ମେଟ୍ରୋ

କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ

କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ

ପୁରୀ ଅଫିସ,୧୯ା୬: କୋଟି କୋଟି ଓଡ଼ିଆଙ୍କ ଲୋକପ୍ରିୟ ଭଜନ ଆହେ ନୀଳଶୈଳକୁ ବିକୃତ ଭାବେ ଗାଇ ବିବାଦରେ ଫସିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଏହାର ପ୍ରତିବାଦରେ ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାସ ମଙ୍ଗଳବାର ସ୍ବର୍ଗଦ୍ୱାର ଠାରେ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଣଦୌଡ଼

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଣଦୌଡ଼

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ମୋ ପ୍ରୟାସକୁ ଅସହଯୋଗ କରାଯାଇଛି: ଧର୍ମେନ୍ଦ୍ର

ମୋ ପ୍ରୟାସକୁ ଅସହଯୋଗ କରାଯାଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉପସାଗରୀୟ ଦେଶଗୁଡିକର ପୁଞ୍ଜିନିବେଶ ନେଇ ସେ କରୁଥିବା ପ୍ରୟାସକୁ ଅସହଯୋଗ କରାଯାଇଛି। ଏହି ମର୍ମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ରଥଯାତ୍ରା ନେଇ ଡିଜିପିଙ୍କ ସମୀକ୍ଷା: ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ

ରଥଯାତ୍ରା ନେଇ ଡିଜିପିଙ୍କ ସମୀକ୍ଷା: ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ

ପୁରୀ ଅଫିସ,୧୯।୬: ଜୁଲାଇ ୧୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୃଙ୍ଖଳିତ ରଥଯାତ୍ରା ନେଇ ପୋଲିସ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଆର୍‌. ପି. ଶର୍ମା ମଙ୍ଗଳବାର ଜିଲା ପୋଲିସ ମୁଖ୍ୟାଳୟରେ ରଥଯାତ୍ରାର ସମୀକ୍ଷା କରୁଛନ୍ତି।

ରଥଯାତ୍ରାରେ ଡାକ୍ତରଙ୍କ ବିନା ପରାମର୍ଶରେ ଭକ୍ତଙ୍କୁ ଦିଆଯିବ ନାହିଁ କୌଣସି ଔଷଧ

ରଥଯାତ୍ରାରେ ଡାକ୍ତରଙ୍କ ବିନା ପରାମର୍ଶରେ ଭକ୍ତଙ୍କୁ ଦିଆଯିବ ନାହିଁ କୌଣସି ଔଷଧ

ପୁରୀ ଅଫିସ,୧୯ା୬: ଜୁଲାଇ ୧୪ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଜିଲା ସ୍ବାସ୍ଥ୍ୟ ସମିତି ଏବଂ ଏନ୍‌ଜିଓଙ୍କୁ ନେଇ ଏକ ସମନ୍ବୟ ବୈଠକ ସିିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିିିଡିଏମ୍‌ଓ ହରପ୍ରସାଦ ପଟ୍ଟନାୟକ, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ) ଭାସ୍କର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଅଛନ୍ତି।

ନିଯୁକ୍ତ ହେଲେ ଚାନ୍ଦବାଲି ବ୍ଲକ, ନଗର ବିଜେଡି ସଭାପତି

ନିଯୁକ୍ତ ହେଲେ ଚାନ୍ଦବାଲି ବ୍ଲକ, ନଗର ବିଜେଡି ସଭାପତି

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବିଜୁ ଜନତା ଦଳର ସଭାପତି ଭାବେ ଭଦ୍ରକ ଜିଲା ପରିଷଦ ସଭାପତି ଦ୍ୱିଜବର ରାଉତଙ୍କୁ ଦଳର ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ନିଯୁକ୍ତ କରିଛନ୍ତି।

