ମେଟ୍ରୋ

ରଥ ଖଳାରୁ: ଅରକାମ ଆରମ୍ଭ

ରଥ ଖଳାରୁ: ଅରକାମ ଆରମ୍ଭ

ପୁରୀ ଅଫିସ,୧।୫: ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ମଙ୍ଗଳବାରଠାରୁ ଅରକାମ ଆରମ୍ଭ ହୋଇଛି। ଏ ନେଇ ୩ରଥରେ ୧୧ଟି ଲେଖାଏଁ ଅରପଟା ଦିଆଯାଇଥିବା ରଥ ଅମିନ ଲକ୍ଷ୍ମଣ ମହାପାତ୍ର କହିଛନ୍ତି।

ବିଶ୍ୱ ଶ୍ରମିକ ଦିବସ

ପୁରୀ ଅଫିସ,୧।୫: ନୀଳାଚଳ ଅଟୋ ଡ୍ରାଇଭର୍ସ ଆସୋସିଏଶନ ଆନୁକୂଲ୍ୟରେ ମଙ୍ଗଳବାର ପୁରୀ ବସଷ୍ଟାଣ୍ଡ ନିକଟରେ ଶ୍ରମିକ ଦିବସ ପାଳନ କରାଯାଇଛି। ଏଥିରେ ଶ୍ରମିକମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଶେଷ, ପାଟଣାଗଡ଼ ନିଆଗଲା

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଶେଷ, ପାଟଣାଗଡ଼ ନିଆଗଲା

କଟକ ଅଫିସ,୧।୫: ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ଅପରାହ୍ନରେ କଡ଼ା ସୁରକ୍ଷା ବଳୟରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତାଙ୍କୁ ପାଟଣାଗଡ଼ ନିଆଯାଇଛି।

ବିଦ୍ୟୁତ କର୍ମଚାରୀ ସଂଘର କଳା ଦିବସ

ବିଦ୍ୟୁତ କର୍ମଚାରୀ ସଂଘର କଳା ଦିବସ

ପୁରୀ ଅଫିସ,୧।୫: ବିଭିନ୍ନ ସମସ୍ୟା ନେଇ ପୁରୀ ବିଦ୍ୟୁତ କର୍ମଚାରୀ ସଂଘ ବିଶ୍ୱ ଶ୍ରମିକ ଦିବସକୁ କଳା ଦିବସ ଭାବେ ପାଳନ କରିଛି। ମଙ୍ଗଳବାର ସେସୁ କାର୍ଯ୍ୟାଳୟ ଆଗରେ ସଂଘର ଶତାଧିକ ଶ୍ରମିକ, ଅସ୍ଥାୟୀ କର୍ମଚାରୀ ପହଞ୍ଚି ଶ୍ରମିକ ଦିବସ ଅବସରରେ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ।

ନାବାଳିକା ମୃତ୍ୟୁ ଘଟଣାର ଭିନ୍ନମୋଡ଼: ହତ୍ୟା ଅଭିଯୋଗ ଆଣିଲେ ମାମୁ

କଟକ ସଦର,୧।୫(ଡି.ଏନ୍‌.ଏ.): କନ୍ଦରପୁର ଥାନା ଅନ୍ତର୍ଗତ ଅଥଙ୍ଗା ଗ୍ରାମର ୧୭ ବର୍ଷୀୟ ନାବାଳିକା ସ୍ବର୍ଣ୍ଣଲତା ପ୍ରଧାନ ସୋମବାର ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ପରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିବାହ ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବିବାହ ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କାକଟପୁର,୧।୫(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ସୋମବାର ଅନୁଷ୍ଠିତ ହୋଇଥିବା ଏକ ବିବାହରେ ଭୋଜି ଖାଇ ଉକ୍ତ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଛନ୍ତି।

ଶୃଙ୍ଖଳିତ ହେବ ରଥଯତ୍ରା

ଶୃଙ୍ଖଳିତ ହେବ ରଥଯତ୍ରା

କଟକ ଅଫିସ,୧।୫: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳାର ସହ ସମ୍ପନ୍ନ ହେବ। ପୋଲିସ ମୁଖ୍ୟାଳୟରେ ମଙ୍ଗଳବାର ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।

