ମେଟ୍ରୋ

ଅଭିଯୋଗକାରୀଙ୍କୁ ପୋଲିସର ମାଡ଼ ଅଭିଯୋଗ

ଅଭିଯୋଗକାରୀଙ୍କୁ ପୋଲିସର ମାଡ଼ ଅଭିଯୋଗ

ପୁରୀ ଅଫିସ,୧୮।୬ : ଅଭିଯୋଗ କରିବାକୁ ଥାନାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼। ନ୍ୟାୟ ଦେବା ବଦଳରେ ଜଣେ ପୋଲିସ ଏଏସ୍‌ଆଇ ନିସ୍ତୁକ ମାଡ଼ ମାରିଥିବା ରବିବାର ଅଭିଯୋଗ ହୋଇଛି। ବଳିଆପଣ୍ଡା ଥାନାରେ ଘଟିଛି ଏଭଳି ଅମାନବୀୟ ଘଟଣା।

ଦ୍ୱିତୀୟ ଭୂଇଁ ଛ କାଠ ଉଠିଲା

ପୁରୀ ଅଫିସ, ୧୮।୬: ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ଏବେ ରଥଖଳା। ଦାରୁବିଗ୍ରହଙ୍କ ରଥ ନିର୍ମାଣରେ ବ୍ୟସ୍ତ ସମ୍ପୃକ୍ତ ସେବକ। ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶାନୁସାରେ ଚାଲିଛି ରଥ ନିର୍ମାଣ। ଆନନ୍ଦ ମନରେ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି ସମସ୍ତେ। ରବିବାର ପ୍ରଥମ ଭୂଇଁର ଚଉଦ ନାହାକା ବୁଲିସାରିବା ପରେ ପ୍ରଥମ ଭୂଇଁ ଟୁଙ୍ଗୁରା ଯାଇଥିଲା।

ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ପୀଠରେ କନ୍ୟାଚୋରି ନୀତି : ପାର୍ବତୀଙ୍କୁ ଚୋରି କଲେ ହର

ପୁରୀ ଅଫିସ,୧୮।୬: ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ପୀଠରେ ରବିବାର କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପଞ୍ଚ ମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ସୋମବାର ପାର୍ବତୀଙ୍କୁ ହର ବିବାହ କରିବେ। ଅନ୍ୟପକ୍ଷରେ ମଙ୍ଗଳବାର ପାଳିତ ହେବ ପବିତ୍ର ଶୀତଳ ଷଷ୍ଠୀ।

୫ଟି ପ୍ରଶ୍ନ: ଉଦୀୟମାନ କ୍ରିକେଟିୟର ରାଜେଶ ଧୂପର

ବୟସ ଏବେ ୨୨ବର୍ଷ। ହେଲେ ରାଜ୍ୟ ସିନିୟର କ୍ରିକେଟ ଦଳରେ ସେ ଜଣେ ନିୟମିତ ଖେଳାଳି। ଉଇକେଟ କିପିଂ ସହ ଓପନିଂ ଦାୟିତ୍ୱ ସମ୍ଭାଳିବାରେ ସେ ସିଦ୍ଧହସ୍ତ। ଆସନ୍ତା ଜୁନ ୨୪ରୁ ବେଙ୍ଗାଲୁରୁରେ ହେବାକୁ ଥିବା ଏନ୍‌ସିଏ (ନ୍ୟାଶନାଲ କ୍ରିକେଟ ଏକାଡେମୀ) ୨୩ବର୍ଷରୁ କମ୍‌ ଜାତୀୟ ଶିବିରରେ ଓଡ଼ିଶାର ଏକମାତ୍ର ଖେଳାଳିଭାବେ ସେ ଯୋଗଦେବେ।

