିତା ଶ୍ରେଷ୍ଠ ନାୟିକା, ବାବୁସାନ ଶ୍ରେଷ୍ଠ ନାୟକ, ଭୂମିକା ନବାଗତା ନାୟିକା, ସ୍ବରାଜ ନବାଗତ ନାୟକ

ପୁରୀ ଅଫିସ,୭ା୧: ରଙ୍ଗାରଙ୍ଗ ପରିବେଶରେ ରବିବାର ସ୍ଥାନୀୟ ପୌର ସଦନଠାରେ ସିନେ ପତ୍ରିକା ଚଳଚ୍ଚିତ୍ର ଜଗତର ୪୨ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅତିଥି ଭାବେ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ଜିଲାପାଳ ପଦ୍ମନାଭ ସାମଲ ଯୋଗଦେଇଥିଲେ। ଏହି ଅବସରରେ ୨୦୧୭ ବର୍ଷର ଚଳଚ୍ଚିତ୍ର ଓ ଧାରାବାହିକ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଯୁବକଙ୍କୁ ଗୁଳି, ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଲେ

ଯୁବକଙ୍କୁ ଗୁଳି, ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଲେ

ପୁରୀ ଅଫିସ,୭।୧୨: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଫୁଠିଛି ଗୁଳି। କେତେଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳିମାଡ଼ କରିଛନ୍ତି। ଚନ୍ଦନପୁର ଥାନା ଅଧୀନ କାଠପୋଲ ନିକଟରେ ରବିବାର ସକାଳ ୮ଟାରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ବାଟଗଁାର ଗଙ୍ଗାଧର ଭୋଳ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ଗୁଳି ତାଙ୍କ ବାମ ଜଙ୍ଘରେ ବାଜିଛି। ତେବେ ପୋଖରୀକୁ ଡେଇଁ ପଡ଼ି ଜୀବନ ବଞ୍ଚାଇଛନ୍ତି ଗଙ୍ଗାଧର।

ସାଇକେଲ ଯାତ୍ରାରେ ଡାକ୍ତର: ଆରବସାଗର ତଟରୁ ବଙ୍ଗୋପସାଗର ତଟ

ସାଇକେଲ ଯାତ୍ରାରେ ଡାକ୍ତର: ଆରବସାଗର ତଟରୁ ବଙ୍ଗୋପସାଗର ତଟ

ବିଭିନ୍ନ କ୍ଷେତ୍ରରେ ରହିଛି ତାଙ୍କର ପାରଦର୍ଶିତା। ଚିକିତ୍ସା ହେଉ ଅବା ସମାଜସେବା, ଏପରିକି ଫୋଟଗ୍ରାଫି ଓ ଗଳ୍ପ ଲିଖନରେ ବି ତାଙ୍କର ରୁଚି ରହିଛି। ଏସବୁ ମଧ୍ୟରେ ସାଇକେଲରେ ଭ୍ରମଣ କରି ଲୋକଙ୍କୁ ବିଭିନ୍ନ ବାର୍ତ୍ତା ଦେବା ତାଙ୍କର ନିଶା ପାଲଟିଛି। ସେ ହେଉଛନ୍ତି ମହାରାଷ୍ଟ୍ର ମାଲଭନ ସହରର ଆୟୁର୍ବେଦ ଡାକ୍ତର ରାମଚନ୍ଦ୍ର ଚାଭନ୍‌। ସେ ଏବେ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ କୋଣାର୍କ ସାଇକେଲ ଯାତ୍ରାରେ ବାହାରିଛନ୍ତି।

ଜଗମୋହନ ସୌନ୍ଦର୍ଯ୍ୟକରଣ: ସିଲିଂ ଡିଜାଇନ ପହଞ୍ଚତ୍ଲା, ଆଜି ଖଞ୍ଜାଯିବ

ଜଗମୋହନ ସୌନ୍ଦର୍ଯ୍ୟକରଣ: ସିଲିଂ ଡିଜାଇନ ପହଞ୍ଚତ୍ଲା, ଆଜି ଖଞ୍ଜାଯିବ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ଜଗମୋହନର ପୋର୍ଟାଲ ଫ୍ରେମ କାର୍ଯ୍ୟ ସରିବା ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗମୋହନର ୩୦ଫୁଟ ଓସାର ୩୦ଫୁଟ ଲମ୍ବର ସିଲିଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ଡିଜାଇନ ରବିବାର ଶ୍ରୀମନ୍ଦିରରେ ପହଞ୍ଚତ୍ଛି। ସୋମବାର ଠାରୁ ସିଲିଙ୍ଗରେ ଏହି ଡିଜାଇନ ଖଞ୍ଜାଯିବ।

