ମେଟ୍ରୋ

ହୋଲି ପାଇଁ  ୫ଦିନ ବନ୍ଦ ରହିବ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ

ହୋଲି ପାଇଁ ୫ଦିନ ବନ୍ଦ ରହିବ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ

କଟକ ଅଫିସ, ୧୭।୩- ହୋଲି ଉପଲକ୍ଷେ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସିଏଟି) ଆସନ୍ତା ୨୦ ଏବଂ ୨୧ ତାରିଖ ବନ୍ଦ ରହିବ। ପରଦିନ ରବିବାର ଓ ଆଉ ଦୁଇଦିନ ସରକାରୀ ଛୁଟି ରହିଥିବାରୁ ଆସନ୍ତା ୨୫ ତାରିଖ ଦିନ ଟ୍ରିବ୍ୟୁନାଲ ଖୋଲିବ।

ମାଲଗୋଦାମ ଅଞ୍ଚଳରେ ବ୍ୟବସାୟୀଙ୍କୁ ଖଣ୍ଡା ଚୋଟ ଘଟଣା: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା ପୋଲିସ

ମାଲଗୋଦାମ ଅଞ୍ଚଳରେ ବ୍ୟବସାୟୀଙ୍କୁ ଖଣ୍ଡା ଚୋଟ ଘଟଣା: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା ପୋଲିସ

କଟକ ଅଫିସ, ୧୭।୩- ମାଲଗୋଦାମ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଚିନି ବ୍ୟବସାୟୀ ଦାମୋଦର ଭଇଂଶଙ୍କାଙ୍କୁ କେତେଜଣ ଦୃର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ରବିବାର ଦାମୋଦରଙ୍କ ପୁତୁରା ତନୁଜ ଏନେି ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସି ଦଫା ୩୦୭, ୩୨୪ରେ ଏକ ମାମଲା(୫୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ସାକ୍ଷୀଗୋପାଳ,୧୭।୩(ଡି.ଏନ୍‌.ଏ.)- ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁକେରା ଗ୍ରାମର ବନ୍ତେଶ୍ବର ମହାଦେବଙ୍କ ପୋଖରୀରୁ ସେହି ଗ୍ରାମର ସତ୍ୟପ୍ରିୟ ପ୍ରଧାନ (୪୭)ଙ୍କ ମୃତଦେହ ରବିବାର ମଧ୍ୟାହ୍ନରେ ଉଦ୍ଧାର କରାଯାଇଛି। 

୨୩ରେ ଶୁଦ୍ଧସୁଆର ନିଯୋଗ ନିର୍ବାଚନ, ସୋମବାର ପ୍ରାର୍ଥିପତ୍ର ଦାଖଲ

୨୩ରେ ଶୁଦ୍ଧସୁଆର ନିଯୋଗ ନିର୍ବାଚନ, ସୋମବାର ପ୍ରାର୍ଥିପତ୍ର ଦାଖଲ

ପୁରୀ ଅଫିସ, ୧୭ା୩: ଆସନ୍ତା ୨୩ ତାରିଖରେ ଶୁଦ୍ଧସୁଆର ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ଏହି ନିର୍ବାଚନରେ ଭାଗନେବା ଲାଗି ଇଚ୍ଛୁକ ନିଯୋଗ ସଦସ୍ୟ ସମ୍ପାଦକଙ୍କ ସହ ପରାମର୍ଶ କରି ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଯାଇଛି। 

ସିରିଜ ଲୁଟ୍‌ ଘଟଣାରେ ପୋଲିସ ହାତ ଖାଲି: ଭୟରେ ମର୍ନିଂ ଓ୍ବାକ୍‌ ଯାଉନାହାନ୍ତି ଲୋକେ, ୩ ଅଭିଯୁକ୍ତ ଚିହ୍ନଟ, ପୁରୁଣା ଅପରାଧୀ ସମ୍ପୃକ୍ତ

ସିରିଜ ଲୁଟ୍‌ ଘଟଣାରେ ପୋଲିସ ହାତ ଖାଲି: ଭୟରେ ମର୍ନିଂ ଓ୍ବାକ୍‌ ଯାଉନାହାନ୍ତି ଲୋକେ, ୩ ଅଭିଯୁକ୍ତ ଚିହ୍ନଟ, ପୁରୁଣା ଅପରାଧୀ ସମ୍ପୃକ୍ତ

