ମେଟ୍ରୋ

ମୋଦିଙ୍କ ବଲାଙ୍ଗୀର ଗସ୍ତର ଏପାଖ ସେପାଖ

ମୋଦିଙ୍କ ବଲାଙ୍ଗୀର ଗସ୍ତର ଏପାଖ ସେପାଖ

ଓଡିଶାରୁ ବିଚ୍ଛିନ୍ନ ହୋଇ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ସମାବେଶରେ ଦେଖିବାକୁ ମିଳିଛି।  ବହୁ କୋଶଳ ରାଜ୍ୟ ସମର୍ଥକ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଲେଖାଥିବା ପୋଷ୍ଟର, ବ୍ୟାନରକୁ ସମାବେଶରେ ପ୍ରଦର୍ଶନ କରି ନାରାବାଜି କରିଥିଲୋ ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେବା ସମୟରେ କୋଶଳ ରାଜ୍ୟ ଗଠନ ନାରା ସମାବେଶକୁ ପ୍ରକମ୍ପିତ କରିଥିଲା। 

ନବଙ୍କ ପରେ ଯୋଗେଶ ସିଂ ବିଜେଡି ମୁହାଁ: କହିଲେ ରାହୁଲଙ୍କ ସଭାକୁ ଯିବେ ନାହିଁ, ନବୀନ ହେଉଛନ୍ତି ଦକ୍ଷ ପ୍ରଶାସକ

ନବଙ୍କ ପରେ ଯୋଗେଶ ସିଂ ବିଜେଡି ମୁହାଁ: କହିଲେ ରାହୁଲଙ୍କ ସଭାକୁ ଯିବେ ନାହିଁ, ନବୀନ ହେଉଛନ୍ତି ଦକ୍ଷ ପ୍ରଶାସକ

ଭୁବନେଶ୍ୱର,୧୬।୧(ବ୍ୟୁରୋ): କଂଗ୍ରେସ ନେତା ନବ ଦାସ ଦଳ ଛାଡ଼ିବା ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଚର୍ଚ୍ଚାରେ। ରାହୁଲଙ୍କ ଗସ୍ତ ପ୍ରସଙ୍ଗରେ ତାଙ୍କ ବୟାନ ରାଜନୀତି ପାଣିପାଗକୁ ସରଗରମ କରିଛି। 

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ସମାରୋହ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ସମାରୋହ

ପୁରୀ ଅଫିସ,୧୬ା୧: ସ୍ବାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ)ଙ୍କ ଜିଲାସ୍ତରୀୟ ଜୟନ୍ତୀ ସମାରୋହ ବୁଧବାର ଅନୁଷ୍ଠିତ ହୋଇଛି । ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଚାଖି ଖୁଣ୍ଟିଆ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହ ଅବସରରେ ସକାଳେ ଚାଖି ଖୁଣ୍ଟିଆ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଶିକ୍ଷାବିତ୍‌ ପ୍ରଫେସର ଡ. ଏମ୍‌. କ୍ୟୁ ଖାନ୍‌ଙ୍କ ପରଲୋକ

ଶିକ୍ଷାବିତ୍‌ ପ୍ରଫେସର ଡ. ଏମ୍‌. କ୍ୟୁ ଖାନ୍‌ଙ୍କ ପରଲୋକ

କଟକ ଅଫିସ, ୧୬।୧: ଜଣାଶୁଣା ଶିକ୍ଷାବିତ ପ୍ରଫେସର ଡ. ଏମ୍‌.କ୍ୟୁ ଖାନ୍‌ଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି।  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଭାବେ ସେ କାର୍ଯ୍ୟ କରିଥିଲେ। 

ଇତୀଶ୍‌ ପ୍ରଧାନଙ୍କ ନାମରେ ପୋଲିସ ଲଗାଇଲା ୧୧୦ ଦଫା

ଇତୀଶ୍‌ ପ୍ରଧାନଙ୍କ ନାମରେ ପୋଲିସ ଲଗାଇଲା ୧୧୦ ଦଫା

ଭୁବନେଶ୍ୱର, ୧୬।୧ (ବ୍ୟୁରୋ)- ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତୀଶ୍‌ ପ୍ରଧାନଙ୍କ ବିରୋଧରେ ପୋଲିସ ୧୧୦ ଦଫା ଲାଗୁ କରିଛି। ଅଭ୍ୟାସଗତ ଆପରାଧିକ କାର୍ଯ୍ୟରେ ଇତୀଶ ବାରମ୍ବାର ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କ ବିରୋଧରେ ପୋଲିସ ଏହି ଦଫା ଲଗାଇଛି।

