ମେଟ୍ରୋ

ଉଠିଲା ବଡ଼ ଥଳି ପୋଟଳ

ଉଠିଲା ବଡ଼ ଥଳି ପୋଟଳ

ପୁରୀ ଅଫିସ, ୨୧ା୬: ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ ସହ ଅନ୍ୟାନ୍ୟ କାମ ଆଗେଇ ଚାଲିଛି। ଗୁରୁବାର ତିନିରଥର ତୃତୀୟ ଭୂଇଁ ଟୁଙ୍ଗୁରା ଯାଇଥିଲା। ପରେ ପୋଟଳ ପାଳେଣି, ପୋଟଳ ଖମ୍ବି, ପୋଟଳ ଓରା ଉପରକୁ ଉଠିଥିଲା। ଏହାପରେ ତିନିରଥର ପ୍ରଥମ ପରସ୍ତ ପୋଟଳ ତଥା ବଡ଼ଥଳି ପୋଟଳ ଉଠିଛି। ଏହାକୁ ପୋଟଳ ପାଳେଣି ଉପରେ ରଖାଯାଇଛି।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ)- କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବୁଧବାର ବିଳମ୍ବିତ ରାତିରେ ସୋନପୁର ଅଞ୍ଚଳରେ ଚଢଉ କରି ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଜବତ

ଭୁବନେଶ୍ୱର, ୨୧ା୬(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଦେଇ ଯାଇଥିବା ରେଳ ଧାରଣାରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ଭୁବନେଶ୍ୱର ଜିଆପି। ମହିଳା ଜଣକ ହେଉଛନ୍ତିି ମଞ୍ଚେଶ୍ୱର ଥାନା ଅର୍ନ୍ତଗତ ସମେଇଗଡିଆ ଅଞ୍ଚଳର ହରପ୍ରିୟା ମହାନ୍ତି(୪୫)।

ଋଣ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧ା୬(ବ୍ୟୁରୋ)- ଏକ ଘରୋଇ ବ୍ୟାଙ୍କରୁ ଋଣ ଠକେଇ ଅଭିଯୋଗରେ ଗୁରୁବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)।

ସାକ୍ଷୀଗୋପାଳରେ ଯୋଗ ଦିବସ ପାଳିତ

ସାକ୍ଷୀଗୋପାଳରେ ଯୋଗ ଦିବସ ପାଳିତ

ସାକ୍ଷୀଗୋପାଳ, ୨୧।୬(ଡି.ଏନ୍‌.ଏ.): ପତଞ୍ଜଳୀ ଯୋଗ ସମିତି ଓ ଭାରତ ସ୍ବାଭିମାନ ଶାଖାର ମିଳିତ ଆନୁକୂଲ୍ୟରେ ପୁରୀ ଜିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଗୁରୁବାର ପାଳିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, କେନ୍ଦ୍ରୀୟ ବିଦ୍ୟାଳୟକୁ ନୋଟିସ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, କେନ୍ଦ୍ରୀୟ ବିଦ୍ୟାଳୟକୁ ନୋଟିସ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଜୁନ୍‌ ୨୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରାଜଧାନୀରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଏହାକୁ ମାନି ନ ଥିଲା। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲା ଥିଲା।

ବିମାନବନ୍ଦରରୁ ସୁନା ଜବତ, ପ୍ରବାସୀ ଭାରତୀୟ ଅଟକ

ବିମାନବନ୍ଦରରୁ ସୁନା ଜବତ, ପ୍ରବାସୀ ଭାରତୀୟ ଅଟକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ସୁନା ଜବତ ହୋଇଛି। ଜଣେ ପ୍ରବାସୀ ଭାରତୀୟ ବ୍ୟାଙ୍କକ୍‌ରୁ ଏୟାର ଇଣ୍ଡିଆ ବିମାନ ଯୋଗେ ସୁନା ଆଣି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଥିଲେ।

ସମବାୟ ଆପଣଙ୍କ ଦ୍ୱାରରେ

ସମବାୟ ଆପଣଙ୍କ ଦ୍ୱାରରେ

ବାଲିଅନ୍ତା, ୨୧।୬(ଡି.ଏନ୍‌.ଏ.): ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜୟଦେବ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମବାୟ ଆପଣଙ୍କ ଦ୍ୱାରରେ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ବାଲିଅନ୍ତା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି।

ନିର୍‌ତାର କର୍ମଚାରୀ ସଂଘ ଅବୈଧ ଘୋଷିତ

କଣ୍ଟାପଡା, ୨୧।୬(ଡି.ଏନ୍‌.ଏ.): କେନ୍ଦ୍ର ଦିବ୍ୟାଙ୍ଗ ଜନ ସଶକ୍ତୀକରଣ ବିଭାଗ ଅଧୀନ ସ୍ଥାନୀୟ ଓଲଟପୁରସ୍ଥିତ ଏସ୍‌ଭି ନିର୍‌ତାର ଦିବ୍ୟାଙ୍ଗ ଗବେଷଣା କେନ୍ଦ୍ରରେ ଦୀର୍ଘଦିନ ଧରି ଟ୍ରେଡ୍‌ ୟୁନିୟନ ଅଧୀନରେ ଚାଲୁଥିବା ନିର୍‌ତାର କର୍ମଚାରୀ ସଂଘକୁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଅବୈଧ ଘୋଷଣା କରାଯାଇଛି।

