ମେଟ୍ରୋ

ସରକାରୀ ଅର୍ଥ ହେରଫେର: ପ୍ରଧାନଶିକ୍ଷକଙ୍କୁ ଜେଲ୍‌

କଟକ ଅଫିସ, ୨୭।୩- ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବୃଷପତି ତକାରିଆ। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୨ ବର୍ଷ ସଶ୍ରମ ଜେଲ୍‌ ଓ ୧ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୧ ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡ଼ିବ। ବୃଷପତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ ୫୪/୨୦୧୨ରେ ଏକ ମାମଲା ରୁଜୁ ହୋଇଥିଲା। ମାମଲା ଅନୁଯାୟୀ, ବୃଷପତି ସ୍କୁଲ ଗୃହ ନିର୍ମାଣ ବାବଦରେ ଆସିଥିବା ଅନୁଦାନ ଅର୍ଥରୁ ୨.୫ ଲକ୍ଷ ଟଙ୍କା ଉଠାଣ କରିଥିଲେ। ମାତ୍ର ଗୃହ ନିର୍ମାଣ ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ କରି ସେ ସ୍କୁଲରେ ଅନୁପସ୍ଥିତ ରହିଥିଲେ। ହୋଇଥିବା କାର୍ଯ୍ୟ ବାବଦକୁ ୯୯ହଜାର ୯୨୭ ଟଙ୍କା ଖର୍ଚ୍ଚ ହୋଇଥିବା ଭିଜିଲାନ୍ସ ହିସାବ କରିଥିଲା। ବାକି ୧.୫ ଲକ୍ଷ ଟଙ୍କା ବୃଷପତି ହେରଫେର କରିଥିବା ନେଇ ଭିଜିଲାନ୍ସ ତଦନ୍ତରୁ ଜାଣିପାରିଥିଲା। ମାମଲାଟି କୋର୍ଟଙ୍କ ବିଚାରାଧୀନ ଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଥିଲେ।

ଲାଞ୍ଚ: ଭିଜିଲାନ୍ସ ଦ୍ୱାରା ଭିଏଲ୍‌ଡବ୍ଲ୍ୟୁ, ଜିଆର୍‌ଏସ୍‌ ଗିରଫ

ଲାଞ୍ଚ: ଭିଜିଲାନ୍ସ ଦ୍ୱାରା ଭିଏଲ୍‌ଡବ୍ଲ୍ୟୁ, ଜିଆର୍‌ଏସ୍‌ ଗିରଫ

କଟକ ଅଫିସ/ କଣାସ, ୨୭।୩ (ଡି.ଏନ୍‌.ଏ.) - ଲାଞ୍ଚ ନେବାବେଳେ ମଙ୍ଗଳବାର ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ସୁବାସ ଚନ୍ଦ୍ର ସାମଲ ଓ ପୁରୀ ଜିଲା କଣାସ ବ୍ଲକ୍‌ ଚୁପୁରିଙ୍ଗ ପଞ୍ଚାୟତର ଜିଆର୍‌ଏସ୍‌ ସତ୍ୟପ୍ରିୟ ସାହୁ। ଏ ନେଇ କଟକ ଓ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ପୃଥକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି।

ପ୍ରେସ୍‌ଛକ ବୋମା, ଗୁଳିମାଡ଼ ମାମଲା: ମହିମାନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ପ୍ରେସ୍‌ଛକ ବୋମା, ଗୁଳିମାଡ଼ ମାମଲା: ମହିମାନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ ଅଫିସ, ୨୭।୩- ମଧୁପାଟଣା ପ୍ରେସ୍‌ ଛକରେ ଆଡ୍‌ଭୋକେଟ ଅଭୟ ଭଟ୍ଟଙ୍କ ଉପରକୁ ହୋଇଥିବା ବୋମା ଓ ଗୁଳିମାଡ଼ ମାମଲାରେ ଅଭିଯୁକ୍ତ ଶିଳ୍ପପତି ମହିମାନନ୍ଦ ମିଶ୍ର ପୁଣି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ମହିମାନନ୍ଦଙ୍କୁ କାହିଁକି ଡାକ୍ତରଖାନାରେ ରଖାଯାଇଛି ତାହା ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏଥିପାଇଁ ମହିମାନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡି.ପି. ଚୌଧୁରୀ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୬କୁ ଧାର୍ଯ୍ୟ କରିଛନ୍ତି। ଉକ୍ତ ମାମଲାରେ ମହିମାନନ୍ଦଙ୍କ ଜାମିନ ଆବେଦନକୁ ହାଇକୋର୍ଟ ୨୦୧୭ ଜୁନ ୨୦ରେ ଖାରଜ କରିଦେଇଥିଲେ। ମହିମାନନ୍ଦ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ଓଲଟପୁରସ୍ଥିତ ନିରତାର୍‌ରେ ରହି ଚିକିତ୍ସିତ ହେଉଛନ୍ତି।