ସୁନ୍ଦରୀକୁ ସାତକୋଶିଆରେ ଛାଡ଼ିବା ପ୍ରକ୍ରିୟା: ପ୍ରଥମରୁ ବନ ବିଭାଗ ଫେଲ୍‌, ବାଉଳା ହୋଇ ‘ଯଶୋଦା’କୁ କଷ୍ଟ ଦେଇଥିବା ଅଭିଯୋଗ

ସୁନ୍ଦରୀକୁ ସାତକୋଶିଆରେ ଛାଡ଼ିବା ପ୍ରକ୍ରିୟା: ପ୍ରଥମରୁ ବନ ବିଭାଗ ଫେଲ୍‌, ବାଉଳା ହୋଇ ‘ଯଶୋଦା’କୁ କଷ୍ଟ ଦେଇଥିବା ଅଭିଯୋଗ

ଭୁବନେଶ୍ୱର, ୧୬।୧(ବ୍ୟୁରୋ)- ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ଅଭିଯୋଗ ହେବା ପରେ ତା’କୁ ଧରାଯାଇ ରାଇଗୁଡ଼ାସ୍ଥିତ ଏନ୍‌କ୍ଲୋଜର ଭିତରେ ରଖାଯାଇଥିଲା। ତେବେ ତାକୁ ପୁଣି ଜଙ୍ଗଲରେ ଛାଡ଼ିବା ପାଇଁ ବନ ବିଭାଗ ଯୋଜନା କରିଛି। ଏଥିପାଇଁ ମଙ୍ଗଳବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ତାହା ପ୍ରଥମରୁ ଫେଲ ମାରିଛି।

ପ୍ରେମ ବିବାହ କରି ହରଡ଼ଘଣାରେ ପଡ଼ିଲେ ଯୁବକ , ପୁଅ ନାଁରେ ଚୋରି ଅଭିଯୋଗ ଆଣିଲେ ବାପା

ପ୍ରେମ ବିବାହ କରି ହରଡ଼ଘଣାରେ ପଡ଼ିଲେ ଯୁବକ , ପୁଅ ନାଁରେ ଚୋରି ଅଭିଯୋଗ ଆଣିଲେ ବାପା

ଭୁବନେଶ୍ୱର, ୧୬।୧(ବ୍ୟୁରୋ)- ଗଞ୍ଜାମ ଅଞ୍ଚଳର ଜଣେ ଯୁବକ କ୍ୟାପିଟାଲ ଥାନା ୟୁନିଟ୍‌-୬ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ହରଡ଼ଘଣାରେ ପଡିଛନ୍ତି। ଯୁବକଙ୍କ ବାପା ତାଙ୍କ ନାଁରେ ଚୋରି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ପୁଅ ଘରୁ ସୁନା ଗ୍ରହଣା, ଟଙ୍କା ଓ ବାଇକ ଧରି ପଳାଇ ଆସିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି।

ମୋଦିଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା;  ବିଜେଡି ଓ ଭାଜପା ଖେଳନା ବନ୍ଧୁକ ଧରି ଖେଳୁଛନ୍ତି: ବୈଜୟନ୍ତ

ମୋଦିଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା; ବିଜେଡି ଓ ଭାଜପା ଖେଳନା ବନ୍ଧୁକ ଧରି ଖେଳୁଛନ୍ତି: ବୈଜୟନ୍ତ

ଭୁବନେଶ୍ୱର,୧୬।୧(ବ୍ୟୁରୋ)-ତିନି ହିନ୍ଦୀଭାଷୀ ରାଜ୍ୟରେ ଭାଜପାର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ। ସରକାରୀ କାର୍ଯ୍ୟକ୍ରମ ସାଙ୍ଗକୁ ଦଳୀୟ ସଭା। ଏହାକୁ ନେଇ ଉତ୍ସାହିତ ଭାଜପା ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ବଦଳିଯାଇଛି ମୋଦିଙ୍କ ଶାଣିତ ସ୍ବର। ଆଉ ଶୁଣିବାକୁ ମିଳୁନି ଆଗଭଳି ଅଗ୍ନିବର୍ଷୀ ଭାଷଣ।   କେନ୍ଦ୍ରରେ ଏନ୍‌ଡିଏ ପୁନର୍ବାର କ୍ଷମତାସୀନ ନ ହେବା ଚିନ୍ତାରେ ମୋଦି ରଣନୀତି ବଦଳାଇଥିବା କୁହନ୍ତି ରାଜନୈତିକ ବିଶ୍ଳେଷକ। 