ଥାନାରେ ଅଟକ ଯୁବକଙ୍କୁ ଛାଡ଼ିବା ପ୍ରତିବାଦରେ ରାସ୍ତା ଅବରୋଧ

ନିରାକାରପୁର, ୨୧।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ଖଜୁରିଆ ମୁସଲମାନ ସାହିର ୩ ଯୁବକ ବାଇକ୍‌ ଚୋରି ଅଭିଯୋଗରେ ନିରାକାରପୁର ଥାନାରେ ଅଟକ ଅଛନ୍ତି।

ସୋନା ମହାପାତ୍ର ଗାଇଥିବା ଆହେ ନୀଳଶଇଳକୁ ୟୁ ଟ୍ୟୁବ୍‌ରୁ ବାଦ୍‌ ଦିଆଯାଉ

ସୋନା ମହାପାତ୍ର ଗାଇଥିବା ଆହେ ନୀଳଶଇଳକୁ ୟୁ ଟ୍ୟୁବ୍‌ରୁ ବାଦ୍‌ ଦିଆଯାଉ

ପୁରୀ ଅଫିସ, ୨୧।୬(ଡି.ଏନ୍‌.ଏ.): ସୋନା ମହାପାତ୍ର କଦର୍ଥ କରି ଗାଇଥିବା ଆହେ ନୀଳଶଇଳ ଜଣାଣକୁ ୟୁ ଟ୍ୟୁବ୍‌କୁ ବାଦ୍‌ ଦେବାକୁ ଦାବି କରିଛି ସଚେତକ ନାଗରିକ ମଞ୍ଚ। ଏ ନେଇ ଗୁରୁବାର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟକୁ ମଞ୍ଚ ସ୍ମାରକପତ୍ର ପଠାଇଛି।

ମଙ୍ଗଳା କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ

ମଙ୍ଗଳା କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ

କାକଟପୁର, ୨୧।୬(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମଙ୍ଗଳା କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ନୂତନ ଗୃହ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ପୁରୀରେ ଯୋଗ ଦିବସ ପାଳିତ

ପୁରୀ ଅଫିସ, ୨୧।୬: ପୁରୀ ଜିଲାରେ ବିଭିନ୍ନ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଗୁରୁବାର ପାଳିତ ହୋଇଯାଇଛି। ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ହଲିଡେ ରିସର୍ଟଠାରେ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳା, ପୁରୁଷ ଯୋଗ ଦେଇଥିଲେ।

ରାସ୍ତାରେ ଆବର୍ଜନା ପାଣି: ଡ୍ରେନ୍‌ ନିର୍ମାଣ ଦାବିରେ ବସ୍ତି ବାସିନ୍ଦାଙ୍କ ରାସ୍ତାରୋକୋ

ରାସ୍ତାରେ ଆବର୍ଜନା ପାଣି: ଡ୍ରେନ୍‌ ନିର୍ମାଣ ଦାବିରେ ବସ୍ତି ବାସିନ୍ଦାଙ୍କ ରାସ୍ତାରୋକୋ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସ୍ଥାନୀୟ ସାଲିଆ ସାହିରେ ଗତ କିଛି ଦିନ ଧରି ଡ୍ରେନ ପାଣି ରାସ୍ତାରେ ଭାସୁଛି। ଫଳରେ ସାହିବାସିନ୍ଦା ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଏହାକୁ ବିରୋଧ କରିବା ସହ ଦୁଇ ଦଫା ଦାବିରେ ସାହିର ୪୦ରୁ ଊର୍ଦ୍ଧ୍ୱ ଲୋକେ ଗୁରୁବାର ଜୟଦେବ ବିହାର ଓ ଏକାମ୍ରକାନନ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଏକ ଘଣ୍ଟା ଧରି ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନା: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଲା ବାଘ, ପରେ ଆସିବ ଆଉ ୫

ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନା: ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଲା ବାଘ, ପରେ ଆସିବ ଆଉ ୫

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ବାଘକୁ ଅଣାଯାଇଛି। ବୁଧବାର ବିଳମ୍ବିତ ରାତିରେ ଏହି ବାଘ ଓଡ଼ିଶାରେ ପହଞ୍ଚଛି। ବହୁଦିନର ଅପରେସନ ପରେ ମଙ୍ଗଳବାର ଏହି ବାଘକୁ ଟ୍ରାଙ୍କୁଲାଇଜ କରି ଧରାଯାଇଥିଲା।