ଭୁବନେଶ୍ୱର,୧୭ା୩(ବ୍ୟୁରୋ)- ଶୁକ୍ରବାର ଭୋର୍‌ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାଞ୍ଚଳରେ ସିରିଜ ଲୁଟ୍‌ ହୋଇଥିଲା। ଦୁଇଟି ବାଇକ୍‌ରେ ୫ଜଣ ଲୁଟେରା ରଘୁନାଥପୁର, ବିଡିଏ କଲୋନୀ ଓ ଶୈଳଶ୍ରୀବିହାରରେ ୫ ଲୁଟ୍‌ କରିବା ସହ ସେମାନଙ୍କ ଆକ୍ରମଣରେ ୪ଜଣ ଆହତ ହୋଇଥିଲେ। ତେବେ ଶୈଳଶ୍ରୀବିହାର ଫେଜ୍‌-୭ରେ ଲୁଟେରାମାନେ ଆତଙ୍କ ଖେଳାଇଥିଲେ।

ରାଜ୍ୟ ସରକାରଙ୍କୁ ବଳଭଦ୍ରଙ୍କ ଟାର୍ଗେଟ, ଜବାବରେ ରମେଶ କହିଲେ ଦଳରୁ ଯାଇ ଭାଜପା ଭାଷା କହୁଛନ୍ତି

ରାଜ୍ୟ ସରକାରଙ୍କୁ ବଳଭଦ୍ରଙ୍କ ଟାର୍ଗେଟ, ଜବାବରେ ରମେଶ କହିଲେ ଦଳରୁ ଯାଇ ଭାଜପା ଭାଷା କହୁଛନ୍ତି

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭାଜପାରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ। ଗତ ୫ ବର୍ଷରେ ନବରଙ୍ଗପୁରରେ ହୋଇଥିବା ଉନ୍ନତି ପଛରେ କେନ୍ଦ୍ର ସରକାରଙ୍କ ଯୋଜନା ଥିବା ସେ ପ୍ରକାଶ କରିଛନ୍ତି।

ନିଲୁଙ୍କ ସାଙ୍ଗରେ ଯିବା ମହଙ୍ଗା ପଡ଼ିଲା: ବଦଳିଲେ ସତ୍ୟବାଦୀ, କଣାସ ବିଜେଡି ସଭାପତି

ନିଲୁଙ୍କ ସାଙ୍ଗରେ ଯିବା ମହଙ୍ଗା ପଡ଼ିଲା: ବଦଳିଲେ ସତ୍ୟବାଦୀ, କଣାସ ବିଜେଡି ସଭାପତି

ସାକ୍ଷୀଗୋପାଳ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବିରୋଧ କରି ନିଲୁ ଷଡ଼ଙ୍ଗୀଙ୍କ ସାଙ୍ଗରେ ଯାଇଥିବା ସତ୍ୟବାଦୀ ଓ କଣାସ ବ୍ଲକ ବିଜେଡି ସଭାପତି ରତିକାନ୍ତ ମିଶ୍ର ଓ ସୁଶୀଲ ରାଉତଙ୍କୁ ମହଙ୍ଗା ପଡ଼ିଛି। 

ମୁହଁ ଖୋଲିଲେ ବିଜୟ: କହିଲେ ୨୦୧୯ ନିର୍ବାଚନ କଠିନ ହେବ; ନବୀନ ନିବାସ ଯିବା ଦିଲୀପଙ୍କର ବ୍ୟକ୍ତିଗତ ନିଷ୍ପତ୍ତି

ମୁହଁ ଖୋଲିଲେ ବିଜୟ: କହିଲେ ୨୦୧୯ ନିର୍ବାଚନ କଠିନ ହେବ; ନବୀନ ନିବାସ ଯିବା ଦିଲୀପଙ୍କର ବ୍ୟକ୍ତିଗତ ନିଷ୍ପତ୍ତି

ଭୁବନେଶ୍ୱର,୧୭।୩(ବ୍ୟୁରୋ): ୨୦୧୯ ନିର୍ବାଚନ କଠିନ ହେବ। ଏପରି ନିର୍ବାଚନ ଓଡ଼ିଶାବାସୀ ଦେଖି ନ ଥିବେ। ଦୀର୍ଘ ଦିନର ନିରବତା ପରେ ରବିବାର ମୁହଁ ଖୋଲି ଏଭଳି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ବିଜେଡିରେ ମୀରା ପରିଡ଼ା, ନବୀନଙ୍କ ଉପସ୍ଥିତିରେ ସାମିଲ ହେଲେ

ବିଜେଡିରେ ମୀରା ପରିଡ଼ା, ନବୀନଙ୍କ ଉପସ୍ଥିତିରେ ସାମିଲ ହେଲେ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ନିର୍ବାଚନୀ ତାରିଖ ଯେତିକି ପାଖକୁ ଆସୁଛି, ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। 

ନବୀନ ନିବାସରେ ଗୀତା ମେହେଟ୍ଟା

ନବୀନ ନିବାସରେ ଗୀତା ମେହେଟ୍ଟା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ରବିବାର ମଧ୍ୟାହ୍ନରେ ଗୀତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। 

ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ବିଜେପୁର, ବରଗଡ଼, ରେଢ଼ାଖୋଲ, ଝାରସୁଗୁଡ଼ା ଏବଂ ରାଉରକେଲା ଭଳି ଯେକୌଣସି ପ୍ରମୁଖ ଆସନରୁ ବିଧାନସଭା ଲଢ଼ନ୍ତୁ।

ଭାଜପାରେ ଯୋଗଦେଲେ ପ୍ରକାଶ

ଭାଜପାରେ ଯୋଗଦେଲେ ପ୍ରକାଶ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କଟକ ଜିଲାର ଏକମାତ୍ର କଂଗ୍ରେସ ବିଧାୟକ ତଥା ସାଲେପୁରର ବିଧାୟକ ପ୍ରକାଶ ବେହେରା  ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ସେ  ଭାଜପାରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ରବିବାର ପ୍ରକାଶ ଭାଜପାରେ ଯୋଗ ଦେଇଛନ୍ତି।

ପ୍ରାଚୀ ଉପତ୍ୟକାରେ ଦୋଳ ଉତ୍ସବ ଆରମ୍ଭ

ପ୍ରାଚୀ ଉପତ୍ୟକାରେ ଦୋଳ ଉତ୍ସବ ଆରମ୍ଭ

କାକଟପୁର,୧୭।୩(ଡି.ଏନ୍‌.ଏ): ପ୍ରାଚୀ ଉପତ୍ୟକାରେ ଶନିବାର ବିଳମ୍ବିତ ରାତିରୁ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି। ପ୍ରାଚୀ ଉପତ୍ୟକାରେ ପୂଜା ପାଉଥିବା କପିଳେଶ୍ୱର, ଶୋଭନେଶ୍ୱର, ରାମେଶ୍ୱର, ଅଙ୍ଗେଶ୍ୱର, ଅମରେଶ୍ୱର, ବନ୍ଧେଶ୍ୱର, ସମେଶ୍ୱର, ନାଟେଶ୍ୱର, ସିଦ୍ଧେଶ୍ୱର, ମୁକ୍ତେଶ୍ୱର, ମାଧବାନନ୍ଦ, ରାଧାକାନ୍ତଙ୍କୁ ଲିଆ, ଉଖୁଡ଼ା, ଶାକର, ଚୁଡ଼ା, ଆମ୍ବକଷି ଭୋଗଲାଗି ସହିତ ଠାକୁରଙ୍କ ମସ୍ତକରେ ଫଗୁ ବୋଳି ଦୋଳ ଉତ୍ସବର ଶୁଭାରମ୍ଭ କରାଯାଇଛି।

ନବୀନଙ୍କୁ ଭେଟିଲେ ଦିଲୀପ

ନବୀନଙ୍କୁ ଭେଟିଲେ ଦିଲୀପ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଅତୀତର ସବୁ ତିକ୍ତତାକୁ ଭୁଲି ବରିଷ୍ଠ ନେତା ଦିଲୀପ ରାୟ ଶନିବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଦିଲୀପ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।  

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରକାଶ

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରକାଶ

କଟକ ଅଫିସ, ୧୭।୩: ଦେଢବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କଟକ ଜିଲାର ଏକମାତ୍ର କଂଗ୍ରେସ ବିଧାୟକ ତଥା ସାଲେପୁରର ବିଧାୟକ ପ୍ରକାଶ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି।

ବିଜେଡି ଛାଡ଼ିଲେ ପ୍ରୀତିନନ୍ଦା

ବିଜେଡି ଛାଡ଼ିଲେ ପ୍ରୀତିନନ୍ଦା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ କର୍ପୋରେଟର ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ କନ୍ୟା ପ୍ରୀତିନନ୍ଦା ରାଉତରାୟ ବିଜେଡିରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। 

ଭାଜପା ରାଜ୍ୟ ସଭାପତିଙ୍କ ପୁତୁରା ବିଜେଡିରେ ସାମିଲ

ଭାଜପା ରାଜ୍ୟ ସଭାପତିଙ୍କ ପୁତୁରା ବିଜେଡିରେ ସାମିଲ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭାଜପା ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ଶତାଧିକ ସମର୍ଥକଙ୍କ ସହ ହରିଶ୍ଚନ୍ଦ୍ର ବିଜେଡିରେ ସାମିଲ ହୋଇଛନ୍ତି। 