ବିପର୍ଯ୍ୟୟ ପରିଚାଳନା ନେଇ ଜିଲା ସ୍କୁଲରେ ମକ୍‌ଡ୍ରିଲ

ବିପର୍ଯ୍ୟୟ ପରିଚାଳନା ନେଇ ଜିଲା ସ୍କୁଲରେ ମକ୍‌ଡ୍ରିଲ

ପୁରୀ ଅଫିସ,୧୯ା୬ : ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା) ପକ୍ଷରୁ ଜିଲାରେ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ଆପତ୍ତକାଳନୀ ସେବା ଯୋଗାଇ ଦେବା ନିମନ୍ତେ ଜିଲାରେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ(ମକ୍‌ ଡ୍ରିଲ୍‌) ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଅଗ୍ନିକାଣ୍ଡରେ ୩ ଦୋକାନ ଜଳିଗଲା

ଅଗ୍ନିକାଣ୍ଡରେ ୩ ଦୋକାନ ଜଳିଗଲା

ଫୁଲନଖରା, ୧୯ା୬(ଡି.ଏନ୍‌.ଏ.): କଟକ ସଦର ଥାନା ବାରଙ୍ଗ ବ୍ଲକ ଉଷୁମା ପଞ୍ଚାୟତର ଦକ୍ଷିଣଉଷୁମା ବଜାରରେ ମଙ୍ଗଳବାର ୧୧ଟାରେ ଅଗ୍ନିକାଣ୍ଡ ଘଟି ୩ ଦୋକାନ ଜଳିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି।

ସେବାୟତଙ୍କ ମଧ୍ୟରେ ବିବାଦ: ଉପବାସ ରହିଲେ ଅଲାରନାଥ

ସେବାୟତଙ୍କ ମଧ୍ୟରେ ବିବାଦ: ଉପବାସ ରହିଲେ ଅଲାରନାଥ

ବ୍ରହ୍ମଗିରି,୧୯।୬(ଡି.ଏନ୍‌.ଏ.): ସେବାୟତଙ୍କ ବିବାଦ ନେଇ ମଙ୍ଗଳବାର ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ନିତିରେ ବିଭ୍ରାଟ ଦେଖାଦେଇଛି। ବଲ୍ଲଭ ଭୋଗ ନ ହେବାରୁ ନୀତିରେ ବିଳମ୍ବ ହୋଇଛି।

୪ ଦିନ ଧରି ବଜାର ବନ୍ଦ: ଲୋକେ ହନ୍ତସନ୍ତ

୪ ଦିନ ଧରି ବଜାର ବନ୍ଦ: ଲୋକେ ହନ୍ତସନ୍ତ

କଣ୍ଟାପଡା,୧୯।୬(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ବଜାରରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ବ୍ୟବସାୟୀଙ୍କ ଦ୍ୱାରା କରାଯାଇଥିବା ବଜାର ବନ୍ଦ ଚତୁର୍ଥ ଦିନ ଲାଗି ଜାରି ରହିଛି। ଦୋକାନ ବଜାର ଖୋଲିବାପାଇଁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଲୋକ ପ୍ରତିନିଧି, ଗୋବିନ୍ଦପୁର ଥାନାଧିକାରୀ ଓ ସ୍ଥାନୀୟ ଅଞ୍ଚଳର କିଛି ମୁରବୀଙ୍କୁ ନେଇ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।

ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ବେଗୁନିଆ,୧୯।୬(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଧୀନ ଡିଙ୍ଗର ଗ୍ରାମରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ପରିବାରର ୧୨ ବଖରା ଜଳିଯାଇଛି। ଅଗ୍ନିବିପନ୍ନଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି।

ନୌବିହାରକୁ ଶୃଙ୍ଖଳିତ କରିବା ଦାବି

ନୌବିହାରକୁ ଶୃଙ୍ଖଳିତ କରିବା ଦାବି

ପୁରୀ ଅଫିସ, ୧୯ା୬: ଚିଲିକାରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ନାବାଳକ ରହିଛନ୍ତି।