ଫେବୃୟାରୀ ୪ରୁ ବିଧାନସଭା, ୭ରେ ବଜେଟ

ଫେବୃୟାରୀ ୪ରୁ ବିଧାନସଭା, ୭ରେ ବଜେଟ

ଭୁବନେଶ୍ୱର,୧୬।୧(ବ୍ୟୁରୋ)-ଆସନ୍ତା ଫେବୃୟାରୀ ୪ ତାରିଖରୁ ସ୍ବଳ୍ପକାଳୀନ ବଜେଟ ଅଧିବେଶନ ଆରମ୍ଭ ହେବ।  ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଧିବେଶନ ୧୨ ତାରିଖ ଯାଏ ଚାଲିବ । ୭ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ। 

ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ: ୯ ସେବାୟତଙ୍କୁ ନୋଟିସ

ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ: ୯ ସେବାୟତଙ୍କୁ ନୋଟିସ

ପୁରୀ ଅଫିସ, ୧୬ା୧: ଶ୍ରୀମନ୍ଦିରରେ ଗତ ଡିସେମ୍ବର ୨୮ରେ ହୋଇଥିବା ବିଶୃଙ୍ଖଳାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। କାହିଁକି ଏବଂ କେଉଁ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହେଲା, ବିଶୃଙ୍ଖଳା ପାଇଁ କେଉଁମାନେ ଦାୟୀ ଏ ସବୁର ଖୋଳତାଡ଼ ଆରମ୍ଭ କରିଛି। ମଙ୍ଗଳବାର ୯ ସେବାୟତଙ୍କୁ ଏ ନେଇ ନୋଟିସ୍‌ ଜାରି ହୋଇଛି। ଦ୍ୱାର ନ ଖୋଲିବା ପାଇଁ କାହିଁକି ଭିତରଚ୍ଛଙ୍କ ପାଖେ ପାଖେ ରହି ଉସୁକାଉଥିଲେ ସେ ନେଇ ଜବାବ ରଖିବା ଲାଗି ନୋଟିସରେ ଉଲ୍ଲେଖ କରାଯାଇଛି। 

ଗଛ କାଟି ଅସ୍ତରଙ୍ଗ ରେଞ୍ଜର ନିଲମ୍ବିତ: ନର୍ସରିରୁ କଟାଯାଇଛି ୩୧ ପୁରାତନ ଆକାଶିଆ ଗଛ

ଗଛ କାଟି ଅସ୍ତରଙ୍ଗ ରେଞ୍ଜର ନିଲମ୍ବିତ: ନର୍ସରିରୁ କଟାଯାଇଛି ୩୧ ପୁରାତନ ଆକାଶିଆ ଗଛ

ପୁରୀ ଅଫିସ/କାକଟପୁର,(ଡି.ଏନ.ଏ.)୧୬ା୧: ପୁରୀ ବନଖଣ୍ଡ ଅଧୀନ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ (ରେଞ୍ଜର) ସୁବାସ ଚନ୍ଦ୍ର ନାୟକଙ୍କୁ ବିନା ଅନୁମତିରେ ନର୍ସରିରୁ ଗଛ କାଟିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କୁ ମଙ୍ଗଳବାର ରାଜ୍ୟ ପ୍ରଧାନ ବନ ସଂରକ୍ଷକ (ପିସିସିଏଫ୍‌) ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଯୋଗେନ୍ଦ୍ର ନାଥ ପାତ୍ରଙ୍କୁ କାର୍ଯ୍ୟକାରୀ ବନାଞ୍ଚଳ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସନ୍ଧ୍ୟାରେ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।

ପୁରୀ ସଂସ୍କୃତି ଭବନ ପରିସରରେ ବାଣୀକଣ୍ଠଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ

ପୁରୀ ସଂସ୍କୃତି ଭବନ ପରିସରରେ ବାଣୀକଣ୍ଠଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ

ପୁରୀ ଅଫିସ,୧୬ା୧: ପୁରୀ ଜିଲା ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏଥିରେ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ନିକିତା ମୃତ୍ୟୁ ମାମଲା: ହାଜର ହେବାକୁ ସମୟ ମାଗିଲେ ଶାଶୁ, ଶ୍ୱଶୁର

