ମେଟ୍ରୋ

ବିଧାନସଭାରେ କୃଷିମନ୍ତ୍ରୀଙ୍କ ସୂଚନା: ବର୍ଷକରେ ୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି।

ବିଧାନସଭାରେ କୃଷିମନ୍ତ୍ରୀଙ୍କ ସୂଚନା: ବର୍ଷକରେ ୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୫ରେ ୫୦ ଚାଷୀ ଆତ୍ମହତ୍ୟା କରିଥିବାବେଳେ ୨୦୧୬ ଓ ୧୭ରେ କୌଣସି ଚାଷୀ ଆତ୍ମହତ୍ୟା କରିଛନ୍ତି କି ନାହିଁ, ତାହା ରାଜ୍ୟ ସରକାରଙ୍କୁ ଜଣା ନାହିଁ।

ଦାଦାବଟି ମାଗିବା ଅଭିଯୋଗ: ୩ ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ

ଦାଦାବଟି ମାଗିବା ଅଭିଯୋଗ: ୩ ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ

ଭୁବନେଶ୍ୱର/କଟକ ରୋଡ,୧।୫ (ବ୍ୟୁରୋ/ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ପୋଲିସ ଦାଦାବଟି ମାଗିବା ଅଭିଯୋଗରେ ସୋମବାର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବେକାରି ସମସ୍ୟା, ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା

ବେକାରି ସମସ୍ୟା, ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। କର୍ମନିଯୁକ୍ତି ସୁଯୋଗ ମଧ୍ୟ ନାହିଁ। ଏ ସଂକ୍ରାନ୍ତରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଗୃହରେ ଆଲୋଚନା କରିବା ପାଇଁ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବାଚସ୍ପତି ପ୍ରଦୀପ ଅମାତ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ଅଧ୍ୟକ୍ଷ ପଦ ପାଇଁ ୨ଥର ଚିଠି ଲେଖିଥିଲେ ପୁଞ୍ଜିଲାଲ

ପାର୍ସଲ ବୋମା ବିସ୍ଫୋରଣ ଘଟଣା ଅଧ୍ୟକ୍ଷ ପଦ ପାଇଁ ୨ଥର ଚିଠି ଲେଖିଥିଲେ ପୁଞ୍ଜିଲାଲ

କଟକ ଅଫିସ, ୧।୫- ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କଠାରୁ ତାଙ୍କ କଳାକାରନାମାର ଅଧିକାଂଶ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ହାସଲ କରିସାରିଛି।

ଅଦ୍ଭୁତ ଶିଶୁ ଜନ୍ମ ଦୁଇ ଶରୀର, ଗୋଟିଏ ମୁଣ୍ଡ, ୪ଟି ଲେଖାଏ ଗୋଡ଼ହାତ

ଅଦ୍ଭୁତ ଶିଶୁ ଜନ୍ମ ଦୁଇ ଶରୀର, ଗୋଟିଏ ମୁଣ୍ଡ, ୪ଟି ଲେଖାଏ ଗୋଡ଼ହାତ

କଟକ ଅଫିସ, ୧।୫- ଗୋଟିଏ ମୁଣ୍ଡ, ୪ ହାତ ଓ ୪ ଗୋଡ଼। ପୁଣି ଶରୀର ଦୁଇଟି। ଶରୀରଟି ଅଣ୍ଟା ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଛି। ଏଭଳି ଅଦ୍ଭୁତ ଶିଶୁ ମଙ୍ଗଳାବାଗ କାଠଗୋଲା ସାହି ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ସୋମବାର ସନ୍ଧ୍ୟାରେ ଜନ୍ମ ନେଇଛି।

ଅବସର ନେଲେ ଏସ୍‌ସିବି ଅଧୀକ୍ଷକ ବଦଳିଲେ ପ୍ରଶାସନିକ ଅଧିକାରୀ

କଟକ ଅଫିସ, ୩୦।୪- ସୋମବାର ଏସ୍‌ସିବି ମେଡିକାଲରେ ବଡ଼ଧରଣର ପ୍ରଶାସନିକ ପରିବର୍ତ୍ତନ ଘଟିଛି। ଏସ୍‌ସିବି ଅଧୀକ୍ଷକ ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ ଅବସର ଗ୍ରହଣ କରିଛନ୍ତି।

କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ନୂତନ କର୍ମକର୍ତ୍ତା

କଟକ, ୧।୫- କେନ୍ଦ୍ର ଉତ୍କଳ ସମ୍ମିଳନୀର ନୂତନ କର୍ମକର୍ତ୍ତା ନିର୍ବାଚନ ଆଗାମୀ ତିନିବର୍ଷ ନିମନ୍ତେ କରାଯାଇଛି। ସଭାପତି ଭାବେ ରାଉରକେଲାରୁ ପ୍ରସନ୍ନ କୁମାର ନନ୍ଦ, ସାଧାରଣ ସମ୍ପାଦକ ଭାବେ କଟକରୁ ଡାକ୍ତର ରବିରଞ୍ଜନ ସାହୁ ଓ କୋଷାଧ୍ୟକ୍ଷା ଭୁବନେଶ୍ୱରରୁ ବାସନ୍ତୀ ସିଂହ ନିର୍ବାଚିତ ହୋଇଛନ୍ତି।

ମୃତ ସାଲେପୁର ପୀଡିତାଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ମୃତ ସାଲେପୁର ପୀଡିତାଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

କଟକ ଅଫିସ, ୧।୫- ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ସାଲେପୁର ପୀଡିତାଙ୍କ ପରିବାରକୁ ମିଳିଛି ସରକାରୀ ସହାୟତା। ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପୀଡିତାଙ୍କ ଗ୍ରାମ ଜଗନ୍ନାଥପୁର ଯାଇ ତାଙ୍କ ବାପାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି।

ବିଚ୍ଛିନ୍ନାଞ୍ଚଳରେ ବନ୍ଦ ହେଲା ଦୁଇ ଓଡ଼ିଆ ସ୍କୁଲ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ଉତ୍କଳ ସମ୍ମିଳନୀ

କଟକ ଅଫିସ,୧।୫- ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଅଁ। ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦେବା ପାଇଁ ଝାଡ଼ଖଣ୍ଡ ସରକାର ଚକ୍ରାନ୍ତ କରୁଛନ୍ତି। ଏହି ବିଚ୍ଛିନ୍ନାଞ୍ଚଳରେ ଥିବା ୧୧ଟି ଓଡ଼ିଆ ବିଦ୍ୟାଳୟ ମଧ୍ୟରୁ ଷଢ଼େଇକଳାର ଦୁଇଟି ବିଦ୍ୟାଳୟକୁ ଝାଡ଼ଖଣ୍ଡ ସରକାର ବନ୍ଦ କରିଦେଇଛନ୍ତି। ଅବଶିଷ୍ଟ ବିଦ୍ୟାଳୟର ଭବିଷ୍ୟତ ସୂତାଖିଅରେ ଝୁଲୁଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ଅଭିଯୋଗ କରାଯାଇଛି।

ମାପ, ଓଜନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧।୫- ରାଉରକେଲା ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କ ଘରେ ସୋମବାର ଭିଜିଲାନ୍ସ ଯାଞ୍ଚ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବିଶ୍ୱାଳଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା ରେଡ୍‌ଫ୍ଲାଗ୍‌ଭୁକ୍ତ ଘୋଷଣା କଲା କ୍ରାଇମବ୍ରାଞ୍ଚ

ସାଲେପୁର ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା ରେଡ୍‌ଫ୍ଲାଗ୍‌ଭୁକ୍ତ ଘୋଷଣା କଲା କ୍ରାଇମବ୍ରାଞ୍ଚ

କଟକ ଅଫିସ, ୧।୫- ସାଲେପୁର ୬ ବର୍ଷିୟା ଶିଶୁକନ୍ୟା ବଳାତ୍କାର ଓ ହତ୍ୟା ମାମଲାକୁ ରେଡ୍‌ଫ୍ଲାଗ ବର୍ଗର ମାମଲା ଭାବେ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ସମ୍ପ୍ରତି ନାବାଳିକା ବଳାତ୍କାର ମାମଲା ଉପରେ କେନ୍ଦ୍ର ସରକାର ଆଣିଥିବା ନୂଆ ଅପରାଧ ଅଧ୍ୟାଦେଶ ଅନୁଯାୟୀ, ଏହି ଘଟଣାର ତଦନ୍ତ କରାଯିବ।

ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସଭ୍ୟପଦକୁ ଚ୍ୟାଲେଞ୍ଜ

ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସଭ୍ୟପଦକୁ ଚ୍ୟାଲେଞ୍ଜ

କଟକ ଅଫିସ, ୧।୫- ରାଜ୍ୟସଭା ସଦସ୍ୟ ଅଚ୍ୟୁତ ସାମନ୍ତଙ୍କ ସଭ୍ୟ ପଦ ରଦ୍ଦ ପାଇଁ ନିବେଦନ କରାଯାଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି।

ସାଲେପୁର ନାବାଳିକା ବଳାତ୍କାର ହତ୍ୟା: ଗୃହରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ସାଲେପୁର ନାବାଳିକା ବଳାତ୍କାର ହତ୍ୟା: ଗୃହରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଳାତ୍କାରର ଶିକାର ହୋଇ ସାଲେପୁରର ୬ ବର୍ଷର ନାବାଳିକା ରବିବାର ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ନେଇ ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