ମାଟି ମାଆର ପୂଜା

ମାଟି ମାଆର ପୂଜା

ପୁରୀ ଅଫିସ, ୧୯ା୬: ରଜ ପର୍ବ ଅବସରରେ ଗତ ଶୁକ୍ରବାର ପୁରୀ ଜିଲା ଗଡ଼ମୃଗଶିରା ପଞ୍ଚାୟତ ପାଟ୍ଟଯୋଶୀପୁର ଗ୍ରାମରେ ମାଟି ମାଆର ପୂଜା କରାଯାଇଥିଲା। ପ୍ରେରଣା ସେବା ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ଉଦ୍ୟମରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ମାଟି ମାଆ ଧରିତ୍ରୀ ଦେବୀଙ୍କୁ ଧୂପ, ଦୀପ, ଫୁଲ, ବିଭିନ୍ନ ପ୍ରକାର ଫଳମୂଳ, ମିଷ୍ଠାନ ପୂଜାର୍ପଣ କରାଯାଇଥିଲା।

କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରାଉ

କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରାଉ

ପୁରୀ ଅଫିସ, ୧୯ା୬: ବଳିଆପଣ୍ଡା ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗକାରୀଙ୍କୁ ଜଣେ ପୋଲିସ ଏଏସଆଇ ମାଡ଼ ମାରିଥିଲେ। ସମ୍ପୃକ୍ତ ଏଏସଆଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ବସ୍ତି ସୁରକ୍ଷା ମଞ୍ଚ, ନିଖିଳ ଓଡ଼ିଶା ଚିତ୍ରକର ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ, ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ସଂଗଠନ ଏବଂ ଟିୟୁସିଆଇର ଶତାଧିକ କର୍ମୀ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିସହିତ ଏକ ଦାବିପତ୍ର ଏସ୍‌ପିଙ୍କୁ ପ୍ରଦାନ କରିଥିଲେ।

ଚାବି ନ ଥାଇ ରତ୍ନଭଣ୍ଡାର ଖୋଲିବା ଡ୍ରାମା ଜିଲାପାଳ, ପ୍ରଦୀପ ଜେନାଙ୍କ ନାଁରେ ମାମଲା

ଚାବି ନ ଥାଇ ରତ୍ନଭଣ୍ଡାର ଖୋଲିବା ଡ୍ରାମା ଜିଲାପାଳ, ପ୍ରଦୀପ ଜେନାଙ୍କ ନାଁରେ ମାମଲା

ପୁରୀ ଅଫିସ, ୧୯ା୬: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ଲାଗିଥିବା ଚର୍ଚ୍ଚା ଓ ବିବାଦ ଥମୁନାହିଁ। ଭକ୍ତଙ୍କ ମଧ୍ୟରେ ଦିନକୁ ଦିନ ବିରୋଧର ସ୍ବର ଶାଣିତ ହେବାରେ ଲାଗିଛି।

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)-ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜନ କରି ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଥିବା ଓଡ଼ିଶା ଏବେ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର ଆୟୋଜକ ଭାବେ ଇତିହାସ ରଚିବାକୁ ଯାଉଛି।

ଜାତୀୟ ଜଳବାୟୁ ଚାମ୍ପିୟନ ଆଖ୍ୟା ପାଇଲେ ଓଡ଼ିଶାର ସାତ୍ତ୍ୱିକ

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସୋସିଓଲୋଜି ବିଭାଗ ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ତରଫରୁ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ’ ଶ୍ରୀର୍ଷକ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ବସ୍ତି ପିଲାଙ୍କ ପାଇଁ ଆଧାର କାର୍ଡ ଆବେଦନ ଶିବିର

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ଆଶଁାୟେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବସ୍ତିର ଅବହେଳିତ ପିଲାଙ୍କ ପାଇଁ ଆଧାର କାର୍ଡ ଆବେଦନ ଶିବିର ଆୟୋଜିତ ହୋଇଯାଇଛି।

