ମେଟ୍ରୋ

‘ସବୁଦିନ ସ୍କୁଲ, ଉପସ୍ଥାନ-୨୦୧୮’ ଅଭିଯାନ ଆାରମ୍ଭ

ଭୁବନେଶ୍ୱର, ୧୩।୬(ବ୍ୟୁରୋ)- ବିଦ୍ୟାଳୟରୁ ପିଲାଙ୍କ ଶିକ୍ଷା ଗ୍ରହଣ ଆରମ୍ଭ ହୁଏ। ତେଣୁ ପିଲାମାନେ ଯେପରି ସବୁଦିନ ବିଦ୍ୟାଳୟକୁ ଆସିବେ ସେଥିଲାଗି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସବୁଦିନ ସ୍କୁଲ, ଉପସ୍ଥାନ-୨୦୧୮’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ସଚିବାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।

ନାଇଜେରୀୟ ଯୁବକଙ୍କୁ ଦେଶ ଛାଡ଼ିବାକୁ ନୋଟିସ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ଲୁଟ୍‌ର ଶିକାର ହୋଇଥିବା ନେଇ ମିଥ୍ୟା ଅଭିଯୋଗ କରିଥିବା ନାଇଜେରୀୟ ଯୁବକ ଗୁଡ୍‌ନେସ୍‌ ଥମ୍ପସନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି।

ଟିମ୍‌ ଯାଯାବରର ‘ରଜ ମଉଜ’

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱ ପଟ୍ଟନାୟକିଆ ଛକରେ ଥିବା ‘ଟିମ୍‌ ଯାଯାବର’ରେ ‘ରଜ ମଉଜ’ ଆୟୋଜନ କରାଯାଇଛି। ୧୪ରୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପହିଲି ରଜ ୧୪ତାରିଖ ସକାଳ ୯ଟାରେ ପୁଚି ପ୍ରତିଯୋଗିତା ଆୟୋଜନ କରାଯାଇଥିବା

ଆଜି ପହିଲି ରଜ

ଆଜି ପହିଲି ରଜ

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଆନନ୍ଦ ଉଲ୍ଲାସର ପର୍ବ ‘ରଜ’, ଯାହାର ଅପେକ୍ଷା ରହିଥାଏ ପ୍ରତି ଓଡ଼ିଆ ଘରେ। ପୋଡ଼ପିଠାରୁ ଆରମ୍ଭ କରି ରଜ ପାନଖିଆ ଓ ରଜଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ଆବାଳବୃଦ୍ଧବନିତା ସମସ୍ତେ ମିଳିମିଶି ଏହାକୁ ପାଳନ କରୁଥିବାରୁ ଓଡ଼ିଶାର ଏହା ଏକ ପ୍ରସିଦ୍ଧ ଗଣପର୍ବ ଭାବେ ପରିଚିତ।

ଉତ୍କଳ ବିଶ୍ୱବିଦ୍ୟାଳୟ: ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ୨୭୨ ଡିଗ୍ରୀ କଲେଜର ଯୁକ୍ତ ୩ ଶେଷ ବର୍ଷ ବ୍ୟାକ୍‌ ପେପର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କଳାରେ ପାସ୍‌ହାର ୭୭.୮୩% ଥିବାବେଳେ ବିଜ୍ଞାନରେ ୮୪% ଏବଂ ବାଣିଜ୍ୟରେ ୭୯% ରହିଛି।

ରତ୍ନଭଣ୍ଡାର ଚାବି ହଜିବା ଘଟଣା

ରତ୍ନଭଣ୍ଡାର ଚାବି ହଜିବା ଘଟଣା

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଭାଜପା ପକ୍ଷରୁ ମଙ୍ଗଳବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲାପାଳ ଏବଂ ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ପାରିବାରିକ କଳହରୁ ବୃଦ୍ଧଙ୍କ ଆତ୍ମହତ୍ୟା

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣୀ ସ୍ବାଇଁସାହି ଅଞ୍ଚଳରେ ରହୁଥିବା ଦେବେନ୍ଦ୍ର ସ୍ବାଇଁ(୬୦) ନାମକ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରିଛି।