‘ଦ୍ରୁତଗତିରେ ଗାଡ଼ି ଚଳାଇଲେ ମୃତ୍ୟୁକୁ ଭେଟିବ’

‘ଦ୍ରୁତଗତିରେ ଗାଡ଼ି ଚଳାଇଲେ ମୃତ୍ୟୁକୁ ଭେଟିବ’

ଭୁବନେଶ୍ୱର, ୩୦।୪(ବ୍ୟୁରୋ)- ରାଜ୍ୟରେ ଦୁର୍ଘଟଣାଜନିତ ମୁତ୍ୟୁହାର ଉଦ୍‌ବେଗ ଜନକ। ଏ କ୍ଷେତ୍ରରେ ଜନବହୁଳ ରାଜ୍ୟ ଉତ୍ତରପ୍ରେଦେଶକୁ ଓଡିଶା ପଛରେ ପକାଇ ଦେଲାଣି। ରାଜ୍ୟରେ ପ୍ରତିଦିନ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟୁଛି। ସେମାନଙ୍କ ମଧ୍ୟରେ ବାଇକ ଚାଳକଙ୍କ ସଂଖ୍ୟା ଅଧିକ, ଯେଉଁମାନେ କି ପ୍ରାୟତଃ ହେଲମେଟ୍‌ ପିନ୍ଧି ନ ଥାନ୍ତି। ହେଲମେଟ୍‌ ପିନ୍ଧି ବାଇକ୍‌ ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ହ୍ରାସ କରିହେବ ବୋଲି ସଡକ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି।

ଜେଇଇ ମେନ୍‌ ଫଳ ପ୍ରକାଶିତ: ପ୍ରଥମ ର଼୍ୟାଙ୍କରେ ଆନ୍ଧ୍ରପ୍ରଦେଶର ସୁରଜକ୍ରିଷ୍ଣା

ଜେଇଇ ମେନ୍‌ ଫଳ ପ୍ରକାଶିତ: ପ୍ରଥମ ର଼୍ୟାଙ୍କରେ ଆନ୍ଧ୍ରପ୍ରଦେଶର ସୁରଜକ୍ରିଷ୍ଣା

ଭୁବନେଶ୍ୱର, ୩୦।୪(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେଶନ୍‌(ଜେଇଇ) ମେନ୍‌ ୨୦୧୮ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାର ସୁରଜ କ୍ରିଷ୍ଣା ଭୋଗୀ ସର୍ବଭାରତୀୟ ର଼୍ୟାଙ୍କ୍‌ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଆନ୍ଧ୍ରପ୍ରଦେଶର କେଭିଆର ହେମନ୍ତ କୁମାର ଚୋଡିପିଲି ଦ୍ୱିତୀୟ ଏବଂ ରାଜସ୍ଥାନର ପାର୍ଥ ଲାଟୁରିଆ ତୃତୀୟ ସ୍ଥାନରେ ଅଛନ୍ତି। ଛାତ୍ରୀଛାତ୍ରମାନେ ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା jeemain.nic.inରେ ସେମାନଙ୍କ ର଼୍ୟାଙ୍କ ଦେଖିପାରିବେ।

ମା’ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

ମା’ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

ବାଲିଅନ୍ତା, ୩୦।୪(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ୫ ନମ୍ବର ଓ୍ବାର୍ଡ ଅଧୀନ ମଞ୍ଚେଶ୍ୱର ଗ୍ରାମର ଇଷ୍ଟଦେବୀ ମା’ ଜାଗୁଳାଇଙ୍କ ନବନିର୍ମିତ ମନ୍ଦିର, ପାର୍ଶ୍ୱଦେବୀଙ୍କ ପ୍ରତିଷ୍ଠା ଓ ମନ୍ଦିର ପ୍ରବେଶ ଉପଲକ୍ଷେ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଶିଶୁ ଶ୍ରମ ବିରୋଧୀ ଦିବସ

ଶିଶୁ ଶ୍ରମ ବିରୋଧୀ ଦିବସ

ବାଲିଅନ୍ତା, ୩୦।୪(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଭିଙ୍ଗାରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିକକ୍‌’ ପକ୍ଷରୁ ସୋମବାର ଶିଶୁ ଶ୍ରମ ବିରୋଧୀ ଦିବସ ପାଳିତ ହୋଇଯାଇଛି।

