ମେଟ୍ରୋ

ପୁରୀରେ ରାଜ୍ୟସ୍ତରୀୟ ମିଶନ ଶକ୍ତି କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ପୁରୀରେ ରାଜ୍ୟସ୍ତରୀୟ ମିଶନ ଶକ୍ତି କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ପୁରୀ ଅଫିସ, ୫।୧: ମହିଳାମାନଙ୍କୁ ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ କରିବା ଲାଗି ପୁରୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଶନିବାର ‘ରାଜ୍ୟସ୍ତରୀୟ ମିଶନ ଶକ୍ତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

ବିଜେଡି ବିରୋଧୀ ମହାମେଣ୍ଟର ସୂଚନା ଦେଲେ ଖାରବେଳ

ବିଜେଡି ବିରୋଧୀ ମହାମେଣ୍ଟର ସୂଚନା ଦେଲେ ଖାରବେଳ

ଭୁବନେଶ୍ୱର,୫ା୧(ବ୍ୟୁରୋ)- ବିଜେଡି ବିରୋଧରେ ରାଜ୍ୟରେ ଏକ ମହାମେଣ୍ଟ କରାଯିବ। ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ବିଜେଡି ବିରୋଧରେ ଏହି ମହାମେଣ୍ଟରେ କଂଗ୍ରେସକୁ ସାମିଲ କରାଯିବ ନାହିଁ । ସେହିପରି ଭାଜପା ଏବଂ ଅନ୍ୟ ଆଞ୍ଚଳିକ ଦଳ ସହ କଥାବାର୍ତ୍ତା ଚାଲିଥିବା ଖାରବେଳ ସୂଚନା ଦେଇଛନ୍ତି। 

ନିରଞ୍ଜନଙ୍କୁ ବଦ୍ରିଙ୍କ ପରାମର୍ଶ: ନିଜେ ନ ଲଢି ଦଳ ପାଇଁ ପ୍ରଚାର କରନ୍ତୁ

ନିରଞ୍ଜନଙ୍କୁ ବଦ୍ରିଙ୍କ ପରାମର୍ଶ: ନିଜେ ନ ଲଢି ଦଳ ପାଇଁ ପ୍ରଚାର କରନ୍ତୁ

ଭୁବନେଶ୍ୱର,୫ା୧(ବ୍ୟୁରୋ)-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ନ ଲଢି କଂଗ୍ରେସ ଦଳ ପାଇଁ ପ୍ରଚାର କରନ୍ତୁ। ଏହା ଦଳ ପାଇଁ ଉତ୍ତମ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି। ସେ ଘସିପୁରାରୁ ନିର୍ବାଚନ ଲଢିବେ କି ନାହିଁ, ସେ ନିଷ୍ପତ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ। ତେଣୁ ଏ କଥାରେ ଅନ୍ୟ କେହି ମୁଣ୍ଡ ପୂରାନ୍ତୁ ନାହିଁ ବୋଲି ବଦ୍ରି କହିଛନ୍ତି। 

କନଷ୍ଟେବଳ, ହାବିଲଦାରଙ୍କୁ ତଦନ୍ତ କ୍ଷମତା, କ୍ଷୁଦ୍ର ମାମଲାର ତଦନ୍ତ କରିବେ

କନଷ୍ଟେବଳ, ହାବିଲଦାରଙ୍କୁ ତଦନ୍ତ କ୍ଷମତା, କ୍ଷୁଦ୍ର ମାମଲାର ତଦନ୍ତ କରିବେ

କଟକ ଅଫିସ,୫ା୧-ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, କେରଳ ଭଳି ଏଣିକି ଓଡ଼ିଶା ପୋଲିସରେ ଚୋରି, ଗଣ୍ଡଗୋଳ ଭଳି କ୍ଷୁଦ୍ର ମାମଲାଗୁଡିକର ତଦନ୍ତ କରିବେ କନଷ୍ଟେବଳ ଓ ହାବିଲଦାର। ସ୍ନାତକ ଡିଗ୍ରୀଧାରୀ କନଷ୍ଟେବଳ ଏବଂ ଅପରାଧ ତଦନ୍ତ କ୍ଷେତ୍ରରେ ଜ୍ଞାନଥିବା ହାବିଲଦାରମାନଙ୍କୁ ଏହି କ୍ଷମତା ଦିଆଯିବ।

ଟ୍ରଫିକ୍‌ ନିୟନ୍ତ୍ରଣ କରିବେ କଲେଜ ଛାତ୍ରୀଛାତ୍ର

ଟ୍ରଫିକ୍‌ ନିୟନ୍ତ୍ରଣ କରିବେ କଲେଜ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୫ା୧: ଖୋର୍ଦ୍ଧା ସହର ମଧ୍ୟରେ ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସ୍କଲାର ଶିପ ସ୍କିମ୍‌ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗଦେଇ ଉଦ୍‌ଘାଟନ କାରିଥିଲେ।

ଦୂର ହେଉନାହିଁ ଚାଷୀଙ୍କ ସମସ୍ୟା: ମଣ୍ଡି ପରିବର୍ତ୍ତେ ବେପାରୀ ନେଉଛନ୍ତି ଧାନ

ଦୂର ହେଉନାହିଁ ଚାଷୀଙ୍କ ସମସ୍ୟା: ମଣ୍ଡି ପରିବର୍ତ୍ତେ ବେପାରୀ ନେଉଛନ୍ତି ଧାନ

ଖୋର୍ଦ୍ଧା ଅଫିସ,୫ା୧: ମଣ୍ଡି ଖୋଲିଛି, ହେଲେ ଚାଷୀଙ୍କ ସମସ୍ୟା ଦୂର ହେଉନାହିଁ। ମଣ୍ଡି ଥାଉ ଥାଉ ଚାଷୀ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ମଣ୍ଡିରେ ମେଶିନ ରହିଥିଲେ ହେଁ ଧାନର ମାନ ପରୀକ୍ଷଣ କରାଯାଉନି। ଚାଷୀର ଧାନ ଗୋଡି, ପଥର, ଅଳିଆ ଦର୍ଶାଯାଇ ୧ କୁଇଣ୍ଟାଲରୁ ୨ରୁ ୫ କେଜି ଧାନ କଟାଯାଉଛି। ପୁଣି ଧାନ ବିକ୍ରି କରିବାକୁ ଯାଇ ଚାଷୀ ହଟହଟା ହେଉଥିବା ଅଭିଯୋଗ ହେଉଛି। 

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ:  ଭାଗ୍ୟଲିପିଙ୍କୁ ଶିଶୁପାଳଗଡ଼ ସମ୍ମାନ

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ: ଭାଗ୍ୟଲିପିଙ୍କୁ ଶିଶୁପାଳଗଡ଼ ସମ୍ମାନ

ପୁରୁଣା ଭୁବନେଶ୍ୱର, ୫ା୧(ଡି.ଏନ.ଏ.)-  ଦଶହରା ପଡ଼ିଆଠାରେ ଶିଶୁପାଳଗଡ଼ ମହୋତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଶୀତୁଆ ସନ୍ଧ୍ୟାରେ କାର୍ଯ୍ୟକ୍ରମର ପ୍ରଥମ ପାଖୁଡ଼ାରେ ଆରମ୍ଭ ହୋଇଥିଲା ଗୋଟିପୁଅ ନୃତ୍ୟ। ଏହାକୁ ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦର କଳାକାରମାନେ ପରିବେଷଣ କରିଥିଲେ। ପରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁର ନୃତ୍ୟରେ ଦର୍ଶକମାନେ ବାନ୍ଧି ହୋଇଯାଇଥିଲେ। ସାଇ ସ୍ମୃତି କଳାସଂସଦ କଳାକାରମାନେ ଏହାକୁ ପରିବେଷଣ କରିଥିଲେ। 

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ: ସ୍ବତନ୍ତ୍ରତା ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ବାନ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ: ସ୍ବତନ୍ତ୍ରତା ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ୱର,୫।୧(ବ୍ୟୁରୋ)- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ମଦନପୁରସ୍ଥିତ କ୍ୟାମ୍ପସ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଆରମ୍ଭ ହେଲା ‘ଶିଶିର ସରସ’: ୩୦୦ ଷ୍ଟଲ୍‌ରେ ୨୩ ରାଜ୍ୟର ହସ୍ତଶିଳ୍ପ

ଆରମ୍ଭ ହେଲା ‘ଶିଶିର ସରସ’: ୩୦୦ ଷ୍ଟଲ୍‌ରେ ୨୩ ରାଜ୍ୟର ହସ୍ତଶିଳ୍ପ

ଭୁବନେଶ୍ୱର,୫।୧(ବ୍ୟୁରୋ)- ଜାତୀୟ ହସ୍ତଶିଳ୍ପ ସାମଗ୍ରୀ ମେଳା ‘ଶିଶିର ସରସ’ ଶୁକ୍ରବାର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନ ଓର୍‌ମାସ ପକ୍ଷରୁ ଆୟୋଜିତ ଏହି ମେଳାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଦ୍‌ଘାଟନ କରିଛନ୍ତି।

‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ ଘୋଷିତ: ଫକୀର ମୋହନ ସାହିତ୍ୟ ପରିଷଦ ପାଇବ ପ୍ରଥମ ସମ୍ମାନ

‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ ଘୋଷିତ: ଫକୀର ମୋହନ ସାହିତ୍ୟ ପରିଷଦ ପାଇବ ପ୍ରଥମ ସମ୍ମାନ

ଭୁବନେଶ୍ୱର,୫।୧(ବ୍ୟୁରୋ)- ଓଡ଼ିଆ ଗଦ୍ୟ ସାହିତ୍ୟର ରାଜା, କଥାସମ୍ରାଟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସ୍ମୃତିରେ ଓଡ଼ିଶା ସରକାର ୨୦୧୮ ବର୍ଷ ନିମନ୍ତେ ‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ ଘୋଷଣା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାରପ୍ରସାର ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯିବ। 

୬ରୁ ଖୋଲିବ ରାଜଭବନ ଉଦ୍ୟାନ

୬ରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର,୫।୧(ବ୍ୟୁରୋ)- ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ ରାଜଭବନ ଉଦ୍ୟାନ। ଜାନୁୟାରୀ ୬ରୁ ରାଜଭବନ ଉଦ୍ୟାନକୁ ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ଖୋଲାଯିବ। ୨୦ ତାରିଖ ପର୍ଯ୍ୟନ୍ତ ଲୋକେ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟହ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଉଦ୍ୟାନ ପରିଦର୍ଶନ କରିପାରିବେ।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ପକ୍ଷୀ ସଂଖ୍ୟା ବୃଦ୍ଧି: ୧୧୦ ପ୍ରଜାତିର ୬୮,୦୨୯ ପକ୍ଷୀ ଚିହ୍ନଟ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ପକ୍ଷୀ ସଂଖ୍ୟା ବୃଦ୍ଧି: ୧୧୦ ପ୍ରଜାତିର ୬୮,୦୨୯ ପକ୍ଷୀ ଚିହ୍ନଟ

ପୁରୀ ଅଫିସ,୫ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଗତବର୍ଷ ଅପେକ୍ଷା ଏ ବର୍ଷ ଅଧିକ ପକ୍ଷୀ ଚିହ୍ନଟ କରାଯାଇଛି। ଗତବର୍ଷ ୮୪ ପ୍ରଜାତିର ୫୭,୫୩୪ ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୦ ପ୍ରଜାତିର ୬୮,୦୨୯ ପକ୍ଷୀ ଆସିଛନ୍ତି। ଏହି ବନଖଣ୍ଡ ଅଧୀନ ୫ଟି ରେଞ୍ଜ୍‌ ବାଲୁଖଣ୍ଡ, କୋଣାର୍କ, ଅସ୍ତରଙ୍ଗ ଗୋପ ଓ ବ୍ରହ୍ମଗିରି ମଧ୍ୟରୁ ଚଳିତବର୍ଷ ବ୍ରହ୍ମଗିରି ରେଞ୍ଜକୁ ସର୍ବାଧିକ ପକ୍ଷୀ ଆସିଥିବା ଜଣାପଡିଛି।

ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼

ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼

ପୁରୀ ଅଫିସ,୫ା୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରରେ ଚାଲିଛି। ଶୁକ୍ରବାର ନିର୍ଘଣ୍ଟ ସମୟରେ ନୀତି ଚାଲିବା ଫଳରେ ଠାକୁରଙ୍କ ଦିବା ପହୁଡ ନୀତି ସମ୍ପନ୍ନ ହୋଇଛି। ଅପରାହ୍ନ ସାଢେ ୩ଟାରେ ପହୁଡ ହୋଇ ଅପରାହ୍ନ ୫ଟା ୨୦ରେ ଦ୍ୱାର ଫିଟିଥିଲା। ମହାପ୍ରଭୁ ଦିନରେ ୧ ଘଣ୍ଟା ୫୦ ମିନିଟ୍‌ ଶୋଇଥିଲେ। ଫଳରେ ଏହି ସମୟରେ ଦର୍ଶନ ବନ୍ଦ ରହିଥିଲା।