ଏସ୍‌ସିବିରେ ଶିଶୁ ବିକ୍ରି ଉଦ୍ୟମ

ଏସ୍‌ସିବିରେ ଶିଶୁ ବିକ୍ରି ଉଦ୍ୟମ

କଟକ ଅଫିସ,୧।୫: କଟକ ଏସ୍‌ସିବି ମେଡିକାଲ କଲେଜରେ ମଙ୍ଗଳବାର ଶିଶୁ ବିକ୍ରି ଉଦ୍ୟମ ଅଭିଯୋଗ ହୋଇଛି। ଭଦ୍ରକ ଜିଲା ବନ୍ତ ଅଞ୍ଚଳର ଜଣେ ଦମ୍ପତି ନିଜର ନବଜାତ ୩ ଶିଶୁ କନ୍ୟାଙ୍କ ମଧ୍ୟରୁ ୨ ଜଣଙ୍କୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଖବରପାଇ କଟକ ଚାଇଲ୍ଡ ଲାଇନ୍‌ ସଂଯୋଜକ ନାରାୟଣ ଶୁକ୍ଳା ଏସ୍‌ସିବି ମେଡିକାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ ଓ୍ବାର୍ଡରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ସିକ୍ୟୁରିଟି ଗାର୍ଡଙ୍କ ଧାରଣା

ସିକ୍ୟୁରିଟି ଗାର୍ଡଙ୍କ ଧାରଣା

ଜଟଣୀ,୧।୫(ଡି.ଏନ୍‌.ଏ.): ଜଟଣୀ ନିକଟବର୍ତ୍ତୀ ପିପିଲି ଥାନା ଅଧୀନରେ ଥିବା ଜାଭିୟର ୟୁନିଭର୍‌ସିଟିରେ କାର୍ଯ୍ୟରତ ୪୩ ଜଣ ସିକ୍ୟୁରିଟି ଗାର୍ଡ ମଙ୍ଗଳବାର ଧାରଣା ଦେଇଥିଲେ। ପାଇକ ସିକ୍ୟୁରିଟି ସର୍ଭିସ ଅଧୀନରେ ଏମାନେ କାର୍ଯ୍ୟ କରୁଥିଲେ।

ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସର ବିକ୍ଷୋଭ

ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସର ବିକ୍ଷୋଭ

ଜଟଣୀ,୧।୫(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସ ପକ୍ଷରୁ ଜଟଣୀସ୍ଥିତ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ମୁଖ୍ୟଦପ୍ତର ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆଇଏସ୍‌ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ

ଆଇଏସ୍‌ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଥିବା ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି। ମଙ୍ଗଳବାର ହୋଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ ଜିଭିଭି ଶର୍ମାଙ୍କୁ କଟକସ୍ଥିତ ରାଜସ୍ବ ବୋର୍ଡର ସଦସ୍ୟ, ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ବିଷ୍ଷୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର କମ୍‌ ସେକ୍ରେଟାରୀ ଭାବେ ନିଯୁକ୍ତି ମିଳିଛି।

ରାଜ୍ୟରେ ୮୦ ଶୀତଳଭଣ୍ଡାର ଅଚଳ

ରାଜ୍ୟରେ ୮୦ ଶୀତଳଭଣ୍ଡାର ଅଚଳ

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୮୦ଟି ଶୀତଳଭଣ୍ଡାର ଅଚଳାବସ୍ଥାରେ ରହିଛି। ସେଥିରୁ ୧୭ଟି ସରକାରୀ ଓ ୬୩ଟି ବେସରକାରୀ ଅନ୍ତର୍ଭୁକ୍ତ। ବାଲେଶ୍ୱର ଜିଲାରେ ୫ଟି ଶୀତଳଭଣ୍ଡାର ଅଚଳାବସ୍ଥାରେ ରହିଥିବାବେଳେ ବରଗଡ଼ ୪, ଭଦ୍ରକ ୧, ବଲାଙ୍ଗୀର ୩, ବୌଦ୍ଧ ୧, କଟକ ୧୨, ଢେଙ୍କାନାଳ ୨, କୋରାପୁଟ ୪, ମୟୂରଭଞ୍ଜ ୪, ପୁରୀ ୧୦, ରାୟଗଡ଼ା ୧, ସମ୍ବଲପୁର ୧, ସୁନ୍ଦରଗଡ଼ ୩, ଝାରସୁଗୁଡ଼ା ୧, କନ୍ଧମାଳ ୧, କେନ୍ଦୁଝର ୨ ଏବଂ ଖୋର୍ଦ୍ଧା ଜିଲାରେ ୧୭ଟି ଅଚଳ ହୋଇପଡ଼ିଛି।

