ମେଟ୍ରୋ

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

କୋଣାର୍କ,୨୩।୯(ଡି.ଏନ୍‌.ଏ.): କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ନବଗ୍ରହ ମନ୍ଦିର ପୀଠକୁ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରବିବାର ସ୍ବଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ କରାଯାଇଛିା 

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଭୁବନେଶ୍ୱର, ୨୩ା୯(ବ୍ୟୁରୋ)- ସିଏଜି(କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲୁଛନ୍ତି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନମାନି ଯୋଗୁ ରାଜ୍ୟ ରାଜକୋଷରୁ ୨ କୋଟି ୬ ଲକ୍ଷ ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇଛି।

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

ପୁରୀ ଅଫିସ, ୨୩ା୯ - ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ବୈଜୟନ୍ତଙ୍କୁ ନୋଟିସ କରିଛି। ଆସନ୍ତା ୨୪ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ଉକ୍ତ ନୋଟିସରେ କୁହାଯାଇଛି। 

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ ଅଫିସ,୨୩ା୯: ଶ୍ରୀମନ୍ଦିର ଆନନ୍ଦବଜାର ସମେତ ଦୁଇଟି ସ୍ଥାନରେ ଶୁକ୍ରବାର ମହାପ୍ରସାଦ ଦର ତାଲିକା ଲାଗିଥିଲା। ଶ୍ରୀମନ୍ଦିର ପ୍ରଶାସନ ସ୍ବାକ୍ଷରରେ ଏହା ଲାଗିଥିଲେ ମଧ୍ୟ ଏହାକୁ ନେଇ ଖୋଦ୍‌ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ପୁରୀ ଅଫିସ,୨୩।୯:  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆସି ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ବିଭିନ୍ନ  ପକ୍ଷଙ୍କଠାରୁ ମତ ସଂଗ୍ରହ କରିଛନ୍ତି। ତେବେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ ପରିଧାନ ଏବଂ ପାଣ୍ଡିତ୍ୟକୁ ନେଇ ପୁରୀ ସହରରେ ଚର୍ଚ୍ଚା ଲାଗି ରହିଛି। 

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ପୁରୀ ଅଫିସ,୨୩।୯ - ଆପଣମାନେ ହେଉଛନ୍ତି ମହାପ୍ରଭୁଙ୍କ ସେବକ। ହେଲେ ଆପଣମାନଙ୍କୁ କେନ୍ଦ୍ର କରି ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିରକୁ ନେଇ ମାମଲା ରୁଜୁ ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ସେବାରେ ରହିଥିବା ସେବକଙ୍କ ବିରୋଧରେ ଅଭିଯୋଗ ଆସିବା ଦୁର୍ଭାଗ୍ୟର କଥା। 

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶନିବାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ସେ ତାଙ୍କ ମତ ସଂଗ୍ରହ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.)- ନନ୍ଦନକାନନ ପାଇଁ ଖୁସିର ଖବର। ଧଳା ବାଘୁଣୀ ‘ବିଜୟା’ ପୁଣିଥରେ ମା’ ହୋଇଛି। ଏଥର ମଧ୍ୟ ବିଜୟା ଓ ରୋଶନର ମିଳନରୁ ନନ୍ଦନକାନନ ପାଇଛି ଦୁଇଟି ବାଘଛୁଆ। ନବଜନ୍ମିତ ୨ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ହୋଇଥିବା ବେଳେ ଅନ୍ୟଟି ସାଧାରଣ ରଙ୍ଗର ବୋଲି ଜଣାପଡ଼ିଛି। 

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ଭୁବନେଶ୍ୱର,୨୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଶନିବାର ଅପରାହ୍ନରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣ ଗୁରୁତର ହୋଇଛନ୍ତି। 

୨୪ ରୁ ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘ ପକ୍ଷୁରୁ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୨।୯: ୭ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ଏନେଇ ଆସନ୍ତା ୨୪ ଓ ୨୫  ତାରିଖ ଦୁଇଦିନ ଧରି ତହସିଲ ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯିବ ।

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

କଟକ ଅଫିସ, ୨୨।୯: ଆଇନଜୀବୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା ପ୍ରତିବାଦରେ ଶନିବାର ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଶତାଧିକ ଆଇନଜୀବୀ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର ରଣଜୀତ ମହାନ୍ତି ପ୍ରତିମୂର୍ତ୍ତିଠାରୁ ବାହାରି ଚାନ୍ଦିନୀଚୌକ ଛକ ପର୍ଯ୍ୟନ୍ତ ଯାଇଥିଲେ। 

ଜିଲା ପ୍ଲାନିଂ କମିଟି ବୈଠକ: ଜିଜିଓ୍ବାଇରେ ୧୫ କୋଟିର ପ୍ରକଳ୍ପକୁ ଅନୁମୋଦନ

ଜିଲା ପ୍ଲାନିଂ କମିଟି ବୈଠକ: ଜିଜିଓ୍ବାଇରେ ୧୫ କୋଟିର ପ୍ରକଳ୍ପକୁ ଅନୁମୋଦନ

ପୁରୀ ଅଫିସ,୨୨।୯: ଜିଲା ଯୋଜନା କମିଟିର ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବେଳାଭୂମି ମାର୍ଗ ସଫେଇ ଆରମ୍ଭ

