ମେଟ୍ରୋ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।

‘ବାହାଇ’ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

‘ବାହାଇ’ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ବାଲିଅନ୍ତା,୨୨।୪(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଭୁବନପୁର ଗ୍ରାମର ମା’ଉତ୍ତରମୁଖୀଙ୍କ ପୀଠରେ ଆଧ୍ୟାତ୍ମିକ ଅନୁଷ୍ଠାନ ‘ବାହାଇ’ ପକ୍ଷରୁ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ

ପୁଣି ବିମାନ ବନ୍ଦରରୁ ସୁନା ଜବତ

ପୁଣି ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ଜଣେ ମହିଳା ଯାତ୍ରୀଙ୍କଠାରୁ ରବିବାର ୫୪୫ ଗ୍ରାମ ଓଜନର ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଏକ ବିମାନରୁ ଏହି ସୁନା ଜବତ ହୋଇଛି।

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର,୨୨।୪(ବ୍ୟୁରୋ): କଂଗ୍ରେସର ସ୍ଥିତିକୁ ରାଜ୍ୟରେ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ପୁରୀ ଗସ୍ତରୁ ଫେରି ପର୍ଯ୍ୟାୟକ୍ରମେ ଦଳୀୟ କାର୍ଯ୍ୟାଳୟଠାରେ ଦଳର ସବୁ ବର୍ଗର ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଦଳର ସମସ୍ତ ନବ ନିଯୁକ୍ତ ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ଓୟୁଏଟି ପରିସରରେ ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥମେଟିକ୍‌ କମ୍ପିଟିଶନ୍‌

ଓୟୁଏଟି ପରିସରରେ ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥମେଟିକ୍‌ କମ୍ପିଟିଶନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦ୍ୱାଦଶ ଅଲ୍‌ ଓଡ଼ିଶା ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥ୍‌ମେଟିକ୍‌ କମ୍ପିଟିଶନ୍‌ ରବିବାର ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ଅନୁଷ୍ଠିତ ହୋଇଥିଲା। ୟୁସିମାସ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୧ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ  ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ହାଇଟେକ୍‌ ମେଡିକାଲ କଲେଜରେ ଶନିବାର ରାତିରେ ନୀହାର ରଞ୍ଜନ ରାଉତ(୨୨) ନାମକ ଜଣେ ଡାକ୍ତରୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ନୀହାର ବେକରେ ବେଡ୍‌ଶିଟ୍‌ ଗୁଡ଼ାଇ ହଷ୍ଟେଲ ରୁମ୍‌ ଛାତ ସିଲିଂରେ ବାନ୍ଧି ଝୁଲିପଡ଼ିଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ତୁରନ୍ତ ଉଦ୍ଧାର କରି ହାଇଟେକ୍‌ ମେଡିକାଲକୁ ନେଇଥିଲେ।

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଭୁବନେଶ୍ୱର(ବ୍ୟୁରୋ), ୨୨।୪ : କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ମହାନଦୀ ପାଣିକୁ ବନ୍ଦ କରିଛନ୍ତି। ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ବହୁବାର ଅନୁରୋଧ କରାଯାଇଥିଲା। ଏପରିକି ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ଦାବି କରାଯାଇଥିଲା। ମାତ୍ର ଓଡ଼ିଶାବାସୀଙ୍କ ଦାବି କେନ୍ଦ୍ର ସରକାର ଅଣଦେଖା କରିବାରୁ, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଲା।

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ, ୨୨।୪: ଜିଲାର ଖୋର୍ଦ୍ଧା ବ୍ଲକ ଦଳେଇପୁଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଅନ୍ତର୍ଯ୍ୟାମୀ ସୁବୁଦ୍ଧିଙ୍କ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ୨୦ ରୁ ଊଦ୍ଧ୍ୱର୍ର୍ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି।

ପଦାରେ ପଡ଼ିଲା ଷଡ଼ଯନ୍ତ୍ର ଦୋଛକିରେ ପ୍ରଶାସନ, ସେବାୟତ

ପଦାରେ ପଡ଼ିଲା ଷଡ଼ଯନ୍ତ୍ର ଦୋଛକିରେ ପ୍ରଶାସନ, ସେବାୟତ

ପୁରୀ ଅଫିସ, ୨୨।୪: ନୀତି ବିଭ୍ରାଟକୁ ନେଇ ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ ନେଇ ଏବେ ଅଡୁଆ ବଢିବାରେ ଲାଗିଛି। ସତ୍ୟପାଠରେ ନୀତି ବିଭ୍ରାଟ ପାଇଁ ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର, ପୂଜାପଣ୍ଡା ନିଯୋଗ ସମ୍ପାଦକ ତଥା ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କୁ ଦାୟୀ କରାଯାଇଛି। ପଧାନୀ ନିଯୋଗ ଏବଂ ମହାଜନ ନିଯୋଗର ଅସହଯୋଗରୁ ନୀତି ବିଳମ୍ବ ହୋଇଥିବା ଦର୍ଶାଯାଇଛି।

ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସଦାଶିବ ତ୍ରିପାଠୀ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)- ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ନୀତି, ଆଦର୍ଶ, ମୂଲ୍ୟବୋଧ ଓ ସ୍ବଚ୍ଛତାସମ୍ପନ୍ନ ଏକ ବିରଳ ବ୍ୟକ୍ତିତ୍ବ ଥିଲେ। ଘଟଣାବହୁଳ ଜୀବନରେ ସେ ଆପଣାର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି। ତ୍ୟାଗପୂତ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନସେବୀ ଓ ନିରଳସ ରାଜନେତା ଭାବେ ସଦାଶିବ ତ୍ରିପାଠୀ ସ୍ମରଣୀୟ ହୋଇ ରହିବେ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି। ଶନିବାର ସୂଚନା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀ ସମାରୋହରେ ମନ୍ତ୍ରୀ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ।

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)- ନୟାପଲ୍ଲୀ ଥାନା ଆଦିତ୍ୟନଗରରେ ରହୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତା ଜଣକ ହେଲେ ଝିଲି ପାତ୍ର(୨୨)। ପୋଲିସ ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଯୁବତୀଙ୍କୁ କେହି ହତ୍ୟାକରି ଘର ଭିତରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି।

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)- ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଅପଦସ୍ଥ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଳ। ନିୟମ ଉଲ୍ଲଂଘନକାରୀ ଯୁବକ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଛନ୍ତି। ଶନିବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ରବି ଟକିଜ୍‌ ଛକରେ। ମାଡ଼ ଖାଇଥିବା କନଷ୍ଟେବଳ ଟ୍ରାଫିକ୍‌ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଟ୍ରାଫିକ ପୋଲିସ ସହ ଯୁବକଙ୍କ ମାରପିଟ୍‌ର ସମସ୍ତ ଦୃଶ୍ୟ କନଷ୍ଟେବଳଙ୍କ ଦେହରେ ଲାଗିଥିବା ବଡିକ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡ଼ିଛି।

ସ୍ବାମୀ ସାମ୍ନାରେ ଅସଦାଚରଣ, ହାତ ଭାଙ୍ଗିବା ଘଟଣା: ଏଚ୍‌ଆର୍‌ପିସିଙ୍କ ଦ୍ୱାରସ୍ଥ ହେଲେ କ୍ୟାନ୍‌ସର ପୀଡ଼ିତା

କଟକ ଅଫିସ,୨୧।୪- ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦେହରେ ବଳ ନାହିଁ। କ୍ୟାନସର ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଘରୁ ଘୋଷାରି ଆଣି ମାଡ଼ ମାରିଲେ। ସ୍ବାମୀଙ୍କ ସାମ୍ନାରେ ତାଙ୍କୁ ଅସଦାଚରଣ କରିବା ସହିତ ପିଟିପିଟି ହାତ ଭାଙ୍ଗିଦେଲେ। ଥାନାରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କିଛି ଶୁଣିଲାନି। ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଲା ପୋଲିସ।

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧।୪- ପୌରପାଳିକା, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣ ଆଇନକୁ ଉଲ୍ଲଂଘନ ହେଉଥିବା ଦର୍ଶାଇ ସମ୍ବଲପୁର ରେଙ୍ଗାଲିର ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟ ୪୦ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ବିନୀତ୍‌ ସରନ ଓ ବିଚାରପତି ବିଦ୍ୟୁତ ରଞ୍ଜନ ଷଢଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୁରୀ ଅଫିସ, ୨୧।୪ : ଜିଲାର ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କ ତାଗିଦ୍‌ କରିବାର ୧୨ଘଣ୍ଟା ନ ପୂରୁଣୁ ବାସେଳିସାହି ଥାନା ଅଧୀନ ଗୋଖା ସାହିରେ ଘଟିଛି ଗୁଳିକାଣ୍ଡ। ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଲକ୍ଷ୍ୟକରି ୮ରାଉଣ୍ଡ ଗୁଳିମାଡ଼ ହୋଇଛି। ତାଙ୍କ ବାମପାର୍ଶ୍ୱ ତଳିପେଟରେ ଦୁଇଟି ଏବଂ ଜଙ୍ଘରେ ଗୋଟିଏ ଗୁଳି ବାଜିଛି।

ହାଟଡେଲାଙ୍ଗରେ ୧୪୪ ଧାରା ଜାରି:  ସ୍ଥଗିତ ରହିଲା ଡେଲାଙ୍ଗ ମହୋତ୍ସବ

ହାଟଡେଲାଙ୍ଗରେ ୧୪୪ ଧାରା ଜାରି: ସ୍ଥଗିତ ରହିଲା ଡେଲାଙ୍ଗ ମହୋତ୍ସବ

ପୁରୀ ଅଫିସ, ୨୧।୪: ଅପ୍ରୀତିକର ପରିସ୍ଥିତି ଏବଂ ଗଣ୍ଡଗୋଳ ଆଶଙ୍କା କରି ଡେଲାଙ୍ଗର ହାଟଡେଲାଙ୍ଗ ବଜାରରେ ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଛି। ୨୧ ତାରିଖଠାରୁ ୨୮ତାରିଖ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଏହି ଆଦେଶ ବଳବତ୍ତର ରହିବ। ଡେଲାଙ୍ଗ ପୋଲିସର ରିପୋର୍ଟକୁ ଭିତ୍ତିକରି ଡେଲାଙ୍ଗ ତହସିଲଦାର ପବିତ୍ର ମୋହନ ଦାସ ଏହି ପଦକ୍ଷେପ ନେଇଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୋଲିସ ହାଉସିଂ ନିଗମର ପ୍ରକଳ୍ପ ପରିଚାଳକ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୋଲିସ ହାଉସିଂ ନିଗମର ପ୍ରକଳ୍ପ ପରିଚାଳକ ଗିରଫ

