ମେଟ୍ରୋ

 ପ୍ରଚଣ୍ଡ ତାତି:୪୨ ଡିଗ୍ରୀ ଟପିଲା, ଆହୁରି ବଢ଼ିବ

ପ୍ରଚଣ୍ଡ ତାତି:୪୨ ଡିଗ୍ରୀ ଟପିଲା, ଆହୁରି ବଢ଼ିବ

ଭୁବନେଶ୍ୱର, ୧୭।୪(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ତିନି ଦିନ ହେବ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ପାରଦ ଉପରମୁହଁ। ହୋଇଛି। ମଙ୍ଗଳବାର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଛି। ପ୍ରବଳ ଗରମ ହାଓ୍ବା ପରିବେଶକୁ ଉତ୍ତପ୍ତ କରିଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଉଛି ତାତି। ସନ୍ଧ୍ୟା ପର୍ଯ୍ୟନ୍ତ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।

ନଦୀରେ ବୁଡ଼ି ଛାତ୍ର ମୃତ

ନଦୀରେ ବୁଡ଼ି ଛାତ୍ର ମୃତ

କେନ୍ଦ୍ରାପଡା ଅଫିସ, ୧୭ା୪- ରାଜକନିକା ଥାନା କର୍ଣ୍ଣପୁର ଗ୍ରାମ ନିକଟ ପେଟା ନଦୀରେ ବୁଡିଯାଇ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କର୍ଣ୍ଣପୁର ଗ୍ରାମର ହର୍ଷବର୍ଦ୍ଧନ ଶତପଥୀଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ତାଙ୍କର ଏକମାତ୍ର ପୁଅ ଶୁଭନ୍ୟ ରଞ୍ଜନ (୧୭) ଗ୍ରାମର ଏକ ଅଶୌଚ କାର୍ଯ୍ୟରେ ସାମିଲ ହେବା ପାଇଁ ସୋମବାର ନିଜ ଗ୍ରାମକୁ ଆସିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେ ପେଟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକ ଶୁଭନ୍ୟଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ବେହୁରା ସୂଚନା ଦେଇଛନ୍ତି। ଶୁଭନ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି।

ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ନେତା-ଜନତାଙ୍କ ସମ୍ପର୍କକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ

ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ନେତା-ଜନତାଙ୍କ ସମ୍ପର୍କକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ)-ବିଜୁ ପଟ୍ଟନାୟକ ଓଡ଼ିଶାବାସୀଙ୍କର ଅତି ନିଜର ଥିଲେ। ଓଡ଼ିଆ ସ୍ବାଭିମାନ ଓ ଓଡ଼ିଆ ଜାତିର ଗୌରବ ତାଙ୍କ ସ୍ବପ୍ନ ଥିଲା। ଆଉ ଏଥିପାଇଁ ସେ କରିଥିଲେ ସଂଗ୍ରାମ। ମାଟି ମା’କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ପାଇଁ ସେ ନିଜ ଜୀବନକୁ ସମର୍ପଣ କରିଥିଲେ। ବିଜୁବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି। ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବ ବଢ଼ାଇଛନ୍ତି।

୯ ଅଧ୍ୟାପକଙ୍କୁ କାରଣଦର୍ଶାଅ ନୋଟିସ

୯ ଅଧ୍ୟାପକଙ୍କୁ କାରଣଦର୍ଶାଅ ନୋଟିସ

ଭୁବନେଶ୍ୱର, ୧୭। ୪(ବ୍ୟୁରୋ)- ଯୁକ୍ତ୨ ଇ-ମୂଲ୍ୟାୟନ ପାଇଁ ନିୟୋଜିତ ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରୁ କେନ୍ଦ୍ରରେ ଯୋଗଦେଇ ନ ଥିବା ୯ ଜଣଙ୍କୁ ମଙ୍ଗଳବାର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୩ଦିନ ଭିତରେ ବିଭାଗ ନିକଟରେ ଉତ୍ତର ରଖିବା ପାଇଁ ନୋଟିସରେ କୁହାଯାଇଛି।