ଲାଇଫ୍‌ଗାର୍ଡଙ୍କ ମକ୍‌ଡ୍ରିଲ:  ସପ୍ତାହକୁ ୨ ଦିନ କରିବେ ପାଟ୍ରୋଲିଂ

ଲାଇଫ୍‌ଗାର୍ଡଙ୍କ ମକ୍‌ଡ୍ରିଲ: ସପ୍ତାହକୁ ୨ ଦିନ କରିବେ ପାଟ୍ରୋଲିଂ

ପୁରୀ ଅଫିସ,୧୭ା୩: ବେଳେ ବେଳେ ପୁରୀ ସମୁଦ୍ରରେ ପର୍ଯ୍ୟଟକମାନେ ସ୍ନାନ କରିବା ସମୟରେ ବୁଡ଼ିଯିବାର ନଜିର ରହିଛି। 

ବସିଲା  ଚୁଟ୍‌:  ତଳେ ପଡ଼ିବନି ଶ୍ରୀମନ୍ଦିରରୁ ବାହାରୁ ଥିବା ଆବର୍ଜନା

ବସିଲା ଚୁଟ୍‌: ତଳେ ପଡ଼ିବନି ଶ୍ରୀମନ୍ଦିରରୁ ବାହାରୁ ଥିବା ଆବର୍ଜନା

ପୁରୀ ଅଫିସ,୧୭ା୩: ଶ୍ରୀମନ୍ଦିରରୁ ବାହାରୁଥିବା ଆବର୍ଜନା ପୂର୍ବରୁ ଉତ୍ତର ଦ୍ୱାର ନିକଟରେ ଏକ ସ୍ଥାନରେ ଗଦା ହୋଇ ରହୁଥିଲା। ସେଠାରୁ ଏହି ଅଳିଆକୁ ଏକ ଗାଡ଼ିରେ ବୁହାଯାଇ ନିଆଯାଉଥିଲା। 

କାଳିଆ ପ୍ରେମରେ ଜର୍ମାନ୍‌ ଛାତ୍ର

କାଳିଆ ପ୍ରେମରେ ଜର୍ମାନ୍‌ ଛାତ୍ର

ପୁରୀ ଅଫିସ,୧୭ା୩ : ମହାପ୍ରଭୁଙ୍କ ସେବା ପରମ୍ପରା ଉପରେ ଗବେଷଣା ଲାଗି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଜର୍ମାନ୍‌ ଛାତ୍ର ଲୁକାସ ମେଜଲର। 

ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ:  ଚାଚେରୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ: ଚାଚେରୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୭ା୩: ଶନିବାର ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଦୋଳପର୍ବ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ପରେ ୩ ବାଡ଼ରେ ମଇଲମ ହୋଇ ନୂଆଲୁଗା ଲାଗି ହୋଇଥିଲା। 

ନୀଳାଚଳ କୃଷକ ମହାସଂଘ-ପ୍ରଶାସନ ଆଲୋଚନା:  ଚେକ୍‌ଡ୍ୟାମ୍‌ ନିର୍ମାଣକୁ ବିରୋଧ

ନୀଳାଚଳ କୃଷକ ମହାସଂଘ-ପ୍ରଶାସନ ଆଲୋଚନା: ଚେକ୍‌ଡ୍ୟାମ୍‌ ନିର୍ମାଣକୁ ବିରୋଧ

ପୁରୀ ଅଫିସ,୧୭ା୩: ପୁରୀ ସଦର ବ୍ଲକ ଅନ୍ତର୍ଗତ ନୂଆଗଁ। ରାଇଟ୍‌ ଡ୍ରେନ୍‌ (ପାଳକୋଛି ନାଳ) ଉପରେ ନୂଆଗଁ। ବ୍ରିଜ୍‌ ଉପରମୁଣ୍ଡରେ ଏକ ଚେକ୍‌ଡ୍ୟାମ୍‌ ତିଆରି ଚାଲିଛି। 

ଏସ୍‌ସିବି ପାଥୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟଣା:  ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ୍‌

ଏସ୍‌ସିବି ପାଥୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟଣା: ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ୍‌

କଟକ ଅଫିସ,୧୭।୩ :ଗତ ୭ ତାରିଖ ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲ ପାଥୋଲୋଜି ବିଭାଗର ସାଇଟୋଲୋଜି ୟୁନିଟ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୟୁନିଟ୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡର ତଦନ୍ତ ପାଇଁ ୭ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଶନିବାର ଏହି ଟିମ୍‌ ଏସ୍‌ସିବି ଅଧୀକ୍ଷକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। 

ମାଟ୍ରିକ: ପ୍ରକାଶ ପାଇଲା ପରୀକ୍ଷକ ତାଲିକା

ମାଟ୍ରିକ: ପ୍ରକାଶ ପାଇଲା ପରୀକ୍ଷକ ତାଲିକା

କଟକ ଅଫିସ,୧୭।୩: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ହୋଇଥିବା ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ମଧ୍ୟମା ପରୀକ୍ଷାର ଖାତା ଦେଖା ଆସନ୍ତା ୨୫ତାରିଖରୁ ଆରମ୍ଭ ହେବ।