ବେଳାଭୂମି ମାର୍ଗ ସଫେଇ ଆରମ୍ଭ

ପୁରୀ ଅଫିସ, ୨୨।୯: ବାତ୍ୟା ଯୋଗୁ ପୁରୀ ସହରରେ ଅତି ଜୋରରେ ପବନ ବହିଥିଲା। ଗୁରୁବାର ରାତିରୁ ଶୁକ୍ରବାର ଦିନତମାମ ପବନ ଜାରି ରହିଥିଲା। ବେଳାଭୂମିରେ ଘୂର୍ଣ୍ଣିଝଡ଼ ଯୋଗୁ ଦିଗବାରିଣୀ ଛକ ଲାଇଟ୍‌ଠାରୁ ବେଳାଭୂମି ମାର୍ଗରେ ପ୍ରବଳ ବାଲି ଜମିଯାଇଥିଲା। 

ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ ଅଫିସ, ୨୨।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। କଟକ ଛତ୍ରବଜାରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗଜପତିଙ୍କ ସହ ଆଲୋଚନା କଲେ ଆମିକସ୍‌ କ୍ୟୁରି

ଗଜପତିଙ୍କ ସହ ଆଲୋଚନା କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଛନ୍ତି। ସକାଳ ୯.୪୦ରେ ଆମିକସ୍‌ କ୍ୟୁରି ରାଜନଗରରେ ପହଞ୍ଚିଥିଲେ। ଗଜପତି ମହାରାଜା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ସ୍ବାଗତ କରିଥିଲେ। 

ଶ୍ରୀମନ୍ଦିର, କୋଣାର୍କ ଉପରେ ଅଭିଜିତ ନାୟରଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ: ଆଜି ବସିବ ବିଧାନସଭା ଗୃହ କମିଟି

ଶ୍ରୀମନ୍ଦିର, କୋଣାର୍କ ଉପରେ ଅଭିଜିତ ନାୟରଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ: ଆଜି ବସିବ ବିଧାନସଭା ଗୃହ କମିଟି

ଭୁବନେଶ୍ୱର, ୨୨।୯(ବ୍ୟୁରୋ)-ଅଭିଜିତ ଆୟର ମିତ୍ରଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଯାଞ୍ଚ  କରିବାକୁ ଶନିବାର ଅପରାହ୍ନ ୪ଟାରେ ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଆୟରଙ୍କ ଟୁଇଟର ଯାଞ୍ଚ କରିବା ସହ ସ୍ବାଧିକାର ଭଙ୍ଗ ନେଇ ଆଇନଗତ ଦିଗଗୁଡିକର ତର୍ଜମା କରିବ। ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଇ ପାରିବ  ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। 

ଓଡ଼ିଶାରେ ପହଞ୍ଚିଲେ ମୋଦି:  ଲୋକାର୍ପଣ କରିବେ ଝାରସୁଗୁଡ଼ା ବିମାନବନ୍ଦର

ଓଡ଼ିଶାରେ ପହଞ୍ଚିଲେ ମୋଦି: ଲୋକାର୍ପଣ କରିବେ ଝାରସୁଗୁଡ଼ା ବିମାନବନ୍ଦର

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ରାଜକମଲ ଯୋଗେ ଭୁବନେଶ୍ୱରରେ ଶନିବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଧାରିତ ସମୟ ଅନୁଯାୟୀ ସେ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ଗଣେଷୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଡିଜିପି ଏବଂ ଦଳର ବହୁ ନେତା ଉପସ୍ଥିତ ରହିଥିଲେ।

କୋଣାର୍କ, ଶ୍ରୀମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ: ଆୟରଙ୍କ ନାମରେ ପୁଣି ସିଂହଦ୍ୱାର ଥାନାରେ ଏତଲା

କୋଣାର୍କ, ଶ୍ରୀମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ: ଆୟରଙ୍କ ନାମରେ ପୁଣି ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୨୨ା୯: ଅଭିଜିତ୍‌ ଆୟର ମିତ୍ର ଓଡ଼ିଶା, ଓଡ଼ିଆ ଜାତି, ଓଡ଼ିଶାର ଐତିହ୍ୟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ରଖୁଛନ୍ତି। ଶ୍ରୀଜଗନ୍ନାଥ ଓ କୋଣାର୍କ ସୂର୍ଯ୍ୟମନ୍ଦିର ବିରୋଧରେ କଦର୍ଥ ମନ୍ତବ୍ୟ ରଖିଛନ୍ତି। ଏହା ଓଡ଼ିଶା ଏବଂ ଓଡ଼ିଆ ଜାତିର ସ୍ବାଭିମାନ ଏବଂ ଭାବାବେଗକୁ କଠୋର ଆଘାତ ଦେଇଛି। 