ଶକ୍ତି ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଶକ୍ତି ବିଭାଗର ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଇଲେକ୍‌ଟ୍ରିକାଲ ଇନ୍‌ସ୍‌ପେକ୍ଟରଙ୍କ ପଦୋନ୍ନତି ତଥା ଚାକିରିଜନିତ ଅନ୍ୟାନ୍ୟ ସମସ୍ୟା ସମାଧାନ ଦିଗରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ।

ସମବାୟ ସମାଚାରର ସ୍ବତନ୍ତ୍ର ସଂସ୍କରଣ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ସଫଳତା କାହାଣୀ ସହିତ ସମବାୟର ଉପକାରିତା ସମ୍ବନ୍ଧୀୟ ତଥ୍ୟପୂର୍ଣ୍ଣ ଲେଖା ଅଧିକ ମାତ୍ରାରେ ପ୍ରକାଶିତ ହେଲେ ଜନସାଧାରଣ ସମବାୟ ପ୍ରତି ଆକୃଷ୍ଟ ହେବେ। ବୁଧବାର ସଚିବାଳୟରେ ଏହା ଖାଦ୍ୟ ଯୋଗାଣ ଓ ପରିବାର କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହା କହିଛନ୍ତି।

ପାନ୍ଥନିବାସରେ ରଜ ମହୋତ୍ସବ

ପାନ୍ଥନିବାସରେ ରଜ ମହୋତ୍ସବ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ବୁଧବାରଠାରୁ ରଜ ମହୋତ୍ସବ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି।

ପୌର ନିର୍ବାଚନ ଅଡୁଆ, ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ସରକାର

ପୌର ନିର୍ବାଚନ ଅଡୁଆ, ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ସରକାର

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ସରକାର ଅଡୁଆରେ ପଡ଼ିଛନ୍ତି। ଓ୍ବାର୍ଡ ପୁନର୍ଗଠନରେ ସ୍ଥାନ ସଂରକ୍ଷଣ ଝମେଲା ତୁଟୁ ନାହିଁ। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସ୍ଥାନ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ପୌର ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜଧାନୀର ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରାଜଧାନୀର ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଭୁବନେଶ୍ୱର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି। ସେଥିମଧ୍ୟରୁ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଅନ୍ୟତମ।

ଏଥର ରଜରେ ଖରା ପାଗ

ଏଥର ରଜରେ ଖରା ପାଗ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଛି। ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ଜନିତ ବର୍ଷା ହେବାର ସମ୍ଭାବନା ନାହିଁ। କେତେକ ଜିଲାରେ କାଳବୈଶାଖୀ ପ୍ରଭାବରୁ ଘୂର୍ଣ୍ଣିଝଡ ହେବାର ସମ୍ଭାବନା ରହିଛି।

ପୁରୀ ସହରର ସଫେଇ ବ୍ୟବସ୍ଥା ଠପ୍‌: ଭାଜପା ଯୁବନେତା ପକ୍ଷରୁ ବିକ୍ଷୋଭ

ପୁରୀ ସହରର ସଫେଇ ବ୍ୟବସ୍ଥା ଠପ୍‌: ଭାଜପା ଯୁବନେତା ପକ୍ଷରୁ ବିକ୍ଷୋଭ

ପୁରୀ ଅଫିସ, ୧୩।୬: ଆଗକୁ ରଥଯାତ୍ରା। ମାତ୍ର ପୁରୀ ସହରର ରାସ୍ତାଘାଟ ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିନାହିଁ। ସହର ମଧ୍ୟରେ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ସଫେଇ କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ। ଇତି ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।