ରାଜ୍ୟ ବାହାରେ ଗୋଲ୍‌ଡେନ୍‌ ବାବାଙ୍କ ଠକେଇ ସାମ୍ରାଜ୍ୟ: ଏକାଧିକ ଅଣଓଡ଼ିଆଙ୍କଠାରୁ ବହୁ କୋଟି ଠକିଛନ୍ତି

ରାଜ୍ୟ ବାହାରେ ଗୋଲ୍‌ଡେନ୍‌ ବାବାଙ୍କ ଠକେଇ ସାମ୍ରାଜ୍ୟ: ଏକାଧିକ ଅଣଓଡ଼ିଆଙ୍କଠାରୁ ବହୁ କୋଟି ଠକିଛନ୍ତି

ଭୁବନେଶ୍ୱର,୫ା୧ (ବ୍ୟୁରୋ)- ଧୀରେ ଧୀରେ ଖୋଲିବାରେ ଲାଗିଛି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ କଳାକାର୍‌ନାମା। ଦୁଇଦିନିଆ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ତାଙ୍କଠାରୁ ବହୁ ତଥ୍ୟ ହାସଲ କରିଛି। କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ଗୋଲ୍‌ଡେନ୍‌ ବାବାଙ୍କ ଠକେଇ ସାମ୍ରାଜ୍ୟର ଚେର ଲମ୍ବିଛି। 

ଆଭା ଶିଶୁ ଯତ୍ନ ଅନୁଷ୍ଠାନରେ ଯୌନ ଶୋଷଣ: ୨ ମହିଳା କେୟାରଟେକର ଗିରଫ

ଆଭା ଶିଶୁ ଯତ୍ନ ଅନୁଷ୍ଠାନରେ ଯୌନ ଶୋଷଣ: ୨ ମହିଳା କେୟାରଟେକର ଗିରଫ

ପୁରୀ ଅଫିସ,୫ା୧: ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର  ଶିଶୁ ଗୃହରେ ଯୌନ ଶୋଷଣ ଘଟଣାର ପୁନରାବୃତ୍ତି ଘଟିଛି ପୁରୀ ଜିଲାରେ।  ଡେଲାଙ୍ଗସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ‘ଆଭା’ରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଏବେ ପଦାକୁ ଆସିଛି।

ବିଜ୍ଞାନ ମେଳାରେ ହାତୀଙ୍କ ସୁରକ୍ଷା ପ୍ରକଳ୍ପ: ଅଷ୍ଟମ ଛାତ୍ରଙ୍କ ଭିନ୍ନ ଏଲିଫ୍ୟାଣ୍ଟ କରିଡର ପରିକଳ୍ପନା

ବିଜ୍ଞାନ ମେଳାରେ ହାତୀଙ୍କ ସୁରକ୍ଷା ପ୍ରକଳ୍ପ: ଅଷ୍ଟମ ଛାତ୍ରଙ୍କ ଭିନ୍ନ ଏଲିଫ୍ୟାଣ୍ଟ କରିଡର ପରିକଳ୍ପନା

ପୁରୀ ଅଫିସ,୫ା୧: ହାତୀ ଏବେ ବିପଦରେ। କେତେବେଳେ ହାତୀ-ମଣିଷ ଲଢେଇରେ ବଳିପଡୁଛି ହାତୀ ତ ପୁଣି କେତେବେଳେ ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା, ରାସ୍ତା ଦୁର୍ଘଟଣା, ଶିକାରୀ ଗୁଳିରେ ଏମାନଙ୍କ ଜୀବନ ଯାଉଛି। ଓଡ଼ିଶାରେ ହାତୀ ମୃତ୍ୟୁ ମଧ୍ୟ ବେଶ୍‌ ଉଦ୍‌ବେଗଜନକ ସ୍ଥିତିରେ ରହିଛି। 

ପୁରୀରେ ୟୁପି କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ: କୁମ୍ଭ ମେଳା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ

ପୁରୀରେ ୟୁପି କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ: କୁମ୍ଭ ମେଳା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ

ପୁରୀ ଅଫିସ,୫ା୧: ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ଏହା ମାର୍ଚ୍ଚ ୪ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ। ଏହି କୁମ୍ଭ ମେଳା ପାଇଁ ନିମନ୍ତ୍ରଣ ନେଇ ଉତ୍ତରପ୍ରଦେଶର  କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚେତନ ଚୌହ୍ବାନ ଶୁକ୍ରବାର ପୁରୀ ଗସ୍ତରେ ଆସିଥିଲେ।

 ଖୋର୍ଦ୍ଧା ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସ୍କିମ୍‌ର ଶୁଭାରମ୍ଭ

ଖୋର୍ଦ୍ଧା ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସ୍କିମ୍‌ର ଶୁଭାରମ୍ଭ

ଖୋର୍ଦ୍ଧା ଅଫିସ,୪ା୧: ଖୋର୍ଦ୍ଧା ସହର ମଧ୍ୟରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପୂର୍ବାହରେ ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟର ସ୍କଲାରଶିପ ସ୍କିମ୍‌ର ଶୁଭାରମ୍ଭ ହୋଇଯାଇଛି। 

ଜଗନ୍ନାଥ ମହୋତ୍ସବ ଶେଷ ସନ୍ଧ୍ୟା, ବଢୁଛି ଲୋକଙ୍କ ଭିଡ଼

ଜଗନ୍ନାଥ ମହୋତ୍ସବ ଶେଷ ସନ୍ଧ୍ୟା, ବଢୁଛି ଲୋକଙ୍କ ଭିଡ଼

ଖୋର୍ଦ୍ଧା ଅଫିସ,୪ା୧: ଖୋର୍ଦ୍ଧା ଜିଲା  ଚିଲିକା ବ୍ଲକ କାଙ୍କଣଶିଖରୀରେ ଚାଲିଥିବା ଜଗନ୍ନାଥ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହେବ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୬.୦୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୬.୦୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଶୁକ୍ରବାର ୯ଟି ଜିଲାର ୯ ଟି ବ୍ଲକ ପାଇଁ ୩୬.୦୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍‌ରେ ନୂଆ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା ଦାବି

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍‌ରେ ନୂଆ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା ଦାବି

ଭୁବନେଶ୍ୱର,୪।୧(ବ୍ୟୁରୋ): ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍‌ରେ ନୂଆ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଦିବା ପହୁଡ଼ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଢେଇ ଘଣ୍ଟା ଦର୍ଶନ ବନ୍ଦ

ଦିବା ପହୁଡ଼ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଢେଇ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୪ା୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରରେ ଚାଲିଛି । ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହେଉଥିବାରୁ ଶୁକ୍ରବାର ଦିବା ପହୁଡ଼ ହେବ । 

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ, ୮ ରେ ସଂସଦ ଘେରାଉ କରିବ ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ, ୮ ରେ ସଂସଦ ଘେରାଉ କରିବ ବିଜେଡି

ଭୁବନେଶ୍ୱର, ୪।୧(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିରେ ସଂସଦ ଘେରାଉ କରିବ ବିଜେଡି। ସହାୟକ ମୂଲ୍ୟ ୨,୯୩୦ ଟଙ୍କା କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ବିଜେଡି ଏହାକୁ ପ୍ରତିବାଦ କରିବ। ଆସନ୍ତା ୮ ତାରିଖରେ ବିଜେଡି ସଂସଦ ଘେରାଉ କରିବ ବୋଲି ନୂଆଦିଲ୍ଲୀରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। 

୩୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

୩୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

କଟକ ରୋଡ଼,୪।୧: କଟକ ଜିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦିପଡ଼ିଆ ବସ୍ତି ଓ ଚିନ୍ତାମଣିଶ୍ୱର ଫିସେରି ଲେନ୍‌ରେ ଚଢ଼ାଉ କରାଯାଇ ବ୍ରାଉନ୍‌ସୁଗାର କାରବାରରେ ସମ୍ପୃକ୍ତ ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଟୁକୁନା ମହାନ୍ତି, ଝିଅ ସନ୍ଧ୍ୟାରାଣୀ ମହାନ୍ତି ଓ ଜ୍ୱାଇଁ ସୋନା ଖାନ।