ନାବାଳିକାଙ୍କୁ ବଳାତ୍କାର : ଅଭିଯୁକ୍ତଙ୍କୁ ଛାଡ଼ିଦେଲା ପୋଲିସ

ନାବାଳିକାଙ୍କୁ ବଳାତ୍କାର : ଅଭିଯୁକ୍ତଙ୍କୁ ଛାଡ଼ିଦେଲା ପୋଲିସ

ଭୁବନେଶ୍ୱର, ୧୮।୬(ବ୍ୟୁରୋ)- ଭୀମଟାଙ୍ଗୀ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରବିବାର ସନ୍ଧ୍ୟାରେ ବଳାତ୍କାର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଥାନାକୁ ଉଠାଇ ଆଣିଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଥାନାର ଜଣେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ନୀତି ସବ୍‌ କମିଟି ବୈଠକ

ପୁରୀ ଅଫିସ, ୧୮।୬- ସ୍ନାନ ମଣ୍ଡପରେ କୌଣସି ଭକ୍ତ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ମହାପ୍ରଭୁଙ୍କ ପହଣ୍ଡିବିଜେ କିମ୍ବା ସ୍ନାନବେଦିରେ ଦର୍ଶନାର୍ଥୀ ଯେପରି ଶ୍ରୀବିଗ୍ରହଙ୍କୁ ନ ଛୁଇଁବେ ତାହା ଉପରେ ନଜର ରଖାଯିବ। ସେଥିପାଇଁ କଡ଼ା ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରିବାକୁ ନୀତି ସବ୍‌କମିଟି ବୈଠକରେ ଆଲୋଚନା ହୋଇଛି।

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁାରେ ଦେଢ଼ଲକ୍ଷ ଠକେଇ

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁାରେ ଦେଢ଼ଲକ୍ଷ ଠକେଇ

ଭୁବନେଶ୍ୱର, ୧୮।୬(ବ୍ୟୁରୋ)- ରାଷ୍ଟ୍ରପତିଙ୍କୁ ଦେଖା କରି ସମସ୍ୟା ଜଣାଅ। ସେ ତୁମ ସମସ୍ୟା ଦୂର କରିଦେବେ। ଘର କରିବା ଲାଗି ଖଣ୍ଡେ ଜାଗା ମଧ୍ୟ ଦେଇଦେବେ। ମୋର ରାଷ୍ଟ୍ରପତିଙ୍କ ଅଫିସ ସହ ସିଧାସଳଖ ସମ୍ପର୍କ ଅଛି। ସେଠାରେ ଥିବା ସାହୁ ବାବୁ ମୋର ଖାସ୍‌ ଲୋକ। ସେ ରାଷ୍ଟ୍ରପତିଙ୍କ ଭଲମନ୍ଦ ବୁଝନ୍ତି।

ଲୁଟେରା ଗ୍ୟାଙ୍ଗ୍‌ ଠାବ

ଭୁବନେଶ୍ୱର, ୧୮।୬(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା କଳାରାହାଙ୍ଗ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ୨ ଡକାୟକଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ରବିବାର ରାତିରେ ଧରିଛି। ଅନ୍ୟ ୨ଜଣ ଡକାୟତ ଖସି ଯାଇଥିବା ଜଣାପଡିଛି। ସେମାନଙ୍କୁ ପୋଲିସ ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସରକାରୀ ଜମିରେ ମନ୍ଦିର ନିର୍ମାଣକୁ ନେଇ ଉତ୍ତେଜନା

ବାଲିଅନ୍ତା, ୧୮।୬(ଡି.ଏନ.ଏ.)- ସରକାରୀ ଜମିରେ ମନ୍ଦିର ନିର୍ମାଣକୁ ନେଇ ବାଲିଅନ୍ତା ଥାନା ଅଧୀନ ଅରିଙ୍ଗଳ ଓ ଚିଙ୍ଗୁଡିଆ ଗ୍ରାମ ମଧ୍ୟରେ ଶନିବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଅରିଙ୍ଗଳ ଗ୍ରାମରେ ପୋଲିସ ମୁତୟନ କରାଯାଇଛି।