ଦିନସାରା ଉପାସରେ ମହାପ୍ରଭୁ

ଦିନସାରା ଉପାସରେ ମହାପ୍ରଭୁ

ପୁରୀ ଅଫିସ, ୧୭।୪: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ସବୁ ସୀମା ସରହଦକୁ ଟିପିଯାଇଛି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଜିଦ୍‌ ଏବଂ ବେଖାତିର ମନୋଭାବ ଲାଗି ହଟାହଟା ହୋଇଛନ୍ତି କାଳିଆ ଠାକୁର। ଓଳିଏ ଖାଇ ରାତି ସାରା ଉଜାଗର ରହିବା ପରେ ବି ମହାପ୍ରଭୁଙ୍କ ଯାତନା ଦୂର ହୋଇନି। ମଙ୍ଗଳବାର ଠାକୁର ସ୍ନାନ ସାରି ଦିନତମାମ୍‌ ଭୋକ ଉପାସରେ ରତ୍ନସିଂହାସନ ଉପରେ ବସିରହିଛନ୍ତି। ଭୋକିଲା ଠାକୁରଙ୍କ ଦର୍ଶନ କରି ଭକ୍ତ ବି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦୁର୍ଦ୍ଦଶା ସତ୍ତ୍ବେ ବି ଚେତିନାହାନ୍ତି ସେବାୟତ ଓ ଅଧିକାରୀ। ନିଜ ମନମାନି ଏବଂ ଜିଦ୍‌ ଲାଗି ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ହୋଇପାରିନାହିଁ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-ଆଇଏଲ୍‌ଏସ୍‌ ଚୁକ୍ତି

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-ଆଇଏଲ୍‌ଏସ୍‌ ଚୁକ୍ତି

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଜ୍ଞାନ ଓ ଜୈବ ବିଜ୍ଞାନ ବିଭାଗ ତଥା ଭୁବନେଶ୍ୱର ଜୈବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ମଧ୍ୟରେ ମଙ୍ଗଳବାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନ୍ତର୍ଗତ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଦୁଇ ଅନୁଷ୍ଠାନ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇପାରିବ।

ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଲିଅନ୍ତା, ୧୭।୪(ଡି.ଏନ୍‌.ଏ.): ଜୟଦେବ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ବାଲିଅନ୍ତା ବ୍ଲକ ଖମଙ୍ଗଛକ ନିକଟରେ ପାଳିତ ହୋଇଯାଇଛି।

ପଳାଶୁଣୀରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ପଳାଶୁଣୀରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଲିଅନ୍ତା, ୧୭।୪(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ୧୮ ନମ୍ବର ଓ୍ବାର୍ଡ ଅଧୀନ ପଳାଶୁଣୀସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଜୁ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ଭୁବନେଶ୍ୱର ଏମ୍‌ପି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର (ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଜୁ ବାବୁଙ୍କୁ ସରକାରୀ ଉପାଧି ପ୍ରଦାନ ଦାବି

ବିଜୁ ବାବୁଙ୍କୁ ସରକାରୀ ଉପାଧି ପ୍ରଦାନ ଦାବି

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ମଙ୍ଗଳବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଶାଖାର ସଭାପତି ଦିଲ୍ଲୀପ ଦାସଶର୍ମା କହିଥିଲେ ଯେ, ବିଜୁ ବାବୁଙ୍କୁ କେନ୍ଦ୍ର ସରକାର ଭାରତରତ୍ନ ପ୍ରଦାନ କରନ୍ତୁ। ଯେମିତିି ମଧୁବାବୁଙ୍କୁ ଉତ୍କଳ ଗୌରବ, ଗୋପବନ୍ଧୁଙ୍କୁ ଉତ୍କଳମଣୀ ସେହିପରି ବିଜୁ ବାବୁଙ୍କୁ ରାଜ୍ୟ ସରକାର ସରକାରୀଭାବେ ଏକ ଉପାଧି ପ୍ରଦାନ କରନ୍ତୁ।

୨୩ରୁ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀଙ୍କ ଆମରଣ ଅନଶନ

୨୩ରୁ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀଙ୍କ ଆମରଣ ଅନଶନ

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଛଟେଇ ପ୍ରକ୍ରିୟା ବନ୍ଦ କରିବା ଓ ସରକାରୀ ମାନ୍ୟତା ମିଳିବା ଦାବିରେ ଆସନ୍ତା ୨୩ ତାରିଖରୁ ୧୨୧୨ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ଆମରଣ ଅନଶନ କରିବେ। ଏ ନେଇ ମଙ୍ଗଳବାର ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି।