ଜଗମୋହନରେ ନଡ଼ିଆ ଭଙ୍ଗାବେଳେ ୧୦ ଜବତ:  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ପୂଜାପଣ୍ଡା ସେବକ ମୁହାଁମୁହିଁ

ଜଗମୋହନରେ ନଡ଼ିଆ ଭଙ୍ଗାବେଳେ ୧୦ ଜବତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ପୂଜାପଣ୍ଡା ସେବକ ମୁହାଁମୁହିଁ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ଜଗମୋହନରେ ନଡ଼ିଆ ଭଙ୍ଗାକୁ ନେଇ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜଣେ ପୂଜାପଣ୍ଡା ସେବକଙ୍କ ଯୁକ୍ତିତର୍କ ହୋଇଛି। ସମ୍ପୃକ୍ତ ସେବକ ଜଗମୋହନରେ ନଡ଼ିଆ ଭାଙ୍ଗୁଥିବାବେଳେ ଏହା ମୁଖ୍ୟ ପ୍ରଶାସକଙ୍କ ନଜରକୁ ଆସିଥିଲା। ସମ୍ପୃକ୍ତ ସେବକଙ୍କୁ ଏଥିରୁ ନିବୃତ୍ତ ରହିବାକୁ ମୁଖ୍ୟ ପ୍ରଶାସକ ବାରଣ କରିଥିଲେ।

ପଦବୀଧାରୀ ଉପଭୋକ୍ତା ସାଜୁଥିବାରୁ ସମାଜ ଦିଶାହୀନ - ଶଙ୍କରାଚାର୍ଯ୍ୟ

ପଦବୀଧାରୀ ଉପଭୋକ୍ତା ସାଜୁଥିବାରୁ ସମାଜ ଦିଶାହୀନ - ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୭।୧: ବିଭାଜନ ଭାରତଠାରୁ କେବେ କି ପିଛା ଛାଡି ନାହିଁ। ଭାରତଠାରୁ ବର୍ମାକୁ ଛଡାଇ ନିଆଯାଇଛି, ପାକିସ୍ତାନକୁ ବି ଅଲଗା କରାଯାଇଛି। ୧୮୪୯ରୁ ୧୯୪୭ ମଧ୍ୟରେ ଭାରତ ୧୨ ଥର ବିଭାଜନ ହୋଇଛି। ବିଭାଜନ ପରେ ବି ଭାରତ ସ୍ବତନ୍ତ୍ର ଦେଶ ରହିଛି।

ଏସ୍‌ସିବିରେ ଓପନ୍‌ହାର୍ଟ ସର୍ଜରୀ ବନ୍ଦ

ଏସ୍‌ସିବିରେ ଓପନ୍‌ହାର୍ଟ ସର୍ଜରୀ ବନ୍ଦ

କଟକ ଅଫିସ, ୭।୧- ଏସ୍‌ସିବି ମେଡିକାଲରେ ବନ୍ଦ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟୟ ସାପେକ୍ଷ ଓପନ୍‌ହାର୍ଟ ସର୍ଜରୀ। ଜାନୁୟାରୀ ପହିଲାରୁ ଏହି ଜଟିଳ ଚିକିତ୍ସା ବ୍ୟବସ୍ଥାରେ ତାଲା ଝୁଲିଛି। ଏଭଳି ପରିସ୍ଥିତି ଉପୁଜିବାର ମୂଳ କାରଣ ହେଉଛି ପରଫ୍ୟୁସୋନିଷ୍ଟଙ୍କ ଅଭାବ। ଡିସେମ୍ବର ୩୧ରେ ମେଡିକାଲରେ କାର୍ଯ୍ୟରତ ଅଭିଜ୍ଞ ପରଫ୍ୟୁସୋନିଷ୍ଟଙ୍କ ଅବସର ପରେ ଏଭଳି ସ୍ଥିତି ଉପୁଜିଛି।