ରଥଖଳାରୁ... ଉଠିଲା ଛନ୍ଦା ଗୟଳ

ରଥଖଳାରୁ... ଉଠିଲା ଛନ୍ଦା ଗୟଳ

ପୁରୀ ଅଫିସ, ୧୩।୬: ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ଏବେ ରଥଖଳା। ଶ୍ରୀବିଗ୍ରହଙ୍କ ରଥ ନିର୍ମାଣରେ ବ୍ୟସ୍ତ ଭୋଇ, କମାର, ରୂପକାର ଓ ମହାରଣା ସେବକ। ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ଠାକୁରଙ୍କ ରଥ ନିର୍ମାଣ। ଚାରିନାହାକା ଉଠିବା ପରେ ତିନିଠାକୁରଙ୍କ ଅର୍ଦ୍ଧନିର୍ମିତ ରଥ ଏବେ ବଡ଼ଦାଣ୍ଡର ଶୋଭାବର୍ଦ୍ଧନ କଲେଣି। ନନ୍ଦିଘୋଷ, ତାଳଧ୍ୱଜ ରଥ ମଝିରେ ରହିଛି ଦର୍ପଦଳନ ରଥ। ମଙ୍ଗଳବାର ଛନ୍ଦା ଗୟଳ ତିନିରଥ ଉପରକୁ ଉଠିଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୬ଟି ଲେଖାଏ ଛନ୍ଦା ଗୟଳ ଉଠିଥିବାବେଳେ ଦର୍ପଦଳନ ରଥରେ ୪ଟି ଛନ୍ଦା ଗୟଳ ଉଠିଛି। ପୋଲ ଗୟଳ ଉପରେ ଛନ୍ଦା ଗୟଳ କଣ୍ଟା ପଡିଛି। ମହାରଣା ସେବକଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି କାମ କରୁଛନ୍ତି। ସେହିପରି ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କରୁଥିବା ବେଳେ ମହାରଣା ସେବକମାନେ ଗୟଳ କଣ୍ଟା ତିଆରି କରୁଛନ୍ତି।

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଥାନାରେ ଏତଲା ଦେଲା ଭାଜପା:ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ଜଗନ୍ନାଥ ସେନା

ପୁରୀ ଅଫିସ, ୧୩।୬: ଶ୍ରୀମନ୍ଦିର ରତ୍ନଭଣ୍ଡାର (ଭିତର) ଚାବି ହଜିବା ପ୍ରସଙ୍ଗ ଥମିବାରେ ନଁା ଧରୁନି। ଦିନକୁ ଦିନ ଏହା ଅଧିକ ବିବାଦୀୟ ହେବାରେ ଲାଗିଛି। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭକ୍ତ ଏବଂ ସେବାୟତ। ଏଭଳି ଦାୟିତ୍ୱହୀନତା ପାଇଁ ପ୍ରତିବାଦର ସ୍ବର ଶାଣିତ ହେବାରେ ଲାଗିଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ଏବଂ ଆନ୍ଦୋଳନ ମଧ୍ୟ କରାଯାଉଛି। ଏହି କ୍ରମରେ ମଙ୍ଗଳବାର ପୁରୀ ଜିଲା ଭାଜପା ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି। ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରେରଣ କରିଛି। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ବୋଧହୁଏ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ପ୍ରଦୀପ ଜେନାଙ୍କୁ ବଦଳି କରାଯାଇଛି। ମାତ୍ର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳଙ୍କ ସହ ଆମୂଳଚୂଳ ପରିବର୍ତ୍ତନ ହେବା ଦରକାର ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