୭ ବନ୍ଧୁକ ବେପାରୀ ଗିରଫ: ୪ ବନ୍ଧୁକ, ୮ ବାଇକ୍‌ ଜବତ

୭ ବନ୍ଧୁକ ବେପାରୀ ଗିରଫ: ୪ ବନ୍ଧୁକ, ୮ ବାଇକ୍‌ ଜବତ

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ରାଜଧାନୀରେ ଚୋରା ବନ୍ଧୁକ ବେପାର କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସୋମବାର ବିଳମ୍ବିତ ରାତିରେ ପୋଲିସ ଏହି ଗ୍ୟାଙ୍ଗର ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ପରିଚୟ ମିଳିନାହିଁ। ଅଭିଯୁକ୍ତଙ୍କ ନିକଟରୁ ୪ ବନ୍ଧୁକ ଜବତ କରାଯାଇଛି।

ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୭ ଗିରଫ

ଭୁବନେଶ୍ୱର, ୧୭।୪(ବ୍ୟୁରୋ): ଡକାୟତି ଯୋଜନା କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ୭ ଅଭିଯୁକ୍ତଙ୍କୁ ନୟାପଲ୍ଲୀ ପୋଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଶ୍ରୀରାମନଗରର କାଶୀନାଥ ପାତ୍ର, ବସ୍ତିବିକାଶ ପରିଷଦର ଗଙ୍ଗା ରେଡ୍ଡୀ, ଏକାମ୍ରଭିଲ୍ଲାର ଜିତେନ୍ଦ୍ର ପ୍ରଧାନ, ସଞ୍ଜୟ କୁମାର ଦାସ, ବିଶ୍ୱଜିତ୍‌ ଦାସ, ସୁମନ୍ତ ଦିଗଲ ଓ କାଶୀନାଥ ରେଡ୍ଡୀ। ସେମାନଙ୍କ ନିକଟରୁ ୪ କଟୁରି, ୨ କ୍ଷୁୁର, ୯ ମୋବାଇଲ ଫୋନ୍‌ ପୋଲିସ ଜବତ କରିଛି।

ସାକ୍ଷୀଗୋପାଳ ମନ୍ଦିରରେ ଦୀପଦାନ

ସାକ୍ଷୀଗୋପାଳ ମନ୍ଦିରରେ ଦୀପଦାନ

ସାକ୍ଷୀଗୋପାଳ,୧୭।୪(ଡି.ଏନ୍‌.ଏ): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୧ତମ ଶ୍ରାଦ୍ଧୋତ୍ସବ ସତ୍ୟବାଦୀ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସମେତ ବିଜୁ ଜନତା ଦଳର କର୍ମୀମାନେ ସାକ୍ଷୀଗୋପାଳ ମନ୍ଦିର ଅରୁଣ ସ୍ତମ୍ଭ ନିକଟରେ ଦୀପଦାନ କରି ବିଜୁବାବୁଙ୍କ ଅମରାତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ଡାକରା

୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ଡାକରା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଓଡ଼ିଶାର ସଂଗଠନ ଦାୟିତ୍ୱ ୫ କେନ୍ଦ୍ରୀୟ ନେତାଙ୍କ ହାତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇସାରିଛନ୍ତି।

ସ୍ବର୍ଗଦ୍ୱାରସ୍ଥିତ ବିଜୁ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣକଲେ ମୁଖ୍ୟମନ୍ତ୍ରୀ

ସ୍ବର୍ଗଦ୍ୱାରସ୍ଥିତ ବିଜୁ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣକଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୭।୪: ଏପ୍ରିଲ ୧୭ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ସ୍ବର୍ଗଦ୍ୱାରସ୍ଥିତ ବିଜୁ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପୂର୍ବାହ୍ନ ୧୦ଟା ବେଳେ ସଡ଼କପଥରେ ମୁଖ୍ୟମନ୍ତ୍ରୀ ଯାଇ ୧୧ଟାରେ ସ୍ବର୍ଗଦ୍ୱାରରେ ପହଞ୍ଚିଥିଲେ।

ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି: ଅଟକିଛି ମହାପ୍ରଭୁଙ୍କ ନୀତି

ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି: ଅଟକିଛି ମହାପ୍ରଭୁଙ୍କ ନୀତି

ପୁରୀ ଅଫିସ,୧୭।୪: ଶ୍ରୀମନ୍ଦିରରେ ସୋମବାରଠାରୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଛି। ରୋଷଘରୁ ଅମୁଣିଆ ବାହାରି ପାରିନାହିଁ। ଫଳରେ ରୋଷହୋମ ପାଖରେ ନୀତି ଅଟକିଯାଇଛି। ଅନ୍ୟପକ୍ଷରେ ସୁଆର ମହାସୁଆର ସେବକ କ୍ଷତିପୂରଣ ଦାବିରେ ମନ୍ଦିର ଭିତରେ ଧାରଣା ଦେଇଛନ୍ତି।