ଏସ୍‌ସିବି ରକ୍ତରୋଗ ବିଭାଗ ଅଚଳ: ୩ ମାସରେ ୪୩ ରୋଗୀଙ୍କ ମୃତ୍ୟୁ

ଏସ୍‌ସିବି ରକ୍ତରୋଗ ବିଭାଗ ଅଚଳ: ୩ ମାସରେ ୪୩ ରୋଗୀଙ୍କ ମୃତ୍ୟୁ

କଟକ ଅଫିସ, ୨୭।୩ (ନିର୍ମଳ ପଣ୍ଡା) - ଆମକୁ ୩ମାସରୁ ଅଧିକ ସମୟ ହେବ ଠିକ୍‌ଭାବେ ଚିକିତ୍ସା ମିଳୁନି। ତେଣୁ ସରକାର ଆମର ଦୁଃଖ ବୁଝି ତୁରନ୍ତ ଡାକ୍ତର ଯୋଗାଇ ଦିଅନ୍ତୁ। ମଙ୍ଗଳବାର ସକାଳେ ଏସ୍‌ସିବି ମେଡିକାଲର ରକ୍ତରୋଗ (ହେମାଟୋଲୋଜି) ବିଭାଗର ଆଉଟ୍‌ଡୋର ଆଗରେ ବହୁ ସଂଖ୍ୟକ ରୋଗୀ ବିପର୍ଯ୍ୟସ୍ତ ଚିକିତ୍ସାକୁ ନେଇ ପ୍ରତିବାଦ କରୁଥିବାବେଳେ ଏହି ଦାବି କରୁଥିଲେ। ଏହି ରୋଗୀଙ୍କ ମଧ୍ୟରେ କିଏ ରକ୍ତକର୍କଟରେ ତ ଆଉକିଏ ହିମୋଫିଲିଆ, ସିକିଲସେଲ୍‌, ଥାଲାସିମିଆ ଆଦି ରକ୍ତ ରୋଗରେ ପୀଡିତ ଅଛନ୍ତି। ଗତ ଡିସେମ୍ବର ମାସ ପୂର୍ବରୁ ଏସ୍‌ସିବି ରକ୍ତରୋଗ ବିଭାଗରେ ଏପରି ଅଚଳାବସ୍ଥା ଉପୁଜିଛି।

ଶ୍ରୀକ୍ଷେତ୍ର ସାହିଯାତ: ପର୍ଶୁରାମଙ୍କ କଳା ହରଣ କଲେ ଶ୍ରୀରାମ

ଶ୍ରୀକ୍ଷେତ୍ର ସାହିଯାତ: ପର୍ଶୁରାମଙ୍କ କଳା ହରଣ କଲେ ଶ୍ରୀରାମ

ପୁରୀ ଅଫିସ, ୨୭।୩: ରାଜର୍ଷି ଜନକ କନ୍ୟା ସୀତାଙ୍କ ପାଇଁ ସ୍ବୟମ୍ବର ଆୟୋଜନ କରିଥାନ୍ତି। ପଣ ଥିଲା ଶିବ ଧନୁ ଯିଏ ଭଙ୍ଗ କରିବ ସିଏ ହିଁ ସୀତାଙ୍କୁ ବିବାହ କରିବେ। ସ୍ବୟମ୍ବରରେ ସମଗ୍ର ଦେଶର ରାଜା ମହାରାଜାମାନେ ଭାଗ ନେଇଥିଲେ। ଧନୁ ଭାଙ୍ଗିବା ତ ଦୂରର କଥା କେହି ଶିବଧନୁ ଉଠାଇ ପାରି ନ ଥିଲେ। ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ରାମଲକ୍ଷ୍ମଣ ଦୁଇଭାଇ ସ୍ବୟମ୍ବରରେ ପହଞ୍ଚତ୍ଥିଲେ। ଗୁରୁଦେବଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀରାମ ଅନାୟସରେ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ।