ନିକିତା ମୃତ୍ୟୁ ମାମଲା: ହାଜର ହେବାକୁ ସମୟ ମାଗିଲେ ଶାଶୁ, ଶ୍ୱଶୁର

କଟକ ଅଫିସ,୧୬।୧- ଅଭିନେତ୍ରୀ ନିକିତା ଓରଫ୍‌ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ମାମାଲାକୁ ନେଇ ଚାଉଳିଆଗଞ୍ଜ ପୋଲିସ ତାଙ୍କ ଶାଶୁ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ବିରୋଧରେ ରବିବାର ଲଟ୍‌କା ଜାରି କରିଥିଲା।  ପୋଲିସ ତାଙ୍କ ଘରକୁ ଦୁଇଥର ଯାଇଥିଲେ ମଧ୍ୟ ସେମାନେ ଘରେ ନ ଥିବାରୁ ଖାଲି ହାତରେ ଫେରିଥିଲା।

ଏସ୍‌ସିବି ଆଇସିୟୁରେ ପଡ଼ିରହୁଛି ମୃତଦେହ: ମୁଖ୍ୟ ଶାସନ ସଚିବ, ଆର୍‌ଡିସି, ଡିଜିପିଙ୍କୁ ଅଭିଯୋଗ

ଏସ୍‌ସିବି ଆଇସିୟୁରେ ପଡ଼ିରହୁଛି ମୃତଦେହ: ମୁଖ୍ୟ ଶାସନ ସଚିବ, ଆର୍‌ଡିସି, ଡିଜିପିଙ୍କୁ ଅଭିଯୋଗ

କଟକ ଅଫିସ,୧୬।୧- ଏସ୍‌ସିବି ମେଡିକାଲରେ ଆଇସିୟୁ ବେଡ୍‌ଟିଏ ପାଇବା ପାଇଁ ରୋଗୀଙ୍କୁ ମାସାଧିକ କାଳ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଆଇସିୟୁରେ ମୃତଦେହଗୁଡ଼ିକ ଦୀର୍ଘ ସମୟ ଧରି ପଡ଼ିରହୁଛି। 

୨୧୫ ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ ପାଇଁ ବୃକ୍ଷ ବଳି: କାଟିଦେଲେ ୪୬ ହଜାରରୁ ଊର୍ଦ୍ଧ୍ୱ ଗଛ, ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହେବେ ପରିବେଶ୍‌ବିତ୍‌

୨୧୫ ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ ପାଇଁ ବୃକ୍ଷ ବଳି: କାଟିଦେଲେ ୪୬ ହଜାରରୁ ଊର୍ଦ୍ଧ୍ୱ ଗଛ, ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହେବେ ପରିବେଶ୍‌ବିତ୍‌

କଟକ ଅଫିସ, ୧୬।୧- କେନ୍ଦୁଝରର ରିମୁଳିରୁ ସୁନ୍ଦରଗଡ଼ ଜିଲାର ରାଜାମୁଣ୍ଡା। ୨୧୫ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ର ସମ୍ପ୍ରସାରଣ ନିମନ୍ତେ ଗତବର୍ଷ ଏହି ୧୦୬ କିଲୋମିଟର ମଧ୍ୟରେ ବଳି ପଡ଼ିଛି ହଜାର ହଜାର ଗଛ। ଏଥିମଧ୍ୟରୁ ୩୦ ସେଣ୍ଟମିଟରରୁ ଅଧିକ ଗୋଲେଇ ଥିବା ୪୬ ହଜାର ୭୩ ଗଛ ରହିଥିବାବେଳେ ଏହାଠାରୁ କମ୍‌ ମୋଟେଇର ବହୁ ଗଛ କଟାଯାଇଛି। 