ବୁଦ୍ଧିଆଙ୍କୁ ରିମାଣ୍ଡରେ ନେବ ଝାଡ଼ଖଣ୍ଡ ପୋଲିସ

ବୁଦ୍ଧିଆଙ୍କୁ ରିମାଣ୍ଡରେ ନେବ ଝାଡ଼ଖଣ୍ଡ ପୋଲିସ

କଟକ ଅଫିସ, ୭।୧- କମିଶନରେଟ ପୋଲିସର ଏନ୍‌କାଉଣ୍ଟରରେ ଆହତ ହୋଇଥିବା ନୟାଗଡ଼ ଶରଣକୁଳର ବୁଦ୍ଧିଆ ଓରଫ ତ୍ରିଲୋଚନ ନାହାକ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏସ୍‌ସିବିରେ ରଖାଯାଇ ଚିକିତ୍ସା କରାଯାଉଥିଲାବେଳେ ପୋଲିସ ତାଙ୍କର ଆପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଚଳାଇଛି। ଝାଡ଼ଖଣ୍ଡରେ ବୁଦ୍ଧିଆଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଏଣୁ ଝାଡ଼ଖଣ୍ଡ ପୋଲିସ ତାଙ୍କୁ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।

ବିଜେବି କଲେଜର ହୀରକ ଜୟନ୍ତୀ ପାଳିତ

ବିଜେବି କଲେଜର ହୀରକ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୭।୧(ବ୍ୟୁରୋ)- ବିଜେବି କଲେଜର ହୀରକ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ, ବିଜେବି କଲେଜ ହେଉଛି ରାଜ୍ୟର ଏକ ପ୍ରମୁଖ କଲେଜ। ଏହାର ଛାତ୍ରୀଛାତ୍ର ଜୀବନରେ ସଫଳତା ପାଇଛନ୍ତି।

ହସ୍ପିଟାଲରେ ଖବରଦାତାଙ୍କୁ ପିଟିଲେ ତାଳବଣିଆ ଆଇଆଇସି: ଥାନାରୁ ବଦଳି ହୋଇ ହେଡ୍‌କ୍ୱାର୍ଟରକୁ ଗଲେ

ହସ୍ପିଟାଲରେ ଖବରଦାତାଙ୍କୁ ପିଟିଲେ ତାଳବଣିଆ ଆଇଆଇସି: ଥାନାରୁ ବଦଳି ହୋଇ ହେଡ୍‌କ୍ୱାର୍ଟରକୁ ଗଲେ

ଭୁବନେଶ୍ୱର, ୭।୧(ବ୍ୟୁରୋ)- ମୁଁ ପୋଲିସ ବାଲା, ମାରିକି ଛତୁ କରିଦେବି। ତୁ ମୋତେ ଚିହ୍ନିନୁ। ତୁ କି ମିଡିଆ ଦେଖଉଛୁ। ମୁଁ କେତେ ମିଡିଆ ଦେଖିଛି। ମୋ ବନ୍ଧୁକ ଗୁଳିରେ ତୋତେ ମାରି ଦେବି। ଏ ହେଉଛି ଜଣେ ଖବରଦାତାଙ୍କୁ ପୁରୀ ଜିଲା ତାଳବଣିଆ ଥାନା ଆଇଆଇସି ଆର. କେ. ପାତ୍ରଙ୍କ ଧମକ। ପାତ୍ର ଦୁର୍ଘଟଣାର ଶିକାର ହୋଇ ରବିବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ।

ନିତି ଆୟୋଗ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ନିତି ଆୟୋଗ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୧(ବ୍ୟୁରୋ): ଦେଶର ୧୧୫ ପଛୁଆ ଜିଲା ଚିହ୍ନଟ କରି ସେ ସବୁ ଜିଲାର ବିକାଶକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିରେ ଓଡ଼ିଶାର ୮ ଟି ପଛୁଆ ଜିଲା ରହିଛି। ଏହି ଜିଲାର ବିକାଶ କାମ ତଦାରଖ ପାଇଁ ଜଣେ ଲେଖାଏଁ ଅତିରିକ୍ତ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା।

ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ପ୍ରସାଦ ହରିଚନ୍ଦନ

ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ମହା ପ୍ରତାରଣା କରିଛନ୍ତି । ଏହି ବିବାଦ ନେଇ ସବୁ ସ୍ପଷ୍ଟ। ବର୍ତ୍ତମାନ ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି କହିଛନ୍ତି ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ପ୍ରସାଦ ହରିଚନ୍ଦନ।

ଶିଶୁ ସାହିତ୍ୟିକ କାନନବାଳା ପଟ୍ଟନାୟକଙ୍କୁ ‘ବୀରବର ସ୍ମୃତି ସମ୍ମାନ’

ଶିଶୁ ସାହିତ୍ୟିକ କାନନବାଳା ପଟ୍ଟନାୟକଙ୍କୁ ‘ବୀରବର ସ୍ମୃତି ସମ୍ମାନ’

ଭୁବନେଶ୍ୱର, ୭।୧: ବୀରବର ଜୟନ୍ତୀ ପରିଷଦ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଶିଶୁ ସାହିତ୍ୟିକ ବୀରବର ଓତାଙ୍କ ସ୍ମୃତିରେ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଉତ୍ସବରେ ଶିଶୁ ସାହିତ୍ୟିକ ଶ୍ରୀମତୀ କାନନବାଳା ପଟ୍ଟନାୟକଙ୍କୁ ‘ବୀରବର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।

ରେଶମ ଶିଳ୍ପର ବିକାଶ ପାଇଁ ଖର୍ଚ୍ଚ ହେବ ୬.୩୦ କୋଟି

ରେଶମ ଶିଳ୍ପର ବିକାଶ ପାଇଁ ଖର୍ଚ୍ଚ ହେବ ୬.୩୦ କୋଟି

ଭୁବନେଶ୍ୱର, ୭।୧(ବ୍ୟୁରୋ): ଓଡ଼ିଶାରେ ରେଶମ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ରେ ସେଣ୍ଟ୍ରାଲ ସ୍ପନ୍‌ସର୍‌ଡ ସ୍କ୍ରିମ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଛି। କେନ୍ଦ୍ରୀୟ ରେଶମ ବୋର୍ଡ ଓଡ଼ିଶାରେ ରେଶମ ଶିଳ୍ପର ବିକାଶ ପାଇଁ ୬.୩୦ କୋଟି ଟଙ୍କା ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବ।

ଆଦିତ୍ୟ ବାହିନୀ ଓଡ଼ିଶା ରାଜ୍ୟ ସମିତି ପୁର୍ନଗଠିତ

ଆଦିତ୍ୟ ବାହିନୀ ଓଡ଼ିଶା ରାଜ୍ୟ ସମିତି ପୁର୍ନଗଠିତ

ପୁରୀ ଅଫିସ, ୭।୧: ପୁରୀ ଗୋବର୍ଦ୍ଧନ ପୀଠ ଅଧୀନସ୍ଥ ସର୍ବଭାରତୀୟ ସେବାସଂସ୍ଥା ‘ଆଦିତ୍ୟ ବାହିନୀ’ର ଓଡ଼ିଶା ରାଜ୍ୟ ସମିତି ପୁନର୍ଗଠିତ ହୋଇଛି। ଏଥିନେଇ ପୀଠରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇବା ସହ ଆର୍ଶୀବଚନ ପ୍ରଦାନ କରିଥିଲେ।

ବଡଦାଣ୍ଡରେ ଶରଧାବାଲି କ୍ୟାବିନ ଦୋକାନୀଙ୍କ ବିକ୍ଷୋଭ

ବଡଦାଣ୍ଡରେ ଶରଧାବାଲି କ୍ୟାବିନ ଦୋକାନୀଙ୍କ ବିକ୍ଷୋଭ

ପୁରୀ ଅଫିସ, ୭।୧: ଶରଧାବାଲିରୁ କ୍ୟାବିନ ଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ରବିବାର ଦୋକାନୀମାନେ ବଡଦାଣ୍ଡରେ ବିକ୍ଷୋଭ ପଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।