ପ୍ରକାଶ ପାଇବ ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲାର ରାୟ

ପ୍ରକାଶ ପାଇବ ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲାର ରାୟ

କଟକ ଅଫିସ, ୨୭।୩: ବାଲେଶ୍ୱର ସବ୍‌ଜଜ୍‌ ଅନୁପମା ବେହେରା ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇବ। କଟକ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ ସଂରକ୍ଷିତ ରଖିଥିବା ତାଙ୍କ ରାୟକୁ ଶୁଣାଇବେ।

କାର୍ଯ୍ୟରେ ଯୋଗଦେଲ ନୂଆ ଡିସିପି

କାର୍ଯ୍ୟରେ ଯୋଗଦେଲ ନୂଆ ଡିସିପି

ଭୁବନେଶ୍ୱର, ୨୭।୩(ବ୍ୟୁରୋ)- ୨୦୦୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅନୁପ ସାହୁ ଭୁବନେଶ୍ୱର ଡିସିପି ଭାବେ ମଙ୍ଗଳବାର କାର୍ଯ୍ୟରେ ଯୋଗଦେଇଛନ୍ତି। ବିଦାୟୀ ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଖୋଲିଲା ଜଳଛତ୍ର

ଖୋଲିଲା ଜଳଛତ୍ର

ପୁରୀ ଅଫିସ, ୨୭।୩: ଭରତୀୟା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୁଷୋତ୍ତମ ବାଟିକା ସମ୍ମୁଖରେ ମଙ୍ଗଳବାର ଏକ ଜଳଛତ୍ର ଉଦ୍‌ଘାଟିତ କରାଯାଇଛି। ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକଙ୍କ ଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବା ପାଇଁ ଏହି ଜଳଛତ୍ରକୁ ଅଧ୍ୟକ୍ଷ କିଷନ୍‌ ଲାଲ ଅଗ୍ରଓ୍ବାଲ ଉଦ୍‌ଘାଟନ କରିଥିଲେ।

ନିର୍ମାଣ ହେବ ଏସିଆର ପ୍ରଥମ ଗୋମାତା ମନ୍ଦିର, ଅକ୍ଷୟ ତୃତୀୟାରେ ଶିଳାନ୍ୟାସ

ନିର୍ମାଣ ହେବ ଏସିଆର ପ୍ରଥମ ଗୋମାତା ମନ୍ଦିର, ଅକ୍ଷୟ ତୃତୀୟାରେ ଶିଳାନ୍ୟାସ

ପୁରୀ ଅଫିସ, ୨୭।୩: ପୁରୀ ଉପକଣ୍ଠ ଗୋରୁଆଳ ସ୍ଥିତ ଆଳିପଡ଼ାଠାରେ ଏକ ଭବ୍ୟ ଗୋମାତା ମନ୍ଦିର ନିର୍ମାଣ ହେବ। ଏନେଇ ପବିତ୍ର ଅକ୍ଷୟ ତୃତୀୟାରେ ଶିଳାନ୍ୟାସ କରାଯିବ। ୧୦୮ ଫୁଟ ଉଚ୍ଚତାରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ଶ୍ରୀଗୋବିନ୍ଦ ଗୋଧାମ ପରିସରରେ ଅନୁଷ୍ଠିତ ହେବ। ମଙ୍ଗଳବାର ପୁରୁଷୋତ୍ତମ ବାଟିକା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ଭରତୀୟା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ କିଷନ ଲାଲ୍‌ ଅଗ୍ରଓ୍ବାଲ ଏହା କହିଛନ୍ତି।

‘କାଳିକା ନୃତ୍ୟ’: ମା’ ମଙ୍ଗଳା ମନ୍ଦିରର ଅନନ୍ୟ ପରମ୍ପରା

‘କାଳିକା ନୃତ୍ୟ’: ମା’ ମଙ୍ଗଳା ମନ୍ଦିରର ଅନନ୍ୟ ପରମ୍ପରା

କାକଟପୁର, ୨୭।୩(ଡି.ଏନ୍‌.ଏ.): ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାକୁ ନେଇ ଚଳଚଞ୍ଚଳ କାକଟପୁର। ଆଜି ଚୈତ୍ର ମାସର ୪ର୍ଥ ମଙ୍ଗଳବାର ହୋଇଥିବାରୁ ମା’ଙ୍କ ଅପୂର୍ବ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ରାତିରେ କାଳିକା ନୃତ୍ୟ ଅନୁଷ୍ଠିତ ହେବ।