ଚଳିତବର୍ଷ କୃଷିଭିତ୍ତିକ ଉଦ୍ୟଗ ପାଇଁ ବିନିଯୋଗ ହେବ ୯୧ କୋଟି

ଚଳିତବର୍ଷ କୃଷିଭିତ୍ତିକ ଉଦ୍ୟଗ ପାଇଁ ବିନିଯୋଗ ହେବ ୯୧ କୋଟି

ଭୁବନେଶ୍ୱର,୧।୫(ବ୍ୟୁରୋ): ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ କୃଷିଭିତ୍ତିକ ଉଦ୍ୟଗ ପ୍ରତିଷ୍ଠା ପାଇଁ ୯୧କୋଟି ୮୪ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ହେବ। କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ବିଧାନସଭାରେ କୃଷିମନ୍ତ୍ରୀଙ୍କ ସୂଚନା: ବର୍ଷକରେ ୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି।

ବିଧାନସଭାରେ କୃଷିମନ୍ତ୍ରୀଙ୍କ ସୂଚନା: ବର୍ଷକରେ ୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୫ରେ ୫୦ ଚାଷୀ ଆତ୍ମହତ୍ୟା କରିଥିବାବେଳେ ୨୦୧୬ ଓ ୧୭ରେ କୌଣସି ଚାଷୀ ଆତ୍ମହତ୍ୟା କରିଛନ୍ତି କି ନାହିଁ, ତାହା ରାଜ୍ୟ ସରକାରଙ୍କୁ ଜଣା ନାହିଁ।

ଦାଦାବଟି ମାଗିବା ଅଭିଯୋଗ: ୩ ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ

ଦାଦାବଟି ମାଗିବା ଅଭିଯୋଗ: ୩ ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ

ଭୁବନେଶ୍ୱର/କଟକ ରୋଡ,୧।୫ (ବ୍ୟୁରୋ/ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ପୋଲିସ ଦାଦାବଟି ମାଗିବା ଅଭିଯୋଗରେ ସୋମବାର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବେକାରି ସମସ୍ୟା, ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା

ବେକାରି ସମସ୍ୟା, ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। କର୍ମନିଯୁକ୍ତି ସୁଯୋଗ ମଧ୍ୟ ନାହିଁ। ଏ ସଂକ୍ରାନ୍ତରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଗୃହରେ ଆଲୋଚନା କରିବା ପାଇଁ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବାଚସ୍ପତି ପ୍ରଦୀପ ଅମାତ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ଅଧ୍ୟକ୍ଷ ପଦ ପାଇଁ ୨ଥର ଚିଠି ଲେଖିଥିଲେ ପୁଞ୍ଜିଲାଲ

ପାର୍ସଲ ବୋମା ବିସ୍ଫୋରଣ ଘଟଣା ଅଧ୍ୟକ୍ଷ ପଦ ପାଇଁ ୨ଥର ଚିଠି ଲେଖିଥିଲେ ପୁଞ୍ଜିଲାଲ

କଟକ ଅଫିସ, ୧।୫- ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କଠାରୁ ତାଙ୍କ କଳାକାରନାମାର ଅଧିକାଂଶ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ହାସଲ କରିସାରିଛି।

ଅଦ୍ଭୁତ ଶିଶୁ ଜନ୍ମ ଦୁଇ ଶରୀର, ଗୋଟିଏ ମୁଣ୍ଡ, ୪ଟି ଲେଖାଏ ଗୋଡ଼ହାତ

ଅଦ୍ଭୁତ ଶିଶୁ ଜନ୍ମ ଦୁଇ ଶରୀର, ଗୋଟିଏ ମୁଣ୍ଡ, ୪ଟି ଲେଖାଏ ଗୋଡ଼ହାତ

କଟକ ଅଫିସ, ୧।୫- ଗୋଟିଏ ମୁଣ୍ଡ, ୪ ହାତ ଓ ୪ ଗୋଡ଼। ପୁଣି ଶରୀର ଦୁଇଟି। ଶରୀରଟି ଅଣ୍ଟା ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଛି। ଏଭଳି ଅଦ୍ଭୁତ ଶିଶୁ ମଙ୍ଗଳାବାଗ କାଠଗୋଲା ସାହି ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ସୋମବାର ସନ୍ଧ୍ୟାରେ ଜନ୍ମ ନେଇଛି।

ଅବସର ନେଲେ ଏସ୍‌ସିବି ଅଧୀକ୍ଷକ ବଦଳିଲେ ପ୍ରଶାସନିକ ଅଧିକାରୀ

କଟକ ଅଫିସ, ୩୦।୪- ସୋମବାର ଏସ୍‌ସିବି ମେଡିକାଲରେ ବଡ଼ଧରଣର ପ୍ରଶାସନିକ ପରିବର୍ତ୍ତନ ଘଟିଛି। ଏସ୍‌ସିବି ଅଧୀକ୍ଷକ ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ ଅବସର ଗ୍ରହଣ କରିଛନ୍ତି।

କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ନୂତନ କର୍ମକର୍ତ୍ତା

କଟକ, ୧।୫- କେନ୍ଦ୍ର ଉତ୍କଳ ସମ୍ମିଳନୀର ନୂତନ କର୍ମକର୍ତ୍ତା ନିର୍ବାଚନ ଆଗାମୀ ତିନିବର୍ଷ ନିମନ୍ତେ କରାଯାଇଛି। ସଭାପତି ଭାବେ ରାଉରକେଲାରୁ ପ୍ରସନ୍ନ କୁମାର ନନ୍ଦ, ସାଧାରଣ ସମ୍ପାଦକ ଭାବେ କଟକରୁ ଡାକ୍ତର ରବିରଞ୍ଜନ ସାହୁ ଓ କୋଷାଧ୍ୟକ୍ଷା ଭୁବନେଶ୍ୱରରୁ ବାସନ୍ତୀ ସିଂହ ନିର୍ବାଚିତ ହୋଇଛନ୍ତି।

ମୃତ ସାଲେପୁର ପୀଡିତାଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ମୃତ ସାଲେପୁର ପୀଡିତାଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

କଟକ ଅଫିସ, ୧।୫- ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ସାଲେପୁର ପୀଡିତାଙ୍କ ପରିବାରକୁ ମିଳିଛି ସରକାରୀ ସହାୟତା। ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପୀଡିତାଙ୍କ ଗ୍ରାମ ଜଗନ୍ନାଥପୁର ଯାଇ ତାଙ୍କ ବାପାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି।

ବିଚ୍ଛିନ୍ନାଞ୍ଚଳରେ ବନ୍ଦ ହେଲା ଦୁଇ ଓଡ଼ିଆ ସ୍କୁଲ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ଉତ୍କଳ ସମ୍ମିଳନୀ

କଟକ ଅଫିସ,୧।୫- ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଅଁ। ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦେବା ପାଇଁ ଝାଡ଼ଖଣ୍ଡ ସରକାର ଚକ୍ରାନ୍ତ କରୁଛନ୍ତି। ଏହି ବିଚ୍ଛିନ୍ନାଞ୍ଚଳରେ ଥିବା ୧୧ଟି ଓଡ଼ିଆ ବିଦ୍ୟାଳୟ ମଧ୍ୟରୁ ଷଢ଼େଇକଳାର ଦୁଇଟି ବିଦ୍ୟାଳୟକୁ ଝାଡ଼ଖଣ୍ଡ ସରକାର ବନ୍ଦ କରିଦେଇଛନ୍ତି। ଅବଶିଷ୍ଟ ବିଦ୍ୟାଳୟର ଭବିଷ୍ୟତ ସୂତାଖିଅରେ ଝୁଲୁଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଅଭିଯୋଗ କରାଯାଇଛି।

ମାପ, ଓଜନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧।୫- ରାଉରକେଲା ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କ ଘରେ ସୋମବାର ଭିଜିଲାନ୍ସ ଯାଞ୍ଚ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବିଶ୍ୱାଳଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା ରେଡ୍‌ଫ୍ଲାଗ୍‌ଭୁକ୍ତ ଘୋଷଣା କଲା କ୍ରାଇମବ୍ରାଞ୍ଚ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା ରେଡ୍‌ଫ୍ଲାଗ୍‌ଭୁକ୍ତ ଘୋଷଣା କଲା କ୍ରାଇମବ୍ରାଞ୍ଚ

କଟକ ଅଫିସ, ୧।୫- ସାଲେପୁର ୬ ବର୍ଷିୟା ଶିଶୁକନ୍ୟା ବଳାତ୍କାର ଓ ହତ୍ୟା ମାମଲାକୁ ରେଡ୍‌ଫ୍ଲାଗ ବର୍ଗର ମାମଲା ଭାବେ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ସମ୍ପ୍ରତି ନାବାଳିକା ବଳାତ୍କାର ମାମଲା ଉପରେ କେନ୍ଦ୍ର ସରକାର ଆଣିଥିବା ନୂଆ ଅପରାଧ ଅଧ୍ୟାଦେଶ ଅନୁଯାୟୀ, ଏହି ଘଟଣାର ତଦନ୍ତ କରାଯିବ।