ଜାତୀୟ ରାଜପଥରେ ଯୁବକଙ୍କୁ ଗୁଳିମାଡ

ଜାତୀୟ ରାଜପଥରେ ଯୁବକଙ୍କୁ ଗୁଳିମାଡ

ପୁରୀ ଅଫିସ, ୭।୧: ସଦର ଥାନା ଅଧୀନ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କାଠପୋଲ ନିକଟରେ ରବିବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ଏଥିରେ ବାଟଗାଁର ଗଙ୍ଗାଧର ଭୋଳ ଗୁରୁତର ଆହତ ହୋଇଛନ୍ତି। ଗୁଳି ତାଙ୍କ ବାମଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ସଦର ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ସଦର ଓ ଚନ୍ଦନପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ଏହି ଗୁଳିମାଡ ହୋଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ଅଚ୍ୟୁତ ସାମନ୍ତଙ୍କ ଅଭିଷେକ ବିବାଦ: ସିଂହଦ୍ୱାର ଥାନାରେ ଏତଲା

ଅଚ୍ୟୁତ ସାମନ୍ତଙ୍କ ଅଭିଷେକ ବିବାଦ: ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୬।୧: କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅଭିଷେକକୁ ନେଇ ଉପୁଜିଥିବା ବିବାଦ ଥମୁନାହିଁ। ଏହାକୁ ବିରୋଧ କରି ଶୁକ୍ରବାର ଅପରାହ୍ନରେ ଶ୍ରୀକ୍ଷେତ୍ର ସ୍ବାଭିମାନ ମଞ୍ଚ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶନିବାର ମୁକ୍ତିମଣ୍ଡପ ପକ୍ଷରୁ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଚ୍ୟୁତ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ପ୍ରାୟଶ୍ଚିତ୍ତ କରନ୍ତୁ। ଏଥିସହ ମୁକ୍ତିମଣ୍ଡପ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରନ୍ତୁ। ଏହି ବିବାଦକୁ ନେଇ ପୁରୀର ଆଇନଜୀବୀ ଚିନ୍ମୟ ଦାଶ ଶନିବାର ସିଂହଦ୍ୱାର ଥାନାରେ ଅଚ୍ୟୁତଙ୍କ ବିରୋଧରେ ଏତଲା ମଧ୍ୟ ଦେଇଛନ୍ତି।

ଅମୁଣିଆ ଭୋଗ ବିକ୍ରି ପ୍ରସଙ୍ଗ: ‘ଦୋଷୀ ଜଣାପଡ଼ିଲେ ଦଣ୍ଡିତ ହେବେ’

ଅମୁଣିଆ ଭୋଗ ବିକ୍ରି ପ୍ରସଙ୍ଗ: ‘ଦୋଷୀ ଜଣାପଡ଼ିଲେ ଦଣ୍ଡିତ ହେବେ’

ପୁରୀ ଅଫିସ, ୬।୧: ଶ୍ରୀମନ୍ଦିରରେ ଅମୁଣିଆ ଭୋଗ ବିକ୍ରି ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଘଟଣା ସଂକ୍ରାନ୍ତରେ କମାଣ୍ଡରଙ୍କଠାରୁ ରିପୋର୍ଟ ମଗାଯିବ। ଯଦି ସମ୍ପୃକ୍ତ ସେବକ ଦୋଷୀ ବୋଲି ଜଣାପଡେ ତେବେ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ କହିଛନ୍ତି।

ର଼୍ୟାଗିଙ୍ଗ୍‌ ନେଲା ଓଡ଼ିଆ ଛାତ୍ରଙ୍କ ଜୀବନ

ଚନ୍ଦ୍ରଶେଖରପୁର, ୬।୧ (ଡି.ଏନ୍‌.ଏ.)- ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ରେ ର଼୍ୟାଗିଙ୍ଗ ନେଲା ଓଡ଼ିଆ ଛାତ୍ରଙ୍କ ଜୀବନ। ସେ ହେଲେ ସମ୍ବଲପୁର ଜିଲା ବାମରା ବ୍ଲକ୍‌ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ଗ୍ରାମର ଶୈଲେଶ କେଶରଓ୍ବାନୀଙ୍କ ପୁଅ ଶ୍ରେୟସ ଓରଫ୍‌ ଓମ୍‌। ସେ ଉକ୍ତ ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ର ଥିଲେ।