ବାହାରିପାରିଲାନି ମହାପ୍ରସାଦ

ବାହାରିପାରିଲାନି ମହାପ୍ରସାଦ

ପୁରୀ ଅଫିସ, ୧୬।୪: ହାଇକୋର୍ଟଙ୍କ କଟକଣା ଆଳରେ ନୀତିରେ ବିଭ୍ରାଟ କରିଛନ୍ତି ସେବାୟତ। ଅପରାହ୍ନ ୪ଟା ୪୦ ସୁଦ୍ଧା ସକାଳ ଧୂପ ପୂଜା ବଢିଥିଲେ ହେଁ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଗଣ୍ଠିକରି ପୁଷ୍ପାଳକ ସେବାୟତମାନେ ସେବାକୁ ନ ଯିବା କାରଣରୁ ନୀତି ଆଗକୁ ବଢିପାରି ନାହିଁ। ରାତି ୧୧ଟା ସୁଦ୍ଧା ରୋଷଘରେ ଥିବା ଅମୁଣିଆ ମହାପ୍ରଭୁଙ୍କ ପାଖରେ ଲାଗି ହୋଇପାରି ନାହିଁ। ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି ସୁଆର ମହାସୁଆର ନିଯୋଗ। ସୁଆର ସେବକମାନେ ସିଂହଦ୍ୱାରରେ ଧାରଣାରେ ବସି ରହିଛନ୍ତି।

ଠାକୁର ଉଜାଗର

ଠାକୁର ଉଜାଗର

ପୁରୀ ଅଫିସ,୧୬।୪-ଶ୍ରୀମନ୍ଦିରରେ ବିଭ୍ରାଟ ଲାଗି ସୋମବାର ସକାଳ ଧୂପ ପରଠାରୁ ନୀତି ଅଟକି ରହିଛି। ରାତି ୧.୧୪ ମିନିଟ୍‌ ସୁଦ୍ଧା ଶ୍ରୀମନ୍ଦିର ପହୁଡ଼ ହୋଇ ନ ଥିଲ। ସନ୍ଧ୍ୟା ଧୂପ ନୀତି ହୋଇ ନ ଥିବାରୁ ଠାକୁର ଭୋକରେ ଉଜାଗର ରହିଥିଲେ। ଏହା ଭକ୍ତଙ୍କ ଭାବନାଙ୍କୁ ଆଘାତ ଦେଇଛନ୍ତି।

ଭିତର କାଠରୁ ଦର୍ଶନ କଲେ ଭକ୍ତ

ଭିତର କାଠରୁ ଦର୍ଶନ କଲେ ଭକ୍ତ

ପୁରୀ ଅଫିସ, ୧୬।୪: ବହୁ ବାଦବିବାଦ ପରେ ଜଗମୋହନରୁ ଆରମ୍ଭ ହୋଇଛି ଦର୍ଶନ। ସୋମବାର ଅପରାହ୍ନ ୫ଟା ୧୦ରେ ଭକ୍ତ ଜୟବିଜୟ ଦ୍ୱାର ଦେଇ ଭିତର କାଠ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାହାର କାଠ ନିକଟରୁ ଦର୍ଶନ କରୁଥିବା ଭକ୍ତ ଅତି ନିକଟରୁ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ ହେଁ ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଛନ୍ତି। ସେବାୟତଙ୍କ ମନମାନି ଏବଂ ପ୍ରଶାସନିକ ଅବହେଳା ପାଇଁ ମହାପ୍ରଭୁଙ୍କ ନୀତିରେ ଘଟିଛି ବିଭ୍ରାଟ।

୬ଷ୍ଠ ଶତାବ୍ଦୀରୁ ସୃଷ୍ଟି ଚଇତି ଘୋଡ଼ା ନାଟ

୬ଷ୍ଠ ଶତାବ୍ଦୀରୁ ସୃଷ୍ଟି ଚଇତି ଘୋଡ଼ା ନାଟ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଚଇତି ଘୋଡ଼ା ନାଟ ସହ ଓଡ଼ିଶା ଇତିହାସର ସମ୍ପର୍କ ବହୁ ପୁରୁଣା। ଓଡ଼ିଶାର ବାଣିଜି୍ୟକ ପ୍ରଶସ୍ତି ସମ୍ପର୍କରେ ଆଲୋଚନା କଲେ ଜଣାପଡ଼େ, ଏହି ଲୋକନାଟ ସମ୍ଭବତଃ ୬ଷ୍ଠ ଶତାବ୍ଦୀ କିମ୍ବା ତା’ର ପୂର୍ବବର୍ତ୍ତୀ ସମୟରେ କଳିଙ୍ଗ ପ୍ରଦେଶରେ ସୃଷ୍ଟି ହୋଇଥିଲା। ଏହି ସମୟ ପର୍ଯ୍ୟନ୍ତ ପ୍ରାଚୀନ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଭାରତ ବର୍ଷର ପୂର୍ବବର୍ତ୍ତୀ ଦେଶଗୁଡ଼ିକୁ ଯାଉଥିଲେ। ସେହି ସମୟରୁ ଘୋଡ଼ା ନାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।