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ପୁରୀ ଅଫିସ, ୨୧।୬: ଗୋବର୍ଦ୍ଧନ ମଠାଧୀଶ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃତ୍ୱରେ ରହୁ ଶ୍ରୀମନ୍ଦିର। ଶଙ୍କରାଚାର୍ଯ୍ୟ ମୁଖ୍ୟ ପରାମର୍ଶଦାତା ଏବଂ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଉ।

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ପୁରୀ ଅଫିସ,୨୧।୬: ଇଚ୍ଛା ଥିଲେ କୌଣସି କାମ ବି ସହଜ ହୋଇଯାଏ। ନିଜ ଭିତରେ ଥିବା ଆଗ୍ରହ ସେହି କାମକୁ ପୂର୍ଣ୍ଣାଙ୍ଗ ରୂପ ଦିଏ, ଯାହାକୁ ପ୍ରମାଣିତ କରିଛନ୍ତି ଶ୍ରୀମନ୍ଦିରର ସୁଆର ସେବକ ବିଶ୍ୱଜିତ ପଣ୍ଡା।

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ପୁରୀ ଅଫିସ, ୨୧।୬: ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହି ଘଟଣାର ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଛି।

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ପୁରୀ ଅଫିସ,୨୧।୬: ଆସନ୍ତା ୨୮ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପକୁ ବିଜେ କରି ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ। ସ୍ନାନ ମଣ୍ଡପରେ ଠାକୁର ପହଞ୍ଚତ୍ବା ପରେ ଅଞ୍ଜନା ଖୁଣ୍ଟିରେ ରୁନ୍ଧା ହେବେ। ଏହି ଅଞ୍ଜନା ଖୁଣ୍ଟି ଦୋଳବେଦି ପରିସରରେ ତିଆରି ଚାଲିଛି। ଶ୍ରୀମନ୍ଦିର ମହାରଣା ବସନ୍ତ ମହାରଣା ଏହାକୁ ତିଆରି କରୁଛନ୍ତି।

ଚିଲିକାରେ ଆରମ୍ଭ ହେବ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଚିଲିକାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧ ବର୍ଷ ମଧ୍ୟରେ ଚିଲିକା ହ୍ରଦକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ।

ଓଡ଼ିଶୀକୁ ମିଳୁନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ହିନ୍ଦୁସ୍ଥାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ଓଡ଼ିଶୀ ସଙ୍ଗୀତ। ଦେଶରେ ଥିବା ପ୍ରମୁଖ ସଙ୍ଗୀତଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ଏହାର ସ୍ବତନ୍ତ୍ର ରାଗ, ତାଳ ଓ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ।

କାଳବୈଶାଖୀ: ନନ୍ଦନକାନନ କ୍ଷତିଗ୍ରସ୍ତ

କାଳବୈଶାଖୀ: ନନ୍ଦନକାନନ କ୍ଷତିଗ୍ରସ୍ତ

ବାରଙ୍ଗ,୨୧।୬(ଡି.ଏନ୍‌.ଏ.)-ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କ୍ଷତିଗ୍ରସ୍ତ ହୋଇଛି। ଅପରାହ୍ନ ୫ଟାରୁ ପ୍ରାୟ ୪୫ମିନିଟ୍‌ ଧରି ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ କୁଆପଥର ବର୍ଷାରେ ପରିସରରେ ଥିବା ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିଲା।

ଫେମିନା ମିସ୍‌ ଇଣ୍ଡିଆ ୨୦୧୮

ଫେମିନା ମିସ୍‌ ଇଣ୍ଡିଆ ୨୦୧୮

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଦେଶର ଅନ୍ୟତମ ଲୋକପ୍ରିୟ ବିୟୁଟି କଣ୍ଟେଷ୍ଟ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ହାସଲ କରିଥିବା ଶ୍ରୁତିକ୍ଷା ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଆଜି ବିଶ୍ୱ ସଙ୍ଗୀତ ଦିବସ

ଆଜି ବିଶ୍ୱ ସଙ୍ଗୀତ ଦିବସ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ବଦଳୁଛି ସଙ୍ଗୀତର ଧାରା। ଓଡ଼ିଶୀ ସଙ୍ଗୀତ ହେଉ ଅବା ଭଜନ କି ସମ୍ବଲପୁରୀ, ଭିନ୍ନ ଶୈଳୀରେ ପରିବେଷଣ କରୁଛନ୍ତି ଶିଳ୍ପୀ, ଯେଉଁଥିପାଇଁ ଅନେକ ସମୟରେ ବିବାଦ ମୁଣ୍ଡ ଟେକୁଛି। ଏଭଳିସ୍ଥିତିରେ ଜନମାନସରୁ ଧୀରେ ଧୀରେ ହଜିଯାଉଛି ପାରମ୍ପରିକ ଲୋକସଙ୍ଗୀତ।