ମା’ ମଙ୍ଗଳାଙ୍କ ପୀଠରେ ୪ର୍ଥ ପାଳି ଝାମୁଯାତ୍ରା: ଉତ୍ସବମୁଖର କାକଟପୁର

ମା’ ମଙ୍ଗଳାଙ୍କ ପୀଠରେ ୪ର୍ଥ ପାଳି ଝାମୁଯାତ୍ରା: ଉତ୍ସବମୁଖର କାକଟପୁର

କାକଟପୁର, ୨୭।୩(ଡି.ଏନ୍‌.ଏ.): ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ କାକଟପୁରର ମା’ ମଙ୍ଗଳାଙ୍କ ପୀଠରେ ୪ର୍ଥ ପାଳି ଝାମୁଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ଏଠାକୁ ପ୍ରାତଃରୁ ଭକ୍ତମାନଙ୍କ ସୁଅ ଛୁଟିବାରେ ଲାଗିଛି। ସୁବିଧାରେ ଭକ୍ତମାନେ କିପରି ମା’ଙ୍କ ଦର୍ଶନ କରିବେ, ସେନେଇ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଧାଡିବାନ୍ଧି ମନ୍ଦିରକୁ ପ୍ରବେଶ କରି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି।

ଶ୍ରୀଜଗନ୍ନାଥ ସେନାର ସମୂହ ଦୀପଦାନ

ଶ୍ରୀଜଗନ୍ନାଥ ସେନାର ସମୂହ ଦୀପଦାନ

ପୁରୀ ଅଫିସ, ୨୭।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମଙ୍ଗଳବାର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ ଓ ପ୍ରାର୍ଥନା କରାଯାଇଛି।

ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ

ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ

ପୁରୀ ଅଫିସ, ୨୭।୩: ସ୍ଥାନୀୟ ହୋଟେଲ ରୁମାନୀଠାରେ ମଙ୍ଗଳବାର ଅନ୍ତର୍ଜାତୀୟ ଆଲୋଚନାଚକ୍ର ‘ନୀଳାଚଳ ଓ ନେପାଳ’ ଉଦ୍‌ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦ୍‌ଘାଟନ କରିଥିଲେ।

ଶ୍ରୀକ୍ଷେତ୍ରରେ ସାହିଯାତ: ଯଜ୍ଞ ରକ୍ଷା କଲେ ଦୁଇଭାଇ

ଶ୍ରୀକ୍ଷେତ୍ରରେ ସାହିଯାତ: ଯଜ୍ଞ ରକ୍ଷା କଲେ ଦୁଇଭାଇ

ପୁରୀ ଅଫିସ, ୨୬।୩: ତ୍ରେତୟା ଯୁଗ କଥା। ଅଯୋଧ୍ୟାରେ ମୁନିଋଷିମାନେ ଯଜ୍ଞ କାର୍ଯ୍ୟ କରୁଥାନ୍ତି। ଏହି ସମୟରେ ସୁବାହୁ (ନାକ), ମାରିଚ(କାନ)ଙ୍କ ସହ ତାଡକୀ ଆଦି ରାକ୍ଷସଗଣ ଆସି ବାରମ୍ବାର ଯଜ୍ଞରେ ବାଧା ସୃଷ୍ଟି କରନ୍ତି । ରାକ୍ଷସଙ୍କ ତାଡ଼ନାରେ ଅତିଷ୍ଠ ହୋଇ ମହର୍ଷି ବିଶ୍ୱାମିତ୍ର ଯଜ୍ଞରକ୍ଷା ନିମନ୍ତେ ଅଯୋଧ୍ୟା ରାଜା ଦଶରଥଙ୍କୁ ନିବେଦନ କରନ୍ତି। ରାକ୍ଷସଙ୍କ ବିନାଶ କରି ଯଜ୍ଞରକ୍ଷା ନିମନ୍ତେ ଦଶରଥ ଦୁଇପୁତ୍ର ରାମ ଲକ୍ଷଣଙ୍କୁ ନିର୍ଦ୍ଦେଶ ଦିଅନ୍ତି। ପିତାଙ୍କ ଆଜ୍ଞା ପାଇ ରାମ ଲକ୍ଷ୍ମଣ ମହର୍ଷିଙ୍କ ସହିତ ଯାଇ ରାକ୍ଷସଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ନିପାତ କରନ୍ତି । ଏହାପରେ ଯଜ୍ଞ କାର୍ଯ୍ୟ ହୁଏ । ସୋମବାର ସାହିଯାତର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏହି ଯଜ୍ଞ ରକ୍ଷା ନୀତି ସମ୍ପନ୍ନ ହୋଇଛି ।

ଅବହେଳା: କ୍ଷୋଭ ପ୍ରକାଶ କଲା ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୬।୩(ବ୍ୟୁରୋ)- ରାଜ୍ୟ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ଦୀର୍ଘଦିନର ଯୁକ୍ତିଯୁକ୍ତ ତଥା ନ୍ୟାୟସଙ୍ଗତ ଦାବିଗୁଡ଼ିକ ପୂରଣ ଦିଗରେ କ୍ରମାଗତ ଅବହେଳା ଓ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଯାହାକି ହଜାର ହଜାର ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳାଇ ଦେଇଛି। ୧୯୮୯ରୁ ଅଗଣତାନ୍ତ୍ରିକ ଭାବେ ଯୋଗ୍ୟ ଅଧ୍ୟାପକମାନଙ୍କୁ ଆଉ ୟୁଜିସି ଦରମା ଦିଆଯାଉନାହିଁ। ରାଜ୍ୟରେ ହଜାର ହଜାର ୟୁଜିସି ଅନୁମୋଦିତ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସେଗୁଡ଼ିକ ପୂରଣ କରାଯାଉନାହିଁ। ଫଳରେ ରାଜ୍ୟ ଜାତୀୟ ସ୍ରୋତରୁ ପୃଥକ ହେବାକୁ ଯାଉଛି। ଏପରି କି ଉଚ୍ଚଶିକ୍ଷା ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆଣିଛି ସଂଘ। ୟୁଜିସି ଦରମା ପ୍ରଦାନ ଅଥବା ପଦୋନ୍ନତିରେ ଏମ୍‌.ଫିଲ୍‌ ଓ ପି.ଏଚ୍‌.ଡି ଡିଗ୍ରୀଧାରୀ ଅଧ୍ୟାପକମାନଙ୍କୁ ପ୍ରୋତ୍ସାହନ ଦିଆଯାଉନାହିଁ। ମହାବିଦ୍ୟାଳୟଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ପଦ ସୃଷ୍ଟି କରାଯାଉନାହିଁ। ଏପରିକି ୟୁଜିସି ଓ ଷ୍ଟେଟ୍‌ ସ୍କେଲ୍‌ ମଧ୍ୟରେ ବରିଷ୍ଠତାକୁ ବିଚାରକୁ ନିଆ ନ ଯାଇ ଅଧ୍ୟକ୍ଷ ନିଯୁକ୍ତି ନିୟମ କଲେଜ ପ୍ରଶାସନିକ କ୍ଷେତ୍ରରେ ଅଚଳାବସ୍ଥା ତଥା ସଂକଟ ସୃଷ୍ଟି କରିଛି। ସଂଘର ଏସବୁ ଯୁକ୍ତିଯୁକ୍ତ ଦାବିଗୁଡ଼ିକ ପୂରଣ ଦିଗରେ ନିଖିଳ ଓଡ଼ିଶା ବେସରକାରୀ ରାଜ୍ୟ ଦରମାପ୍ରାପ୍ତ (ଷ୍ଟେଟ୍‌ ସ୍କେଲ୍‌) ଶିକ୍ଷକ ସଂଘର ରାଜ୍ୟ ଆବାହକ ଡ. କମଳ ପ୍ରସାଦ ମହାନ୍ତି ସୋମବାର ସଚିବାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଭେଟି ଦାବିଗୁଡ଼ିକ ପୂରଣ ଦିଗରେ ଅବହେଳା କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ। ଏଥିସହ ଯୁକ୍ତିଯୁକ୍ତ ଦାବିଗୁଡ଼ିକ ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି।

ମିଳିତ ବି.ଏଡ୍‌. ଶିକ୍ଷକ ମହାସଂଘ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୨୬।୩(ବ୍ୟୁରୋ)- ଗତ ୨୨ ତାରିଖରୁ ଚଳାଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି ମିଳିତ ବି.ଏଡ୍‌. ଶିକ୍ଷକ ମହାସଂଘ। ସୋମବାର ଏହି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ମହାସଂଘ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ମିଳିତ ବିଏଡ୍‌ ଶିକ୍ଷକ ପ୍ରତିନିଧିଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଲୋଚନା କରିବେ। ମହାସଂଘର ଦୀର୍ଘଦିନର ଦାବି ଉପରେ ବିଚାର ବିମର୍ଶ କରାଯାଇ ଯଥାର୍ଥ ନ୍ୟାୟ ପ୍ରଦାନ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ମିଳିବା ପରେ ମହାସଂଘ ତା’ର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖିଛି। ଯଦି ଉପଯୁକ୍ତ ନ୍ୟାୟ ପ୍ରଦାନରେ କିିଛି ବ୍ୟତିକ୍ରମ ବା କାଳକ୍ଷେପଣ ନୀତି ଅବଲମ୍ବନ କରାଯାଏ ତେବେ ମହାସଂଘ ବାଧ୍ୟହୋଇ ରାଜ୍ୟର ୫୩ ହଜାର ବି.ଏଡ୍‌. ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ଆଗକୁ ମହାଆନ୍ଦୋଳନ କରିବ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତ ଜରିଆରେ ଜଣାଇଛି।

ରାଜଧାନୀରେ ବିଟ୍‌ କଏନ୍‌ ର଼୍ୟାକେଟ୍‌: ୧୮ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ, ୨ ଗିରଫ

ରାଜଧାନୀରେ ବିଟ୍‌ କଏନ୍‌ ର଼୍ୟାକେଟ୍‌: ୧୮ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ, ୨ ଗିରଫ

ଭୁବନେଶ୍ୱର ୨୬। ୩(ବ୍ୟୁରୋ) - ରାଜଧାନୀ ଭୁବନେଶ୍ୱରରେ ଏବେ ସକ୍ରିୟ ରହିଛି ବିଟ୍‌ କଏନ୍‌ ର଼୍ୟାକେଟ। ଡବଲ୍‌ ମନି ମାୟାରେ ପଡ଼ିଯାଇଛନ୍ତି ରାଜଧାନୀର ଅନେକ। ଏହାକୁ ନେଇ ହୋଇଥିବା ଏକ ହାଇଟେକ ଠକେଇ ପଦାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ର଼୍ୟାକେଟରେ ଏକାଧିକଙ୍କ ସମ୍ପୃକ୍ତ ଥିବାବେଳେ ୨ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ସେମାନେ ହେଲେ ଖୋର୍ଦ୍ଧା ଜଙ୍କିଆ ଓଗାଳପଡ଼ା ଅଞ୍ଚଳର ଶିବ ପ୍ରସାଦ ବିଶ୍ୱାଳ (୩୦) ଓ ଖଣ୍ଡଗିରି ଆଇଗିଣିଆର ରାକେଶ ଆଚାର୍ଯ୍ୟ (୨୬)। ତେବେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଗିରଫ ଦ୍ୱୟଙ୍କଠାରୁ ପୋଲିସ ୩ ମୋବାଇଲ୍‌ ଫୋନ୍‌, ଗୋଟିଏ ସ୍ବାଇପ୍‌ ମେଶିନ ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ରତ୍ନଭଣ୍ଡାରରୁ ଗଳୁଛି ପାଣି

ରତ୍ନଭଣ୍ଡାରରୁ ଗଳୁଛି ପାଣି

ପୁରୀ ଅଫିସ, ୨୬।୩: ବର୍ଷା ହେଲେ ରତ୍ନଭଣ୍ଡାର ଘରୁ ପାଣି ଗଳୁଛି। କାନ୍ଥର ପ୍ଲାଷ୍ଟର ଦୁର୍ବଳ ହୋଇଗଲାଣି। ରତ୍ନଭଣ୍ଡାର ଦୁର୍ବଳ ସ୍ଥିତିରେ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛୁ। ଏହାର ଯାଞ୍ଚ ଓ ମରାମତି ଦରକାର ବୋଲି କହିଛନ୍ତି ଶ୍ରୀମନ୍ଦିର ଭଣ୍ଡାର ମେକାପ ନାରାୟଣ ମେକାପ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସୁରକ୍ଷିତ ଅଛି।

୧୯୦୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର

୧୯୦୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର

ପୁରୀ ଅଫିସ, ୨୬।୩: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚକୁ ନେଇ ଏବେ ରାଜ୍ୟବ୍ୟାପୀ ଚାଲିଛି ଚର୍ଚ୍ଚା ଓ ଆଲୋଚନା। ବିଭିନ୍ନ ସମୟରେ ରୋଚକ ତଥ୍ୟ ବି ପଦାକୁ ଆସୁଛି। ବେଳେବେଳେ ଏହାକୁ ନେଇ ଶ୍ରଦ୍ଧାଳୁ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏକ ପ୍ରେସ୍‌ ବିଜ୍ଞପ୍ତିରେ ରତ୍ନଭଣ୍ଡାର ସମ୍ପର୍କରେ କିଛି ତଥ୍ୟ ପଦାକୁ ଆଣିଛନ୍ତି।

‘ନଅଙ୍କ ଦୁର୍ଭିକ୍ଷ’କୁ ନେଇ ବିରଳ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ: ମନୁଷ୍ୟକୃତ ଥିଲା ନଅଙ୍କ ଦୁର୍ଭିକ୍ଷ

‘ନଅଙ୍କ ଦୁର୍ଭିକ୍ଷ’କୁ ନେଇ ବିରଳ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ: ମନୁଷ୍ୟକୃତ ଥିଲା ନଅଙ୍କ ଦୁର୍ଭିକ୍ଷ

ଭୁବନେଶ୍ୱର,୨୬।୩(ବ୍ୟୁରୋ)- ରାଜ୍ୟ ଅଭିଲେଖାଗାର ଏବଂ ଇନ୍‌ଟାକ୍‌ର ମିଳିତ ଆନୁକୂଲ୍ୟରେ ସୋମବାର ରାଜ୍ୟ ଅଭିଲେଖାଗାର ପରିସରରେ ‘ନଅଙ୍କ ଦୁର୍ଭିକ୍ଷ’ ଉପରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ପ୍ରଦର୍ଶନୀକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରି ନଅଙ୍କ ଦୁର୍ଭିକ୍ଷର କରୁଣ କାହାଣୀ ଉପରେ ମତ ରଖିଥିଲେ। ‘ନଅଙ୍କ ଦୁର୍ଭିକ୍ଷ’ ଓଡ଼ିଶା ଇତିହାସରେ ଯେଉଁଭଳି ଭାବେ ଏକ ଗଭୀର କ୍ଷତ ସୃଷ୍ଟି କରିଛି, ଭବିଷ୍ୟତରେ ସେହିଭଳି ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ, ସେଥିପ୍ରତି ଲୋକଙ୍କୁ ସଚେତନ କରିଛି। ସେଭଳି ଏକ ବିପଦରୁ ମୁଣ୍ଡ ଉଠାଇ ଆଜି ଓଡ଼ିଶା ପୁଣିଥରେ ଏକ ସଫଳ ରାଜ୍ୟରେ ପରିଣତ ହୋଇଥିବା ମନ୍ତ୍ରୀ ପଣ୍ଡା କହିଥିଲେ। ଏହି ଅବସରରେ ପିପିଲି ସାଂସ୍କୃତିକ ପରିଷଦ ଆବାହକ ରମେଶ ମହାପାତ୍ର ଅତିଥି ଭାବେ ଯୋଗଦେଇ ନଅଙ୍କ ଦୁର୍ଭିକ୍ଷରେ ଜୀବନ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ ପିପିଲିଠାରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ।