ଗୋଟିଏ ମଣ୍ଡପରେ ବିବାହ କଲେ ସୋମନାଥ, ଲୋକନାଥ

ବାରଙ୍ଗ, ୧୭।୬(ଡି.ଏନ.ଏ.)- ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥିତ ସ୍ଥାନୀୟ ଅଞ୍ଚଳର ସର୍ବପୁରାତନ ଶୈବପୀଠ ସୋମନାଥ ମନ୍ଦିରରେ ଶିବ ବିବାହ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଗଁାର ମହିଳାମାନେ ସନ୍ଧ୍ୟା ପୂର୍ବରୁ ବିରାଟ ପଟୁଆରରେ ଯାଇ ପାଣିତୋଳା କାମ ସମ୍ପନ୍ନ କରିଥିଲେ।

ରଘୁନାଥପୁର ରଜ ମହୋତ୍ସବ ଉଦ୍‌ଯାପିତ

ବାରଙ୍ଗ, ୧୮।୬(ଡି.ଏନ.ଏ.)- ରଘୁନାଥପୁର ରଜମହୋତ୍ସବ ଶନିବାର ବିଳମ୍ବିତ ରାତିରେ ଉଦ୍‌ଯାପିତ ହୋଇଯାଇଛି। ରଘୁନାଥପୁର ଗ୍ରାମର ପିଲାମାନଙ୍କୁ କବାଡି, ତାସ, ଲୁଡ, ନୃତ୍ୟ, ଗୀତ, ଦୋଳିଖେଳ, ରଜଗୀତ, ପାନ ଭାଙ୍ଗିବା, ପୋଡପିଠା, କୁଇଜ୍‌ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ହାତ ଧରିଲେ ଦେବ ଦମ୍ପତି

ପୁରୁଣା ଭୁବନେଶ୍ୱର, ୧୮।୬(ଡି.ଏନ.ଏ.)- ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ଶୀତଳଷଷ୍ଠୀର ଅବ୍ୟବହିତ ପୂର୍ବରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ ହେଲା। ରବିବାର ବିଳମ୍ବିତ ରାତିରେ ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ କେଦାରଗୌରୀ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ ପାଳିତ

ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ ପାଳିତ

ଭୁବନେଶ୍ୱର, ୧୮।୬(ବ୍ୟୁରୋ)- ୟୁନିଟ୍‌-୮ସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଛାତ୍ରୀଛାତ୍ର ମାନସିକ ସ୍ତରରେ ଦୃଢ଼ ହେବା ଜରୁରୀ

ଭୁବନେଶ୍ୱର, ୧୮।୬(ବ୍ୟୁରୋ)- କନ୍‌ଫେଡେରେଶନ ଅଫ୍‌ ଓଡ଼ିଶା ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଶିଶୁମାନଙ୍କ ନିରାପତ୍ତା ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଥିଲା।

ଗଛକୁ ପିଟିଲା କାର୍‌: ଗୋଟିଏ ପରିବାରର ୨ ଗୁରୁତର

ଗଛକୁ ପିଟିଲା କାର୍‌: ଗୋଟିଏ ପରିବାରର ୨ ଗୁରୁତର

ଗୋପ,୧୮।୬(ଡି.ଏନ୍‌.ଏ.): ଗୋପ-କୋଣାର୍କ ରାସ୍ତାର ବନଖଣ୍ଡ ନିକଟରେ ସୋମବାର ଭୋର ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବା ଯୋଗୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଭାଷା ଆୟୋଗ ଗଠନ ଦାବି ଜୋର୍‌ ଧରିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-୧୯୫୪ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ଏହି ଆଇନକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଭାଷା ଆୟୋଗ ଗଠନ କରିବା ପରିବର୍ତ୍ତେ କେବଳ ନାମଫଳକ ଲେଖିବା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ଘୋଷଣା କରି ଲୋକଙ୍କୁ ବୋକା ବନାଉଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ରାଷ୍ଟ୍ରପତିଙ୍କୁ ଦେଖା କରି ସମସ୍ୟା ଜଣାଅ। ସେ ତୁମ ସମସ୍ୟା ଦୂର କରିଦେବେ। ଘର କରିବା ଲାଗି ଖଣ୍ଡେ ଜାଗା ମଧ୍ୟ ଦେଇଦେବେ। ମୋର ରାଷ୍ଟ୍ରପତିଙ୍କ ଅଫିସ ସହ ସିଧାସଳଖ ସମ୍ପର୍କ ଅଛି। ସେଠାରେ ଥିବା ସାହୁ ବାବୁ ମୋର ଖାସ୍‌ ଲୋକ। ସେ ରାଷ୍ଟ୍ରପତିଙ୍କ ଭଲମନ୍ଦ ବୁଝନ୍ତି।