ଅନ୍ନପୂର୍ଣ୍ଣା ମଞ୍ଚରେ ଜମିଲା ନୃତ୍ୟ

ଅନ୍ନପୂର୍ଣ୍ଣା ମଞ୍ଚରେ ଜମିଲା ନୃତ୍ୟ

ପୁରୀ ଅଫିସ, ୧୩।୬: ପ୍ରଶାନ୍ତି ନୃତ୍ୟ ସଙ୍ଗୀତ ପରିଷଦ ପ୍ରଣବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମଙ୍ଗଳବାର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ରାଧାରମଣ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟଅତିଥି, ଯୁବନେତା ତଥା ସେବାୟତ ଜୟକୃଷ୍ଣ ଦାସମହାପାତ୍ର, ଲଜିଂ ହାଉସ୍‌ ଫଣ୍ଡ ସଭାପତି ସବ୍ୟସାଚୀ ମହାପାତ୍ର, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଯୁବନେତା ରାମଚନ୍ଦ୍ର ଗଜ ଓ ସରୋଜ କୁମାର ନାୟକ, ସେବାୟତ କାଶୀନାଥ ମହାସୁଆର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଣବାନନ୍ଦ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ପ୍ରଭାକର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦିକା ସାଗରିକା ମହାପାତ୍ର ବିବରଣୀ ପାଠ କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ପରିବେଷଣ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟରେ ମଙ୍ଗଳା ଚରଣ, ମାହାରୀ ନୃତ୍ୟ, ସପ୍ତ ମା’ ଦୁର୍ଗା, ସମ୍ବଲପୁରୀ ଭଜନ ନୃତ୍ୟ, ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଏହି ମନମତାଣିଆ ନୃତ୍ୟକୁ ଦେଖଣାହାରି ଢେର ସମୟ ପର୍ଯ୍ୟନ୍ତ ବସି ଉପଭୋଗ କରିଥିଲେ।

ଆଇକନିକ ସିଟି ଯୋଜନାର ସମୀକ୍ଷା ଶ୍ରୀଜଗନ୍ନାଥ ବଲ୍ଲଭରୁ ଚାଲିବ ୨୫ ବ୍ୟାଟେରି ଚାଳିତ ଯାନ

ଆଇକନିକ ସିଟି ଯୋଜନାର ସମୀକ୍ଷା ଶ୍ରୀଜଗନ୍ନାଥ ବଲ୍ଲଭରୁ ଚାଲିବ ୨୫ ବ୍ୟାଟେରି ଚାଳିତ ଯାନ

ପୁରୀ ଅଫିସ, ୧୩।୬: ପୁରୀ ସହରରେ କାର୍ଯ୍ୟକାରୀ ହେଉଛି କେନ୍ଦ୍ର ଆଇକନିକ ସିଟି ଯୋଜନା। ପ୍ରତି କିଛି ମାସ ବ୍ୟବଧାନରେ ବସୁଛି ସମୀକ୍ଷା ବୈଠକ। କିନ୍ତୁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ନାଲ୍‌କୋ ମଧ୍ୟ ଉପଯୁକ୍ତ ସମନ୍ବୟ ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନି। ଚିରାଚରିତ ଢଙ୍ଗରେ ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି ଆଇକନିକ ସିଟି ଯୋଜନାର ସମୀକ୍ଷା। ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ଗ୍ରୀନ ଜୋନ୍‌ ଘୋଷଣା ହେବ। ନାଲ୍‌କୋ ୨୫ଟି ବ୍ୟାଟେରି ଚାଳିତ ଯାନ ଯୋଗାଇ ଦେବ। ଶ୍ରଦ୍ଧାଳୁଙ୍କ ପାଇଁ ଉକ୍ତ ଯାନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂଠାରୁ ସିଂହଦ୍ୱାର ମଧ୍ୟରେ ଚଳାଚଳ କରିବ। ଦୀର୍ଘ ଦିନ ହେଲା ଏହାକୁ ନେଇ ଆଲୋଚନା ହେଉଥିଲେ ହେଁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ରଥଯାତ୍ରା ପୂର୍ବରୁ ଏହି ସେବାକୁ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଉକ୍ତ ଯାନ ରହିବା ଲାଗି ଶେଡ୍‌ ନିର୍ମାଣରେ ବିଳମ୍ବ ହେଉଥିବାରୁ ଆରମ୍ଭ ହୋଇପାରୁ ନ ଥିବା ବୈଠକରେ ଆଲୋଚନା ହୋଇଥିଲା।