ଗଳା କାଟି ବୀଭତ୍ସ ହତ୍ୟା: ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁର,୬।୧(ଡି.ଏନ୍‌.ଏ.)-ଦିନକୁ ଦିନ ଅପରାଧପ୍ରବଣ ହୋଇପଡୁଛି ସ୍ମାର୍ଟସିଟି ଭୁବନେଶ୍ୱର। ହତ୍ୟାକାଣ୍ଡ, ବୋମା ଓ ଗୁଳି ମାଡ଼ କରି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ। ଶନିବାର ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ କଳାରାହାଙ୍ଗ ଗେଟ୍‌ ମଧ୍ୟବର୍ତ୍ତୀ ରେଳଧାରଣା ପାର୍ଶ୍ୱରୁ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଚନ୍ଦକା ଡିଭିଜନ୍‌ରେ କମିଲେ ପକ୍ଷୀ

ଚନ୍ଦକା ଡିଭିଜନ୍‌ରେ କମିଲେ ପକ୍ଷୀ

ଭୁବନେଶ୍ୱର, ୬।୧(ବ୍ୟୁରୋ)- ସାରା ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଚନ୍ଦକା ଡିଭିଜନ୍‌ରେ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀ ଏବଂ ପ୍ରଜାତି ସଂଖ୍ୟା କମିଛି। ଏବର୍ଷ ଚନ୍ଦକା ଡିଭିଜନ୍‌ରେ ୭୩ ପ୍ରଜାତିର ୧୦,୧୧୪ଟି ପକ୍ଷୀ ଦେଖାଯାଇଛନ୍ତି। ଗତବର୍ଷ ୭୯ପ୍ରଜାତିର ୧୦,୨୪୭ ପକ୍ଷୀ ଦେଖାଯାଇଥିଲେ।

ପର୍ଯ୍ୟଟନ ସହ ଯୋଡିହେବ ଶିକ୍ଷା

ପର୍ଯ୍ୟଟନ ସହ ଯୋଡିହେବ ଶିକ୍ଷା

ଭୁବନେଶ୍ୱର, ୬।୧(ବ୍ୟୁରୋ)- ରଘୁରାଜପୁରରେ ପୁଣିଥରେ ଏକାଠି ହେବେ ଦେଶୀ ବିଦେଶୀ ପର୍ଯ୍ୟଟକ। ଓଡ଼ିଶାର ପଟଚିତ୍ର ସଂସ୍କୃତିକୁ ଆହୁରି ଲୋକାଭିମୁଖୀ କରିବାକୁ ଆୟୋଜିତ ହେବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଲୋକକଳା ସହ ଲୋକସଂସ୍କୃତିକୁ ବର୍ତ୍ତମାନର ଯୁବପିଢିଙ୍କ ନିକଟରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରାଯିବ, ଯେଉଁଠି ପର୍ଯ୍ୟଟନ ସହ ଶିକ୍ଷା ବି ଯୋଡ଼ିହେବ।

‘ଅନୁଭୂତିରେ ନେତାଜୀ ଜନ୍ମସ୍ଥାନ’ ପୁସ୍ତକ ଲୋକାର୍ପିତ

‘ଅନୁଭୂତିରେ ନେତାଜୀ ଜନ୍ମସ୍ଥାନ’ ପୁସ୍ତକ ଲୋକାର୍ପିତ

କଟକ ଅଫିସ, ୬।୧- ଭାରତୀୟ ମୁକ୍ତି ସଂଗ୍ରାମରେ ଅଦ୍ୱିତୀୟ ଯୋଦ୍ଧା ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ତାଙ୍କ ସମଗ୍ର ଜୀବନର ମୂଳ ଉତ୍ସ ଆଧ୍ୟାତ୍ମିକତା ଆଧାରିତ। ନେତାଜୀଙ୍କ ଜୀବନର ଏହି ଦିଗ ସମ୍ପର୍କରେ ଅନେକ ଅବଗତ ନୁହଁନ୍ତି। ଦେଶର ପ୍ରତି ମଣିଷ ଏ ସମ୍ପର୍କରେ ଜାଣିବା ଆବଶ୍ୟକ। ‘ଅନୁଭୂତିରେ ନେତାଜୀ ଜନ୍ମସ୍ଥାନ’ ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟବକ୍ତା ସାହିତି୍ୟକ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କହିଥିଲେ।