ମହାରାଷ୍ଟ୍ରରେ ଖୋଲିବ କିସ୍‌ ଶାଖା

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ଖୋଲିବ କିସ୍‌-ମହାରାଷ୍ଟ୍ର ଶାଖା। ଏଥିପାଇଁ ମହାରାଷ୍ଟ୍ରର ପାଲଘର ଜିଲା ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗ୍ରାମରେ କିସ୍‌-ମହାରାଷ୍ଟ୍ର ଶାଖା ‘ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ’ର ଭୂମିପୂଜନ ରବିବାର ଅନୁଷ୍ଠିତ ହୋଇଯାଇଛି।

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶହୀଦନଗର ପୋଲିସ ଅଭିଯୁକ୍ତ ବସନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବସନ୍ତଙ୍କ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରେ। ସେ ଶହୀଦନଗର ଥାନା ଅନ୍ତର୍ଗତ ବାୟାବାବା ବସ୍ତିରେ ରୁହନ୍ତି।

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ପାଇଖାନା ଟାଙ୍କି ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ପାଣି ପାଇପ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ରବିବାର ଏହି ଅଘଟଣ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଭଣ୍ଡାରିଡିହ ଅଞ୍ଚଳର ଜୟନ୍ତ ମହାନ୍ତି(୪୫)।

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

କାକଟପୁର,୧୭।୬(ଡି.ଏନ୍‌.ଏ.): ଅସ୍ତରଙ୍ଗ ବ୍ଲକ ଜିଉନ୍ତିି ଗ୍ରାମସ୍ଥିତ ଇଶ୍ୱରନାଥ ଶମ୍ଭୁ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପରମ୍ପରାନୁଯାୟୀ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

ଖୋର୍ଦ୍ଧା ଅଫିସ,୧୭।୬: ରବିବାର ଅପରାହ୍ନ ୪ଟାରେ ମାତ୍ର ୧୦ ମିନିଟର କାଳବୈଖାଖୀ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାଣ୍ଡବ କରିଛି। କାଳବେଶାଖୀ ପ୍ରଭାବରେ ତହସିଲ ଅନ୍ତର୍ଗତ ଟାଙ୍ଗିଆପଡା ପଞ୍ଚାୟତ ଉଇଲ୍‌କିଶନ ନଗର ଗହୀରରେ ଥିବା ମେଣ୍ଢାଶାଳ-ଖୋର୍ଦ୍ଧା ୨୨୦ କେଭି ଟାୱାର ଭାଙ୍ଗି ପଡିଛି ।

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

କାକଟପୁର,୧୭।୬(ଡି.ଏନ୍‌.ଏ.): ପ୍ରାଚୀ ଉପତ୍ୟକାର ବେଲପଡ଼ା ଗ୍ରାମର ଗ୍ରାମଦେବତୀ ମା’ ବୁଢ଼ିଆଣୀଙ୍କ ମନ୍ଦିର ପୁନଃନିର୍ମାଣ ଶେଷ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମନ୍ଦିରଟି ଭାଙ୍ଗି ମାଟିରେ ମିଶିଯାଇଥିଲା। ଏହାର ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ।

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଆୟୁଷ୍ମାନ ଯୋଜନାରେ ରାଜ୍ୟର ୯ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି। ଏହା ବ୍ୟତୀତ ରାଜ୍ୟ ସରକାର ଦେଇଥିବା କିଛି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିନାହିଁ କେନ୍ଦ୍ର। ଆୟୁଷ୍ମାନ ଯୋଜନା ଘୋଷିତ ହୋଇଥିଲେ ମଧ୍ୟ ଏହାର ରୂପରେଖ ସ୍ପଷ୍ଟ ହୋଇନାହିଁ।