ୟୁଫୋରିଆ ଟାଇଟଲ ବଜାୟ ରଖିଲା ରେଭେନ୍‌ଶା

ୟୁଫୋରିଆ ଟାଇଟଲ ବଜାୟ ରଖିଲା ରେଭେନ୍‌ଶା

କଟକ ଅଫିସ,୧୬।୧- ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ‘ୟୁଫୋରିଆ’ର ଚାମ୍ପିୟନ ଟାଇଟଲ ହାସିଲ କରିଛି ରେଭେନ୍‌ ବିଶ୍ୱବିଦ୍ୟାଳୟ। ବାରିପଦାରେ ହେଉଥିବା ଏହି ମହୋତ୍ସବରେ ଲଗାତର ୪ର୍ଥ ବର୍ଷ ପାଇଁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଏହି ଟାଇଟଲ୍‌ ବଜାୟ ରଖିଛନ୍ତି।  ଚଳିତବର୍ଷ ଶେଷ ହୋଇଥିବା ୨୨ତମ ସଂସ୍କରଣରେ ମଧ୍ୟ ରେଭେନ୍‌ଶାକୁ ପ୍ରତିନିଧିତ୍ୱ କରିଥିବା ୧୭ଜଣ ଛାତ୍ରୀଛାତ୍ର ନିଜର ପ୍ରତିଭା ବଳରେ ଏହି ସଫଳତାକୁ ଆଉଏକ ସ୍ତରକୁ ନେଇଛନ୍ତି।

ମହିଳା ଚାଲାଣ, ବିକ୍ରିକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଓଡ଼ିଶା, ମଧ୍ୟପ୍ରଦେଶ ସରକାରଙ୍କୁ ସମନ; ପୁରୀରେ ସକ୍ରିୟ ରହିଛି ର଼୍ୟାକେଟ

ମହିଳା ଚାଲାଣ, ବିକ୍ରିକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଓଡ଼ିଶା, ମଧ୍ୟପ୍ରଦେଶ ସରକାରଙ୍କୁ ସମନ; ପୁରୀରେ ସକ୍ରିୟ ରହିଛି ର଼୍ୟାକେଟ

କଟକ ଅଫିସ, ୧୬।୧- ପୁରୀ ଜିଲାର ଜଣେ ମହିଳାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିଲା। ଗତ ଅକ୍ଟୋବର ୨୮ରେ କ୍ରାଇମବ୍ରାଞ୍ଚ ଯୁବତୀ ଓ ମହିଳାଙ୍କୁ ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲା।

ବିଜୁ ପଟ୍ଟନାୟକଙ୍କ ଉପରେ ତିଆରି ହେବ ଫିଲ୍ମ ‘ବିଜୁ ବାବୁ’: ମୁଖ୍ୟ ଭୂମିକାରେ ଆସିବେ ଅନୁଭବ

ବିଜୁ ପଟ୍ଟନାୟକଙ୍କ ଉପରେ ତିଆରି ହେବ ଫିଲ୍ମ ‘ବିଜୁ ବାବୁ’: ମୁଖ୍ୟ ଭୂମିକାରେ ଆସିବେ ଅନୁଭବ

କଟକ ଅଫିସ,୧୬।୧- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବରପୁତ୍ର ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଓଡ଼ିଆ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁ ବାବୁ’। କଟକସ୍ଥିତ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ମାଣ ନେଇ ଘୋଷଣା କରାଯାଇଛି।

ଓଡ଼ିଶାରେ ବଢ଼ୁଛି ଶିଶୁ ଯୌନ ନିର୍ଯାତନା: ୫ ବର୍ଷରେ ୬୮୬ ପ୍ରତିଶତ ବୃଦ୍ଧି, ୯୦ ପ୍ରତିଶତରୁ ଅଧିକ ମାମଲାର ବିଚାର ହେଉନି

ଓଡ଼ିଶାରେ ବଢ଼ୁଛି ଶିଶୁ ଯୌନ ନିର୍ଯାତନା: ୫ ବର୍ଷରେ ୬୮୬ ପ୍ରତିଶତ ବୃଦ୍ଧି, ୯୦ ପ୍ରତିଶତରୁ ଅଧିକ ମାମଲାର ବିଚାର ହେଉନି

ଭୁବନେଶ୍ୱର,୧୬।୧(ବ୍ୟୁରୋ)- ଓଡ଼ିଶାରେ ମହିଳା ଓ ଶିଶୁ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ବିଶେଷକରି ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ଏବଂ ଯୌନ ନିର୍ଯାତନା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମାତ୍ର ୫ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ନିର୍ଯାତନା ମାମଲା ପ୍ରାୟ ୬୮୬ ପ୍ରତିଶତ ହାରରେ ବଢ଼ିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟକୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ।