କଟକ ଅଫିସ, ୨୧।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶନିବାର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସହକାରୀ ପ୍ରକଳ୍ପ ପରିଚାଳକ ବିକ୍ରମ କେଶରୀ ମଲ୍ଲ। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ମଲ୍ଲଙ୍କ ବିରୋଧରେ ତଲାସୀ ୱାରେଣ୍ଟ ଜାରି କରିଥିଲେ।

ରାଜାଙ୍କ ଜାମିନ ଖାରଜ ପାଇଁ ଆବେଦନ କରିବ ପୋଲିସ

ରାଜାଙ୍କ ଜାମିନ ଖାରଜ ପାଇଁ ଆବେଦନ କରିବ ପୋଲିସ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଏବଂ ୧୦ ଲକ୍ଷ ଟଙ୍କା ବଟି ମାଗିବା ମାମଲାରେ ଗ୍ୟାଙ୍ଗଷ୍ଟର ରାଜା ଓରଫ ସନ୍ଦୀପ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଗତ ଶୁକ୍ରବାର ସର୍ତ୍ତମୂଳକ ଜାମିନ ମିଳିଛି। ପୂର୍ବ ମାମଲାଗୁଡ଼ିକରେ ତାଙ୍କୁ ଆଗରୁ ଜାମିନ ମିଳିଯାଇଥିବାରୁ ସେ ଜେଲ୍‌ରୁ ମୁକୁଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ସାଟେଲାଇଟ୍‌ ଜରିଆରେ କୃଷି ପରିଚାଳନା କରିବ ଓୟୁଏଟି

ସାଟେଲାଇଟ୍‌ ଜରିଆରେ କୃଷି ପରିଚାଳନା କରିବ ଓୟୁଏଟି

ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଅଧୀନ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ର ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଅହମ୍ମଦାବାଦସ୍ଥିତ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ରଠାରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏବଂ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ର ତରଫରୁ ନିର୍ଦ୍ଦେଶକ ଡ. ତପନ ମିଶ୍ର ରାଜିନାମାରେ ସ୍ବାକ୍ଷର କରିଛନ୍ତି।

ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା

ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା

ଆଠଗଡ଼,୨୧।୪(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବସ୍‌ଷ୍ଟାଣ୍ଡ ନିକଟବର୍ତ୍ତି ଅଞ୍ଚଳରେ ଶନିବାର ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳିଯାଇଛି।

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ବୋଲଗଡ଼,୨୧।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲ ବାଙ୍କୋଇ ରାଜସ୍ବ କାର୍ଯ୍ୟାଳୟ ଅଞ୍ଚଳର କନ୍ତାଇଲୋ ଗ୍ରାମ ନୂଆସାହିରେ ଶନିବାର ଅପରାହ୍ନ ୪ଟା ସମୟରେ ଅଗ୍ନିକାଣ୍ଡ ଘଟିଛି।

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଭାରତୀୟ ରେଡକ୍ରସ୍‌ ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ରେଡ୍‌କ୍ରସ ଭବନଠାରେ ଶନିବାର ଏକ ମାଗଣା ଚକ୍ଷୁ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଶାଖାର ଅବୈତନିକ ସଚିବ ବିନାୟକ ପ୍ରସାଦ ପୃଷ୍ଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

୫ ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମରର ମୃତଦେହ ଉଦ୍ଧାର

୫ ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମରର ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ମୁଣ୍ଡୁଳିସ୍ଥିତ ମହାନଦୀ ମୁହାଣରୁ ଶନିବାର ସକାଳେ ୫ଟି ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମରର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ସୂତ୍ରରୁ ଏହା ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ତେଣୁ ପରୀକ୍ଷା ପାଇଁ ବାହାରକୁ ନମୂନା ପଠାଯାଇଛି।

ବାଲୁଗାଁରେ ଭାଜପାର ଲଟ୍‌କା ଜାରି

ବାଲୁଗାଁରେ ଭାଜପାର ଲଟ୍‌କା ଜାରି

ଖୋର୍ଦ୍ଧା ଅଫିସ, ୨୧।୪: ହକ୍‌ର ଲଢେଇ ପାଇଁ ଭାଜପା ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଏନ୍‌ଏସିରେ ଲଟ୍‌କା ଜାରି କରାଯାଇଛି। ଏହି ଅବସରରେ ଭାଜପା ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା।