ମେଟ୍ରୋ

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ବାଲିଅନ୍ତା,୨୬।୪(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ସ୍ଥାନୀୟ ଲୋକେ ପାଟ୍ରୋଲିଂକୁ ଦାୟୀ କରିଛନ୍ତି। ପିସିଆର୍‌ ନ ଥିବାରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ହୋଇପାରୁନାହିଁ। ଫଳରେ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ଲୁଟ୍‌ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି।

ସିଟି ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ପୋଲିସକୁ ଜଣାଇଲେ ବସ୍‌ କଣ୍ଡକ୍ଟର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସିଟି ବସ୍‌ରେ ଯାତ୍ରା କରୁଥିବା ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିଲେ। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ପ୍ରତିରୋଧ କରିବା ସହ ଚପଲରେ ପିଟିଥିଲେ। ଚଳନ୍ତା ବସ୍‌ରେ ଘଟିଥିଲା ଏହି ଘଟଣା। ଏହି ଦୃଶ୍ୟ ବୁଧବାର ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା।

୧୯ କ୍ରୀଡା ଶିକ୍ଷକ ପଦ ଖାଲି

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜ୍ୟର ସରକାରୀ ମହାବିଦ୍ୟାଳୟମାନଙ୍କରେ ମଞ୍ଜୁରୀପ୍ରାପ୍ତ ୩୪ କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ୧୫ଜଣ ପ୍ରଶିକ୍ଷକ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ଅବଶିଷ୍ଟ ୧୯ଟି ପଦବୀ ପୂରଣ ନିମନ୍ତେ କ୍ଷମତାପନ୍ନ କମିଟିର ଅନୁମୋଦନ ଲୋଡାଯାଇଅଛି।

ବାଲିଆପାଳ-ଜାମକୁଣ୍ଡା ରାସ୍ତା ମରଣଯନ୍ତା

ବାଲିଆପାଳ-ଜାମକୁଣ୍ଡା ରାସ୍ତା ମରଣଯନ୍ତା

ବାଲିଆପାଳ, ୨୬।୪(ଡି.ଏନ.ଏ.)-ବାଲିଆପାଳ ଜାମକୁଣ୍ଡାଠାରୁ ଜାମକୁଣ୍ଡା ଲକ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟରାସ୍ତା ଏବେ ମରଣଯନ୍ତା ପାଲଟିଛି । ଦୀର୍ଘ ୧୫ବର୍ଷ ତଳେ ଏହି ରାସ୍ତାକୁ ସେତେବେଳର ଏମ୍‌ପି ଖାରବେଳ ସ୍ବାଇଁ ନାଲି ଗୋଡି ରାସ୍ତାକୁ ପିଚୁ ରାସ୍ତା କରାଇଥିଲେ । ମାତ୍ର ଦୀର୍ଘ ବର୍ଷ ଧରି ଅବହେଳିତ ହୋଇପଡିବା ପରେ ଜାମକୁଣ୍ଡା ଛକଠାରୁ କିଛି ବାଟ ରାସ୍ତାକାମ କରାଯାଇଛି । ତାହା ମଧ୍ୟ ଖୋଳି ନଷ୍ଟ ହୋଇଗଲାଣି।

ଭୁବନେଶ୍ୱରର ଇମ୍‌ତିଆଜ ହକ୍‌ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର’ ବିଜେତା

ଭୁବନେଶ୍ୱରର ଇମ୍‌ତିଆଜ ହକ୍‌ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର’ ବିଜେତା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଦେଶର ଅଗ୍ରଣୀ ଫ୍ୟାସନ ବ୍ରାଣ୍ଡ ମ୍ୟାକ୍ସ ଫ୍ୟାସନ ପକ୍ଷରୁ ‘ମାକ୍ସ ଏମର୍ଜିଂ ଷ୍ଟାର ୨୦୧୮’ର ଫିନାଲେ ମୁମ୍ବାଇର ମଲାର୍ଡର ଇନଫିନିଟି ମଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ‘ମିଷ୍ଟର ମ୍ୟାକ୍ସ ଏମର୍ଜିଂ ଷ୍ଟାର’ଭାବେ ଭୁବନେଶ୍ୱରର ଇମ୍‌ତିଆଜ ହକ୍‌ ବିଜେତା ହୋଇଛନ୍ତି। ସେହିଭଳି ‘ମିସ୍‌ ମାକ୍ସ ଏମର୍ଜିଙ୍ଗ ଷ୍ଟାର’ ଭାବେ ଚଣ୍ଡିଗଡର ହରନାଜ କୌର ସାନ୍ଧୁ ବାଜି ମାରିଛନ୍ତି। ଏହି ବିଜେତାମାନେ ଟେରେନ୍ସ ଲୁଇସ୍‌ଙ୍କ ପ୍ରଫେସନାଲ ଟ୍ରେନିଂ ଇଷ୍ଟିଚ୍ୟୁଟରେ ନୃତ୍ୟ ପ୍ରଶିକ୍ଷଣ ଏବଂ ଡବୁ ରତନାନୀଙ୍କ ଦ୍ୱାରା ସେମାନଙ୍କ ପୋର୍ଟଫୋଲିଓ ସୁଟ କରିବାର ସୁଯୋଗ ପାଇବେ।

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ପୁରୀ ଅଫିସ,୨୬।୪: ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କଙ୍କଣଦେଇପୁରର ରମେଶ ସାହୁ, ବସନ୍ତ ସାହୁ, କାବୁଲା ଘଟୁଆରୀ, ଗଙ୍ଗାଧର ଘଟୁଆରୀ ଓ ଗୋବିନ୍ଦ ଘଟୁଆରୀ। ସେମାନଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.), ୨୬ା୪: ପାଇଖାନା ନିର୍ମାଣ ବିଲ୍‌ ପାସ ଲାଗି ଲାଞ୍ଚ ନେବା ବେଳେ ସତ୍ୟବାଦୀ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ସାହୁ ଗୁରୁବାର ପୁରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ୬୧୦୦ ଲାଞ୍ଚ ଟଙ୍କା ଏବଂ ସରକାରୀ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଜବତ କରିଛି। ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ଚୋରା ମଦ ଜବତ, ୩ ବେପାରୀ ଗିରଫ

ଚୋରା ମଦ ଜବତ, ୩ ବେପାରୀ ଗିରଫ

ନିମାପଡା,୨୬।୪(ଡି.ଏନ୍‌.ଏ.): ନିମାପଡା ଅବକାରୀ ବିଭାଗ ଓ ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ଗୁରୁବାର ନିମାପଡା ଓ କାକଟପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏଥିରେ ୮୦ ବୋତଲ ଚୋରା ମଦ ଓ ବିଅର ଜବତ କରାଯାଇଛି।

ନିଷ୍ଠୁର ମା’: ୭ମାସର ଶିଶୁ କନ୍ୟାକୁ ନିଆଁରେ ଶୁଆଇଦେଲେ

ନିଷ୍ଠୁର ମା’: ୭ମାସର ଶିଶୁ କନ୍ୟାକୁ ନିଆଁରେ ଶୁଆଇଦେଲେ

ଭୁବନେଶ୍ୱର,୨୬।୪(ବ୍ୟୁରୋ)/ କଟକ ଅଫିସ : ମା’ ସ୍ନେହ ପାଇବାକୁ କାନ୍ଦୁଥିଲା ୭ ମାସର ଶିଶୁକନ୍ୟା। କୋଳେଇ ନେବା ବଦଳରେ ନିଆଁ କୋଳରେ ଶୁଆଇ ଦେଲେ ନିର୍ଦ୍ଦୟା ମା’। ନୟାପଲ୍ଲୀ ଥାନା ସାଲିଆସାହି ଶକ୍ତିବିହାରରେ ଗୁରୁବାର ସକାଳେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁରେ ଶିଶୁକନ୍ୟା ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ମେଡିକାଲର ବେବି ସର୍ଜରୀ ବିଭାଗରେ ଚିକିତ୍ସା କରାଯାଉଛି।

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ପୁରୀ ଅଫିସ, ୨୬।୪: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମହିଷା ବ୍ରହ୍ମପୁରରେ ପୁଣି ବାରୁଦ ବିସ୍ଫୋରଣ ଘଟିଛି। ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଭାଇ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନେ ହେଲେ ସୁମନ ଭୋଇ ଓ ସମୀର ଭୋଇ। ଉଭୟଙ୍କ ବୟସ ୬ ରୁ ୮ ବର୍ଷ ହେବ ବୋଲି କୁହାଯାଉଛି। ବିସ୍ଫୋରଣରେ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡିଯାଇଛି।

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ପୁରୀ ଅଫିସ, ୨୬।୪: ଚଳିତ ମାସ ୨୯ ତାରିଖରେ ବିଶ୍ୱ ନୃତ୍ୟ ଦିବସ। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ନୃତ୍ୟଶିଳ୍ପୀ ସଂଘ ପକ୍ଷରୁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା: ୨୮ରେ ଉଦ୍‌ଘାଟନ

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା: ୨୮ରେ ଉଦ୍‌ଘାଟନ

ଖୋର୍ଦ୍ଧା ଅଫିସ,୨୬।୪: ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ(ଓଏସ୍‌ଡିଏ)ଙ୍କ ମାଧ୍ୟମରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ୨୦୧୮ ଆୟୋଜିତ ହେବାକୁ ଯାଉଛିି। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏପ୍ରିଲ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱର ୟୁନିଟ ୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ। ଆସନ୍ତା ୨୮ତାରିଖ ସନ୍ଧ୍ୟାରେ କଟକସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରେଡକ୍ରସ ପକ୍ଷରୁ ପ୍ରଶିକ୍ଷଣ ଶିବିର

ରେଡକ୍ରସ ପକ୍ଷରୁ ପ୍ରଶିକ୍ଷଣ ଶିବିର

ପୁରୀ ଅଫିସ,୨୬।୪: ରେଡକ୍ରସର ପୁରୀ ଜିଲା ଶାଖା ପକ୍ଷରୁ ଗୁରୁବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରାଥମିକ ଚିକିତ୍ସା(ଫାଷ୍ଟଏଡ୍‌) ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଅଂଶୁଘାତର ମୁକାବିଲା, ଗୋଡ ହାତ ପୋଡିଗଲେ ଓ ଖେଳୁଥିବା ବେଳେ ଆଘାତ ଲାଗିଲେ କେଉଁଭଳି ପ୍ରାଥମିକ ଚିକିତ୍ସା କରାଯାଇପାରିବ ସେନେଇ ଛାତ୍ରୀଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଶଙ୍ଖ ଧରିଲେ ଭାଜପା ନେତା ନୀଳମଣି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଭାଜପା ନେତା ନୀଳମଣି ସାମଲ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ୨୦୧୪ରେ ସେ ବରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ, ପରିସ୍ରା ନ ପିଇବାରୁ ନିସ୍ତୁକ ପିଟିଲେ

ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ, ପରିସ୍ରା ନ ପିଇବାରୁ ନିସ୍ତୁକ ପିଟିଲେ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ, ୨୬।୪- ଏକ ଚୋରି ମାମଲାରେ ଯୁବକଙ୍କୁ ଥାନାକୁ ଉଠାଇ ଆଣିଲା ପୋଲିସ। ତାଙ୍କୁ ଦୋଷ ମାନିବାକୁ ବାଧ୍ୟ କଲା। କିନ୍ତୁ ସେ ନ ମାନିବାରୁ ଆରମ୍ଭ ହେଲା ଥାର୍ଡ ଡିଗ୍ରୀ। ଦୋଷ ସ୍ବୀକାର କରିବା ପାଇଁ ତାଙ୍କୁ ଜୋରଜବରଦସ୍ତି ପରିସ୍ରା ପିଆଇବାକୁ ଉଦ୍ୟମ କରାଗଲା। ଏଥିରେ ବିଫଳ ହେବାରୁ ନିସ୍ତୁକ ମାଡ଼ ମରାଗଲା।

ଶଳାଙ୍କ ଲୁହା ଚେନ୍‌ ମାଡ଼ରେ ଭିଣୋଇ ଗୁରୁତର

ଭୁବନେଶ୍ୱର, ୨୬।୪(ବ୍ୟୁରୋ)- କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିରେ ବୁଧବାର ସନ୍ଧ୍ୟାରେ ଘରୋଇ କଳିକୁ କେନ୍ଦ୍ରକରି ଶଳା ମାଡରେ ଭିଣୋଇ ଗୁରତର ଆହତ ହୋଇଛନ୍ତି। ଭିଣୋଇଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଭିଣୋଇ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଶଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରେଭେନ୍‌ଶାରେ ସ୍ବତନ୍ତ୍ର ଇସି ବୈଠକ ଉପସ୍ଥାପିତ ହେଲା ୭୪ କୋଟିର ବଜେଟ୍‌

ରେଭେନ୍‌ଶାରେ ସ୍ବତନ୍ତ୍ର ଇସି ବୈଠକ ଉପସ୍ଥାପିତ ହେଲା ୭୪ କୋଟିର ବଜେଟ୍‌

କଟକ ଅଫିସ, ୨୬।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ପରିଷଦ(ଇସି) ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୦ ତାରିଖରେ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକରେ ହୋଇଥିବା ସମସ୍ତ ନିଷ୍ପତ୍ତିକୁ ଗୃହୀତ କରାଯିବା ସହ ଆସନ୍ତା ଶିକ୍ଷାବର୍ଷ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା।

ଠିକାଦାରଙ୍କ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ ସାନି ପ୍ରକାଶ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୨୬।୪- ପ୍ରକଳ୍ପର କାର୍ଯ୍ୟ ଚାଲୁଥିଲାବେଳେ ଯଦି ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଏ ସେନେଇ ଠିକାଦାରଙ୍କୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। ଏ ନେଇ ସରକାରଙ୍କ ପକ୍ଷରୁ ଠିକାଦାରଙ୍କ ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କିନ୍ତୁ ଏହି ବିଜ୍ଞପ୍ତି ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଶତାଧିକ ଠିକାଦାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବିଗୁଡୁଛି ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା, ଶ୍ୱାସ କ୍ରିୟାରେ ଗୁରୁତର ସମସ୍ୟା

ବିଗୁଡୁଛି ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା, ଶ୍ୱାସ କ୍ରିୟାରେ ଗୁରୁତର ସମସ୍ୟା

କଟକ ଅଫିସ, ୨୬।୪-ବଳାତ୍କାରର ଶିକାର ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ବୁଧବାର ଦିନତମାମ ପୀଡିତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଚିକିତ୍ସା ନିମନ୍ତେ ଗଠିତ ୧୩ ଜଣିଆ ଡାକ୍ତରୀ ଟିମ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ ବୁଧବାର ବସିଥିଲା।

ସାଆନ୍ଦା ଜଙ୍ଗଲରେ ଗଛକଟା ମାମଲା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ

ସାଆନ୍ଦା ଜଙ୍ଗଲରେ ଗଛକଟା ମାମଲା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୬।୪- ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଡିପିଏଫ୍‌ ଜଙ୍ଗଲରେ ବେଆଇନ ଗଛକଟା ହେଉଛି। ଏଥିସହିତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ କ୍ଷେତ୍ରରେ ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଆଗତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା।

ଅର୍ଥତତ୍ତ୍ବ ନିର୍ଦ୍ଦେଶକଙ୍କ ମିସ୍‌ କେସ୍‌ ହାଇକୋର୍ଟରେ ରଦ୍ଦ

ଅର୍ଥତତ୍ତ୍ବ ନିର୍ଦ୍ଦେଶକଙ୍କ ମିସ୍‌ କେସ୍‌ ହାଇକୋର୍ଟରେ ରଦ୍ଦ

କଟକ ଅଫିସ, ୨୬।୪- ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ନିର୍ଦ୍ଦେଶକ ଶ୍ରୀକୃଷ୍ଣ ପାଢୀଙ୍କ ମିସ୍‌ ପିଟିଶନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ଅନୁଯାୟୀ ନଗଦ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୨୬।୪- ଜଗତ୍‌ସିଂହପୁର ଜିଲା ବାଲିକୁଦା ପୂର୍ତ୍ତ ସେକ୍ସନର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ବୁଧବାର ଭିଜିଲାନ୍ସ ଯାଞ୍ଚ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ଆସିବା ପରେ ମିଶ୍ରଙ୍କ ଘର, ଅଫିସ ସମେତ ଭୁବନେଶ୍ୱର ଓ ଜଗତ୍‌ସିଂହପୁରର ୮ଟି ସ୍ଥାନରେ ଏହି ଯାଞ୍ଚ କରାଯାଇଛି।

ଜୟନାରାୟଣ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି, ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌

ଜୟନାରାୟଣ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି, ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌

କଟକ ଅଫିସ, ୨୬।୪-ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜୟନାରାୟଣ ମିଶ୍ରଙ୍କ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ୫ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ଶଶିଭୁଷଣ ରାଉତଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଉକ୍ତ ବିଭାଗର ବରିଷ୍ଠ ପ୍ରଫେସର ଡା. ଚିତ୍ତରଞ୍ଜନ କର, କାର୍ଡିଓଲୋଜି, ଏଣ୍ଡୋକ୍ରାଇନୋଲୋଜି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ: ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବ ପୋଲିସ

କଟକ ଅଫିସ, ୨୫।୪- ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବୁଧବାର ଡିଜିପି ଆର୍‌.ପି. ଶର୍ମା ସୂଚନା ଦେଇଛନ୍ତି।