ଗ୍ରୀନ ମହାନଦୀ ମିଶନ କମିଟି ବୈଠକ:୪ ନଦୀ ଅବବାହିକାରେ ହେବ ବୃକ୍ଷରୋପଣ

ପୁରୀ ଅଫିସ, ୧୩।୬: ପୁରୀ ଜିଲା ଦେଇ ଯାଇଥିବା କୁଶଭଦ୍ରା, ଦେବୀ, କାଦୁଆ ଓ ନୂଆନଈ ଅବବାହିକାରେ ବୃକ୍ଷରୋପଣ କରାଯିବ। ଏହାସହିତ ମହାନଦୀ ଏବଂ ତା’ର ଶାଖା ନଦୀ ଅବବାହିକାରେ ବସବାସ କରୁଥିବା ଜବକାର୍ଡଧାରୀ ପରିବାରଙ୍କୁ ମାଗଣାରେ ୧ଲକ୍ଷ ଚାରା ବଣ୍ଟନ କରାଯିବାକୁ ଜିଲା ଗ୍ରୀନ ମହାନଦୀ ମିଶନ କମିଟି ବୈଠକରେ ସ୍ଥିର ହୋଇଛି। ସ୍ଥାନୀୟ ସର୍କିଟ ହାଉସଠାରେ ସୋମବାର ଅପରାହ୍ନରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରୀନ ମହାନଦୀ ମିଶନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୭ଟି ରାସ୍ତା ପାର୍ଶ୍ୱରେ ବୃକ୍ଷରୋଷଣ ଲାଗି ସ୍ଥିର ହୋଇଛି। ୪୦ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯିବ। କୋଣାର୍କ ଓ ଅସ୍ତରଙ୍ଗ ବନାଞ୍ଚଳରେ ୨୦ହେକ୍ଟର ଲେଖାଏ ଉଜୁଡା ଜଙ୍ଗଲରେ ବୃକ୍ଷରୋପଣ ହେବ। ନଦୀ, ଜଳ ଓ ଜଙ୍ଗଲର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ।

ଭିତରକାଠରେ ରକ୍ତଛିଟା ଠାକୁରଙ୍କ ହେଲା ମହାସ୍ନାନ

ପୁରୀ ଅଫିସ, ୧୩।୬: ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଛି ରକ୍ତଛିଟା। ମଙ୍ଗଳବାର ଠାକୁରଙ୍କର ହୋଇଛି ମହାସ୍ନାନ। ଜଣେ ଭକ୍ତଙ୍କ ଗୋଡ଼ରେ ଛୋଟ କାଚ ଖଣ୍ଡିଏ ପଶିଯିବାରୁ ଭିତରକାଠ ନିକଟରେ ରକ୍ତ ପଡିଥିଲା। ଏହାକୁ ଜଣେ ସେବାୟତ ଦେଖିବା ପରେ ଠାକୁରଙ୍କର ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କର ଅବକାଶ ପୂଜା ବସିବା ପୂର୍ବରୁ ଏହି ଅଘଟଣ ଘଟିଥିଲା।

ନିମାପଡ଼ା ଚାରିଛକ ଚିକିତ୍ସାଳୟରେ ନାବାଳିକାଙ୍କ ପ୍ରସବ,୫୦ହଜାର ଟଙ୍କାରେ ଶିଶୁ ବିକ୍ରି ଅଭିଯୋଗ

ପୁରୀ ଅଫିସ, ୧୩।୬: ଶିଶୁ ସୁରକ୍ଷା, ଶିଶୁ ଯୌନ ନିର୍ଯାତନା ସମ୍ପର୍କରେ ଜନସଚେତନତା ଲାଗି ଓଡ଼ିଶା ପୋଲିସ ପକ୍ଷରୁ ପରୀ ଏକ୍ସପ୍ରେସ ଅଭିଯାନ ଜାରି ରହିଛି। ଅନ୍ୟପଟେ ପୁରୀ ଜିଲା ନିମାପଡା ଚାରିଛକ ମେଡିକାଲରେ ଦୁଇ ଜଣ କର୍ମଚାରୀ ବେଆଇନ ଭାବେ ଜଣେ ନାବାଳିକାଙ୍କ ପ୍ରସବ କରାଇ ତାଙ୍କ ନବଜାତ ଶିଶୁକୁ ଉକ୍ତ ଅଞ୍ଚଳର ଜଣେ ପାନ ଦୋକାନୀଙ୍କୁ ୫୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଏବଂ ନିମାପଡ଼ା ପୋଲିସ ଏହାର ଖୋଳତାଡ ଆରମ୍ଭ କରିଛନ୍ତି। ଅନ୍ୟପଟେ ଉକ୍ତ ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ରହିଥିବା ସତ୍ତ୍ବେ ଜାଣିଶୁଣି ଏହାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଜଣାପଡିଛି।

ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକ ସଂଘର ଦାବିପତ୍ର

ପୁରୀ ଅଫିସ, ୧୩।୬: ପୁରୀ ଜିଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁସାରେ ରାଜ୍ୟ ସରକାର ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବର୍ଦ୍ଧିତ ହାରରେ ପେନ୍‌ସନ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଅର୍ଥ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ପୁରୀ ଜିଲାର ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ବର୍ଦ୍ଧିତ ପେନସନ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପୁନର୍ବିଚାର କରାଯାଇ ବଞ୍ଚତ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ବକେୟା ବର୍ଦ୍ଧିତ ପେନସନ୍‌ ରାଶି ପ୍ରଦାନ ଲାଗି ଦାବି କରାଯାଇଛି। ସଂଘର ସାଧାରଣ ସମ୍ପାଦକ ବିଶ୍ୱନାଥ ବେହେରା ଓ ସଭାପତି ଲକ୍ଷ୍ମୀଧର ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ପୌର ସଦନ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ଚରଣ ମହାନ୍ତି, ଲକ୍ଷ୍ମଣ ପ୍ରଧାନ, ଡ. ଅଦ୍ୱୈତ ଚରଣ ଧଳ, ସୁନୀଲ କୁମାର ରଥ, କାର୍ତ୍ତିକ କୁମାର ଦାସ, ଅକ୍ରୂର ପ୍ରଧାନ, ବିଜୟ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଭଟ୍ଟ, ପ୍ରଫୁଲ୍ଲ କୁମାର ସାହୁ, ଗୁୁରୁ ପ୍ରସାଦ ମିଶ୍ର, ଗଣେଶ୍ୱର ମହାପାତ୍ର, ସଦାଶିବ ସ୍ବାଇଁ, ଲକ୍ଷ୍ମୀଧର ଦାସ ପ୍ରମୁଖ ସାମିଲ ହୋଇଥିଲେ।

କୋରାପୁଟରୁ ଆସିଲା ୧୩୫ କେଜି ଝୁଣା

ପୁରୀ ଅଫିସ, ୧୩।୬: ଜୁନ ୨୮ରେ ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ସ୍ନାନବେଦିରେ ୧୦୮ଗରା ପାଣିରେ ସ୍ନାନ କରି ଜ୍ୱରରେ ପଡିବେ ମହାପ୍ରଭୁ। ଏହି ଦିନ ଠାରୁ ମହାପ୍ରଭୁଙ୍କ ଅଣସର ତଥା ଗୁପ୍ତନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ ଗୁପ୍ତନୀତି ଅର୍ଥାତ୍‌ ଓଷୁଓ ପ୍ରସ୍ତୁତ ଲାଗି ଝୁଣା ଆବଶ୍ୟକ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋରାପୁଟରୁ ୧୩୫ କେଜି ଝୁଣା କ୍ରୟ କରି ଅଣାଯାଇଥିବା ଜଣାପଡିଛି। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସରୋଜ ରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ଝୁଣା ଆଣିଥିବା ଜଣାପଡିଛି।

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ହଡ଼ପ ଅଭିଯୋଗ: ଶ୍ରୀଜଗନ୍ନାଥ ସେବା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ହଡ଼ପ ଅଭିଯୋଗ: ଶ୍ରୀଜଗନ୍ନାଥ ସେବା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୧୩।୬: ୧୯୮୩ ମସିହାରେ ଶ୍ରୀମନ୍ଦିର ନାଟ ମଣ୍ଡପରେ ଦାନ ହୁଣ୍ଡି ସ୍ଥାପନ ହୋଇଥିଲା। ଗତ ଜାନୁଆରୀ ୩୧ ସୁଦ୍ଧା ହୁଣ୍ଡିରୁ ପ୍ରାୟ ୧୮ କେ.ଜି. ସୁନା ବାହାରିଥିଲା।