ଯୁବ ଉଦ୍ୟୋଗୀଙ୍କ ଅଭିନବ ପ୍ରୟାସ: ରାଜ୍ୟରେ ପ୍ରଥମ କର୍ନ ସାଇଲେଜ୍‌ କାରଖାନା

ଯୁବ ଉଦ୍ୟୋଗୀଙ୍କ ଅଭିନବ ପ୍ରୟାସ: ରାଜ୍ୟରେ ପ୍ରଥମ କର୍ନ ସାଇଲେଜ୍‌ କାରଖାନା

ଭୁବନେଶ୍ୱର,୨୬।୩(ବ୍ୟୁରୋ)- ଗୋପାଳନ କ୍ଷେତ୍ରରେ ଓଡ଼ିଶାରେ ସୃଷ୍ଟି ହୋଇଛି ଏକ ନୂଆ ଆଶା। ସମଗ୍ର ବିଶ୍ୱରେ ଗୋପାଳନ ଲାଗି ବ୍ୟବହୃତ ହେଉଥିବା ଲୋକପ୍ରିୟ ଚାରା କର୍ନ ସାଇଲେଜ୍‌ ବା ମକା ସାଇଲେଜ୍‌ର ଏକ ନୂତନ ଉତ୍ପାଦନ କେନ୍ଦ୍ର ହୋଇଛି ଓଡ଼ିଶା। ଗୋ-ସମ୍ପଦ ପାଇଁ ସର୍ବୋତ୍କୃଷ୍ଟ ଚାରା ଭାବେ ଜଣାଶୁଣା ମକା ସାଇଲେଜ୍‌ର କାରଖାନା ରାଜ୍ୟରେ ପ୍ରତିଷ୍ଠା ହେବା ସହ ଓଡ଼ିଶାର ଗୋଚାଷ ଏକ ନୂତନ ଦିଗ ପାଇବାକୁ ଯାଉଛି। ଭୁବନେଶ୍ୱରର ଯୁବ ଦୁଗ୍ଧଚାଷୀ ଅନନ୍ତ ବାସୁଦେବଙ୍କ ପ୍ରଚେଷ୍ଟାରେ ନବରଙ୍ଗପୁରଠାରେ ପ୍ରତିଷ୍ଠା ହୋଇଥିବା ଏହି ‘ଓଡ଼ିଶା ସାଇଲେଜ୍‌’ କାରଖାନା କେବଳ ଓଡ଼ିଶାରେ ନୁହେଁ, ବରଂ ପୂର୍ବ ଭାରତର ପ୍ରଥମ ତଥା ଏକମାତ୍ର କର୍ନ ସାଇଲେଜ୍‌ ଉତ୍ପାଦନ କେନ୍ଦ୍ର।

ବାଲି ଚୋରି: ମାନିଲେ ମନ୍ତ୍ରୀ

ବାଲି ଚୋରି: ମାନିଲେ ମନ୍ତ୍ରୀ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ ପ୍ରବଳ ମାତ୍ରାରେ ବାଲି ଚୋରି ହେଉଛି। ରାଜ୍ୟରୁ ଶହ ଶହ ଟ୍ରକ ବାଲି ପଡୋଶୀ ରାଜ୍ୟ ଛତିଶଗଡ ଓ ପଶ୍ଚିମବଙ୍ଗକୁ ଚାଲି ଯାଉଛି। ରାଜସ୍ବ ବିଭାଗ ନିଘୋଡ଼ ନିଦରେ ଶୋଇଛି। ବାଲିଘାଟ ନିଲାମ ହେଉ ନ ଥିବାରୁ ଅସାଧୁ ବ୍ୟକ୍ତିମାନେ ଚୋରା ବିକ୍ରି କରି ମାଲାମାଲ ହେଉଛନ୍ତି। ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ବାଲି ଚୋରି ରୋକିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି।

ରାଜଧାନୀରେ ଶିକ୍ଷକଙ୍କ ରଣହୁଙ୍କାର

ରାଜଧାନୀରେ ଶିକ୍ଷକଙ୍କ ରଣହୁଙ୍କାର

ଭୁବନେଶ୍ୱର, ୨୬।୩(ବ୍ୟୁରୋ): ପରୀକ୍ଷାଖାତା ମୂଲ୍ୟାୟନରେ ସରକାର ବିକଳ୍ପ ପନ୍ଥା ଆପଣାଇଲେ। ବରିଷ୍ଠ ତଥା ଅଭିଜ୍ଞ ଶକ୍ଷକମାନଙ୍କର ବିକଳ୍ପ ଭାବେ କନିଷ୍ଠ, ଅନଭିଜ୍ଞ ତଥା ଖେଳ ଶିକ୍ଷକମାନଙ୍କ ଦ୍ୱାରା ଗଣିତ, ବିଜ୍ଞାନ ଓ ଇଂଲିଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ଖାତା ମୂଲ୍ୟାୟନ କଲେ। ଆଗାମୀ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନରେ ମଧ୍ୟ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହୁଛନ୍ତି। ସରକାର ଯଦି ଆମପ୍ରତି ବିକଳ୍ପ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତେବେ ଆମେ ବି ବିକଳ୍ପ ପନ୍ଥା ଆପଣାଇପାରିବୁ।

ଏମ୍‌ଭିଆଇ ନିଯୁକ୍ତିରେ ଅନିୟମିତତା

ଏମ୍‌ଭିଆଇ ନିଯୁକ୍ତିରେ ଅନିୟମିତତା

କଟକ ଅଫିସ, ୨୬।୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଏମ୍‌ଭିଆଇ (ମୋଟର ଭେହିକିଲ ଇନ୍ସପେକ୍ଟର) ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଉପରେ ଆଗତ ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଓପିଏସ୍‌ସିକୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।