ଶିକ୍ଷକଙ୍କ ଆନ୍ଦୋଳନୁ ସମର୍ଥନ ଦେଲେ ଛାତ୍ର ସଙ୍ଗଠନ: ୧୮ରେ ମହାସଂଘର୍ଷ ସମାବେଶ

ଭୁବନେଶ୍ୱର, ୧୬ା୪(ବ୍ୟୁରୋ)- ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲୁ ରହିଛି। ଏହି ଆନ୍ଦୋଳନକୁ ସୋମବାର ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ସମର୍ଥନ ମିଳିବା ପରେ ଛାତ୍ର ଶିକ୍ଷକ ଅଭିଭାବକ ସମନ୍ବୟ ସମିତି ଗଠନ ହୋଇଛି। ଦୁଇଦିନ ଭିତରେ ସରକାର ସମାଧାନ ପାଇଁ ଆଗେଇ ନ ଆସିଲେ ଆସନ୍ତା ୧୮ତାରିଖ ଦିନ ସମନ୍ବୟ ସମିତି ପକ୍ଷରୁ ମହାସଂଘର୍ଷ ସମାବେଶ ହେବ।

ନାବାଳିକା ବଳାତ୍କାର ମାମଲା: ବିଧାନସଭାରେ ଝଡ଼

ନାବାଳିକା ବଳାତ୍କାର ମାମଲା: ବିଧାନସଭାରେ ଝଡ଼

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟର ଦୁଇଟି ସ୍ଥାନରେ ଘଟିଥିବା ନାବାଳିକା ବଳାତ୍କାର ଘଟଣା ବିଧାନସଭାରେ ଝଡ଼ ସୃଷ୍ଟି କରିଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସଣ୍ଡୁଆଶି ଆକ୍ରମଣ କରିଛନ୍ତି। ବିରୋଧୀଙ୍କ ପ୍ରଚଣ୍ଡ ଆକ୍ରମଣରେ ସରକାର ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ବିରୋଧୀଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି।

ମିଦାସ୍‌ ନିର୍ଦ୍ଦେଶିକାଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୬।୪: ମିଦାସ ଟଚ୍‌ ଆସେଟ୍‌ସ ଆଣ୍ଡ ସିକ୍ୟୁରିଟି ଲିମିଟେଡ୍‌ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ନିରୁପମା ସାମଲଙ୍କୁ ହାଇକୋର୍ଟ ସୋମବାର ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ନଗଦ ୨ କୋଟି ଟଙ୍କାର ବ୍ୟାଙ୍କ ଜମା ଦାଖଲ କରିବେ। ୨ ଜଣ ଦୁଇ ଲକ୍ଷ ଟଙ୍କା ଲେଖାଏ ଜାମିନଦାରଙ୍କ ବିନିମୟରେ ନିରୁପମା ଜାମିନରେ ଯିବେ। ଏହାଛଡ଼ା ନିମ୍ନ ଅଦାଲତରେ ତାଙ୍କ ପାସପୋର୍ଟ ଦାଖଲ କରିବା ସାଙ୍ଗକୁ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

ଜଳ ବିବାଦ: କଲିକତାରେ ପାଞ୍ଚ ରାଜ୍ୟର ବୈଠକ

ଜଳ ବିବାଦ: କଲିକତାରେ ପାଞ୍ଚ ରାଜ୍ୟର ବୈଠକ

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ସୋମବାର କଲିକତାଠାରେ ବିଭିନ୍ନ ନଦୀଜଳ ବିବାଦ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ୍‌ଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ୫ରାଜ୍ୟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଏହି ବୈଠକରେ ସାମିଲ ଥିଲା। ଉକ୍ତ ବୈଠକରେ ମହାନଦୀ ଉପରମୁଣ୍ଡରେ ପାଣି ଅଟକାଯିବା ନେଇ ଓଡ଼ିଶା ଏବଂ ଛତିଶଗଡ଼ ସରକାର ମୁହାଁମୁହିଁ ହୋଇଥିଲେ।