୫୦ କିମି ବେଗରେ ବହିଲା ପବନ: ଭାଙ୍ଗିଲା ୩୩ ଘର, ବେଳାଭୂମି ମାର୍ଗରେ ଧୂଳିଝଡ଼

୫୦ କିମି ବେଗରେ ବହିଲା ପବନ: ଭାଙ୍ଗିଲା ୩୩ ଘର, ବେଳାଭୂମି ମାର୍ଗରେ ଧୂଳିଝଡ଼

ପୁରୀ ଅଫିସ, ୨୨ା୯: ବାତ୍ୟା ଆଶଙ୍କା ଟଳିଥିଲେ ବି ଶୁକ୍ରବାର ଦିନତମାମ ପୁରୀରେ ପାଗ ମେଘୁଆ ରହିବା ସାଙ୍ଗକୁ ପବନ ଜାରି ରହିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ବି ଅଶାନ୍ତ ରହିଛି। ପ୍ରତି ୬ ସେକେଣ୍ଡରେ ୫ଫୁଟ ଉଚ୍ଚରେ ଜୁଆର ଆସୁଛି। ସମୁଦ୍ର ସ୍ନାନ କରିବା ଲାଗି ପର୍ଯ୍ୟଟକ ସୁରକ୍ଷିତ ମଣୁନାହାନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌କ୍ୟୁରି ବୁଝିଲେ ଶ୍ରୀମନ୍ଦିର ସେବା, ପରମ୍ପରା, ଆଜି ଗଜପତିଙ୍କ ସହ ଆଲୋଚନା

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌କ୍ୟୁରି ବୁଝିଲେ ଶ୍ରୀମନ୍ଦିର ସେବା, ପରମ୍ପରା, ଆଜି ଗଜପତିଙ୍କ ସହ ଆଲୋଚନା

ପୁରୀ ଅଫିସ, ୨୨ା୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶୁକ୍ରବାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ହିଁ ସେ ଆରମ୍ଭ କରିଛନ୍ତି ତାଙ୍କର ଏହି ଦୁଇଦିନିଆ ମାରାଥନ ଆଲୋଚନା। 

ଶ୍ରୀନଅରରେ ସୁନିଆ: ଚାଲିଲା ୬୧ ଅଙ୍କ, ୧୪୨୬ ସାଲ

ଶ୍ରୀନଅରରେ ସୁନିଆ: ଚାଲିଲା ୬୧ ଅଙ୍କ, ୧୪୨୬ ସାଲ

ପୁରୀ ଅଫିସ, ୨୨ା୯: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୦ ଅଙ୍କ ଶେଷ ହୋଇଛି। ଶୁକ୍ରବାର ସୁନିଆ ଅବସରରେ ୬୧ ଅଙ୍କ ଏବଂ ୧୪୨୬ ସାଲ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା। ପ୍ରାତଃରୁ ରାଜଗୁରୁମାନେ ଶୁଭଖୁଣ୍ଟି ଅନୁକୂଳ କରି ଯଥାବିଧି ଦେବାର୍ଚ୍ଚନା ନୀତି ସମ୍ପନ୍ନ କରିଥିଲେ। ସନ୍ଧ୍ୟାରେ ପଞ୍ଚ ଦେବତା ପୂଜା, ରାମାଭିଷେକ ପୂଜା ଅନୁଷ୍ଠିତ ହୋଇଥିଲା। 

ବ୍ୟାଙ୍କକ୍‌ରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’

ବ୍ୟାଙ୍କକ୍‌ରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’

ଭୁବନେଶ୍ୱର,୨୨।୯(ବ୍ୟୁରୋ)-ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବ୍ୟାଙ୍କକ୍‌ରେ ରାଜ୍ୟ ପର୍ଯ୍ୟଟନ ସମ୍ବଳର ପ୍ରଚାର ପ୍ରସାର ପାଇଁ ଦ୍ୱିତୀୟ ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଥାଇଲାଣ୍ଡସ୍ଥିତ ଭାରତୀୟ ଦୂତାବାସ ଏବଂ ଫିକିର ମିଳିତ ସହଯୋଗରେ ବ୍ୟାଙ୍କକ୍‌ର ଏକ ହୋଟେଲରେ ଏହି ରୋଡ୍‌ ଶୋ’ ଆୟୋଜିତ ହୋଇଥିଲା। 

ନନ୍ଦନକାନନରେ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ: ମହୀଶୂର ଗଲେ ୩ ଗୁରାଣ୍ଡି, ଆସିବ ଧୂସର ଗଧିଆ

ନନ୍ଦନକାନନରେ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ: ମହୀଶୂର ଗଲେ ୩ ଗୁରାଣ୍ଡି, ଆସିବ ଧୂସର ଗଧିଆ

ବାରଙ୍ଗ,୨୨।୯(ଡି.ଏନ୍‌.ଏ.)-କିଛିଦିନର ବ୍ୟବଧାନ ପରେ ପୁଣିଥରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର ମହୀଶୂର ଚିଡ଼ିଆଖାନା ସହ ପଶୁପକ୍ଷୀ ଅଦଳବଦଳରେ ନନ୍ଦନକାନନକୁ ଆସିବ ଏକ ଯୋଡ଼ା ଧୂସର ଗଧିଆ।