ବିଧାନସଭା ପ୍ରଶ୍ନୋତ୍ତର: ୪୦ ଆଇଏଏସ୍‌, ୭୩ ଆଇପିଏସ୍‌, ୫୯ ଆଇଏଫ୍‌ଏସ୍‌ ପଦବୀ ଖାଲି

ବିଧାନସଭା ପ୍ରଶ୍ନୋତ୍ତର: ୪୦ ଆଇଏଏସ୍‌, ୭୩ ଆଇପିଏସ୍‌, ୫୯ ଆଇଏଫ୍‌ଏସ୍‌ ପଦବୀ ଖାଲି

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୪୦ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ୭୩ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ୫୯ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‌ଏସ୍‌) ପଦବୀ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଜପା ସଭ୍ୟ ଦିଲୀପ ରାୟଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ରଖିଛନ୍ତି।

୪ ବର୍ଷରେ ରାଜପଥ ଡକାୟତି ସଂଖ୍ୟା ୨୯୬

୪ ବର୍ଷରେ ରାଜପଥ ଡକାୟତି ସଂଖ୍ୟା ୨୯୬

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟରେ ଗତ ୪ ବର୍ଷରେ ୨୯୬ଟି ରାଜପଥ ଡକାୟତି ଘଟଣା ଘଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ସ୍ବାଧିନସଭ୍ୟ ସନାତନ ମହାକୁଡ଼ ପ୍ରଶ୍ୱରେ ଏହି ଉତ୍ତର ରଖାଯାଇଛି।

ବୁଦ୍ଧ ପୂର୍ଣ୍ଣିମାରେ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

ବୁଦ୍ଧ ପୂର୍ଣ୍ଣିମାରେ ଉତ୍ସବମୁଖର ପ୍ରାଚୀ ଉପତ୍ୟକା

କାକଟପୁର, ୩୦।୪(ଡି.ଏନ୍‌.ଏ.): ସୋମବାର ପବିତ୍ର ବୈଶାଖ ପୂର୍ଣ୍ଣିମା। ଏହା ସହ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ। ଏଥିପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ପ୍ରାତଃରୁ ଉତ୍ସବମୁଖର ହୋଇପଡ଼ିଛି। ବୌଦ୍ଧପୀଠ କୁରୁମ, ସଭାମଣ୍ଡପ, ଲତାହରଣ, ନିଭରଣ ପ୍ରଭୃତି ସ୍ଥାନରେ ପୂଜା ପାଇଆସୁଥିବା ବୁଦ୍ଧଦେବଙ୍କ ମୂର୍ତ୍ତିକୁ ଭକ୍ତମାନେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ଅଫିସ/ରାଉରକେଲା,୩୦।୪: ରାଉରକେଲା ଓଜନମାପ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ବିଶ୍ୱାଳଙ୍କ ଭୁବନେଶ୍ୱରସ୍ଥିତ ପୋଖରୀପୁଟଠାରେ ଥିବା ୩ ମହଲା କୋଠା, ଖୋର୍ଦ୍ଧା ଜିଲା ନିମିକ୍ଷେତ ଗ୍ରାମରେ ଥିବା ଘର ଓ ଭୁବନେଶ୍ୱର ପାତ୍ରପଡ଼ା ଠାରେ ଥିବା ସମ୍ପର୍କୀୟଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଏକକାଳିନ ଯାଞ୍ଚ କରାଯାଉଛି।

ବିଧାନସଭା ପ୍ରଶ୍ନୋତ୍ତର:  ଅବକାରୀ, ରାଜସ୍ବ ବିଭାଗରେ ପଦବୀ ଖାଲି

ବିଧାନସଭା ପ୍ରଶ୍ନୋତ୍ତର: ଅବକାରୀ, ରାଜସ୍ବ ବିଭାଗରେ ପଦବୀ ଖାଲି

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅବକାରୀ ବିଭାଗରେ ସଂଖ୍ୟାଧିକ ପଦବୀ ଖାଲି ପଡ଼ିଛି। ବିଜେଡି ସଭ୍ୟ ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପ୍ରଦତ୍ତ ଉତ୍ତରରୁ ଏହା ଜଣାପଡ଼ିଛି।

ସାଲେପୁର ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ଭାଜପା

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ସାଲେପୁର ନାବାଳିକା ବଳାତ୍କାର ଘଟଣା ନେଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଦାବିରେ ଭାଜପା ରାସ୍ତାକୁ ଓହ୍ଲାଇଛି। ସୋମବାର କର୍ମୀମାନେ ଦଳୀୟ କାର୍ଯ୍ୟାଳୟଠାରୁ ବାହାରି ରାମ ମନ୍ଦିର ଛକରେ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ନେଇ ଦାବି କରିଥିଲେ।

ସାଲେପୁର ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ସାଲେପୁର ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ସାଲେପୁର ନାବାଳିକା ବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦୁଖଃ ପ୍ରକାଶ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।