‘ଆର୍ଟ ପିଲ୍‌ଗ୍ରୀମ୍‌’ ଉଦ୍‌ଯାପିତ

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ବନାରସର ଆନନ୍ଦ ବନ ଚିତ୍ରକଳା ସଙ୍ଗଠନର ୨୦ଜଣ ଶିଳ୍ପୀଙ୍କୁ ନେଇ ପୁରୀଠାରେ ଆୟୋଜିତ ହୋଇଥିବା କଳା ଶିବିର ‘ଆର୍ଟ ପିଲ୍‌ଗ୍ରୀମ୍‌’ର ଉଦ୍‌ଯାପନୀ ସମାରୋହ ସୋମବାର ଟଙ୍କପାଣି ରୋଡ୍‌ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରି ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଚିଟ୍‌ଫଣ୍ଡ୍‌ ମାମଲାର ସମୀକ୍ଷା କଲେ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ) - ଚିଟ୍‌ଫଣ୍ଡ୍‌ ମାମଲାର ସମୀକ୍ଷା ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା। ସୋମବାର ସକାଳେ ସେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା।

ହକି ବିଶ୍ୱକପ୍‌ରେ ଅତିଥିଙ୍କ ପାଇଁ ମଦ ବ୍ୟବସ୍ଥାକୁ ବିରୋଧ

ହକି ବିଶ୍ୱକପ୍‌ରେ ଅତିଥିଙ୍କ ପାଇଁ ମଦ ବ୍ୟବସ୍ଥାକୁ ବିରୋଧ

ଭୁବନେଶ୍ୱର,୧୯ା୬(ବ୍ୟୁରୋ)- ନଭେମ୍ବର ୨୮ରୁ ଆରମ୍ଭ ହେଉଛି ହକି ବିଶ୍ୱକପ୍‌। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିଶ୍ୱକପ୍‌ ପାଇଁ ବିଦେଶରୁ ଆସୁଥିବା ସ୍ବତନ୍ତ୍ର ଅତିଥିଙ୍କ ପାଇଁ ମଦ ବ୍ୟବସ୍ଥା କରାଯାଇଛି।

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ଆମ ଶିକ୍ଷା ପରିବେଶରେ ସମସ୍ତ ଭଲ ଜିନିଷ ଯେପରିକି ଶିକ୍ଷା ପ୍ରଣାଳୀ ହେଉ କିମ୍ବା କିଛି ନୂତନ ତଥା ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିଲ ସ୍ବରୂପ ଇଂଲିଶ୍‌ ମିଡିୟମ ସ୍କୁଲ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

‘ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ନିଜ ଗାଁର ଭାବି ନ୍ୟାୟ ଦେବାକୁ ଗୁରୁତ୍ୱ ଦେଇଥାଏ’ ୧୯୮୭ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ ଡ. ଉଦ୍ଧବ ଚନ୍ଦ୍ର ମାଝି। କଳାହାଣ୍ଡିରୁ ଟ୍ରେନିଂ ରିଜର୍ଭ ଅଫିସର ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁ ଶ୍ରମିକ ଉଦ୍ଧାର: ଘରେ ରଖି ନିର୍ଯାତନା ଦେଉଥିଲେ ଡିସିପିଓ

ଭୁବନେଶ୍ୱର,୧୯।୬ (ବ୍ୟୁରୋ)- ଜଣେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ୮ବର୍ଷର ଜଣେ ନାବାଳିକାଙ୍କୁ ନିଜ ଘରେ ରଖି ନିର୍ଯାତନା ଦେଇ ଆସୁଥିବା ଘଟଣା ପଦାକୁ ଆସିଛି। ପୋଲିସ ଓ ଚାଇଲ୍ଡ ଲାଇନ ଉକ୍ତ ନାବାଳିକାଙ୍କୁ ରବିବାର ରାତିରେ ଭୁବନେଶ୍ୱର ଷ୍ଟେଶନରୁ ଉଦ୍ଧାର କରିଛି।