ଗଛକୁ ପିଟିଲା କାର, ଦୁଇ ଗୁରୁତର

ଗଛକୁ ପିଟିଲା କାର, ଦୁଇ ଗୁରୁତର

ବ୍ରହ୍ମଗିରି, ୧୫ା୧(ଡି.ଏନ୍‌.ଏ.)-ସଦର ଥାନା ଅନ୍ତର୍ଗତ ପୁରୀ ସାତପଡା ୩୧୬ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ କାର ଗଛରେ ପିଟି ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। 

ଅସ୍ତରଙ୍ଗରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ୧୫ ପଞ୍ଚାୟତର ୨୮୩ ପ୍ରକଳ୍ପ ପାଇଁ ୩କୋଟି ୭୫ଲକ୍ଷ ଅନୁମୋଦନ

ଅସ୍ତରଙ୍ଗରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ୧୫ ପଞ୍ଚାୟତର ୨୮୩ ପ୍ରକଳ୍ପ ପାଇଁ ୩କୋଟି ୭୫ଲକ୍ଷ ଅନୁମୋଦନ

କାକଟପୁର, ୧୫।୧(ଡି.ଏନ୍‌.ଏ.)-ଅସ୍ତରଙ୍ଗ ବ୍ଲକରେ ମଙ୍ଗଳବାର ଆମ ଗାଁ  ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ତହସିଲ ପଡ଼ିଆଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ବ୍ଲକର ସମୁଦାୟ ୧୫ଟି ପଞ୍ଚାୟତର ୨୮୩ଟି ପ୍ରକଳ୍ପ ପାଇଁ ୩କୋଟି ୭୫ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ।

ବିଜେଡି ସାଙ୍ଗଠନିକ ସ୍ଥିତିରେ ପରିବର୍ତ୍ତନ: କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ଉଠିଲା, ବିମ୍ବାଧର ଶ୍ରମିକ ସାମ୍ମୁଖ୍ୟ ଇନ୍‌ଚାର୍ଜ

ବିଜେଡି ସାଙ୍ଗଠନିକ ସ୍ଥିତିରେ ପରିବର୍ତ୍ତନ: କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ଉଠିଲା, ବିମ୍ବାଧର ଶ୍ରମିକ ସାମ୍ମୁଖ୍ୟ ଇନ୍‌ଚାର୍ଜ

 ଭୁବନେଶ୍ୱର,୧୫।୧(ବ୍ୟୁରୋ)- ବିଜୁ ଜନତା ଦଳର ପଦାଧିକାରୀସ୍ତରେ ମଙ୍ଗଳବାର ଅଦଳ ବଦଳ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏନେଇ ଦଳୀୟ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ କାରଣରୁ ନିଲମ୍ବିତ ହୋଇଥିବା ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀର କୁଶ ଆପଟ୍ଟ, ଗଞ୍ଜାମ ବେଲଗୁଣ୍ଠାର ରଞ୍ଜନ କୁମାର ଖଣ୍ଡୁଆଳ ଏବଂ ରମା ଖଣ୍ଡୁଆଳଙ୍କ ଉପରୁ ,ନିଲମ୍ବନ ଆଦେଶ  ପ୍ରତ୍ୟାହୃତ ହୋଇଛି।

ଭୁବନେଶ୍ୱରରେ ପହଞ୍ଚିଲା ଡିଗ୍‌ନିଟି ମାର୍ଚ

ଭୁବନେଶ୍ୱରରେ ପହଞ୍ଚିଲା ଡିଗ୍‌ନିଟି ମାର୍ଚ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ବମ୍ବେରୁ ଗତ ଡିସେମ୍ବର ୨୦ରୁ ଆରମ୍ଭ ହୋଇଥିବା ଡିଗ୍‌ନିଟି ମାର୍ଚ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଛି। ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନ ନିର୍ଯାତନାରେ ଦୋଷୀଙ୍କୁ ଦଣ୍ଡ ପ୍ରଦାନ କରିବା ପାଇଁ ଏହା ଲୋକଙ୍କୁ ସଚେତନ କରୁଛି। 

 ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ

ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ସତସଙ୍ଗ ବିହାର ନିକଟରୁ ମଙ୍ଗଳବାର ୨୦ ବସ୍ତା ବେଆଇନ ମୁଦ୍ରା ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ  ଆୟକର ବିଭାଗର ଜିଏସ୍‌ଟି  ଡିପାର୍ଟମେଣ୍ଟ ଚଢ଼ାଉକରି ଏହି ମୁଦ୍ରା ଜବତ କରିଛି।